Monday 10 June 2019

ପ୍ରେମିକାର ପ୍ରତିଶୋଧ


 ଏମିତି ଅନେକ ଅପରାଧ ଘଟଣା ଶୁଣିଥିବେ ଯେଉଁଠି ପ୍ରେମିକାର ଜୀବନ ନେଇଥାଏ ପ୍ରେମିକ। ହେଲେଏହି ଘଟଣାରେ ବିଶ୍ବାସଘାତକ ପ୍ରେମିକକୁ ହତ୍ୟା କରିଥିଲା ତାଂ  ପ୍ରେମିକା। ଘଟଣା ଥିଲା ୫ଜୁନ୍‌, ୨୦୧୬ର। ବିଭାସକୁମାରକୁ ହତ୍ୟା କରିଥିଲା ତା ପ୍ରେମିକା ଦୀପିକା। ବିଭାସକୁମାର ଚାକିରି ଆଶାରେ ଭୋପାଳ ଆସି ଜମି ଦଲାଲ ପାଲଟିଯାଇଥିଲା। ଭୋପାଳ ପରି ବଡ଼ ସ ହରରେ ୧୦ ବର୍ଷ କଟାଇବାପରେ ସେ ସେହି କାମରେ ଧିରନ୍ଧର ହୋଇଯାଇଥିଲା।ହେଲେ ୩୫ ବର୍ଷ ବୟସ ହେବା ପରେ ମଧ୍ୟ  ସେ ବିବାହ କରିନଥିଲା। ଏହାର କାରଣ ଥିଲା ତାର ୨୮ ବର୍ଷର ପ୍ରେମିକା ବୀପିକା।
ବିଭାସ ତା ପ୍ରେମିକା ଦୀପିକା ସହିତ ନଅବର୍ଷ ଧରିଲିଭ୍‌ ଇନ୍‌ରେ ରହି ଆସ୍କୁଥିଲା। ବିବାହ ନ କରି ସେମାନେ ସ୍ବାମୀ ସ୍ତ୍ରୀ ପରି ରହି ଆସୁଥିଲେ। କିନ୍ତୁ ବାସ୍ତବରେ ଦୁଇଜଣସଂପର୍କରେ ଭାଇ ଭଉଣୀ ଥିଲେ। ଦୁଇଜଣ ସବୁ ସୀମାଟପିଯାଇ ଏମିତି ଏକ ସଂପର୍କରେ ବାନ୍ଧି ହୋଇଗଲେ ଯେଉଁଠୁ ବାହାରିବା ସେମାନଙ୍କ ପାଇଁ ସହଜ ନଥିଲା। ପ୍ରଥମେ ପ୍ରେମଏବଂ ପରେ ଦେହ ସୁଖରେ ମଜିଗଲେ। ଦୀପିକା ବି ଭୋପାଳ ଆସିଥିଲା ପଢ଼ିବା ପାଇଁ। ପାଠ ସହିତ ସଂପର୍କୀୟ କକା ପୁଅବିଭାସକୁ ପ୍ରେମ କରି ବସିଥିଲା। ଦୀପିକାର ବାପା ଶିକ୍ଷକଥିବା ବେଳେ ମା ମଧ୍ୟ  କର୍ମଜୀବୀ ଥିଲେ। ଝିଅକୁ ଉଚ୍ଚଶିକ୍ଷାଦେବା ପାଇଁ ସେମାନେ ତା'କୁ ଭୋପାଳ ପଠାଇଥିଲେ। କିନ୍ତୁ ଦୀପିକାକୁ ବିଭାସ ପାଖରେ ଛାଡ଼ି ସେମାନେ ଭୁଲ୍‌ କରିଥିଲେ ।ବିଭାସ ପାଖରେ ତା ଭଉଣୀ ମଧ୍ୟ  ରହୁଥିଲା। ବିଭାସ ତାଙ୍କସଂପର୍କୀୟ ହୋଇଥିବାରୁ ସେମାନେ ଭାବିଥିଲେ ଦୀପିକା ତାଙ୍କପାଖରେ ରହିଲେ ଭଲରେ ପଢ଼ି ପାରିବ । ହେଲେ ବିଭାସଏବଂ ଦୀପିକା ଯୌବନ ନିଶାରେ ପଡି ଭବିଷ୍ଯତ କଥା    ଭୁଲି ଯଇଥିଲେ।


