Wednesday, 29 November 2017

ଅବିଶ୍ୱାସୀ ଖାକି




ଏକତରଫା ପ୍ରେମକୁ କେନ୍ଦ୍ର କରି ଜଗତସିଂହପୁରରେ ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉତ ଏସିଡ଼ ମାଡ଼ ଘଟଣାରେ ଅଭିଯୁକ୍ତମାନେ ୮ ବର୍ଷ ପରେ କୋଲକାତାରୁ ଗିରଫ ହୋଇଛନ୍ତି। ଆର୍ମି ଯବାନ ସନ୍ତୋଷ କୁମାର ବେଦାନ୍ତ କୋଲକାତାରୁ ଓ ବିଶ୍ୱଜିତ ଦଳସିଂହାର ନୟାଗଡ଼ ଜିଲ୍ଲା ରଣପୁର ଚମ୍ପାଗଡ଼ରୁ ପୁଲିସ ଗିରଫ କରିଛି। ପୁଲିସ ପଚରାଉଚୁରା ବେଳେ ସନ୍ତୋଷର ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବୋଲି ଜଣାପଡ଼ିଛି। ପୂର୍ବରୁ ସନ୍ତୋଷ ଜମ୍ମୁ କଶ୍ମୀରର କୁପଓ୍ଵାଡାରେ କାର୍ଯ୍ୟରତ ଥିଲା। ଗିରଫ ପରେ ସନ୍ତୋଷକୁ ଓଡ଼ିଶା ଅଣାଯାଉଛି।
ଏସିଡ୍ ଆକ୍ରମଣ ଭଳି ଏକ ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତଙ୍କୁ ଖୋଜି ପାଇବା ସକାଶେ ଓଡ଼ିଶା ପୋଲିସକୁ ୮ ବର୍ଷ ଲାଗିଗଲା। ପୋଲିସର ତଦନ୍ତ କେତେ ଶୀଥିଳ ତାହା ଏହି ଘଟଣା ପ୍ରମାଣିତ କରୁଛି। ହୁଏତ ବିଭିନ୍ନ ମହଲରୁ ଚାପ ପଡ଼ି ନ ଥିଲେ ଅଭିଯୁକ୍ତ ସାରାଜୀବନ ମୁକ୍ତରେ ବୁଲୁଥାଆନ୍ତେ। ଜଗତ୍ସିଂହପୁର ତିର୍ତ୍ତୋଲ ଅଞ୍ଚଳର ଏସିଡ୍ ପୀଡ଼ିତା ଯୁବତୀ ନ୍ୟାୟ ପାଇଁ ବାରଦ୍ୱାର ହେଉଥାଆନ୍ତେ। ଅଭିଯୁକ୍ତଙ୍କ ଗିରଫଦାରି ପୀଡ଼ିତା ଏବଂ ତାଙ୍କ ପରିବାରକୁ କିଛିଟା ଆଶ୍ୱସ୍ତ କରିଥାଇପାରେ, କିନ୍ତୁ ପୀଡ଼ିତାଙ୍କ ସ୍ବାଭାବିକ ଚେହେରା ଓ ଦୃଷ୍ଟିଶକ୍ତି ପୋଲିସ, ନ୍ୟାୟ ବ୍ୟବସ୍ଥା କିମ୍ବା ଏଥିପାଇଁ ଦାୟୀ ଅଭିଯୁକ୍ତ କେହି ଫେରାଇ ଦେଇ ପାରିବେ ନାହିଁ। ଏକତରଫା ପ୍ରେମରେ ବିଫଳ ହେବା କାରଣରୁ ଭାରତୀୟ ସ୍ଥଳ ସେନାର ଜଣେ କର୍ମଚାରୀ (ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ଯୁବକ) ତିର୍ତ୍ତୋଲର ଜନୈକା ଯୁବତୀଙ୍କୁ ୨୦୦୯ ଏପ୍ରିଲ୍ ୧୮ରେ ଏସିଡ୍ ଫିଙ୍ଗି ଫେରାର ହୋଇଯାଇଥିଲେ। ଏହି ଆକ୍ରମଣରେ ଗୁରୁତର ଆହତ ଯୁବତୀ ଜଣକ ପ୍ରାୟ ୨ ବର୍ଷ କୋମାରେ ରହିବା ପରେ ଆରୋଗ୍ୟ ଲାଭ କରିଛନ୍ତି। କିନ୍ତୁ ନିଜର ସ୍ବାଭାବିକତା ଓ ଦୃଷ୍ଟିଶକ୍ତି ହରାଇଛନ୍ତି।

