Monday 8 July 2019

ସମ୍ମାନ ପାଇଁ ଗୁଳି

       ସେ ଦିନ ରାତିରେ ସୁଶୀଳା ଆଖିରେ ନିଦ ନଥିଲା। ତାମନର ଭୟ ତା'କୁ ଶୋଇବାକୁ ଦେଉନଥିଲା। ଉଠିପଡ଼ି ସ୍ବାମୀ ପ୍ରଦୀପକୁ ଦେଖିଥିଲା। ପୁଣିଥରେ ଶୋଇପଡୁଥିଲା ।ସୁଶୀଳା ଳୀବନର ଏମିତି ଏକ ରାସ୍ତାରେ ଠିଆ ହୋଇଥିଲାଯେଉଁଠି ସ୍ବାମୀ ପ୍ରଦୀପ ଠାରୁ ଅଲଗା ହେବାର ଭୟ ତାଂକୁଅସ୍ତବ୍ୟସ୍ତ କରି ପକାଉଥିଲା। ସୁଶୀଳା ମନରେ କାହିଁକି ଏମିତିଭୟ ବାରମ୍ବାର ଆସୁଥିଲା ? ପୂରା ଘଟଣା ବିଷୟରେ ଜାଣିବାକୁ ହେଲେ ସୁଶୀଳା ଏବଂ ପ୍ରଦୀପର ଅତୀତକୁ ଫେରିଯିବାକୁ
ହେବ।
କଲେଜରେ ହୋଇଥିଲା ପ୍ରଥମ ସାକ୍ଷାତ-
          ୩ ବର୍ଷ ପୂର୍ବର କଥା। ପ୍ରଦୀପ ଯେଉଁ କଲେଜରେ ପଢୁଥିଲାପାଖ ଗାର ସୁଶୀଳା ମଧ୍ୟ  ସେଠି ପଢୁ ଥିଲା। ପ୍ରଦୀପ ପ୍ରଥମଥରସୁଶୀଳାକୁ କଲେଜରେ ଦେଖିଥିଲା। ସ୍ମୁଶୀଳା ବିରଧାନ ଗାଁରେ ରହୁଥିବା ଓମ୍ପ୍ରକାଶଙ୍କ ଝିଅ ଥିଲା। ପ୍ରଦୀପ ପ୍ରଥମ ଦେଖାରୁତା' ହୃଦୟ ଦେଇ ବସିଥିଲା। ପ୍ରଦୀପର ମନକଥା ସ୍ମଶୀଳାବେଶ୍ ଭଲଭାବେ ବୁଝିପାରୁଥିଲା। ସେ ବି ମନେ ମନେପ୍ରଦୀପକୁ ଚାହୁଁ ଥିଲା। ଦିନେ ଏକୁଟିଆ ସୁଯୋଗ ଦେଖ୍ ପ୍ରଦୀପ ତା' ହୃଦୟକଥା ସୁଶୀଳାକୁ କହିଥିଲା। ସୁଶୀଳା ହସିଦେଇଚାଲି ଯାଇଥିଲା। ପ୍ରଦୀପ ବୁଝିପାରିଥିଲା ସ୍ଲୁଶୀଳା ବି ତାଂକୁ ଭଲପାଉଛି। ଦୁଇଜଣ ଳାଣିଥିଲେ ସେମାନଙ୍କ ଘରଲୋକ ଏହିସଂପର୍କରେ କେବେ ବି ରାଜି ହେବେ ନାହିଁ । ତଥାପି ସେମନେ ସବୁ ଭୁଲି ସଂପର୍କକୁ ଆଗକୁ ବଢାଇଥିଲେ।

ଘର ଲୋକ କରିଥିଲେ ବିରୋଧ-

   ସୁଶୀଳା ଜାଣିଥିଲା ଘରଲୋକ ଜାଣିଲା ମାତ୍ରେତା'ର ଘରୁ ବାହାରିବା ବନ୍ଦ ହୋଇଯିବ । ହେଲେ ଏହି ଲୁଚାଛପା ପ୍ରେମ ଯେତେ ଲୁଚାଇଲେବି ଲୁଚିନଥିଲା। ଯେତେବେଳେ ଗୀର କିଛିଲୋକ ସୁଶୀଳା ଏବଂ ପ୍ରଦୀପର ପ୍ରେମସଂପର୍କ ବିଷୟରେ ଜାଣିଲେ ଓମ୍ପ୍ରକାଶଙ୍କୁ କହିଦେଲେ। ଓମ୍ପ୍ରକାଶ ଜାଣିଲା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। କାରଣ ତାଙ୍କ ଝିଅ ଜଣେ ତଳଜାତିର ପୁଅକୁ ଭଲପାଇବ ବୋଲି ସେ ବିଶ୍ଵାସ କରିନଥିଲେ।ସେଦିନ ସ୍ଲୁଶୀଳାକୁ ଘରେ ମାଡ଼ଗାଳି ଦେଇ ରୁମ୍ରେ ବନ୍ଦ କରିଦେଲେ। ଏ ହି ଘଟଣା ପର ଠାରୁ ସ୍ଲୁୃଶୀଳା ଉପରେ ନଜରରଖିବା ଆରମ୍ଭ ହୋଇଥିଲା। ଓମ୍ପ୍ରକାଶ ଚିନ୍ତା କରିଥିଲେ କଥାବଢ଼ିବା ଆଗରୁ ସେ ସୁଶୀଳାର ଯଥାଶୀଘ୍ର ବାହାଘର କରାଇ ଦେବେ। ହେଲେ ସୁଶୀଳା ଆଉ କାହାକୁ ବାହା ହେବନି ବୋଲି ଘ୍ରରଲୋକଙ୍କୁ ଶୁଣାଇ ଦେଇଥିଲା।

ଲୁଚିକରି ଚାଲି ଆସିଥିଲା ସୁଶୀଳା-
         ଦିନେ ସୁଶୀଳା ଲୁଚି ଲୁଚି ପ୍ରଦୀପକୁ ଫୋନ୍ କରି ସବୁ କଥାକହିଥିଲା। ପ୍ରଦୀପ ତାଂକୁ ଆଶ୍ଵାସନା ଦେଇ କହିଥିଲା, ସେ ଜଲଦି ତା ଘରଲୋକଙ୍କୁ ମନାଇ ତାଂକୁ ବିବାହ କରିବ।ପ୍ରଦୀପ ତାଂର ଘରଲୋକଙ୍କୁ ସୁଶୀଳା ବିଷୟରେ କହିଥିଲା।ସେମାନେ ସୁଶୀଳାକୁ ବୋହୂ କରି ଆଣିବେ ବୋଲି ରାଜିହୋଇ ଯଇଥିଲେ। ହେଲେ ସୁଶୀଳାର ଘରଲୋକ ନିଚ୍ଚ ନିଷ୍ପତ୍ରରୁ ହଟିନଥିଲେ। ଦୁଇ ପରିବାର ଭିତରେ କଳହ ସୃଷ୍ଟି ହୋଇଥିଲା। ସୁଶୀଳା ପାଇଁ ବହୁ ଳାଗାରୁ ପ୍ରସ୍ତାବ ଆସୁଥିଲା।ହେଲେ ସେ ବାହା ହେବ ନାହିଁ ବୋଲି ମନା କରିଚାଲିଥିଲା। ଶେଷରେ ଘରଲୋକ ମଧ୍ୟ  ସୁଶୀଳାକୁ ତା ଭାଗ୍ୟରେ-ଛାଡ଼ିଦେଲେ।
