Saturday, 22 November 2025

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।


୧୯୮୦  ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା'ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ । ହଠାତ ବିଲୁଆଖାଇ ନଦୀ ପଠାରେ ଘଟିଗଲା ଏକ ବଡ ଘଟଣା। ସମସ୍ତେ ଧାଇଁଥିଲେ ଏକମୁହାଁ ହୋଇ ସେଇଆଡକୁ । ଲାଗୁଥିଲା ଯେମିତି ଅଞ୍ଚଳର ସବୁରାସ୍ତ ପଢିଥିଲା ବିଲୁଆଖାଇ ନଦୀ ପଠାକୁ । କିଛି କ୍ଷଣ ମଧ୍ୟରେ ସେଠାରେ ଜମା ହୋଇଯାଇଥିଲେ ଏହ ଶହଁ ଶହ ଲୋକ । ସେଠାକାର ସ୍ଥିତି ଥିଲା ବଡ ସଙ୍ଗୀନ ଏବଂ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, କିଏ ଏପରି କଲା, କାହିଁକି ଏପରି କଲା?

 କିଛି ନାରମାଂସଲୋଭା ମଣିଷଙ୍କ ଦ୍ବାରା ଲହୁ ଲୁହାଣ ହୋଇ ନିସ୍ତେଜ ହୋଇ ପଡିରହିଥିଲା ଛବିରାଣୀଙ୍କ ଅର୍ଦ୍ଧନଗ୍ନ ଶରୀର । ବିସ୍ତୀର୍ଣ୍ଣ ବାଲିର ଶେଜରେ ଚିରଦିନ ପାଇଁ ଶୁଆଇ ଦେଇଥିଲେ ସମାଜର କିଛି ତଥାକଥିତ ବଡପଣ୍ଡାମାନେ ସେଇ ନିରୀହ ଜୀବନଟିକୁ । ଛବିରାଣୀଙ୍କ ଗୋଟିଏ ଭୁଲ ଥିଲା ,ସେ ଥିଲେ ନିର୍ଜୀକ ଏବଂ ନିରପେକ୍ଷ ଖବର ପ୍ରସାରଣ କରୁଥିବା 'ପ୍ରଗତିବାଦୀ'ର ସାମ୍ବାଦିକଙ୍କ ପତ୍ନୀ । ଖବର ମାଧ୍ୟମରେ କିଛି ନିୟମ ବିରୁଦ୍ଧ କାର୍ଯ୍ୟର ଅବତାରଣା କରିଥିଲେ ପତି ନନ୍ଦ ମହାପାତ୍ର । ଏସବୁ ବେହରେ ଯାଇନଥିଲା କୁ ଜି ନେତା, କଣ୍ଟାକୁରଙ୍କର ତ‌ଥା ଦୁର୍ନୀତି ଖୋର ଲୋକମାନଙ୍କର। ଦୀର୍ଘ ଦିନର ଅଶାନ୍ତି, ଅସନ୍ତୋଷର ରାଗ ସେମାନେ ଶେଷରେ ଛବିରାଣୀଙ୍କ ଉପରେ ସୁ ଝାଇଥିଲେ ଏବଂ ଗଣ ଦୁଷ୍କର୍ମ ସହିତ ତାଙ୍କୁ ଜୀବନରୁ ମାରି ରାତାରାତି ଫେରାର ହୋଇଯାଇଥିଲେ। ସେମାନଙ୍କ ନାଁରେ କେସ୍ ହେଲା, ଆଇନ୍ ସେମାନଙ୍କୁ ଦଣ୍ଡ ଦେଲା ସତ କିନ୍ତୁ ଢେର ବିଳମ୍ବ  ହୋଇଯାଇଥିଲା । ଛବିରାଣୀଙ୍କ ଅନ୍ତେ ତାଙ୍କ ପରିବାରର ସ୍ଥିତି ସମ୍ପୂର୍ଣ ବିଗିଡି ଯାଇଥିଲା । ଛବିରାଣୀ ମର୍ଡର  ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

କଟକ ଠାରୁ ମାତ୍ର ୨୫ କିଲୋମିଟର ଦୂର ବିଲୁଆଖାଇ ନଦୀ ଶଯ୍ୟାରେ ଅତି ବିଭତ୍ସ ଭାବେ 'ପ୍ରଗତିବାଦୀର' ବିରିଡି ବ୍ଲକ ପ୍ରତିନିଧ ନବକିଶୋର ମହାପାତ୍ରଙ୍କ ପତ୍ନୀ ଛାୟାରାଣ ମହାପାତ୍ର ଓରଫ ଛବିରାଣୀଙ୍କୁ ୭/୮ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିବା ସଙ୍ଗେ ସଙ୍ଗେ ଜଗନ୍ୟ ଭାବେ ହତ୍ୟା କରିଥିଲେ । ଏହାର ଅଳ୍ପ କିଛିଦିନ ତଳେ ବିଲୁଆଖାଇର ପ୍ରଳୟଙ୍କରୀ ଚନ୍ୟାରେ ଆତଙ୍କିତ ହୋଇଥିବା ୨୨ ମୌଜାର ଜନ ସାଧାରଣ ସେହି ନଦୀ ଶଯ୍ୟାରେ ଘଟିଥିବା ଏକ ନାରକୀୟ ହତ୍ୟାକାଣ୍ଡ ଓ ବିଉତ୍ସ ଧର୍ଷଣରେ ଦୃଶ୍ୟ ଦେଖୀ ଶଙ୍କିତ ହୋଇଯାଇଥିଲେ। ଏହା ସହିତ ସେମାନେ ସଂଘବଦ୍ଧ ଭାବେ ନିଜ ଅଞ୍ଚଳର ନାରୀ ଜାତିରସମ୍ମାନ ରକ୍ଷା ପାଇଁ ଘଟଣା ସହିତ ସମ୍ପୃକ୍ତ ମୁଖ୍ୟ ଆସାମୀ ବିରିଡିର ପ୍ରଖ୍ୟାତ ବ୍ୟବସାୟୀ ରାଜୁରାଓ ଦୋରାଙ୍କ ଘର ଭାଙ୍ଗିରୁଜି ଦେଇଥୁଲେ।

 ନବକିଶୋର ମହାପାତ୍ରଙ୍କ ଘର ୨୬ ମୌଳା ଅଞ୍ଚଳରେ ହୋଇଥିରେ ମଧ୍ୟ ସେ ଚିରିତିରେ ରାଜୁରାଓ ଦୋରାଙ୍କ ଘରେ ଭା ଡା ନେଇ ରହୁଥିଲେ। ଦୈନିକ “ପ୍ରଗତିବାଦୀ' ଓ ମାସିକ ସମାଲୋଚନା ମୂଳକ ପତ୍ରିକା ଦୁର୍ମୁଖ ଏବଂ ନିଆଁଖୁଣ୍ଡାକୁ ସେ ସମ୍ବାଦ ପରିବେଷଣ କରିଆସୁଥିଲେ। ରାଜୁରାଓଙ୍କ ଘରେ ଭଡାରେ ରହୁଥିଲେ ବି ଅନ୍ୟାୟ ଅନୀତି ତାଙ୍କଦେହରେ ଯାଉନଥିଲା । ସେବାରମ୍ବାର ରାଜୁରାଓଙ୍କୁ ସତର୍କ କରାଇଥିଲେ ହେଁ ସେ ଏହାକୁ ନମାନି ବାରୁ ତାଙ୍କ ଚୋରା ସିମେଣ୍ଟ ଓ ସାର ବ୍ୟବସାୟକୁ ନେଇ ନବକିଶୋର କିଛି ସମ୍ବାଦ ପ୍ରକାଶ କରିଥିଲେ ।ଏହାକୁ ନେଇ ଶ୍ରୀ ଦୋରା ତାଙ୍କ ଉପରେ ପ୍ରତିଶୋଧନେଇ ନିଜର ଉଡ଼ାଟିଆ ଗୁଣ୍ଡା ମାନଙ୍କ ସାହାଯ୍ୟରେ ତାଙ୍କୁ ମାଡ଼ମାରିବା ସହିତ ଧମକ ଚମକ ଦେଇଥିଲେ । ଏ ବିଷୟରେ ନବଳିଶୋର ପୋଲିସରେ ଏତଲା ଦେଇଥିଲେ ଏବଂ କେସ୍ ମଧ୍ୟ ହୋଇଥିଲା

