Showing posts with label ସୋସିଆଲ ମିଡିଆ. Show all posts
Showing posts with label ସୋସିଆଲ ମିଡିଆ. Show all posts

Friday, 2 August 2019

ମହଙ୍ଗା ପଡ଼ିପାରେ ଆଣ୍ଡ୍ରଏଡ୍‌ ମୋବାଇଲ୍ ଆପ୍‌ ମୋହ, ତଥ୍ୟ ଚୋରାଉଛି ୧୩୨୫ ଆପ୍‌ |



ଆପଣଙ୍କ ନିକଟରେ ଆଣ୍ଡ୍ରଏଡ୍ଫୋନ୍ଅଛି କି? ମନ ଇଚ୍ଛା ନୂଆ ନୂଆ ଆପ୍କୁ ଆପଣାଉଛନ୍ତି କି? ତେବେ ସାବଧାନ ଏହି ଆପ୍ପ୍ରେମ ଆପଣଙ୍କୁ ମହଙ୍ଗା ପଡ଼ିପାରେ ଧ୍ୟାନଦିଅନ୍ତୁ ଯେ, ନୂଆ ଆପ୍ଲିକେସନ୍ଟିଏ ଆସିବା ମାତ୍ରେ ତା ସମ୍ବନ୍ଧରେ ସବିଶେଷ ନପଢ଼ି ଆପଣ ଯଦି ତାକୁ ଆପଣାଇ ନେଉଛନ୍ତି ତେବେ ତାହା ଆପଣଙ୍କ ମୋବାଇଲ୍ରେ ଥିବା ସମସ୍ତ ତଥ୍ୟ ଚୋରି କରି ନେଉଛି ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ୧୩୨୫ ଆପ୍ ବା ଆପ୍ଲିକେସନ୍ଆପଣଙ୍କ ତଥ୍ୟ ଚୋରାଇ ନିଜ ସର୍ଭରରେ ମହଜୁଦ ରଖୁଛି ଏମିତି କି ଏକ ଫଟୋ ଏଡିଟିଙ୍ଗ୍ଆପ୍ଫଟୋକୁ ମାଧ୍ୟମ କରି ସମସ୍ତ ଜିପିଏସ୍ତଥ୍ୟ ହାସଲ କରି ନେଉଛି ଏଥିପାଇଁ ଅନୁମତି ନଥିଲେ ମଧ୍ୟ ତଥ୍ୟ ସେଇ ଆପ୍ଲିକେସନ୍ ସର୍ଭରକୁ ଚାଲି ଯାଉଛି

ସର୍ଭରକୁ ଚାଲିଯାଉଛି ବ୍ୟକ୍ତିଗତ, ବ୍ୟାଙ୍କିଙ୍ଗ ତଥ୍ୟ
ଏହି ଭାଇରସ୍ଆପଣ ଡାଉନ୍ଲୋଡ୍କରିଥିବା ଏବଂ ଆପଣଙ୍କ ଆଣ୍ଡ୍ରଏଡ୍ମୋବାଇଲ୍ରେ ମହଜୁଦ ଥିବା ହ୍ବାଟ୍ସଆପ୍‌, ସେୟାର ଇଟ୍‌, ଏମ୍ଏକ୍ସ ପ୍ଲେୟାର, ଜିଓ ଟିଭି, ଫ୍ଲିପ୍କାର୍ଟ, ଟ୍ରୁ କଲର ଡେଲି ହଣ୍ଟ୍ଭଳି ଆପ୍ଲିକେସନ୍ ସ୍ଥାନ ଅକ୍ତିଆର କରି ନେଉଛି ଆପଣଙ୍କ ଅଜାଣତରେ ଏହା ହେଉଥିବାରୁ ଆପଣ ଭାବୁଥିବେ ଠିକ୍ଆପ୍ବ୍ୟବହାର କରୁଛନ୍ତି ମାତ୍ର ତାହା ହୁଏତ ଭାଇରସ୍ଦ୍ବାରା ନିୟନ୍ତ୍ରିତ ହେଉଥିବ ସବୁଠୁ ବଡ଼ କଥା ହେଉଛି ନେତା ମନ୍ତ୍ରୀ, ପୁଲିସ୍‌, ସେନାବାହିନୀଙ୍କ ଆଣ୍ଡ୍ରଏଡ୍ ମୋବାଇଲ୍ରେ ଯଦି ଏହି ଭାଇରସ୍ପ୍ରବେଶ କରିଥାଏ ତାହା ସୁରକ୍ଷା କ୍ଷେତ୍ରରେ ସମସ୍ୟା ଉପୁଜାଇବାର ସମ୍ଭାବନା ରହିଛି

ସାଂଘାତିକ ଏଜେଣ୍ଟ୍ସ୍ମିଥ୍
ଏଜେଣ୍ଟ୍ସ୍ମିଥ୍ମାଲ୍ୱେର୍‌ (କମ୍ପ୍ୟୁଟର ଆଣ୍ଡ୍ରଏଡ୍ଫୋନ୍କୁ ବିଭିନ୍ନ ଉପାୟରେ ହାନି ପହଞ୍ଚାଉଥିବା ଭାଇରସ୍‌) ମଧ୍ୟ ବହୁଳ ବ୍ୟବହାର ହେଉଥିବା ବିଭିନ୍ନ ଆପ୍ଉପରେ କବ୍ଜା କରିନେଇଛି ଫଳରେ ଆପଣ ହ୍ବାଟ୍ ଆପ୍ବ୍ୟବହାର କରୁଥିବେ ମାତ୍ର ଏହା ପ୍ରକୃତ ହ୍ବାଟ୍ସଆପ୍କୁ ସ୍ଥାନାନ୍ତର କରି ତା ସ୍ଥାନ ଅକ୍ତିଆର କରିନେଇପାରେ ଆପଣଙ୍କ ଅଜାଣତରେ ହୁଏତ ଏହା ଆପଣଙ୍କ ଆଣ୍ଡ୍ରଏଡ୍ମୋବାଇଲ୍କୁ ଆକ୍ରମଣ କରୁଛି ମାତ୍ର ଆପଣ ଜାଣିପାରୁନାହାନ୍ତି ଥାର୍ଡ ପାର୍ଟି ଆପ୍ରୁ ଯଦି ଆପଣ କୌଣସି ଆପ୍ଡାଉନ୍ଲୋଡ୍କରୁଛନ୍ତି ତେବେ ଫସିବା ସମ୍ଭାବନା ଅଧିକ ଗୁଗୁଲ୍ତା ପ୍ଲେ-ଷ୍ଟୋର୍ରୁ ଏହିଭଳି ୧୬ଟି ଆପ୍ଚିହ୍ନଟ କରି ହଟାଇ ସାରିଥିଲେ ମଧ୍ୟ ଆପଣ ପୂର୍ବରୁ ପ୍ଲେ ଷ୍ଟୋର୍ରୁ ଡାଉନ୍ଲୋଡ୍କରି ବ୍ୟବହାର କରୁଥିବା ଆପ୍ଗୁଡ଼ିକ ବି ହାନି ପହଞ୍ଚାଇପାରେ ଫଳସ୍ବରୂପ ଆପଣ ଲକ୍ଷ୍ୟ କରିଥିବେ ଯେ, ଏବେ ବିଭିନ୍ନ ଆପ୍ବାରମ୍ବାର ଅପ୍ଡେଟ୍ମାଗୁଛନ୍ତି ଅପ୍ଡେଟ୍କରାଇଦେବା ନିତାନ୍ତ ଆବଶ୍ୟକ ମଧ୍ୟ

ବିଜ୍ଞାପନ, ପପ୍ଅପ୍ ଦ୍ବାରା ଆକର୍ଷିତ କରୁଛି
ବିଶେଷକରି ଆଣ୍ଡ୍ରଏଡ୍ ଭର୍ସନ୍ରେ ଏହି ଭାଇରସ୍ ଆକ୍ରମଣ ଦେଖିବାକୁ ମିଳୁଛି ବିଭିନ୍ନ ଅବାଞ୍ଝିତ ବିଜ୍ଞାପନ ପପ୍ଅପ୍ ଜରିଆରେ ଲୋଭ ଦେଖାଇ ଏହା ଆଣ୍ଡ୍ରଏଡ୍ଫୋନ୍ମଧ୍ୟରେ କବ୍ଜା କରୁଛି ବିଶେଷକରି ମୋବାଇଲ୍ଆଣ୍ଟି ଭାଇରସ୍‌, ସେକ୍ସ ଗେମ୍, ସେଲ୍ଫି କ୍ୟାମେରା ବିସ୍ତୃତ କରିବା ଭଳି ପ୍ରଲୋଭନ ଜରିଆରେ ଏହି ଆପ୍ଡାଉନ୍ଲୋଡ୍କରିବାକୁ ଲୋଭ ଦେଖାଉଛି