       ସୁଶୀଳା ଦିନେ ସ୍କୁଯୋଗ ଦେଖ୍ ଲୁଚି ଲୁଚି ଘରୁ ପଳେଇ ଆସିଥିଲା ପ୍ରଦୀପ ସାଙ୍ଗରେ। ଦୁହେଁ ପ୍ରଥମେକୋର୍ଟ ମ୍ୟାରେଜ କରିଥିଲେ। ତା'ପରେ ପ୍ରଦୀପ ଘରଲୋକ ବିବାହର ଆୟୋଜନ କରି ରୀତିନୀତି ଅନୁ ସାରେ ଦୁହିଁଙ୍କବିବାହ କରାଇଥିଲେ। ହେଲେ ଏହି ବିବାହରେ ସୁଶୀଳା ର ଘରଲୋକ ସାମିଲ୍ ନଥିଲେ। ସୁଶୀଳା ତାଂ ନୂଆ ଜୀବନରେବହୁତ ଖିସିଥିଲା। ସୁଶୀଳା ଝିଅ ପ୍ରିୟାକୁ ଜନ୍ମ ଦେଇଥିଲା।ଝିଅ ତିନିବର୍ଷର ହେବା ପରେ ସ୍ମୁଶୀଳା ପୁଣିଥରେ ଗର୍ଭବତୀ ହୋଇଥିଲା। ହେଲେ ସୁଶୀଳା ଖିସି ନଥିଲା। ଗୋଟେ ଅଜଣା ଭୟ ତାଂକୁ ସବୁବେଳେ ବ୍ୟସ୍ତ କରୁଥିଲା। ସୁଶୀଳାଭାବିଥିଲା ପିଲା ହେବା ପରେ ତା'ର ଘରଲୋକ ସବୁ ଭୁଲିତାଂକୁ ପୂଣିଥରେ ଆପଣାଇ ନେବେ। ହେଲେ ସେମିତିହୋଇନଥିଲା। ସେମାନେ ସୁଶୀଳା ସହିତ ସବୁ ସଂପର୍କ ତୁଟାଇ ଦେଇଥିଲେ। ବାହାଘର ପରେ ସୁଶୀଳା କେବେ ବିତା' ବାପ ଘରକୁ ଯାଇନଥିଲା । ସମୟ ସହିତ ସବୁକିଛି ଠିକହୋଇଯିବ ପ୍ରଦୀପ ଏବଂ ସ୍କୁଶୀଳା ଭାବିଥିଲେ।

ସେଦିନ ଥିଲା କାଳ ରାତ୍ରି

ସ୍ଲୁଶୀଳାର ସେହି ଭୟ ବାସ୍ତବ ରୂପ ନେଇଥିଲା। ୧୮ ନଭେମ୍ବର୨୦୧୬, ରାତି । ପ୍ରଦୀପ ଘରର ସବୁ ଲୋକ ଶୋଇ ସାରିଥିଲେ |ପ୍ରଦୀପ ଏବଂ ସୁଶୀଳା ଝିଅ ସହିତ ନିଜ ରୁମ୍ରେ ଶୋଇଥିଲେ।ପ୍ରଦୀପର ମା ବାପା ଏବଂ ଭାଇ ସୂରଜ ଅନ୍ୟରୁମ୍ରେ ଶୋଇଥିଲେ। ସେହି ରାତିରେ ପ୍ରଦୀପଘରର କବାଟ କେହି ବାଡେଇଥିଲେ। ପ୍ରଦୀପନିଦରୁ ଉଠି କବାଟ ଖୋଲିବାକୁ ଯାଇଥିଲା।ପ୍ରଦୀପ କିଛି ବୁଝିବା ଆଗରୁ ତା ଛାତିରେ ଗୁଳିବାଜିଥିଲା। ରକ୍ତାକ୍ତ ହୋଇ ତଳେ ପଡ଼ି ଯାଇଥିଲା।ଗୁଳି ଶବ୍ଦ ଶୁଣି ସୁଶୀଳା ବାହାରକୁ ଚାଲିଆସିଥିଲାହେଲେ ହତ୍ୟାରା ସୁଶୀଳାକୁ ବି ଗୁଳି ମାରିଥିଲେ। ପ୍ରଦୀପରମା' ସୁନୀତା ଏବଂ ସୁରେଶ ବାହାରକୁ ଆସିଥିଲେ ହେଲେସେମାନେ ବି ବର୍ଭିନଥିଲେ । ଶେଷରେ ସୂରଜ ବି ହତ୍ୟାକାରୀଙ୍କଗୁଳିର ଶିକାର ହୋଇଥିଲା। ପୂରା ପରିବାରକୁ ଗୁଳି ମାରିବା ପରେ ହତ୍ୟାକାରୀ ସଙ୍ଗେ ସଙ୍ଗେ ସେଠାରୁ ଫେରାର ହୋଇଯାଇଥିଲେ। ପଡ଼ୋଶୀ ଲୋକ ଏକାଠି ହୋଇ ସ୍ଥାନୀୟ ଥାନାକୁଖବର ଦେଇଥିଲେ। ପୁଲିସ ଆସିବା ପରେ ସମସ୍ତକ୍କୁମେଡିକାଲ ନିଆଯାଇଥିଲା। ତିନିଜଣଙ୍କ ଅବସ୍ଫା ଗମ୍ଭୀର ଥିଲା।ଚିକିତ୍ସା ଅବମ୍ଫାରେ ସ୍ମୁରେଶ, ସୁନୀତା ଏବଂ ପ୍ରଦୀପର ମୃତ୍ୟୁହୋଇଯାଇଥିଲା। ହେଲେ ଡକ୍ଟର ସୁଶୀଳା ଏବଂ ସୂରଜକୁବଞ୍ଚେଇ ଦେଇଥିଲେ। ସ୍ମୁଶୀଳା ଗର୍ଭବତୀ ଥିବାରୁ ଅପେରସନ୍କରି ପିଲାକୁ ବାହାର କରି ଦେଇଥିଲେ। ଦୂଇଜଣ ବିପଦରୁବାହାରି ଆସିଥିଲେ ସତ। ହେଲେ ପରିବାର ଲୋକଙ୍କମୃତ୍ୟୁକୁ ସେମାନେ ଭୁଲି ପାରିନଥିଲା। ସୂରଳ ପୁଲିସକୁପୂରା ଘଟଣା ବର୍ଣନା କରି କହିଥିଲା। ହେଲେ ଏହି ହତ୍ୟାପଛରେ କାହାର ହାତ ଥିଲା ପୁଲିସକୁ ବାହାର କରିବାକୁ ବେଶିସମୟ ଲାଗିନଥିଲା। ପୁଲିସ ଟିମ୍ ସୁଶୀଳାର ଘରକୁ ଯାଇଥିଲାହେଲେ ସେଠି ସୁଶୀଳାର ବାପା ଏବଂ ତାଙ୍କ ଦୁଇ ପୁଅ ସୋନୁ ଓ ମୋନୁ ଫେରାର ଥିଲେ। ପୁଲିସ ଯଥାଶୀଘ୍ର ଦୁଇଜଣଙ୍କୁଖୋଜିବାରେ ଲାଗି ପଡ଼ିଥିଲା।
ସୁଶୀଳାର ପରିବାର ଲୋକ ଥିଲେ ହତ୍ୟାକାରୀ
        ପୁଲିସକୁ ବିଶ୍ଵାସ ହୋଇଥିଲା ଏହି ହତ୍ୟାକାଣ୍ଡରେସୁୁଶୀଳାର ଘରଲୋକଙ୍କ ହାତ ଅଛି। ୨୨ ନଭେମ୍ବରକୁ ପୁଲିସ ସୁଶୀଳାର ଭାଇ ସୋନୁକୁଗିରଫ କରିଥିଲା। ସେ ସବୁ ଅପରାଧ ସ୍ବୀକାରକରିଥିଲା। ଏହି ହତ୍ୟାକାଣ୍ଡରେ ସ୍ମୁଶୀଳାର ବାପାଓମ୍ପ୍ରକାଶ ଏବଂ ଭାଇ ମୋନ୍ୁ ସାମିଲ୍ ଥିଲେ।  