Showing posts with label ଓଡ଼ିଆ. Show all posts
Showing posts with label ଓଡ଼ିଆ. Show all posts

Thursday, 24 December 2020

ଉତ୍କୋଚ ଥିଲା, ଅଛି ଓ ରହିଥିବ

 

ପ୍ରଖ୍ୟାତ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କ ପାଖକୁ ଜଣେ ଭଦ୍ରବ୍ୟକ୍ତି ଚରିତ୍ର ପ୍ରମାଣପତ୍ର ନେବାକୁ ଆସିଥିଲେ। ସୁରେନ୍ଦ୍ର ମହାନ୍ତି ଜଣେ ରାଜନେତା ମଧୢ ଥିଲେ ଏବ˚ ଏକାଧିକ ବାର ସେ ଲୋକସଭା ଏବ˚ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଭଦ୍ରବ୍ୟକ୍ତି ବାରମ୍ବାର କହୁଥିଲେ, ମୁଁ ଜଣେ ସାଧୁ, ସଚ୍ଚୋଟ ମଣିଷ, କେବେ କାହାଠାରୁ ପାଞ୍ଚ ପଇସା ବି ନେଇନାହିଁ। ଏଥିରେ ସୁରେନ୍ଦ୍ର ମହାନ୍ତି ଟିକେ ବିରକ୍ତ ହୋଇଯାଇ ପଚାରିଲେ, ଆପଣ କ’ଣ କରନ୍ତି? ସେ କହିଲେ, ମୁଁ ଜଣେ ଶିକ୍ଷକ। ସୁରେନ୍ଦ୍ର ମହାନ୍ତି ହସି ଦେଇ କହିଲେ, ବଳଦର ବ୍ରହ୍ମଚର୍ଯ୍ୟ! ଏକ୍‌ସାଇଜ, ସେଲ୍‌ସ ଟାକ୍‌ସ, ସପ୍ଲାଇ ବିଭାଗରେ କାମ କରି ଯଦି ତୁମେ ସଚ୍ଚୋଟ ରହିଥାନ୍ତ, ତେବେ ତୁମର ସଚ୍ଚୋଟତା ବୁଝିହୁଅନ୍ତା। ଶିକ୍ଷକତାରେ ଦୁର୍ନୀତି କରିବାର ସୁଯୋଗ କାହିଁ?

 

ଦୁର୍ନୀତି କରିବାକୁ ସୁଯୋଗ ମିଳୁଥିଲେ ଜଣେ ଦୁର୍ନୀତି କରିବ। ଅମିନ, ରାଜସ୍ବ ନିରୀକ୍ଷକ, କଲେକ୍ଟର ଅଫିସ୍‌ର ବରିଷ୍ଠ କିରାଣି, ସିଡିପିଓ, ବନବିଭାଗର ରେଞ୍ଜ ଅଫିସର, ସେଲ୍‌ସ ଟାକ୍‌ସ ଅଫିସର, ତହସିଲଦାର, ବିଡିଓ, ଡିଏଫ୍‌ଓ, ଇଞ୍ଜିନିୟର ଇତ୍ୟାଦି ଦୁର୍ନୀତି ଅପରାଧରେ ଭିଜିଲାନ୍‌ସ ଜାଲରେ ପଡୁଛନ୍ତି। ଏବେ ଶିକ୍ଷକ, ଅଧୢାପକଙ୍କ ଘରକୁ ମଧୢ ଭିଜିଲାନ୍‌ସ ଚଢ଼ଉ କରୁଛି। ଶିକ୍ଷକ ଓ ଅଧୢାପକଙ୍କ ମାଧୢମରେ ସରକାର ଖର୍ଚ୍ଚ କରୁଛନ୍ତି, ଏଣୁ ଏବେ ସେମାନଙ୍କୁ ସୁଯୋଗ ମିଳୁଛି। ଏବେ କିନ୍ତୁ ଚର୍ଚ୍ଚାରେ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କର ଦୁର୍ନୀତି। ଏହି ବରିଷ୍ଠ ଅଫିସରଙ୍କର ସମ୍ପତ୍ତି ଏବ˚ ବିଳାସପୂର୍ଣ୍ଣ ଜୀବନଶୈଳୀ ରାଜ୍ୟବାସୀଙ୍କୁ ଚକିତ କରିଛି। ଚର୍ଚ୍ଚା ହେଉଛି ଯେ ରାଜ୍ୟର ଇତିହାସରେ ଏତେବଡ଼ ଦୁର୍ନୀତିଖୋର ଅଫିସର ପ୍ରଥମ ଥର ପାଇଁ ଭିଜିଲାନ୍‌ସ ପଞ୍ଝାରେ ପଡ଼ିଛି। କୋଭିଡ୍‌ର କଟକଣା ସମୟରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ବିପର୍ଯ୍ୟସ୍ତ, ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା, ସାଧାରଣ ଲୋକେ ହନ୍ତସନ୍ତ; ସେଇ ସମୟରେ ବନବିଭାଗର ଏହି ବାବୁ ଭଡ଼ା ଉଡ଼ାଜାହାଜରେ କୋଡ଼ିଏ ଥର ପୁନେ, ମୁମ୍ବାଇ, ପାଟନା ଯାଇଛନ୍ତି ଏବ˚ ଭଡ଼ା ବାବଦକୁ ତିନି କୋଟି ଟଙ୍କା ଦେଇଛନ୍ତି। ଛୁଟି କଟେଇବାକୁ ବିଦେଶ ଭ୍ରମଣ କରିଛନ୍ତି। ଭୁବନେଶ୍ବର, ପାଟନା, ମୁମ୍ବାଇ, ପୁନେ ଆଦି ସହରରେ ଘର କରିଛନ୍ତି। ଗୋଟିଏ ଦିନ ପାଇଁ ଦୁଇ ଲକ୍ଷ ସତୁରି ହଜାର ଟଙ୍କା ଭଡ଼ା ଦେଇ ହୋଟେଲରେ ରହିଛନ୍ତି। ମାତ୍ର କିଛି ଦିନରେ ମୁମ୍ବାଇର ମହଙ୍ଗା ଓ ସମ୍ଭ୍ରାନ୍ତ ତାଜ ପାଲେସ ହୋଟେଲରେ ନବେ ଲକ୍ଷ ଟଙ୍କା ଉଡ଼େଇ ଦେଇଛନ୍ତି। ଏକାଧିକ ବିଳାସପୂର୍ଣ୍ଣ କାର୍‌ ରଖିଛନ୍ତି, ଗୋଟିଏ ଗୋଟିଏ କାର୍‌ର ଦାମ୍‌ କୋଟିଏ ଟଙ୍କାରୁ ଅଧିକ। ଜଣେ ସରକାରୀ ଚାକିରିଆ ଦୁର୍ନୀତି ଉପାୟରେ ଏତେ ରୋଜଗାର କରି ଏପରି ବିଳାସପୂର୍ଣ୍ଣ ଜୀବନ କାଟିପାରେ, ସାଧାରଣତଃ ବିଶ୍ବାସ କରି ହେଉନି।

