Monday 10 June 2019

ନିଜ ପରି ଜଣକୁହତ୍ୟା


"ଅନେକ ସମୟରେଏପରି ହତ୍ୟାକାଣ୍ଡଘଟିଥାଏ, ଯାହାରକାରଣ ଜାଣିବା ସହଜ ହୋଇ ନ ଥାଏ। ବିନା ଶତ୍ତୁତାରେ ବି ଜଣେ ଜଣକୁ ହତ୍ୟାକରିଦିଏ! ଏଭଳି ଏକ ହତ୍ୟାକାଣ୍ଡ ପୁଣି ପେଷାଦାରହତ୍ୟାକାରୀ ନୁହଁ, ବରଂ ସମାଜକୁ ସୁଧାରିବା ଦାୟିତ୍ବଯାହା ହାତରେ ନ୍ୟସ୍ତ ସେ କରିବସେ। ଆଇନ୍‌କୁ ବାଟବଣା କରିବାକୁ ଚାହେ| ହେଲେ... 


       ମଧ୍ୟପ୍ରଦେଶର ବାଲାଘାଟ ସହରା ଏଠାରେ ଜନୈକ ଶିକ୍ଷକ ଗାଡ଼ି, ଘର ଏବଂ ଆଉକିଛିକିଣାକିଣି ପାଇଁ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟକ୍କରଲୋନ୍‌ ନେଇଥିଲୋ ଏଥି ସହିତ କୋଡ଼ିଏଲକ୍ଷ ଟଙ୍ଗାର ବୀମା ପଲିସି ମଧ୍ୟ କରିଥିଲୋଗୋଟେ ପଟେ ରଣ ଶୁଝିବାର ବୋଝ ତଆରପଟେ ବୀମା କିପ୍ତି ଭରିବାର ବୋଝତାଙ୍କୁ ଅସ୍ତବ୍ୟସ୍ତ କରି ପକାଇଥିଲା। “ଏପରିସ୍ତିତିରେ କ'ଣ କରିବାକୁ ହେବ ' ଏମିତିଏକ ଭାବନାରେ ବୃଡ଼ି ରହିଥିବା ବେଳେ ତାବ୍ଗଂ ମୁଣ୍ଡକୁ ଏକ ଦୁଞ୍ଟ ବୁଦ୍ଧି ଜୁଟିଥିଲା। ଏହାପରେସେ ଯେଉଁ ଯୋଜନା ପ୍ରସ୍ତୁତ କରିଥିଲା
ତାହା ପୁଲିସ୍‌ ପାଇଁ ଏକ ଚ୍ଯାଲେଞ୍ଜ୍‌ ପାଲଟିଯାଇଥିଲା। ଅଭିଯୁକ୍ତ ଶିକ୍ଷକ ଜଣକ ବୀମା ରାଶି ପାଇବା ପାଇଁ ନିଜ ଚେହେରା ପରି ଜଣେ ଦିନମଜୁରିଆକୁ ହତ୍ୟାକରି ତାକୁ ନିଜରପୋଷାକ ପିନ୍ଧାଇ ମୃତଦେହଟିକୁ ଅନ୍ୟସ୍ଥାନକୂ ନେଇ ତାକୁ ଜଳାଇ ଦେଇଥିଲା


        ମେ ୨୬ ତାରିଖ ବାଲାଘାଟ ପୁଲିସ କଞ୍ଜେଇ ଉପତ୍ୟକାର ଏକ ପୋଲଉପର ଦେଇ ଯାଉଥିବା ବେଳେ ଏକ ଅଧାଜଳା ଭ୍ୟାନ୍‌ ଦେଖିବାକୁପାଇଥିଲା। ନିକଟକୁ ଯାଇ ଦେଖିବାକୁ ପାଇଥିଲା ଏକ ଅର୍ଵ୍ଧଦଗ୍‌ଧମୂୃତଦେହ। ମୃତକର ପରିଚୟ ଜାଣିବା ଅସମ୍ବବ ଥିଲା। ତେବେଘଟଣାମ୍ରଳରେ ନାଭିଗାଓ ଗ୍ରାମର ମହେନ୍ଦ୍ର ଥାକ୍‌ରେ ପହଞ୍ଚି ଚିହ୍ନଟକରିଥିଲା ଯେ ମୃତ ଦେହଟି ହେଉଛି ଶିକ୍ଷକ ଜିତେନ୍ଦ୍ର ଥାକ୍‌ରେଙ୍ଗରଏବଂ ସେ ତାଙ୍କର ଭାଇ। ପୁଲିସ ମୃତଦେହଟିକୁ ବ୍ଯବଚ୍ଛେଦ ପାଇଁପଠାଇବା