Showing posts with label ସୁରକ୍ଷା. Show all posts
Showing posts with label ସୁରକ୍ଷା. Show all posts

Sunday, 29 July 2018

ମହିଳାଙ୍କ ପାଇଁ ଥିବା ୫ଟି ଆଇନଗତ ଅଧିକାର


ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ ଥିବା ୫ଟି ଆଇନଗତ ଅଧିକାର ସମ୍ବନ୍ଧରେ


ଅନେକ ମହିଳା ନିଜର ଆଇନଗତ ଅଧିକାର ସମ୍ବନ୍ଧରେ ଅବଗତ ନଥାନ୍ତିଆଉ ଏଥିପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବା ପାଇଁ ପଡ଼େତେବେ ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ ହୋଇଥିବା ଆଇନ୍ବିଷୟରେ ଯାହା ବିଷୟରେ ପ୍ରାୟ ମହିଳା ଅଜ୍ଞ ଥାଆନ୍ତି
ରାତିରେ ମହିଳାଙ୍କୁ ଗିରଫ କରିପାରିବ ନାହିଁ ପୁଲିସ :

ସୁପ୍ରିମକୋର୍ଟ ଆଦେଶ ଅନୁସାରେ କୌଣସି ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ଗିରଫ କରାଯାଇ ପାରିବ ନାହିଁପ୍ରାୟତଃ ୬ଟା ପରେ ସୂର୍ଯ୍ୟ ଅସ୍ତ ହୋଇଯାଆନ୍ତିଅନେକ ମହିଳା ନିଜର ଏହି ଅଧିକାର ବିଷୟରେ ଅଜ୍ଞ ଥାଆନ୍ତିମହିଳା ପୁଲିସ୍ମଧ୍ୟ ମହିଳାଙ୍କୁ ରାତିରେ ଗିରଫ କରିପାରିବେ ନାହିଁତେବେ ସଙ୍ଗୀନ ପରିସ୍ଥିତି ହୋଇଥିଲେ ଲିଖିତ ଆକାରରେ ମାଜଷ୍ଟ୍ରେଟଙ୍କ ଠାରୁ ଅନୁମତି ଆଣି ଗିରଫ କରାଯାଇପାରିବ
ଗୋପନୀୟତା ଅଧିକାର

ଦୁଷ୍କର୍ମ ପୀଡିତା ନିଜର ବୟାନ ଗୋପନ ସ୍ଥାନରେ ଦେବାର ଅଧିକାର ରହିଛିତେବେ ଏହି ସମୟରେ କେବଳ ମାଜିଷ୍ଟ୍ରେଟ୍ହିଁ ମହିଳାଙ୍କ ସହିତ ରହିପାରିବେପୀଡିତା ମହିଳା ଜଣକ କେବଳ ମହିଳା କନେଷ୍ଟବଳ ପୁଲିସ ଅଧିକାରୀଙ୍କୁ ଗୋପନୀୟ ଭାବେ ନିଜର ବୟାନ ଦେଇପାରିବେଏହିପରି ଘଟଣାରେ ପୁଲିସ ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ବୟାନ ଦେବା ପାଇଁ ବାଧ୍ୟ କରିପାରିବ ନାହିଁ
ଅନେକ ସମୟ ବ୍ୟବଧାନରେ ଅଭିଯୋଗ କରିପାରିବେ ମହିଳା

ସମାଜ, ପରିବାର ଅନ୍ୟ କୌଣସି କାରଣ ବଶତଃ ପୀଡିତା ଯଦି ଘଟଣାଦିନ ଅଭିଯୋଗ କରିପାରି ନାହାନ୍ତି, ତେବେ ପରେ ମହିଳା ଅଭିଯୋଗ କରିପାରିବେଆଉ ପୁଲିସ୍କମ୍ଲେନ ରେଜିଷ୍ଟର କରିବା ପାଇଁ ମନା କରିପାରିବେ ନାହିଁମହିଳା ଇମେଲ ଜରିଆରେ ମଧ୍ୟ ଅଭିଯୋଗ କରିପାରିବେ
ପଚରା ଉଚରା ପାଇଁ ଡାକି ପାରିବେ ନାହିଁ ପୁଲିସ

କୌଣସି ମହିଳାଙ୍କୁ ପଚରାଉଚୁରା ପାଇଁ ପୁଲିସ ଷ୍ଟେସନ୍ଡକାଯାଇ ପାରିବ ନାହିଁପୁଲିସ ମହିଳାଙ୍କୁ ତାଙ୍କ ଘରେ କେହି ମହିଳା କନେଷ୍ଟବଳଙ୍କ ଉପସ୍ଥିତିରେ ପଚରାଉଚୁରା କରିପାରିବେ
ଜିରୋ ଏଫଆଇଆର ଅଧିକାର