 

 

ପ୍ରତିଦିନ ଖବରକାଗଜରେ ଭିଜିଲାନ୍‌ସ ଜାଲରେ ପଡ଼ି କୌଣସି ନା କୌଣସି କର୍ମଚାରୀ ଗିରଫ ହେବାର ଖବର ବାହାରୁଛି। କିନ୍ତୁ ଦୁର୍ନୀତି ବା ଲାଞ୍ଚ କାରବାର ହ୍ରାସ ପାଉନି। ସୁଯୋଗ ଥିଲେ ଦୁର୍ନୀତିଖୋର କର୍ମଚାରୀ ତାକୁ ହାତ ଛଡ଼ା କରୁନି। କର୍ମଚାରୀର ଦୁର୍ନୀତି ରୋକିବାକୁ ହେଲେ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଲୋଡ଼ା। ଦୁର୍ନୀତି ଦୂର କରିବା ଏବ˚ ପ୍ରଶାସନରେ ସ୍ବଚ୍ଛତା ଆଣିବାକୁ ପଦକ୍ଷେପ ନିଆଯାଉଛି। ଯେମିତି କମ୍ପ୍ୟୁଟର୍‌କରଣ। ଉଦାହରଣ ସ୍ବରୂପ ଅନ୍‌ଲାଇନରେ ଟିକେଟ କାଟିବା ପ୍ରଚଳନ ପରେ ରେଳବାଇରେ ଦୁର୍ନୀତି କମିଛି, କର ପ୍ରଶାସନରେ କମ୍ପ୍ୟୁଟର ମାଧୢମରେ ପଞ୍ଜୀକରଣ କରିବା, ରିଟର୍ଣ୍ଣ ଦାଖଲ କରିବା, େଵ ବିଲ୍‌ ନବା ପରଠୁ ଲାଞ୍ଚ କାରବାର ହ୍ରାସ ପାଇଛି। ପଞ୍ଜୀକରଣ, ରିଟର୍ଣ୍ଣ ଦାଖଲ କରିବାକୁ ଜଣଙ୍କୁ ଅଫିସ ଯିବାକୁ ପଡୁନି। ସେଲ୍‌ସ୍‌ ଟାକ୍‌ସ ବଦଳରେ ଜିଏସ୍‌ଟିର ପ୍ରବର୍ତ୍ତନ ଫଳରେ ଅନେକା˚ଶରେ ଦୁର୍ନୀତି ହ୍ରାସ ପାଇଛି। ମୁଖ୍ୟତଃ, ଜିଏସ୍‌ଟିରେ କ୍ରୟ ମୂଲ୍ୟ ଉପରେ ପୈଠ କର ଫେରସ୍ତ ବ୍ୟବସ୍ଥା ବା ଇନ୍‌ପୁଟ୍‌ ଟାକ୍‌ସ କ୍ରେଡିଟ ପାଇଁ। ଇନ୍‌ପୁଟ ଟାକ୍‌ସ କ୍ରେଡିଟ ପାଇବାକୁ ହେଲେ ଜଣଙ୍କୁ ବିଲ୍‌ ବା ଇନଭଏସ୍‌ ରଖିବା ଆବଶ୍ୟକ। କମ୍ପ୍ୟୁଟରରେ ମେଳକ ଫଳରେ ଠକେଇ ଧରାପଡ଼ିଯାଉଛି। କେବଳ ସରକାରୀ କର୍ମଚାରୀମାନଙ୍କର ଦୁର୍ନୀତି କମିନାହିଁ; ଯେଉଁ ବ୍ୟବସାୟୀ ଠକିବାକୁ ଚେଷ୍ଟା କରୁଛନ୍ତି, ସେମାନେ ମଧୢ ଧରାପଡ଼ୁଛନ୍ତି। ଏହି ବର୍ଷେ ଦେଢ଼ବର୍ଷ ଭିତରେ ଓଡ଼ିଶାରେ ଦଶ ବାର ଜଣ ବ୍ୟବସାୟୀ ଧରାପଡ଼ି ଜେଲ ଯାଇଛନ୍ତି।

