Showing posts with label ବିଶ୍ୱାସ. Show all posts
Showing posts with label ବିଶ୍ୱାସ. Show all posts

Friday, 13 December 2019

ଦଲଜୀତର ରତିବିଳାସ


   “ପ୍ରେମ ଅନ୍ଧ” ଉକ୍ତିକୁ ଯଥାର୍ଥ ପ୍ରତିପାଦନ କରୁଥବା ଅନେକ ଦୃଷ୍ଟାନ୍ତ ମଧ୍ଯରୁ ଗୋଟିଏ ଜସବୀର କୌର - ଦଲବିନ୍ଦର କୌରଙ୍କପ୍ରେମ ସମ୍ପର୍କ । ଏହି ଦୁଇ ବାଲ୍ୟବାନ୍ଧବୀଙ୍କ ସମଲିଙ୍ଗୀ ସମ୍ପର୍କକୁ ସମାଜ ସ୍ଵୀକାର ନ କରିବାରୁ ଜସବୀର ସମାଜରେ ମୁଣ୍ଡ ଟେକି ନିଜର ସମ୍ପର୍କକୁ ପ୍ରତିଷ୍ଠତ କରିବା ଲାଗି ଲିଙ୍ଗ ପରିବର୍ତନ କରି ଜସବୀର ସିଂହ ନାମରେ ପରିଚିତ ହେଲେ । ଦୁହେଁ ବାହା ହୋଇ ଏକ ପୁତ୍ର ସନ୍ତାନର ଅଭିଭାବକ ମଧ୍ଯ ହେଲେ । କିନ୍ତୁ ଦାମ୍ପ୍୍ୟର କିଛି ଦିନ ପରେ ଦଲଜୀତର ମନ ପରିବର୍ତନ ହେଲା, ସେ ପରପୁରୁଷ ପ୍ରତି ଆକୃଷ୍ଟ ହେବାରେ ଲାଗିଲା । ଦଲଜୀତର ରତିବିଳାସ ହେଲା ଜସବୀରଙ୍କ ମୃତ୍ୟୁର କାରଣ ।
    ବାଲ୍ଯ ବୟସର ସାଥୀ ଜସବୀର କୌର ଓ ଦଲଜୀତ କୌରଙ୍କ ଭିତରେ ଗଭୀର ସମ୍ବନ୍ଧ ଗଢ଼ି ଉଠିଥିଲା ।ଜସବୀରଙ୍କ ଘର ପଞ୍ଜାବ ଢଟିଣ୍ଡାର ମୋଗା ଗାରେ ।ପଡୋଶୀ ଗୀରେ ରହୁଥ୍ଲେ ଦଲଜୀତ । ଦୁହେଁ ସ୍କୁଲ ଓକଲେଜ ପଢ଼ା ଏକାଠି କରିଥିଲେ । ତାରି ଭିତରେ ଦୁଇ ବାନ୍ଧବୀଙ୍କପ୍ରେମ ସମ୍ପର୍କ ଗଢି ଉଠିଥିଲା । ଜସବୀର ଓ ଦଲଜୀତ ପରସ୍ପରକୁଏତେ ଭଲ ପାଉଥିଲେ ଯେ, କେହି କାହାକୁ ଦଣ୍ଡେ ଛାଡ଼ି ରହିପାରୁ ନଥିଲେ । ଯେତେବେଳେ ଦୁହିଁଙ୍କ ସମ୍ପର୍କ ଚାରି ଆଡ଼େ ପ୍ରଘଟ ହେବାକୁଲାଗିଲା, ଗୀ ଲୋକଙ୍କ ସମେତ ପରିବାର ପରିଜନ ତାଙ୍କୁ ବହୁ ବୁଝାସୁଝାକଲେ । ହେଲେ ଦୁହେଁ ପରସ୍ପରକୁ ଛାଡ଼ିବାକୁ ଥିଲେ ଅରାଜି ।
