Monday 8 July 2019

ଝିଅ ଦେଇଥିଲା ହତ୍ୟାର ସୂପାରୀ


         
   ୭ ଏପ୍ରିଲ ୨୦୧୮ ରାକେଶ ପ୍ରତିଦିନ ପରି ସେଦିନ ଚିକ୍ ରାତି ୯ଟାରେ ନିଜ କାମ ଶେଷ କରି ସାମଲି ପହଞ୍ଚିଥିଲେ। ସେତେବେଳକୁ ରାତି ପ୍ରାୟ ୧୦ଟା ହୋଇସାରିଥିଲା। ଷ୍ଟେସନରୁ ଚାଲି ଚାଲି ନିଜ ଘରକୁ ଫେରୁଥିଲେ।କିନ୍ତୁ ଠିକ୍ ତାଙ୍କ ଘର ଗଳି ପାଖରେ ପହଞ୍ଚିବା କ୍ଷଣିହଠାତ୍ ଦୂଇଜଣ ଯୁବକ ବାଇକ୍ରେ ତାଙ୍କର ଅତି ନିକଟକ୍କ୍ ଚାଲି ଆସିଲେ। ରାକେଶ କିଛି ବୁଝିବା  ପୂର୍ବରୁ ସେଇ ଯୁବକମାନଙ୍କ ମଧ୍ୟ ରୁ ଜଣେ ତାଙ୍କ ଉପରକୁଗୁଳି ଚଳାଇ ଅତି ଦ୍ରୁତ ଗତିରେ ଗାଢ଼ି ନେଇ ସେଠାରୁ ଚମ୍ପଟ ମାରିଲେ। ଏତେ ରାତିରେ ଅଚାନକ ଗୁଳିଫୁଚିବା ଶବ୍ଦ ଶୁଣି ଆଖପାଖରେ ଖୋଲାଥିବା ଦୋକାନୀମାନେ ଭୟଭୀତ ହୋଇୟାଡ଼େ ସାଡ଼େ ନଳର ବୁଲାଇ ଦେଖିଲାବେଳକୁ ରାକେଶ ରକ୍ତାକ୍ତ ଅବସ୍ଫଲାରେ ତଳେ ପଡିଥିଲେ।ହେଲେ ଗୁଳି କରିଥିବା ଲୋକକୁ କେହି ବି ଦେଖିପାରିନଥିଲେ। ରାକେଶ ରୁହେଲାଙ୍କୁ ଚିହ୍ନିବା ପାଇଁ ବେଶି ସମୟ ଲାଗିଲାନାହିଁ। ତାଙ୍କ ପରିଚିତ ଦୋକାନିବାଲା ଶୈଳେନ୍ଦ୍ର କିଛି ଲୋକଙ୍କ ସ ହାୟତାରେ ତୁରନ୍ତ ଅଟେ ଡକାଇ ରକ୍ତାକ୍ତ ଅବସ୍ଫାରେ ରାକେଶଙ୍କୁ ମେଡିକାଲ ନେଇ ଯାଇଥିଲେ।
 ଆଉ କିଛି ଲୋକ ଏହି ଖବର ତାଙ୍କ ଘରଲୋକଙ୍କୁ ଦେଇଥିଲେ। ”ପତ୍ନୀ କୃଷ୍ଣା ୩ ନମ୍ବର ଗଳିରେ ରହୁଥିବା ଦିଅର ମୁକେଶ ।ଏବଂ ପୁଅ ସହିତ ତୁରନ୍ତ ମେଡିକାଲ ପହଞ୍ଚିଥିଲେ। କିନ୍ତୁ ଡକ୍କ୍ର ସୂଚନା ଦେଲେ ଯେ ରାକେଶଙ୍କର ରାସ୍ତାରେ ହିଁ ମୃତ୍ୟୁ ହୋଇ ସାରିଥିଲା। ମୁକେଶ ତୁରନ୍ତ ଯାଇ ରାକେଶଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସକୁ ଖବର ଦେଇଥିଲେ।  