Showing posts with label ଗଣବଳାତ୍କାର. Show all posts
Showing posts with label ଗଣବଳାତ୍କାର. Show all posts

Wednesday, 21 August 2019

ବନ୍ଧୁ ନା ସୈତାନ

୫ ଫେବ୍ରୁଆରୀ, ଅମୃତସର ଜିଟି ରୋଡ୍ ରେ ଥିବା ଘର ନମ୍ବର ୧୫୭ ରାତି ଅଧା ବେଳକୁ ହଠାତ୍ ଘର ଧୁ ଆଁ ବାହାରିବାକୁ ଲାଗିଲା। ସେହି ଘରଟି ଥିଲ ସିମ୍ରନ୍ଦୀପ୍ ବର୍ମା ଙ୍କର। ସେତେବେଳକୁ ଲୋକେ ନିଜ ନିଜ ଘରେ ଶୋଇଥିଲେ। ସେଥିପାଇଁ ଘରେ ନିଆଁ ଲାଗିଯାଇଥିବାବିଷୟରେ କେହି ବି ଜାଣିପାରି ନଥିଲେ। କିନ୍ତୁ ନିଆଁବଢ଼ି ବଢ଼ି ଚାଲିଥିଲା ଆଉ ଘରର ଚାରିଆଡେ  ବ୍ୟାପିଯାଇଥିଲା। ଘରକୁ ଲାଗି ରହିଥିବା ଅନ୍ୟ ପଡ଼ୋଶୀଙ୍କ ଘର ମଧ୍ୟ ନିଆଁର ସଂସ୍ପର୍ଶରେ ଆସିଥିଲା। ପଡ଼ୋଶୀଙ୍କ ମଧ୍ୟରୁ କିଛି ଲୋକ ହଠାତ୍ ନିଦରୁ ଉଠି ପଡ଼ି ନିଆଁ ଲାଗିଯାଇଥିବା ଦେଖି  ବାହାରକୁ ଦୌଡ଼ିଲେ। ଦେଖି ଲା ବେଳକୁ ସିମ୍ରନ୍ଦୀପ୍ ବର୍ମାଙ୍କ ଘରେ ବହୁତ ଜୋର ନିଆଁ ଲାଗିଛି।ଆଖପାଖ ଲୋକ ମଧ୍ୟ ଉଠିପଡିଲେ ଆଉ ସମସ୍ତେନିଆଁ ଲିଭାଇବାକୁ ଚେଷ୍ଟା କଲେ। ପୁଲିସ ଏବଂ ଦମକଳ ସୂଚନା ପାଇ ଘଟଣାସ୍ଫ୍ଵଳରେ ଆସି ପହ ଞ୍ଚିଥିଲେ। ୪ ଘଣ୍ଟାର ଜୋରଦାର ପରିଶ୍ରମ ପରେ ନିଆଁ ଲିଭିଥିଲା।

   ନିଆଁ କିପରିଲାଗିଲା ଜାଣିବା ପାଇଁ ଘୁଲିସ ଘର ଭିତରକୁ ପ୍ରବେଶ କଲା।ଘର ଭିତରେ ସିମ୍ରନ୍ଦୀପ୍ ବର୍ମା ଏବଂ ତାଙ୍କ ଝିଅ ସିବ୍ ନୈନାଙ୍କଶବ ପଡି ରହିଥିଲା। ଥାନାଧିକାରୀ କ୍ରାଇମ୍ ଇନ୍ଭେଷ୍ଟିଗେସନ୍ଟିମ୍ ସହାୟତାରେ ଜାଣିପାରିଲେ ଯେ, କେହି ସନ୍ଦିଗ୍ଧ ଏପରିକାଣ୍ଡ ଭିଆଇଛି। କାରଣ ନିଆଁ ଆପେ ଆପେ ଲାଗିନଥିଲା। ଏମିତିକି ଘରୁ ଟଙ୍କା ଓ ସୁନା ଚୋରି ହୋଇଥିଲା। ପୁଲିସ ଜାଞ୍ଚକରୁଥିବା ସମୟରେ ୪୮ବର୍ଷିୟ ସଞ୍ଜୀବ ବର୍ମା ନାମକ ଜଣେ ବ୍ୟକ୍ତି ସେଠାକୁ ଆସିଥିଲେ। ସେ ନିଜକୁ ସିମ୍ଭନ୍ଦୀପ୍ ବର୍ମାଙ୍କଭାଇ ବୋଲି ପରିଚୟ ଦେଇଥିଲେ। ତାଙ୍କ ବାପା ରାମଦେବଏବଂ ମା ଜୀବନ ରାନୀଙ୍କ ମୃତ୍ୟୁ ହୋଇସାରିଥିଲା। ସେ ତାଙ୍କ ସ୍ତ୍ରୀ ଗୀତା ଏବଂ ପୁଅ ଚନ୍ଦନଙ୍କ ସହିତ ଜଣ୍ଡିଆଲ ଗରୁ ସ୍ଥିତ ଘର ନମ୍ବର ୧୩୩୪ରେ ରହୁ ଥିଲେ । ପଡ଼ୋଶୀଙ୍କ ଠାରୁ ଜଣାପଡିଲା ଦୁଇ ମା'ଝିଅ କାହା ସହିତ ବେଶି କଥାବାର୍ଭା ହେଉନଥିଲେ |

ଏମିତିକି ପଡ଼ୋଶୀଙ୍କ ଘରକୁ ଯିବାଆସିବା ମଧ୍ୟ କରୁନଥିଲେ।ଶିବ୍ନୈନାର ଶବ ଆପଭିଜନକ ଅବସ୍ଥାରେ ପଡ଼ି ରହି ଥିଲା। ତାଂସହିତ ବଳାକ୍ରାର ହୋଇ ଥାଇପାରେ ବୋଲି ପୁଲିସ ଆଶଙ୍କା କରୁଥିଲା। ଥାନାପ୍ରଭାରୀ ନିରଜ କୁମାର ଅପରାଧୀଙ୍କୁଧରିବା ପାଇଁ ଲାଗିପଡ଼ିଲେ। ପୁଲିସର ସନ୍ଦେହ ଥିଲାକୌଣସି ସଂପର୍କୀୟ ଲୋକ ଏପରି ଅପରାଧ କରିଥାଇ ପାରେ। ସିମ୍ରନଦୀପ୍ ଙ୍କ ପୁଅ ରିଦ୍ଧମ୍ କାନାଡାରେ ରହୁଥିଲା।ମାଂ ଏବଂ ଭଉଣୀର ଖବର ରିଦ୍ଧମ୍ କୁ କୁ ଦିଆଯାଇଥିଲା।ଥାନାପ୍ରଭାରୀ ଆଶା ରଖିଥିଲେ ଯେ ରିଦ୍ଧମ୍ ପହଞ୍ଚିଲାପରେ ଅପରାଧୀ ପାଖକୁ ପହଞ୍ଚିବା ତାଙ୍କୁ ସହଳ ହୋଇଯିବ। ହେଲେକାନାଡାରୁ ରିଦ୍ଧମ୍ ଆସିବାରେ ବିଳମ୍ବ ହୋଇଥିଲା । ରିଦ୍ଧମ୍ମଧ୍ୟ ସେଇଆ ଅଶଙ୍କା କରୁଥିଲା କୌଣସି ସଂପର୍କୀୟ ଟଙ୍କାଲୋଭରେ ଏମିତି କରିଥାଇ ପାରେ। ପୁଲିସ ସିମ୍ରନ୍ଦୀପ୍ ଙ୍କଭାଇ ସଞ୍ଜୀବଙ୍କ ଠାରୁ ଜାଣିବାକୁ ପାଇଲା ୟେ, ୨୫ ବର୍ଷ ତଳେ ମାଂବାପା ସିମ୍ରନ୍ଦୀପ୍ ଙ୍କ ବାହାଘର ନଭଜୋତ୍ ସିଂହ ସହ କରି ଦେଇଥିଲେ। ରିଦ୍ଧମ୍ ଏବଂ ସିବ୍ନୈନାର ଜନ୍ମୁପରେ ନଭଳଜୋତ୍ କାନାଡା ପଳେଇଥିଲେ। ଏହାପରେ ସେ ଆଉ ଫେରିନଥିଲେ।