    ଶେଷରେକଥା ସରପଞ୍ଚଙ୍କ ପାଖକୁ ଗଲା । ଗାରେ ସରପଞ୍ଚ ମିଟିଂ ବସେଇକଥାର ଫୈସଲା କରିବାକୁ ବାହାରିଲେ । କିନ୍ତୁ ଗା ପଞ୍ଚାୟତ କୌଣସିନିଷ୍କର୍ଷରେ ପହଞ୍ଚିପାରିଲା ନାହିଁ ।ଏସବୁ କନ୍ଦଳ ଭିତରେ ଜସବୀର ଓ ଦଲଜ୍ଜୀତଙ୍କୁ ଚାକିରି ମିଳିଗଲା । ଜସବୀରଙ୍କୁ ମୋଗା ସ୍ଥିତ ଏକ ଆଇଟିଆଇ କଲେଜରେ କ୍ଲ୍କ, ଦଲଜୀତଙ୍କୁ ଚୁହଡଚକ ଗାଁ ଆଇଟିଆଇ କଲେଜରେ ଶିକ୍ଷୟିତ୍ରୀ ଚାକିରିମିଳିଲା । ଦୁହେଁ ରୋଜଗାରକ୍ଷମ ହୋଇ ସାରା ଜୀବନ ଏକାଠି ରହିବାପାଇଁ ମନସ୍ଥିର କଲେ ।
ଯୋଜନା ମୁତାବକ ଜସବୀର ଲିଙ୍ଗ ପରିବର୍ଭନ କରିବା ସ୍ଥିର ହେଲା । କାରଣ ଲିଙ୍ଗ ପରିବର୍ତନ ପରେ ସମାଜରେ ଜସବୀର ସମ୍ପୂର୍ଣପୁରୁଷ ଭାବେ ସ୍ଵୀକୃତି ପାଇଯିବେ । ଅସ୍ତ୍ରୋପଚାର ପରେ ଜସବୀର'କୌର' ସଂଜ୍ଞା ବଦଳାଇ ରଖୁଲେ ' ସିଂହ” | ଦଲଜୀତ କୌର ତାଙ୍କପନ୍ନୀ ଭାବେ ଘର ସମ୍ଭାଳିଲେ । ଜସବୀରଙ୍କ ଚାକିରି ଫିମେଲ୍କାଟିଗରିରେ ଥ୍ବାରୁ ଲିଙ୍ଗ ପରିବର୍ଭନ ନେଇ କଲେଜ କର୍ର୍ୂପକ୍ଷ ଓସରକାରଙ୍କଠାରୁ ଅନୁମତି ନେବା ଜରୁରୀ ଥିଲା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟଜସବୀରଙ୍କ ଫାଇଲ୍କୁ ଲୁଧୁୟାନାର ସିଭିଲ୍ ସର୍ଚ୍ଚନଙ୍କ ହାତକୁଟେକିଦେଲେ । ସେଠାରୁ ଜସବୀରଙ୍କୁ ଅସ୍ତ୍ରୋପଚାର ପାଇଁ ଆପ୍ରୁଭାଲ ମିଳିଥ୍ଲା । ଏସବୁ ଘଟଣା ଘଟିଥିଲା ୧୯୯୮ ମସିହାରେ ।ଅସ୍ତ୍ରୋପଚାର ପରେ ଜସବୀର ସମ୍ପୂର୍ଣ୍ଣ ପୁରୁଷତ୍ଵ ଲାଭ କଲେ ।ଏ ପ୍ରକାର ବିଷମ ଅସ୍ତ୍ରୋପଚାରରୁ ଫେରି ଥିବା ଭାବି - ସ୍ଵାମୀଙ୍କସେବାରେ ନିଜକୁ ଉତ୍ସର୍ଗ କରିଦେଲେ ଭାବି- ପନ୍ନୀ ଦଲଜୀତ କୌର ।