ଆରତି ସମସ୍ତ ଙ୍କୁ ସ୍ନେହ କରୁ ଥିଲା ହେଲେ ନନ୍ହେ କୁ ଟିକେ ଅଧିକ ! ନନ୍ହେର ମୁଣ୍ଡ କୁଣ୍ଡେଇ ଦେରଥିଲା ! ତା ବେକରେ ପାଉଡର ପକେଇ ଦେଉଥିଲା ! ତା’ କାଖରେ ଅତର ସ୍ପ୍ରେ କରି ଦେଉ ଥିଲା ତା ସହ ସୁଖଦୁଃଖ ହେଉଥିଲା ! ତାକୁ ଗେଲ କରୁ ଥିଲା ଆକଟ ବି କରୁ ଥିଲା ! ପୁଣି ଆବଶ୍ୟକ ସ୍ଥଳେ ସାନ୍ତ୍ୱନା ବି ଦେଉ ଥିଲା
ନନ୍ହେ ସମ୍ପର୍କରେ ଆରତିର ଦିଅର ଥିଲା ! ସେ ଥିଲା ସ୍ୱାମୀ ଅରେଦ୍ରର ମାଉସି ପୁଅ ଭାଇ! ବୟସରେ ଥିଲା ୬ବର୍ଷ ସାନ! ତାର ପୁରାନାମ ଶିବମ୍ ସିଂହ! ଆରତି ନନ୍ହେ କୁ ସମସଙ୍କଠୁ ଅଧିକ ଭଲପାଇବା ପଛରେ ଦୁଇଟା କାରଣ ଥିଲା ! ପ୍ରଥମତଃ ଅନ୍ୟ ଯେତେଜଣ ଥିଲେ ସମୟେ ତା ସ୍ୱାମାଙ୍କ ସମବୟୟ! ନ ହେଲେ ସ୍ଵାମାଙ୍କଠୁ ବଡ଼ ! ସେମାନଙ୍କ ମଧରୁ କେବଳ ନନ୍ହେ ଥିଲା ସାନ! ତେଣୁ ସେ ହିଁ ଥିଲା ତା’ର ଏକମାତ୍ର ଦିଅର; ଯାହ! ସହ ସେ ଥଚ୍ଚାମଜା କରିପାରୁ ଥିଲା ପୁଣି ତାକୁ ନାଲିଆଖ୍ ବି ଦେଖେଇ ପାରୁ ଥିଲା ! ଦ୍ଵିତୀୟ କାରଣଟି ଥିଲା ବେଶ୍ ବଳିଷ୍ଠ ଓ ଗୁରୁତ୍ୱପୂର୍ଣ! ତାହ! ହେଉଛି ନନ୍ହେ ଥିଲା ଜଣେ ପୋଲିଓ ଆକ୍ରାନ୍ତ ଯୁବକ! ତାର ପ୍ରାୟତଃ ଗୋଟେ ଗୋଡ଼ ନ ଥିଲା ! ସେ ଗୋଟିଏ ଗୋଡ଼ରେ ହିଁ ଆଶାବାଡ଼ିର ସହାୟତା ନେଇ ଚଲାବୁଲା କରୁ ଥିଲା !