ବାଧ୍ୟହୋଇ ସିମ୍ରନ୍ଦୀପ୍ ସରକାରୀ ସିନିୟର ସେକେଣ୍ଡାରୀସ୍କୁଲରେ କିରାଣୀ ଚାକିରି କରିଥିଲେ। ତାଙ୍କ ସ୍ବଳ୍ପ ଦରମାରୁ ସେ ଦୁଇ ପିଲାଙ୍କୁ ପାଠ ପଢାଇଥିଲେ, ରିଦ୍ଧମ୍ କୁ କାନାଡାପଠେଇଥିଲେ। ଘରେ କେବଳ ମା ଓ ଝିଅ ରହୁ ଥିଲେ। ସେ ଯେଉଁ ଘରେ ରହୁଥିଲେ ୪ ବର୍ଷ ପୂର୍ବେ ଏହାକୁ ତିଆରି କରିଥିଲେ। ପୁଲିସ ସିମ୍ରନ୍ଦୀପ୍ ଓ ସିବ୍ନୈନାଙ୍କ ମୋବାଇଲ୍ ନମ୍ବରର କଲ୍ ଡିଟେଲ୍ସ ବାହାର କରିଥିଲା। ସେଦିନରାତିରେ ଯେଉଁମାନଙ୍କ ନମ୍ଭର ଲିଷ୍ଟ୍ରେ ଥିଲା ସବୁର ଜାଞ୍ଚ ଆରମ୍ଭ କରାଯଇଥିଲା। ଏମିତିକି ସିବ୍ନୈନାର ଫେସବୁକ୍ ଆଇଡି ମଧ୍ୟ ଚେକ୍ କରାଯଇଥିଲା।

     ହତ୍ୟାକାଣ୍ଡକ୍ଲ ୪୮ ଘଣ୍ଟା ବିତି ଯାଇଥିଲା ତଥାପି ଘୁଲିସ ହାତରେ କୌଣସି ପ୍ରମାଣ  ଲାଗିନଥିଲା। ସିମ୍ରନ୍ଦୀପ୍କ ସବୁ ସଂପର୍କୀୟକୁ ଥାନାକୁ ଡକାଯାଇ ପଚରା ଉଚରା କରାଯଇଥିଲା । ଏହାରି ଭିତରେପୁଲିସର ସନ୍ଦେହ ଯାଇ ଅଟକିଥିଲା ରିଦ୍ଧମ୍ର ସବୁଠୁ ଭଲ ସାଙ୍ଗ ୨୧ବର୍ଷୀୟ ପଙ୍କଳ ଶର୍ମା ଓ ୧୮ ବର୍ଷୀୟ ଗଗନ । ପୁଲିସ ଦୁହିଁକୁ କେବଳ ସନ୍ଦେହ କରୁଥିଲା ହେଲେ କୌଣସି ପ୍ରମାଣ ନଥିଲା। ତଥାପି ଦୁହିଁକୁ ପଚରାଉଚରା ପାଇଁ ପୁଲିସ ସେମାନଙ୍କ ଘରକୁ ଯାଇଥିଲା। ସେଠାରୁ ଜଣାପଡିଲା ୟେ, ପଙ୍କଜ ଓ ଗଗନ ଦୁଇଳଣ ଗରିବ ପରିବାରର | ପଙ୍କକର ବାପା ସୋଫା ମରାମତି କାମ କରନ୍ତି। ଦୁଇଜଣ ଖି ବ୍ ବଦମାସ୍ ସ୍ବଭାବର ଥିଲେ। ନିଜ ଖର୍ଚ୍ଚ ପାଇଁ ସେମାନେ ଛେଟମୋଟ ଚୋରି କରୁଥିଲେ। ପଲିସଟିମ୍ ଯେତେବେଳେ ଦୁଇଜଣଙ୍କଘରେ ପହଞ୍ଚିଲେ ଜଣାପଡିଲା ଯେ, ୫ ଫେବ୍ରୁଆରୀରୁ ସେମାନେ ଘରକୁ ଆସି ନାହାନ୍ତି। ପୁଲିସ ଦୁଇଜଣଙ୍କୁ ଖୋଜାଖୋଜି କରିବାରେ ଲାଗିପଡ଼ିଲେ। ହେଲେ ଲୁଚିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେ ଦୁଇଜଣ ପୁଲିସ ହାତରେଧରାପଡ଼ିଗଲେ। ପୁଲିସର ଗୋଚିଏ ପ୍ରଶ୍ନରେ ସେମାନେନିଜ ଅପରାଧକୁ  ସ୍ବୀକାର କରିଦେଲେ।
             