ଜଗତସିଂହପୁର ପୋଲିସ ଶ୍ରୀ ଦୋରାଙ୍କ ସମେତ କେତେଜଣଙ୍କୁ ଗିରଫ କରି ପରେ କାମିନରେ ଛାଡ଼ି ଦେଇଥିଲେ । ଏପରି ଦୁଇଥର ଦେଇଛି।--------------ଶ୍ରୀ ମହାପାତ୍ର ସାମ୍ବାଦକ ଭାବରେ ଆହୁରି କିଛିବଡ଼ ଦୁର୍ନୀତିର ପର୍ଦ୍ଦାଫାସ୍‌ ସହିତ ସ୍ପାନୀୟ କଂଗ୍ରେସ (ଇ) ନେତା ତଥା ଦୁର୍ନୀତି ଅଭିଯୋଗରେ ସସପେଣ୍ଡ ହୋଇ ଥିବା ସରପଂଚ ଦିବାକର ନାଯକଙ୍କ କାର୍ଯ୍ୟକଳାପ ବିଷୟରେ କେତେକ ସମ୍ବାଦ ପରିବେଷଣ କରିଥିଲେ । ଏଣୁ ସେ ମଧ୍ୟ ଶ୍ରୀ ମହାପାତ୍ରଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲେ।

ଘଟଣା ଦିନ ଅର୍ଥାତ ଅକ୍ଟୋବର ୩ ରେ ଶ୍ରୀ ମହାପାତ୍ର ତାଙ୍କ ପତ୍ନୀଙ୍କ ସହ କଟକ ଆସିବା ପାଇଁ ବଡ଼ ବିରିଡି ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ସମୟରେ କେତେକ ବ୍ୟକ୍ତି ତାଙ୍କୁ ଯାଇ ଖବର ଦେଲେ ଯେ ଦିବାକର ନାଯକ ତାଙ୍କୁ ହାଟରେ ରହି ଡାକୁଛନ୍ତି । ଶ୍ରୀ ମହାପାତ୍ର ପ୍ରଥମେ ଯିବାକୁ ଅମଙ୍ଗ ହେଲେ ଓ କଟକରୁ ଆସିଲେ ଭେଟିବେ ବୋଲି କହିଲେ। କିନ୍ତୁ ରକ୍ତ ଉଡ଼ାଟିଆ ଗୁଣ୍ଡାମାନେ ତାଙ୍କୁ ଜୋର ଜବର ଦସ୍ତ  ବସଷ୍ଟାଣ୍ଡରୁ ଘୋଷାଡ଼ି ନେଇଯାଇଥିଲେ।

ଶ୍ରୀ ମହାପାତ୍ରଙ୍କୁ ଆଣି ହାଟରେ ବସିଥିବା ଶ୍ରୀ ଦିବାକର ନାୟକ ଓ ଶ୍ରୀ ନନ୍ଦ ମହାନ୍ତିଙ୍କ (ଆଉ ଜଣେ ସ୍ଥାନୀୟ ନେତା) ସମ୍ମୁଖରେ ହାଜର କରାଗଲା । ତାଙ୍କୁ ଭୀଷଣ ମାଡ଼ ଦିଆ ଯାଇ ଜବରଦସ୍ତ ତାଙ୍କଠାରୁ ସବୁ ମଜଦ୍ଦମା ପ୍ରତ୍ୟାହାର ପାଇଁ ଗୋଟିଏ ଲେଖା ଲେଖାଇ ନିଆଯିବା ସଙ୍ଗେ ସଙ୍ଗେ ତାଙ୍କ ଉପରେ ଅନ୍ୟା ଯଭାବେ କେତେ ଟଙ୍କା ବାଳି ଅଛି ବୋଲି କୁହାଯାଇ ସେ ବାବଦକୁ ମୃତା ଶ୍ରୀମତା ଛାୟାରାଣୀ ମହାପାତ୍ରଙ୍କ କାନଫୁଲ ଏବଂ ହାତମୁଦିକୁ ନେଇଗଲେ । ଶ୍ରୀ ମହାପାତ୍ରଙ୍କୁ ସନ୍ଧ୍ୟା ୫ଟାରେ ମୁକ୍ତ କରାଗଲା ।

ସେଦିନ ସନ୍ଧ୍ୟାରେ ସ୍ବାମୀ ଓ ସ୍ତ୍ରୀ ସେହି ସ୍ଥାନ ଛାଡ଼ି ସେମାନଙ୍କର ନିଜ ଗ୍ରାମକୁ ଚାଲି ଯିବାକୁ ସ୍ଥିର କଲେ। ସନ୍ଧ୍ୟା ୭ଟା ପରେ ସେମାନଙ୍କର ନିଜର ଛୋଟ ପିଲାକୁ ଧରି ବାଇଶି ମୌଜା ଅଭିମୁଖେ ଚାଲିଲେ। ବିଜୁଆଖାଇ ନଈ ପାର ହେଲେ ବାଇଶି ମୌଳା । ଶ୍ରୀ ମହାପାତ୍ରଙ୍କ ଗ୍ରାମ । ବିରୀଡ଼ି ଠାରୁ ପ୍ରାୟ ୭କିଲୋମିଟର ହେବ।ସ୍ଵାମୀ ଓ ସ୍ତ୍ରୀ ବିଲୁଆ ଖାଇ ନଈ ପାର ହେଉଥିବା ସମୟରେ ପଛରୁ କିଛି ଲୋକଙ୍କ ପାଦ ଶବ୍ଦ ଶୁଣାଯିବାରୁ ଶ୍ରୀ ମହାପାତ୍ର ପଛକୁ ଟର୍କ ବୁରାଇ ଦେଖଲେ ଯେ ତାଙ୍କୁ ଘୋଷାଡ଼ି ମାରିଥିବା ଦୁର୍ତ୍ତରମାନେ ଆସୁଛନ୍ତି । ସେମାନେ ପାର୍ଟିକଲେ ଶଳା କୁ ଆଃ ଦେ  ଲୁଚିକରି ଯାଉଛି, ତୋତେ ଆଜି ଜୀବନରେ ମାରିଦେବୀ” । ଏଥିରେ ଶ୍ରୀମତୀ ମହାପାତ୍ର ଡ଼ ରିଯାଇ ସ୍ବାମୀଙ୍କୁ କହିଲେ ଯେ ତମେ ପିଲାଙ୍କୁ ଧରି ଜୀବନ ରକ୍ଷା କର । ସ୍ବାମୀ ଦୁଇ ପିଲାଙ୍କୁ ଧରି ଦୌଡୁଥିବା ବେଳେ ପଛରେ ଛବିରାଣୀଙ୍କୁ ଦୁର୍ବୃତ୍ତମାନେ ଧରିନେଇଥିଲେ। ନଈ ବନ୍ଧକୁ ଉଠି ଶ୍ରୀ ମହାପାତ୍ର ଟର୍କ ବୁଲାଇ ଦେଖ‌ିବା ବେଳକୁ ଦୁର୍ବୃତ୍ତମାନେ ତାଙ୍କ ସ୍ତ୍ରୀକୁ ତଳେ ପକାଇ ଦେଇଛନ୍ତି। ତାଙ୍କ ଆଡ଼କୁ ୪ଜଣ ଦୌଡିଅ ସିବା ଯୋଗୁ ସେ ଜୀବନ ବିକଳରେ ଦୌଡ଼ିଲେ । ପ୍ରାୟ ୨ କିଲୋମିଟର ଚାଲିଆସି ସେ କିଛି ଲୋକଙ୍କୁ ଡ଼ାକି ପୁଣି ଘଟଣା ସ୍ଥଳରେ ରାତି ୯ଟା ୩୦ ମିନିଟରେ ପହଞ୍ଚି ଦେଖିଲେ ଯେ ଛବିରାଣାଙ୍କ ମୃତଦେହ ସେଠାରେ ପଢ଼ିରହିଛି । ବିଭାଷ୍ୟ  ନଗ୍ନ ଦେହରେ ଚାରିଆଡ଼େ କ୍ଷତ ଚିହ୍ନ । ନାଇଁ  'ଠାରୁ ଅଛ ଦୂରରେ ଥ‌ିବା ଅକ୍ଷିଆ ପୋଷ୍ଟ ଅପିସକୁ ଯାଇ ଜଗତସିଂହପୁର ଥାନାକୁ ରାତି ୧୧ଟା ୩୦ ରେ ଟେଲିଫୋନ କରାଗଲା । କିନ୍ତୁ ଆରପଟୁ କନଷ୍ଟେବଳ କହିଲେ ଯେ ବାବୁ ଶୋଇଲେଣି ।

