Showing posts with label ପୋଲିସ. Show all posts
Showing posts with label ପୋଲିସ. Show all posts

Monday, 26 November 2018

ଖାକିର ଅପରାଧୀ ଚରିତ୍ର


ଗୋଟିଏ ଚୋରି ମାମଲାରେ ଉତ୍ତର-ପ୍ରଦେଶ ଆଗ୍ରା ସହରର ଏକ ଥାନାରେ ସନ୍ଦିଗ୍ଧ ଭାବେ ଅଟକ ଥିବା ଜଣେ ୩୨ ବର୍ଷ ବୟସ୍କ ଯୁବକକୁ ଥାନା ଭିତରେ ପିଟିପିଟି ମାରି ଦିଆଯାଇଛି। ଭାରତରେ ଖାକି ଜୁଲମର ନରକୀୟ ସ୍ବାକ୍ଷର- ଏ ପ୍ରକାର ‘ହାଜତ ମୃତ୍ୟୁ ନିୟମିତ ବ୍ୟବଧାନରେ ଗଣମାଧୢମର ଶିରୋନାମାକୁ ଆସିଥାଏ। କିନ୍ତୁ ନା ଜନତା ନା ବୁଦ୍ଧିଜୀବୀଙ୍କ ମଧୢରେ ଏହା ବିଶେଷ କୌଣସି ଆଲୋଡ଼ନ ସୃଷ୍ଟି କରିଥାଏ। ଅନ୍ୟଥା, ମାନବାଧିକାର ସୁରକ୍ଷା ପ୍ରତି ଅଙ୍ଗୀକାରବଦ୍ଧ ଗୋଟିଏ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଥିବା ଭାରତରେ ପ୍ରତ୍ୟହ ପାଞ୍ଚଟି ‘ହାଜତ ମୃତ୍ୟୁ ଘଟୁ ନଥାନ୍ତା। ‘ଏସିଆନ ସେଣ୍ଟର ଫର ହ୍ୟୁମାନ ରାଇଟ୍‌ସ ପକ୍ଷରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଆଧାରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୨୦୧୭ ଏପ୍ରିଲରୁ ୨୦୧୮ ଫେବ୍ରୁଆରି ମଧୢରେ ଦେଶରେ ୧୬୭୪ଟି ହାଜତ ମୃତ୍ୟୁ ଘଟି ପୁଲିସ୍‌ ହାତରେ ସମାନ ସ˚ଖ୍ୟକ ନିରପରାଧ ମଣିଷଙ୍କ ଜୀବନ ଯାଇଛି। ଏଠାରେ ମନେ ରଖିବାକୁ ହେବ ଯେ, ଏହା କେବଳ ସରକାରୀ ହିସାବ। କୌଣସି ବି ଅପରାଧ କ୍ଷେତ୍ରରେ ସରକାରୀ ରେକର୍ଡ ବାସ୍ତବତାର ପ୍ରତିଫଳନ ନୁହେଁ। ଯେତିକି ସ˚ଖ୍ୟକ ଅପରାଧ ପଞ୍ଜିକୃତ ହୋଇଥାଏ, ବାସ୍ତବରେ ଘଟିଥିବା ଅପରାଧ ସ˚ଖ୍ୟା ତାଠାରୁ ଅଧିକ। ଯେତିକି ସ˚ଖ୍ୟକ ହାଜତ ମୃତ୍ୟୁ ସରକାରୀ ରେକର୍ଡକୁ ଆସିଛି, ଥାନା ଭିତରେ ତାଠାରୁ ଅଧିକ ସ˚ଖ୍ୟାରେ ଏମିତି ଘଟଣା ଘଟିଥିବ, ଯେଉଁଠି ଆଇନର ରକ୍ଷକମାନେ ଭକ୍ଷକ ସାଜିଥିବେ।

ଏହି ଧାରାରେ ଆଗ୍ରା ସହର ସିକନ୍ଦରାବାଦ ଥାନାରେ ଘଟିଥିବା ‘ହାଜତ ମୃତ୍ୟୁ ବିଶେଷ କୌଣସି ଆଲୋଡ଼ନ ସୃଷ୍ଟି କରି ନଥାନ୍ତା, ଏପରିକି ଆଦୌ ପଦାକୁ ସୁଦ୍ଧା ନ ଆସି ହଜି ଯାଇଥାନ୍ତା, ଯଦି ମୃତ ଯୁବକର ମା ଖୋଦ୍‌ ପୁଲିସ୍‌ ପୈଶାଚିକତାର ପ୍ରତ୍ୟକ୍ଷଦର୍ଶୀ ହୋଇ ନ ଥାନ୍ତେ। ମାଙ୍କ ମୁହଁରୁ ଥାନା ଭିତରେ ପୁଅ ପ୍ରତି ପୁଲିସ୍‌ ବର୍ବରତାର କରୁଣ କାହାଣୀ ଶୁଣିଲା ପରେ ପୁଲିସ୍‌ ବିରୋଧରେ ତୀବ୍ର ଜନ ଆକ୍ରୋଶ ପ୍ରକାଶ ପାଇଛି। ଯାହାର ଚାପରେ ଇନ୍ସପେକ୍ଟର ଓ ଦୁଇ ସବ୍‌ଇନ୍ସପେକ୍ଟରଙ୍କୁ ନିଲମ୍ବନ ସମେତ ଥାନାର ସବୁ କର୍ମଚାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇଛି। ବୃଦ୍ଧା ମାଙ୍କ ସାମନାରେ ଥାନା ଭିତରେ ପୁଲିସ୍‌ମାନେ ଯୁବକକୁ ଲାଠିରେ ପିଟି ପିଟି ମାରି ଦେଇଥିଲେ। ଥାନା ଭିତରେ ପୁଲିସ୍‌ର ଏ ପୈଶାଚିକତା ଖାକି ଭିତରେ ଲୁଚିଥିବା ଅପରାଧୀର ଆଇନକୁ ହାତକୁ ନେବାର ପ୍ରବଣତା ପଦାରେ ପକାଇ ଦେଇଛି।

ତେବେ ଆଗ୍ରା ଥାନାର ଏ ଘଟଣା କିମ୍ବା ଦୈନିକ ପାଞ୍ଚଟି ‘ହାଜତ ମୃତ୍ୟୁର ପରିସ˚ଖ୍ୟାନ ଇଙ୍ଗିତ କରୁଥିବା ଖାକିର ଅପରାଧୀ ରଚିତ୍ରର ପ୍ରାଦୁର୍ଭାବ କେବଳ ଥାନା ଭିତରେ ସୀମିତ ନୁହେଁ। ବାହାରେ ମଧୢ ‘ମୁଁ ପୁଲିସ୍‌, ବିନା ମେଘେ ସୃଜି ପାରଇ କୁଳିଷ ସୁଲଭ ପ୍ରବଳ ପ୍ରତାପୀ ଖାକିର ପ୍ରକୋପ କିଛି କମ୍‌ ନୁହେଁ। ନିକଟରେ ଦୁଇଟି ପୃଥକ୍‌ ପୃଥକ୍‌ ସ˚ଗୀନ ଅପରାଧରେ ପୁଲିସ୍‌ର ସମ୍ପୃକ୍ତି ଏହାର ନଗଦ ଉଦାହରଣ। ହରିଆନାର ତିନିଜଣ ପୁଲିସ୍‌ କର୍ମଚାରୀ ଜଣେ ଦିଲ୍ଲୀ ବ୍ୟବସାୟୀଙ୍କୁ ଅପହରଣ କରି ନେଇ ମୁଣ୍ତଜାମିନ ରଖି ୧୯ ଲକ୍ଷ ଟଙ୍କା ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି। ମହାରାଷ୍ଟ୍ରରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ‘ବ୍ଲାକ୍‌ମେଲ କରି ତାଙ୍କ ପ୍ରତିି ବଳାତ୍କାର ଅଭିଯୋଗରେ ଜଣେ ଅଭିଯୁକ୍ତ ପୁଲିସ୍‌ ଅଧିକାରୀ ଏବେ ଫେରାର‌। ହରିଆନା ଓ ମହାରାଷ୍ଟ୍ରରେ ପୁଲିସ୍‌ ଏ କାରନାମା ଗୋଟିଏ ବ୍ୟତିକ୍ରମ ନୁହେଁ। ଏମିତି ବହୁ ସ˚ଖ୍ୟାରେ ପୁଲିସ୍‌ର ସମ୍ପୃକ୍ତି ଥିବା ଆପରାଧିକ ଘଟଣା ଘଟୁଛି।

ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ପୁଲିସ୍‌ ବିରୋଧରେ ମାନବାଧିକାର ଉଲ୍ଲ˚ଘନ ସମେତ ବିଭିନ୍ନ ପ୍ରକାର ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତି ନେଇ ବାର୍ଷିକ ୫୫ ହଜାରରୁ ଅଧିକ ଅଭିଯୋଗ ଆସିଥାଏ। ଅବଶ୍ୟ, ଏହା ଭିନ୍ନ କଥା ଯେ, ବାର୍ଷିକ ସେହି ୫୫ ହଜାର ଅଭିଯୋଗ ମଧୢରୁ କେବଳ ମାତ୍ର ୧୧୦୦ରୁ ୧୨୦୦ ମାମଲାର ତଦନ୍ତ ପରେ ଚୂଡ଼ାନ୍ତ ଅଭିଯୋଗ ଫର୍ଦ ଦାଖଲ ହୋଇଥାଏ। ସେଥିରୁ ବାର୍ଷିକ ଅତି ବେଶୀରେ ୫୦ରୁ ୫୫ଟି ମାମଲାରେ ଅଭିଯୁକ୍ତ ପୁଲିସ୍‌ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ତ ପାଇଥାନ୍ତି। ତେବେ ଅଦାଲତରେ ଦଣ୍ତିତ ନହେଲେ ସୁଦ୍ଧା, ବାର୍ଷିକ ହାରାହାରି ୪ ହଜାରରୁ ୫ ହଜାର ପୁଲିସ୍‌ଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବ˚ ହାରାହାରି ୧୫ ହଜାର ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ହାଲୁକା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଏହାର ପ୍ରମାଣ ଯେ ଅଧିକା˚ଶ ଅଭିଯୋଗ ପଛରେ ଆପାତତଃ ପ୍ରମାଣ ଯୋଗ୍ୟତା ରହିଥାଏ। ଏଠାରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି, ହାରାହାରି ବାର୍ଷିକ ୫୫ ହଜାର ଅଭିଯୋଗରୁ କାହିଁକି ମାତ୍ର ୧୧୦୦ରୁ ୧୨୦୦ ମଧୢରୁ ଅଭିଯୋଗ ଫର୍ଦ ଦାଖଲ ହୁଏ? କାହିଁକି କେବଳ ୫୦ରୁ ୫୫ ମାମଲାରେ ଅଭିଯୁକ୍ତ ଦଣ୍ତିତ ହୁଅନ୍ତି? ଏହାର ଉତ୍ତର କାହାକୁ ଅଜଣା ନୁହେଁ। ‘ବିରାଦରି ପ୍ରୀତି ଯୋଗୁ ସହଯୋଗୀ ଅଭିଯୁକ୍ତ ପୁଲିସ୍‌ କର୍ମଚାରୀଙ୍କୁ ଖସାଇ ଦେବା ଉଦ୍ଦେଶ୍ୟରେ ଜାଣିଶୁଣି ମାମଲାର ତଦନ୍ତକୁ ଦୁର୍ବଳ କରି ଦିଆଯାଏ। କିନ୍ତୁ ଏହା ଖାକିରେ ଅପରାଧ ଓ ଉଚ୍ଛୃଙ୍ଖଳତାକୁ ପୋତ୍ସାହନ, ଯାହା ପୁଲିସ୍‌ର ଚରିତ୍ର ଓ ଭାବମୂର୍ତ୍ତିକୁ କଳଙ୍କିତ କରୁଛି।