ଦେଢ଼ କୋଟି ମୋବାଇଲ୍ରେ ଏଜେଣ୍ଟ୍ସ୍ମିଥ୍
ସଂପ୍ରତି ଦେଢ଼ କୋଟି ମୋବାଇଲ୍ରେ ଏହି ଏଜେଣ୍ଟ୍ସ୍ମିଥ୍ଭାଇରସ୍ରାଜ କରୁଛି ଏମାନଙ୍କ ଭିତରେ ହୁଏତ ଆପଣ ବି ଥାଇପାରନ୍ତି ତେଣୁ ଆପଣ ଦିଗରେ ସତର୍କ ରହିବା ଉଚିତ୍ ସୂଚନା ବୈଷୟିକ ବିଭାଗ ଏନେଇ ଏକ ସର୍କୁଲାର ଜାରି କରିବା ସହ ସାଇବର କ୍ରାଇମ୍ପୁଲିସ୍କୁ ଏହି ଭାଇରସ୍ ବିପଦପୂର୍ଣ୍ଣ ଦିଗ ବାବଦରେ ତର୍କ କରିଛି

କୁହନ୍ତି ସାଇବର ଏକ୍ସପର୍ଟ?
୧୩୨୫ ଆପ୍ତଥ୍ୟ ଚୋରାଇ ନେଉଥିବା ଚିହ୍ନଟ କରାଯାଇଛି ଯଦି ଆପଣ ଇଣ୍ଟରନେଟ୍ଅନ୍କରିଛନ୍ତି ଏବଂ ଥରେ ଏହି ହାନିକାରକ ଆପ୍କୁ ଇନ୍ଷ୍ଟଲ୍କରିଦେଇଛନ୍ତି ତେବେ ସେଇ ଆପ୍ତା ସର୍ଭରକୁ ଆପଣଙ୍କ ମୋବାଇଲ୍ରେ ଥିବା ସବିଶେଷ ତଥ୍ୟ ଚୋରାଇ ନେବାର ଆଶଙ୍କା ରହିଛି ଏମିତି କି ଇନ୍ଷ୍ଟଲ୍କରିବା ପରେ ଆଲାଉ କିମ୍ବା ଡେନାଏ ଅପ୍ସନ୍ମାଗିବା ପରେ ଯଦି ଆପଣ ଡେନାଏ ଉପରେ ବି କ୍ଲିକ୍କରନ୍ତି ତେବେ ବି ଏହି ଆପ୍ଆପଣଙ୍କ ତଥ୍ୟ ତା ସର୍ଭରକୁ ନେବାରେ ସଫଳ ହେବ ବୋଲି କହିଛନ୍ତି ସାଇବର ଏକ୍ସପର୍ଟ ଚିରାଗ ରଥ ସଂପ୍ରତି ଓଡ଼ିଶାରେ ସିଆଇଡି କାର୍ଯ୍ୟାଳୟ, କଟକରେ ଏକମାତ୍ର ସାଇବର କ୍ରାଇମ୍ପୁଲିସ୍ଷ୍ଟେସନ୍ରହିଥିବା ବେଳେ ଯଦି ଏହି ଭାଇରସ୍ଯୋଗୁ ସାଇବର କ୍ରାଇମ୍ସଂଖ୍ୟା ବୃଦ୍ଧି ପାଏ ତେବେ ଏହା ଓଡ଼ିଶା କ୍ଷେତ୍ରରେ ଆହ୍ବାନ ପାଲଟିବ ବୋଲି ସେ କହିଛନ୍ତି