ପରଦିନ ସନାକୁ ଶ୍ରୀ ମହାପାତ୍ର ଥାନାକୁ ଗଲେ । କିନ୍ତୁ ସେ ଲେଖୁଥିବା ଏତଲା ତାଙ୍କଠାରୁ ଗ୍ରହଣ ନକରି ପୋଲିସ ନିର୍ଦ୍ଦେଶରେ ସେ ଏତଲା ଲେଖୁଲେ ଏବଂ ସେଥିରୁ କିଛି ଲୋକଙ୍କ ନାଁ ବାଦ୍ ଦିଆଗଲା । ଗତ ରାତିରେ ଟେଲିଫୋନ ଲାଇନ ଅଚଳ ଥିଲା ବୋଲି ଲେଖିଦେବାକୁ ଶ୍ରୀ ମହାପାତ୍ରଙ୍କୁ ବାଧ କରାଗଲା । ଦିନ ୧୨ଟାରେ ଥାନାର ସେକେଣ୍ଡ ଅଫିସର ଭଗବାନ ମିଶ୍ର ଘଟଣାର ତଦନ୍ତ ଆରମ୍ଭ କଲେ । ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପୋଲିସ ତତ୍ତ୍ବାବଧାନରେ ନ ଆଣି ଶ୍ରୀ ମହାପାତ୍ରଙ୍କୁ ଦାୟିତ୍ବ ଦିଆ ଗଲା ଓ ବାଇଶି ମୌଳା ଭିତରେ ଶବ ଆସିବା ଫଳରେ ସେଠାରେ ଉତ୍ତେଜନା କ୍ରମଶଃ ବଢିବାକୁ ଲାଗିଲା । ପରଦିନ ଅର୍ଥାତ ଅକ୍ଟୋଚର ୫ ତାରିଖରେ ବାଇଶମୌକାର ପ୍ରାୟ ୭୮ ହଳାର ଲୋକ ବିରିଡ଼ି ଆସି ହାଟରେ ସଭା କରିଥିଲେ ଏବଂ ରାଜୁ ରାଓ ଦୋରାଙ୍କ ଘର ଉପରେ ଚଢ଼ାଉ କରି ଲୁଟ  ତରାଜ କରିଥିଲେ । ୫ ତାରିଖରେ ମନ୍ତ୍ରୀ କାସୁଦେବ ମହାପାତ୍ର   ମହାପାତ୍ର (ଓ ଆଇ  ସିସି (ଇ) ସାଧାରଣ ସମ୍ପାଦକ  ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବାରୁ ଏସଡିଓ ଘଟଣା ସ୍ଥଳକୁ ଆସିପାରିଲେ ନାହିଁ । ଏଣୁ ରତ୍ତେଜନା ଅଧ‌ିକ ବଢିଯାଇଥିଲା। ବାସ୍ ଏହା ପରେ ଇନ୍‌ଭେଷ୍ଟିଗେସନ ଏବଂଗିରଫ ଦା ରି  । ଘଟଣା ଘଟିବାର ୧୫ ଦିନ ମଧ୍ୟରେ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଏବଂ ଏହି ୧୧ତମ ଅଭିଯୁକ୍ତ ଥିଲେ କଂଗ୍ରେସ ନେତା ବିଶାଳର ନାୟକ । ତାଙ୍କୁ ଦଳରୁ ବହିଷ୍କାର କରାଯିବାର ୩ଦିନ ପରେ ସେ ଆନାରେ ଆତ୍ମସମର୍ପଣ କରିଥିଲେ । ଜଗତସିଂପୁରର ସମସାମଯ଼ିକ ସାଂସଦ ଲକ୍ଷ୍ମଣ ମଲ୍ଲିକଙ୍କ ଉପରେ ଏହି ଅକ୍ଷମଣୀଯ଼ କାର୍ଯ୍ଯ଼ର ଅପରାଧୀମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଥିଲା,  ଏହି କେସରେ ରାଜନେତାଙ୍କଠାରୁ ଆରମ୍ଭ କରି ଠିକାଦାର, ପୋଲିସ, ବିଜନେସମ୍ୟାନ ଏମିତି ବନ୍ଧୁ ବ୍ୟକ୍ତି ସମ୍ପୃକ୍ତ ଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କୁ ଗିରଫ କରାଯାଇ ଜେଇ ପଠାଯାଇଥିଲା । କିନ୍ତୁ ସଜା ଶୁଣାଯିବା ବେଳକୁ ସେମାନଙ୍କ ମଧ୍ୟରୁ କିଛି ମୃତ୍ୟୁବରଣ କରିଥିବା ବେଳେ ଆଉ କିଛିଙ୍କ ଦଣ୍ଡ ଅବଧୂ ଶେଷ ହୋଇଯାଇଥିଲା । ଜିଲ୍ଲା ବିଚାରପତି ଆଠ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ, ଓଡ଼ିଶା ହାଇକୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଘଟଣାର 22 ବର୍ଷ ପରେ ସୁପ୍ରିମକୋର୍ଟ ଶେଷରେ ଆଠ ଜଣ ଅଭିଯୁକ୍ତଙ୍କ ମଧ୍ଯ଼ରୁ ଚାରି ଜଣଙ୍କୁ ଦୋଷୀ ସାବ୍ଯ଼ସ୍ତ କରିଥିଲେ।।  ଅନେକ ବର୍ଷ ପରେ, ମୁଁସେହି ଅପମାନିତ ସାମ୍ବାଦିକ ଜଣକ ପୁନର୍ବାର ବିବାହ କରି ଲୋ ପ୍ରୋଫାଇଲ୍ ଜୀବନ ବିତାଉଥିବା ଖବର ପଢ଼ିଲି। 

ମଣିଷ ଯେ ଭୟଙ୍କର ପଶୁ ପାଲଟିଯାଇପାରେ ତା'ର ସବୁଠୁ ବଡ ଉଦାହରଣ ବୋଧେ ଏହି ଛବିରାଣୀ ରେପ୍ ଏବଂ ମର୍ଡର ଜେସ୍, ଯାହାର ଚର୍ଜା ସବୁଦିନ ପାଇଁ ରହିଥ‌ିବ । କିନ୍ତୁ ମଣିଷ ଏତେସରି ହୋଇନି ଏଥିରୁ କିଛି ବି ଶିକ୍ଷା ଲାଉ କରିପାରିନି । ଏବେ ମଧ୍ୟ ପ୍ରତିଦିନ ଏହିଭଳି ବହୁ କେସ୍ ଘଟିଯାଉଛି ଯାହାର ହିସାବ ରଖୁବା ମୁସ୍କିଲ।


 

ପ୍ରଦ୍ୟୁମ୍ନ ବଳ ଏହି କେସକୁ ବଳ ଯୋଗାଇଥିଲେ

ବର୍ଷେ ତଳେ ସାପ୍ତାହିକରୁ ଦୈନିକ ହୋଇଥିବା ପ୍ରଗତିବାଦୀର ସମ୍ପାଦକ ପ୍ରଦ୍ୟୁମ୍ନ ବଳଙ୍କ ଶାଣୀତ ଆଲେଖ୍ୟ ଏହି କେସକୁ ଅଧିକ ବଳ ଯୋଗାଇଥିଲା। ପ୍ରତିଦିନ ସେ ସ୍ତମ୍ଭ ମାଧ୍ୟମରେ ଛବିରାଣୀ ହତ୍ୟାକାଣ୍ଡର ପ୍ରତିଟି କଥାକୁ ସେ ଖବରକାଗଜରେ ସ୍ଥାନ ଦେଲେ। ଖାଲି ସେତିକି ନୁହେଁ ସେ ସର୍ବଭାରତୀୟ ନେତା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସେତବେଳର ଶାସକଙ୍କ ନିଦ ହଜାଇ ଦେଇଥିଲେ। ଶ୍ରୀଯୁକ୍ତ ବଳଙ୍କ ଆଲେଖ୍ୟ ମାଧ୍ୟମରେ ଛବିରାଣୀ ହତ୍ୟା ମାମଲାର ବନ୍ଧୁ ଅଜଣା ତଥ୍ୟ ଲୋକଲୋଚନକୁ ଆସିପାରିଥିଲା ।