ହାଜତ ମୃତ୍ୟୁ ଓ ଅନ୍ୟ ଆପରାଧିକ କାରନାମା ନେଇ ଅଭିଯୋଗ ବ୍ୟତୀତ ଅପରାଧ ଜଗତ୍‌ ସହ ଅସାଧୁ ମେଣ୍ଟ, ‘ଫେକ୍‌ ଏନ୍‌କାଉଣ୍ଟର ନେଇ ଅଭିଯୋଗ ଖାକିରେ ଅପରାଧ ଚରିତ୍ରର ଏକ ଭୟାନକ ଚିତ୍ର ଉପସ୍ଥାପନ କରେ। ଉତ୍ତର-ପ୍ରଦେଶରେ ଗତ ବର୍ଷ ମାର୍ଚ୍ଚରୁ ଅଗଷ୍ଟ ମଧୢରେ ୪୩୩ଟି ‘ଏନ୍‌କାଉଣ୍ଟର ହୋଇଥିଲା। ଯୋଗୀ ଆଦିତ୍ୟ ନାଥ ମୁଖ୍ୟମନ୍ତ୍ରୀ ହେଲାପରେ ୧,୧୪୨ଟି ଏନ୍‌କାଉଣ୍ଟରରେ ୩୪ ଜଣ ସନ୍ଦିଗ୍ଧ ଅପରାଧୀ ନିହତ ହୋଇଛନ୍ତି। କ୍ଷୀରରୁ ନୀର ଅଲଗା କରି ନ ହେଲା ଭଳି ଏତେ ଗୁଡ଼ାଏ ‘ଏନ୍‌କାଉଣ୍ଟର ଭିତରୁ କେତେ ଅସଲି କେତେ ନକଲି ତାହା କୁହାଯାଇ ପାରିବ ନାହିଁ। ପରବର୍ତ୍ତୀ ସମୟରେ ଗଣମାଧୢମ ଓ ମାନବାଧିକାର କର୍ମୀଙ୍କ ଅନୁସନ୍ଧାନର ବିବରଣୀ ଅନୁଯାୟୀ ଅନେକ ସ˚ଖ୍ୟାରେ ‘ଏନ୍‌କାଉଣ୍ଟର‌୍‌ ନକଲି। ଜାତୀୟ ମାନବାଧିକାର କମିସନଙ୍କ ରିପୋର୍ଟ ଅନୁଯାୟୀ ଦେଶରେ ୨୦୦୯ରୁ ୨୦୧୩ ମଧୢରେ ୫୫୫ଟି ‘ଫେକ୍‌ ଏନ୍‌କାଉଣ୍ଟର ହୋଇଥିଲା। ମାନବାଧିକାର କମିସନଙ୍କ ରିପୋର୍ଟର ଆଲୁଅରେ ଦେଖିଲେ ଏନ୍‌କାଉଣ୍ଟର ପଛରେ ପୁଲିସ୍‌ର ସନ୍ଦିଗ୍ଧ ଆପରାଧିକ ଚରିତ୍ର ଅଧିକ ସ୍ପଷ୍ଟ ହୋଇ ଉଠେ। ପୁଲିସ୍‌ର ଉଚ୍ଚ ସ୍ତରରେ ମଧୢ ଏ ପ୍ରକାର ଆପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ରହିଥିବା ବିଷୟ ପଦାକୁ ଆସିଛି। ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ସିବିଆଇ ବନାମ ସିବିଆଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଗୁମର ଫିଟିବା ପରେ ସ˚ସ୍ଥାର ସାଧୁତା ସନ୍ଦିଗ୍ଧ ହୋଇ ପଡ଼ିଛି। ଗୁଜରାଟ ସୋରାବୁଦ୍ଦିନ୍‌ ଏନ୍‌କାଉଣ୍ଟର ମାମଲାରେ ସ୍ବତନ୍ତ୍ର ଅଦାଲତରେ ଦାଖଲ ବିବରଣୀ ଓ ସାକ୍ଷୀମାନଙ୍କ ବୟାନରେ ଉଚ୍ଚ ପୁଲିସ୍‌ ଅଧିକାରୀଙ୍କ ସ୍ତରରେ ଆପରାଧିକ ମନୋଭାବ ସ˚କ୍ରମଣର ଲକ୍ଷଣ ସ୍ପଷ୍ଟ। ରାଜନୀତିର ଅପରାଧୀକରଣ ଚିତ୍ରଠାରୁ ଖାକିରେ ଅପରାଧୀକରଣର ଚିତ୍ର କିଛି କମ୍‌ ଭୟଙ୍କର ନୁହେଁ। ଏ ବିପଦଜନକ ବିଲକ୍ଷଣର ପ୍ରଭାବଶାଳୀ ଉପଚାର ଏକାନ୍ତ ଅପରିହାର୍ଯ୍ୟ।