ମୃତକଙ୍କ ପରିବାର ଲୋକଙ୍କୁ ଛାଡ଼ିଦେଲେ ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ପ୍ରଥମେ ପଚାରି ବୁଝିଥିଲେ ପୁଲିସଚିମ୍। ହେଲେ ଗୁଳି କରିଥିବା ଦୁଇଜଣଙ୍କ ପରିଚୟ କେହି ଦେଇ ପାରିଲେ ନାହିଁ। କିନ୍ତୁପ୍ରତ୍ୟକ୍ଷଦର୍ଶୀ ଶୈଳେନ୍ଦ୍ର ଏବଂ ଅନ୍ୟ କିଛି ଦୋକାନୀବାଲାଙ୍କ ଠାରୁ ଜାଣିବାକୁ ମିଳିଲା ଦୁଇ ସନ୍ଦିଗ୍ଧ ଯୁବକ ଗୁଳି ମାରିବା ପରେ ଖିବ୍ ଜୋର ଗାଡିରେ ବିପରୀତ ଦିଗ ଆଡକୁ ପଳାଇଥିଲେ। ସେମାନେ ରାକେଶଙ୍କ ସହିତ କୌଣସି ଲୁଟପାଟ କରିନଥିଲେ ।

ସିସିଟିଭି ଖୋଲିଲା ରହସ୍ୟ
     ଉତ୍ତର ପ୍ରଦେଶର ସାମଲି ଜିଲ୍ଳାର ଦୟାନନ୍ଦନଗର ଭଳିଜନଗହଳି ପୂର୍ଣ୍ଣ ସ୍ଥାନରେ ଏହି ଅପରାଧ ହୋଇଥିଲା। ଯାହା କି ପୁଲିସ ପାଇଁ ଚିନ୍ତାର କାରଣ ପାଲଟି ଥିଲା। ଷ୍ଟେସନରୁଘଟଣାସ୍ଥଳ ପର୍ଯ୍ୟନ୍ତ ଲାଗିଥିବା ମୋଟ୍ ୬ଟି ସିସିଚିଭିକ୍ୟାମେରା। ପ୍ରତିଟି କ୍ୟାମେରା ଖୋଳତାଡ଼ କରାଗଲା।ପୁଲିସର ସଂପୂର୍ଣ୍ଣ ବିଶ୍ଵାସ ଥିଲା ଯେ ଘଟଣା ଦିନ ଯଦି ଦୁଇ ଅପରାଧୀ ରାକେଶଙ୍କ ପିଚ୍ଛା କରୁଥିବେ ନିଶ୍ଚୟ କ୍ୟାମେରାରେରେକର୍ଡିଙ୍ଗକ୍ ହୋଇଥିବ। ଏମିତି ଭାବି ଅନ୍ଧାରରେ ବାଡ଼ିବୁଲାଉଥିଲା ପୁଲିସ । ହେଲେ ଘ୍ଲଲିସର ସନ୍ଦେହ ସତ ହେଲା।ପେଉଁ ଜାଗାରେ ରାକେଶଙ୍କୁ ଗୁଳି କରାଯାଇଥିଲା, ସେଠାରୁ୫୦ ମାଇଲ୍ ଦୂରରେ ଥିବା ଏକ ଇଲେକ୍ଡ୍ୟଟୋନିକ ଦୋକାନରୁକିଛି ଜିନିଷ କିଣିଥିଲେ ରାକେଶ। ସେହି ସମୟରେ ଦୁଇଯୁବକ ରାକେଶଙ୍କ ପିଚ୍ଛା କରୁ ଥିବାର କ୍ୟାମେରାରେ ପୁଲିସଦେଖି ପାରିଥିଲା। ଦୁଇ ସହ୍ଦିଗ୍ଦ୍ଙ୍କ ପରିଚୟ ଜାଣିବା ପାଇଁ ମୃତରାକେଶଙ୍କ ପତ୍ନୀ କୃଷ୍ଣା ଏବଂ ଦୁଇଝିଅଙ୍କୁ ଚିଦ୍ନିବା ପାଇଁ ଡକା ଯାଇଥିଲା। ହେଲେ ଦୁଇ ଅପରାଧୀଙ୍କ ପରିଚୟ କେହି ଦେଇପାରିଲେ ନାହିଁ। କିନ୍ତୁ ଯେଉଁ ଦୋକାନ ସମ୍ମୁ ଖରେ ରାକେଶଙ୍କୁଗୁଳି କରାଯାଇଥିଲା ସେହି ସମୟରେ ଶୈଳେନ୍ଦ୍ର ଏବଂ ରାକେଶଙ୍କ ପୁଅ ବିଶାଳ ଠିଆ ହୋଇଥିଲେ। ସିସି କ୍ୟାମେରା ଫୁଟେଜ ଦେଖିଲା ପରେ ବିଶାଳ ସେମାନଙ୍କ ମଧ୍ୟ ରୁ ଜଣକୁ ଚିହ୍ନି ପାରିଥିଲା। ରାକେଶଙ୍କ ପରିବାରର୍ମୁ କେବଳ ବିଶାଳ ହିଁ ସେମାନଙ୍କ ମଧ୍ୟ ରୁ ଜଣଙ୍କ ପରିଚୟ ଦେଇ କହିଥିଲା ତା'ର ନାଁ ସମୀର। ଯିଏକି ତା' ଭଉଣୀ କାବ୍ୟାର ସହପାଠୀ ଥିଲା।ପ୍ଲୁଲିସକୁ ବିଶାଳର ଏହି କଥା ଆଶ୍ଚର୍ଯ୍ୟ କରିଥିଲା। ଆଶ୍ଚର୍ଯ୍ୟକଲା ଭଳି ଶକ୍ତ କାରଣ ମଧ୍ୟ  ପୁଲିସ ପାଖରେ ଥିଲା। ଆଉ ସେଇ କାରଣଟି ହେଉଛି ଯେତେବେଳେ ରାକେଶଙ୍କ ସ୍ଥୀ ଏବଂଝିଅଙ୍କୁ ସିସିଟିଭି ଫୁଟେଜରେ ଅପରାଧୀଙ୍କୁ ଚିହ୍ନଟ କରିବାପାଇଁ କୁହାଯାଇଥିଲା, ସେମାନେ କାହାକୁ ବି ଚିଦ୍ନିନାହାନ୍ତିବୋଲି ସଫା ସଫା ମନା କରି ଦେଇଥିଲେ। ମାତ୍ର ବିଶାଲ କଥାଶୁଣି ଥାନାପ୍ରଭାରୀ ସନ୍ଦେହ କଲେ ହ ତ୍ୟା ପଛରେ ନିଶ୍ଚୟ କିଛିଗଭୀର ରହ ସ୍ୟ ଲୁଚି ରହିଛି। ତେଣୁ ତଦନ୍ତକୁ ସେଇ ଦିଗରେଆଗେଇ ନେଲେ।
ସମୀର ଧରା ପଡ଼ିଲା ପୁଲିସ ହାତରେ-
କଥାରେ ଅଛି ଅପରାଧୀ ଅପରାଧ ଘଟାଇ ଖସିଯିବା ପାଇଁଯେତେ ଚେଷ୍ଟା କଲେ ବି ଆଇନ ଆଖିରେ ଧୂଳି ଦେଇପାରେନାହିଁ। ଯେମିତି ହେଲେ ସେ ଧରା ପଡ଼ିଯାଏ । ଏହି ଘଟଣାରେମଧ୍ୟ  ସେମିତି କିଛି ହୋଇଥିବାର ଦେଖିବାକୁ ମିଳିଲା।