ସେ ତାର ଅଭିଜ୍ଞତାରୁ ଜାଣିଥିଲା ପେ ଭିନ୍ନକ୍ଷମ ହୋଇଥିବା ! ମଣିଷମାନେ ସବୁବେଳେ ଏକପ୍ରକାର ହୀନମନ୍ୟତାର ଶିକାର ହେଉଥାନ୍ତି ; ଯାହାକୁ କୁହାଯାଏ ଇନ୍ଫେରିଅରିଟି କମ୍ବେକ୍ସ! ସେମାନେ ଭାବନ୍ତି ସେ, ଲୋକମାନେ ସେମାନଙ୍କୁ ହୀନ ଦୃଷ୍ଟି ଦ୍ରେ ଦେଖୁଛନ୍ତି ! ଘୃଣା କରୁ ଛନ୍ତି ! ରଚିତ ସମାନ ବେରନାହାନ୍ତି ! ସେମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଉନାହିଁ ! କାରଣ ସେମାନେ ଭିର୍ଣ୍ଣ ଷମ ! ସେମାନେ ଅନ୍ୟମାନଙ୍କ ପରି ସମ୍ପୂର୍ଣ୍ଣ ମଣିଷ ନୃହନ୍ତି ! ଏପରି ଭାବିବା ଦ୍ଵାରା ସେମାନେ ମାନସିକ ସ୍ଥରରେ ଯନ୍ତଣା ଭୋଗନ୍ତି ! ସେମାନଙ୍କର ମନୋବଳ କମିଯାଏ! ସେମାନେ ହତାଶ ହୋଇଯାଆରି! ଆରତି କିନ୍ତୁ ଚାହୁଁ ନ ଥିଲା ଯେ, ନନ୍ହେ କ୍ଷେତ୍ରରେ ସେମିତି ଘଟୁ ! ଅନ୍ତତଃ ସେ ଏକଥା ନ ଭାବୃ ଯେ, ନୂଆ ଭାଉଜ ତାକୁ ଅଣଦେଖା କରୁଛି! ଅନ୍ୟମାନଙ୍କ ଭଳି ତା’ସହ ମିଶୁନାହିଁ ବା କଥା ହେଉନାହିଁ ସେଥିଲାଗି’ ଆରତି ନନ୍ହେ କୁ ସବ୍ରୁଠୁ ବେଶି ସମୟ ବେଉଥିଲା! ସେ ନନ୍ହେ କୁ କହୂଥିଲା- ‘ଦେଖ ନନ୍ହେ, ତୁମର ସିନା ଗୋଟେ ଗୋଡ଼ ନାହିଁ! ହେଲେ ତୁମର ଅନ୍ୟ ସବୁ ଅଙ୍ଗ ବେଶ୍ ସୁ ସ୍ଥ ସତେଜ ଆଉ ବଳିଷ୍ଠ ଅଛି! ଆରେ ତୁମେ ଏମିତି କାମ ସବ୍ରୁ କରିପାରିବ ଯାହାକୁ କରିବା ପାଇଁ ପୂର୍ଣ୍ଣାଙ୍ଗ ମଣିଷମାନେ ଚିନ୍ତା ମଧ କରିପାରିବେ ନାହିଁ!’ ନନ୍ହେ,ର ମନୋବଳ ବଢ଼େଇବା ପାଇଁ ଆରତି ପୁଣି କହୂଥିଲା ‘ଜାଣ ନନ୍ହେ! ଈଶ୍ଵର ଯାହାଠୁ ଗୋଟେ କଥା ଛଡ଼େଇ ନିଅନ୍ତି ତାକୁ ଅନେକ କଥା ଦେଇଦିଅନ୍ତି ! ତୁମେ ତ କୋଟିଏରେ ଗୋଟିଏ! ଦେଖି ବ ତୁମେ ଅନେକ ଉପରକୁ ଯିବା’ ଆରତିର କଥା ସବୁ ରୁ ନନ୍ହେ ମନରେ ଶ୍ରାବଣର ବର୍ଷା ସୃଶ୍ଚି କରୁ ଥିଲା! ସମୟ ଗତୂଥିଲା! ଆରତି ଗର୍ଭବତୀ ହେଲା! ସେ ଏକ କନ୍ୟା ସନ୍ତାନ ଜନ୍ମ ଦ୍ଦେଲା! ଖବର ପାଇ ନନ୍ହେ ତୂରନ୍ତ ଯାଇ ପହଁଚି ଗଲା ଆରତି ନିକଟରେ! ଝିଅକୁ ଆଣି ତା’ କୋଳରେ ଢେଲା ଆରତି! ନନ୍ହେ ଝିଅକୁ ଦ୍ଦେଖୀ ଲା ଆଉ ପଚାରିଲା- ‘ଭାଉଜୀ କହିଲ ଝିଅର ମୁହଁ କାହା ଭଳି ହୋଇଛି! ଭାଇଙ୍କ ଭଳି ନା ତୂମ ଭଳି?’ ଆରତି ହସିବେଲା ଓ ନନ୍ହେର ନାକଅଗକୁ ଚିପିବେଇ କହିଲା- ‘ଆରେ ବ୍ରୁଦୃ, ଝିଅର ମୁହଁ ନା ମୋ ଭଳି ହେଇଛି ନା ତୁମ ଭାଇଙ୍କ ଭଳି ହେଇଛି ! ସିଏ ତ ଆମ ସୂନା ଦିଅର ନନ୍ହେର ମୁହଁ ଆଣିଛି! ହେଇ ବେଖୁନ ତା’ ଆଖ୍ ନାକ ଆଉ ଓଠ |