 

କମ୍ପ୍ୟୁଟର୍‌କରଣ ହେଉ କିମ୍ବା ପ୍ରଶାସନର ସ୍ବଚ୍ଛତା ପାଇଁ ବ୍ୟବସ୍ଥାର ପରିବର୍ତ୍ତନ ହେଉ ଏହାର ମଧୢ ସୀମା ରହିଛି। ଯେତେ ସତର୍କତା ଗ୍ରହଣ କଲେ ବି ଦୁର୍ନୀତିଖୋର ଲୋକର ଉର୍ବର ମସ୍ତିଷ୍କରୁ ବାଟଟିଏ ବାହାରିଯିବ। ଲକ୍ଷେ ଗଛ ଲଗେଇବାକୁ ମଞ୍ଜୁରି ହୋଇଛି, ସେଥିପାଇଁ ଅର୍ଥର ବ୍ୟବସ୍ଥା କରାଯାଇଛି, ଲକ୍ଷେ ଗଛ ଲାଗିଲା, ନା ହଜାରେ ଗଛ ଲାଗିଛି, ଦେଖୁଛି ବା ଗଣୁଛି କିଏ? କେନ୍ଦୁପତ୍ରକୁ ବିକ୍ରି କରି ଦେଇ, ଫଡ଼ିଘର (ଯୋଉଠି କେନ୍ଦୁପତ୍ର ରୁହେ)କୁ ନିଆଁ ଲଗେଇ, ନକ୍‌ସଲ ପୋଡ଼ି ଦେଲେ କହିଲେ, କୋଉ ବ୍ୟବସ୍ଥା ଧରିପାରିବ? ଯୋଉ ବରିଷ୍ଠ ବନାଧିକାରୀ ଏବେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି, ସେ ଗୋଟିଏ ମାସରେ କିମ୍ବା ଗୋଟିଏ ବର୍ଷରେ ଏତେ ସମ୍ପତ୍ତି କରିନାହାନ୍ତି। ଅଧସ୍ତନ କର୍ମଚାରୀ ବା ଉପରିସ୍ଥ ହାକିମଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସହାୟତା ବିନା ଏହା ସମ୍ଭବ ନୁହେଁ। ସରକାରୀ କର୍ମଚାରୀଙ୍କର ଗୁପ୍ତ ଚରିତ୍ର ପଞ୍ଜିକା ଉପର ହାକିମ ଲେଖନ୍ତି। ସେଥିରେ ଗୋଟିଏ ସ୍ତମ୍ଭ ଅଛି ସଚ୍ଚୋଟତା। ଉପର ହାକିମ ଏଥିରେ ମନ୍ତବ୍ୟ ଦିଅନ୍ତି। ଏହି ବରିଷ୍ଠ ବନ ଅଧିକାରୀଙ୍କୁ ତାଙ୍କର ଉପର ହାକିମ ସଚ୍ଚୋଟ ବା ଉତ୍ତମ ଚରିତ୍ରର ବୋଲି ପ୍ରମାଣପତ୍ର ଦେଇଛନ୍ତି। ସଚ୍ଚୋଟତା ଉପରେ ପ୍ରଶ୍ନ ଉଠିଥିଲେ, ଚାକିରିରେ ତାଙ୍କର ପଦୋନ୍ନତି ମିଳିନଥାନ୍ତା। କିନ୍ତୁ ଏହି ଅଧିକାରୀ ପଦୋନ୍ନତି ପାଇ ପାଇ ଉପରକୁ ଉଠିଛନ୍ତି ଏବ˚ ଭଲ ଭଲ ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ମଧୢ ପାଇଛନ୍ତି। ପ୍ରଶାସନ ବ୍ୟବସ୍ଥାରେ ନିଶ୍ଚିତ ତ୍ରୁଟି ରହୁଛି, ଯାହା ସୁଧାରିବା ଆବଶ୍ୟକ। ଫକିର ମୋହନ ସେନାପତି ତାଙ୍କର ଆତ୍ମଚରିତରେ ଲେଖିଛନ୍ତି, ‘ଉତ୍କୋଚ ଗ୍ରହଣଟା ଦୋଷାବହ ବୋଲି ଗଣ୍ୟ ନ ହୋଇ ବର˚ଚ ପ୍ରଶ˚ସାର ବିଷୟ ବୋଲି ଧରା ହେଉଥିଲା। ଯେଉଁ ଅମଲାର ଯେତେ ଉପରି ଲାଭ, ସମାଜରେ ତାହାର ସେତିକି ପ୍ରତିଷ୍ଠା। ପ୍ରବାଦ ଥିଲା- ମିଛ ବଣିଜ, ଚାକର ଚୋର। ମିଥ୍ୟା, ବ୍ୟଭିଚାର, ଉତ୍କୋଚ ଥିଲା, ଅଛି ଓ ଚିରକାଳ ଥିବ।’ ଫକିରମୋହନ ତାଙ୍କର ଆତ୍ମଚରିତ ୧୯୧୭ ମସିହା ବେଳକୁ ଲେଖି ସାରିଥିଲେ। ସୁତରାଂ, ଏହା ଊନବି˚ଶ ଶତାବ୍ଦୀର ଚିତ୍ର। ଫକିରମୋହନ ଆତ୍ମଚରିତ ଲେଖା ଦିନରୁ ଶହେ ବର୍ଷ ପରେ ମଧୢ ସାମାଜିକ ଚିତ୍ର ବଦଳି ନାହିଁ। ଅର୍ଥାତ୍‌, ଯୋଉ ଅମଲାର ଯେତେ ଉପରି ଲାଭ, ସମାଜରେ ତାହାର ସେତିିକି ପ୍ରତିଷ୍ଠା।