ବ୍ରିଟିସ ଅମଳର ଅତ୍ୟାଚାରୀ ଉପନିବେଶବାଦୀ ଚରିତ୍ରକୁ ବଦଳାଇ ସ୍ବାଧୀନତୋତ୍ତର ଭାରତରେ ପୁଲିସ୍‌ର ଏକ ଗଣତନ୍ତ୍ର ଅନୁକୂଳ, ଜନତାଙ୍କ ସେବକ ଭାବମୂର୍ତ୍ତି ତିଆରି ଲାଗି ସ˚ସ୍କାର କଥା କୁହାଯାଇଛି। ପୁଲିସ୍‌ ସ˚ସ୍କାର ପ୍ରସଙ୍ଗରେ ଗଠିତ ଅନେକ କମିଟି ଓ କମିସନ୍‌ ବିଭିନ୍ନ ସୁପାରିସ କରିଛନ୍ତି। ସୁପ୍ରିମ୍‌କୋର୍ଟ ମଧୢ ମାର୍ଗ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିରୁ କିଛି କାର୍ଯ୍ୟକାରୀ ହୋଇଛି, ଅନେକ କାର୍ଯ୍ୟକାରୀ ହୋଇନାହିଁ। ତେବେ, ସବୁ ସୁପାରିସ କାର୍ଯ୍ୟକାରୀ ହେଲେ ସୁଦ୍ଧା ପୁଲିସ୍‌ ସ˚ଗଠନର ଢାଞ୍ଚାରେ ସ˚ସ୍କାର ଆସିପାରେ ସିନା ପୁଲିସ୍‌ର ଆପରାଧିକ ରଚିତ୍ରର ସ˚ସ୍କାର ତଥାପି ଏକ ଆହ୍ବାନ ହୋଇ ରହିବ। ଏଥି ପାଇଁ କିଛି ନୂଆ ଚିନ୍ତା ଆବଶ୍ୟକ।

Wednesday, 26 September 2018

ଆମ ପୋଲିସ ଓ ଆମେ


ରୁଦ୍ର ପ୍ରସନ୍ନ ରଥ

ଓଡ଼ିଆରେ ଗୋଟିଏ ଢଗ ଅଛି- ଚାକିରି କରିବ ପୋଲିସି, ମାଛ ଖାଇବ ଇଲିଶିପୋଲିସ ଚାକିରିର ରାଜକୀୟ ଠାଣିକୁ ନେଇ କୁହାଯାଇଥିଲା କଥାଆଉ ସେହି ଧାରାକୁ ଧରି ଆମେ ପୋଲିସ ଚାକିରିକୁ ଅନେକ ଦିନ ଧରି ଶ୍ରେଷ୍ଠ ବୋଲି ମନେ କରିଆସିଥିଲେଅନେକଙ୍କ ପାଇଁ ପୋଲିସ ହେଉଛି କ୍ଷମତାର ପ୍ରତୀକ, ଆଉ ଥୋକେଙ୍କ ପାଇଁ ଏହା ଏକ ବର୍ବର ଏବଂ ବିଫଳ ବ୍ୟବସ୍ଥାକିନ୍ତୁ ପ୍ରକୃତରେ ଆମ ପୋଲିସକୁ ଆମେ କିପରି ଦେଖିବାକୁ ଚାହଁୁଛେ, ତାହା ଅନେକାଂଶରେ ଆମ ମାନସିକତା ଉପରେ ନିର୍ଭରଶୀଳ