ପଙ୍କଳ ଓ ଗଗନରସିମ୍ରନ୍ଦୀପ୍ଙ୍କ ପୁଅ ରିଦ୍ଧମ୍ ସହିତ ଭଲ ବନ୍ଧୁତା ଥିଲା। ଦୁହେଁସବୁବେଳେ ରିଦ୍ଧମ୍ର ଘରକୁ ଯିବା ଆସିବା କରୁଥିଲେ ।ହେଲେ ରିଦ୍ଧମ୍ କାନାଡା ଚାଲିଯିବା ପରେ ତାଂ ଘରକୁ ଏଦୁହିଁଙ୍କର ଯିବା ଆସିବା ବନ୍ଦ ହୋଇଗଲା। ଦୁହେଁ କୌଣସିକାମଧନ୍ଧା କରୁନଥିଲେ। ଦିନସାରା ବସି ବସି ନିଶାରେ ବୂଡି ରହୁଥିଲେ। ଆଉ ନିଜର ସଭକ ପୂରା କରିବା ପାଇଁ ଚୋରି ର କୌଣସି ଲୋକକୁ ଲୋଭ ଦେଖାଇ ଟଙ୍କା ଚୋରି କରି ଆଣୁଥିଲେ। ହେଲେ ସେମାନେ ପୁଲିସ ହାତରେ ଧରା ପଡିନଥିଲେ। ସେମାନେ କେବଳ ଛୋଟମୋଟ ଚୋରିକରୁଥିଲେ ଯେଉଁଥିରେ ସେମାନଙ୍କ ସଭକ ପୂରା ହେଉନଥିଲା ।ସେଥିପାଇଁ ଦୁହେଁ ବଡ଼ ଚୋରି କରିବାର ଯୋଜନା ପ୍ରସ୍ତୁତକରିଥିଲେ। ପଙ୍କଜ କହିଥିଲା, ଛୋଟମୋଟ ଚୋରି କରିଆମେ କିଛି କରି ପାରୁନୁ ଚୋରିଟଙ୍କା ସବୁ ନିଶା ଖାଇବାରେସରିଯାଉଛି। ଏଥରର କିଛି ବଡ଼ କରିବା। ମୋ ପାଖରେଗୋଟେ ଭଲ ଯୋଜନା ଅଛି। ଏଥିରେ ଏତେ ଟଙ୍କା ମିଳିବ ଯେ ଆମେ ଦିନରାତି ମଉଜମସ୍ତି କରିବା। ଆଉ କାହାକୁ ସନ୍ଦେହ ବି ହେବନି। ଗଗନ ମଧ୍ୟ ତା ପ୍ଲାନ୍ ଶୁଣି ଖି ସି ହୋଇଗଲା ।କହିଲା ଜଲଦି କହ । ପଙ୍କଜ କହିଲା, ରିଦ୍ଧମ୍ର ଘରେ ଏଥରଚୋରି କରିବା। ଗଗନ ତା' କଥାରେ ରାଜିନଥିଲା। କହିଲା,ସେ ଆମର ପିଲାବେଳ ସାଙ୍ଗ କିନ୍ତୁ ଟଙ୍କା ଲୋଭରେ ପଙ୍କଜର ଯୋଜନାରେ ରାଜି ହୋଇଗଲା। ଠିକ୍ ପରଦିନ ରାତି ୯ଟରେ ଦୁହେଁ ସିମ୍ରନ୍ଦୀପ୍ କ୍କ ଘରେ ହାଳିର ହୋଇଯଇଥିଲେ। ସିମ୍ ରନ ନ୍ଦୀପ୍ ଦୁଇଜଣଙ୍କୁ ଭଲଭାବରେ ଚିହ୍ନିଥିଲେ। ସେଥିପାଇଁ ଦୁହିଁଙ୍କୁ ଘରଭିତରକୁ ଆସିବାକୁ ଦେଇଥିଲେ। ହେଲେ ସେ ଜାଣିନଥିଲେ ସାଙ୍ଗ ବେଶରେ ଦୁଇ ସଇତାନ୍ ଙ୍କୁ ସେ ଡାକିଥିଲେ। ସିମ୍ରନ୍ଦୀପ୍ ତାଙ୍କ୍ ଖାଇବାକୁ ଦେଇଥିଲେ ଓ କିଛି ସମୟ କଥାବର୍ଭା ହୋଇଥିଲେ। କିଛି ସମୟ ପରେ ସିମ୍ରନ୍ଦୀପ୍ ରୋଷେଇଘରକୁ ଯଇଥିଲେ। ସୁବଣ୍ଣ୍ ସୁଯୋଗ  ଦେଖ୍ ପଙ୍କଳ ଓ ଗଗନ ଛପିଛପି ଯାଇ ସିମ୍ରନ୍ଦୀପ୍ ଙ୍କୁ ମାଡି ବସି କ୍ଲୋରୋଫାର୍ମ ସ୍ଲଙ୍ଘାଇ ଦେଇଥିଲେ। ସିମ୍ରନ୍ଦୀପ୍ ଚେତାଶୂନ୍ୟ ହୋଇ ତଳେପଡି ଯାଇଥିଲେ। ତା'ପରେ ଯାଇଥିଲେ ସିବ୍ ନୈନାର ରୁମ୍ କୁ ତାଂଙ୍କୁ ମଧ୍ୟ କ୍ଲୋରୋଫାମ ସୁ ଙ୍ଘାଇ ଥିଲେ। ଘରେ ଥିବା ଟଙ୍କା ଓ ଜୁଏଲାରୀ ଚୋରି କରିଥିଲେ। ସେତିକିରେ ସେମାନଙ୍କ ମନ ସନ୍ତୁଷ୍ଟ ନଥିଲା ଚେତାଶୂନ୍ୟ ହୋଇ ପଡିଥିବା ସିବ୍ ନୈ  ନା ସ ହିତ ବଳାକ୍ରାର କରିଥିଲେ। ଚେତା ଫେରିବା ପରେ ଦୁହେଁ ପୁଲିସକୁ ସବୁ କଥା କହିଦେବେ ଭାବି ପୂରା ଘରକୁ ନିଆଁ ଲଗାଇ ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇଥିଲେ। ପୁଲିସ ପଙ୍କଳଓ ଗଗନକୁ ବିସ୍ତୃତ ପଚରାଉଚରା ପରେ ଚୋରି କରିଥିବାଜିନିଷପତ୍ର ମଧ୍ୟ ଜବତ କରିଥିଲା। ଲୁ ଚାଇ ରଖିଥିବା ସ୍ଫାନରୁ ୮୫ ଗ୍ରାମ୍ ସୁ ନା, ରୂପା ଅଳଙ୍କାର, ଏକ ଟ୍ୟାବ୍, କ୍ୟାମେରା,ଲ୍ୟାପଟପ୍ ଏବଂ ଅନ୍ୟ କେତେକ ଜରୁରୀ ଜିନିଷ ମିଳିଥିଲା ।ସତକଥା ଳଣା ପଡ଼ିବା ପରେ ଦୁଇ ଅପରାଧୀଙ୍କୁ ଜିଲ୍ଲା ଜେଲ୍ ପଠାଇ ଦିଆଯାଇଥିଲା

Wednesday, 26 December 2018

ଅସୁରଙ୍କ ପ୍ରାଦୁର୍ଭାବ -