ଦୁଷ୍କର୍ମ ପୀଡିତାଙ୍କୁ ଜିରୋ ଏଫଆଇଆରର ଅଧିକାର ରହିଛିଏପରି କେସରେ ମହିଳା କୌଣସି ବି ପୁଲିସ ଷ୍ଟେସନରେ ଅଭିଯୋଗ ରେଜିଷ୍ଟର କରିପାରିବେ

Tuesday, 20 February 2018

'ନିର୍ଭୟା ପାଣ୍ଠି' ବନାମ ପୀଡ଼ିତା



ଏମିତି କୌଣସି ମୁହୂର୍ତ୍ତ ନାହିଁ, ଯେତେବେଳେ ଦେଶର କେଉଁଠି ନା କେଉଁଠି ଜଣେ ମହିଳା କିମ୍ବା ବାଳିକା ଅପରାଧର ଶିକାର ହେଉ ନାହାନ୍ତିପ୍ରତ୍ୟେକ ମୁହୂର୍ତ୍ତରେ ଦେଶର ମହିଳାଙ୍କ ସମ୍ମାନ ସୁରକ୍ଷା ବିପନ୍ନଅଥଚ, ଏମିତି ଗୋଟିଏ ଦିନ ନାହିଁ ଦେଶର କୌଣସି ବଡ଼ ନେତା କିମ୍ବା ବିଶିଷ୍ଟ ବ୍ୟକ୍ତି ମହିଳାଙ୍କ ସୁରକ୍ଷା ନାରୀ ସଶକ୍ତୀକରଣର ଆବଶ୍ୟକତା ଅପରିହାର୍ଯ୍ୟତା ବିଷୟରେ ଲମ୍ବା ପ୍ରବଚନ ଶୁଣାଉ ନାହାନ୍ତିଏହା ନାରୀଙ୍କ ସୁରକ୍ଷା ସମ୍ମାନ ପ୍ରସଙ୍ଗରେ ଆମର ସାମୂହିକ ଛଳନା ଶଠତାର ଦୁଃଖଦ ବୟାନମୁହଁରେ ଯେତେ ବଡ଼ ବଡ଼ କଥା କହିଲେ ବି, ତା ପଛରେ ଯଦି ନିଷ୍ଠା ଆନ୍ତରିକତା ଥାଏ, କଥା କଦାପି କାମରେ ପ୍ରତିଫଳିତ ହୁଏ ନାହିଁମହିଳା ସୁରକ୍ଷା ନାରୀ ସଶକ୍ତୀକରଣ କ୍ଷେତ୍ରରେ ଠିକ୍ଏହାହିଁ ଘଟୁଛି; କେବଳ ଏହା ଏକ ଫମ୍ପା ରାଜନୈତିକ ସ୍ଲୋଗାନ ହୋଇ ରହିଯାଇଛିସରକାରୀ ସ୍ତରରେ ନାରୀ ସୁରକ୍ଷା ପ୍ରସଙ୍ଗରେ ଛଳନା ଶଠତାର ଏକ କଳା ଇସ୍ତାହାର ହେଲା ମହିଳାଙ୍କ ସୁରକ୍ଷା ପାଇଁ ଉତ୍ସର୍ଗୀକୁ ତନିର୍ଭୟା ପାଣ୍ଠି ବିନିଯୋଗ ସଂକ୍ରାନ୍ତ ହିସାବ ଫର୍ଦ

୨୦୧୨ ଡିସେମ୍ବରରେ ରାଜଧାନୀ ଦିଲ୍ଲୀରେ ଘଟିଥିବା ଲୋମହର୍ଷଣକାରୀ ନିର୍ଭୟା ଘଟଣା ଦେଶବାସୀଙ୍କ ସାମୂହିକ ବିବେକକୁ ଦୋହଲାଇ ଦେଇଥିଲାମହିଳାଙ୍କ ସୁରକ୍ଷା ଦାବିରେ ସାରା ଦେଶର ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେଜନ ଆକ୍ରୋଶର ତାତିରେ ସଂସଦରେ ମହିଳାଙ୍କ ସୁରକ୍ଷା ପାଇଁ, ବିଶେଷ କରି ଯୌନ ଅପରାଧ ବିରୋଧରେ ଆଇନକୁ କଠୋର କରାଗଲାତା ସହିତ ଯୌନ ଅପରାଧର ଶିକାର ପୀଡ଼ିତାଙ୍କ ସହାୟତା ତଥା କଲ୍ୟାଣ ସୁରକ୍ଷା ବ୍ୟବସ୍ଥାକୁ ଦୋରସ୍ତ କରିବା ଉଦ୍ଦେଶ୍ୟରେ ଏକ ଉତ୍ସର୍ଗୀକୁ ତ ପାଣ୍ଠି ଗଠନ କରାଗଲାକିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା, ବିଗତ ପାଞ୍ଚବର୍ଷରେ ଏହି ସ୍ୱତନ୍ତ୍ରନିର୍ଭୟା ପାଣ୍ଠିରେ ,୧୦୦ କୋଟି ଟଙ୍କା ଜମା ହୋଇ ସାରିଥିଲେ ସୁଦ୍ଧା ସେଥିରୁ ୩୦ ପ୍ରତିଶତ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇ ପାରି ନାହିଁ୨୦୧୭-୧୮ ବର୍ଷ ବେଳକୁ ଏଥିରେ ଜମା ,୭୧୧ କୋଟି ଟଙ୍କାରୁ ମାତ୍ର ୧୨୫ କୋଟି ଟଙ୍କା ଖର୍ଚ୍ଚ ହୋଇ ପାରିଛିଚଳିତ ୨୦୧୮-୧୯ ବଜେଟରେନିର୍ଭୟା ପାଣ୍ଠିପାଇଁ ୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛିଏହା ଆମ ଦେଶରେ ଯୋଜନାର ଏକ ବିଡ଼ମ୍ବିତ ଚରିତ୍ରଅନେକ ଯୋଜନା ପାଣ୍ଠି ଅଭାବରୁ କାର୍ଯ୍ୟକାରୀ ହୋଇ ପାରୁନାହିଁଅଥଚ ଆଉ କେତେକ କ୍ଷେତ୍ରରେ ପର୍ଯ୍ୟାପ୍ତ ପାଣ୍ଠି ଥିଲେ ମଧ୍ୟ ଧାର୍ଯ୍ୟ ଉଦ୍ଦେଶ୍ୟରେ ତାର ବିନିଯୋଗ କରାଯାଇପାରୁନାହିଁ