ଆମ ଗଣମାଧ୍ୟମ, ଫିଲ୍ମ ଏବଂ ସାହିତ୍ୟ ବାରମ୍ବାର ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଥାଏତା ଦକ୍ଷତାକୁ ନେଇ ଆମେ ଦାଣ୍ଡରେ ଘାଟରେ ବେଶ୍ଅରୁଚିକର ଭାଷାରେ କଥାବାର୍ତ୍ତା କରୁସତେଯେମିତି ଘଟଣା ଘଟିଗଲା ପରେ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚୁଥିବା, ଲାଞ୍ଚ ଖାଉଥିବା କିମ୍ବା କଥା କଥାରେ ନାଲି ଆଖି ଦେଖାଉଥିବା ପୋଲିସ ଜଣକ ସାରା ଓଡ଼ିଶା କିମ୍ବା ଭାରତର ପୋଲିସ ବାହିନୀର ପ୍ରତିନିଧିଆମ ଫିଲ୍ମରେ ପୋଲିସକୁ ବୋକା ବନାଉଥିବା କିମ୍ବା ହତ୍ୟା କରି ଜେଲରୁ ଫେରାର ହୋଇଯାଉଥିବା ଚୋର କିମ୍ବା ଡକାୟତ ବି ଆମ ଆଗରେ କିଛି ସମୟ ପାଇଁ ହେଉ ପଛେ ହିରୋର ମାନ୍ୟତା ପାଏପୋଲିସକୁ ମାଡ଼ ମାରିପାରୁଥିବା କିମ୍ବା ପୋଲିସ ସହ ଯୁକ୍ତି କରିପାରୁଥିବା ଲୋକ ବି ଅନେକ ସମୟରେ ଦେଶରେ ନେତା ପାଲଟିଯାଏ

ପୋଲିସ କର୍ମଚାରୀଟିଏ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଆମରି ହିଁ ସେବା କରିଥାଏଆଇନ ଶୃଙ୍ଖଳା ପରିସ୍ଥିତି, ନିର୍ବାଚନ, ପ୍ରାକୃତିକ ଦୁର୍ବିପାକ, ନେତାଙ୍କୁ ସୁରକ୍ଷା ଯୋଗାଇବା, ବିଭିନ୍ନ ପୂଜାପାର୍ବଣରେ ଉପସ୍ଥିତ ରହି ଭିଡ଼ ନିୟନ୍ତ୍ରଣ କରିବା, ଦଙ୍ଗା ଆଦିକୁ ପ୍ରତିହତ କରିବା ପାଇଁ ନିରନ୍ତର କାର୍ଯ୍ୟରତ ଥାଏଅନେକ କ୍ଷେତ୍ରରେ ପୋଲିସ ଭାଇମାନେ ରକ୍ତ ଦାନ କିମ୍ବା ସମାଜ ସଚେତନତା ପାଇଁ ପରୀ ରଥ ପରି କାର୍ଯ୍ୟକ୍ରମ ମାନ ଆୟୋଜନ କରିଥାନ୍ତିଏତେସବୁ କାମ କରୁଥିବା ପୋଲିସର ଲୋକବଳ ବେଶ୍ସୀମିତପୋଲିସର ପ୍ରାୟ ଛୁଟି ଥାଏଦିନରାତି ଡ୍ୟୁଟିଅନେକ ସମୟରେ ତଳିଆ ପୋଲିସର ଜୀବନ କର୍ମଚାପରେ ଦୁର୍ବିଷହ ହୋଇଗଲେ ବି ଶୁଣିବାକୁ କେହି ଥାନ୍ତିଖରାବେଳେ ଖାଇବାକୁ କିମ୍ବା ରାତିରେ ଭଲଭାବେ ଶୋଇବାକୁ ମଧ୍ୟ ସୁଯୋଗ ମିଳେନିଏମିତି ଚାଲିଥାଏ ବର୍ଷ ବର୍ଷ ଧରିନିଜ ଦେହ ଖରାପ ହେଲେ ବିଶ୍ରାମ ପାଇଁ କିମ୍ବା ପିଲାଙ୍କ ପାଠପଢ଼ା ଦେଖିବା ପାଇଁ ପୋଲିସ ପାଖରେ ସମୟ ଥାଏଅଥଚ ପୋଲିସ ଆଖିଆଗରେ ଆଇନକୁ ଭାଙ୍ଗିଦେବା ପାଇଁ ଆମେ ସତତ ଚେଷ୍ଟିତ ଥାଉହେଲମେଟ ପିନ୍ଧି, ମଦ ପିଇ ଗାଡି ଚଳାଇବା କିମ୍ବା ପୋଲିସ ସାମ୍ନାରେ ଗାଳିଗୁଲଜ କରିବାକୁ ଆମେ ବୀରପୁଙ୍ଗବର କାର୍ଯ୍ୟ ବୋଲି ବିଚାର କରୁ!