Tuesday, 27 March 2018

ସୋସିଆଲ ମିଡିଆ ଜରିଆରେ ତଥ୍ୟ ବେପାର




ଚାଇନା ପରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ଇଣ୍ଟରନେଟ୍ବ୍ୟବହାରକାରୀ ରାଷ୍ଟ୍ରଏଠାରେ ୪୮ କୋଟି ଲୋକ ଇଣ୍ଟରନେଟ୍ବ୍ୟବହାର କରୁଥିବା ବେଳେ ଚାଇନାରେ ଏହି ସଂଖ୍ୟା ରହିଛି ୭୭ କୋଟିସାଧାରଣରେ ଭାରତୀୟଙ୍କ ପାଇଁ ଇଣ୍ଟରନେଟ୍ବ୍ୟବହାରର ଅର୍ଥ ହେଉଛି ସୋସିଆଲ ମିଡିଆ ବ୍ୟବହାରକିନ୍ତୁ ଭାରତରେ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରାଯାଉଥିବା ତଥ୍ୟ ତାହାକୁ ନେଇ ଉପୁଜୁଥିବା ବିବାଦ ସମ୍ଭବତଃ ବିଶ୍ୱରେ ସର୍ବାଧିକଦେଖିବାକୁ ଗଲେ ସୋସିଆଲ ମିଡିଆ ବ୍ୟକ୍ତିଗତ, ରାଜନୈତିକ ବ୍ୟବସାୟିକ ଦିଗକୁ ପ୍ରଭାବିତ କରିଚାଲିଛିଫେସ୍ବୁକ୍ରୁ ବ୍ୟକ୍ତିଗତ ତଥ୍ୟ ନେଇ କେମ୍ବ୍ରିଜ୍ଆନାଲିଟିକା ଭାରତ ଆମେରିକା ସମେତ ଅନେକ ରାଷ୍ଟ୍ରର ରାଜନୈତିକ ପାଣିପାଗକୁ କିଭଳି ପରିବର୍ତ୍ତନ କରିଥିଲା, ତାହା ନିକଟରେ ପ୍ରଘଟ ହେବା ପରେ ପୃଥିବୀବ୍ୟାପୀ ହଇଚଇ ସୃଷ୍ଟି ହୋଇଛିପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି କେମ୍ବ୍ରିଜ୍ଆନାଲିଟିକାର ତଥ୍ୟକୁ ହାତେଇ ରାଜନୈତିକ ସଫଳତା ପାଇଛନ୍ତି ବୋଲି କଥା ଉଠିଛିଅନୁରୂପ ଭାବେ କଂଗ୍ରେସ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛି ଭାଜପାଇତିମଧ୍ୟରେ ଫେସ୍ବୁକ୍ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗ କେମ୍ବ୍ରିଜ୍ଆନାଲିଟିକା ଫେସ୍ବୁକରୁ ଉଦ୍ଧୃତ କରିଥିବା ତଥ୍ୟ ବ୍ୟବହାର ବିଷୟକୁ ଜାଣି ତ୍ରୁଟି ସୁଧାରିବେ ବୋଲି କହିବା ସହ କ୍ଷମା ମାଗିଛନ୍ତିଏଠାରେ ଉଲ୍ଲେଖଯୋଗ୍ୟ, ଆମେ ଭାରତୀୟ ପର୍ଯ୍ୟନ୍ତ ଅନ୍ତରଙ୍ଗ ତଥ୍ୟ ଆଧାର ବିଭିନ୍ନ ସ୍ଥାନରେ ଦେଇ ଆସୁଥିବା ସତ୍ତ୍ୱେ ତାହାର ଅପବ୍ୟବହାର ଦିଗକୁ ବୁଝିବାରେ ଅକ୍ଷମସେଥିପାଇଁ ତଥ୍ୟ ଚୋରି ଘଟଣା ଭାରତରେ ବଢ଼ିବାରେ ଲାଗିଛିଜୁକରବର୍ଗ କହିଛନ୍ତି ଯେ ଫେସ୍ବୁକ୍ଏବେ ଏହାର ନିରାପତ୍ତାକୁ ଅଧିକ କଡ଼ାକଡ଼ି କରି ଭାରତ ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକର ନିର୍ବାଚନରେ କିଭଳି ସ୍ବଚ୍ଛତା ବଜାୟ ରଖି ହେବ ସେ ଦିଗରେ କାର୍ଯ୍ୟ କରିବହେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଟୁଇଟ୍ରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହିବାକୁ ଯାଇ ଉଲ୍ଲେଖ କରିଛନ୍ତି ଯେନମୋ ଆପ୍ ଜରିଆରେ ସଂଗୃହୀତ ତଥ୍ୟକୁ ମୋଦି ଆମେରିକୀୟ କମ୍ପାନୀକୁ ପ୍ରେରଣ କରୁଛନ୍ତିଉଲ୍ଲେଖଯୋଗ୍ୟ, ‘ନମୋ ଆପ୍ ହେଉଛି ଏକ ଆପ୍ଲିକେଶନ ଯାହା ଜରିଆରେ ମୋଦି ସରକାରୀ ଯୋଜନା ସମ୍ପର୍କିତ ତଥ୍ୟ ଆଦାନପ୍ରଦାନ କରିଥାନ୍ତିଏହାସହ ସେ ତାଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟବହାରକାରୀଙ୍କୁ ମେସେଜ୍ -ମେଲ୍ଜରିଆରେ ପ୍ରତ୍ୟକ୍ଷ ଭାବେ ଅବଗତ କରାଇଥାନ୍ତିରାହୁଲ ଆହୁରି କହିଛନ୍ତି ଯେ, ଭାରତୀୟଙ୍କ ଉପରେ ଗୋଇନ୍ଦା ନଜର ରଖିବାରେ ମୋଦି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତିଅନ୍ୟପକ୍ଷରେ କଂଗ୍ରେସ ସିଙ୍ଗାପୁର ସର୍ଭରକୁ ତଥ୍ୟ ପଠାଉଛି ବୋଲି ଭାଜପା ଅଭିଯୋଗ ଆଣି ରାହୁଲଙ୍କୁ ସମାଲୋଚନା କରିଛିସଂଗୃହୀତ ତଥ୍ୟର ଦୁରୁପଯୋଗକୁ କିଭଳି ରୋକାଯାଇପାରିବ ତାହା ଉପରେ ଜୁକରବର୍ଗ ଚିନ୍ତିତ ହୋଇପଡ଼ିଥିବା କହୁଛନ୍ତିକିନ୍ତୁ ଆଜିର ଦୁନିଆରେ ବ୍ୟକ୍ତିଗତ ତଥ୍ୟକୁ ଆଧାର କରି ବହୁତ ବଡ଼ ବ୍ୟବସାୟିକ ସଂସ୍ଥା ଗଢ଼ି ଉଠିଲାଣିକେବଳ ଫେସ୍ବୁକ୍ନୁହେଁ, ତାହା ସହ ଗୁଗୁଲ୍ ଆହୁରି ଅନେକ ଇଣ୍ଟରନେଟ୍ସଂସ୍ଥା ଲାଗିପଡ଼ି ଏହିସବୁ ବ୍ୟକ୍ତିଗତ ତଥ୍ୟ ପ୍ରତ୍ୟେକ ଦେଶରୁ ସଂଗ୍ରହ କରୁଛନ୍ତିଅନୁରୂପ ଭାବେ କେମ୍ବ୍ରିଜ୍ଆନାଲିଟିକା ମଧ୍ୟ ଗୋଟିଏ ଏକାକୀ କମ୍ପାନୀ ନୁହେଁ, ତାହାରି ଭଳି ଆହୁରି ଅନେକ ବ୍ୟବସାୟିକ ସଂସ୍ଥା ବଜାରରେ କାର୍ଯ୍ୟ କରିବାକୁ ଆରମ୍ଭ କଲେଣିଏମାନଙ୍କର ମୁଖ୍ୟ କାର୍ଯ୍ୟ ହେଉଛିଡାଟା ମାଇନିଂମାଟିତଳୁ ଲୁହାପଥର କିମ୍ବା କୋଇଲା ଖନନ ଭଳି ଏହି କମ୍ପାନୀଗୁଡ଼ିକ ପ୍ରତ୍ୟେକ ବ୍ୟକ୍ତିବିଶେଷର ସବୁ ତଥ୍ୟ ଖନନ କରିବାରେ ମାତି ଯାଇଛନ୍ତିଏହି ବ୍ୟବସାୟ ଏବେ ଅନେକ ହଜାର ବିଲିୟନ ଡଲାରର ଲାଭ ଦେଇପାରୁଛିଅନ୍ୟପକ୍ଷରେ ଭାରତର ପର୍ଯ୍ୟଟନ ମନ୍ତ୍ରୀ କେ. ଜେ. ଆଲ୍ଫୋନ୍ସ ଆଧାର ପାଇଁ ତଥ୍ୟ ଦେବାରେ କୁଣ୍ଠିତ ହେଉଥିବା ଦେଶବାସୀଙ୍କୁ ସମାଲୋଚନା କରିଛନ୍ତିସେ କହିଛନ୍ତି ଯେ, ବିଦେଶ ଗସ୍ତ ବେଳେ ଗୋରା ଅଧିକାରୀଙ୍କ ଆଗରେ ଭାରତୀୟମାନେ ବିବସ୍ତ୍ର ହେବାକୁ ପଛାଉ ନାହାନ୍ତିଆମେରିକାର