Thursday, 24 December 2020

ବୁଢ଼ୀ ଅସୁରୁଣୀ

 

ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି, ସେମାନେ ଅନେକ ସମୟରେ ଚକିତ ହୋଇ ଥାଆନ୍ତି ଯେ କାହାଣୀରେ ବିଦ୍ୟମାନ ଥିବା ଅତ୍ୟନ୍ତ ସୈତାନୀ ପ୍ରକୃତିର ବୁଢ଼ୀ ଅସୁରୁଣୀର ଜୀବନଟି ତା’ ଶରୀରରେ ନ ଥାଇ ଥାଏ ସାତ ତାଳ ପାଣି, ତା’ ତଳେ ଚଉଦ ମଣିଷ ପଙ୍କ, ତା’ ତଳେ ଏକ ବିଶାଳ ପ୍ରାସାଦ, ପ୍ରାସାଦ ଭିତରେ କେଉଁ ଏକ ପ୍ରକୋଷ୍ଠର ନିଭୃତ କୋଣରେ ଏକ କ୍ଷୁଦ୍ର ଫରୁଆ ଏବ˚ ତା’ ମଧୢରେ କ୍ଷୁଦ୍ରରୁ କ୍ଷୁଦ୍ରତର ଆହୁରି ଅନେକ ଫରୁଆ ଭିତରେ ସର୍ବଶେଷ ଫରୁଆର ଅଭ୍ୟନ୍ତରରେ ସ୍ଥାନିତ ଏକ ପତଙ୍ଗ ଠାରେ; ଯାହାକୁ ମାରିଲେ ବୁଢ଼ୀ ଅସୁରୁଣୀର ନିପାତ ସମ୍ଭବ ହୋଇଥାଏ। ସୁତରା˚, ଗଳ୍ପମାନଙ୍କରେ ଯାହା ଦେଖିବାକୁ ମିଳିଥାଏ ତାହା ହେଲା ଅକସ୍ମାତ୍‌ କୌଣସି ଏକ ବିରଳ କ୍ଷଣରେ ଜଣେ ଅତ୍ୟନ୍ତ ଦିବ୍ୟ ଗୁଣ ସ˚ପନ୍ନ ରାଜକୁମାରର ଆବିର୍ଭାବ ଘଟି ଅତ୍ୟନ୍ତ କଠିନ ପରିଶ୍ରମ ସହିତ ବୁଢ଼ୀ ଅସୁରୁଣୀର ଅନ୍ତ ନ ଘଟାଇଲା ପର୍ଯ୍ୟନ୍ତ ତାର ସୈତାନୀ ଜୀବନ ଫରୁଆର ସେହି ଅପହଞ୍ଚ ଅନ୍ଧକାର ଗହ୍ବରରେ ସ୍ପନ୍ଦିତ ହୋଇ ଚାଲିଥାଏ। ଏହି ଆଧାରରେ ଯଦି ସେହି ବୁଢ଼ୀ ଅସୁରୁଣୀକୁ ମଣିଷ ମନର ବିକୃତିର ଏକ ପ୍ରତୀକ ବୋଲି ଗ୍ରହଣ କରାଯାଏ, ତେବେ ତାହା ହୁଏ’ତ ଭୁଲ ହେବ ନାହିଁ କାରଣ ଯାହା ଦେଖିବାକୁ ମିଳିଛି ତାହା ହେଲା ହଜାର ହଜାର ବର୍ଷର ସଭ୍ୟତାର ବିକାଶ କ୍ରମରେ ମଣିଷ ଅତ୍ୟନ୍ତ ପରିଚ୍ଛନ୍ନ ଆଚରଣ ପ୍ରଦର୍ଶନ କରୁଥିବା ସତ୍ତ୍ବେ ତା’ ମନର ଗହ୍ବରରେ ଅନେକ ସୈତାନୀ ବିକୃତ ଠିକ୍‌ ବୁଢ଼ୀ ଅସୁରୁଣୀର ଗୋପନ ଜୀବନ ନାଟିକା ଭଳି ଜୀବନ୍ତ ରହିଛି। ଏହାର ଅନେକ ଉଦାହରଣ ମିଳିଥାଏ। ତେବେ ସେ ସବୁ ମଧୢରୁ ଯେଉଁ ଗୋଟିକୁ ଉପସ୍ଥାପନ କରାଯିବା ଏଠାରେ ପ୍ରାସଙ୍ଗିକ ହେବ, ତାହା ହେଲା ‘ଚିଲ୍‌ଡ୍ରେନ୍‌ ପ୍ରୋଟେକ୍‌ସନ୍‌ ଫଣ୍ତ୍‌’ (‘ଶିଶୁ ସୁରକ୍ଷା ପାଣ୍ଠି’ ବା ‘ସିପିଏଫ୍‌’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ, ଯାହା କହିଥାଏ ଯେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ସାମାଜିକ ଗଣମାଧୢମରେ ଉପଲବ୍‌ଧ ‘ଶିଶୁ ଯୌନ ଶୋଷଣ’ ସମ୍ବଳିତ ଭିଡିଓ ଦେଖିବା ସକାଶେ ଭାରତୀୟମାନଙ୍କ ଭିଡ଼ ୯୫% ବୃଦ୍ଧି ପାଇଥିଲା। ‘ପର୍ନ‌୍‌ ହବ୍‌’ ନାମଧାରୀ ପୃଥିବୀର ଦ୍ବିତୀୟ ବୃହତ୍ତମ ଅଶ୍ଳୀଳ ସାମାଜିକ ଗଣମାଧୢମ ମଞ୍ଚ ଦ୍ବାରା ପ୍ରକାଶିତ ସୂଚନା ଆଧାରରେ ‘ସିପିଏଫ୍‌’ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଥିଲା। କେବଳ ସେତିକି ନୁହେଁ ‘ଚାଇଲଡ୍‌ ଅନଲାଇନ ଇଣ୍ତିଆ ହେଲ୍‌ପଲାଇନ୍‌’ ନାମକ ଏକ ସ˚ସ୍ଥା ପକ୍ଷରୁ ମଧୢ କୁହାଯାଇଛି ଯେ ଲକ୍‌ଡାଉନ୍‌ ଘୋଷିତ ହେବାର ମାତ୍ର ୧୧ ଦିନ ମଧୢରେ ସେହି ସ˚ସ୍ଥା ୯୨ ହଜାରଟି ‘ଏସ୍‌.ଓ.ଏସ୍‌.’ ଫୋନ୍‌ କଲ ପାଇଥିଲା, ଯହିଁରେ ଯୌନ ଉତ୍ପୀଡ଼ନକାରୀ ସୈତାନମାନଙ୍କ କବଳରୁ ଶିଶୁମାନଙ୍କୁ ରକ୍ଷା କରିବା ଲାଗି ଆକୁଳ ପ୍ରାର୍ଥନା ଶୁଣିବାକୁ ମିଳିଥିଲା। ଆଜି ଏହି ସ୍ତମ୍ଭରେ ଏଭଳି ଏକ ପ୍ରସଙ୍ଗ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଛି, କାରଣ ପୁଲିସ ଅନୁସନ୍ଧାନ ରିପୋର୍ଟ ଆଧାରରେ ଗଣମାଧୢମରେ ପ୍ରକାଶିତ ହୋଇଛି ଯେ ନୟାଗଡ଼ର ପାଞ୍ଚ ବର୍ଷ ବୟସ୍କା ଶିଶୁ ପରୀକୁ ଯୌନ ନିର୍ଯାତନା ଦେବା ପରେ ହିଁ ହତ୍ୟା କରାଯାଇଛି।