୧୭ ଏପ୍ରିଲ୍ ନାଲା ପଟରି ନିକଟରେ ଥିବା ଖେଡି କରମୁରେସ୍ତୋରାରୁ ସମୀରକୁ ପୁଲିସ ଧରି ଆଣିଲା ଥାନାକୁ । ସେହିସମୟରେ ତାଂ କାକା ପୁ ଅ ଭାଇ ସାଦବା ସମେତ କାବ୍ୟା ମଧ୍ୟ ଉପସ୍ଥିତ ଥିଲା। ତେଣୁ ପୁଲିସକୁ ସମୀର ପାଟିରୁ ସତ କଥାବାହାର କରିବାକୁ ବେଶି କଷ୍ଟ କରିବାକୁ ପଡିନଥିଲା। ସଙ୍ଗେ ସଙ୍ଗେ ସେ ସବୁ ସତ କଥା ସ୍ଵୀକାର କରିଥିଲା। କାକା ପୁଅଭାଇ ସାଦବା ସହିତ ମିଶି ରାକେଶଙ୍କର ହତ୍ୟା କରିଥିଲେ ଦୁହେଁ। କିନ୍ତୁ ଏହି ହତ୍ୟାର ମାଷ୍ଟରମାଇଣ୍ଡ ଆଉ କେହି ନୁହେଁ ବରଂ ରାକେଶଙ୍କର ନିଜ ଝିଅ କାବ୍ୟା ଥିଲା। ସମୀର ସହିତତିନିବର୍ଷ ପୂର୍ବରୁ ପ୍ରେମ ସଂପର୍କ ଗଢି ଉଠିଥିଲା କାବ୍ୟାର।କିନ୍ତୁ ରାକେଶଙ୍କୁ କାବ୍ୟା ଓ ସମୀରର ସଂପର୍କ ପସନ୍ଦନଥିଲା। ଏ ହାର କାରଣ ସମୀର ଥିଲା ଭିନ୍ନ ଧର୍ମର। ରାକେଶଯେତେବେଳେ ଝିଅର ପ୍ରେମ ସଂପର୍କ ବିଷୟରେ ଅନ୍ୟମାନଙ୍କଠାରୁ ଶୁଣିବାକୁ ପାଇଲେ ତାଙ୍କୁ ଖିବ୍ ଅପମାନିତ ଲାଗିଲା।ଅନ୍ୟ ପଟେ ରାକେଶଙ୍କ ସହିତ ପତ୍ନୀ କୃଷ୍ଣଙ୍କ ସଂପର୍କ ମଧ୍ୟ ଠିକ୍ ନଥିଲା। କୃଷ୍ଣାଙ୍କ ଚରିତ୍ର ଉପରେ ରାକେଶଙ୍କର ସନ୍ଦେହ ଥିଲା। ତାଙ୍କୁ ଲାଗୁ ଥିଲା ସେ ଡିୟୂଚି ଯିବା ପରେ କୃଷ୍ଣା ନିଜ ପ୍ରେମିକମାନଙ୍କ ସହିତ ମିଳାମିଶା କରୁଛନ୍ତି। ଏହି କାରଣରୁଦୁହିଁଙ୍କ ଭିତରେ ଅନେକ ସମୟ ଝଗଡା ଲାଗି ରହୁଥିଲା।ଏହାରି ଭିତରେ ରାକେଶ ଯେତେବେଳେ ଜାଣିବାକୁ ପାଇଲେଝିଅ କାବ୍ୟାର ଜଣେ ମୁସଲିମ ପୁଅ ସହିତ ସଂପର୍କ ଅଛିବୋଲି, ସେ ମା' ଝିଅ ଦୂଇଜଣଙ୍କ ଉପରେ ଲଗାମ ଲଗାଇବାଆରମ୍ଭ କରିଥିଲେ। ଏହା ମଧ୍ୟ ରେ ସମୀର ଏମ୍ବିବିଏସ୍ କୋଚିଂ ନେବା ପାଇଁ କୋଟା ଚାଲି ଯାଇଥିଲା। କିନ୍ତୁ କାବ୍ୟାପ୍ରତି ତା' ମନରୁ ଭଲପାଇବା ଟିକିଏ ବି ଉଣା ହୋଇନଥିଲା| ପ୍ରତି ସପ୍ତାହରେ ସେ ଲୁଚିଲୁଚି କାବ୍ୟାକୁ ଦେଖା କରିବାକୁ ଆସୁଥିଲା।

ଝିଅ ଦେଇଥିଲା ହତ୍ୟାର ସୂପାରୀ
ପତ୍ନୀ ଏବଂ ଝିଅର ଚରିତ୍ର ବିଷୟରେ ଜାଣିବା ପରେ ରାକେଶଙ୍କୁସଚୁ ସଂପର୍କ ଖଟା ଲାଗିଥିଲା। ସେ କାହା ଉପରେ ବିଶ୍ଵାସ କରୁନଥିଲେ। ଯାହାକୁ ଦେଖିଥିଲେ ସନ୍ଦେହ କରୁଥିଲେ।ଅଧୁକାଂଶ ସମୟରେ କୃଷ୍ଣା ଓ କାବ୍ୟାକୁ ମାରଧର କରିବାତାଙ୍କ ପ୍ରତିଦିନର ଅଭ୍ୟାସ ପାଲଟି ଯାଇଥିଲା। ଦିନକୁ ଦିନକୃଷ୍ଣା ଉପରେ ରାକେଶଙ୍କ ଅତ୍ୟାଚାର ବଢ଼ିଯାଲିଥିଲା। କୃଷ୍ଣାରାକେଶଙ୍କର ଅତ୍ୟାଚାର ଆଉ ସହି ପାରୁନଥିଲେ। ଦିନେଦୁଇ ଝିଅଙ୍କ ସାମ୍ନାରେ କହି ଦେଇଥିଲେ, ଏମିତି ମଣିଷ ବଞ୍ଚିରହିବା ଅପେକ୍ଷା ମରିଯିବା ଭଲ। ବାସ୍ ଏଇ କଥାଟି କାବ୍ୟାର ମୁଣ୍ଡରେ ଘର କରି ଯାଇଥିଲା। ସେବେ ଠାରୁ ସେ ନିଜ ବାପାଙ୍କୁମାରିବାର ଯୋଜନା ପ୍ରସ୍ତୁତ କରୁଥିଲା। ସେ ଜାଣିଥିଲା ସମୀରତାକୁ ବହୁତ ଭଲ ପାଉଛି। ସେ ସମୀରକୁ ଯାହା କହିବ ସେସେଇଆ କରିବ। କାବ୍ୟା ତା' ଯେଜନାରେ ସାମିଲ୍ କରିବା ପାଇଁ ସମୀରକୁ ଲକ୍ଷେ ଟଙ୍କା ମଧ୍ୟ  ଦେବାକୁ କହିଥିଲା। ବାପାଙ୍କ ଅତ୍ୟାଚାର ବିଷୟରେ ସମସ୍ତ କଥା କହି ତାଂର ଷଡ଼ଯନ୍ତ୍ରରେ ସାମିଲ୍ କରାଇଥିଲା ସମୀରକୁ । ଏମିତିକି କୃଷ୍ଣା ମଧ୍ୟ  କାବ୍ୟାର ଏହି ଯୋଜନାରେ ହଁ ଭରିଥିଲେ। ମାଂ ଓ ଝିଅ କେବଳ ଅପେକ୍ଷା କରିଥିଲେ ରାକେଶଙ୍କ ମୃତ୍ୟୁ ଖବରକୁ ।
କାବ୍ୟା ସମୀରକୁ ସଫା ସଫା କହି ଦେଇଥିଲା, ସେ ତାକୁ ସେହିଦିନ ଦେଖା କରିବ ଯେଉଁଦିନ ସେ ତାଂ ବାପାକୁ