ଯେତେବେଳେ ଆସୁରିକ ଶକ୍ତିର ପ୍ରାଦୁର୍ଭାବ ବୃଦ୍ଧିପାଏ, ସେତେବେଳେ   ସବୁ ଅସୁର ଏକାଠି ହୋଇ ସମାଜକୁ ଦମନ କରିବାକୁ ଚେଷ୍ଟା କରନ୍ତି। ତାହାର ସଦ୍ୟ ଉଦାହରଣ ଏବେ ପୁନର୍ବାର ପିପିଲିରେ ୨୦୧୧ରେ ଘଟିଥିବା ଗଣବଳାତ୍କାର ଘଟଣା ସମ୍ପର୍କିତ ଅଦାଲତଙ୍କ ରାୟରୁ ସ୍ପଷ୍ଟ ଜଣାପଡ଼ୁଛି। ସେତେବେଳେ ପିପିଲିର ଆଇଆଇସି ଥିବା ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ଅତି ଲୋକଦେଖାଣିଆ ଭାବେ ସରକାର ଚାକିରିରୁ ନିଲମ୍ବନ କରିଥିଲେ। ରାଜନୈତିକ ସମ୍ପୃକ୍ତି ଥିବା ହେତୁ ସେହି ଘଟଣାକୁ ଲୁଚାଇ ଦେବାର ଉଦ୍ୟମ ସେତେବେଳେ ଜଣାପଡ଼ିଥିଲା। ଇତିମଧ୍ୟରେ ଦୀର୍ଘ ୭ ବର୍ଷ ବିତିଗଲା। ଅତି ସହଜରେ ଗଣମାଧ୍ୟମ ସେହି ଘଟଣାରୁ ଦୂରେଇଗଲା।  ଜନସାଧାରଣ ମଧ୍ୟ ଭୁଲିଗଲେ। ସାକ୍ଷୀଙ୍କୁ ସୁରକ୍ଷିତ ରଖିବାର କୌଣସି ବ୍ୟବସ୍ଥା କରାଗଲା ନାହିଁ। ପୋଲିସର ଅନୁସନ୍ଧାନ ଓ ଅଦାଲତରେ ସାକ୍ଷ୍ୟ ପ୍ରମାଣ କେଉଁଭଳି ପ୍ରଭାବିତ ହୋଇଥିବ, ତାହା ଅନୁମାନ କରିବା କଷ୍ଟକର ନୁହେଁ।
ଏବେ ଘଟଣା ସମ୍ପର୍କରେ ମନେପକାଇ ଦିଆଯାଇପାରେ।  ପୁରୀ ଜିଲା ପିପିଲିର ଅର୍ଜୁନଗୋଦା ଗ୍ରାମରେ ୨୦୧୧ ନଭେମ୍ବର ୨୯ରେ ଜଣେ ଯୁବତୀ ଗଣବଳାତ୍କାରର ଶିକାର ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ କୋମା ସ୍ତରକୁ ଚାଲିଯାଇଥିଲେ। ଶେଷରେ ୨୦୧୨ ଜୁନ୍‌ ୨୧ରେ କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ଲୋମହର୍ଷଣକାରୀ ଘଟଣାର ଦୁଇ ମୁଖ୍ୟ ଅପରାଧୀଙ୍କୁ  ଭୁବନେଶ୍ୱର ଅତିରିକ୍ତ ଜିଲା ଜଜ୍‌ ୨୦୧୮ ଡିସେମ୍ବର ୨୪ରେ ପ୍ରମାଣ ଅଭାବରୁ ମୁକ୍ତ କରି ଦେଇଛନ୍ତି। ଯୁବତୀ ବଳାତ୍କାର ହେବା ଓ ପରେ ତାଙ୍କ ପ୍ରାଣ ଯାଇଥିଲେ ମଧ୍ୟ ତାହାକୁ ପ୍ରମାଣସିଦ୍ଧ କରାଯାଇ ନ ପାରିବା ପୋଲିସ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଝିଅକୁ ହରାଇ ପାଖାପାଖି ୭ ବର୍ଷ ଧରି ମାନସିକ ଯନ୍ତ୍ରଣା ପାଇଥିବା ପରିବାରବର୍ଗଙ୍କ ପାଇଁ ଏହି ରାୟ ଶକ୍ତ ଧକ୍କା ପହଞ୍ଚାଇଛି। ଭୟରେ କେହି କିଛି କହିବେ କି ନାହିଁ, ତାହା ଜାଣିହେବ ନାହିଁ। କିନ୍ତୁ ବାସ୍ତବତାକୁ ଜନସାଧାରଣ ଏବେ ଭୁଲିବେ ନାହିଁ।
