Showing posts with label ଖାଉଟି ଅଧିକାର. Show all posts
Showing posts with label ଖାଉଟି ଅଧିକାର. Show all posts

Sunday, 22 December 2019

ଦକ୍ଷାର ଦକ୍ଷତା


ମଙ୍ଗଳବାର ୪ ଜୁନ୍ର ଘଟଣା। ରାଜସ୍ଥାନ ବାଡ଼ମେର ର ହାଥମା ଗାଁ ନିକଟରେ କିଛି ଲୋକ ରାସ୍ତାକଡ଼ରେ ଶବ ପଡ଼ିଥିବାର ଦେଖିବାକୁ ପାଇଥିଲେ। ହେଲେଶବଟି କାହାର ଥିଲା ଜାଣି ପାରିନଥିଲେ । ଗାରେ ଏହି ଖବରବ୍ୟାପିବାରୁ ଗାଁ ଲୋକଙ୍କ ଭିଡ଼ ଜମିଥିଲା ସେଠି । ଗାର ଜଣେଲୋକ ମୃତକକୁ ଚିହ୍ନି ପାରିଥିଲା। ମୃତକର ନା ଥିଲା ବୀରସିଂହ। ସେ ଯୋଗରାଜ ସିଂହଙ୍କ ପୁଅ ଥିଲା। ସଙ୍ଗେ ସଙ୍ଗେ ପୁଅର ମୃତ୍ଯୁ ଖବର ଘରକୁ ଦିଆଯାଇଥିଲା। ଘରଲୋକସମସ୍ତେ ଘଟଣାସ୍ତ୍ରଳରେ ପହଞ୍ଚିଥିଲେ। ସ୍ପୀ ଦକ୍ଷା ବି ସେଠାରେଉପସ୍ଥିତ ଥିଲା। ଦକ୍ଷା ସ୍ବାମୀର ଶବ ପାଖରେ ବସି ମୁଣ୍ଡପିଟିକାନ୍ଦୂଥିଲା। ଏତିକି ବେଳେ ପୁଲିସ ଆସି ସେଠାରେପହଞ୍ଚିଥିଲା। ଥାନାଧିକାରୀ ବିକ୍ରମ ସିଂହ ଘଟଣାସ୍ଥଳରନିରୀକ୍ଷଣ କରିଥିଲେ। ମୃତକ ବୀର ସିଂହର ମୁଣ୍ଡରେ ଗଭୀରଆଘାତ ଲାଗିଥିଲା। ଜଣାପଡିଥିଲା ଯେ ମୃତକକୁ ଅନ୍ୟଜାଗାରେ ହ ତ୍ୟା କରାଯାଇ ସେଠାରେ ଫିଙ୍ଗି ଦିଆଯାଇଥିଲା।ପୁଲିସ ଏହି ଘଟଣାକୁ ଗୁରୁତ୍ଵର ସହିତ ନେଇ ଖୋଳତାଡ଼ ଆରମ୍ଭ କରିଥିଲା।

`
ମହେନ୍ଦ୍ରର ନା ଆସିଥିଲା ସାମ୍ନାକୁ

ପୁଲିସ ଏହି ଘଟଣାର ଅପରାଧୀକୁ ଯଥାଶୀଘ୍ର ଧରିବା ପାଇଁସ୍ବତନ୍ତ୍ର ଟିମ୍ ଗଠନ କରିଥିଲା। ଏହି ଟିମ୍ ପ୍ରଥମେ ବୀର ସିଂହର ସ୍ଥୀ ଦକ୍ଷାକୁ ଜେରା କରିଥିଲେ । ଦକ୍ଷା କହିଥିଲା,ଜୁନ୍ ୩ ତାରିଖ ମଧ୍ୟାହ୍ନରେ ସେ କେଉଁଆଡେ
ଯାଇଥିଲେ। ହେଲେ ତାଂପରଦିନ ସକାଳେରାସ୍ତାକଡ଼ରେ ତାଙ୍କ ଶବ ମିଳିବାରସୂଚନା ଘରକୁ ମିଳିଥିଲା। ପୁଲିସ
ଟିମ୍ ବୀର ସିଂହ ଏବଂ ଦକ୍ଷାମୋବାଇଲ୍ର କଲ୍ ଡିଟେଲସ୍ବାହାର କରିଥିଲେ। ଦକ୍ଷାର କଲ୍ଡିଟେଲସ୍ରୁ ଜଣା ପଡିଥିଲା ତା'ରଗୋଟିଏ ନମ୍ବର ସହିତ ଅଧୁକାଂଶ ସମୟ କଥାବାର୍ତା ହେଉଥିଲା। ସେହିନମ୍ବରଟି ଥିଲା ମହେନ୍ଦ୍ର ସିଂହର। ଯାଞ୍ଚପରେ କିଛି ଗାଲୋକଙ୍କଠାରୁ ଜାଣିବାକୁମିଳିଥିଲା ଜୁନ୍ ୩ ତାରିଖରେ ବୀରସିଂହ ଘର ନିକଟରେ ମହେନ୍ଦ୍ର ସିଂହକୁଦେଖିବାକୁ ମିଳିଥିଲା।ପୁଲିସ ମହେନ୍ଦ୍ର ଉପରେ ସନ୍ଦେହ କରିଥିଲା। ପୁଲିସ ଟିମ୍ ମହେନ୍ଦ୍ରକୁ ଖୋଜିବାକୁ ଆରମ୍ଭ କରିଥିଲେ ।ଜଣାପଡିଥିଲା ଜୁନ୍ ୪ ତାରିଖରେ ସେଗୁଜରାଟ ଚାଲିଯାଇଛି। ରାଜସ୍ଥାନ ପୁଲିସଗୁଜରାଟରୁ ମହେନ୍ଦ୍ରକୁ ଗିରଫ କରିଥିଲେ।