ଆରତିର କଥା ନନ୍ହେ ମନରେ ଖୁସାର କଇଁଫୁଲ ଫୁଟାଉଥିଲା ! ସେ ଶୂନ୍ୟରେ ତୋଳିଲା ସ୍ଵପର ମୈଫିଲ୍! ସେ ଶୁଣିଥିଲା ଯେ ଗର୍ଭବତୀ ଥିବା ବେଳେ ମା’ ଯାହ! କଥାଭାବେ ଗର୍ଭରେ ଥିବା ବା ପିଲାଟି ଠିକ୍ ତା’ରି ପରି ହୋଇଥାଏ! ବୋଧହୁଏ ଏମିତି ହୋଇଛି, ଭାଉଜ ଆରତି ତା’ କଥା ଭାବୁଛି ତା’ ସହ ସମର୍କ କରିବାକୁ ସ୍ବପ୍ନ ଦେଖୁଛି! ହୁଏତ କୌଣସି ନା କୌଣସି କାରଣରୁ ସେ ଭାଇ ଅରେଦ୍ରକୁ ନେଇ ଖୁସା ନୁହେଁ ସେ ମନେ ମନେ ତାକୁ ହିଁ ଭଲପାଇ ବସିଛି! ବାସ୍ଥବିକ ପ୍ରଥମ ଦେ ଖାରୁ ଆରଚିର ପ୍ରେମରେ ପଡ଼ିଯାଇଥିଲା ନନ୍ହେ! ତା’ ରୁପ ତାକୁ ପାଗଳ କରିଦ୍ଦେଇଥିଲା! ତା କଥାରେ ସେ ଦିୱାନ! ବନିଯାଇଥିଲା! ହେଲେ ତାହାକୁ ସେ ପାପ ଚୋଲି ଭାବୁ ଥିଲା! କାରଣ ଆରତି ଥିଲା ତା’ର ଭାଉଜ ! କିନ୍ତୁ ଆରତୀର କଥା ଶୁଣି ନନ୍ହେ ଭାବିଲା, ବୋଧହୁଏ ଆରତି ତାକୁ ଏକାନ୍ତରେ ଚାହୁଁଛି! ସେ ତ ଦିନେ ତାକୁ କହିଥିଲା ଯେ, ନନ୍ହେ! ତୂମେ ଏମିତି କାମ ସବୁ ରୁ କରିପାରିବ ଯାହାକୁ କରିବା ପାଇଁ ପୂର୍ଣ୍ଣାଙ୍ଗ ମଣିଷମାନେ ଚିନ୍ତ! ମଧ କରିପାରିବେ ନାହିଁ ! ପୁଣି ସେହି ଆରତି ତାକୁ କହିଥିଲା ଯେ, ନନ୍ହେ ! ତୂମେ ତ କୋଟିଏରେ ଗୋଟିଏ! ନନ୍ହେର ଛାତିରେ ଆବେଗର ବନ୍ୟା ସୃଷ୍ଟି ହେଲା ସେ ଚେଷ୍ଟାକରି ଶୋଇ ପାରିଲାନାହିଁ! ତାକୁ ଭୋକ ଲାଗିଲା ନାହିଁ ! ସେ ଚାହିଁ ରହି ବି ସ୍ବପ୍ନ ର ଦୁନିଆରେ ଘୂରି ବୁଲି ଲା! ସେ ଭାବିଲା ପଦି ସେ ସାହସ କରି ଆରତିକୁ କହିତେବ ପେ, ଆରତି ମୁଁ ତୁମକୁ ଭଲପାଏ,ତା’ହେଲେ ଆରତି କେବେ ବି ତାକୁ ମନା କରିବନି! ଓଲଟି ତାକୁ ସେ ଏକଥା କହିବ ପେ’ ନନ୍ହେ, ମୁଁ ତୂମଠୁ ଏତିକି ଶୁଣିବାକୁ ଅପେକ୍ଷା କରିଥ୍ରି! ମୁଁ ତୁମକୁ ଭଲପାଏ ମୋର ପ୍ରିୟ ନନ୍ହେ! ଆଇ ଲଭ ୟୁ! ହେଲେ ନ! ନନ୍ହେ, ସାହସ କରି ଆରତିକୁ ନିଜ ମନକଥା କହିପାରୁ ଥିଲା! ନା ଆରତିର ମନକଥା ଜାଣିପାଚୁଥିଲା ! ସମୟ ତା’ ବାଟରେ ଆଗକୁ ଵଢୁଥିଲା ଦିନେ ଘଟିଗଲା ଗୋତେ ଦୁର୍ଘଟଣା! ଅଗେଦ୍ରକୁ କିଛି ଲୋକ ହତ୍ୟାକରି ରାସ୍ଥାକଡ଼ରେ ଫୋପାଡ଼ିବେଲେ ! ବାସ୍ତବ ରେ ଅଗେଦ୍ର କଣେ ଗାଡ଼ି ଚାଳକ ଥିଲା! ଆଉ ତା’ର ଅନେକ ଲୋକଙ୍କ ସହିତ ଶତ୍ରୁତା ରହିଥିଲା! ତାହା ହିଁ କାଳ ସାଜିଲା ତା’ ପାଇଁ ! ବିଧବା ହେଇଗଲା ଆରତି! ବାପଛେଉଣ୍ଡ ହେଇଗଲା ଆରତିର ଝିଅ! ପୁତ୍ରହରା ହେଇଗଲେ ଅଗେଦ୍ରର ବାପା ଗଜେନ୍ଦ୍ର ଓ ମ କାଞ୍ଚନ!