୨୦୧୪ରେ ପାର୍ଲାମେଣ୍ଟରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଦେଶରେ ୨୨.୮ଲକ୍ଷ ଅନୁମୋଦିତ ପଦବୀ ରହିଥିଲାଏବେ ଏଥିରୁ ପ୍ରାୟ ୨୫% ଅର୍ଥାତ୍. ଲକ୍ଷ ପଦବୀ ଖାଲିପଡିଛିପୁଣି ୨୦୧୫ ସୁଦ୍ଧା ଭାରତରେ ପ୍ରତି ଲକ୍ଷ ଜନସଂଖ୍ୟା ପାଇଁ ମାତ୍ର ୧୪୫ ଜଣ ପୋଲିସ ରହିଥିବା ବେଳେ ଜାତିସଂଘର ହିସାବ ଅନୁଯାୟୀ, ଏହା ୨୨୨ ହେବା କଥାଅର୍ଥାତ୍ଆମ ପାଖରେ ଆବଶ୍ୟକ ସଂଖ୍ୟକ ପୋଲିସ ନାହାନ୍ତିକର୍ମଚାରୀ ଅଭାବ ସାଙ୍ଗକୁ ଦିନକୁ ଦିନ ବଢୁଥିବା ସହରର କାୟା, ବେରୋଜଗାରି, ନୂଆ ଅପରାଧ ଏବଂ ଅପରାଧର ନୂଆ ନୂଆ ତରିକା ପୋଲିସ ଉପରେ ଅତ୍ୟଧିକ କାର୍ଯ୍ୟଚାପ ସ୍ୃଷ୍ଟି କରୁଛି୨୦୧୫ରେ ବ୍ୟୁରୋ ଅଫ୍ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭ୍ଲପ୍ମେଣ୍ଟ ଏବଂ ଆଡ୍ମିନିଷ୍ଟ୍ରେଟିଭ ଷ୍ଟାଫ୍କଲେଜ ଅଫ୍ଇଣ୍ଡିଆ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ପୋଲିସ ସ୍ବାସ୍ଥ୍ୟକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବେଶ୍ଭୀତି ଉଦ୍ରେକକାରୀଏହି ଅଧ୍ୟୟନ ଅନୁଯାୟୀ ପ୍ରାୟ ୯୦% ପୋଲିସ ଦିନକୁ -୧୬ ଘଣ୍ଟା ଯାଏ କାମ କରନ୍ତିଆଉ ପ୍ରାୟ ୭୩% ପୋଲିସ ମାସକୁ ଦିନଟିଏ ବି ଛୁଟି ପାଇବା କଷ୍ଟକର ହୋଇପଡେଏପରି କାର୍ଯ୍ୟଚାପରେ କାମ କରୁଥିବା ପୋଲିସ ପାଇଁ ଆମ ମନରେ ସମ୍ବଦେନଶୀଳତା ନାହିଁପୋଲିସ ଅନେକ ସମୟରେ ନିଜେ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଲୋକଙ୍କୁ ଉଦ୍ଧାର କରେ, ନିଜେ ଶବକୁ ନେଇ ମେଡିକାଲ ଯାଏ, ମାତ୍ର ସବୁ ସ୍ଥାନରୁ ଅନେକ କ୍ଷେତ୍ରରେ ସାକ୍ଷୀଟିଏ ଯୋଗାଡ଼ କରିବା ପୋଲିସ ଲାଗି କଷ୍ଟକର ହୋଇପଡ଼େ