ସେତେବେଳେ ପୀଡ଼ିତାଙ୍କ ମା’ ତିର୍ତ୍ତୋଲ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୋଲିସ ବିଭିନ୍ନ ଦଫା ଲଗାଇ ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୁକ୍ତଙ୍କ ଫଟୋ ପୋଲିସକୁ ପ୍ରମାଣ ଭାବେ ଦିଆଯାଇଥିଲା। ମାତ୍ର ପୋଲିସ କେଉଁ କାରଣରୁ ତଦନ୍ତକୁ ଶୀଥିଳ କରିଦେଇଥିଲା ତାହା ଆଜି ମଧ୍ୟ ଅସ୍ପଷ୍ଟ। ତିନି ବର୍ଷ ଝୁଲାଇ ରଖିବା ପରେ ପୋଲିସ ୨୦୧୨ ମେ ୫ରେ ଏହି ସ୍ପର୍ଶକାତର ମାମଲାର ଫାଇଲ ବନ୍ଦ କରିଦେଇଥିଲା। ସେତେବେଳେ ଦର୍ଶାଯାଇଥିଲା ଯେ, କୌଣସି ପ୍ରମାଣ ମିଳୁନାହିଁ। ତେଣୁ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ସମ୍ଭବ ହେଉନାହିଁ। ପୀଡ଼ିତା ଜଣକ ଗରିବ ପରିବାରର ହୋଇଥିବାରୁ ପୋଲିସର ଏହି ବେପରୁଆ ତଦନ୍ତ ସମ୍ପର୍କରେ ତାଙ୍କର ଆତ୍ମୀୟମାନେ ଉପର ମହଲରେ ଅଭିଯୋଗ କରିପାରି ନ ଥିଲେ। ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କ ମା’ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଜଗତ୍ସିଂହପୁର ପୋଲିସ ନ୍ୟାୟାଳୟ ଚାପର ବଶବର୍ତ୍ତୀ ହୋଇ ବନ୍ଦ ଫାଇଲ ଖୋଲିଲା। ତଦନ୍ତକୁ ତ୍ୱରାନ୍ବିତ କରି ଅଭିଯୁକ୍ତ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ କଲିକତାରୁ ଧରିଛି।
 ପ୍ରଶ୍ନ ଉଠୁଛି, ଅଭିଯୁକ୍ତଙ୍କ ସୁରାକ ମିଳୁନାହିଁ ବୋଲି ଯୁକ୍ତି ଦର୍ଶାଇଥିବା ପୋଲିସ ୮ ବର୍ଷ ପରେ ତାଙ୍କୁ ଚିହ୍ନିପାରିଲା କେମିତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ପୋଲିସ୍ ଅଭିଯୁକ୍ତଙ୍କୁ ଜାଣିଥିଲା, ସେ ଫେରାର ହୋଇ କେଉଁଠି ରହୁଛନ୍ତି ତାହା ମଧ୍ୟ ଅବଗତ ଥିଲା। ମାତ୍ର ତାଙ୍କୁ ନ ଧରିବା ପଛରେ କୌଣସି ପ୍ରଚ୍ଛନ୍ନ ଚାପ କାର୍ଯ୍ୟ କରୁଥିଲା ବୋଲି କୁହାଯାଇପାରିବ। ଆଇନଶୃଙ୍ଖଳାର ରକ୍ଷକ ପୋଲିସ ଏଭଳି କାର୍ଯ୍ୟ କରୁଥିବାରୁ ଜନସାଧାରଣଙ୍କ ଭରସା ଏହି ଖାକି ବ୍ୟବସ୍ଥା ଉପରୁ ତୁଟିଗଲାଣି। କେବଳ ପୋଲିସ ନୁହେଁ, ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତା’ର ତଦନ୍ତ ପ୍ରକ୍ରିୟାକୁ ସମାନ ଢଙ୍ଗରେ ଚଳାଇଥିବା ରାୟଗଡ଼ା ଜିଲା ଟିକିରି ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲାରୁ ସ୍ପଷ୍ଟ ହୋଇଛି। ଦୀର୍ଘ ତିନି ବର୍ଷ ତଦନ୍ତ ଚଳାଇ ୩୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସାକ୍ଷ୍ୟ ଗ୍ରହଣ କରି ସିବିଆଇ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ ପାରିଲା ନାହିଁ। ଶେଷରେ ଏହି ଫାଇଲ୍ ବନ୍ଦ କରିଦେଇଛି। କୋରାପୁଟ ଜିଲା କୁନ୍ଦୁଲିଠାରେ ଘଟିଥିବା ଛାତ୍ରୀ ଗଣବଳାତ୍କାର ମାମଲାର ରହସ୍ୟ ଉନ୍ମୋଚନ କରିବାରେ ଉଭୟ ପୋଲିସ ଓ କ୍ରାଇମ୍ ବ୍ରାଞ୍ଚ ବିଫଳ ହୋଇଛନ୍ତି। ମୂଳକଥା ହେଉଛି, କେତେକ ପୋଲିସ ଅଧିକାରୀ ଜନସାଧାରଣଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତଙ୍କ ସହ ସାଲିସ୍ କରିନେଉଛନ୍ତି। ଯେଉଁଥିପାଇଁ କି ସମଗ୍ର ପୋଲିସ ବ୍ୟବସ୍ଥା ବଦନାମର ବୋଝ ମୁଣ୍ଡାଇଛି। ଅନ୍ୟପକ୍ଷରେ କେତେକ ଘଟଣାରେ ଜଘନ୍ୟ ଅପରଧ ଘଟାଉଥିବା ଅଭିଯୁକ୍ତ ଧରାପଡୁଥିଲେ ମଧ୍ୟ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେଉ ନ ଥିବା କାରଣରୁ ଅପରାଧୀମାନଙ୍କର ସାହସ ବଢୁଛି। ଯେହେତୁ ପୋଲିସ ହାତରେ ସବୁ କିଛି ରହୁଛି, ତେଣୁ ଅଭିଯୁକ୍ତମାନେ ବିଭିନ୍ନ ପ୍ରଲୋଭନ ବଳରେ ଖାକି ବାବୁମାନଙ୍କୁ ପକେଟରେ ପକାଇ ଅବାଧରେ ବିଚରଣ କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜଗତ୍ସିଂହପୁରରେ ୨୦୦୯ରୁ ଏପର୍ଯ୍ୟନ୍ତ ଏସ୍ପି ଭାବେ ରହି ଆସିଥିବା ଏବଂ ସମ୍ପୃକ୍ତ ଥାନାରେ ଅଧିକାରୀ ଭାବେ କାର୍ଯ୍ୟ କରିଆସିଥିବା କେଉଁମାନେ ଏଭଳି ସମ୍ବେଦନଶୀଳ ମାମଲାକୁ ବନ୍ଦ କରିଦେଇଥିଲେ ସେମାନଙ୍କୁ ପ୍ରଥମେ ଖୋଜି ବାହାର କରିବା ଦରକାର। ସେହିମାନଙ୍କ ବିରୋଧରେ ଯଦି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଆନ୍ତା, ତେବେ ଅନ୍ୟମାନେ ଏହିଭଳି ଅପରାଧକୁ ଘୋଡ଼ାଇବା ପୂର୍ବରୁ ଅନେକ ଥର ଚିନ୍ତା କରନ୍ତେ। ସେମାନଙ୍କ ମନରେ ଭୟ ପଶନ୍ତା। ଏବେ ଯେହେତୁ ରାଜ୍ୟ ପୋଲିସର ଉଚ୍ଚପଦସ୍ଥ ଅଫିସରମାନେ ଏହିଭଳି ଥାନାରୁ ଲାଭବାନ ହେଉଛନ୍ତି, ସେଥିପାଇଁ ସେମାନେ ଥାନା କର୍ମଚାରୀମାନଙ୍କୁ ସୁରକ୍ଷିତ ରଖିବାକୁ ଆଗେଇ ଆସୁଛନ୍ତି। ଆମର ବ୍ୟକ୍ତିଗତ ଅନୁଭୂତି ଅନୁଯାୟୀ ଯଦି ଜିଲାର ପୋଲିସ ମୁଖ୍ୟ ସଚ୍ଚୋଟ ରହିବେ ଏବଂ ବିଭିନ୍ନ ଥାନା ପରିଦର୍ଶନ କରି ପଞ୍ଜୀକୃତ ହୋଇପାରୁ ନ ଥିବା ଅପରାଧଗୁଡିକର ତଦାରଖ କରିବେ, ତେବେ ଘଟୁଥିବା ଅନ୍ୟାୟର ପରିମାଣକୁ ନିଶ୍ଚିତ ଭାବରେ ହ୍ରାସ କରାଯାଇ ପାରିବ। ଅପରପକ୍ଷରେ ମସ୍ଗୁଲ୍ ହୋଇ ରହୁଥିବା ପୋଲିସ ଅଫିସର ଜାଣତରେ ଏହି ପ୍ରକାର ଅପରାଧୀଙ୍କୁ ସହଯୋଗ କରୁଛନ୍ତି। ଅନ୍ୟ ଏକ ପ୍ରସଙ୍ଗ ହେଉଛି, ଏସିଡ୍ ବିକ୍ରିକୁ ପୋଲିସ ତରଫରୁ ବନ୍ଦ କରାଯାଉନାହିଁ କିମ୍ବା ସରକାରଙ୍କ ମୁଣ୍ଡରେ ମଧ୍ୟ ପଶୁନାହିଁ ଏହାକୁ ଏକ ଧର୍ତ୍ତବ୍ୟ ଅପରାଧ ଭାବେ ଆଇନ କରିବେ। ରାଜ୍ୟ ଭିତରକୁ ଏସିଡ୍ ପ୍ରବେଶ କରୁଛି କେଉଁଠାରୁ। ରାଜ୍ୟ ଭିତରେ ପ୍ରସ୍ତୁତ ହେଉ କିମ୍ବା ବାହାର ରାଜ୍ୟରୁ ଆସୁ ତାହାକୁ ନିୟନ୍ତ୍ରଣ ନୁହେଁ, ପ୍ରଥମେ ବନ୍ଦ କରାଯିବା ଦରକାର।