ହତ୍ୟା କରିବ। ପ୍ରେମିକାକୁ ପାଇବା ଆଶାରେ ସମୀର ଆଉତାଂ କାମ ଶେଷ କରିବାକୁ ଡେରି କଲା ନାହିଁ। ୭ ଏପ୍ରିଲ,ରାକେଶ ଅଫିସ୍ ଗଲା ପରେ କାବ୍ଯା ଦିନସାରା ସମୀରସହିତ ସଂପର୍କରେ ଥିଲା। କାବ୍ୟା କେବେ ବି ତାଂ ବାପାଙ୍କୁଫୋନ୍ କରେ ନାହିଁ। କିନ୍ତୁ ସେଦିନ କୌଣସି ନା କୌଣସିବାହାନା କରି ବାପାଙ୍କୁ ଫୋନ୍ କରୁଥିଲା। ସନ୍ଧ୍ୟା ସାଢେ ୮ଟା ସମୟରେ କାବ୍ୟା ବାପାଙ୍କୁ ଫୋନ୍ କରି କେଉଁଠି ଅଛନ୍ତି ବୋଲି ପଚାରିଥିଲା। ଆସିଲା ବେଳେ ଇଲୋକ୍ଟଟଟ୍ରୋନିକ୍ ପ୍ପଗ୍ଆଣିବା ପାଇଁ ମିଛରେ କହିଥିଲା। କାବ୍ୟା ପୂର୍ବରୁ ସମୀରକୁ ଫୋନ୍ କରି କହି ଦେଇଥିଲା ବାପା ୯ଟା କିମ୍ବା ସାଢେ ୯ଟାରେସାମଲି ଷ୍ଟେସନ ପହଞ୍ଚିଯିବେ। ସମୀର ନିଜ କାକା ପ୍ଲୁଅ ଭାଇ
ସାଦବାକୁ ନେଇ ଷ୍ଟେସନ ପହଞ୍ଚି ଯାଇଥିଲା । ଷ୍ଟେସନ ପାଖରୁଦୂଇଜଣ ରାକେଶଙ୍କର ପିଛା କରିବା ଆରମ୍ଭ କରିଥିଲେ ।ଅନେକଥର ସମୀର ଗୁଳି କରିବାକୁ ଚେଷ୍ଟା କରିଥିଲା। ହେଲେକୌଣସି ଗାଡ଼ି କିମ୍ବା ଲୋକ ଆସି ଯାଉଥିବାରୁ ଗୁଳି ମାରି ପାରିନଥିଲା। ଏମିତି ପିଛା କରୁ କରୁ ଦୁଇଜଣ ରାକେଶଙ୍କ ଘରଗଳି ନିକଟବର୍ତୀ ହୋଇ ଯାଇଥିଲେ। ସମୀରକୁ ଲାଗିଥିଲାଆଜି ଯଦି ସେ ରାକେଶଙ୍କୁ ଗୁଳି ନମାରେ, କାବ୍ଯାକୁ ସେସବୁଦିନ ପାଇଁ ହରେଇ ବସିବ। ତେଣ୍ଠୁ ଏଇ ମଉକା ହାତରୁଖସାଇବାକୁ ସେ ଚାହିଁନଥିଲା। ସଙ୍ଗେ ସଙ୍ଗେ ସମୀର ବନ୍ଧୁକ
ବାହାର କରି ସାଦବାକ୍ୁୁ ଧରାଇ ଦେଇ କହିଥିଲା ଜଲଦି ତାକ୍ଲୁ ଗୁଳି ମାର। ସାଦବା ରାକେଶଙ୍କ ମୁଣ୍ଡଙ୍କୁ ଗୁଳି କରିବା ପରେ ଖିବ୍ ଜୋର ଗାଡି ଚଲାଇ ସେଠାରୁ ପଳେଇ ଥିଲେ। ବନ୍ଧୁକ ଏବଂ ବଳି ପଡ଼ିଥିବା ଗୁଳିକୁ ଘର ନିକଟରେ ଥିବା ଏକ ନାଳ କଡ଼ରେ ଲୁଚାଇ ଦେଇଥିଲେ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...