ବିଭାସ ଦୀପିକା ସହିତ ନଅ ବର୍ଷ ଧରି ଲିଭଇନ୍‌ରିଲେସନ୍‌ରେ ରହିଥିଲା। ହେଲେ ଦୀପିକା ଉପରୁ ତା'ରହୃଦୟ ଉଠି ଯାଇଥିଲା। କାରଣ ବିଭାସ ପାଖକୁ ଯେତେ ଅଧିକ ଟଙ୍କା ଆସ୍ଲୁଥିଲା ସେତେ ନୂଆ ନୂଆ ଝିଅ ତାଂଳୀବନକୁ ଆସୁଥିଲେ। ହେଲେ ସେପଟେ ଦୀପିକାବିଭାସକୁ ପାଗଳିଙ୍କ ପରି ଭଲପାଇ ବସିଥିଲା।ବାହାଘର ହେଉ ବା ନହେଉ ଏଥିରେ ତା'ର କୌଣସି ଫରକପଡଢ଼ୁନଥିଲା। ବରଂ ସେ କେବଳ ତାଂପାଖରେ ରହିବାକୁଚାହୁଁଥିଲା। ଦୀପିକା ବି ଖୁବ୍‌ ବୁଝିଲାସୁଝିଲା ଝିଅ ଥିଲା।
ହେଲେ ବିଭାସ ପ୍ରେମ ତା'କୁ ଅନ୍ଧ କରି ପକାଇଥିଲା। ଦୀପିକାଭୋପାଳ ବରକତଭଲ୍ଲା ବିଶ୍ଵିଦ୍ୟାଳୟରେ ଏମ୍‌ଏ ଡିଗ୍ରୀ ହାସଲ୍‌କରିଥିଲା। ହେଲେ ଡିଗ୍ରୀ ହାସିଲ୍‌ କଲେ କ'ଣ ହେବ ଦୀପିକାସବୁବେଳେ ବିଭାସ ପ୍ରେମରେ ବୁଡ଼ି ରହୁଥିଲା। ଆଉ ବିଭାସଉପରେ ଭରସା କରିବସିଥିଲା। ହେଲେ ବିଭାସ ଦୀପିକାକୁ କେବଳ ଧୋକା ଦେଉଥିଲା।

ଦିନ ଯେତେ ଗଡ଼ୁଥିଲା ବିଭାସର ସ୍ବଭାବ ବଦଳୁଥିଲା ଯାହାଭଲ ଭାବେ ବୁଝିପାରିଥିଲା ଦୀପିକା। ବିଭାସର ସତ ଳାଣିବାପରେ ଦୀପିକା ଭାଙ୍ଗି ପଡ଼ିଥିଲା। ବିଭାସକୁ ସେ ନିଜର ସର୍ବସ୍ନଦେବା ପରେ ବି ସେ ଅନ୍ୟ ଝିଅଙ୍କ ଉପରେ ନଳର ପକାଇବାକଥାକୁ ଗ୍ରହଣ କରିପାରୁନଥିଲା ଦୀପିକା। ଦୀପିକା ଅନେକଥର ବିଭାସକୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେବିଭାସ ତାଂ କାମରେ ବ୍ଯସ୍ତ ରହୁଥିଲା। ବିଭାସର ଅନ୍ୟ ଝିଅ ସହିତ ମିଳାମିଶା ଓ କଥାବାର୍ଭା ଦେଖୂ ଦୀପିକା ସହ୍ୟ କରି ପାରିନଥିଲା। ହେଲେ ବିଭାସ ମଧ୍ୟ  ଦୀପିକାର ଦୁର୍ବଳତାଜାଣିଥିଲା। ସେ ଜାଣିଥିଲା ଦୀପିକା ତା'ଉପରେ କେବଳରାଗିବା ଛଡ଼ା ଅନ୍ୟ କିଛି କରିପାରିବ ନାହିଁ ।


୪ବର୍ଷ ପୂର୍ବେ ବିଭାସ କୁମାରର ଭଉଣୀ ଆଭା ଭୋପାଳଆସି ସେମାନଙ୍କ ସହିତ ରହିଥିଲା। ସେତେବେଳେ ଦୀପିକାସାକେତ ନଗରରେ ଅନ୍ୟ ଏକ ଘର ଭଡ଼ା ନେଇ ରହୁଥିଲା।ବିଭାସ ଦୀପିକା ରୁମ୍‌କୁ ସବୁବେଳେ ଯିବାଆସିବା କରୁଥିଲା।ବିଭାସର ଭଉଣୀ ଆଭାକୁ କିଛି ଲୁଚାଛପା ନଥିଲା। ଦୀପିକାରଘର ଅଳ୍ଥ ଦୂରରେ ଥିବାରୁ ସେ ଦୁହିଙ୍କ ପ୍ରେମ ସଂପର୍କବିଷୟରେ ସବୁ ଜାଣି ଯାଇଥିଲା। ଆଭା ଏସବୁ ଜାଣିବାପରେ ତାଂ ମାଂଙ୍କୁ ସବୁ କଥା କହି ଦେଇଥିଲା। ହେଲେ ସବୁ ଜାଣି ମଧ୍ୟ  ବିଭାସ ଓ ଆଭାଙ୍କ ମାଂ ଚୁପ୍‌ ରହିଥିଲେ ।କାରଣ ସ୍ଵାମୀଙ୍କ ମୃତ୍ୟୁ ପରେ ବିଭାସ ଘରର ସବୁ ଦାୟିତ୍ଵତୁଲାଉଥିଲା। ତଥାପି ପୁଅର ଏମିତି କାରନାମା ବିଷୟରେଜାଣିବା ପରେ ତାଙ୍କୁ ବହୁତ କଷ୍ଟଲାଗିଥିଲା। କାରଣ ଦୀପିକାସଂପର୍କରେ ବିଭାସର ଭଉଣୀଥିଲା। ତଥାପି ବିଭାସର ମାବୁଝାଇବାକୁ ଚେଷ୍ଟା କରିଥିଲେ।