Army man nabbed after 8 yrs for acid attack on Odisha girl

Saroj Kumar Sahoo and Pramodini Roul Love Story


Monday, 27 November 2017

ଇତିଶ୍ରୀ ମାମଲାର ଇତି-ବାର୍ତ୍ତା

ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ଶେଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନ୍ୟାୟ ହୋଇପାରିଲା ନାହିଁ। ଅକ୍ଟୋବର ୨୭, ୨୦୧୩ ରାତିରେ କିଏ ବା କେଉଁମାନେ ଇତିଶ୍ରୀଙ୍କୁ ଜିଅନ୍ତା ଜାଳି ହତ୍ୟା କରିଥିଲେ? ଦୀର୍ଘ ଦୁଇ ବର୍ଷ ତିନି ମାସ ଧରି ଅନୁସନ୍ଧାନ ପରେ ସୁଦ୍ଧା ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ଏ ପ୍ରଶ୍ନର ଉତ୍ତର ଖୋଜିବାରେ ବିଫଳ ହେଲେ। ଫଳରେ ଅଗତ୍ୟା ମାନ୍ୟବର ସୁପ୍ରିମ୍‌ କୋର୍ଟ ମାମଲାକୁ ବନ୍ଦ କରି ଦେଇଛନ୍ତି। ଇତିଶ୍ରୀ ମାମଲାରେ ମାନ୍ୟବର ‘ଇତି’ର ନ୍ୟାୟିକ ମୋହର ଲାଗିଛି। କିନ୍ତୁ ଏହା ସହ ୨୦୧୧ ଜୁଲାଇରୁ ଆରମ୍ଭ ହୋଇ ୨୦୧୭, ନଭେମ୍ବରରେ ସମାପ୍ତ ହୋଇଥିବା ଏହି ଦୁର୍ଭାଗ୍ୟଜନକ ଆପରାଧିକ ପ୍ରକରଣକୁ ସାଧାରଣ ଓ ପୁଲିସ ପ୍ରଶାସନର ଅଦକ୍ଷତା, ଉଦାସୀନତା, ସମ୍ବେଦନଶୀଳତା ଓ ଉତ୍ତରଦାୟିତ୍ୱ ଶୂନ୍ୟତାର ଆଉ ଏକ କଳଙ୍କିତ ଅଧ୍ୟାୟ ଭାବେ ପ୍ରାମାଣିକ ମିଳିଛି।
ଇତିଶ୍ରୀ ହତ୍ୟାକାଣ୍ଡ ପଛର ଷଡ଼ଯନ୍ତ୍ରକାରୀ ଧରାପଡ଼ି ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଏବେ ଜେଲ୍‌ରେ। ଅଥଚ, ଜଘନ୍ୟ ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିଥିବା ହତ୍ୟାକାରୀ ଧରାପଡ଼ିବା ତ ଦୂରେ ଥାଉ, ଚିହ୍ନଟ ସୁଦ୍ଧା ହୋଇ ପାରିଲା ନାହିଁ। ୨୦୧୩ ଅକ୍ଟୋବର ୨୭ ତାରିଖ ରାତିରେ ଶିକ୍ଷା ସହାୟିକା ଇତିଶ୍ରୀଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିବା ଅଚିହ୍ନା ଦୁର୍ବୃତ୍ତ ସେମିତି ‘ଅଚିହ୍ନା’ ରହି ଆଇନ ହାତରୁ ଖସି ଯାଇଛି। ପ୍ରଥମେ, ରାଜ୍ୟର ପ୍ରମୁଖ ଅପରାଧ ଅନୁସନ୍ଧାନକାରୀ ସଂସ୍ଥା କ୍ରାଇମ୍‌ ବ୍ରାଞ୍ଚ୍‌ ଓ ପରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଦେଶର ଶୀର୍ଷ ତଦନ୍ତକାରୀ ସଂସ୍ଥା ସିବିଆଇ ଦୁଇ ବର୍ଷରୁ ଅଧିକ ସମୟ ଧରି ଅନୁସନ୍ଧାନ ଚଳାଇଲେ। ସିବିଆଇ ଦଳ ବାରମ୍ବାର ଘଟଣାସ୍ଥଳ ପରିଦର୍ଶନ କଲେ। ତିନିଶହରୁ ଅଧିକ ଲୋକଙ୍କୁ ପଚରାଉଚୁରା କରି ଛାନ୍‌ଭିନ୍‌ ଚଳେଇଲେ। ତଥାପି ହତ୍ୟାକାରୀର ସୁରାକ୍‌ ମିଳିଲା ନାହିଁ। ଏ ନିଷ୍ଫଳ ତଦନ୍ତ ନିଶ୍ଚିତ ଭାବେ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଅନୁସନ୍ଧାନ ଶୈଳୀ ତଥା କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିକଟ ଅତୀତରେ ଏହା ଦ୍ୱିତୀୟ ବହୁଚର୍ଚ୍ଚିତ ଅପରାଧ ଘଟଣା, ଯେଉଁଠି ସିବିଆଇର ଅନୁସନ୍ଧାନ ନିଷ୍ଫଳ ହୋଇଛି। ନିକଟରେ ଆରୁଷି ହତ୍ୟା ମାମଲାରେ ମଧ୍ୟ ସିବିଆଇ ପ୍ରକୃତ ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ସଫଳ ହୋଇ ପାରିନାହିଁ। ଇତିଶ୍ରୀ ହତ୍ୟା ମାମଲାରେ କେବଳ ଅନୁସନ୍ଧାନ ଦକ୍ଷତା ଉପରେ ପ୍ରଶ୍ନ ଉଠିନାହିଁ। ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ପରିପ୍ରେକ୍ଷୀରେ ତଦନ୍ତ ନେଇ ସନ୍ଦେହର ବାଦଲ ମଧ୍ୟ ସୃଷ୍ଟି ହୋଇଛି।
ଉଲ୍ଲେଖନୀୟ ବିଷୟ ହେଲା, ଏହି ମାମଲାରେ ଯେଉଁ ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ବିଷୟ ସନ୍ଦେହ ଘେରକୁ ଆସିଥିଲା, ସେହି ବ୍ୟକ୍ତି ପ୍ରଥମେ ରାଜ୍ୟରେ କ୍ଷମତାସୀନ ଦଳରେ ଥିଲେ ଓ ଏବେ କେନ୍ଦ୍ରରେ କ୍ଷମତାସୀନ ଦଳରେ ଯୋଗ ଦେଇଛନ୍ତି। ଇତିଶ୍ରୀ ହତ୍ୟା ତଦନ୍ତ ରାଜନୀତି ଦ୍ୱାରା ପ୍ରଭାବିତ ହୋଇଛି କି ନାହିଁ, ତାହା ନିର୍ଦ୍ଦିଷ୍ଟ କରି କୁହାଯାଇ ନ ପାରେ। କିନ୍ତୁ ଗୋଟିଏ ବିଷୟ ଅତ୍ୟନ୍ତ ସ୍ପଷ୍ଟ ଯେ ଆମ ବ୍ୟବସ୍ଥାରେ ଅନେକ ଆପରାଧିକ ଘଟଣାର, ଯେଉଁଠି ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତିର ଅଭିଯୋଗ ଥାଏ, ସେଇଠି ତଦନ୍ତ ବାଟବଣା ହୋଇଯାଏ। ଏହାର ଅନେକ ନଜିର ରହିଛି। ଏହି ଧାରାରେ ପ୍ରଥମେ କ୍ରାଇମ୍‌ ବ୍ରାଞ୍ଚ୍‌ ଓ ଏବେ ସିବିଆଇ ତଦନ୍ତ ସନ୍ଦିଗ୍‌ଧ ହୋଇପଡ଼ିଛି। ତଦନ୍ତକୁ ରାଜନୀତି ପ୍ରଭାବିତ କରିଥାଉ କି ନଥାଉ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ନିଷ୍ଫଳ ତଦନ୍ତ ସିବିଆଇର ବିଶ୍ୱସନୀୟତାକୁ କ୍ଷୁଣ୍ଣ କରିଛି। କୌଣସି ଅପରାଧରେ ସାଧାରଣ ପୁଲିସ ବିଫଳ ହେଲେ ଲୋକେ ପ୍ରଥମେ କ୍ରାଇମ୍‌ ବ୍ରାଞ୍ଚ୍‌ ଓ ଶେଷରେ ସିବିଆଇ ତଦନ୍ତ ଦାବି କରନ୍ତି; ଏହି ବିଶ୍ୱାସରେ ଯେ ସତ୍ୟର ଉଦ୍‌ଘାଟନ ହେବ। କିନ୍ତୁ ଇତିଶ୍ରୀ ହତ୍ୟା ମାମଲାରେ ତଦନ୍ତର ନିର୍ଯ୍ୟାସ ଲୋକଙ୍କ ସେ ବିଶ୍ୱାସକୁ ଆଘାତ ଦେଇଛି।