ସୁଶୀଳା ତା' ନିଜ ଇଚ୍ଛାରେ ତଳ ଜାତିର ପୁଅକୁବାହା ହୋଇଥିବାରୁ ଘରଲୋକ ପ୍ରତିଶୋଧ ନେବାକୁଯାଇ ଏହି ହତ୍ୟାକାଣ୍ଡ ରଚିଥିଲେ। ସ୍ଲୁଶୀଳା ବାହାହେବାର ଏତେ ବର୍ଷ ପରେ ବି ସେମାନଙ୍କ ରାଗ ଶାନ୍ତ ହୋଇନଥିଲା। ପୂରା ପରିବାର ସୁଶୀଳା ଏବଂ ପ୍ରଦୀପର ବିରୋଧୀ ଥିଲେ। ମୋନୁୁ ଅପରାଧୀପ୍ରବୃଭିର ଥିଲା। ସେ ତାଂ ପିଉସୀଙ୍କ ପୁଅ ହରିଶ୍ସହିତ ମିଶି ଷଡ଼ଯନ୍ତ୍ର ତିଆରି କରିଥିଲା। ମୋନ୍ଗ୍ ସମସ୍ତଙ୍କସାମ୍ନାରେ ଧମକ ଦେଇ କହୁ ଥିଲା ଭଉଣୀକୁ ସେ ନିଶ୍ଚୟଦଣ୍ଡ ଦେବ ହେଲେ ପ୍ରଦୀପକୁ ସେ କେବେ ବି ଛାଡ଼ିବନି।ପ୍ରଦୀପଠାରୁ ସେ ପ୍ରତିଶୋଧ ନେବ। ଆଉ ଯେତେବେଳେ ଭାଇର ଏମିତି ଧମକ ସ୍ଲୁଶୀଳା କାନରେ ପଡ଼ିଛି ତା' ମନରେଭୟ ସୃଷ୍ଟି ହୋଇଥିଲା। ପ୍ରଦୀପ ଏବଂ ତାଂଘରଲୋକଙ୍କୁମାରିବାର ଧମକ ଶୁଣିବା ପରେ ସେ ବ୍ୟସ୍ତ ହୋଇ ପଡ଼ୁ ଥିଲା। କିନ୍ତୁ ତାଂର ଏହି ଭୟ ବାସ୍ତବରେ ପରିଣିତ ହେବ ବୋଲି ଜାଣିନଥିଲା। ମୋନୁ ଖିବ୍ ଚାଲାକ ଥିଲା। ସେ ଯୋଜନା କରି ସାନ ଭାଇ ସୋନୁକ୍ୁୁ୍ ସୁଶୀଳା ଘରକୁ ପଠାଇବା ଆରମ୍ଭ କରିଥିଲା। ଏହା ପଛରେ କାରଣ ଥିଲା ସୁଶୀଳାର ଘରଲୋକକେଉଁଠି ଶୁଅନ୍ତି ଏବଂ ଘରେ କିଛି ମାରଣାସ୍ତ ଅଛି କି ନାହିଁ ।ସୋନୁ ସବୁ ଖବର ମୋନୁକୁ ଦେଉଥିଲା। ହରିଶ୍ ସହିତମିଶି ସେମାନେ ନିଜ ଷଡ଼ଯନ୍ତ୍ରରେ ସଫଳ ହୋଇଥିଲେ ସତ ।ହେଲେ ପୁଲିସ ହାତରେ ଧରା ପଡ଼ି ଯାଇଥିଲା। ଗୋଟେଦିନ ପରେ ସୁଶୀଳାର ଷଡ଼ଯନ୍ତ୍ରକାରୀ ବାପା ଓମ୍ପ୍ରକାଶ କୁପୁଲିସ ଗିରଫ କରିଥିଲା। ସ୍କୁଶୀଳା ଭାବିନଥିଲା ଜଣେ ତଳଜାତିର ପୁଅକୁ ପ୍ରେମ କରିବାରୁ ତାଂକୁ ଏତେ ବଡ଼ ଦଣ୍ଡ ମିଳିବ। ଓମ୍ମ୍ରକାଶ ନିଜ ହାତରେ ଝିଅର ସଂସାର ଉଳାଡ଼ି ଦେଇଥିଲେ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...