୨୦୦୪ରେ ଦଲଜୀତ ଓ ଜସବୀର ବହୁ ଆ ଡମ୍ବରପୂର୍ଣ୍ଣ ବିବାହରଚି ନୂଆ ଜୀବନର ଶୁଭାରମ୍ଭ କଲେ । ପ୍ରାୟ ସାତ ବର୍ଷ ଦୁହେଁ ଖୁବ୍ଏଶ୍ - ଆରାମରେ ଦାମ୍ପତ୍ୟ ବିତାଇଲେ । କିନ୍ତୁ ଯେତେବେଳେସେମାନଙ୍କ ମନରେ ବାପା ମା ' ହେବା ନେଇ ଆଶା ଜାଗ୍ରତ ହେଲାତାକୁ ଦୁହେଁ ପୂରଣ କରିବାରେ ଅସଫଳ ହେଲେ । ବହୁ ଚେଷ୍ଟା ପରେ ଟେଷ୍ଟଟ୍ୟୁବ୍ ଟେକ୍ନିକ୍ରେ ୨୦୧୧ ମସିହାରେ ଦୁହେଁ ଏକ ପୁତ୍ର ସନ୍ତାନଲାଭ କଲେ । ପୁଅର ନାଁ ରଖ୍ଲେ ଅମାନତ ସିଂହ ।

    ୨୦୧୯, ଅଗଷ୍ଟ ୪ ତାରିଖ ଭୋର ସମୟ । ୮ ବର୍ଷ ବୟସ୍କଅମାନତ ସିଂହ ପଡୋଶୀ ସୁରଜିତଙ୍କ ଘରକୁ ଦୌଡିଯାଇ ତାଙ୍କ ମା”ବାପାଙ୍କୁ କିଏ ହତ୍ୟା କରିଦେଇଛି ବୋଲି କହିଲା । ସୁରଜିତ ସଙ୍ଗେସଙ୍ଗେ ଆଉ କିଛି ପଡୋଶୀଙ୍କୁ ନେଇ ଜସବୀରଙ୍କ ଘରକୁ ଛୁଟିଲେ ।ସ୍ଵାମୀ-ସ୍ତ୍ରୀ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ି ରହିଥ୍ଲେ । ଜସବୀରଅଚେତ ହୋଇ ପଡ଼ିଥିଲେ, ପନ୍ୀ ଦଲଜୀତଙ୍କ ନିଶ୍ବାସ ପ୍ରଶ୍ଵାସଚାଲିଥିଲା । ଦୁହିଁଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନେବା ସହ ପୋଲିସକୁ ଏନେଇ ସବୁ ସୂଚନା ଦିଆଗଲା । ଡାକ୍ତର ଜସବୀରଙ୍କୁ ମୃତ ଘୋଷଣା କରି ଦଲଜୀତଙ୍କ ଚିକିତ୍ସା ଆରମ୍ଭ କଲେ ।
ସୂଚନା ପାଇ ସିଟି ଥାନା ଅଧ୍କାରୀ ଡାକ୍ତରଖାନାରେ ପହଞ୍ଚି ସ୍ଥିତିପରଖ୍ୁବା ପରେ ଡଗ୍ ସ୍କ୍ଵାଡ୍ ଓ ଫରେନ୍ଗିକ୍ ଟିମ୍କୁ ଡକାଇଲେ ।ଘରର ଆଲମାରୀ କବାଟ ଖୋଲା ପଡିଲା, ସେଥିରେ ଥିବା ଜିନିଷସବୁ ଏଣେ ତେଣେ ବିଛାଡ଼ି ହୋଇ ପଡିଥିଲା । ସିସିଟିଭି ଫୁଟେଜ୍ଯାଞ୍ଚରୁ ଘଟଣାଦିନ ଜସବୀରଙ୍କ ଘରକୁ କେହି ଆସିଥିବା ଜଣା ପଡିନ ଥିଲା । ପଡୋଶୀ, ସମ୍ପର୍କୀୟ ଓ ପୁଅ ଅମାନତର ବୟାନ ଆଧାରରେଜଗରାଓ ସିଟି ଥାନାରେ ହତ୍ୟା ମାମଲା ରୁଜୁ କରି ପୋଲିସ ଜସବୀରଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଲା ।