ମାଉସୀ ପୁଅ ଭାଇ ଅରେଦ୍ରର ମୃତ୍ୟୁ ଖବର ନନ୍ହେ ପାଇଁ ଯେତିକି ଦୁଃଖ ବେଇଥିଲା; ଭାଉଜ ଆରତି ଏକୁଟିଆ ହୋଇଯାଇଥିବା ଘଟଣା ତାକୁ ସେତିକି ଖୁଶି କରିଦେଲା! ନନ୍ହେ ଏଥର ସବୁବେଳେ ଆସିଲା ଭାଉଜ ନିକଟକୁ! ତା’ ପ୍ରତି ଆରତିର ବ୍ୟବହାର ଆଗରୁ ଯେମିତି ଥିଲା ସ୍ୱାମା ମରିଗଲା ପରେ ଠିକ୍ ସେହିପରି ରହିଥିଲା! ତଥାପି ଆରତିକୁ ପ୍ରପୋଜାଲ ଦେବାକୁ ସାହସ କରିପାରି ନ ଥିଲା ନନ୍ହେ! ସତେ ଯେମିତି ସେ କେବଳ ସମୟକୁ ହିଁ ଅପେକ୍ଷା କରୁ ଥିଲା
ଆରତି ତା’ ଶାଶୁଶ୍ଵଶୂରଙ୍କ ର ଜଣେ ଖୁବ୍ ଭଲ ବୋହୁ ଥିଲା! ! ସେମାନେ ତାକୁ ବୋହୁ ନୁହେଁ; ଝିଅ ଭଳି ହିଁ ଦ୍ଦେଖୁଥିଲେ! ସ୍ଵାମାକୁ ହରେଇବା ବେଳକୁ ଆରତିକୁ ହୋଇଥିଲା ମାତ୍ର ୨୨ବର୍ଷ ! ଶ୍ଵଶୁର ଗଜେନ୍ଦ୍ର ତାବ୍ରୁଥିଲେ’ ଆରତିର ସେତିକି ବୟସ ହୋଇନାହିଁ ଯେଉଁ ବୟସରେ ସେ ବିଧବା ଭାବରେ ଜୀବନ ବଞ୍ପାରିବ ଆଉ ଗୋଟେ ଝିଅକୁ ମଣିଷ କରିପାରିବା ତା’ ପାଇଁ ଏବେ ଜଣେ ସ୍ଵାମୀର ଏକାନ୍ତ ପ୍ରୟୋଜନ ରହିଛି! ଏହ! ଭାବି ସେ ତାଙ୍କର ପତ୍ନୀ କୁ ନେଇ ଆରତିର ପିତାମାତାଙ୍କୁ ଭେଟିଲେ ଏବଂ ତାଙ୍କର ସାନପୁଅ ହରେନ୍ଦ୍ର ସହିତ ଆରତିର ପୁନ ବିବାହ କରାଇବାର ପ୍ରସ୍ତାବ ବେଲେ! ଆରତି ପିତାମାତାଙ୍କର ଏହାକୁ ନେଇ କୌଣସି ଆପଭି ନ ଥିଲା ! ହେଲେ ଏହି ପ୍ରସ୍ଥାବକୁ ଘୋର ବିରୋଧ କଲେ ଉଭୟ ଆରତି ଏବଂ ହରେନ୍ଦ୍ର | ଆରତି କହିଲା, ‘ମୁଁ ହରେନ୍ଦ୍ର ରକୁ ମୋର ସାନଭାଇ ଭଳି ଦେଖେ ! ତେଣୁ ତା’ର ସା ହୋଇପାରିବିନି!’ ହରେନ୍ଦ୍ର ବି କହିଲ!” ‘ଆରତି ମୋର ବଡ଼ ଭାଉଜ! କେମିତି ତାକୁ ମୁଁ ମୋର ସ୍ତ୍ରୀ ଭାବରେ ଦେଖି ପାରିବି ଅତଏବ ପ୍ରସ୍ତାବ କାଟ୍ ଖାଇଗଲା! ଏସବୁ ର ଖବର ରଖୁଥିଲା ନନ୍ହେ! ହରେନ୍ଦ୍ର ସହିତ ଆରଢିର ବିବାହ ହେବା କଥା ଶୁଣି ସେ ଭାଙ୍ଗି ପଡ଼ିଥିଲା! ହେଲେ ଯେତେବେଳେ ପ୍ରସ୍ତାବ ନାକଚ ହୋଇଗଲା ସେତେବେଳେ ସେ ଖୁସାରେ ନାଚି ଉଠିଲା! ଭାବିଲା, ସେ ଆଉ ଡେରି କରିବା ଉଚିତ ନୁହେଁ! ଏଥର ତା’ର ମନକଥା ଆରତିକୁ କହିଦେବା ଆବଶ୍ୟକ