ସହ ମହେନ୍ଦ୍ରଚ୍ଟଂ ପରିବାରକୁ ହସ୍ତାନ୍ତର କରିଥିଲା। ପରିବାର ଲୋକେ ରୀତିନୀତି ଅନୁଯାୟୀ ମୃତଦେହଟିର ଅନ୍ତିମ ସଂସ୍କାର କରାଯାଇଥିଲେ। ଜଣେ ଶିକ୍ଷକଙ୍କୁ ଏପରି ନୃଶଂସ ହତ୍ୟା କରାଯାଇଥିବାନେଇ ଅପରାଧୀକୁ ତୁରନ୍ତ ଗିରଫ ଦାବିରେ ଶିକ୍ଷକ ସଂଘ ଆନ୍ଦୋଳନ ଆରମ୍ବ କରିଦେଇଥିଲା। ସାଧାରଣରେ ମଧ୍ୟ ଅଭିଯୁକ୍ତର ଗିରଫ ଦାବି ଜୋର୍‌ ଧରିଥିଲା। ଏହା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଏହିଘଟଣାର ଦୁଇଦିନ ପରେ ନିଜର ଯୋଜନା ମୁତାବକ କାମ ହେଉଥିବାଜାଣି ଅଭିଯୁକ୍ତଜଣକ ଘରକୁ ଫୋନ୍‌ ଲଗାଇଥିଲା। ସେ ଜୀବିତ ଥିବାଜଥା ଘର ଲୋକଙ୍କୁ ଜଣାଇଥିଲା ଆଉ ଏଭଳି ଘଟଣା ସେ କାହିଁକି ଓ କିପରି ଘଟାଇଲା ତାହା ମଧ୍ୟ ଟିକିନିଖିବଖାଣିଥିଲା। ତା' ସହ କଥା ହେବା ବେଳେଘରଲୋକ ଅନୁଭବ କରିଥିଲେ ଯେ ଜିତେନ୍ଦ୍ରଏକ ଭୟକ୍ଦଂର ଅପରାଧ କରିଛି, ଏଭଳିଘଟଣାରେ ତାକୁ ସହଯୋଗ କରିବା ଠିକ୍‌ହେବ ନାହିଁ। ତେଣୁ ଏ ସମ୍ପର୍କରେ ସେମାନେ ଆଉ କାଳବିଳମ୍ବ ନ କରି ତୁରନ୍ତ ପୁଲିସକୁଖବର ଦେଇଥିଲୋ
         ତେବେ ଅପରପକ୍ଷରେ କାହାର ସହାୟତାବିନା ପୁଲିସ ନିଜେ ଅଭିଯୁକ୍ତକୁ ଧରିଥିବାକଥା ଦାବି କରୁଛି। ବାଲଘାଟ ପୁଲିସ ସୃତ୍ରରୁପ୍ରକାଶ ଯେ, ଅର୍ଵଦଗ୍ଧ ମୃତଦେହ ନିକଟରୁପୁଲିସ ଜିତେନ୍ଦ୍ରର ଫୋନ୍‌ ପାଇ ନ ଥିଲା।ତେଣୁ ପୁଲିସ ତା'ର ଫୋନ୍‌ ଆକ୍ତିଭ୍‌ ଅଛି କିନାହିଁ ଜାଣିବାକୁ ଚାହିଥିଲା। ପୁଲିସ ଆଶ୍ଚର୍ଯ୍ୟହୋଇଥିଲା ଯେ ଜିତେନ୍ଦ୍ରକ୍ୁ ହତ୍ୟା କରିବାପରେ ମଧ୍ଯ ତା ଫୋନ୍‌ କିପରି ଆକ୍ତିଭ୍‌ ରହିଛି ଏବଂ କଲ୍‌ ଯା'ଆସ କରୁଛି। ସେଇ ଫୋନ୍‌ ହିଁ ଜିତେନ୍ଦରକୁ ପୁଲିସହାତରେ ଧରାଇ ଦେଇଥିଲା।ଜିତେନ୍ଦ୍ର ଥାକ୍‌ରେ ଗିରଫ ହେବା ପରେ ନିଜର ଦୋଷ ସ୍ଵୀକାରକରିଥିଲା। ସେ କହିବା ମୁତାବକ, ଘଟଣାଦିନ (ମେ ୨୫ ତାରିଖ)ସେ ବାଲାଘାଟ ଯାଇଥିଲା ନିଜ ଉଚ୍ଚତା ଓ ଓଜନ ଥିବା ଲୋକଟିଏଖୋଜିବା ପାଇଁ। ସହରର ରାଜଘାଟ ଚୌକରେ (ଦିନମଜୁରିଆମାନେ