ଭିଜା ଫର୍ମରେ ୧୦ ପୃଷ୍ଠା ପୂରଣ କରିବାରେ ଅସୁବିଧା ହେଉନାହିଁକିନ୍ତୁ ଭାରତରେ ସରକାର ତଥ୍ୟ ମାଗିଲେ ସେମାନେ ସମସ୍ୟା ସୃଷ୍ଟି କରୁଛନ୍ତିଉଲ୍ଲେଖଯୋଗ୍ୟ, ଆଲ୍ଫୋନ୍ସ ଉଭୟ ଗୃହର ସଦସ୍ୟ ଥିବା ବେଳେ ମୋଦିଙ୍କ ମନ୍ତ୍ରିମଣ୍ଡଳର ତୃତୀୟ ସମ୍ପ୍ରସାରଣ ବେଳେ ସାମିଲ ହୋଇଥିଲେପୂର୍ବତନ ଅମଲାତନ୍ତ୍ରୀ ଭାବେ ଆଲ୍ଫୋନ୍ସଙ୍କ ଅଭିଜ୍ଞତା ଚାକିରି ଦୁନିଆରେ ସୀମିତ ରହିଛିଦେଶବାସୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇ କର୍ପୋରେଟ୍ଦୁନିଆକୁ କିଭଳି ବିକ୍ରି ହେଉଛି ତାହା ଉପରେ ତାଙ୍କର ଧାରଣା ନାହିଁତେଣୁ ଆଧାରର ବୈଧତାକୁ ନେଇ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କୁ ସମାଲୋଚନା କରୁଛନ୍ତିଏଭଳି ପ୍ରଚ୍ଛଦପଟରେ କୁହାଯାଇପାରେ ଯେ ଯେତେବେଳେ ଫେସ୍ବୁକ୍ପରି ଏକ ଶକ୍ତିଶାଳୀ ସୋସିଆଲ ମିଡିଆ ପ୍ଲାଟଫର୍ମର ତଥ୍ୟକୁ ଚୋରାଇ ନିଆଯାଇପାରୁଛି, ସେତେବେଳେ ଭାରତୀୟ ଟେକ୍ନୋକ୍ରାଟ୍ଙ୍କ ଦ୍ୱାରା ଅତି ଦୁର୍ବଳ ଭାବେ ପ୍ରସ୍ତୁତ ଆଧାର କାର୍ଡ ତଥ୍ୟ ସହଜରେ ହସ୍ତାନ୍ତରଯୋଗ୍ୟନିକଟ ଅତୀତରେ ଆଧାର ତଥ୍ୟ ପ୍ରଘଟ ହେବାର ଅନେକ ପ୍ରମାଣ ମିଳିଛିଦେଖାଯାଉଛି ସାଧାରଣ ଭାରତୀୟ ସରକାରୀ ସୁବିଧା ପାଇବା ପାଇଁ ସେମାନଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ଦେଇଦେବାକୁ ପ୍ରସ୍ତୁତ ହେଉଛନ୍ତିଯେଉଁ ଦେଶରେ ଲୋଭର ବଶବର୍ତ୍ତୀ ହୋଇ କେତେକ ଲୋକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବିଭିନ୍ନ କାର୍ଡର ପିନ୍କୁ ଫୋନ୍କରିଥିବା ଦଲାଲକୁ ଦେଇଦେଉଛନ୍ତି, ସେହି ଦୃଷ୍ଟିରୁ ଦେଖିଲେ କୌଣସି ସ୍ବାର୍ଥ ହାସଲ ପାଇଁ ସବୁଯାକ ବ୍ୟକ୍ତିଗତ ତଥ୍ୟ ଦେବାରେ କୁଣ୍ଠିତ ହେଉନାହାନ୍ତିଆଜିର ନେତୃତ୍ୱ ଭାରତୀୟଙ୍କ ନାଡ଼ି ଚିପି ସାରିଥିବାରୁ ସେମାନଙ୍କ ପସନ୍ଦ ଆବଶ୍ୟକତାକୁ ଦେଖି ତଥ୍ୟ ସଂଗ୍ରହ କରୁ୍ଛନ୍ତିଫଳରେ ତାହା ବିକ୍ରିଯୋଗ୍ୟ ହୋଇପାରୁଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ସେମାନଙ୍କୁ ସହାୟକ ହେଉଛିସଚେତନ ହେଲେ ଭାରତୀୟମାନେ ବିଶ୍ୱ ବଜାରରେ କ୍ରୀତଦାସ ଭାବେ ବିକ୍ରି ହୋଇଯିବେ
-dharitri.com

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...