 

ଏହି ବନ ବିଭାଗର ଉଚ୍ଚ ପଦାଧିକାରୀଙ୍କର ପୁଅ ସହିତ ଜଣେ ରାଜନେତାଙ୍କ ଝିଅର ବାହାଘର ହୋଇଥାନ୍ତା, ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ହୋଟେଲରେ। ସେଥିପାଇଁ ଦଶ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ବିବାହ ପୂର୍ବରୁ ବାପପୁଅ ଧରାପଡ଼ି ଜେଲରେ। କିଛି ରାଜନୈତିକ ଲୋକ ପ୍ରଶ୍ନ କରୁଛନ୍ତି ଝିଅ ବାହାଘର ହୋଇଥାନ୍ତା, ଭିଜିଲାନ୍‌ସ ଦଶଦିନ ଚଢ଼ଉ କରିବାକୁ ବିଳମ୍ବ କରିଥିଲେ କ’ଣ ଚଳିନଥାନ୍ତା? କିଛି ସାମ୍ବାଦିକ ଓ ସ୍ତମ୍ଭକାର ମଧୢ ଟିଭିର ଆଲୋଚନା ବେଳେ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ସେମାନଙ୍କର କ୍ଷୋଭ ଝିଅର ବାହାଘର ହୋଇପାରିଲା ନାହିଁ। କିନ୍ତୁ ବନ ଅଧିକାରୀଙ୍କର ପୁଅ ଟାଟା କମ୍ପାନିର ଏକ ବିଭାଗର ମ୍ୟାନେଜି˚ ଡାଇରେକ୍ଟର ବୋଲି କହି ଚାକିରି ଦେବା ନାମରେ ଯେଉଁମାନଙ୍କ ଠାରୁ ଟଙ୍କା ନେଇ ଠକିଛନ୍ତି, ସେମାନଙ୍କ ଭିତରୁ ଗୋଟିଏ ଝିଅର ବାପା ମଧ୍ୟ ସେଠାରେ ଥିଲେ। ତାଙ୍କର ଟଙ୍କା ବୁଡ଼ିଲା ଏବ˚ ଝିଅର ବାହାଘର ମଧୢ ହୋଇପାରୁନାହିଁ। ସେହି ଝିଅଟିର କଥା ବି ମନକୁ ଆସିବା କଥା। ଯେ ପର୍ଯ୍ୟନ୍ତ କେବଳ ସମ୍ପତ୍ତି ଓ ସାମାଜିକ ପ୍ରତିଷ୍ଠା ପାଇଁ ଜଣଙ୍କୁ ସମ୍ମାନ ମିଳୁଥିବ, କେଉଁ ଉପାୟରେ ସମ୍ପତ୍ତି ଜଣେ ଅର୍ଜିଛି ବିଚାରକୁ ନିଆଯିବନି, ସେ ପର୍ଯ୍ୟନ୍ତ ଦୁର୍ନୀତି ରହିଥିବ। ଯେବେ ଜଣେ କହିବ ମୁଁ ଦୁର୍ନୀତିଖୋର ଲୋକର ଘରୁ ଝିଅ ଆଣିବି ନାହିଁ କିମ୍ବା ସେଭଳି ଲୋକର ଘରକୁ ଝିଅ ଦେବିନି, ହୁଏତ ସେତେବେଳେ ଦୁର୍ନୀତି ଲୋପ ପାଇବ।