ଓଡ଼ିଶା କଥା ଦେଖାଯାଉ୧ା୧ା୨୦୧୬ ସୁଦ୍ଧା ଓଡ଼ିଶାରେ ମୋଟ ଅନୁମୋଦିତ ପୋଲିସ ସଂଖ୍ୟା ୬୬,୧୮୪ ହୋଇଥିବା ବେଳେ ୫୫,୪୪୧ ଜଣ ହିଁ କାର୍ଯ୍ୟରତ ଥିଲେ ବୋଲି ଜଣାପଡିଛିଉତ୍ତରପ୍ରଦେଶ ପରି ରାଜ୍ୟରେ ଗୋଟିଏ ଗୋଟିଏ ଥାନାରେ ୬୦-୭୦ କର୍ମଚାରୀ ଥିଲା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୧୫-୨୫ ଭିତରେଓଡ଼ିଶାରେ ପ୍ରତି ୧୦୦ କିମି ପିଛା ୩୫ ଜଣ ପୋଲିସ ଥିବା ବେଳେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୩୦ ଜଣ ପୋଲିସ ଅଛନ୍ତିଏତଦ୍ବ୍ୟତୀତ ପୋଲିସ ପାଖରେ ଆବଶ୍ୟକ ସାଜସରଞ୍ଜାମର ଘୋର ଅଭାବ ରହିଛିଯେଉଁ ହାରରେ ଅନ୍ୟ ସରକାରୀ ପ୍ରତିଷ୍ଠାନଗୁଡିକର ଆଧୁନିକୀକରଣ ହେଉଛି, ତା ତୁଳନାରେ ପୋଲିସ ବିଭାଗ ବେଶ୍ପଛରେ

ଅନେକ ସମୟରେ ବିଭିନ୍ନ କାରଣ ପାଇଁ ପୋଲିସ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚେରାଜନୈତିକ ଫାଇଦାକୁ ଆଖିଆଗରେ ରଖି ନେତାଙ୍କ ହାତବାରିସି ହୋଇ କାମ କରେ, ଲାଞ୍ଚ ନେଇ ଧରାପଡ଼େମାତ୍ର ଏସବୁ ପୋଲିସର ସାମଗ୍ରିକ ଚେହେରା ନୁହେଁପୋଲିସ ଆମ ଭିତରୁ ଆସିଥିବା ଜଣେ ସାଧାରଣ ମଣିଷଆମ ପରି ତା ମଧ୍ୟ ନିଜର ଶାରୀରିକ ଆଉ ମାନସିକ ଦକ୍ଷତାର ସୀମା ଅଛିସେ ସେତେବେଳେ ହିଁ ଭଲଭାବେ ଦାୟିତ୍ୱ ସମ୍ପାଦନ କରିପାରିବ, ଯେତେବେଳେ ଆମ ସହାୟତା ଏବଂ ସମ୍ବେଦନଶୀଳତା ତାସହ ରହିବ

ଧବଳଗିରି, ଯାଜପୁର ରୋଡ୍‌, ମୋ- ୭୯୭୮୬୭୧୭୭୬

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...