ତେବେ ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ତଦନ୍ତକାରୀ ସଂସ୍ଥାଙ୍କ ବିଫଳତା ଯେତିକି ଚିନ୍ତାଜନକ, ଏହି ମାମଲାରେ ସାମନାକୁ ଆସିଥିବା ସାଧାରଣ ଓ ପୁଲିସ ପ୍ରଶାସନର ସମ୍ବେଦନଶୂନ୍ୟ , ଉତ୍ତରଦାୟିତ୍ୱହୀନ ଚରିତ୍ର ତା’ଠାରୁ ଅଧିକ ଦୁଃଖଦାୟକ ଓ ବିପଜ୍ଜନକ। ମୃତ୍ୟୁ ପରେ ତ ଇତିଶ୍ରୀଙ୍କୁ ସଂପୂର୍ଣ୍ଣ ନ୍ୟାୟ ମିଳିଲା ନାହିଁ, ମୃତ୍ୟୁ ପୂର୍ବରୁ ବି ତାଙ୍କୁ ନା ନ୍ୟାୟ ନା ସୁରକ୍ଷା ମିଳିଥିଲା। ଶାସନ କଳ ଯଦି ସମ୍ବେଦନଶୀଳ ହୋଇ ଦାୟିତ୍ୱବୋଧର ସହ କର୍ତ୍ତବ୍ୟ ସଂପାଦନ କରିଥାନ୍ତେ, ତେବେ ହୁଏତ ଇତିଶ୍ରୀଙ୍କ ଜୀବନ ରକ୍ଷା ହୋଇ ପାରିଥାନ୍ତା। ଶାସନ କଳର ସମ୍ବେଦନଶୂନ୍ୟତା, ଦାୟିତ୍ୱହୀନତା ଶିକ୍ଷା ସହାୟିକାଙ୍କୁ ମରଣ ମୁହଁକୁ ଠେଲି ଦେଲା ବୋଲି ଯଦି କୁହାଯାଏ, ତେବେ ବୋଧହୁଏ ଅତିରଞ୍ଜନ ହେବ ନାହିଁ। ସ୍ୱର୍ଗତ ପୀଡ଼ିତା ଇତିଶ୍ରୀ ୨୦୧୧ ଜୁନ୍‌ରେ ଶିକ୍ଷା ସହାୟିକା ଭାବେ ଯୋଗ ଦେଲେ। ଏହାର ମାସକ ପରେ ଜୁଲାଇରେ ସେ ଯୌନ ନିର୍ଯାତନାର ଶିକାର ହେଲେ। ୨୦୧୧ ଜୁଲାଇରୁ ୨୦୧୩ ଅକ୍ଟୋବରରେ ହତ୍ୟା ପର୍ଯ୍ୟନ୍ତ ପୀଡ଼ିତା ଇତିଶ୍ରୀ ସ୍ଥାନୀୟ, ଶିକ୍ଷାଧିକାରୀ ଓ ଥାନାବାବୁଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଏସ୍‌ପି, ବିଭାଗୀୟ ସଚିବ, ପୁଲିସ ଡିଜି: ଏପରିକି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ସାଧାରଣ ଓ ପୁଲିସ ପ୍ରଶାସନର ଏମିତି କେହି ଅଧିକାରୀ ନାହାନ୍ତି, ଯାହାଙ୍କ ପାଖରେ ନ୍ୟାୟ ଓ ସୁରକ୍ଷାର ଭିକ୍ଷା କରି ନାହାନ୍ତି। କିନ୍ତୁ ଇତିଶ୍ରୀଙ୍କ ଜୀବନ ଗଲା ପଛେ ତାଙ୍କୁ ସୁରକ୍ଷା ଦିଆଯାଇ ପାରିଲା ନାହିଁ। ରାଷ୍ଟ୍ର ଜଣେ ଅସହାୟା ମହିଳାଙ୍କୁ ସୁରକ୍ଷା ଦେଇ ନ ପାରିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ଓ ପୂରା ବ୍ୟବସ୍ଥାକୁ କାଠଗଡ଼ାରେ ଛିଡ଼ା କରାଇଛି। ଜୀବଦ୍ଦଶାରେ ତ ନ୍ୟାୟ ମିଳି ନଥିଲା, ମୃତ୍ୟୁ ପରେ ବି ସଂପୂର୍ଣ୍ଣ ନ୍ୟାୟ ମିଳିଲା ନାହିଁ। ଅର୍ଧସତ୍ୟ, ଯେମିତି ସତ୍ୟ ନୁହେଁ, ଅସଂପୂର୍ଣ୍ଣ ନ୍ୟାୟ କଦାପି ନ୍ୟାୟ ନୁହେଁ।
ଦୁର୍ଭାଗ୍ୟର ବିଷୟ ହେଲା, ଇତିଶ୍ରୀଙ୍କ ହତ୍ୟା ପରେ ପରେ ହିଁ ଜଳ ଜଳ ହୋଇ ଜଣାପଡ଼ି ଯାଇଥିଲା ଯେ, ଏ ନରକୀୟ ଅପରାଧ ପାଇଁ ଷଡ଼ଯନ୍ତ୍ରକାରୀ ସ୍କୁଲ୍‌-ସବ୍‌-ଇନ୍‌ସପେକ୍ଟର ଦଣ୍ଡସେନା ଓ ନିଆଁ ଲଗାଇଥିବା ଅଚିହ୍ନା ଦୁର୍ବୃତ୍ତ ଯେତିକି ଦାୟୀ, ତଳୁ ଉପର ପର୍ଯ୍ୟନ୍ତ ପୁଲିସ ଓ ସାଧାରଣ ପ୍ରଶାସନର ବାବୁଭାୟାମାନଙ୍କ ଉଦାସୀନତା ଓ ସମ୍ବେଦନଶୂନ୍ୟତା ମଧ୍ୟ ସେତିକି ଦାୟୀ। କିନ୍ତୁ ସରକାରଙ୍କ ପକ୍ଷରୁ ନିଜ ଆଡୁ କର୍ତ୍ତବ୍ୟରେ ଖିଲାପ ଓ ଅବହେଳା କରିଥିବା ବାବୁମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ପ୍ରୟାସ ହୋଇ ନଥିଲା। ଶେଷରେ ଏ କ୍ଷେତ୍ରରେ ମଧ୍ୟ ଅଦାଲତଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଏହା ହିଁ ଆମ ବ୍ୟବସ୍ଥାର ବିଡ଼ମ୍ବିତ ଚରିତ୍ର। ସାଧାରଣତଃ ଯାହା ଶାସନ କଳର ‘ରୁଟିନ୍‌ କାର୍ଯ୍ୟ’, ସେଥିପାଇଁ ମଧ୍ୟ ନ୍ୟାୟିକ ହସ୍ତକ୍ଷେପ ଆବଶ୍ୟକ ପଡୁଛି। ଏଥିରେ ନ୍ୟାୟିକ ସକ୍ରିୟତା ପାଇଁ ନ୍ୟାୟପାଳିକାକୁ ଦାୟୀ କରାଯିବ କାହିଁକି? କୋର୍ଟଙ୍କ ଆଦେଶରେ ହୋଇଥିବା ପ୍ରଶାସନିକ ତଦନ୍ତରେ ୧୩ ଜଣ ଅଧିକାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ଦାୟୀ କରାଗଲା। କିନ୍ତୁ କେବଳ ଚାରିଜଣ ତଳିଆ କର୍ମଚାରୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ଅନ୍ୟ ବଡ଼ବଡ଼ିଆଙ୍କୁ ଧର୍ମକୁ ଆଖିଠାର ଭଳି ନାମକୁ ମାତ୍ର ମୃଦୁ କାର୍ଯ୍ୟାନୁଷ୍ଠାନ ସହ ଛାଡ଼ି ଦିଆଗଲା। ଏମିତିରେ ଶାସନରେ କର୍ତ୍ତବ୍ୟବୋଧ, ଉତ୍ତରାଦାୟିତ୍ୱବୋଧ ଆସିବ କେମିତି? ଅଭିଜ୍ଞତାରୁ କୌଣସି ଶିକ୍ଷା ମିଳୁନାହିଁ, ଫଳତଃ ନା ଶାସନର ନା ପୁଲିସର ଚରିତ୍ରରେ କୌଣସି ପରିବର୍ତ୍ତନ ଆସୁଛି। ସମ୍ବେଦନଶୂନ୍ୟତା, ଉତ୍ତରଦାୟିତ୍ୱହୀନତା, ଅଦକ୍ଷତାର କ୍ରମ ଜାରି ରହିଛି। ଏ ଚରିତ୍ର ବଦଳିବା ଏକାନ୍ତ ଆବଶ୍ୟକ। ଅନ୍ୟଥା ନିରୀହା ଇତିଶ୍ରୀଙ୍କୁ ତ ଜୀବନରେ ସୁରକ୍ଷା ଓ ମୃତ୍ୟୁରେ ନ୍ୟାୟ ମିଳିଲା ନାହିଁ, ବ୍ୟବସ୍ଥା ପ୍ରତି ମଧ୍ୟ ଅନ୍ୟ ଇତିଶ୍ରୀମାନଙ୍କ ଆସ୍ଥା ଓ ବିଶ୍ୱାସ ତୁଟିଯିବ।