ଦିନେ ସେ ଆସି ପହାଞ୍ଚୀ ଗଲା ଆରତି ନିକଟରେ! ଘରେ ଏକୁଟିଆ ଥିଲା ଆରତି! ଝିଅକୁ ଧରି ଖରା ପୋଉଁଥିଲା ! ନନ୍ହେକୁ ଦେଖି ଖୁଶି ହୋଇଗଲା ! କହିଲା, ନନ୍ହେ ତୂମେ ତ ଅନେକ ଦିନ ହେଲା ଆସିନାହଁ ! କ’ଣ ମେ! ଉପରେ ରାଗ କରିଛ! ନନ୍ହେ ଚୂଫ୍ ରହିଲା! ତା’ ମନ ଭିତରେ କିନ୍ତୁ ଆବେଗର ଘୂଶ୍ଚିଝଡ଼ ସୃଷ୍ଟି ହେରଥିଲା! ସେ କେମିତି ଆରତିକୁ ପ୍ରପୋଜ କରିବ ସେକଥା ଭାବି ଆକ୍ଟ ମାକତା ହେଉଥିଲା! ସିଧାସଳଖ ଆରତିକୁ ଅନେରଲା ଓ କହିଲା- ‘ଆରତି’ ତୁମେ କ’ଣ ସତରେ ଆଉ ଥରେ ବିବାହ କରିବ’ ଆରତି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲା! କାରଣ ପ୍ରଥମଥର ପାଇଁ ନନ୍ହେ ତାକୁ ଭାଉଜ ନ ଡାକି ତା’ର ନାଁ ଧରି ଡାକୁଥିଲା! ନିଜକୁ ସମ୍ଭାଳି ନେଲା ଆରତି! କହିଲା-’ ‘ମୁଁ ଆଉ କ’ଣ କରିବି ! ମେ! ପାଇଁ ତ ଜଣେ କେହି ଦରକାର !’ ନନ୍ହେ କହିଲା- ‘ଯଦି ସେହି ଜଣକ ମୁଁ ହୁଏ?’ ଆରତି କିଛି ଉତ୍ତର ଦେଲାନି! ରାଗିଲାନି କିମା ହସିଦେଲାନି! ନନ୍ହେ କହିଲା- ‘ଠିକ୍ ଅଛି, ମୁଁ କାଲି ଆସିବି ଆଉ ମୋତେ ତୁମର ଜବାବ କାଲି ଦେବ ’ ଏତିକି କହି ଘରୁ ବାହାରିଗଲା ନନ୍ହେ ! ତା’ପର ଦିନ ଆସି ପହଚି ଗଲା ନିର୍ଜାରିତ ସମୟରେ! ଆରତି କହିଲା- ପ୍ରତ୍ୟେକ ନାରୀର କଣେ ପୁରୁଷ ଲୋଡ଼ା! ମୁଁ ବି ଗୋଟେ ନାରୀ ଠିକ୍ ଅଛି, ମୁଁ ତୁମ ପ୍ରସ୍ଥାବରେ ରାଜି ! ନନ୍ହେ ଭାବି ନ ଥିଲା ଏତେ ସହଜରେ ତାମନର ନାୟିକା ତାକୁ ହଁ କରିଦେବ! ସେ ସେଇଠି ତାକୁ ଆଲିଙ୍ଗନ କରି ତା ମୁହଁକୁ ଚୁମ୍ବନରେ ଛାଇବେଲା! ଆରମ୍ଭ ହେଲା ଏକ ପ୍ରେମ କାହାଣୀ! ନନ୍ହେ ଆରତିକୁ ଭଲପାଇଲା! ତା ଝିଅକୁ ସ୍ନେହ କଲା ! ସେମାନେ କେବଳ ପ୍ରେମିକ ପ୍ରେମିକା ହୋଇ ରହିଲେନି! ସାମସ୍ତଙ୍କ ଗୋପନରେ ସେମାନେ ମିଳିତ ବି ହେଲେ! କାରଣ ଉଭୟଙ୍କ ଉଭୟେ ଦରକାର ଥିଲେ! ପ୍ରାୟ ବର୍ଷକ ପରେ ସେମାନଙ୍କର ବିବାହ ହୋଇଗଲା!