ଦଲଜୀତ ହିଁ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିବାଚୁ ପୋଲିସ ତା'ର ବୟାନକୁବେଶି ଗୁରୁତ୍ଵ ଦେଉଥ୍ଲା । ଚେତା ଫେରିବା ପରେ ସେ ବୟାନ ଦେଲା-ଅଗଷ୍ଟ ୩ ରାତି ପ୍ରାୟ ୯ଟା ୩୦ମିନିଟ୍ ବେଳକୁ ସେ ସ୍ଵାମୀ ଓ ପୁଅଙ୍କ----ସହ ବେଡ୍ରୁମ୍ରେ ଶୋଇପଡ଼ିଥିଲେ । ମଧ୍ଯରାତ୍ରିରେ ୪ଜଣ ତାଙ୍କ ଘରକ୍ୟାମ୍ପସ୍ରେ ପଶିଥିଲେ । ଦୁଇଜଣ ବାହାରେ ଜଗିଲେ, ବାକି ଦୁଇ ଜଣଘର ଭିତରକୁ ପଶି ସ୍ଵାମୀ- ସ୍ତ୍ରୀଙ୍କୁ ଆକ୍ରମଣ କଲେ । ଲଟେରାଙ୍କ ମାଡ଼ରେ ଜସବୀରଙ୍କର ମୃତ୍ୟୁ ହୋଇଗଲା । ଦଲଜଚ୍ଚୀତଙ୍କୁ ସେମାନେ ମାଡ ମାରିବେହୋସ୍ କରି ଚୌକିରେ ବାନ୍ଧିଦେଲେ । ସେମାନେ ପଳାଇବା ପରେ ବହୁ କଷ୍ଟେମଷ୍ଟେ ସେ ପୁଅ ଅମାନତକୁ ନିଦରୁ ଉଠେଇଲେ ।

କିନ୍ତୁ ଦଲଜୀତ ଓ ଅମାନତର ବୟାନରେ କିଛି ସାମଞ୍ଜସ୍ୟ ନ ଥିଲା ଯାହା ଫଳରେ ଦଲଜୀତ ଉପରେ ପୋଲିସର ସନ୍ଦେହ ଘନୀଭୂତହେଲା । କିନ୍ତୁ ଗିରଫ ନେଇ ପୋଲିସକୁ କିଛି ମଜଭୂତ ପ୍ରମାଣ ମିଳିବା ଆବଶ୍ୟକ ଥିଲା ସେଥିପାଇଁ ପୋଲିସ କିଛି ଗୁଇନ୍ଦାମାନଙ୍କୁ ˆଏ କାମରେ ଲଗେଇ ଦେଲା । ଏହାଛଡ଼ା ପୋଲିସ ଦଲଚ୍ଜୀତଙ୍କଫୋନ୍ର କଲ୍ ଡିଟେଲ୍ସ ଚେକ୍ କଲାଚୁ ସେମାନଙ୍କୁ ଗୋଟିଏ ଏମିତିନମ୍ବର ମିଳିଲା ଯାହା ସହ ଜସବୀର ଅହନିଶ କଥା ହେଉଥିଲା । ଯାଞ୍ଚରୁଜଣା ପଡିଲା ସେହି ନମ୍ବରଟି ଥିଲା ଅମୃତସର ନିବାସୀ ହରକୃଷ୍ଣ ସିଂହର । ଥାନା ଅଧୁକାରୀ ନିଧାନ ସିଂହ ଏକ ଟିମ୍ ଗଠନ କରି ହରକୃଷ୍ଣକୁ ଧରିବାକୁ ତା” ଘରକୁ ଯାଇଥିବା ବେଳେ ସେ ମିଳି ନ ଥିଲା ।