ଏ ସଂପର୍କ ସମ୍ଭବ ନୁ ହଁ ।ଦୀପିକାତା'ର ଭଉଣୀ ହେବ। ଏହି ସଂପର୍କଯଥାଶୀଘ୍ର ଶେଷ କରିବାକୁ ବିଭାସକୁକହିଥିଲେ । ବିଭାସ ମା'ଙ୍କ କଥାରେ ରାଜିହୋଇ ଯଇଥିଲା। ସେମିତିବି ଦୀପିକା ଭପରୁ ତାଂ ମନହଟି ସାରିଥିଲା। ସେଥିପାଇଁସେ ଦୀପିକା ଠାରୁ ଦୂରେଇବାଆରମ୍ଭ କରିଥିଲା। -

୫ ଜୁନ୍‌, ୨୦୧୬ ଦୀପିକା ବିଭାସ ଘରେ ପହଞ୍ଚିଥିଲା| ରାତିସାରାସେ ସେଠି ଥିଲା। ଅନ୍ୟ ଏକ ରୁମ୍‌ରେ ଆଭା ଶୋଇପଡ଼ିଲାପରେ ବିଭାସ ସହିତ ଝଗଡ଼ା କରିଥିଲା ଦୀପିକା। କାରଣଦୀପିକା ବିଭାସର ମୋବାଇଲେ ତା ଭାବୀ ପତ୍ନୀର ଫଟେଦେଖିପାରିଥିଲା। ଏହି ଫଟେ ଦେଖୁବା ପରେ ଦୀପିକା ରାଗ ସମ୍ଭାଳି ପାରିନଥିଲା। ସେ ପ୍ରଥମରୁ ବିଭାସ ବିଷୟରେଅନେକ କିଛି ଜାଣିଥିଲା। ହେଲେ ତା'କୁ ଜଣାନଥିଲା ବିଭାସଏପରି ଭାବେ ଧୋକା ଦେବ। ଦୀପିକାର ଯୁକ୍ତି ଥିଲା ସେ ତାଂଶରୀର ମନ ସବୁକିଛି ବିଭାସକୁ ଦେଇସାରିଛି। ତଥାପି ସେଅନ୍ୟ ଝିଅର କେମିତି ହୋଇପାରିବ? ହେଲେ ବିଭାସରକହିବା ଥିଲା ତା'ର ଇଚ୍ଛା ଅନୁ ସାରେ ସେ ବିବାହ କରିବ।ବିଭାସଠାରୁ ଦୀପିକା ଏମିତି ଭତ୍ତର ଶୁଣିବ ବୋଲି ଆଶା କରିନଥିଲା।
ଦୀପିକା ଜାଣିସାରିଥିଲା ଦୁହିଁଙ୍କଝଗଡ଼ାର କୌଣସି ଶେଷ ନାହିଁ। ସେଥିପାଇଁ ବିଭାସ    ଗଭୀର ନିଦରେ ଶୋଇପଡିଲା ପରେ ସେ ଏକ ଛୁରୀରେତା' ଛାତିକୁ ଆକ୍ରମଣ କରିଥିଲା। କାଳେ ବିଭାସ ବଞ୍ଚିଯିବଭାବି ଦୀପିକା ତା'ର ଛାତିକୁ ବାରମ୍ବାର ଛୁରୀରେ ଆଘାତ କରିଚାଲିଥିଲା। ବିଭାସର ଚିକ୍କାର ଶୁଣି ଆଭା ନିଦର୍ଗୁ ଉଠିପଡ଼ିଥିଲା। ଆଭା ବାହାରକୁ ଆସି ଏଭଳି ଦୃଶ୍ୟ ଦେଖୁବା ପରେ ଭୟଭୀତହୋଇପଡ଼ିଥିଲା। ସେ ଦୀପିକାକୁ ଧରିବାକୁ ଚେଷ୍ଟା କରିଥିଲା ।ହେଲେ ଦୀପିକା ଛୁରୀ ଫୋପାଡି ସେଠୁ ଖସି ପଳାଇଥିଲା।
ଆଭା କିଛି ପଡ଼ୋଶୀଙ୍କ ସାହାଯ୍ୟରେ ମେଡିକାଲ୍‌ ନେଇଥିଲାବିଭାସକୁ। ମେଡିକାଲ୍‌ରେ ଡାକ୍ତର ବିଭାସକୁ ମୃତ ଘୋଷଣାକରିଥିଲେ।