ଖୋଲିଥିଲା ହତ୍ୟାକାରୀ ମୁଖା

ଥାନାକୁ ଆସିବା ପରେ ମହେନ୍ଦ୍ରକୁ ପୁଲିସ ଚିମ୍ ବୀର ସିଂହରମୃତ୍ୟୁ ବିଷୟରେ ପଚାରିଥିଲେ । ସେ ହତ୍ୟା କରି ନାହିଁ ବୋଲିକହିଥିଲା। କିନ୍ତୁ ପୁଲିସର ଗୋଟିଏ ମାଡରେ ସେ ସଚୁ ସତକଥା ମାନି ଯାଇଥିଲା। ଏହି ଘଟଣାରେ କେବଳ ସେ ସାମିଲ୍ନଥିଲା, ଦକ୍ଷା ମଧ୍ଯ ଥିଲା।| ଦକ୍ଷା ଥିଲା ଏହି ହତ୍ୟାକାଣ୍ଡର ମୁଖ୍ୟଷଡ଼ଯନ୍ତ୍ରକାରୀ । ପୁଲିସ ଦକ୍ଷାକୁ ଥାନାକୁ ଡାକିଥିଲା। ଥାନାରେଦକ୍ଷା ମହେନ୍ଦ୍ରକୁ ଦେଖି ଡରି ଯାଇଥିଲା। ସତ ସ୍ବୀକାର ଛଡାତା'ପାଖରେ କୌଣସି ରାସ୍ତା ନଥିଲା। ଦକ୍ଷା ଏବଂ ମହେନ୍ଦ୍ରଦୁହେଁ ମିଶି ବୀର ସିଂହର ହତ୍ୟା କରିଥିଲେ। ମହେନ୍ଦ୍ରକୁ ପାଇବା ପାଇଁ ସ୍ବାମୀକୁ ହତ୍ୟା କରିଥିଲା ବୋଲି ପୁଲିସ ଆଗରେ ସ୍ଵୀକାର କହିଥିଲା ଦକ୍ଷା ।


ମହେନ୍ଦ୍ର ପାଇଁ ସଂପକ ବଦଳିଥିଲା
ବୀର ସିଂହ ଦକ୍ଷାକୁ ବାହା ହୋଇ ବହୁତ ଖୁସିରେ ଥିଲା।ଦକ୍ଷାର ସବୁ ଇଚ୍ଛା ପୂରଣ କରିବା ପାଇଁ ବୀର ସିଂହ ଦିନରାତିକାମ କରୁଥିଲା। ହେଲେ ମହେନ୍ଦ୍ର ହି ସ୍ଵାମୀ ସ୍ତୀର ସଂପର୍କକୁବଦଳାଇ ଦେଇଥିଲା। ମହେନ୍ଦ୍ର ଥିଲା ବୀର ସିଂହର ସାଙ୍ଗ ।କିନ୍ତୁ ତାଂ ସହିତ ବିଶ୍ବାସଘାତ କରି ବସିଥିଲା ଦକ୍ଷା ପାଇ ।ମହେନ୍ଦ୍ର ଗୁଜରାଟରେ କାମ କରୁଥିଲା। ମହେନ୍ଦ୍ର ସେଠାରେଗୋଟିଏ ହୀରା ଫାର୍ମରେ କାମ କରୁଥିଲା। ସେଠି ତାଂକୁଭଲ ଦରମା ମିଳୁଥିଲା। ମଝିରେ ମଝିରେ ସେ ବୀର ସିଂହରଘରକୁ ମଧ୍ୟ ବୁଲି ଆସୁଥିଲା। ଦକ୍ଷା ତାଂର ବହୁତ ଯତ୍ନନେଉଥିଲା। ଦକ୍ଷାକୁ ଯାହା ଦରକାର ହେଉଥିଲା ସେ ସ୍ବାମୀକୁନକହି ମହେନ୍ଦ୍ରକୁ କହୁଥିଲା। ମହେନ୍ଦ୍ର ବି ଦକ୍ଷାକୁ ସବୁକିଛିଦେଉଥିଲା। ଦିଅର ଭାଉଜ ସଂପର୍କ ଶେଷରେ ଅନୈତିକ ସଂପର୍କରେ ପରିଣତ ହୋଇଥିଲା।