Sunday, 26 November 2017

ଦ ଲ ଅଫ୍ ଦି ଭ୍ୟାକୁ ମ୍ .................



ଦ ଲ ଅଫ୍ ଦି ଭ୍ୟାକୁ ମ୍ ଇକ୍ ଦ୍ୟାଟ୍ ଦେୟାର ଇକ୍ ଭ୍ୟାକୁମ୍! ଫିଜିକ୍ସର ଏହି ନିୟମକୁ ବୁଝିପାରୁ ନ ଥିଲା  ଟିନା ! ସେ ଭାଟୁଥିଲା ’ ଅଗ୍ରେକ୍ ସିଂଙ୍କର ବୟସ ଖୁବ୍ କମ୍! ଅଳ୍ପ ବୟସରେ ସେ ତାଙ୍କରସ୍ ତ୍ରୀ କୁ ହରେଇଛନ୍ତି  ! ଚାହିଁଥିଲେ  ତ ସେ ଅନାୟାସରେ ବିବାହ କରିପାରିଥାନ୍ତେ ଆଉ ସ୍ତ୍ରୀ ଙ୍କ ମୃତ୍ୟୁପରେ ତାଙ୍କ ଜୀବନରେ ଯେଉଁ ଭ୍ୟାକୁ ମ୍ ସୃଷ୍ଠି ହୋଇଛି ତାହାକୁପୂରଣ କରିପାରିଥାନ୍ତେ! ହେଲେ ସେ ଜାଣି ନ ଥିଲା ଯେ, ଭ୍ୟାକୁ ମ୍ ଚା ଶୂନ୍ୟସ୍ଥାନ କେବେ ବି ଅପୂରଣ ରହେନା! ତାହା ମନକୁ ମନ ପୂରଣ ହୋଇଯାଏ!ଆଉ ଅଙ୍ଗ୍ରେଜ଼    ସିଂଙ୍କ ଜୀବନରେ ସ୍ତ୍ର1କୁ  ନେଇ ସୃଷ୍ଠିହୋଇ ଥିବା ଭ୍ୟାକୁମ୍ ପୂରଣ ହୋଇସାରିଥିଲା  ! ଆଉ ତାହାକୁ ପୂରଣ କରିଦେଇଥିଲା  ତା’ ଶାଶୁ ବଲବିନ୍ଦର ସିଂ! ସୂଚନାଯୋଗ୍ୟ ଯେ, ଚୋର ଦାବାଶୂର ହେଉଛନ୍ତି  ଅଭେକ ସିଂ !