ବିବାହର ୬ମାସ ପରେ....
ଝିଅଘରକୁ ଦିନେ ଆସି ପହଞ୍ଚଲେ ଆରତିର ମା’ ଗ1ତା ସିଂହ ଭଦୁରିଆ! ସେ ଆସି ଦେଖ୍ ବା ବେଳକୁ ଘର ବାହାରୁ ଲକ୍ କବାଯାଇଥିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ! ନନ୍ହେର ଦେଖା ନ ଥିଲା! ସେ ସନ୍ଧ୍ୟା ଯାଏ ଅପେଷାକଲେ! କାହାରି ଦେଖା ମିଳିଲା ନାହିଁ ! ସେ କୌଶଳ କରି ଘର ର ଗୋଟିଏ ଝରକା ଫିଟେଇ ପାରିଲେ ଓ ଦେଖି ଲେ ’ ଘରେ ପଡ଼ିଛି ଆରତିର ମୃତଦେହ! ସେ ତୁରନ୍ତ ପୋଲିସକୁ ଖବର କଲେ! କହିଲେ ପେ, ନନ୍ହେ ତାଙ୍କଠୁ ପଚାଶ ହଜାର ଟଙ୍କା ଯୌତୁକ ଦାବି କଚୂଥିଲା! ସେଥି ପାଇଁ ତାଙ୍କ ଝିଅକୁ ହତ୍ୟା କରିଦେଇଛି! କିଛିଦିନ ପରେ ପୋଲିସ ଗିରଫ କଲା ନନ୍ହେକୁ! ନନ୍ହେର ବୟାନ ଥିଲା ସମୂର୍ଣ୍ଣ ଭିନ୍ନ! ସେ କହିଲା- ସେ ଆରତିକୁ ଭଲ ପାଉ ଥିଲା! ବାହାହେ ଲା! ହେଲେ ଦିନେ ସେ ଘରକୁ ଫେରି ଦେଖୀ ଲା ବେଳକୁ ଆରତି ଅନ୍ୟ ଜଣେ ପୁରୁଷ ସହିତ ନିଜର ଶରୀର ବିନିମୟ କରୁଥିଲା! ସେ ସହିପାରିଲାନି! ଆରତି ଶୋଇଥିବା ବେଳେ ତାର ତଶ୍ଚି ଚିପିଦ୍ଦେଲା!
ଅବାକ୍ ହୋଇଗଲା ପୋଲିସ ନନ୍ହେର ବୟାନ ଶୁଣି! ପୁଣି ଆରତି ମାଙ୍କ ଅଭିଯୋଗ ବି ଥିଲାବିଭ୍ରାନ୍ତି କର! ଯଦି ନନ୍ହେ. ଆରତିକୁ ଭଲ ପାଇ ବିବାହ କଲା ତା’ହେଲେ ଯୌତୁକ ଦାବି କଲା କଣ ପାଇଁ? ପୁଣି ଯଦି ଆରତି ନନ୍ହେ କୁ ପସନ୍ଦ କରୁ ଥିଲା ତା’ହେଲେ ନିଜ ପାଇଁ ଆଉ ଜଣେ ପୁରୁଷର ଆବଶ୍ୟକତା ଅନୁଭବ କଲା କ’ଣ ପାଇଁ? ଉତ୍ତର ଯାହା ହେଉ, ନନ୍ହେ ହିଁଥିଲା ହତ୍ୟାକାରୀ ତାକୁ ପଠେଇଦିଆଗଲା ଜେଲକୁ!