ପଡୋଶୀଙ୍କ ବୟାନ ଥିଲା - ଜସବୀର ଓ ଦଲଜୀତଙ୍କ ମଧ୍ଯରେକିଛିଦିନ ହେବ କଳିଗୋଳ ଲାଗି ରହିଥିଲା । ଦଲଜୀତ ଦୈନିକ ୨-୩ ଥର ଅମୃତସରର ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ଵାରାକୁ ଯାଉଥିଲା ।ଅଗଷ୍ଟ ୧୦ ତାରିଖ ଜସବୀ ରଙ୍କ ଅନ୍ତ୍ୟେଷ୍ଟିଜ୍ଵରିୟା ପରେ ପୋଲିସ ତୁରନ୍ତ ଦଲଜୀତକୁ ଗିରଫ କରିବାର କେଇ ଘଣ୍ଟା ପରେ ସେ ମାନସିକ ମ୍ତ୍ତରରେ ଦୁର୍ବଳ ହୋଇଯାଇ ସବୁ ସତ କଥା କହିଦେଲା । ସେହିଦିନ ପୋଲିସ ତାକୁ କୋର୍ଟରେ ହାଜର କରି ୪ଦିନିଆ ରିମାଣ୍ଡରେ ନେଇ ପୁଣି ଜେରା ଆରମ୍ଭ କରିଦେଲା ।

ଜସବୀର ଓ ଦଲଜୀତଙ୍କ ସମ୍ପର୍କ ଠିକଠାକ୍ ଚାଲିଥିବା ବେଳେକିଛିଦିନ ହେବ । ଜସବୀରଙ୍କ ଶରୀରର ଆକାର ପ୍ରକାର ନେଇ ଦଲଜୀତଅସନ୍ତୁଷ୍ଟ ଥିଲା । ସେ ଅନ୍ୟ ପୁରୁଷର ସ୍ପର୍ଶ ଆଶାରେ ଥିଲା ଯାହାପାଇଁ ଫେସ୍ବୁକ୍ର ଆଶ୍ରୟ ନେଲା । ଫେସ୍ବୁକ୍ ଜରିଆରେ ଦଲଜୀତକୁମିଳିଗଲା ମଧ୍ଯବୟସ୍କ ତଥା ଦୁଇ ଜବାନ୍ପିଲାଙ୍କ ବାପା ହରକୃଷ୍ଣ ସିଂହ ।ଦଲଜୀତର ହାବଭାବରେ ପରିବର୍ଭନ ଦେଖୁ ଜସବୀରଙ୍କ ମନରେପ୍ରଶ୍ନର ସୁଅ ଛୁଟିଲା । ଦିନେ ସୁଯୋଗ ଉଣ୍ଡି ସେ ଫୋନ୍ ଚେକ୍ କରିଦଲଜୀତ ଜନୈକ ପୁରୁଷ ସହ ଚାଟ୍ କରୁଥିବା ଜାଣିବାକୁ ପାଇଲେ । ଅମୃତସର ସ୍ଥିତ ହୋଟେଲର ବନ୍ଦ କୋଠରୀ ଭିତରେ ଦଲଜୀତଓ ହରକୃଷ୍ଣଙ୍କ ମିଳନ ହେଉଥ୍ଲା । ସମ୍ପର୍କ ସୁଦୃଢ ହେବାରୁ ହରକୃଷ୍ଣଆଉ ହୋଟେଲ ନ ଯାଇ ନିଜ ଘରକୁ ଦଲଜଚ୍ଜୀତକୁ ଆଣି ରଙିଂନସମୟ ବିତାଇବାକୁ ଲାଗିଲା । ସପ୍ତାହରେ ୨-୩ ଥର ଦଲଜୀତଗୁରୁଦ୍ଵାରା ନାରେ ବାହାରକୁ ଯିବାରୁ ଜସବୀର ତା” ଉପରେ ଦୃଷ୍ଟିରଖୁ ଜାଣିଲା ହରକୃଷ୍ଣ ସହିତ ତାଙ୍କ ପନ୍ନୀର ଅବୈଧ ସମ୍ପର୍କ ରହିଛି । ଏହା ପରଠାରୁ ଦମ୍ପତିଙ୍କ ଭିତରେ ଆରମ୍ଭ ହୋଇଗଲା କଳି ଝଗଡ଼ା।
              ଦେହ ସୁଖ ସାଙ୍ଗକୁ ଟଙ୍କା ମିଳୁଥିବାରୁ କୌଣସି ମତେ ହରକୃଷ୍ଣଦଲଜୀତକୁ ଛାଡ଼ିବାକୁ ଚାହୁଁ ନ ଥିଲା । ଦୁହିଁଙ୍କ ଭିତରେ ଏକ ଚୁକ୍ତିହେଲା - ଜସବୀରକୁ ସବୁଦିନ ପାଇଁ ହଟାଇ ଦିଆଯିବ। ଏଥି ପାଇଁଲୋକ ଯୋଜାଡ଼ କରିବ ହରକୃଷ୍ଣ୨ ଯାହା ଟଙ୍କା ଖଚ୍ଚ' ହେବ ତାକୁ ବହନ କରିବ ଦଲଚ୍ଜୀତ ।ହରକୃଷ୍ଣ ସବୁ କଥା ତା' ପୁଅ ହନ୍ନୀକୁ ଜଣେଇ ଦେଲା । କାରଣଦଲଜୀତ ଓ ହରକୃଷ୍ଣର ସମ୍ପର୍କ ବିଷୟରେ ପୁଅ ଓ ସ୍ତ୍ରୀ ଜାଣିଥ୍ଲେ ।୨୦ ବର୍ଷୀୟା ହନ୍ନୀ ଏ କାମ ପାଇଁ ତା'ର ଜଣେ ସାଙ୍ଗ ଯୋଗାଡ଼ କରିଦେଲା ଯାହାର ନୀ ପଲବିନ୍ଦର ।
        ଅଗଷ୍ଟ ୩ ରାତି ପ୍ରାୟ ୧୧ଟା ବେଳକୁ ପାଚେରୀ ଡେଇଁ ଘର ଭିତରକୁପ୍ରବେଶ କଲେ ହନ୍ନୀ ଓ ପଲବିନ୍ଦର । ସେଦିନ ରାତ୍ରି ଭୋଜନରେ ଦଲଜୀତ ଜସବୀରଙ୍କ ଖାଦ୍ୟରେ ନିଦ ବଟିକା ମିଶେଇ ଦେଇଥିଲା । ଗାଢ଼ ନିଦରେ
ଶୋଇଥିବା ଜସବୀରଙ୍କୁ ଦୁଇ ଯୁବକ ଆଖୁବୁଜା ପ୍ରହାର କରି ମାରିଦେବା ପରେ ଆଲମାରୀରୁ ଲୁଗା ପଟା ଏଣେ ତେଣେ ଫୋପାଡି ୨ଲକ୍ଷ ଟଙ୍କା ନେଇଗଲେ ଏହାକୁ ଲୁଟ୍ର ରୂପ ଦେବା ପାଇଁ । ପରେଦଲଜୀତ ନିଜେ ଛୁରୀରେ ନିଜ ଦୁଇ କାନ୍ଧକୁ ଆଘାତ କରି ରକ୍ତାକ୍ତହୋଇଗଲା । ଆଉ ଭୋର୍ ହେବାରୁ ପୁଅକୁ ଉଠେଇ ଦେଇ ପଡୋଶୀ ଘରକୁ ସାହାଯ୍ୟ ପାଇଁ ପଠେଇ ଦେଇ ନିଜେ ଅତେଚ ହେବାର ବାହାନାକରି ଭୁଇଁରେ ଲୋଟି ପଡ଼ିଲା ।ଅଗଷ୍ଟ ୨୫ରେ ପୋଲିସ ଦଲଜୀତ ଓ ପଲବିନ୍ଦରକୁ କୋର୍ଟଫର ଓାର୍ଡ କଲା । କିନ୍ତୁ ଅନ୍ୟ ଦୁଇ ଅଭିଯୁକ୍ତ ହରକୃଷ୍ଣ ଓ ହନ୍ନୀଏ ପର୍ଯ୍ୟନ୍ତ ପୋଲିସ ହାତକୁ ଆସି ନାହାନ୍ତି ।

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...