Showing posts with label ଅଧିକାର. Show all posts
Showing posts with label ଅଧିକାର. Show all posts

Wednesday, 26 December 2018

ଗ୍ରାହକ ସୁରକ୍ଷା ଗଣତନ୍ତ୍ର ରକ୍ଷା




ସହଦେବ ସାହୁ
ପ୍ରତିବର୍ଷ ଡିସେମ୍ବର ୨୪ ତାରିଖକୁ ଆମେ ‘ଜାତୀୟ ଖାଉଟି ଅଧିକାର ଦିବସ’ ଭାବେ ପାଳନ କରୁ ଏବଂ ସରକାରୀ ବିଜ୍ଞାପନରେ ଶୁଣୁ ‘ଜାଗୋ ଗ୍ରାହକ ଜାଗୋ’। ଉତ୍ତମ ସାମଗ୍ରୀ ଓ ଉତ୍ତମ ସେବା ପାଇବା ତୁମର ଅଧିକାର, ଯିଏ ଖିଲାପ କରୁଛି ତା’ ନାଁରେ ନାଲିସ କର; ସିଏ ସରକାର ହୁଅନ୍ତୁ ବା ଘରୋଇ କମ୍ପାନୀ କି ସମବାୟ ସଂସ୍ଥା। ସେ ଘର ପାଖର ପଡ଼ିଶା ହେଉ କି ସହରୀ ଚିଟ୍‌ଫଣ୍ଡ ମାଲିକ ହେଉ କି ବିଶ୍ୱସ୍ତରୀୟ ବହୁରାଷ୍ଟ୍ରୀୟ କମ୍ପାନୀ, କାହାରିକୁ ଛାଡ଼ ନାହିଁ। ସାମଗ୍ରୀ ବା ସେବା ଯୋଗାଣକାରୀମାନେ ଆଉ ‘ଗରାଖ ଈଶ୍ୱର’ ଉକ୍ତିରେ ବିଶ୍ୱାସ କରୁନାହାନ୍ତି, ‘ପଇସା ହିଁ ଭଗବାନ’ ଭାବି ଗ୍ରାହକକୁ ଠକିିବାର ବିଭିନ୍ନ କୌଶଳ ବାହାର କରୁଛନ୍ତି। ସରକାରୀ କର୍ମଚାରୀମାନେ ବି ନାଗରିକଙ୍କୁ ଯଥାସମୟରେ ତାଙ୍କର ହକ୍‌ ଦେବାକୁ କର୍ତ୍ତବ୍ୟ ବୋଲି ମନେକରୁ ନାହାନ୍ତି। ସବୁଠାରୁ ବଡ଼ ଦୁଃଖର ବିଷୟ ଯେ, ଉତ୍କୋଚ ନେଇଥିବା ଉପରିସ୍ଥ ଅଧିକାରୀ ବା ନେତାଙ୍କ ଇଙ୍ଗିତ କାରଣରୁ ଆମ ଦେଶର ନିୟାମକ ଅଧିକାରୀମାନେ ଚୁପ୍‌ ରହୁଛନ୍ତି। ରାଜନୈତିକ ଦଳଗୁଡ଼ିକ ମୋଟା ଅଙ୍କର ନିର୍ବାଚନୀ ଚାନ୍ଦା ପାଇଗଲେ ଚାନ୍ଦା ଦେଇଥିବା କମ୍ପାନୀ ଓ ବ୍ୟକ୍ତିମାନଙ୍କ ପ୍ରତି ନିୟାମକ କର୍ମକର୍ତ୍ତାଙ୍କୁ ଶିଥିଳ କରିଦେଉଛନ୍ତି; ସିବିଆଇ ଭଳି ଅଥରିଟିର ତଦନ୍ତକାରୀ ଅଧିକାରୀଙ୍କୁ ବି ବଦଳି କରିଦେଉଛନ୍ତି। ଗ୍ରାହକର ସୁରକ୍ଷା ଦେଉଥିବା ଆଇନର ଖିଲାପକାରୀଙ୍କ ପ୍ରତି କେବଳ ବିଭାଗୀୟ ନିରୀକ୍ଷକ ନୁହେଁ, ପୋଲିସ, କମ୍ପାନୀ ନିୟନ୍ତ୍ରକ, ବିଚାର ବିଭାଗ ବି କୋହଳ ହେଉଥିବାର ଉଦାହରଣ ଅଛି। ଗ୍ରାହକ-ଶୋଷଣ ସୀମା ପାର ହୋଇ ଗ୍ରାହକର ମୃତ୍ୟୁର କାରଣ ହେଲେ ସରକାର ଚେତୁଛନ୍ତି କିମ୍ବା ବିଦେଶରେ କ୍ଷତିଗ୍ରସ୍ତ ଗ୍ରାହକମାନେ ଜିତିବାର ଖବର ବହୁଳ ପ୍ରଚାର ହେଲେ ଆମ ଦେଶର ସରକାରୀ କଳ ସକ୍ରିୟ ହୁଅନ୍ତି। ପେପ୍‌ସୀ କୋଲା ଭଳି ମୃଦୁପାନୀୟ ଆମେରିକାର ସ୍କୁଲମାନଙ୍କରେ ବାରଣ ହୋଇଥିଲେ ବି ଆମ ଦେଶରେ ସେଗୁଡିକ ଆଭିଜାତ୍ୟର ଚିହ୍ନ ହୋଇ ରହିଛି। ଆମ ଦେଶରେ ବହୁଳ ପ୍ରସାରିତ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀର ବେବି ପାଉଡର ଓ ବେବି ସାମ୍ପ ଉଦାହରଣ ଦେଖନ୍ତୁ। ପିଲାଙ୍କୁ ଭଲ ବୋଲି ଏତେ ପ୍ରଚାରିତ ଯେ ବଡ଼ମାନେ, ବିଶେଷତଃ ପିଲାର ମା’ମାନେ ବି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର ବ୍ୟବହାର କରନ୍ତି; ଗାଧୋଇ ସାରିଲା ପରେ ଦେହକୁ ଶୁଖିଲା ରଖିବା ପାଇଁ ଚଡ଼ିରେ, ରୁମାଲରେ ବେବି ପାଉଡର ଛିଞ୍ଚନ୍ତି। ବେବି ପାଉଡରରେ ଯେଉଁ ଟାଲକମ୍‌ ବ୍ୟବହାର ହୁଏ, ତାହା ଖଣିରୁ ଉତ୍ତୋଳନ ବେଳେ ତହିଁରେ ଆଜ୍‌ବେଷ୍ଟସ୍‌ ମିଶିଥାଏ ଏବଂ ଆଜ୍‌ବେଷ୍ଟସ୍‌ କର୍କଟ ରୋଗର କାରଣ ବୋଲି ଡାକ୍ତରମାନଙ୍କୁ ଜଣା। ବେବି ପାଉଡର ତିଆରିରେ ଆଜ୍‌ବେଷ୍ଟସକୁ ପୂରାପୂରି କାଢ଼ିଦେବା କଥା ଏବଂ କାଢ଼ିଦେଇ ବେବି ପାଉଡର ତିଆରି କରୁଛି ବୋଲି କମ୍ପାନୀ ଦାବି କରୁଥିଲା। ଅଳ୍ପ ଦିନ ତଳେ ଆମେରିକାର ଆଲାବାମା ରାଜ୍ୟର ଜଣେ ୬୨ ବର୍ଷୀୟା ମହିଳା ଜରାୟୁ କର୍କଟରେ ଆକ୍ରାନ୍ତ ହୋଇଥିବାର କାରଣ ୩୫ ବର୍ଷ କାଳ ଜେଆଣ୍ଡଜେ ବେବି ପାଉଡର ବ୍ୟବହାର ବୋଲି ଅଭିଯୋଗ କରି ନାଲିସ କରିଥିଲେ ଏବଂ ଶେଷରେ ମୃତ୍ୟୁବରଣ କରିଥିଲେ। ନମୁନା ପରୀକ୍ଷା କରି ଦେଖାଗଲା ବେବି ପାଉଡର ସମ୍ପୂର୍ଣ୍ଣ ଆଜ୍‌ବେଷ୍ଟସମୁକ୍ତ ନୁହେଁ। ରଏଟର ପରିବେଷିତ ଖବରରୁ ପ୍ରକାଶ ଯେ, ଜେଆଣ୍ଡଜେ କମ୍ପାନୀ ଅଭିଯୋଗକାରିଣୀଙ୍କ ପରିବାରକୁ ୭୨ ମିଲିୟନ୍‌ ଡଲାର (ପ୍ରାୟ ୫୦ କୋଟି ୪୦ ଲକ୍ଷ ଟଙ୍କା) କ୍ଷତିପୂରଣ ଦେବାକୁ ଆମେରିକାର କୋର୍ଟ ରାୟ ଦେଇଛି। ପାଠକମାନେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଜନ୍‌ସନ ଆଣ୍ଡ ଜନ୍‌ସନ କମ୍ପାନୀର ବେବି ସାମ୍ପରେ ଫର୍ମାଲଡିହାଇଡ୍‌ ଭଳି କର୍କଟରୋଗକାରୀ କେମିକାଲ ମିଶିଛି। ସେଥିପାଇଁ ବି ଲୋକେ ନାଲିସ କଲେଣି। ଏ ଖବର ପାଇ ସପ୍ତାହକ ତଳେ ଆମ ଦେଶର ସେଣ୍ଟ୍ରାଲ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନର ଅଧିକାରୀମାନେ ଜେଆଣ୍ଡଜେର କାରଖାନା ଉପରେ ଚଢାଉ କରି ଉପତ୍ାଦିତ ଦ୍ରବ୍ୟର ନମୁନା ନେଇଛନ୍ତି। ଏତେ ଦିନରେ ଆମ ସରକାରଙ୍କ ନିଦ ଭାଙ୍ଗିଥିଲେ ବି ଯାଞ୍ଚର ଫଳ କମ୍ପାନୀ ବିରୋଧରେ ଯିବା ନେଇ ସନ୍ଦେହ ରହିଛି। କାରଣ କେତେ ପରିମାଣର ଆଜ୍‌ବେଷ୍ଟସ ଭାରତୀୟମାନେ ସହିପାରିବେ ତା’ ଉପରେ ବିତର୍କ ହୋଇପାରେ, ସତେଯେପରି ଭାରତୀୟମାନଙ୍କ ଜୀବନ ଆମେରିକୀୟ ଜୀବନଠାରୁ ନୂ୍ୟନ। ଆମେ ଜାଣିଛୁ- ପେପ୍‌ସୀ ଓ କୋକାକୋଲା ଭଳି ପାନୀୟରେ କୀଟନାଶକ ଭଳି ଦୂଷିତ ଜିନିଷ ଅଛି ବୋଲି ଅଭିଯୋଗର ତଦନ୍ତ କରି ଆମ କେନ୍ଦ୍ର ସରକାର କହିଥିଲେ, ୟୁରୋପୀୟ ସଂଘର ମାନକ ତୁଳନାରେ ମିଶ୍ରଣ-ମାତ୍ରା ବେଶି ଥିଲେ ହେଁ ଭାରତୀୟ ମାନକ ମାପରେ ମାତ୍ରାଧିକ ନୁହେଁ। ଆମର ତତ୍କାଳୀନ କେନ୍ଦ୍ରମନ୍ତ୍ରୀ କୋକାକୋଲା କମ୍ପାନୀକୁ କ୍ଲିନ୍‌ଚିଟ୍‌ ଦେଇଥିଲେ ବୋଲି ଆମ ପିଲାଏ ମୃଦୁପାନୀୟ ପିଇ ପିଇ ମେଦବହୁଳତା ରୋଗର ଶିକାର ହେବେ। ଜେଆଣ୍ଡଜେ କ୍ଷେତ୍ରରେ ତଦନ୍ତର ସେହିଭଳି ଅବସ୍ଥା ହେବନି ତ!
ଅଥଚ ଆମ ଦେଶରେ ଗ୍ରାହକକୁ ଆମେରିକା ଭଳି ଖର୍ଚ୍ଚବହୁଳ ମକଦ୍ଦମା କରିବାକୁ ପଡିବ ନାହିଁ। ୧୯୮୬ରୁ ଲାଗୁ ହୋଇଥିବା ଗ୍ରାହକ ସୁରକ୍ଷା ଆଇନ ଅନୁଯାୟୀ ଠକାମି, ଜାଲିଆତି, ଅପମିଶ୍ରଣ ବା ଅନ୍ୟ ପ୍ରକାର ଶୋଷଣର ଶିକାର ହୋଇଥିବା ଲୋକ କମ୍‌ ଖର୍ଚ୍ଚରେ ଖାଉଟି ଅଦାଲତକୁ ଯାଇପାରିବ। ସେ ଦାବି କରୁଥିବା କ୍ଷତିର ପରିମାଣ ଅନୁଯାୟୀ ଫି’ ଦେଇ ଜିଲା ବା ରାଜ୍ୟସ୍ତରର ବା ଜାତୀୟ ଖାଉଟି ଅଦାଲତକୁ ଯାଇପାରିବ। ଏ ଆଇନଟି ଏକ ଯୁଗାନ୍ତକାରୀ ଏବଂ ପ୍ରଗତିଶୀଳ ବ୍ୟବସ୍ଥା। ବେସରକାରୀ, ସରକାରୀ ଓ ସମବାୟ ସବୁ କ୍ଷେତ୍ର ଏହାର ଅନ୍ତର୍ଭୁକ୍ତ। ସବୁ ପ୍ରକାରର ସାମଗ୍ରୀ ଓ ସେବା ପ୍ରତି ଏ ଆଇନ ଲାଗୁ। ଆଗରୁ ଖାଉଟି ବା ସେବା-ଗ୍ରହଣକାରୀ ଭେଦରେ ଭିନ୍ନ ଭିନ୍ନ ସୁରକ୍ଷା ଆଇନ ଥିଲା: ଯଥା ଉଚ୍ଚତା ବଢ଼ାଇବା ହର୍ଲିକ୍ସ ପିଇ ପିଲାଏ ଡେଉଁଥିବା ବା ପାହାଡ଼ ଉପରୁ କୁକୁର ଛୁଆକୁ ଉଦ୍ଧାର କରିପାରି ଯୁବକଟିଏ ପେପ୍ସୀ ପିଇବା ଭଳି ଭ୍ରମାତ୍ମକ ବିଜ୍ଞାପନ ବିରୋଧରେ ସ୍ବତନ୍ତ୍ର ଆଇନ ଥିଲା। ସାମଗ୍ରୀର ବିକ୍ରି ବଢାଇବା ପାଇଁ ତାହାର ଯାଦୁକରୀ ପ୍ରଭାବ ଅଛି ବୋଲି ଆପତ୍ତିଜନକ ବିଜ୍ଞାପନ ଦେବା ବିରୋଧରେ ଏ ଆଇନ ଥିଲା। ଏବେ ତାକୁ ରଦ୍ଦ ନ କରି ତାହାଠାରୁ ସହଜ ଆଇନ ହୋଇଛି ୧୯୮୬ର ଗ୍ରାହକ ସୁରକ୍ଷା ଆଇନ। କିନ୍ତୁ ଆମ ସରକାର ଏଭଳି ବିଜ୍ଞାପନ ବିରୋଧରେ ପଦକ୍ଷେପ ନେଉନାହାନ୍ତି। ଆମେରିକାର ସ୍କୁଲମାନଙ୍କରେ ପେପ୍‌ସୀ ଭଳି ମୃଦୁପାନୀୟ ବାସନ୍ଦ ହୋଇଥିଲେ ହେଁ ଆମ ଦେଶରେ ତାହା ଆଭିଜାତ୍ୟର ଚିହ୍ନ। ପାନୀୟ କମ୍ପାନୀ ଲୋକଙ୍କୁ ଭୂତାଉଛି ବୋଲି ଜାଣି ମଧ୍ୟ ଆମେ ଚୁପ୍‌ ରହୁଛୁ।