ସେତେବେଳର ଘଟଣାକୁ ମନେପକାଇ ଆଜିର ରାୟକୁ ଦେଖିଲେ ବିସ୍ମିତ ହେବାକୁ ପଡ଼ୁଛି। ଯେଉଁଭଳି ଢଙ୍ଗରେ ଯୁବତୀଙ୍କୁ ଗଣବଳାତ୍କାର କରାଯିବା ପରେ ତଣ୍ଟିଚିପି ହତ୍ୟା ଉଦ୍ୟମ କରାଯାଇଥିଲା, ତାହା ଅନେକଙ୍କ ମନରୁ ଲିଭି ନ ଥିବ। ପ୍ରାଥମିକ ସ୍ତରରେ ପିପିଲି ଥାନାରେ ମାମଲା ରୁଜୁ ହୋଇପାରି ନ ଥିଲା। ଏହି ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିବା ପରେ ବିଭିନ୍ନ ସଙ୍ଗଠନ ରାସ୍ତାକୁ ଓହ୍ଲାଇଥିଲେ। ରାଜ୍ୟ ମାନବ ଅଧିକାର କମିଶନ ଘଟଣାରେ ହସ୍ତକ୍ଷେପ କରିବା ପରେ ମାମଲା ରୁଜୁ କରାଯାଇଥିଲା।  କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତଙ୍କୁ ମିଶାଇ ୮ ଜଣଙ୍କ ନାମରେ ଅଭିଯୋଗଫର୍ଦ୍ଦ ମଧ୍ୟ ଦାଖଲ କରିଥିଲା। କିନ୍ତୁ ଏହି ମାମଲା ପ୍ରମାଣ ଅଭାବରୁ ଖାରଜ ହେବାର ଅର୍ଥ ହେଉଛି ଯେ, ସମ୍ପୃକ୍ତ ତଦନ୍ତକାରୀ ସଂସ୍ଥା ଜାଣିଶୁଣି ଦୁର୍ବଳ ରିପୋର୍ଟ ଦେଇଛି।  ଏହି ପ୍ରଚ୍ଛଦପଟରେ କୁନ୍ଦୁଲି ପୀଡ଼ିତାଙ୍କ କଥା ମଧ୍ୟ ମନେପଡ଼େ। ଗଣବଳାତ୍କାରର ଶିକାର ହୋଇ ମାନସିକ ଯନ୍ତ୍ରଣାରେ ଜର୍ଜରିତ ହୋଇଯାଇଥିବା ନବମ ଶ୍ରେଣୀ ଝିଅ କେଉଁଆଡ଼ୁ କିଛି ନ୍ୟାୟ ନ ପାଇବାରୁ ଶେଷରେ ୨୦୧୮ ଜାନୁୟାରୀ ୨୨ରେ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ। ଜାନୁୟାରୀ ୨୩ରେ ଏହି ସ୍ତମ୍ଭରେ ଆମେ ‘ଆତ୍ମହତ୍ୟା’ ଶୀର୍ଷକରେ ଲେଖା ପ୍ରକାଶ କରିଥିଲୁ। ନ୍ୟାୟିକ ଓ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ହେବା