ସହଦେବ ସାହୁ

କଳିଙ୍ଗ ବିହାର, ଭୁବନେଶ୍ବର

ମୋ: ୯୪୩୭୫୭୮୭୩୩

Wednesday, 15 January 2020

ମାୟାବିନୀ ନାରୀ


ମାୟାବିନୀ ନାରୀର ଚାଲ୍କୁ ବୁଝିପାରିବା ଅସମ୍ଭବ ।ଯେତେବେଳେ ସ୍ଵୟଂ ଭଗବାନ ନାରୀମାୟାକୁ ବୁଝିବାରେ ଫେଲ୍ମାରିଛନ୍ତି ସେଠି ସାଧାରଣ ମଣିଷ ବା କରିବ କ'ଣ, କ୍ରିଷ୍ଣାପ୍ରେମରେ ପଡ଼ିଗଲେ ପ୍ରିୟଙ୍କା ଓ ସରିତା । ପ୍ରିୟଙ୍କା ଓ ସରିତାକ୍ରିଷ୍ଣାର ଏ ମାୟା ରୂପକ ଜାଲରୁ ବାହାରି ଯେଉଁ ସତ ପାଖରେ ପହଞ୍ଚିଲେ ଯାହା ସେମାନଙ୍କ ପାଦ ତଳର ମାଟିକୁ ଧସେଇ ଦେଲା...


କ୍ରିଷ୍ଣା ତା ପନ୍ନୀ ପ୍ରିୟଙ୍କାଙ୍କୁ ଜୀବନଠାରୁ ବେଶୀ ଭଲପାଉଥିଲା ।ସବୁବେଳେ ପ୍ରିୟଙ୍କାଙ୍କର ସବୁ ପ୍ରକାର ଅଳିଅର୍ଦଳୀକୁ ସହ୍ୟ କରୁଥିଲାସେ। ବୈବାହିକ ଜୀବନର ୪ବର୍ଷ ଏ ଦୁହେଁ ହସ ଖୁସିରେବିତାଇଥିଲେ । କିନ୍ତୁ ହଠାତ୍ ଏମାନଙ୍କ ଦାମ୍ପତ୍ୟ ସୁଖରେ କାହାରନଜର ଲାଗିଯିବା ପରି ସବୁବେଳେ କ୍ରିଷ୍ଣା ଓ ପ୍ରିୟଙ୍କାଙ୍କ ଭିତରେ
କଳି ଝଗଡ଼ା ଲାଗିଲା । ପ୍ରିୟଙ୍କାଙ୍କ ପ୍ରତି ଛୋଟ ଛୋଟ କଥାରେ କ୍ରିଷ୍ଣା ତାଙ୍କ ଉପରକୁ ହାତ ଉଠାଉଥିଲା ଯାହା ଫଳରେ ପ୍ରିୟଙ୍କାଭାଇଙ୍କୁ ଡକାଇ ବାପ ଘରକୁ ଚାଲିଯାଉଥିଲା । କିଛିଦିନ ସେଠାରେ ରହି ରାଗ ଶାନ୍ତ ହେବା ପରେ ପ୍ରିୟଙ୍କା ପୁଣି କ୍ରିଷ୍ଣା ପାଖକୁ ଚାଲି ଆସୁଥିଲେ ।


କ୍ରିଷ୍ଣା ସିଏଫ୍ଏଲ୍ ବଲ୍ବ କମ୍ପାନୀ ସ୍ଥାପନ ପାଇଁ ପ୍ରିୟଙ୍କାଙ୍କୁ ତାଙ୍କବାପ ଘରୁ ୮ ଲକ୍ଷ ଟଙ୍କା ଆଣିବାକୁ କହିଥ୍ଲା । ପୂର୍ବରୁ କ୍ରିଷ୍ଣା ୫ଲକ୍ଷ ଟଙ୍କା ତା ଶ୍ଵଶୁର ଘରୁ ଟଙ୍କା ବ୍ୟବସାୟ ପାଇଁ ଆଣିଥାଲା କିନ୍ତୁସେ ଟଙ୍କାରେ ସେ ବ୍ୟବସାୟରେ ବ୍ୟୟ ନ କରି ସେ ଟଙ୍କାରେ କାରକିଣିଥିଲା । ଏବେ ପୁଣି କ୍ରିଷ୍ଣା ଟଙ୍କା ମାଗିବାରୁ ପ୍ରିୟଙ୍କା ତା” ଉପରେରାଗିଗଲେ ଓ ହୁହିଁଙ୍କ ଭିତରେ ଟଙ୍କାକୁ ନେଇ କଳିଗୋଳ ଆରମ୍ଭହୋଇଗଲା । ପ୍ରତି ଥର ଭଳି ଏଥର ମଧ୍ୟ ପ୍ରିୟଙ୍କା ଭାଇଙ୍କୁ ଡାକି ବାପ ଘରକୁ ଚାଲିଗଲେ ।