 

 

 

କହିବା ବାହୁଲ୍ୟ ଯେ ଗତ କିଛି ବର୍ଷ ଧରି ଶିଶୁ ଯୌନ ଉତ୍ପୀଡ଼ନ-କୈନ୍ଦ୍ରିକ ବିକୃତିର ସ˚ଖ୍ୟା ବୃଦ୍ଧି ପାଇ ଏକ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କଲାଣି। ଏଥି ଲାଗି ଶିଶୁ ଅପହରଣର ସ˚ଖ୍ୟା ମଧୢ ବୃଦ୍ଧି ପାଇଛି। ‘ନେସନାଲ କ୍ରାଇମ ରେକର୍ଡସ ବ୍ୟୁରୋ’ ପକ୍ଷରୁ ପ୍ରକାଶିତ ତଥ୍ୟ କହିଥାଏ ଯେ ୨୦୧୮ ଓ ୨୦୧୯ରେ ଆମ ରାଜ୍ୟରେ ୫୫୦୩ ସ˚ଖ୍ୟକ ଶିଶୁ ଲାପତ୍ତା ଅଛନ୍ତି। କେବଳ ୨୦୧୯ରେ ଏହି ନିରୁଦ୍ଦିଷ୍ଟ ଶିଶୁଙ୍କ ସ˚ଖ୍ୟା ଥିଲା ୩୧୫୧। ଏଭଳି ଏକ ସ୍ଥିତିରେ ଆମ ରାଜ୍ୟରେ ଠାବ କରାଯାଉଥିବା ଶିଶୁଙ୍କ ହାର ହତାଶାଜନକ ଭାବେ ଅତ୍ୟନ୍ତ କମ୍‌ ଯାହା ଗତ ବର୍ଷ ଥିଲା ମାତ୍ର ୨୭.୧ ପ୍ରତିଶତ। ଏଣୁ ନିରୁଦ୍ଦିଷ୍ଟ ହୋଇ ରହିଥିବା ଶିଶୁଙ୍କ ସ˚ଖ୍ୟାରେ ଦ୍ରୁତ ବୃଦ୍ଧି ଘଟିବାରେ ଲାଗିଛି। କହିବା ଅନାବଶ୍ୟକ ଯେ ଏହି ଶିଶୁମାନଙ୍କ ମଧୢରୁ ଅସ˚ଖ୍ୟ ବିଭିନ୍ନ ଶିଶୁ ଚାଲାଣକାରୀ ରୢାକେଟ୍‌ ହାତରେ ପଡୁଥିବେ; ଯାହା ମାଧୢମରେ ଅନେକ ହତଭାଗ୍ୟ ଶିଶୁ ସ˚ଗଠିତ ‘ଯୌନ ଶୋଷଣ’ କାରବାରରେ ଆପଣା ସତ୍ତା ହରାଉଥିବେ। ନିକଟରେ ‘ନ୍ୟୁୟର୍କ ଟାଇମ୍‌ସ’ ପତ୍ରିକାରେ ପ୍ରକାଶିତ ଓ ନିକୋଲସ କ୍ରିଷ୍ଟଫ୍‌ଙ୍କ ଦ୍ବାରା ଲିଖିତ ଆଲେଖ୍ୟ ‘ଦ ଲଷ୍ଟ ଚିଲ୍‌ଡ୍ରେନ୍‌ ଅଫ୍‌ ପର୍ନ‌୍‌ ହବ୍‌’ କହିଥାଏ କିଭଳି ଏହି ସାମାଜିକ ଗଣମାଧୢମ ମଞ୍ଚ(ପର୍ନ‌୍‌ ହବ୍‌ )ରେ ଉପଲବ୍‌ଧ ହଜାର ହଜାର ସ˚ଖ୍ୟକ ଭିଡିଓରେ ପୃଥିବୀର ଅଗଣିତ ଯୌନ ବିକୃତି ସ˚ପନ୍ନ ବ୍ୟକ୍ତି ଦୁଷ୍କର୍ମ, ଶିଶୁ ବଳାତ୍କାର, ପ୍ରତିଶୋଧମୂଳକ ଯୌନ ବ୍ୟଭିଚାର ଇତ୍ୟାଦିର ଦୃଶ୍ୟ ଉପଭୋଗ କରିଥାଆନ୍ତି। ତହିଁ‌େର ପ୍ରକାଶ ପାଇଥିବା ଆଉ ଏକ ଅତ୍ୟନ୍ତ ଉଦ୍‌ବେଗଜନକ ବିଷୟ ହେଲା, ଏହି ବିକୃତ ଜାନ୍ତବ କ୍ଷୁଧାକୁ ପ୍ରଶମିତ କରିବା ଲାଗି ଲକ୍ଷ ଲକ୍ଷ ବ୍ୟକ୍ତି ବିଭିନ୍ନ ଉପାୟରେ ଏଭଳି ଭିଡିଓମାନ ତିଆରି କରି ଅପଲୋଡ୍‌ କରିବାରେ ବ୍ୟାପୃତ। ଏ ସ˚ଦର୍ଭରେ ଏକ ଘୋର ବିଡ଼ମ୍ବନା ହେଲା ‘ପର୍ନ ହବ୍‌’ ନିଜକୁ ଏକ ସ୍ବଚ୍ଛ, ପେସାଦାର ଏବ˚ ଦୃଢ଼ ବ୍ୟାବସାୟିକ ନୀତି ଦ୍ବାରା ପରିଚାଳିତ ସ˚ସ୍ଥା ବୋଲି ଦାବି କରିଥାଏ ଏବ˚ ‘ନ୍ୟୁୟର୍କ ଟାଇମ୍‌ସ’ରେ ଉପରୋକ୍ତ ଆଲେଖ୍ୟ ପ୍ରକାଶ ପାଇବା ପରେ ବିହିତ ପଦକ୍ଷେପ ନିଆଯିବ ବୋଲି ସ˚ସ୍ଥା ପକ୍ଷରୁ ଆଶ୍ବାସନା ମଧୢ ପ୍ରଦାନ କରାଯାଇଛି।

 

 

 

 

 

ଏ ପରିପ୍ରେକ୍ଷୀରେ ‘ପର୍ନ ହବ୍‌’ ଭଳି ଏକ େଵବ୍‌ସାଇଟ୍‌ର ଜନପ୍ରିୟତା କେତେ ଅଧିକ; ତା ଉପରେ କିଞ୍ଚିତ ଆଲୋକପାତ କରାଯାଇପାରେ। ଏହି ‘ସାଇଟ୍‌’ରେ ଅଶ୍ଳୀଳ ଭିଡିଓର ଦର୍ଶକଙ୍କ ସ˚ଖ୍ୟା ହେଉଛି ମାସକୁ ପ୍ରାୟ ୨.୮ ଟ୍ରିଲିଅନ୍‌, ଯାହା ‘ନେଟ୍‌ଫ୍ଲିକ୍‌ସ’ ଏବ˚ ‘ଆମାଜନ୍‌’ର ଦର୍ଶକଙ୍କ ମିଳିତ ସ˚ଖ୍ୟା ଠାରୁ ଅଧିକ। କେବଳ ସେତିକି ନୁହେଁ ଭାରତୀୟମାନଙ୍କୁ ଅସ୍ବସ୍ତିରେ ପକାଇଲା ଭଳି ‘ପର୍ନ ହବ୍‌’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସର୍ବାଧିକ ସ˚ଖ୍ୟାରେ ଅଶ୍ଳୀଳତା ଉପଭୋଗ କରୁଥିବା ନାଗରିକଙ୍କ ଦେଶଗୁଡ଼ିକର ତାଲିକାରେ ଭାରତର ସ୍ଥାନ ହେଉଛି ତୃତୀୟ ଏବ˚ ଏହା ଉପରକୁ ଯେଉଁ ଦୁଇଟି ରାଷ୍ଟ୍ର ଅଛନ୍ତି ସେମାନେ ହେଲେ ଯଥାକ୍ରମେ ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ‘ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌’। ଉଲ୍ଲେଖଯୋଗ୍ୟ ଯେ ଆମ ଦେଶରେ ଅଶ୍ଳୀଳତାର ସୃଷ୍ଟି ଓ ପ୍ରସାର ବିରୋଧରେ ଆଇନ ରହିଛି, ଏବ˚ ୨୦୧୫ ଏବ˚ ୨୦୧୮ର ନିଷେଧାଦେଶ ପରେ ୩,୫୦୦ରୁ ଅଧିକ ଅଶ୍ଳୀଳ େଵବ୍‌ସାଇଟ୍‌କୁ ନିଷେଧ କରାଯାଇଛି। କିନ୍ତୁ ଏକ ରିପୋର୍ଟ ଅନୁସାରେ ଏଭଳି ପ୍ରାୟ ୪ କୋଟି େଵବ୍‌ସାଇଟ୍‌ ଆମ ଦେଶରେ ସକ୍ରିୟ, ଯେଉଁଗୁଡ଼ିକୁ ଖୋଜି ଖୋଜି ବନ୍ଦ କରାଯିବା ସମ୍ଭବ ନୁହେଁ।ଏଠାରେ ଯାହା ଉଲ୍ଲେଖନୀୟ ତାହା ହେଲା, ଯେତେବେଳେ ୨୦୧୮ରେ ଦ୍ବିତୀୟ ଥର ଲାଗି ‘ପର୍ନୋଗ୍ରାଫି’ (ସ˚କ୍ଷେପରେ ‘ପର୍ନ‌୍‌’) ନିରୋଧକ କଟକଣାର ପ୍ରବର୍ତ୍ତନ କରାଗଲା, ସେତିକି ବେଳେ ଏ ସ˚ଦର୍ଭରେ ସନ୍ଦେହ ମୋଚନ କରିବା ଲାଗି ଅସ˚ଖ୍ୟ ଭାରତୀୟ ‘ଗୁଗଲ୍‌’କୁ ଯେଉଁ ପ୍ରଶ୍ନମାନ କରିଥିଲେ, ତା’ର ଏକ ବିଶାଳ ଅ˚ଶ ଥିଲା ‘ଚାଇଲ୍‌ଡ ପର୍ନୋଗ୍ରାଫି’ ବା ‘ଶିଶୁମାନଙ୍କୁ ନେଇ ଅଶ୍ଳୀଳତା’ ଦେଖିପାରିବାର ସମ୍ଭାବନା ସମ୍ବନ୍ଧୀୟ, ଯେଉଁ ସ˚ଦର୍ଭରେ ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟ ସମ୍ଭବତଃ ସେମାନଙ୍କୁ ବିବ୍ରତ କରି ପକାଇଥିଲା। ଏହା ଏକ ବିମର୍ଷକର ଚିତ୍ର ପ୍ରଦାନ କରିଥାଏ। ମନସ୍ତତ୍ତ୍ବବିତ୍‌ମାନେ କହି ସାରିଛନ୍ତି ଯେ ମନୁଷ୍ୟ ମନରୁ ଯୌନ ବିକୃତିର ଅନ୍ତ ହେବା ଏକ ଅସମ୍ଭବ ବ୍ୟାପାର। ସୁତରାଂ, ଏ ପରିପ୍ରେକ୍ଷୀରେ କୁହାଯାଇପାରେ କି ପୁଲିସ ପ୍ରଶାସନର ଦକ୍ଷତା ଓ କଠୋର ଆଭିମୁଖ୍ୟ, ଛୋଟ ପିଲାମାନଙ୍କ ଉପରେ ଅଭିଭାବକମାନଙ୍କ ସର୍ବଦା ସତର୍କ ନଜର ତଥା ଏକ ବିକଶିତ ସାମାଜିକ ସଚେତନତା ହିଁ ପରିସ୍ଥିତିରେ କିଛିଟା ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରେ। ଏହା ସହିତ ଯାହା ସ୍ମରଣରେ ରହିବା ଜରୁରୀ, ତାହା ହେଲା ଆମର ଅତ୍ୟନ୍ତ ଅନ୍ତରଙ୍ଗ ପରିବେଷ୍ଟନୀ ମଧୢରେ ବୁଢ଼ୀ ଅସୁରୁଣୀ ଅତ୍ୟନ୍ତ ସନ୍ତର୍ପଣରେ ସୁଯୋଗ ଅପେକ୍ଷାରେ ଛକି ରହିଛି; ଅଥଚ ଯାହାକୁ ନିପାତ କରିବା ଲାଗି ସେଭଳି ରାଜପୁତ୍ର ଦୂରଦୂରାନ୍ତରେ ବି ଦୃଷ୍ଟିଗୋଚର ହେଉନାହିଁ।

ଉତ୍କୋଚ ଥିଲା, ଅଛି ଓ ରହିଥିବ

 

ପ୍ରଖ୍ୟାତ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କ ପାଖକୁ ଜଣେ ଭଦ୍ରବ୍ୟକ୍ତି ଚରିତ୍ର ପ୍ରମାଣପତ୍ର ନେବାକୁ ଆସିଥିଲେ। ସୁରେନ୍ଦ୍ର ମହାନ୍ତି ଜଣେ ରାଜନେତା ମଧୢ ଥିଲେ ଏବ˚ ଏକାଧିକ ବାର ସେ ଲୋକସଭା ଏବ˚ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଭଦ୍ରବ୍ୟକ୍ତି ବାରମ୍ବାର କହୁଥିଲେ, ମୁଁ ଜଣେ ସାଧୁ, ସଚ୍ଚୋଟ ମଣିଷ, କେବେ କାହାଠାରୁ ପାଞ୍ଚ ପଇସା ବି ନେଇନାହିଁ। ଏଥିରେ ସୁରେନ୍ଦ୍ର ମହାନ୍ତି ଟିକେ ବିରକ୍ତ ହୋଇଯାଇ ପଚାରିଲେ, ଆପଣ କ’ଣ କରନ୍ତି? ସେ କହିଲେ, ମୁଁ ଜଣେ ଶିକ୍ଷକ। ସୁରେନ୍ଦ୍ର ମହାନ୍ତି ହସି ଦେଇ କହିଲେ, ବଳଦର ବ୍ରହ୍ମଚର୍ଯ୍ୟ! ଏକ୍‌ସାଇଜ, ସେଲ୍‌ସ ଟାକ୍‌ସ, ସପ୍ଲାଇ ବିଭାଗରେ କାମ କରି ଯଦି ତୁମେ ସଚ୍ଚୋଟ ରହିଥାନ୍ତ, ତେବେ ତୁମର ସଚ୍ଚୋଟତା ବୁଝିହୁଅନ୍ତା। ଶିକ୍ଷକତାରେ ଦୁର୍ନୀତି କରିବାର ସୁଯୋଗ କାହିଁ?

 