ଫରିଦକୋଟ ଜିଲାର ମାଚ୍ଚା ଗ୍ରାମର ଟିନା !ତା’ର ବିବାହ ହୋଇଥିଲା ପଞ୍ଜାବର ମୁକ୍ତସାର ଜିଲା ଅନ୍ତର୍ଗତ ବରିୱାଲା ଥାନା ଅଧୀନ ଗଧାସିଂୱାଲାଗାଁର ସନ୍ଦୀପ ସିଂସହିତ! ସନ୍ଦୀପର ବାପା ହେରଛନ୍ତି  କଶୀର ସିଂ ଓରଫ କାଳି ଏବଂ ମା’ଙ୍କନାମ ବଲବିନ୍ଦର ଗୌର!ଆଖପାଖ ଅଞ୍ଚଳରେ କଶୀର ସିଂ ଜଣେ ବଡ଼ଚାଷ1! ସଂକ୍ଷେପରେ କହିଲେ, କଶୀର ସିଂଙ୍କ ପରିବାର ଖୁବ୍ ଧନଶାଳୀସେହି ଘରକୁ ବୋହୁ ହୋଇଆସି ଟିନା  ବେଶ୍ ଖୁସି ଥିଲା !ତାକୁ ସମସ୍ତେ ଭଲପାଉଥିଲେ !ସ୍ବାମୀ ସନ୍ଦୀଫ୍ ତାକୁ ଖୁବ୍ ପ୍ରେମକରୁଥିଲା ! ଟିନାର କୌଣସିଥିରେ ଅଭାବ କି ଅସୁବିଧା ନ ଥିଲା !ତେବେ ତିନା ସବୁ ବେଳେ  ଅଗ୍ରେଦ୍ ସିଂକୁ  ନେଳ ଦୁଃଖ ପ୍ରକାଶ କରୁଥିଲେ  !!ସେ ଭାବୁ ଥିଲା ’ ଭଗବାନ ଜଣଜଣଙ୍କ ପାଇଁ କାହିଁକି ଏତେ ନିର୍ଘୟ ଦୁଅନ୍ତି | ଏତେ କମ୍ ବୟସରୁ ସେ କ’ଣ ପାଇଁ ଅଙ୍ଗ୍ରେଜ଼  ସିଂକୁ  ପତ୍ନୀହରା କରିଦେଲେ!କେମିତି ତାଙ୍କର ଦିନ ବି ତୁ  ଥିବା ବୟସ ତ ବେଶି ହୋଇନାହିଁ ! ପୁଣି ସେ ଭାଚୁଥିଲା ’ବଞ୍ଚିବା ମରିବା କାହାରି ହାତର କଥା ନୁହେଁ ଯଦି ଚାଚି ମରିଗଲେ ତା’ହେଲେ ଚାଚା ଅଙ୍ଗ୍ରେଜ଼ ସିଂ ତ ଆଉଥରେ ବାହା ହୋଇ ଘରସଂସାର କରିପାରିଥାନ୍ତେ! ଦିନେ ଏଇକଥା ସେ ପଚାରିବେଲା ଶାଶୁ ବଲ ବିନ୍ଦର ସିଂକୁ ! ପଚାରିଲା: ‘ମମି  ! ମୁଁଭାଚୁଛି ଚାଚାଚାତିକୁ  ଖୁବ୍ ଭଲ ପାଉଥିଲେ  ?" ବୋହୁଠାରୁ ଏମିତିଏକ ପ୍ରଶ୍ନଣୁଣି ତା’ ମୁହଁକୁ ଅନେଇଲେ ବଲବିନ୍ଦର!
ଟିନା  କହିଲୀ- ‘ମୁଁ ଭାବୁଛି ସମ୍ଭବତଃ ସେଇଥ୍ ପାଇଁସେ ଆଉଥରେ ବାହ! ହେଲେନାହିଁ! ତା’ଛଡ଼ା ସେ ଯଦିବାହା ନ ହେଲେ ଆପଣମାନେ ତାକୁ  ବାଧ୍ୟ କରି ବାହ! କରେ ଇ ଦେଇଥାନ୍ତେ!’ ବଲବିନ୍ଦର ଦବୀ ସାମାନ୍ୟ ରୁକ୍ଷ ଗଳାରେ କହିଲେ: ‘ବୋ ହୁ!  ତୁ  ନୂଆ ଆସିଛୁ ତ ସେଥିଲା ଗି ଜାଣିନାହୁଁ! ଅଙ୍ଗ୍ରେଜ଼  ଜଣେ ହତଭାଗ୍ୟମଣିଷ ! ତା’ ଭାଗ୍ୟରେ ସ୍ତ୍ରୀ  ସୁଖ ନାହିଁ !କାହିଁକି ନା ସେଯାହାକୁ ବାହ! ହେବ ସେ ମରିବ ! ସେଥିଲା ଗି ଅଗ୍ରେକ୍ ବାହ! ହେଲାନାହିଁକି ଆମେ ବି ତାକୁ ବାହା ଦେଲୁନାହିଁ!’ଏକଥା ଶୁଣି ଖ୍ ଲିଖ୍ ଲି ହୋଇ ହସିଉଠିଲ! ଟିନା ! କହିଲୀ- ‘ମମମି ’ ଏସବୁ ଅନ୍ଧବିଶ୍ୱାସ! ଆପଣମାନେ ଏ ଯୁଗରେ ବି ସେଇସବୁ କଥା ବିଶ୍ବାସ କରୁଛନ୍ତି !
ଏଣୁ ତେଣୁ କଥାକୁ ବିଶ୍ଵସୋ କରି ଜଣେ ଲୋ କକୁ ସାରାଜୀବନ ସ୍ତ୍ରୀ  ସୁଖରୁ ଦୂରେଇ ରଖ୍ ଆପଣମାନେ କିଛି ଠିକ୍ କଲେ ନି!’ଟିନା  ସହିତ ଏ ବିଷୟରେ ଆଉ ବେଶି ଯୁକ୍ତି  କରିବାକୁ ଚାହୁଁନ ଥିଲେ  ବଲବିନ୍ଦରବେବୀ! କହିଲେ:‘ବାସନ ମଜା ହେଇନି! ଘର ସଫା ହେଇନି!ରୋଷେଇ ବାସ ହେବ ! ସେକଥା ଚିନ୍ତା ନ କରି ତୋର ତୋ ତାଟା କଥା ଚିନ୍ତା କରିବାର ଆବଶ୍ୟକତା ନାହିଁ!ଏ ପରିବାରରେ ପ୍ରତ୍ୟେକ ଲୋକ ନିଜନିଜର କାମଦୁଝୁଛନ୍ତି  କେହି କାହାରି ବ୍ୟାପାରରେ ମୁଣ୍ଡ ଖେଳାଉନାହାନ୍ତି ! ତେଣୁ ଭଲ ହେବ  ତୁ ବି ତୋ କାମକ ର
   ଟିନା  ଆଉ କିଛି ରହିଲାନି! ଯେତେହେଲେ ବି ସେ ଘରର ନୂଥାଟୋହୁ! ସେ ତା’ କାମରେ ଚାଲିଗଲାସମୟ ବିତି ଗଲା! ଟିନା  ବାହାଘରର ତିନିମାସ ପରେ ଗର୍ଭଧାରଣ କଲା ! ନିବିଷ୍ଟ ସମୟରେ ସେ ଡାକ୍ତରଖାନାରେ ପୁଅଟିଏ ଜନ୍ମ କଲା l ପ୍ରଥା ଅନୁଯାୟୀ, ଟିନା  ସନ୍ତାନ ଜନ୍ମ କରି ଥିବାରୁ ତାକୁ ଏକ ସ୍ଵତନ୍ତ୍ର ଘରେ ରଖାଗଲା! ଟିନା  ସେହି ସ୍ଵତନ୍ତ୍ରଘରେ ତା’ର ନବଜାତ ପୁଅକୁ ଧରି ରହିଲା ! ଶୀତ ଦିନ! ଖୁବ୍ ଶୀତପଡ଼ିଥାଏ! ରାତିରେ କ୍ଷେତ କରିବା ପାଇଁ ଚାଲିଗଲେ ସ୍ବାମୀ ସନ୍ଦୀପ ଓ ଶ୍ଵଶୁର କଶାଇ ସିଂ! ପୁଅକୁଧରି ଟିନା  ଶୋଇପଢ଼ିଲ! ! ଶାଶୁ ମଧ୍ୟ  ନିଜ କୋଠରିକୁ ଚାଲିଗଲେ ଶୋଇବା ପାଇଁ