ବାପଘରେ ପ୍ରାୟ ୧ମାସ ରହିବା ପରେ ପ୍ରିୟଙ୍କା ହଲ୍ପବାନୀ ତିକୋନିୟା କଲୋନୀରେ ପହଞ୍ଚିଲେ । ବିବାହର ୧୫ ଦିନ ପରେ ହି ପ୍ରିୟଙ୍କା ଓ କ୍ରିଷ୍ଣା ଏହି କଲୋନୀର ଏକ ଭଡ଼ା ଘରେ ରହି ଆସୁଥିଲେ ।ପ୍ରିୟଙ୍କା ଘରକୁ ଫେରି ଦେଖୁଲେ ତାଙ୍କ ଶୋଇବା ଘରେ ଆଉ ଜଣେନବ ବିବାହିତ ମହିଳା ବସିଛି । ସେ କିଏ ବୋଲି ପ୍ରିୟଙ୍କା ପ୍ରଶ୍ନକରିବାରୁ କ୍ରିଷ୍ଣା କହିଲା ସେ ମୋ ସ୍ତ୍ରୀ ସରିତା । ଏ କଥା ଶୁଣିପ୍ରିୟଙ୍କା ରାଗି ଲାଲ୍ ହୋଇଗଲେ ଓ କହିଲେ - ' ମୁଁ ଥାଉ ଥାଉ ତୁମେଦ୍ବିତୀୟ ସ୍ତ୍ରୀ ଆଣିପାରିଲ କେମିତି ?.,, ମୋ ଭଲପାଇବାରେ କେଉଠ।ରେ ତୁଟି ରହିଲ।
ଯେ... |

ପ୍ରିୟଙ୍କାର କୋହଭରା କଥାଶୁଣି କ୍ରିଷ୍ଣା କହିଲା ମୁଁ ଏମିତି ଜଟିଳ ପରିସ୍ଥିତିରେ ପଡ଼ିଗଲି ଯେ
ମୋତେ ବାଧ୍ଯ ହୋଇ ବାହାହେବାକୁ ପଡ଼ିଲା ।

କ୍ରିଷ୍ଣା ତା'ର ଦୁଇ ପନ୍ନୀଙ୍କ ସହପ୍ରାୟ ୪ ମାସ ରହିବା ପରେପ୍ରିୟଙ୍କାଙ୍କୁ ପୁଣି ଟଙ୍କା ପାଇଁକହିଲା । ଟଙ୍କାକୁ କେନ୍ଦ୍ର କରିଫ୍ରିୟଙ୍କ। ଓ ର୍କ ଷ୍ଣା ଭିତରେହୋଇଥିଲା ଭୀଷଣ ଝଗଡ଼ା ।କ୍ରିଷ୍ଣା ପ୍ରିୟଙ୍କ।କ୍କୁ ଧମକ।ଇକହିଲା - 'ଯଦି ତୁ ମୋତେ ଟଙ୍କାଆଣି ନ ଦେଉ ତେବେ ତୁ ଆଉଏ ଘରେ ରହି ପାରିବୁ ନାହିଁ ।'ପ୍ରିୟଙ୍କାକୁ ଏ କଥା ବହୁତ ବାଧ୍ଲା
ସେ ସଙ୍ଗେ ସଙ୍ଗେ ବାପ ଘରକୁବାହାରି ଗଲେ । ବାପ ଘରକୁଯାଇ ଘରଲୋକଙ୍କୁ ସବୁ କଥା କହିଲେ ।