ସତ୍ତ୍ୱେ କୌଣସି ଫଳାଫଳ ଦେଖିବାକୁ ମିଳିଲା ନାହିଁ। ନାବାଳିକା ଯଥେଷ୍ଟ ସାହସ ଦେଖାଇ ଲଢ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ମିଛୁଆ ଆଖ୍ୟା ଦିଆଯାଇଥିଲା।  ପୋଲିସଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ଯେଉଁମାନେ ତାଙ୍କ କଥାକୁ ସନ୍ଦେହ କଲେ, ସେଥିପାଇଁ ସମସ୍ତେ ଦାୟୀ ବୋଲି ଆମେ ଏଥିରେ ଉଲ୍ଲେଖ କରିଥିଲୁ। ଆଜିର ପିପିଲି ବଳାତ୍କାର ଘଟଣାର ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ମୁକ୍ତ କରିଦିଆଯିବା ବିଷୟ ଶୁଣିବା ପରେ ସମସ୍ତେ ବ୍ୟବସ୍ଥା ସମ୍ପର୍କରେ ବୁଝିଯାଇଥିବେ।
କେବଳ ଓଡ଼ିଶା ନୁହେଁ, ଦେଶବ୍ୟାପୀ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ସନ୍ଦେହ ବଢ଼ିବାରେ ଲାଗିଛି। ୨୦୦୫ରେ ଗୁଜରାଟରେ ସୋହରାବୁଦ୍ଦିନ୍‌ ଶେଖ୍‌ ମିଥ୍ୟା ଏନ୍‌କାଉଣ୍ଟରରେ ଅଭିଯୁକ୍ତ ଥିବା ସମସ୍ତ ପୋଲିସ ଅଧିକାରୀଙ୍କୁ ନିକଟରେ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିବା ନ୍ୟାୟିକ ବ୍ୟବସ୍ଥାର ବିଫଳତାକୁ ସୂଚାଉଛି। ଏହିପରି ବହୁ ଆପରାଧିକ ମାମଲାରେ ଦୋଷୀ ଛାଡ଼ ପାଇଯିବା ଓ ପୀଡ଼ିତା ବା ପୀଡ଼ିତ ଯନ୍ତ୍ରଣା ଭୋଗିବା ଯେପରି ହୋଇଗଲାଣି ଗତାନୁଗତିକ ଧାରା। ଅର୍ଥ, ବାହୁ ଓ କ୍ଷମତା ବଳରେ ନ୍ୟାୟକୁ ଏପଟସେପଟ କରାଯାଉଥିବାରୁ ବ୍ୟବସ୍ଥା ଏବେ ବିଶ୍ୱାସର ସଙ୍କଟରେ ପଡ଼ିଯାଇଛି। ଅସତ୍ୟର ଧାରାରେ ଯାଉଥିବା ପୋଲିସ ଏବଂ ପ୍ରଶାସନ ପ୍ରମାଣ କରିଦେଉଛି ଯେ, ଦୁଷ୍ଟ ଶକ୍ତିର ପ୍ରାଦୁର୍ଭାବ ବଢ଼ୁଛି।


ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...