ସତ ଜାଣିଦେଇଥିଲା ବୀର ସିଂହବହୁତ ଦିନ ପର୍ଯ୍ୟନ୍ତ ଦୁହେଁ ସେମାନଙ୍କ ସଂପର୍କକୁଲୁଚାଇ ରଖିଥିଲେ। ହେଲେ ଗା ଲୋକଙ୍କ ନଜରରୁ ଲୁଚିପାରିନଥିଲେ। ଗୀର କିଛି ମହିଳା ମହେନ୍ଦ୍ର ଏବଂ ଦକ୍ଷାରମିଳାମିଶାକୁ ନେଇ ସନ୍ଦେହ କରିଥିଲେ। ଦିନେ ସେମାନେଜାଣି ଦେଇଥିଲେ ମହେନ୍ଦ୍ର ବୀର ସିଂହର ଅନୁପସ୍ଥ୍ତିତିରେ ଦକ୍ଷାଘରକୁ କାହିଁ କି ଆସୁଛି। ସେହି ମହିଳାମାନେ ବୀର ସିଂହକୁସବୁ କଥା କହିଥିଲେ। ବୀର ସିଂହ ଏସବୁ ଶୁଣିଲା ପରେବିଶ୍ଵାସ କରିପାରିନଥିଲା। ଦକ୍ଷା ତା' ସହିତ ବିଶ୍ଵାସଘାତକତାକରିପାରିବ ସେ ସ୍ବପ୍ନରେ ଭାବିନଥିଲା। ସେହି ମହିଳାଙ୍କ କଥାଶୁଣି ବୀର ସିଂହର ସନ୍ଦେହ ହୋଇଥିଲା। ସେଥିପାଇଁ ସେ ଦୁଇଜଣଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲା।
ସୁଧୁରି ନଥିଲା ଦକ୍ଷା

ଦିନେ ବୀର ସିଂହ ମହେନ୍ଦ୍ର ଏବଂ ଦକ୍ଷାକୁ ଘରେ ଆପଭିଜନକ ସ୍ତିତିରେ ଦେଖି ଦେଇଥିଲା। ବୀର ସିଂହ ମହେନ୍ଦ୍ରକୁବହୁତ ଗାଳି ଦେଇଥିଲା ଏବଂ ତା'ର ଘରକୁ ଆସିବା ବନ୍ଦକରି ଦେଇଥିଲା। ମହେନ୍ଦ୍ର ଯିବା ପରେ ସେ ଦକ୍ଷାକୁ ମାଡମାରିଥିଲା। ଧମକ ଦେଇ କହିଥିଲା ମହେନ୍ଦ୍ର ଯଦି ପୁଣିଥରେଘରକୁ ଆସେ ଦୁଇଜଣଙ୍କୁ ଜୀବନରୁ ମାରିଦେବ । ସ୍ବାମୀରଧମକ ଶୁଣି ଡରି ଯାଇଥିଲା ଦକ୍ଷା। କହିଥିଲା ପୁଣିଥରେସେ ଏମିତି କାମ କରିବନି । ମହେନ୍ଦ୍ର ସହିତ ଆଉ କେବେକଥା ହେବନି । କିନ୍ତୁ ସେ ତା'ର ପ୍ରତିଶ୍ରୁତିରୁ ଶୀଘ୍ର ଓହରିଯାଇଥିଲା। କିଛିଦିନ ପରେ ପୁଣିଥରେ ମହେନ୍ଦ୍ର ସହିତକଥାବାର୍ଭା ଜାରି ରଖିଥିଲା। ଏହିକଥାକୁ ନେଇ ସ୍ବାମୀ ସ୍ତୀଙ୍କଭିତରେ ବହୁତ ଝଗଡ଼ା ହେଉଥିଲା। ବୀର ସିଂହ ପ୍ରତିଦିନଦକ୍ଷାକୁ ମାଡ ମାରୁଥିଲା। ହେଲେ ଦକ୍ଷା ସୁଧୁରିବା ବଦଳରେ ଆହୁରି ଜିଦଖୋର ହେଉଥିଲା।