ଘରଲୋକେ ପ୍ରିୟଙ୍କାଙ୍କଠାରୁ ସବୁକଥା ଶୁଣି କ୍ରିଷ୍ଣା ସେନ୍ ନାରେ ଥାନାରେ କମ୍ପ୍ଲେନ୍ ଦେବାକୁବାହାରିଲେ । ପ୍ରିୟଙ୍କାଙ୍କ ମା' ବାପା କାଠଗୋଦାମ ଥାନାରେ ପହଁଞ୍ଚି ଥାନରଅଧୁକାରୀଙ୍କୁ ର୍କହଁଲେ- 'ଆମେ ଝିଅକୁ ଭଲ ଯୌତୁକ ଦେଇ ବାହା କରାଇବାସତ୍ତ୍େ କ୍ରିଷ୍ଣା ସବୁବେଳେ ପ୍ରିୟଙ୍କା ସହ ଟଙ୍କା ପାଇଁ ଝଗଡ଼ା କରିବା ସହ
ପ୍ରିୟଙ୍କା ସହ ସମ୍ବନ୍ଧରେ ଥିବାସତ୍ତ୍ଵେ ଦ୍ବତୀୟ ବିବାହ କରିଛି ।'ଘରଲୋକଙ୍କଠାରୁ ପ୍ରିୟଙ୍କାଙ୍କ ଦୁଃଖଦ କାହାଣୀ ଶୁଣିବା ପରେକ୍ରିଷ୍ଣା ଉପରେ କଠୋର ପଦକ୍ଷେପ ନେବେ ବୋଲି ଥାନା ଅଧ୍କାରୀକହିଲେ । ଏହାପରେ ବାପ ମା'ଙ୍କ ସହ ପ୍ରିୟଙ୍କା ଘରକୁ ଫେରିଆସିଲେ । ଥାନାରେ କମ୍ଚ୍ଲେନ୍ ଦେବାର ୪ମାସ ବିତିଗଲା ତଥାପି ପୋଲିସ କ୍ରିଷ୍ଣା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ।
୨୦୧୭, ଅକ୍ଟୋବର ୯ ତାରିଖରେ ପ୍ରିୟଙ୍କା ତାଙ୍କ ଭାଇ ସହ କାଠଗୋଦାମର ଏସ୍ଏସ୍ପି ଜୟପ୍ରଭାକର ଖଣ୍ଡୁରୀଙ୍କୁ ଦେଖା କରିସବୁ କଥା କହିଲେ । ଜୟପ୍ରଭାକର ପ୍ରିୟଙ୍କାଙ୍କ କଥାକୁ ଗୁରୁତ୍ର ଦେଇଏଏସ୍ଆଇ ସଂଜୟ ଜୋଶୀଙ୍କୁ ଫୋନ୍ କରି କହିଲେ ସଙ୍ଗେ ସଙ୍ଗେ କ୍ରିଷ୍ଣାସେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ । ଆଉ ୟା ପରେ ସଙ୍ଗେ ସଙ୍ଗେ କ୍ରିଷ୍ଣାକୁ କାବୁ କରିନେଲା । ଥାନାରେ ପୋଲିସଅଧୁକାରୀମାନେ ତାକୁ କହିଲେ - ସ୍ତ୍ରୀକୁ ମାରିବା ଓ ଡାଉରୀ ମାଗିବାକାରଣରୁ ତୋତେ ଜେଲ୍ ପଠାଯିବ ।' ଏ କଥା ଶୁଣି କ୍ରିଷ୍ଣା କହିଲା -“ମୁଁ ତ ଗୋଟିଏ ଝିଅ... ମୋ ଉପରେ ଏ ସବୁ ଆକ୍ ଲାଗିପାରିବନି |'ଏ କଥା ଶୁଣି ସେଠାରେ ଉପସ୍ଥିତ ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ବିଶେଷ କରି ପ୍ରିୟଙ୍କା ସ୍ଵାମୀଙ୍କ ଏ ବୟାନ ଶୁଣି ସ୍ତବ୍ଧ ହୋଇଗଲା ।ପୋଲିସ ଅଧୁକାରୀ ସଙ୍ଗେ ସଙ୍ଗେ କ୍ରିଷ୍ଣାକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇ ଦେଲେ ଯେଉଁଥିରୁ ଜଣାପଡିଲା କ୍ରିଷ୍ଣା ଗୋଟିଏ ଝିଅ ।

ଉତ୍ତର ପ୍ରଦେଶ ବିଜନୋର ଜିଲ୍ଲାର ଧାନପୁର ଗାଁ ଗଙ୍ଗା କଲୋନୀକ୍ରିଷ୍ଣାର ଜନ୍ମ । ଘରେ ଭାଇ - ଭଉଣୀ ୪ ଜଣା ପିଲାଟି ଦିନରୁ ବାପାମରିଯିବା କାରଣରୁ ମା' ନିର୍ମଳା ଦେବୀ ଏ ଚାରି ଭାଇ ଭଉଣୀଙ୍କୁଏକାକି ଲାଳନ ପାଳନ କରୁଥିଲେ । କିଷ୍ଣା ଥିଲା ନିର୍ମଳା ଦେବୀଙ୍କରତୃତୀୟ କନ୍ୟା । ପିଲା ଦିନରୁ କ୍ରିଷ୍ଣା ନିଜକୁ ପୁଅ ବୋଲି ଭାବେ ।
ପୁଅମାନଙ୍କ ସହ ବୁଲାବୁଲି ହସ ଖୁସି କରେ କ୍ରିଷ୍ଣା । ଘରେ କ୍ରିଷ୍ଣାକୁଏନେଇ କେହି ବାରଣ କରୁ ନ ଥିଲେ ।