ଦୁର୍ନୀତି କରିବାକୁ ସୁଯୋଗ ମିଳୁଥିଲେ ଜଣେ ଦୁର୍ନୀତି କରିବ। ଅମିନ, ରାଜସ୍ବ ନିରୀକ୍ଷକ, କଲେକ୍ଟର ଅଫିସ୍‌ର ବରିଷ୍ଠ କିରାଣି, ସିଡିପିଓ, ବନବିଭାଗର ରେଞ୍ଜ ଅଫିସର, ସେଲ୍‌ସ ଟାକ୍‌ସ ଅଫିସର, ତହସିଲଦାର, ବିଡିଓ, ଡିଏଫ୍‌ଓ, ଇଞ୍ଜିନିୟର ଇତ୍ୟାଦି ଦୁର୍ନୀତି ଅପରାଧରେ ଭିଜିଲାନ୍‌ସ ଜାଲରେ ପଡୁଛନ୍ତି। ଏବେ ଶିକ୍ଷକ, ଅଧୢାପକଙ୍କ ଘରକୁ ମଧୢ ଭିଜିଲାନ୍‌ସ ଚଢ଼ଉ କରୁଛି। ଶିକ୍ଷକ ଓ ଅଧୢାପକଙ୍କ ମାଧୢମରେ ସରକାର ଖର୍ଚ୍ଚ କରୁଛନ୍ତି, ଏଣୁ ଏବେ ସେମାନଙ୍କୁ ସୁଯୋଗ ମିଳୁଛି। ଏବେ କିନ୍ତୁ ଚର୍ଚ୍ଚାରେ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କର ଦୁର୍ନୀତି। ଏହି ବରିଷ୍ଠ ଅଫିସରଙ୍କର ସମ୍ପତ୍ତି ଏବ˚ ବିଳାସପୂର୍ଣ୍ଣ ଜୀବନଶୈଳୀ ରାଜ୍ୟବାସୀଙ୍କୁ ଚକିତ କରିଛି। ଚର୍ଚ୍ଚା ହେଉଛି ଯେ ରାଜ୍ୟର ଇତିହାସରେ ଏତେବଡ଼ ଦୁର୍ନୀତିଖୋର ଅଫିସର ପ୍ରଥମ ଥର ପାଇଁ ଭିଜିଲାନ୍‌ସ ପଞ୍ଝାରେ ପଡ଼ିଛି। କୋଭିଡ୍‌ର କଟକଣା ସମୟରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ବିପର୍ଯ୍ୟସ୍ତ, ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା, ସାଧାରଣ ଲୋକେ ହନ୍ତସନ୍ତ; ସେଇ ସମୟରେ ବନବିଭାଗର ଏହି ବାବୁ ଭଡ଼ା ଉଡ଼ାଜାହାଜରେ କୋଡ଼ିଏ ଥର ପୁନେ, ମୁମ୍ବାଇ, ପାଟନା ଯାଇଛନ୍ତି ଏବ˚ ଭଡ଼ା ବାବଦକୁ ତିନି କୋଟି ଟଙ୍କା ଦେଇଛନ୍ତି। ଛୁଟି କଟେଇବାକୁ ବିଦେଶ ଭ୍ରମଣ କରିଛନ୍ତି। ଭୁବନେଶ୍ବର, ପାଟନା, ମୁମ୍ବାଇ, ପୁନେ ଆଦି ସହରରେ ଘର କରିଛନ୍ତି। ଗୋଟିଏ ଦିନ ପାଇଁ ଦୁଇ ଲକ୍ଷ ସତୁରି ହଜାର ଟଙ୍କା ଭଡ଼ା ଦେଇ ହୋଟେଲରେ ରହିଛନ୍ତି। ମାତ୍ର କିଛି ଦିନରେ ମୁମ୍ବାଇର ମହଙ୍ଗା ଓ ସମ୍ଭ୍ରାନ୍ତ ତାଜ ପାଲେସ ହୋଟେଲରେ ନବେ ଲକ୍ଷ ଟଙ୍କା ଉଡ଼େଇ ଦେଇଛନ୍ତି। ଏକାଧିକ ବିଳାସପୂର୍ଣ୍ଣ କାର୍‌ ରଖିଛନ୍ତି, ଗୋଟିଏ ଗୋଟିଏ କାର୍‌ର ଦାମ୍‌ କୋଟିଏ ଟଙ୍କାରୁ ଅଧିକ। ଜଣେ ସରକାରୀ ଚାକିରିଆ ଦୁର୍ନୀତି ଉପାୟରେ ଏତେ ରୋଜଗାର କରି ଏପରି ବିଳାସପୂର୍ଣ୍ଣ ଜୀବନ କାଟିପାରେ, ସାଧାରଣତଃ ବିଶ୍ବାସ କରି ହେଉନି।

 

 

ପ୍ରତିଦିନ ଖବରକାଗଜରେ ଭିଜିଲାନ୍‌ସ ଜାଲରେ ପଡ଼ି କୌଣସି ନା କୌଣସି କର୍ମଚାରୀ ଗିରଫ ହେବାର ଖବର ବାହାରୁଛି। କିନ୍ତୁ ଦୁର୍ନୀତି ବା ଲାଞ୍ଚ କାରବାର ହ୍ରାସ ପାଉନି। ସୁଯୋଗ ଥିଲେ ଦୁର୍ନୀତିଖୋର କର୍ମଚାରୀ ତାକୁ ହାତ ଛଡ଼ା କରୁନି। କର୍ମଚାରୀର ଦୁର୍ନୀତି ରୋକିବାକୁ ହେଲେ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଲୋଡ଼ା। ଦୁର୍ନୀତି ଦୂର କରିବା ଏବ˚ ପ୍ରଶାସନରେ ସ୍ବଚ୍ଛତା ଆଣିବାକୁ ପଦକ୍ଷେପ ନିଆଯାଉଛି। ଯେମିତି କମ୍ପ୍ୟୁଟର୍‌କରଣ। ଉଦାହରଣ ସ୍ବରୂପ ଅନ୍‌ଲାଇନରେ ଟିକେଟ କାଟିବା ପ୍ରଚଳନ ପରେ ରେଳବାଇରେ ଦୁର୍ନୀତି କମିଛି, କର ପ୍ରଶାସନରେ କମ୍ପ୍ୟୁଟର ମାଧୢମରେ ପଞ୍ଜୀକରଣ କରିବା, ରିଟର୍ଣ୍ଣ ଦାଖଲ କରିବା, େଵ ବିଲ୍‌ ନବା ପରଠୁ ଲାଞ୍ଚ କାରବାର ହ୍ରାସ ପାଇଛି। ପଞ୍ଜୀକରଣ, ରିଟର୍ଣ୍ଣ ଦାଖଲ କରିବାକୁ ଜଣଙ୍କୁ ଅଫିସ ଯିବାକୁ ପଡୁନି। ସେଲ୍‌ସ୍‌ ଟାକ୍‌ସ ବଦଳରେ ଜିଏସ୍‌ଟିର ପ୍ରବର୍ତ୍ତନ ଫଳରେ ଅନେକା˚ଶରେ ଦୁର୍ନୀତି ହ୍ରାସ ପାଇଛି। ମୁଖ୍ୟତଃ, ଜିଏସ୍‌ଟିରେ କ୍ରୟ ମୂଲ୍ୟ ଉପରେ ପୈଠ କର ଫେରସ୍ତ ବ୍ୟବସ୍ଥା ବା ଇନ୍‌ପୁଟ୍‌ ଟାକ୍‌ସ କ୍ରେଡିଟ ପାଇଁ। ଇନ୍‌ପୁଟ ଟାକ୍‌ସ କ୍ରେଡିଟ ପାଇବାକୁ ହେଲେ ଜଣଙ୍କୁ ବିଲ୍‌ ବା ଇନଭଏସ୍‌ ରଖିବା ଆବଶ୍ୟକ। କମ୍ପ୍ୟୁଟରରେ ମେଳକ ଫଳରେ ଠକେଇ ଧରାପଡ଼ିଯାଉଛି। କେବଳ ସରକାରୀ କର୍ମଚାରୀମାନଙ୍କର ଦୁର୍ନୀତି କମିନାହିଁ; ଯେଉଁ ବ୍ୟବସାୟୀ ଠକିବାକୁ ଚେଷ୍ଟା କରୁଛନ୍ତି, ସେମାନେ ମଧୢ ଧରାପଡ଼ୁଛନ୍ତି। ଏହି ବର୍ଷେ ଦେଢ଼ବର୍ଷ ଭିତରେ ଓଡ଼ିଶାରେ ଦଶ ବାର ଜଣ ବ୍ୟବସାୟୀ ଧରାପଡ଼ି ଜେଲ ଯାଇଛନ୍ତି।

 