     ସବୁ  ଠିକ୍ ଠାକ୍ ଥିଲା ! ମଝିରାତିରେ ହଠାତ କାନ୍ଦି ବାକୁ ଲାଗିଲା ପୁଅ! ଟିନା  ଯେତେ ଚେଷ୍ଟାକଲା ତାକୁ ତୁନି କରିପାରିଲାନାହିଁ! ଭାବିଲା, ଶାଶୁକୁ ଡାକିବ! ସେ ହୁଏତ ଚୁଆଟାଳୁ ଶାନ୍ତ କରିପାରିବେ! ସେ ଶାଶୁକୁ ବଡ଼ପାଟି କରି ଡାକିଲା ! ମାତ୍ର ସେ  ଶୁଣିଲେ ନାହିଁକି ଆସିଲେ ମଧ୍ୟ  ନାହିଁ ! ବହୁ କଷ୍ଟକରି ସେ ପୁଅକୁ ଶୁଆଇଲା ! ଭାବିଲା, ଶାଶୁ କ’ଣ ଏମିତି ନିଦରେ  ଶୋଇଯାଇଛନ୍ତି  ଯେ ଏତେ ତାକିବା ପରେ ବି ଶୁଣିଲେ ନାହିଁ! ନା’ ତାଙ୍କର କିଛି ଅସୂବିଧା ହୋଇଛି! ଏହ! ଭାବି ସେ ବଲବିନ୍ଦର ରୁମ୍ କୂ ଆସିଲା ! ରୁମ୍ ପାଖରେ ପହଞ୍ଜୁ ପହଞ୍ଜୁ ତା’ କାନରେ ପଡ଼ିଲା ଚୁ ଢ଼ିର ରୁଣୁଝୁଣୁଶବ୍ଦ ! ହି ସ୍ ହିସ୍ ସ୍ୱର ! ଆଉ ଚୁପି ଚୁପି  କଥ!ଆଶ୍ଚର୍ଯ୍ଯ ହୋଇଗଲା ଟିନା  ! ଭାବିଲା, ଶ୍ଵଶୁର ତକ୍ଷେତରେ ! ତା’ହେଲେ ଶାଶୁଙ୍କ ଘର ଭିତରେ କିଏ ସେ କଵା ଟ ଫାଳରେ ଯାହା ଦେଖିଲା ସେଥିରେ  ତା’ର ମୁଣ୍ଡ ଗୋଳମାଳ ହୋଇଗଲା ! ସେ ଦେଖିଲା’ ଅଙ୍ଗ୍ରେଜ଼  ସିଂ ଓ ଶାଶୁ ବଲବିନ୍ଦର ପାପ ସମ୍ପର୍କରେ ଲିପ୍ତ ଅଛନ୍ତି ! ଅଙ୍ଗ୍ରେଜ଼  ସିଂ ସାଜିଧ୍ୟ ରେ ବଲବିରେ ଆଖ୍ ବୁ ଜିଆନନ୍ଦରେ ହିସ୍ ହିସ୍ ଶବ୍ଦ କରୁଛନ୍ତି  ! ସେ ଦୁଇଜଣଙ୍କର ଆନନ୍ଦ ଘରର ଚାରିକାନ୍ଥ ଟପି ଘର ବାହାରକୁ ଛିଟ୍ କି ପଡୁଛି!
         ସତକୁସତ ମୁଣ୍ଡ ଖରାପ ହୋଇଯାଇଥିଲା  ଟିନାରୀ ଲାଜରେତା’ ମୁହଁ ନାଲି ପଡ଼ିଯାଇଥିଲା  ଏବେ ସେବୁଝି ଯାଇଥିଲା  ଯେ, କ’ଣ ପାଇଁ ଅଙ୍ଗ୍ରେଜ଼  ସିଂ ବାହାହୋଇନାହିଁ! ଆଉ କଣ ପାଇଁ ସେଦିନ ତା’ ଶାଶୁତା’ ଉପରେ ବିରକ୍ତ ହେଉଥିଲେ ! ଯେଉଁ ପୁରୁଷପାଇଁ ତା’ ସ୍ତ୍ରୀ ର କାମ ତା’ ଭାଉଜ କରିଦିଏ ସେହିପୁରୁଷର ଆଉଥରେ ବାହା ହେବା କ’ଣ ଦରକାର! ତେବେ ଟିନା  ଏକଥା କାହାକୁ କହିପାରିଲା ନାହିଁ! ସେ ଜାଣିଥିଲା  ସେ, ଏ ଖବର ଶୁଣିବା ମାତ୍ରେ ତା’ ଶ୍ୱଶୁର ରାଗି ପଡ଼ିବେ ଆଉ ମା’ ଏଭଳି ପାପ କାମରେ ଲିପ୍ତ  ଥିବା ଜାଣି ସ୍ବାମୀ ସନ୍ଦୀଫ୍ ମଧ୍ୟ  ଲାଜରେ ମରିଯିବେ! ତେଣୁସେ ବୁଝି ପାଚୁନ ଥିଲା  ଏକଥାକୁ ସେ କେମିତି କହିବ!