ଦୁହେଁ ଷଡ଼ଯନ୍ତ୍ର ରଚିଥିଲେ

ଦିନେ ଦକ୍ଷା ସ୍ବାମୀର ଅତ୍ଯାଚାର ବିଷୟରେ ମହେନ୍ଦ୍ରକୁକହିଥିଲା। ବୀର ସିଂହର କବଳରୁ ଯେତେଜଲଦି ବାହାରିବାକୁ ଦକ୍ଷା ଚାହୁଁ ଥିଲା। ॥। ଆଉ ସବୁଦିନ ପାଇଁ ମହେନ୍ଦ୍ରରହେଇଯିବାକୁ ଚାହୁଁ ଥିଲା। ହେଲେ
ଯେ ପର୍ଯ୍ୟନ୍ତ ବୀର ସିଂହ ଜୀବିତଅଛି ସମ୍ଭବ ନଥିଲା। ସେଥିପାଇଁସେ ରଚିଥିଲା ଷଡ଼ପଯନ୍ତର।ତା'ସହିତ ସହଯୋଗ କରିଥିଲାତାଂର ପ୍ରେମିକ ମହେନ୍ଦ୍ର। ଦୁହେଁନିଷ୍ପରି ନେଇଥିଲେ ବୀର ସିଂହକୁହତ୍ୟା କରିବା ପରେ ସେମାନେ ଏକାଠିହୋଇଯିବେ। ବୀର ସିଂହ ସେମାନଙ୍କଉପରେ ନଜର ରଖୁଥିଲା। ସେଥିପାଇଁସେମାନେ ସୁଯୋଗ ଖୋଜୁଥିଲେ 

କଟୁରୀରେ ହାଣି ହତ୍ୟା କରିଥିଲେ

ଜୁନ୍ ୩ ତାରିଖରେ ବୀର ସିଂହ କେଉଁଆଡେଯାଇଥିଲା। ଘରେ କେହି ନଥିଲେ ସେହି ସମୟରେ। ଏହି
ମଉକା ଦେଖି ଦକ୍ଷା ଫୋନ୍ କରି ମହେନ୍ଦ୍ରକୁ ଘରକୁ ଡାକିଥିଲା। ମହେନ୍ଦ୍ର ସଙ୍ଗେ ସଙ୍ଗେ ଦକ୍ଷୀ ଘରେ ପହଞ୍ଚି ଯାଇଥିଲା। ଏତେଦିନ ପରେ ଦେଖା ହୋଇଥିବାରୁ ସେମାନେ କଥାବାର୍ଭାରେମଜିଗଲେ। ସେଥିପାଇଁ ସେମାନେ ବୀର ସିଂହର ଉପସ୍ମିତି- ଜାଣିପାରିନଥିଲେ। ବୀର ସିଂହକୁ ସାମ୍ନାରେ ଦେଖି ଦକ୍ଷା ମହେନ୍ଦ୍ରଠାରୁ ଦୂରେଇ ଯାଇଥିଲା। ବୀର ସିଂହ ରାଗରେ ଲାଲ। ପଡିଯାଇଥିଲା। ମହେହଦ୍ରକୁ ଗାଳି କରି ମାଡ଼ ମାରିବା ଆରମ୍ଭ। କରିଥିଲା। ଦୁଇଜଣଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା।। ଦକ୍ଷା ମଧ୍ୟ ପ୍ରେମିକର ପକ୍ଷ ନେଇ ସ୍ବାମୀ ସହିତ ଗଣ୍ଡଗୋଳକରିଥିଲା। ଦୁଇଜଣ ମିଶି ବୀର ସିଂହକୁ ପିଟିବାକୁ ଲାଗିଥିଲେ ।ଏତିକିବେଳେ ଦକ୍ଷା କଟୁରୀ ଆଣି ବୀର ସିଂହର ମୁଣ୍ଡ ପଛକୁଚୋଟ ପକାଇଥିଲା। ବୀର ସିଂହ ଗୋଟିଏ ଚୋଟରେ ତଳେ ପଡି ଯାଇଥିଲା। ମରିଯିବା ପରେ ତା'ର ଶବକୁ ଦୁହେଁ ମିଶି। ଫିଙ୍ଗି ଦେଇ ଆସିଥିଲେ।