୧୯୮୬ର ଆଇନରେ ଗ୍ରାହକ କେବଳ ଜଣେ ଖରିଦ୍‌ଦାର ନୁହେଁ, ସେ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରୋଗୀ ହୋଇପାରେ, ବିଦ୍ୟାଳୟରେ ଭର୍ତ୍ତି ହୋଇଥିବା ପିଲା ହୋଇପାରେ, ରେଳ ବା ବିମାନରେ ଟିକେଟ କରିଥିବା ଲୋକ ଅବା ଫୋନ୍‌ ସେବା କି ଟେଲିଭିଜନ୍‌ ସେବା ନେଇଥିବା ଲୋକ ହୋଇପାରେ, ବୀମା କରିଥିବା ଲୋକ ହୋଇପାରେ, ସରକାରୀ ବା ପ୍ରଶାସନିକ ସେବା କି ଅନୁଦାନ ପାଇବାର ହକ୍‌ ଥିବା ଯଥା- ଇନ୍ଦିରାଆବାସ ଘର ପାଇବାର ହିତାଧିକାରୀ ବି ହୋଇପାରେ। ଜଗତ୍‌ସିଂହପୁରର ବୃନ୍ଦାବନ ଜୁନିୟର କଲେଜରେ ଆବଶ୍ୟକ ଭିତ୍ତିଭୂମି ନାହିଁ ବୋଲି ଶୁଣାଣି କରି ଜିଲା ଖାଉଟି ଅଦାଲତ ସେ କଲେଜର ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଥିବା ଉପଜିଲାପାଳଙ୍କୁ ଡକାଇଥିଲେ। ସେ ଉପସ୍ଥିତ ହୋଇ ନ ଥିବାରୁ ତାଙ୍କୁ ଗିରଫ କରି ହାଜର କରିବାକୁ ଜିଲାର ଏସ୍‌ପିଙ୍କୁ ଖାଉଟି ଅଦାଲତ ଏକ ପରୱାନା ଜାରି କରିଛନ୍ତି ବୋଲି ଖବର ପ୍ରକାଶ ପାଇଛି। ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କୁ କଲେଜ ଶୋଷଣ କରୁଥିବା ଅଭିଯୋଗର ଏକ ଶୁଣାଣି ପ୍ରମାଣ ଦିଏ, କିପରି ଲୋକଙ୍କୁ ଠକିବାର ବେଳ ସରିଆସୁଛି। କିନ୍ତୁ ଏଥିଲାଗି ଶୋଷଣଗ୍ରସ୍ତ ଲୋକେ ଏକୁଟିଆ ହେଉ ବା ଦଳବଦ୍ଧ ଭାବେ ଲଢ଼େଇ ଜାରି ରଖିବା ଦରକାର।
ଗ୍ରାହକ ସୁରକ୍ଷାର ଏଭଳି ଭିନ୍ନ ଭିନ୍ନ ଦିଗ ଆଲୋଚନା କଲେ ଆମେ ଦେଖିବା, ୧୯୮୬ର ଆଇନଟି ଆମ ଗଣତନ୍ତ୍ରକୁୁ ଦୃଢ଼ କରିବାର ସୁଯୋଗ ସୃଷ୍ଟି କରିଛି। ଦଳ ପାଇଁ ଚାନ୍ଦା ଦେଇ ବା ନେତାଙ୍କୁ ହାତକରି ଯେଉଁ ବ୍ୟକ୍ତି ବା କର୍ମଚାରୀ ବା ସଂସ୍ଥା ଲୋକଙ୍କୁ ଶୋଷଣ କରିବାର ଚେଷ୍ଟା କରୁଛି, ତା’ ବିରୋଧରେ ଖାଉଟି ଅଦାଲତକୁ ସହଜରେ ଓ ସ୍ବଳ୍ପ ଖର୍ଚ୍ଚରେ ଯାଇହେବ। ନେତାମାନଙ୍କର କଳାକାରନାମା ଏ ଅଦାଲତ ଜରିଆରେ ପଦାରେ ପଡ଼ିଲେ ସେମାନଙ୍କର ଦେଶ ସମ୍ପତ୍ତିକୁ ଲୁଟ୍‌ କରିବା ଚେଷ୍ଟା ଓ ଲୋକଙ୍କୁ ଅବହେଳା କରିବା ସ୍ବଭାବ ଉପରେ ଲଗାମ୍‌ ଲଗାଯାଇପାରିବ।
ଇମେଲ୍‌: sahadevasahoo@gmail.com

Tuesday, 16 January 2018

‘ମୁଁ ବି’: ନିର୍ଯାତିତାଙ୍କ ସ୍ବର