ବିଭାସକୁ ହତ୍ୟା କରି ସାରିବା ପରେ ଦୀପିକା ମନରେ ଚେତାପଶିଥିଲା। ସେ ସେତେବେଳେ ବୁଝିପାରିଥିଲା ରାଗରେସେ କେତେ ବଡ଼ ଭୁଲ କରି ପକାଇଛି। ସେଥିପାଇଁ ସେଆତ୍ନ ହତ୍ୟା କରିବାକୁ ଉଦ୍ୟମ କରିଥିଲା। ବିଭାସ ଯିବା ପରେଏ ଦୁନିଆରେ ତାଂର କେହି ନଥିଲେ ବୋଲି ଭାବିଥିଲା।ପ୍ରଥମେ ସେ ନିଜ ଭପରେ ଛୁରୀରେ ଆକ୍ରମଣ କରିଥିଲା।ହେଲେ ଡରି ଯାଇଥିଲା। କାରଣ ଏଥିରେ ମରିବାର କୌଣସି ଗ୍ୟାରେଣ୍ଡି ନଥିଲା। ଆଘାତ ଅଧକ ହୋଇନଥିବାରୁ ସେ
ତାଂ ଭପରେ କପଡ଼ା ଘୋଡାଇ ଦେଇଥିଲା। ତାଂପରେଆରଆରଏଲ୍‌ ପେଟ୍ରୋଲ ପମ୍ପକୁ ଯାଇ ପେଟ୍ରୋଲ ଆଣିଥିଲା ।ଆଉ ସେ ପେଟ୍ରୋଲକୁ ନିଜ ଉପରେ ଢାଳି ଦେଇଥିଲା।ହେଲେ ସାହସ ହେଲାନି ନିଳକୁ ନିଆଁ ଲଗାଇବା ପାଇଁ ।ସେଥିପାଇଁ ସେ ତୃତୀୟ ରାସ୍ତା ବାଛିଥିଲା କୂଅକୁ ଡେଇଁ
ଆତ୍ଗ୍୍‌ହତ୍ୟା କରିବ। ହେଲେ ସେ ଯେଉଁ କୂଅକୁ ଡେଇଁଥିଲା ସେଠି ମାତ୍ର ୪ଫୁଟ୍‌ର ପାଣିଥିଲା। ଦୀପିକା ପୁଣିଥରେ ବଞ୍ଚିଯାଇଥିଲା। ହେଲେ ଅନ୍ୟପଟେ ପୁଲିସକୁ ବିଭାସର ହତ୍ୟାଖବର ଜଣା ପଡ଼ିଥିଲା। ପୁଲିସ ଦୀପିକାକୁ ଖୋଜାଖୋଜିକରୁଥିଲା। କିଛି ଲୋକଙ୍କ ସୂଚନା ପାଇ ପୁଲିସ ଭକ୍ତ କୂଅପାଖରେ ପହଞ୍ଚିଥିଲା। ଦୀପିକା କୂଅ ଭିତରେ ଥିଲା। ପୁଲିସକିଛି ଲୋକଙ୍କ ସହାୟତାରେ ଦୀପିକାକୁ ଉପରକୁ ଆଣିବାରେସଫଳ ହୋଇଥିଲା। ସେଠାରୁ ଦୀପିକାକୁ ସିଧା ଥାନାକୁ ନିଆ ଯାଇଥିଲା। ଥାନାରେ ପହଞ୍ଚିବା ପରେ ସେ ପୁଲିସକୁକହିଥିଲା ବିଭାସକୁ ସେ ହତ୍ୟା କରିସାରିଛି । ହେଲେ ତା'କୁକେତେବେଳେ ଫଶୀ ଦିଆଯିବ। ବିଭାସକୁ ହତ୍ୟା କଲାପରେଦୀପିକା ମାନସିକ ସନ୍ତୁଳନ ହରାଇ ବସିଥିଲା। ପୁଲିସ ଟିମ୍‌ଦୀପିକାକୁ ଶାନ୍ତ ଭାବେ ପ୍ରଶ୍ନ କରିବାରୁ ସେ ସବୁକଥା ପୁଲିସକୁକହିଥିଲା। ବିଭାସର ନିର୍ବନ୍ଧ ଫଟେ ଦେଖୂୁବା ପରେ ସେ ରାଗ ସମ୍ଭାଳି ନପାରି ତାଂକୁ ହତ୍ୟା କରିଥିଲା।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...