Showing posts with label ଅପରାଧୀକରଣ. Show all posts
Showing posts with label ଅପରାଧୀକରଣ. Show all posts

Wednesday, 26 September 2018

ଉତ୍ତମ ରାୟ



ଭାରତୀୟ ରାଜନୀତିରେ ଅପରାଧୀକରଣ ପ୍ରସଙ୍ଗ ଦୀର୍ଘ ବର୍ଷ ଧରି ରହିଆସିଛି। ଅତୀତକୁ ଦେଖିଲେ ଉତ୍ତର ଭାରତରେ ରାଜନେତାଙ୍କୁ ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିମାନେ ସମର୍ଥନ କରିଆସୁଥିଲେ। କିନ୍ତୁ  ଏହି ବ୍ୟକ୍ତିମାନେ ଯେତେବେଳେ ସିଧାସଳଖ ରାଜନୀତିକୁ ଆସିବା ପାଇଁ ମନ ବଳାଇଲେ, ସେତେବେଳେ ନେତାମାନେ ସେମାନଙ୍କୁ ଅଟକାଇ ପାରିଲେ ନାହିଁ। ଫଳରେ ଲୋକ ସଭା ଓ ରାଜ୍ୟ ବିଧାନସଭାରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ କେତେକ ନିର୍ବାଚିତ ହେବାରେ ଲାଗିଲେ। ପରିସ୍ଥିତି ଗମ୍ଭୀର ହେବା ପରେ ଏହି ପ୍ରସଙ୍ଗ ବିରାଟ ରୂପ ଧାରଣ କରିଛି। କେଉଁ ଧରଣର ଅପରାଧ ଥିଲେ ଜଣେ ନିର୍ବାଚନ ଲଢ଼ିପାରିବେ ନାହିଁ ତାହା ଉପରେ ଅନେକ ସମୟରେ ବିତର୍କ ଲାଗି ରହିଛି। ତେବେ ସମ୍ପୂର୍ଣ୍ଣ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଆଇନ ରହିଛି। କିନ୍ତୁ ଜଣଙ୍କ ନାମରେ ଚାର୍ଜଶିଟ୍‌ ବା ଅଭିଯୋଗଫର୍ଦ୍ଦ ଦାଖଲ ହୋଇଥିଲେ ତାଙ୍କୁ ନିର୍ବାଚନ ପାଇଁ ଅଯୋଗ୍ୟ ଘୋଷଣା କରାଯିବା ଦରକାର ବୋଲି ହୋଇଥିବା ଏକାଧିକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୫ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ ହୋଇଥିଲେ ମଧ୍ୟ ସେ ନିର୍ବାଚନ ଲଢ଼ିପାରିବେ। ଏ ସଂକ୍ରାନ୍ତରେ ପାର୍ଲାମେଣ୍ଟ ନିଷ୍ପତ୍ତି ନେଉ। ରାଜନୀତିରୁ ଅପରାଧକୁ ଦୂରେଇ ଦେବା ଲାଗି ଆଇନ ପ୍ରଣୟନକାରୀମାନେ ଆଇନ ଆଣିବା ଦରକାର ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଲକ୍ଷ୍ମଣରେଖା ଅତିକ୍ରମ କରିବାକୁ ଚାହିଁ ନାହାନ୍ତି। କାର୍ଯ୍ୟପାଳିକା ଚାହିଁଲେ ଅପରାଧ ରୋକାଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି। 
ଏଠାରେ ଏକ ଉଦାହରଣ ଦିଆଯାଇପାରେ। ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉନ୍ନତିମୂଳକ କାର୍ଯ୍ୟ ହେଉ ନ ଥିଲେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥାଆନ୍ତି ବା ସ୍ଥଳବିଶେଷରେ ସଭା କରି ପ୍ରତିବାଦ କରୁଥିବା ଦେଖାଯାଏ। ଏଭଳି ପରିସ୍ଥିତିରେ ସ୍ଥାନୀୟ ନେତା ବା ବିଧାୟକ କିମ୍ବା ସାଂସଦ ପ୍ରତିବାଦ କରୁଥିବା ଲୋକଙ୍କ ସହ ସାମିଲ ହେବାକୁ ବାଧ୍ୟ ହୋଇଥାଆନ୍ତି। ଏହି