Showing posts with label ସୁପ୍ରିମକୋର୍ଟ. Show all posts
Showing posts with label ସୁପ୍ରିମକୋର୍ଟ. Show all posts

Wednesday, 19 September 2018

ମୁକ୍ତ କରନାହିଁ




ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ସମ୍ବିଧାନର ଧାରା ୧୬୧ ଅନୁଯାୟୀ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା ଏଥିରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍‌, ମୁରୁଗାନ୍ଓରଫ ଭି. ଶ୍ରୀହରନ୍‌, .ଜି. ପେରାରିଭାଲାନ୍ଓରଫ ଆରିଭୁ, ରବର୍ଟ ପାୟସ୍‌, ପି. ରବିଚନ୍ଦ୍ରନ୍‌, ସନ୍ଥନ୍ଏବଂ ଜୟକୁମାରଙ୍କୁ ଛାଡ଼ କରିଦେବା ଲାଗି କୁହାଯାଇଥିଲା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଏମାନଙ୍କ ମୃତ୍ୟୁଦଣ୍ଡକୁ କୋହଳ କରିଦେଇଥିଲେ ଏଭଳିସ୍ଥଳେ ତାମିଲନାଡୁ ସରକାରଙ୍କ ପଦକ୍ଷେପ ପୂର୍ବରୁ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ଦିଆଯାଇଥିବା ରାୟକୁ ବଳ ଦେଇଛି ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ଧରି ବନ୍ଦୀ ଜୀବନ ବିତାଉଥିବାରୁ ତାଙ୍କୁ ମୁକ୍ତ କରିଦେବା ନେଇ ପେରାରିଭାଲାନ୍ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଅନ୍ୟପକ୍ଷରେ ତାମିଲନାଡୁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସମ୍ପୃକ୍ତ ଦୋଷୀଙ୍କୁ ଛଡ଼ା ଯାଉ ବୋଲି ସର୍ବୋଚ୍ଚ ଅଦାଲତଙ୍କୁ  କେନ୍ଦ୍ର  ଜଣାଇଥିଲା ଏଭଳିସ୍ଥଳେ ଯେଉଁମାନେ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କ ନିଷ୍ପତ୍ତିକୁ ଠିକ୍ଭାବୁଛନ୍ତି, ସେମାନଙ୍କ ଚିନ୍ତା ଆଦୌ ସମୀଚୀନ ନୁହେଁ କାରଣ ତାମିଲ ଇଲମ୍ପାଇଁ ଶ୍ରୀଲଙ୍କାରେ ଚାଲିଥିବା ଆନ୍ଦୋଳନର ମଧ୍ୟ ମୃତ୍ୟୁ ଘଟିସାରିଲାଣି  ସେତେବେଳେ ବିସ୍ଫୋରଣ ଯୋଗୁ ରାଜୀବ ଗାନ୍ଧୀଙ୍କ ନିକଟରେ ଥିବା ଅନ୍ୟ ଲୋକଙ୍କ ମୃତ୍ୟୁ ଘଟିଥିଲା ସେମାନଙ୍କ ପରିବାରଗୁଡ଼ିକର ମତ ବା ଯୁକ୍ତିକୁ ମଧ୍ୟ ଅଣଦେଖା କରାଯାଇ ପାରେ ଏହି ଲୋକମାନେ ବିନା କୌଣସି ଦୋଷରେ ନିହତ ହୋଇଥିଲେ ଏବଂ ଏଲ୍ଟିଟିଇର ଲକ୍ଷ୍ୟ ସହ ଏମାନଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ଥିଲା