Wednesday, 26 December 2018

ଗ୍ରାହକ ସୁରକ୍ଷା ଗଣତନ୍ତ୍ର ରକ୍ଷା




ସହଦେବ ସାହୁ
ପ୍ରତିବର୍ଷ ଡିସେମ୍ବର ୨୪ ତାରିଖକୁ ଆମେ ‘ଜାତୀୟ ଖାଉଟି ଅଧିକାର ଦିବସ’ ଭାବେ ପାଳନ କରୁ ଏବଂ ସରକାରୀ ବିଜ୍ଞାପନରେ ଶୁଣୁ ‘ଜାଗୋ ଗ୍ରାହକ ଜାଗୋ’। ଉତ୍ତମ ସାମଗ୍ରୀ ଓ ଉତ୍ତମ ସେବା ପାଇବା ତୁମର ଅଧିକାର, ଯିଏ ଖିଲାପ କରୁଛି ତା’ ନାଁରେ ନାଲିସ କର; ସିଏ ସରକାର ହୁଅନ୍ତୁ ବା ଘରୋଇ କମ୍ପାନୀ କି ସମବାୟ ସଂସ୍ଥା। ସେ ଘର ପାଖର ପଡ଼ିଶା ହେଉ କି ସହରୀ ଚିଟ୍‌ଫଣ୍ଡ ମାଲିକ ହେଉ କି ବିଶ୍ୱସ୍ତରୀୟ ବହୁରାଷ୍ଟ୍ରୀୟ କମ୍ପାନୀ, କାହାରିକୁ ଛାଡ଼ ନାହିଁ। ସାମଗ୍ରୀ ବା ସେବା ଯୋଗାଣକାରୀମାନେ ଆଉ ‘ଗରାଖ ଈଶ୍ୱର’ ଉକ୍ତିରେ ବିଶ୍ୱାସ କରୁନାହାନ୍ତି, ‘ପଇସା ହିଁ ଭଗବାନ’ ଭାବି ଗ୍ରାହକକୁ ଠକିିବାର ବିଭିନ୍ନ କୌଶଳ ବାହାର କରୁଛନ୍ତି। ସରକାରୀ କର୍ମଚାରୀମାନେ ବି ନାଗରିକଙ୍କୁ ଯଥାସମୟରେ ତାଙ୍କର ହକ୍‌ ଦେବାକୁ କର୍ତ୍ତବ୍ୟ ବୋଲି ମନେକରୁ ନାହାନ୍ତି। ସବୁଠାରୁ ବଡ଼ ଦୁଃଖର ବିଷୟ ଯେ, ଉତ୍କୋଚ ନେଇଥିବା ଉପରିସ୍ଥ ଅଧିକାରୀ ବା ନେତାଙ୍କ ଇଙ୍ଗିତ କାରଣରୁ ଆମ ଦେଶର ନିୟାମକ ଅଧିକାରୀମାନେ ଚୁପ୍‌ ରହୁଛନ୍ତି। ରାଜନୈତିକ ଦଳଗୁଡ଼ିକ ମୋଟା ଅଙ୍କର ନିର୍ବାଚନୀ ଚାନ୍ଦା ପାଇଗଲେ ଚାନ୍ଦା ଦେଇଥିବା କମ୍ପାନୀ ଓ ବ୍ୟକ୍ତିମାନଙ୍କ ପ୍ରତି ନିୟାମକ କର୍ମକର୍ତ୍ତାଙ୍କୁ ଶିଥିଳ କରିଦେଉଛନ୍ତି; ସିବିଆଇ ଭଳି ଅଥରିଟିର ତଦନ୍ତକାରୀ ଅଧିକାରୀଙ୍କୁ ବି ବଦଳି କରିଦେଉଛନ୍ତି। ଗ୍ରାହକର ସୁରକ୍ଷା ଦେଉଥିବା ଆଇନର ଖିଲାପକାରୀଙ୍କ ପ୍ରତି କେବଳ ବିଭାଗୀୟ ନିରୀକ୍ଷକ ନୁହେଁ, ପୋଲିସ, କମ୍ପାନୀ ନିୟନ୍ତ୍ରକ, ବିଚାର ବିଭାଗ ବି କୋହଳ ହେଉଥିବାର ଉଦାହରଣ ଅଛି। ଗ୍ରାହକ-ଶୋଷଣ ସୀମା ପାର ହୋଇ ଗ୍ରାହକର ମୃତ୍ୟୁର କାରଣ ହେଲେ ସରକାର ଚେତୁଛନ୍ତି କିମ୍ବା ବିଦେଶରେ କ୍ଷତିଗ୍ରସ୍ତ ଗ୍ରାହକମାନେ ଜିତିବାର ଖବର ବହୁଳ ପ୍ରଚାର ହେଲେ ଆମ ଦେଶର ସରକାରୀ କଳ ସକ୍ରିୟ ହୁଅନ୍ତି। ପେପ୍‌ସୀ କୋଲା ଭଳି ମୃଦୁପାନୀୟ ଆମେରିକାର ସ୍କୁଲମାନଙ୍କରେ ବାରଣ ହୋଇଥିଲେ ବି ଆମ ଦେଶରେ ସେଗୁଡିକ ଆଭିଜାତ୍ୟର ଚିହ୍ନ ହୋଇ ରହିଛି। ଆମ ଦେଶରେ ବହୁଳ ପ୍ରସାରିତ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀର ବେବି ପାଉଡର ଓ ବେବି ସାମ୍ପ ଉଦାହରଣ ଦେଖନ୍ତୁ। ପିଲାଙ୍କୁ ଭଲ ବୋଲି ଏତେ ପ୍ରଚାରିତ ଯେ ବଡ଼ମାନେ, ବିଶେଷତଃ ପିଲାର ମା’ମାନେ ବି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର ବ୍ୟବହାର କରନ୍ତି; ଗାଧୋଇ ସାରିଲା ପରେ ଦେହକୁ ଶୁଖିଲା ରଖିବା ପାଇଁ ଚଡ଼ିରେ, ରୁମାଲରେ ବେବି ପାଉଡର ଛିଞ୍ଚନ୍ତି। ବେବି ପାଉଡରରେ ଯେଉଁ ଟାଲକମ୍‌ ବ୍ୟବହାର ହୁଏ, ତାହା ଖଣିରୁ ଉତ୍ତୋଳନ ବେଳେ ତହିଁରେ ଆଜ୍‌ବେଷ୍ଟସ୍‌ ମିଶିଥାଏ ଏବଂ ଆଜ୍‌ବେଷ୍ଟସ୍‌ କର୍କଟ ରୋଗର କାରଣ ବୋଲି ଡାକ୍ତରମାନଙ୍କୁ ଜଣା। ବେବି ପାଉଡର ତିଆରିରେ ଆଜ୍‌ବେଷ୍ଟସକୁ ପୂରାପୂରି କାଢ଼ିଦେବା କଥା ଏବଂ କାଢ଼ିଦେଇ ବେବି ପାଉଡର ତିଆରି କରୁଛି ବୋଲି କମ୍ପାନୀ ଦାବି କରୁଥିଲା। ଅଳ୍ପ ଦିନ ତଳେ ଆମେରିକାର ଆଲାବାମା ରାଜ୍ୟର ଜଣେ ୬୨ ବର୍ଷୀୟା ମହିଳା ଜରାୟୁ କର୍କଟରେ ଆକ୍ରାନ୍ତ ହୋଇଥିବାର କାରଣ ୩୫ ବର୍ଷ କାଳ ଜେଆଣ୍ଡଜେ ବେବି ପାଉଡର ବ୍ୟବହାର ବୋଲି ଅଭିଯୋଗ କରି ନାଲିସ କରିଥିଲେ ଏବଂ ଶେଷରେ ମୃତ୍ୟୁବରଣ କରିଥିଲେ। ନମୁନା ପରୀକ୍ଷା କରି ଦେଖାଗଲା ବେବି ପାଉଡର ସମ୍ପୂର୍ଣ୍ଣ ଆଜ୍‌ବେଷ୍ଟସମୁକ୍ତ ନୁହେଁ। ରଏଟର ପରିବେଷିତ ଖବରରୁ ପ୍ରକାଶ ଯେ, ଜେଆଣ୍ଡଜେ କମ୍ପାନୀ ଅଭିଯୋଗକାରିଣୀଙ୍କ ପରିବାରକୁ ୭୨ ମିଲିୟନ୍‌ ଡଲାର (ପ୍ରାୟ ୫୦ କୋଟି ୪୦ ଲକ୍ଷ ଟଙ୍କା) କ୍ଷତିପୂରଣ ଦେବାକୁ ଆମେରିକାର କୋର୍ଟ ରାୟ ଦେଇଛି। ପାଠକମାନେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଜନ୍‌ସନ ଆଣ୍ଡ ଜନ୍‌ସନ କମ୍ପାନୀର ବେବି ସାମ୍ପରେ ଫର୍ମାଲଡିହାଇଡ୍‌ ଭଳି କର୍କଟରୋଗକାରୀ କେମିକାଲ ମିଶିଛି। ସେଥିପାଇଁ ବି ଲୋକେ ନାଲିସ କଲେଣି। ଏ ଖବର ପାଇ ସପ୍ତାହକ ତଳେ ଆମ ଦେଶର ସେଣ୍ଟ୍ରାଲ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନର ଅଧିକାରୀମାନେ ଜେଆଣ୍ଡଜେର କାରଖାନା ଉପରେ ଚଢାଉ କରି ଉପତ୍ାଦିତ ଦ୍ରବ୍ୟର ନମୁନା ନେଇଛନ୍ତି। ଏତେ ଦିନରେ ଆମ ସରକାରଙ୍କ ନିଦ ଭାଙ୍ଗିଥିଲେ ବି ଯାଞ୍ଚର ଫଳ କମ୍ପାନୀ ବିରୋଧରେ ଯିବା ନେଇ ସନ୍ଦେହ ରହିଛି। କାରଣ କେତେ ପରିମାଣର ଆଜ୍‌ବେଷ୍ଟସ ଭାରତୀୟମାନେ ସହିପାରିବେ ତା’ ଉପରେ ବିତର୍କ ହୋଇପାରେ, ସତେଯେପରି ଭାରତୀୟମାନଙ୍କ ଜୀବନ ଆମେରିକୀୟ ଜୀବନଠାରୁ ନୂ୍ୟନ। ଆମେ ଜାଣିଛୁ- ପେପ୍‌ସୀ ଓ କୋକାକୋଲା ଭଳି ପାନୀୟରେ କୀଟନାଶକ ଭଳି ଦୂଷିତ ଜିନିଷ ଅଛି ବୋଲି ଅଭିଯୋଗର ତଦନ୍ତ କରି ଆମ କେନ୍ଦ୍ର ସରକାର କହିଥିଲେ, ୟୁରୋପୀୟ ସଂଘର ମାନକ ତୁଳନାରେ ମିଶ୍ରଣ-ମାତ୍ରା ବେଶି ଥିଲେ ହେଁ ଭାରତୀୟ ମାନକ ମାପରେ ମାତ୍ରାଧିକ ନୁହେଁ। ଆମର ତତ୍କାଳୀନ କେନ୍ଦ୍ରମନ୍ତ୍ରୀ କୋକାକୋଲା କମ୍ପାନୀକୁ କ୍ଲିନ୍‌ଚିଟ୍‌ ଦେଇଥିଲେ ବୋଲି ଆମ ପିଲାଏ ମୃଦୁପାନୀୟ ପିଇ ପିଇ ମେଦବହୁଳତା ରୋଗର ଶିକାର ହେବେ। ଜେଆଣ୍ଡଜେ କ୍ଷେତ୍ରରେ ତଦନ୍ତର ସେହିଭଳି ଅବସ୍ଥା ହେବନି ତ!
ଅଥଚ ଆମ ଦେଶରେ ଗ୍ରାହକକୁ ଆମେରିକା ଭଳି ଖର୍ଚ୍ଚବହୁଳ ମକଦ୍ଦମା କରିବାକୁ ପଡିବ ନାହିଁ। ୧୯୮୬ରୁ ଲାଗୁ ହୋଇଥିବା ଗ୍ରାହକ ସୁରକ୍ଷା ଆଇନ ଅନୁଯାୟୀ ଠକାମି, ଜାଲିଆତି, ଅପମିଶ୍ରଣ ବା ଅନ୍ୟ ପ୍ରକାର ଶୋଷଣର ଶିକାର ହୋଇଥିବା ଲୋକ କମ୍‌ ଖର୍ଚ୍ଚରେ ଖାଉଟି ଅଦାଲତକୁ ଯାଇପାରିବ। ସେ ଦାବି କରୁଥିବା କ୍ଷତିର ପରିମାଣ ଅନୁଯାୟୀ ଫି’ ଦେଇ ଜିଲା ବା ରାଜ୍ୟସ୍ତରର ବା ଜାତୀୟ ଖାଉଟି ଅଦାଲତକୁ ଯାଇପାରିବ। ଏ ଆଇନଟି ଏକ ଯୁଗାନ୍ତକାରୀ ଏବଂ ପ୍ରଗତିଶୀଳ ବ୍ୟବସ୍ଥା। ବେସରକାରୀ, ସରକାରୀ ଓ ସମବାୟ ସବୁ କ୍ଷେତ୍ର ଏହାର ଅନ୍ତର୍ଭୁକ୍ତ। ସବୁ ପ୍ରକାରର ସାମଗ୍ରୀ ଓ ସେବା ପ୍ରତି ଏ ଆଇନ ଲାଗୁ। ଆଗରୁ ଖାଉଟି ବା ସେବା-ଗ୍ରହଣକାରୀ ଭେଦରେ ଭିନ୍ନ ଭିନ୍ନ ସୁରକ୍ଷା ଆଇନ ଥିଲା: ଯଥା ଉଚ୍ଚତା ବଢ଼ାଇବା ହର୍ଲିକ୍ସ ପିଇ ପିଲାଏ ଡେଉଁଥିବା ବା ପାହାଡ଼ ଉପରୁ କୁକୁର ଛୁଆକୁ ଉଦ୍ଧାର କରିପାରି ଯୁବକଟିଏ ପେପ୍ସୀ ପିଇବା ଭଳି ଭ୍ରମାତ୍ମକ ବିଜ୍ଞାପନ ବିରୋଧରେ ସ୍ବତନ୍ତ୍ର ଆଇନ ଥିଲା। ସାମଗ୍ରୀର ବିକ୍ରି ବଢାଇବା ପାଇଁ ତାହାର ଯାଦୁକରୀ ପ୍ରଭାବ ଅଛି ବୋଲି ଆପତ୍ତିଜନକ ବିଜ୍ଞାପନ ଦେବା ବିରୋଧରେ ଏ ଆଇନ ଥିଲା। ଏବେ ତାକୁ ରଦ୍ଦ ନ କରି ତାହାଠାରୁ ସହଜ ଆଇନ ହୋଇଛି ୧୯୮୬ର ଗ୍ରାହକ ସୁରକ୍ଷା ଆଇନ। କିନ୍ତୁ ଆମ ସରକାର ଏଭଳି ବିଜ୍ଞାପନ ବିରୋଧରେ ପଦକ୍ଷେପ ନେଉନାହାନ୍ତି। ଆମେରିକାର ସ୍କୁଲମାନଙ୍କରେ ପେପ୍‌ସୀ ଭଳି ମୃଦୁପାନୀୟ ବାସନ୍ଦ ହୋଇଥିଲେ ହେଁ ଆମ ଦେଶରେ ତାହା ଆଭିଜାତ୍ୟର ଚିହ୍ନ। ପାନୀୟ କମ୍ପାନୀ ଲୋକଙ୍କୁ ଭୂତାଉଛି ବୋଲି ଜାଣି ମଧ୍ୟ ଆମେ ଚୁପ୍‌ ରହୁଛୁ।