ପରିପ୍ରେକ୍ଷୀରେ ଥାନାବାବୁମାନେ ଆନ୍ଦୋଳନ ବା ବିକ୍ଷୋଭ କରୁଥିବା ଲୋକଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅବରୋଧ ହଟାଇବା ପାଇଁ ପଦକ୍ଷେପ ନେଇଥାଆନ୍ତି। ତେଣୁ ସମ୍ପୃକ୍ତ ରାଜନେତାମାନେ ମଧ୍ୟ ପୋଲିସ ଅଫିସରଙ୍କ ଆକ୍ରୋଶର ଶିକାର ହୋଇଥାଆନ୍ତି। ସମସ୍ତେ ଜାଣନ୍ତି, ସ୍ଥାନୀୟ ଅଞ୍ଚଳରେ ସରକାର କହିଲେ ବିଡିଓ, ତହସିଲଦାର, କନିଷ୍ଠ ଯନ୍ତ୍ରୀ ଏବଂ ଥାନାବାବୁଙ୍କୁ ବୁଝାଯାଇଥାଏ। ତେଣୁ ନିର୍ଦ୍ଦିଷ୍ଟ ଥାନା ଅଞ୍ଚଳରେ ଘଟିଥିବା ଘଟଣାରେ ଥାନା ଅଧିକାରୀ ସମ୍ପୃକ୍ତ ରାଜନେତାଙ୍କ ଉପରେ ମାମଲା ରୁଜୁ କରିଥାଆନ୍ତି। ତାହାହେଲେ ହିଁ ଗିରଫ ଯଥାର୍ଥ ହୋଇଥାଏ। ଏପରିକି ସେହି ପୋଲିସ ଅଫିସର ଅତିଶୀଘ୍ର ଏଭଳି ଘଟଣାରେ ଅଭିଯୋଗଫର୍ଦ୍ଦ ପ୍ରସ୍ତୁତ କରିଥାଆନ୍ତି। ସାଧାରଣରେ ଥାନା ଅଧିକାରୀମାନେ ବାସ୍ତବ ଅପରାଧ ଘଟଣାରେ ଏହି ଅଭିଯୋଗଫର୍ଦ୍ଦ ଦାଖଲ କରିବାରେ ଅହେତୁକ ବିଳମ୍ବ କରୁଥିବା ବେଳେ ରାଜନେତାମାନଙ୍କ ବିରୋଧରେ ତତ୍‌କ୍ଷଣାତ୍‌ ପଦକ୍ଷେପ ନେଇଥାଆନ୍ତି।
ଭାରତରେ ନିର୍ବାଚନ ସଂସ୍କାର ଦାବି କରୁଥିବା ଗୋଟିଏ ଗୋଷ୍ଠୀ ଚାହୁଁଥିଲା ଯେ, ଥାନା ତରଫରୁ ଅଭିଯୋଗଫର୍ଦ୍ଦ କଚେରିରେ ଦାଖଲ ହେବା ମାତ୍ରେ ନିର୍ବାଚିତ ପ୍ରତିନିଧି କିମ୍ବା ନିର୍ବାଚନ ଲଢ଼ିବାକୁ ଯାଉଥିବା ପ୍ରାର୍ଥୀ ଅଯୋଗ୍ୟ ଘୋଷିତ ହେବା ଉଚିତ। ଅପରପଟେ ମିଥ୍ୟାରେ ପୋଲିସ ଦ୍ୱାରା ଦିଆଯାଇଥିବା ମାମଲାଗୁଡ଼ିକ ଅଧିକାଂଶ ସମୟରେ ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥାଏ। ଏ କ୍ଷେତ୍ରରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ସତ୍ତ୍ୱେ ଲୋକପ୍ରତିନିଧିଙ୍କ ସୁଯୋଗ ହାତଛଡ଼ା ହୋଇଯାଇଥାଏ। ଅର୍ଥାତ୍‌ ସରକାରୀ କର୍ମଚାରୀଙ୍କ ହାତରେ ରାଜନେତାଙ୍କ ଭାଗ୍ୟଡୋରି ସର୍ବଦା ବନ୍ଧା ପଡ଼ିଥାଏ। ଆମ ଦେଶ ବିଶେଷକରି ଆମ ରାଜ୍ୟର ଥାନାଗୁଡ଼ିକରେ ଥିବା ଅଧିକାଂଶ ପୋଲିସ ଅଫିସରଙ୍କ ନୈତିକତା ଓ ସଚ୍ଚୋଟପଣିଆ ସମ୍ପର୍କରେ ରାଜ୍ୟବାସୀ ଅତି ଭଲ ଭାବେ ଜାଣିଛନ୍ତି। ସାଧାରଣ ଲୋକ ବାଛିଥିବା ପ୍ରତିନିଧିର ଭାଗ୍ୟ ଯେତେବେଳେ ଏହିଭଳି ସରକାରୀ କର୍ମଚାରୀଙ୍କ ହାତରେ ସମ୍ପୂର୍ଣ୍ଣ ଭାବେ ବନ୍ଧା ପଡ଼ିଯିବ, ସେତେବେଳେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ। ଉପରେ କରାଯାଇଥିବା ଅବତାରଣା ଏକ କ୍ଷୁଦ୍ର ଦୃଷ୍ଟାନ୍ତ ମାତ୍ର। ତେଣୁ ସୁପ୍ରିମକୋର୍ଟ ବିଭିନ୍ନ ଦିଗକୁ ବିଚାର କରି ଦେଇଥିବା ରାୟ ଅତି ଉତ୍ତମ।

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...