ମୁଁ ବି’: ନିର୍ଯାତିତାଙ୍କ ସ୍ବର ପ୍ରକାଶ ତ୍ରିପାଠୀ/ ପ୍ରତିବର୍ଷ ପରି ୨୦୧୭ ବର୍ଷର ପ୍ରଭାବଶାଳୀ ମଣିଷଙ୍କ ନାମ ଯେତେବେଳେ ଅନ୍ତର୍ଜାତୀୟ ପ୍ରତିଷ୍ଠିତ ପତ୍ରିକାଟାଇମ୍‌’ ପକ୍ଷରୁ ଘୋଷଣା କରାଗଲା, ସେତେବେଳେ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ ହୋଇଥିବେ ଏହାର ମୁଖ୍ୟ ଦାବିଦାର କୁହାଯାଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍ କାରଣ ୨୦୧୬ ଭଳି ୨୦୧୭ରେ ଟ୍ରମ୍ପ୍ଙ୍କୁ ପର୍ସନ ଅଫ୍ ଇୟର ଘୋଷଣା କରିବା ପାଇଁ ଟାଇମ୍ପତ୍ରିକା ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ଥିଲେ ହେଁ ତାଙ୍କର ଫଟୋ ସେସନ ଇଣ୍ଟରଭ୍ୟୁ ନିଆସରିଥିଲା ସେ ଆଶା କରିଥିଲେ, ସେ ୨୦୧୭ରେ ବି ନିଶ୍ଚିତ ପର୍ସନ ଅଫ୍ ଇୟର ହେବେ ମାତ୍ର ସମସ୍ତଙ୍କୁ ଚକିତ କରି ୨୦୧୭ର ଶ୍ରେଷ୍ଠ ମଣିଷ କୌଣସି ଜଣେ ପୁରୁଷ ବା ମହିଳାଙ୍କୁ ନୁହେଁ, ବରଂ ବିଶ୍ୱର ଲକ୍ଷ ଲକ୍ଷ ମହିଳାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘Me too’ ଅର୍ଥାତ୍‌ ‘ମୁଁ ବିଭଳି ଏକ ସାମାଜିକ ଆନ୍ଦୋଳନକୁ ସମର୍ପିତ କରାଗଲା ଏଠାରେମୁଁ ବିସମ୍ପର୍କରେ ସମ୍ୟକ୍ସୂଚନା ଦେବା ଉଚିତ ହେବ ଏହା ଏକ ସାମାଜିକ ଆନ୍ଦୋଳନ ସୋସିଆଲ ମିଡିଆରେ ୨୦୦୬ରେ ଆରମ୍ଭ ହୋଇଥିବା ଆନ୍ଦୋଳନ ବାସ୍ତବରେ ୨୦୧୭ ଅକ୍ଟୋବରରେ ବ୍ୟାପକ ପ୍ରସାର ସହ ଚର୍ଚ୍ଚାକୁ ଆସିଥିଲା www.metoomvmt.org ଓ୍ବେବ୍ସାଇଟ ଅନ୍ତର୍ଗତ # Me tooରେ ବିଭିନ୍ନ କ୍ଷେତ୍ରରେ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କୁ ସେମାନଙ୍କ କରୁଣ କାହାଣୀ ବଖାଣିବାକୁ ନିବେଦନ କରାଯିବା ପରେ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ନିର୍ଯାତିତା ମହିଳା ଏଥିରେ ସାମିଲ ହୋଇଛନ୍ତି କେବେ ପ୍ରକାଶ କରି ଥିବା ନିଜର କୋହଭରା କାହାଣୀକୁ ଅପ୍ଲୋଡ କରୁଛନ୍ତି ଏହିଭଳି କିଛି ଭୁକ୍ତଭୋଗୀ ମହିଳାଙ୍କୁ ସାଇଲେନ୍ସ ବ୍ରେକର ଆଖ୍ୟା ଦେଇଛି ଟାଇମ୍ପତ୍ରିକା ଭୂୟସୀ ପ୍ରଶଂସା କରିଛିମୁଁ ବି ପ୍ରସ୍ତୁତକାରୀ ତରାନ୍ନା ବୁର୍କଙ୍କୁ ଦୀର୍ଘଦିନର ନୀରବତା ଭଙ୍ଗ କରି ନିଜର ମର୍ମଭେଦୀ ଯୌନ ନିର୍ଯାତନାର କାହାଣୀକୁ ସର୍ବସମ୍ମୁଖରେ ପ୍ରକାଶ କରିଥିବା କିଛି ମହିଳାଙ୍କ ଇଣ୍ଟରଭ୍ୟୁ ମଧ୍ୟ ସ୍ଥାନିତ ହୋଇଛି