୧୯୮୬ର ଆଇନରେ ଗ୍ରାହକ କେବଳ ଜଣେ ଖରିଦ୍‌ଦାର ନୁହେଁ, ସେ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରୋଗୀ ହୋଇପାରେ, ବିଦ୍ୟାଳୟରେ ଭର୍ତ୍ତି ହୋଇଥିବା ପିଲା ହୋଇପାରେ, ରେଳ ବା ବିମାନରେ ଟିକେଟ କରିଥିବା ଲୋକ ଅବା ଫୋନ୍‌ ସେବା କି ଟେଲିଭିଜନ୍‌ ସେବା ନେଇଥିବା ଲୋକ ହୋଇପାରେ, ବୀମା କରିଥିବା ଲୋକ ହୋଇପାରେ, ସରକାରୀ ବା ପ୍ରଶାସନିକ ସେବା କି ଅନୁଦାନ ପାଇବାର ହକ୍‌ ଥିବା ଯଥା- ଇନ୍ଦିରାଆବାସ ଘର ପାଇବାର ହିତାଧିକାରୀ ବି ହୋଇପାରେ। ଜଗତ୍‌ସିଂହପୁରର ବୃନ୍ଦାବନ ଜୁନିୟର କଲେଜରେ ଆବଶ୍ୟକ ଭିତ୍ତିଭୂମି ନାହିଁ ବୋଲି ଶୁଣାଣି କରି ଜିଲା ଖାଉଟି ଅଦାଲତ ସେ କଲେଜର ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଥିବା ଉପଜିଲାପାଳଙ୍କୁ ଡକାଇଥିଲେ। ସେ ଉପସ୍ଥିତ ହୋଇ ନ ଥିବାରୁ ତାଙ୍କୁ ଗିରଫ କରି ହାଜର କରିବାକୁ ଜିଲାର ଏସ୍‌ପିଙ୍କୁ ଖାଉଟି ଅଦାଲତ ଏକ ପରୱାନା ଜାରି କରିଛନ୍ତି ବୋଲି ଖବର ପ୍ରକାଶ ପାଇଛି। ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କୁ କଲେଜ ଶୋଷଣ କରୁଥିବା ଅଭିଯୋଗର ଏକ ଶୁଣାଣି ପ୍ରମାଣ ଦିଏ, କିପରି ଲୋକଙ୍କୁ ଠକିବାର ବେଳ ସରିଆସୁଛି। କିନ୍ତୁ ଏଥିଲାଗି ଶୋଷଣଗ୍ରସ୍ତ ଲୋକେ ଏକୁଟିଆ ହେଉ ବା ଦଳବଦ୍ଧ ଭାବେ ଲଢ଼େଇ ଜାରି ରଖିବା ଦରକାର।
ଗ୍ରାହକ ସୁରକ୍ଷାର ଏଭଳି ଭିନ୍ନ ଭିନ୍ନ ଦିଗ ଆଲୋଚନା କଲେ ଆମେ ଦେଖିବା, ୧୯୮୬ର ଆଇନଟି ଆମ ଗଣତନ୍ତ୍ରକୁୁ ଦୃଢ଼ କରିବାର ସୁଯୋଗ ସୃଷ୍ଟି କରିଛି। ଦଳ ପାଇଁ ଚାନ୍ଦା ଦେଇ ବା ନେତାଙ୍କୁ ହାତକରି ଯେଉଁ ବ୍ୟକ୍ତି ବା କର୍ମଚାରୀ ବା ସଂସ୍ଥା ଲୋକଙ୍କୁ ଶୋଷଣ କରିବାର ଚେଷ୍ଟା କରୁଛି, ତା’ ବିରୋଧରେ ଖାଉଟି ଅଦାଲତକୁ ସହଜରେ ଓ ସ୍ବଳ୍ପ ଖର୍ଚ୍ଚରେ ଯାଇହେବ। ନେତାମାନଙ୍କର କଳାକାରନାମା ଏ ଅଦାଲତ ଜରିଆରେ ପଦାରେ ପଡ଼ିଲେ ସେମାନଙ୍କର ଦେଶ ସମ୍ପତ୍ତିକୁ ଲୁଟ୍‌ କରିବା ଚେଷ୍ଟା ଓ ଲୋକଙ୍କୁ ଅବହେଳା କରିବା ସ୍ବଭାବ ଉପରେ ଲଗାମ୍‌ ଲଗାଯାଇପାରିବ।
ଇମେଲ୍‌: sahadevasahoo@gmail.com

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...