କମ୍ପ୍ୟୁଟର୍‌କରଣ ହେଉ କିମ୍ବା ପ୍ରଶାସନର ସ୍ବଚ୍ଛତା ପାଇଁ ବ୍ୟବସ୍ଥାର ପରିବର୍ତ୍ତନ ହେଉ ଏହାର ମଧୢ ସୀମା ରହିଛି। ଯେତେ ସତର୍କତା ଗ୍ରହଣ କଲେ ବି ଦୁର୍ନୀତିଖୋର ଲୋକର ଉର୍ବର ମସ୍ତିଷ୍କରୁ ବାଟଟିଏ ବାହାରିଯିବ। ଲକ୍ଷେ ଗଛ ଲଗେଇବାକୁ ମଞ୍ଜୁରି ହୋଇଛି, ସେଥିପାଇଁ ଅର୍ଥର ବ୍ୟବସ୍ଥା କରାଯାଇଛି, ଲକ୍ଷେ ଗଛ ଲାଗିଲା, ନା ହଜାରେ ଗଛ ଲାଗିଛି, ଦେଖୁଛି ବା ଗଣୁଛି କିଏ? କେନ୍ଦୁପତ୍ରକୁ ବିକ୍ରି କରି ଦେଇ, ଫଡ଼ିଘର (ଯୋଉଠି କେନ୍ଦୁପତ୍ର ରୁହେ)କୁ ନିଆଁ ଲଗେଇ, ନକ୍‌ସଲ ପୋଡ଼ି ଦେଲେ କହିଲେ, କୋଉ ବ୍ୟବସ୍ଥା ଧରିପାରିବ? ଯୋଉ ବରିଷ୍ଠ ବନାଧିକାରୀ ଏବେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି, ସେ ଗୋଟିଏ ମାସରେ କିମ୍ବା ଗୋଟିଏ ବର୍ଷରେ ଏତେ ସମ୍ପତ୍ତି କରିନାହାନ୍ତି। ଅଧସ୍ତନ କର୍ମଚାରୀ ବା ଉପରିସ୍ଥ ହାକିମଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସହାୟତା ବିନା ଏହା ସମ୍ଭବ ନୁହେଁ। ସରକାରୀ କର୍ମଚାରୀଙ୍କର ଗୁପ୍ତ ଚରିତ୍ର ପଞ୍ଜିକା ଉପର ହାକିମ ଲେଖନ୍ତି। ସେଥିରେ ଗୋଟିଏ ସ୍ତମ୍ଭ ଅଛି ସଚ୍ଚୋଟତା। ଉପର ହାକିମ ଏଥିରେ ମନ୍ତବ୍ୟ ଦିଅନ୍ତି। ଏହି ବରିଷ୍ଠ ବନ ଅଧିକାରୀଙ୍କୁ ତାଙ୍କର ଉପର ହାକିମ ସଚ୍ଚୋଟ ବା ଉତ୍ତମ ଚରିତ୍ରର ବୋଲି ପ୍ରମାଣପତ୍ର ଦେଇଛନ୍ତି। ସଚ୍ଚୋଟତା ଉପରେ ପ୍ରଶ୍ନ ଉଠିଥିଲେ, ଚାକିରିରେ ତାଙ୍କର ପଦୋନ୍ନତି ମିଳିନଥାନ୍ତା। କିନ୍ତୁ ଏହି ଅଧିକାରୀ ପଦୋନ୍ନତି ପାଇ ପାଇ ଉପରକୁ ଉଠିଛନ୍ତି ଏବ˚ ଭଲ ଭଲ ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ମଧୢ ପାଇଛନ୍ତି। ପ୍ରଶାସନ ବ୍ୟବସ୍ଥାରେ ନିଶ୍ଚିତ ତ୍ରୁଟି ରହୁଛି, ଯାହା ସୁଧାରିବା ଆବଶ୍ୟକ। ଫକିର ମୋହନ ସେନାପତି ତାଙ୍କର ଆତ୍ମଚରିତରେ ଲେଖିଛନ୍ତି, ‘ଉତ୍କୋଚ ଗ୍ରହଣଟା ଦୋଷାବହ ବୋଲି ଗଣ୍ୟ ନ ହୋଇ ବର˚ଚ ପ୍ରଶ˚ସାର ବିଷୟ ବୋଲି ଧରା ହେଉଥିଲା। ଯେଉଁ ଅମଲାର ଯେତେ ଉପରି ଲାଭ, ସମାଜରେ ତାହାର ସେତିକି ପ୍ରତିଷ୍ଠା। ପ୍ରବାଦ ଥିଲା- ମିଛ ବଣିଜ, ଚାକର ଚୋର। ମିଥ୍ୟା, ବ୍ୟଭିଚାର, ଉତ୍କୋଚ ଥିଲା, ଅଛି ଓ ଚିରକାଳ ଥିବ।’ ଫକିରମୋହନ ତାଙ୍କର ଆତ୍ମଚରିତ ୧୯୧୭ ମସିହା ବେଳକୁ ଲେଖି ସାରିଥିଲେ। ସୁତରାଂ, ଏହା ଊନବି˚ଶ ଶତାବ୍ଦୀର ଚିତ୍ର। ଫକିରମୋହନ ଆତ୍ମଚରିତ ଲେଖା ଦିନରୁ ଶହେ ବର୍ଷ ପରେ ମଧୢ ସାମାଜିକ ଚିତ୍ର ବଦଳି ନାହିଁ। ଅର୍ଥାତ୍‌, ଯୋଉ ଅମଲାର ଯେତେ ଉପରି ଲାଭ, ସମାଜରେ ତାହାର ସେତିିକି ପ୍ରତିଷ୍ଠା।

 

ଏହି ବନ ବିଭାଗର ଉଚ୍ଚ ପଦାଧିକାରୀଙ୍କର ପୁଅ ସହିତ ଜଣେ ରାଜନେତାଙ୍କ ଝିଅର ବାହାଘର ହୋଇଥାନ୍ତା, ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ହୋଟେଲରେ। ସେଥିପାଇଁ ଦଶ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ବିବାହ ପୂର୍ବରୁ ବାପପୁଅ ଧରାପଡ଼ି ଜେଲରେ। କିଛି ରାଜନୈତିକ ଲୋକ ପ୍ରଶ୍ନ କରୁଛନ୍ତି ଝିଅ ବାହାଘର ହୋଇଥାନ୍ତା, ଭିଜିଲାନ୍‌ସ ଦଶଦିନ ଚଢ଼ଉ କରିବାକୁ ବିଳମ୍ବ କରିଥିଲେ କ’ଣ ଚଳିନଥାନ୍ତା? କିଛି ସାମ୍ବାଦିକ ଓ ସ୍ତମ୍ଭକାର ମଧୢ ଟିଭିର ଆଲୋଚନା ବେଳେ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ସେମାନଙ୍କର କ୍ଷୋଭ ଝିଅର ବାହାଘର ହୋଇପାରିଲା ନାହିଁ। କିନ୍ତୁ ବନ ଅଧିକାରୀଙ୍କର ପୁଅ ଟାଟା କମ୍ପାନିର ଏକ ବିଭାଗର ମ୍ୟାନେଜି˚ ଡାଇରେକ୍ଟର ବୋଲି କହି ଚାକିରି ଦେବା ନାମରେ ଯେଉଁମାନଙ୍କ ଠାରୁ ଟଙ୍କା ନେଇ ଠକିଛନ୍ତି, ସେମାନଙ୍କ ଭିତରୁ ଗୋଟିଏ ଝିଅର ବାପା ମଧ୍ୟ ସେଠାରେ ଥିଲେ। ତାଙ୍କର ଟଙ୍କା ବୁଡ଼ିଲା ଏବ˚ ଝିଅର ବାହାଘର ମଧୢ ହୋଇପାରୁନାହିଁ। ସେହି ଝିଅଟିର କଥା ବି ମନକୁ ଆସିବା କଥା। ଯେ ପର୍ଯ୍ୟନ୍ତ କେବଳ ସମ୍ପତ୍ତି ଓ ସାମାଜିକ ପ୍ରତିଷ୍ଠା ପାଇଁ ଜଣଙ୍କୁ ସମ୍ମାନ ମିଳୁଥିବ, କେଉଁ ଉପାୟରେ ସମ୍ପତ୍ତି ଜଣେ ଅର୍ଜିଛି ବିଚାରକୁ ନିଆଯିବନି, ସେ ପର୍ଯ୍ୟନ୍ତ ଦୁର୍ନୀତି ରହିଥିବ। ଯେବେ ଜଣେ କହିବ ମୁଁ ଦୁର୍ନୀତିଖୋର ଲୋକର ଘରୁ ଝିଅ ଆଣିବି ନାହିଁ କିମ୍ବା ସେଭଳି ଲୋକର ଘରକୁ ଝିଅ ଦେବିନି, ହୁଏତ ସେତେବେଳେ ଦୁର୍ନୀତି ଲୋପ ପାଇବ।

ସହଦେବ ସାହୁ

କଳିଙ୍ଗ ବିହାର, ଭୁବନେଶ୍ବର

ମୋ: ୯୪୩୭୫୭୮୭୩୩

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...