ତାମିଲନାଡୁ ସରକାରଙ୍କ ସଂକଳ୍ପ ପରିପ୍ରେକ୍ଷୀରେ ବିସ୍ଫୋରଣର ଶିକାର ହୋଇଥିବା ଅନ୍ୟ ପୀଡ଼ିତଙ୍କ ସମ୍ପର୍କୀୟମାନେ ଦୋଷୀଙ୍କ ବିରୋଧରେ କରିଥିବା ଆବେଦନରେ ସଂଶୋଧନ ଆଣିବା ସକାଶେ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି ସଂକୀର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ତାମିଲନାଡୁ ସରକାର ସେମାନଙ୍କ ଦୁର୍ଦ୍ଦଶାକୁ ଅଣଦେଖା କରି ଏଭଳି ପଦକ୍ଷେପ ନେଇଥିବାରୁ ନିରୀହ ପୀଡ଼ିତଙ୍କ ପରିବାର ତାହାକୁ ସମାଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ  ଦ୍ୱାରା ପୀଡ଼ିତଙ୍କ ପରିବାରବର୍ଗଙ୍କ ଉପରେ ଖରାପ ପ୍ରଭାବ ପଡ଼ିବା ସହ ଭବିଷ୍ୟତ ପାଇଁ ଏକ ଭୁଲ ପରମ୍ପରା ସୃଷ୍ଟି ହୋଇଯିବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି ଏମିତି ଦେଖିଲେ କୋର୍ଟ ଆଦେଶ ପାଳନ କରିବାରେ ଅହେତୁକ ବିଳମ୍ବ ହେବା ଦର୍ଶାଇ ସୁପ୍ରିମକୋର୍ଟ ପୂର୍ବରୁ ଦୋଷୀମାନଙ୍କ ମୃତ୍ୟୁଦଣ୍ଡକୁ କୋହଳ କରିସାରିଛନ୍ତି ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ଯେଉଁମାନେ ନିଜେ ସମ୍ପୃକ୍ତ ରହି ଅନ୍ୟମାନଙ୍କୁ ବ୍ୟବହାର କରି ଏକପ୍ରକାର ଗଣହତ୍ୟା କରାଇ ଦିଅନ୍ତି, ସେଭଳି ମଣିଷଙ୍କୁ ଏବେ ତାମିଲନାଡୁ ସରକାର ଏହା ପୂର୍ବରୁ ସର୍ବୋଚ୍ଚ ଅଦାଲତ ମଧ୍ୟ ସ୍ବାଧୀନ ନାଗରିକ ହୋଇ ଚାଲିବା ପାଇଁ କେଉଁ କାରଣରୁ ସୁପାରିସ କରିଥିଲେ ତାହା ବୁଝିବା ଅତ୍ୟନ୍ତ କଷ୍ଟକର ପ୍ରତ୍ୟେକ ଘଟଣା ସହିତ ରାଜନୀତିକୁ ଯୋଡ଼ିଦେବା ସମାଜ ପାଇଁ କ୍ଷତିକାରକ ହେବାର  ସବୁ ଆଶଙ୍କା ରହିଛି ତେଣୁ ରାଜୀବ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରିଦେବା ଅନ୍ୟାୟ ହେବ

ପାର୍ଲାମେଣ୍ଟ ଆକ୍ରମଣକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦେବା ହେଉ ବା ନାବାଳିକାଙ୍କୁ ବଳାତ୍କାର କରୁଥିବା ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେବା ଭଳି ନୂଆ ନିୟମ ଅଣାଯାଇଥିବା ବେଳେ ରାଜୀବ ହତ୍ୟା ମାମଲାରେ ବନ୍ଦୀମାନଙ୍କୁ ମୁକୁଳାଇବା ନେଇ ହେଉଥିବା ପ୍ରୟାସ ନିଶ୍ଚିତ ଭାବେ  ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ବଦନାମ କରିବାର ସମ୍ଭାବନା ରହିଛି ଯେଉଁମାନେ ହତ୍ୟାକାରୀଙ୍କୁ ଛାଡ଼ିଦେବା ପାଇଁ ଯୁକ୍ତି ବାଢ଼ୁଛନ୍ତି ସେମାନଙ୍କୁ ପ୍ରଶ୍ନ ପଚରାଯାଇପାରେ ଯେ ପୀଡ଼ିତଙ୍କ ସ୍ଥାନରେ ଯଦି ସେମାନଙ୍କ ମାତାପିତା, ସ୍ବାମୀ/ସ୍ତ୍ରୀ, ପିଲା କିମ୍ବା ଘନିଷ୍ଠ ବନ୍ଧୁମାନଙ୍କ କ୍ଷେତ୍ରରେ ଏଭଳି ଘଟିଥିଲେ, ସେମାନେ ଅପରାଧୀଙ୍କୁ କ୍ଷମା ଦେଇଥାନ୍ତେ କି ନିଜକୁ ପ୍ରଭାବିତ କରୁ ଥିବା ପରିବେଶରେ ବସି ବିଚାର କରିବା ଆମ ସମସ୍ତଙ୍କ ପାଇଁ ସହଜ କିନ୍ତୁ ଯେତେବେଳେ ଆମ ନିଜ ଉପରେ ବିପଦ ମାଡ଼ିଆସେ, ସେତେବେଳେ ଆମେ କେତେ ନିରପେକ୍ଷ ବିଚାର କରିପାରିବା, ତାହା ହେଉଛି ଆଲୋଚ୍ୟ ବିଷୟ ଏହି ପ୍ରଚ୍ଛଦପଟରେ ରାଜୀବ ହତ୍ୟା ଘଟଣାକୁ ରଚାଇଥିବା ବ୍ୟକ୍ତିମାନଙ୍କୁ ଯଦି ଖଲାସ କରିଦିଆଯାଏ, ତେବେ ତାହା ଅନ୍ୟାୟର ଶିକାର ହୋଇଥିବା ପ୍ରତ୍ୟେକ ମଣିଷ ପ୍ରତି ଘୋର ଅବିଚାର ବୋଲି କହିହେବ

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...