ଟାଇମ୍ପତ୍ରିକାରେ କେବଳ ଶାରୀରିକ ସମ୍ପର୍କ ନୁହେଁ, ବଳପୂର୍ବକ ଚୁମ୍ବନ, ଅଶ୍ଳୀଳ ଇଙ୍ଗିତ, ସମ୍ବେଦନଶୀଳ ଅଙ୍ଗ ସ୍ପର୍ଶ ପ୍ରଦର୍ଶନ ଆଦି ଅନୈତିକ ଘଟଣା ଭରି ରହିଛି ସେହି ଇଣ୍ଟରଭ୍ୟୁର ସାରାଂଶରେ ହଲିଉଡ୍ସିନେମାଠାରୁ ଆରମ୍ଭ କରି ନ୍ୟୁୟର୍କର ସଂଭ୍ରାନ୍ତ ରିଗାଲ ହୋଟେଲ ପ୍ଲାଜା, କାଲିଫର୍ନିଆର କୃଷି କ୍ଷେତ୍ରଠାରୁ ୟୁରୋପର ପାର୍ଲାମେଣ୍ଟ, କର୍ପୋରେଟ୍ସେକ୍ଟରଠାରୁ ହସ୍ପିଟାଲ ସବୁଠାରେ ଲାଗିଛି ଯୌନ କେଳେଙ୍କାରୀର ଛିଟାମୁଁ ବିଆନ୍ଦୋଳନର ପ୍ରଭାବରେ ଆଜି କେଉଁଠି ମକଦ୍ଦମା ଆରମ୍ଭ ହେଲାଣି କେଉଁଠି ପଦପଦବୀ ହରାଇବାକୁ ପଡିଲାଣି ଅନେକ ସଂଭ୍ରାନ୍ତ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ମୁଣ୍ଡ ତଳକୁ କରିଦେଉଛି ଏହି ସାମାଜିକ ଆନ୍ଦୋଳନ ଟାଇମ୍ପତ୍ରିକାର ବାର୍ଷିକ ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେମୁଁ ବିଆନ୍ଦୋଳନରେ ସାମିଲ ହୋଇଥିବା ପାଞ୍ଚଜଣ ମହିଳାଙ୍କ ଫଟୋ ସ୍ଥାନିତ ହୋଇ ଏହି ସାମାଜିକ ଆନ୍ଦୋଳନର ଗୁରୁତ୍ୱକୁ ବହୁଗୁଣିତ କରିଛି ଏହି ପାଞ୍ଚଜଣ ନିର୍ଯାତିତା ମହିଳା ହେଲେ ପୂର୍ବତନ ଉବର କମ୍ପାନୀ ଇଞ୍ଜିନିୟର ଆସ୍ଲେ ଜୁଦ୍‌, ଗାୟିକା ଟେଲର ସ୍ବିଫ୍ଟ, ଷ୍ଟ୍ରବେରି ଚାଷରେ ନିୟୋଜିତ ମହିଳା ଶ୍ରମିକ ଇସାବେଲ ପାସ୍କାଲ (ଛଦ୍ମନାମ) କର୍ପୋରେଟ୍ଲବିଷ୍ଟ ଆଦାମା ଇୟୁ ଏମାନଙ୍କ ସହ ଆହୁରି ଅନେକ ମହିଳାଙ୍କ ମର୍ମସ୍ପର୍ଶୀ କାହାଣୀର କରୁଣ ସ୍ବର ସ୍ପଷ୍ଟ ବାରି ହୋଇଯାଏ ଟାଇମ୍ପତ୍ରିକାର ଭିତର ପୃଷ୍ଠାରେ ଜାତି, ଧର୍ମ, ବର୍ଣ୍ଣ ରାଷ୍ଟ୍ର ନିର୍ବିଶେଷରେ ବିଶ୍ୱର ପ୍ରତି କୋଣ ଅଣୁକୋଣରେ ଅଗଣିତ ନିର୍ଯାତିତାଙ୍କ ଅନ୍ତର ଭିତରେ ଦବିହୋଇ ରହିଥିବା କରୁଣ କାହାଣୀମୁଁ ବିହ୍ୟାସ୍ଟ୍ୟାଗ୍ରେ ଯୋଡିହେବା ପ୍ରମାଣ ଦିଏ ଯେ ବିଶ୍ୱର କୌଣସି ଅଞ୍ଚଳ ବି ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ସେ ଉନ୍ନତ ରାଷ୍ଟ୍ର ହେଉ ବା ଅନୁନ୍ନତ, ନାରୀଟିଏ ଶିକ୍ଷିତା ସଂଭ୍ରାନ୍ତ ହେଉ କି ଅଶିକ୍ଷିତା, କେହି ବି କେଉଁଠାରେ ସୁରକ୍ଷିତ ନୁହନ୍ତି ନିଜ ଘରେ, ବାହାରେ, କର୍ମକ୍ଷେତ୍ରରେ ସବୁଠାରେ ସେ ଲାଞ୍ଛିତା, ନିର୍ଯାତିତା ଉପଭୋଗ୍ୟା ଦୁଇଜଣ ମହିଳାଙ୍କ ସମ୍ପର୍କରେ ଏଠାରେ ସୂଚନା ଦେଉଛୁ ପ୍ରଥମେ ଆସନ୍ତୁ ଜାଣିବା ହଲିଉଡ୍ଅଭିନେତ୍ରୀ ଆସ୍ଲେ ଜୁଦ୍ଙ୍କ କରୁଣ କାହାଣୀ, ଯାହାର ଖଳନାୟକ ହେଉଛନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଐତିହାସିକ ମିରାମାକ୍ସ ଷ୍ଟୁଡିଓର ମାଲିକ ହାର୍ଭେ ଓ୍ବିନ୍ଷ୍ଟେନ ୧୯୯୭ରେ ଘଟିଥିଲା ଏହି ଅଘଟଣ, ଯେତେବେଳେ କି ଆସ୍ଲେଙ୍କ ବୟସ ଥିଲା ୨୯ ବର୍ଷ ହଲିଉଡ୍ରେ ନିଜର ସ୍ଥିତିକୁ ନେଇ ସଂଘର୍ଷ କରୁଥିଲେ ପେନିନ୍ସୁଲା ହୋଟେଲର ଏକ କୋଠରିକୁ ଜୁଦ୍ଙ୍କୁ ଡାକିଥିଲେ ଓ୍ବିନ୍ଷ୍ଟେନ ଏକ ସିନେମା ନିର୍ମାଣ ସଂକ୍ରାନ୍ତରେ ଆଲୋଚନା ପାଇଁ ଜୁଦ୍ନିଜ ପିତାଙ୍କ ସହ ସେହି ହୋଟେଲକୁ ଯାଇଥିଲେ ଅତି ଆଗ୍ରହ ଉତ୍ସାହର ସହ କାରଣ ଓ୍ବିନ୍ଷ୍ଟେନଙ୍କ ଭଳି ଜଣେ ଆଗଧାଡିର ପ୍ରଯୋଜକଙ୍କଠାରୁ ଡାକରା ପାଇବା ପ୍ରତ୍ୟେକ କଳାକାରଙ୍କ ପାଇଁ ସେତେବେଳେ ଏକ ସ୍ବପ୍ନ ଥିଲା ପିତାଙ୍କୁ ତଳ ମହଲାର ରିସେପ୍ସନରେ ବସାଇ ଜୁଦ୍ଯାଇଥିଲେ ଉପର ମହଲାର ଓ୍ବିନ୍ଷ୍ଟେନଙ୍କ କୋଠରିକୁ କୋଠରି ମଧ୍ୟରେ ସେ ଏକ ଛୋଟ ବାଥ୍ଟାଓ୍ବେଲ ପିନ୍ଧି ସତେଯେମିତି ଅପେକ୍ଷା କରିଥିଲେ ଜୁଦ୍ଙ୍କୁ ଅଳ୍ପ କିଛି ସମୟ ଦୁହେଁ ସିନେମା ସମ୍ପର୍କରେ ଆଲୋଚନା କରିବା ପରେ ବେଡ୍ରେ କିଛି ସମୟ କାଟିବା ପାଇଁ ଓ୍ବିନ୍ଷ୍ଟେନ ଅଭିନେତ୍ରୀ ଜୁଦ୍ଙ୍କୁ ନିବେଦନ କରିଥିଲେ ମାତ୍ର ଜୁଦ୍ଏଥିରେ ରାଜି ହେବାରୁ ଓ୍ବିନ୍ଷ୍ଟେନଙ୍କୁ ତୈଳ ମାଲିସ କରିବାକୁ ଶାଓ୍ବାର ତଳେ ଗାଧୋଇବାର ଦୃଶ୍ୟ ଦେଖିବାକୁ ଜୁଦ୍ଙ୍କୁ ପ୍ରସ୍ତାବ ଦେଇଥିଲେ ଓ୍ବିନ୍ଷ୍ଟେନଙ୍କ ଏପରି ଅଭଦ୍ର ବ୍ୟବହାର ଜୁଦ୍ଙ୍କୁ ଅସ୍ବସ୍ତି ଦେଇଥିଲା ଆଉ ଅଧିକ କିଛି ଘଟିବା ପୂର୍ବରୁ ଜୁଦ୍ଓ୍ବିନ୍ଷ୍ଟେନଙ୍କ କୋଠରିରୁ କାନ୍ଦି କାନ୍ଦି ବାହାରକୁ ଚାଲି ଆସିଥିଲେ ଘଟଣା ସମ୍ପର୍କରେ ସହକଳାକାରଙ୍କୁ ଯେତେବେଳେ ଜୁଦ୍କହିଥିଲେ, ସେତେବେଳେ ଜାଣିବାକୁ ପାଇଥିଲେ ଯେ ଓ୍ବିନ୍ଷ୍ଟେନଙ୍କ ଏପରି ଦୁଶ୍ଚରିତ୍ର କାହାକୁ ଅଛପା ନୁହେଁ କି ଫିଲ୍ମ ଦୁନିଆରେ ଏଭଳି ଘଟଣା ଘଟିବା ନୂଆ ନୁହେଁ ପ୍ରଥମେ ସମ୍ପର୍କରେ ଜୁଦ୍ନ୍ୟୁୟର୍କ ଟାଇମ୍ସରେ ଏକ ଲେଖା ଛାପିବା ପରେ ଓ୍ବିନ୍ଷ୍ଟେନ ଏହାକୁ ଗୁରୁତ୍ୱ ଦେଇ ଥିଲେ ନିଜ ସହଜ ପ୍ରତିକ୍ରିୟାରେ ଏତିକି କେବଳ କହିଥିଲେ ଯେ, ସେ ବିନା ସହମତିରେ କାହା ସହ ଶାରୀରିକ ସମ୍ପର୍କ ରଖନ୍ତି ନାହିଁ ଆଉ ଜଣେ ମହିଳା ହେଲେ ସୁଶାନ୍ଫାଉଲର ଏକ ଗରିବ ତଥା ବହୁକୁଟୁମ୍ବୀ ପରିବାରରେ ଜନ୍ମିଥିବା ସୁଶାନ ବହୁ କଷ୍ଟରେ ମାରିଜୋଆନା ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ୨୦୧୫ରେ ଯୋଗଦିଅନ୍ତି ପ୍ରତିଷ୍ଠିତ କମ୍ପାନୀ ଉବରରେ ପ୍ରଥମ ଦିନରୁ ହିଁ ସେ ଯୌନ ନିର୍ଯାତନାର ଶିକାର ହୋଇଯାଆନ୍ତି ନିଜ ଟିମ୍ ମୁଖ୍ୟଙ୍କ ଦ୍ୱାରା ଏକାଧିକ ସହକର୍ମୀଙ୍କ ଦ୍ୱାରା ସେ ବହୁବାର ନର୍ଯାତିତା ହୋଇ ମଧ୍ୟ ଚୁପ୍ରହିଥିଲେ ଏଇଥିପାଇଁ ଯେ, ଚାକିରି ଚାଲିଗଲେ ପରିବାରର ଲୋକମାନେ ଅସୁବିଧାରେ ପଡିଯିବେ କିନ୍ତୁମୁଁ ବିଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇ ନିଜର କରୁଣ କାହାଣୀକୁ ସୋସିଆଲ ମିଡିଆରେ ପ୍ରକାଶ କଲେ ଇତିମଧ୍ୟରେ ଉବର ମୁଖ୍ୟଙ୍କ ସହ ୨୦ଜଣ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି ଟାଇମ୍ପତ୍ରିକାର ବାର୍ଷିକ ସଂସ୍କରଣ ପ୍ରକାଶ ପାଇବା ପରେ କୁଇନପାକ୍ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଉ ଏକ ଦୁର୍ଭାଗ୍ୟଜନକ ସର୍ବେକ୍ଷଣ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି ଯେ ଆମେରିକାର ପ୍ରାୟ ଅର୍ଦ୍ଧେକ ମହିଳା ତାଙ୍କ ଜୀବନକାଳ ମଧ୍ୟରେ କେଉଁଠି ନା କେଉଁଠି ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି ଏଠାରେ ପ୍ରଶ୍ନ ଉଠେ, ବିଶ୍ୱରେ ଯୌନ ନିର୍ଯାତନାର ଅନ୍ତ ନାହିଁ? ‘ମୁଁ ବିସାମାଜିକ ଆନ୍ଦୋଳନ ଏବେ ବିଶ୍ୱର ଅଗଣିତ ଅସହାୟ ଅସୁରକ୍ଷିତ ମହିଳାଙ୍କ ପାଇଁ ଆଶାର ଆଲୋକ ଭାବେ ଉଭା ହୋଇଛି ସତ, ମାତ୍ର ବିଶ୍ୱର ପ୍ରାୟ ୩୦୦ କୋଟି ମହିଳାଙ୍କ ମଧ୍ୟରୁ କେତେଭାଗ ମହିଳା ସୋସିଆଲ ମିଡିଆରେ ସମ୍ପୃକ୍ତ ଅଛନ୍ତି? ଏହି ଆନ୍ଦୋଳନ କେତେଦିନ ତିଷ୍ଠିବ ନିର୍ଯାତିତା ମହିଳାଙ୍କୁ କେତେ ସହାୟ ହେବ? କେବଳ ଏତିକି କୁହାଯାଇପାରେ ଯେ, ବର୍ତ୍ତମାନ ସମୟରେ ବିଶ୍ୱସ୍ତରରେ ସମ୍ପୂର୍ଣ୍ଣ ନାରୀ ସ୍ବାଧୀନତାର ଆବଶ୍ୟକତା ରହିଛି ଏଥିପାଇଁ କୌଣସି ଦେଶ ଏକକ ଭାବେ ନୁହେଁ, ବରଂ ସାମଗ୍ରିକ ଭାବେ ସମସ୍ତ ରାଷ୍ଟ୍ର ଏକ ହୋଇ ସମ୍ପର୍କରେ ଚିନ୍ତା କରନ୍ତୁ ମହିଳାମାନଙ୍କୁ ସମ୍ମାନର ସହ ବଞ୍ଚିବାକୁ ଦିଅନ୍ତୁ ମୋ-୯୪୩୭୨୩୨୪୬୩, ଇମେଲ୍‌- prakash.tripathy09@gmail.com

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...