ଯାହାପରେ ବଡ଼ ହେବା ପରେ ମଧ୍ଯ ତା'ର ପୁଅମାନଙ୍କ ସହମିଳାମିଶା ବନ୍ଦ ହେଲା ନାହିଁ । ସେ ସବୁବେଳେ ମା'ଙ୍କୁ କୁହେ ଯେସେ ଯଦି ବାହା ହେବ ତେବେ କୌଣସି ଝିଅକୁ ହିଁ ବାହା ହେବ ।ସେୟା ହିଁ ହେଲା । ସୋସାଲ୍ ମିଡିଆରେ ଚାଟ୍ କରି ସେ ନିଜପ୍ରେମ ଜାଲରେ ଫସାଇଥିଲା ପ୍ରିୟଙ୍କାଙ୍କୁ । ପ୍ରିୟଙ୍କାଙ୍କ ଘରକୁ ଯାଇକ୍ରିଷ୍ଣା ନିଜକୁ ଜଣେ ବ୍ୟବସାୟୀ ପରିଚୟ ଦେଲା ଓ ସେ ତାଙ୍କ ଝିଅକୁଭଲପାଏ ବୋଲି କହିଲା ଯାହା ଫଳରେ ପ୍ରିୟଙ୍କାର ଘର ଲୋକେ ଦୁହିଁଙ୍କ ବାହାଘର କରିଦେଲେ ।ବିବାହରେ କ୍ରିଷ୍ଣକାର ଘର ଲୋକ ମଧ୍ଯ ସାମିଲ ହେଲେ । କ୍ରିଷ୍ଣାଙ୍କମା” ସବୁ ଜାଣି ମଧ୍ଯ ଝିଅ କ୍ରିଷ୍ଣାର ଖୁସି ପାଇଁ ନିରବ ରହିଲେ ।ଏମିତିରେ ଏ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଗଲା ।
ହର୍ମୋନାଲ୍ ଡିଜ୍ଅର୍ଡର କାରଣରୁ କ୍ରିଷ୍ଣାର ମ୍ରନରେ ସ୍ଵଭାବିକପରିବର୍ଭନ ହୋଇ ନ ଥିଲା । ସେପଟେ ବିବାହ ପରେ ବାସରରାତିପାଇଁ କ୍ରିଷ୍ଣା ଅନ୍ଲାଇନ୍ରେ କୃତ୍ରିମ ଲିଙ୍ଗ ଅର୍ଡର କରିଥିଲା ଯାହାକୁ ସେଚତୁର୍ଥୀ ରାତିରେ କଠୋରୀ ଅନ୍ଧାର ହେବାମାତ୍ରକେ ପିନ୍ଧି ପକାଇଥିଲା ।ଏ ବିଷୟରେ ପ୍ରିୟଙ୍କା ଥିଲା ପୂରା ଅଜ୍ଞ । ଏମିତି କୃତ୍ରିମ ଲିଙ୍ଗକୁ ବହନ କରି କ୍ରିଷ୍ଣା ପ୍ରିୟଙ୍କା ସହ ବିତାଇ ଦେଲା ପ୍ରାୟ ୪ବର୍ଷ ।କ୍ରିଷ୍ଣା ତା'ର ଦ୍ଵିତୀୟ ପନ୍ନୀ ସରିତା ମଧ୍ଯ ପ୍ରେମ ବିବାହ କରିଥିଲା ଦ୍ଵିତୀୟ ପନ୍ନୀ ଥିଲା ତା' ସାଙ୍ଗର ଭଉଣୀ । କିଷ୍ଣା ବିଷୟରେ ଜାଣିବାପରେ ସରିତା ତାକୁ ଛାଡି ଚାଲିଗଲେ । ସରିତାଙ୍କ ବାପ ଘରୁ କ୍ରିଷ୍ଣାପାଖାପାଖୁ ୬୫ ହଜାର ଟଙ୍କା ଯୌତୁକ ବାବଦକୁ ଆଣିଥ୍ଲା । କ୍ରିଷ୍ଣାଯେ କେବଳ ଠକି କରି ବିବାହ କରୁଥିଲା ତା ନୁହେଁ, ସେ ଅନେକଦୋକାନରୁ ଜିନିଷ କିଣି ଟଙ୍କା ଦେଇ ନ ଥିବା ଅଭିଯୋଗ ମଧ୍ଯ ହୋଇଛି ।ତେବେ କ୍ରିଷ୍ଣାର ଏସବୁ ଠକେଇରେ ତା' ଘରଲୋକଙ୍କ ସମ୍ପୃକ୍ତି ନ ଥିଲା। ବର୍ତମାନ କ୍ରିଷ୍ଣା ଜେଲ୍ ହାଜତରେ ।

ENGLISH

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...