କାମ ପାଇବା ପାଇଁ ପ୍ରତିଦିନ ଏହି ମ୍ତରାନରେ ଜମା ହେଇଥାନ୍ତି) ନିଜ ଚେହେରାର ଜଣେ ଲୋକକୁ ଦେଖି ତାକ୍ତୁ ନିଜ ଟାଟା ମ୍ୟାଜିକ୍‌ ଗାଡ଼ିରେବସାଇ କଞେଇ ଘାଟିକୁ ନେଇ ଯାଇଥିଲା। ବାଟରେ ଲୋକଟି ସହ କଥା ହେଇ ସେ ତା' ନୀ ଦିଲ୍ଲୀପ ସୋନୱଵାନି ଏବଂ ଘର ବାଲାଘାଟ ଥାନାଅନ୍ତର୍ଗତ ଭରଞ୍ବେଲି ଗୀରେ ବୋଲି ଜାଣିବାକୁ ପାଇଥିଲା। ଏକ ନିର୍ଜନ ସ୍ଥାନରେ ଗାଡ଼ିକୁ ଅଟକାଇ ଜିତେନ୍ଦ୍ର ଗାଡ଼ିର ଇଞ୍ଜିନ୍‌ ଗରମ ହେଇଯାଇଛି ବୋଲି କହିଥିଲା। ସେଠାରେ ସେ ଗାଡ଼ିର ରେଡିଏଟର୍‌ ରିଫିଲିଂ କରୁଥିବା ବାହାନା କଲା। ଲୋକଟି ଟିକେ ଆରାମରେ ବସିବା ବେଳକୁ ତାକୁ ପଛପଟୁ ଆଘାତ ଦେଇ ହତ୍ୟା କରିଥିଲା। ତେବେ ମୃତକକୁ ନିଆଁରେ
ପୋଡ଼ି ହତ୍ୟା କରାଯାଇ ନାହିଁ ତା'ର ମୃତ୍ୟୁ ରକ୍ତକ୍ଷରଣ ଜନିତ ବୋଲି ପୂର୍ବରୁ ଲାଲବର୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର କହିସାରିଥିଲେ।ମୃତଦେହର ପିଠିରେ ଅଘାତ ଲାଗିଥିବା ସେ ଜଣାଇଥିଲେ ଏଥିରୁ ଜଣା ଯାଇଥିଲା ଯେ ସେହି ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ତେବେ ପୁଲିସ୍‌ ପାଇଁ ଏହି ଘଟଣା ଥିଲା ଅଡ଼ୁଆ ସୃତାପରି। ଘଟଣାର ଖିଅ ସେ ଖୋଜି ପାଉ ନ ଥିଲା ଜିତେନ୍ଦ୍ର କହିବା ମୁତାବକ, ସେ କୋଡ଼ିଏ ଲକ୍ଷ ଟଙ୍ଗାର ବୀମା କରିଛି। ଲୋନ୍‌ କରି ଘର, ଟାଟା ମ୍ୟାଜିକ୍‌ ଏବଂ ଆଉ ଗୋଟେ କାର୍‌ ମଧ୍ଯ କିଣିଛି। ଏ ସବୁର କିସ୍ତି ଶୁଝିବା ବେଳକୁ ଘରଚଳାଇବା ତାହା ପାଇଁ କଷ୍ଟକର ହେଇପଡୁଥିଲା। ଏଥିପାଇଁସେ ଚିନ୍ତା କରିଥିଲା ଯେ ତା' ପରି ଚେହେରା ଥିବା କୌଣସି ବ୍ୟକ୍ତିକୁ ମାରିଦେଲେ ବୀମା କ୍ଲେମ୍‌ରୁ ଘର ଲୋକଙ୍କ କିଛି ପଇସାମିଳିଯିବା ଏହି ଯୋଜନା ମୁତାବକ ଏଭଳି ଭୟଙ୍ଗର ଅପରାଧ ସେ ଘଟାଇଥିଲା।ଘଟଣା ଘଟିବାର ୭୨ ଘଣ୍ଟା ଭିତରେ ପୁଲିସ ଜିତେନ୍ଦ୍ରକୁ ଗିରଫ କରିବାକୁ ସମର୍ଥ ହୋଇଥିଲା।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...