                  ଇତିମଧ୍ୟ ରେ ଟିନା  ତା’ ବାପଘରକୁ ଗଲା! ମା’ପାଖରେ ସବୁକଥା କହିଲା! ସମସ୍ତେ ମିଶି ନିଷ୍ପରି ଦେଲେ ସେ, ଟିନା କୁ  ନେବା ପାଇଁ ଯେତେବେଳେ ସନ୍ଦୀପ ଆସିବ ସେମାନେ ସନ୍ଦୀଫ୍ କୂ ଏକଥା କହିଦେବେ! ସବ୍ଦୀଫ୍ ମଧ୍ୟ  ଆସିଲା ଟିନା କୁ ନେବାପାଇଁ! ଟିନାର ମା’ ଓ ଭାଇ ସନ୍ଦୀ ଫ୍ କୂ ସବୁ କଥାକହିଲେ ! ସେମାନେ ଭାବିଥିଲେ ’ ଏସବୁ ଶୁଣି ସନ୍ଦୀପଭୟଙ୍କର ଭାବରେ ରାଗିଯିବ’ ନ ହେଲେ ଲାଜରେ ନାଲି ପଡ଼ିଯିବା ହେଲେ ସେମିତି କିଛି ହେଲାନାହିଁ!ଓଲଟି ସନ୍ଦୀଫ୍ ହସିବେଇ କହିଲା- ମ!’ ଆଉ ବାବାଙ୍କ ମଧ୍ୟ ରେ ଏ ସମ୍ପର୍କ ଆଜିର ନୁହେଁ! ଅନେକ ଦିନରୁ! ଆଉ ସେଇଥ୍ ପାଇଁ ଚାବି ବି ଆତ୍ମହତ୍ୟା କରିମରିଯାଇଛି! ଆମ ପରିବାରରେ ଆମେ ସମସ୍ତେଜାଣିଛୁ ଯେ, ମା’ ଆଉ ଚାଚାଙ୍କ ମଧ୍ୟ ରେ ଏଭଳି ସମ୍ପର୍କ ରହିଛି! ତେଣୁ ତୁମେମାନେ କେହି ଏହାକୁ ନେଇ ବ୍ଯସ୍ତ କିମ୍ବା ବିବ୍ରତ ଦୁଅନି! ସନ୍ଦୀପ ଟିନାକୁ  ଚୁଝେଇଲା’ ଆମର ସଂସାର ତ ଭଲରେ ଚାଲିଛି !ତୁମେ ଆମ ପିଲାଙ୍କର ଯତ୍ନନିଅ ! ଅନ୍ୟକିଛି କଥାରେମୁଣ୍ଡ ପୂରାଅ ନାହିଁଏମିତି କହି ଟିନାକୁ  ଘରକୁ ନେଇ ଆସିଲାସନ୍ଦୀପ!
      ଟିନାକୁ ସନ୍ଦାସ୍ ସିନା ରୁଝେଇଲା! ହେଲେ ଟିନା ର ମନ ମାନୁନ ଥିଲା ! ସେଏଭଳି ପାପକୁ ବରଦାସ୍ତ କରିପାରୁ ନଥିଲା  ! ଅପରପକ୍ଷରେ, ପୁଅ ସନ୍ଦୀପଠାରୁ ବଲବିନ୍ଦର ଜାଣି ନେଇଥିଲା ଯେ, ଟିନା  ସଟୁକିଛି ଜାଣିନେଇଛି ଖାଲି ଜାଣିନି, ତା’ ବାପଘରର ଲୋକଙ୍କୁ ବି ଜଣେଇ ଦେଇଛି!

          ଏସବୁ ଜାଣିବା ପରେ ବଲବିନ୍ଦର୍ ର ପ୍ରଥମଶତୁ ପାଲଗେଲା ଟନା!ବଲବିନ୍ଦର ରୋକ୍ ଠୋକ୍ ଜଣେଇବେଲା- ତୋ ପାଇଁ ଏ ପରିବାରରେ କୌଣସିଥିରେ  ଅସୁବିଧା ରଖାଯାଇନି!  ତୁ  ସୁଖରେ ରହୀ ଆଉ ମୋତେ ବି ସୁଖରେ ରହିବାକୁ ଦେ! ହେଲେ ତିନା ଭଲଭାବରେ ଜାଣିଥିଲା  ଯେ, ତା’ ଶାଶୁ ଯାହାକୁ ସୁଖ ବୋଲି କହୂଛଛି ତାହ! ସୁଖ ନୁହେଁ ପାପ !ତେଣୁ ସେଶାଶୁର ସୁଖକୁ  ସହିବା ଅବସ୍ଥାରେନ ଥିଲା  ’ ସେଥିଲା ଗି ଟିକେ ଟିକେ  କଥାରେ ସେ ଶାଶୁ ମୁହଁଉପରେ ଜବା ବ ଦେଉଥିଲା !  ବଲବିନ୍ଦରକୁ ସେ ଘୃଣା କରୁଥିଲା ! ଆଉ ତାକୁ ଶାଶୁ ଭାବରେ ସମ୍ମାନ ଦେବାପାଇଁ ବିପ୍ରସ୍ତୁତ ନ ଥିଲା
           ପ୍ରତ୍ୟେକ ଦିନ  କଛ ନା କଛ କାରଣ ପାଇଁ ଶାଶୁଓ ଢୋହୁଙ୍କ ମଧ୍ୟ ରେ କଳି ଝଗଡ଼ା ଲାଗୁଥିଲା ! ଟିନା ର ବାପଘର ଲୋକେ ଚି ତାକୁ ରୁଝାରଥିଲେ - ସେମାନେ ଯାହ! କରୁଛନ୍ତି କରନ୍ତୁ!  ତୁ  ତେ! ସ୍ବାମୀ ସଂସାରକୁ ନେଇ ଖୁଶିରେ ରହ  ! ତେ! ପିଲାଙ୍କର ଯତ୍ନ ନେ!  ତୁ  ତେ! ଶାଶୁଙ୍କ ସହ କୌଣସି ସମ୍ପର୍କ ରଖେନା ! ତୁ ଏ ଘରକୁ ବାହ! ହୋଇ ଆସିଛୁ!ଯେତେ ଯାହା ହେଲେ ବି ଏଇଟା ହେଉଛି ତେ! ଘର.ହେଲେ ଚିନ! ପାଇଁ ସେଇଟାଆଉ  ଘର ହୋଇ ରହି ନଥିଲା  ! ତାହ! ଥିଲା  ଏକ ନର୍କ!
ଦିନେ ବଲବିନ୍ଦର ଓ ଚିନ! ମଧ୍ୟ ରେ ଖୁବ୍ ପାଟିତୁଣ୍ଡ ଲାଗିଲା ! ନୀରବ ଦର୍ଶକ ସାଜି ବସିଥିଲେ  କଶୀର ସିଂ,ସନ୍ଦୀପ ଓ ଅଙ୍ଗ୍ରେଜ଼  ସିଂ! ବଲବିକର ଛୁଟିଲେ ! ବିଅର ଅଙ୍ଗ୍ରେଜ଼  ନିକଟକୁ! କହିଲା- ଏ ଟୋହୁଟ!  ତୁ ମକୁ ନେଇମୋତେ ବେଈଜ୍ଜତ  କରୁଛି! ତୁମେ କେମିତି ବରଦାସ୍ତକରୁଛ! ତୁମେ ଗୋଟେ ମର୍କ ନା ମାଇଚିଆ! ଭାଉଜ ଓରଫ ପ୍ରେମିକାର କଥା ନିଅଁ! ଲଗେଇଦେଲା ଅଙ୍ଗ୍ରେଜ଼
ସିଂ ରକ୍ତରେ ! ପାଖରେ ଥିଲା  ଏକ କୁରାଢ଼ି! ସେ ଉଠେଇଆଣିଲା ଆଉ କେହି କିଛି  ବୁଝିବା ଆଗରୁ ଟିନା ବେକରେ ଏକ ଶପ୍ତ ଚୋ ଟ ବସେଇନ୍ଦେଲା ! ସେଇଠି ଢଳି ପଡ଼ିଲା ଟିନା ଗିରଫ ହେଲେ ଉଭୟ ଅଙ୍ଗ୍ରେଜ଼  ଓ ବଲବିନ୍ଦର! ବିଚାରି ଟିନା ! ଶାଶୁର ସୁଖ ତ!’ ପାଇଁ କାଳହେଲ!

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...