ନିର୍ଭୟା ପାଣ୍ଠି ମାତ୍ର ୩୦ ପ୍ରତିଶତ ବିନିଯୋଗ ହୋଇ ଅବଶିଷ୍ଟ ୭୦ ପ୍ରତିଶତ ଅର୍ଥ ପଡ଼ି ରହିବା ସରକାରୀ କଳର ଅନେକ ବିଲକ୍ଷଣ ପ୍ରତି ଇଙ୍ଗିତ କରୁଛିପ୍ରଥମତଃ, ମହିଳା ସୁରକ୍ଷା ପ୍ରସଙ୍ଗରେ ଅନୁସନ୍ଧାନ ଲାଗି ନିୟୋଜିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ ଲାଗି ୩୨୪ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ସୁଦ୍ଧା ତା ଯାବତ୍ବିନିଯୋଗ ହୋଇପାରିନାହିଁକମ୍ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ତରବରିଆ ଭାବେ ଅର୍ଥ ଖର୍ଚ୍ଚ ହେଉଛି, ଅଥଚ ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ଟଙ୍କା ଖର୍ଚ୍ଚ ହେଉ ନାହିଁ, ପଡ଼ି ରହୁଛିମଧ୍ୟପ୍ରଦେଶ ସରକାର ଦୁଷ୍କର୍ମ ପୀଡ଼ିତାମାନଙ୍କୁ ଜଣ ପିଛା ହାରାହାରି ମାତ୍ର ,୫୦୦ ଟଙ୍କା କ୍ଷତିପୂରଣ ଭାବେ ପ୍ରଦାନ କରିଥିବା ନେଇ ମାନ୍ୟବର ସର୍ବୋଚ୍ଚ ଅଦାଲତ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି କ୍ଷେତ୍ରରେନିର୍ଭୟା ପାଣ୍ଠି ଉପଯୋଗ ଉଚିତ ହୁଅନ୍ତା ନାହିଁ?

ଏହା ସୂଚାଉଛି? ନାରୀ ସୁରକ୍ଷା ପ୍ରସଙ୍ଗ ଯେଉଁ ଗୁରୁତ୍ୱର ଅପେକ୍ଷା ରଖୁଛି ସରକାରୀ କଳ ସେ ନେଇ ସଚେତନ ନୁହନ୍ତିବରଂ ଚରମ ଭାବେ ଉଦାସୀନକିନ୍ତୁ ଏହି ଉଦାସୀନତା ସାମାଜିକ ଅର୍ଥନୈତିକ ଦୃଷ୍ଟିରୁ ଭାରତ ପାଇଁ ବେଶ୍ମହଙ୍ଗା ପଡୁଛିଆଜି ଆମ ଦେଶର ଶ୍ରମଶକ୍ତିରେ ମହିଳାଙ୍କ ଯୋଗଦାନ ଆଶାଜନକ ନୁହେଁ୨୦୦୫-୦୬ରେ ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରି ୩୬ ପ୍ରତିଶତ ଥିଲାଗୋଟିଏ ଦଶକ ପରେ ଏହା ବଢ଼ିବ କମି ୨୪ ପ୍ରତିଶତରେ ପହଞ୍ଚିଛିଏହାର ଅନେକ କାରଣ ମଧ୍ୟରେ ସୁରକ୍ଷା ନେଇ ମହିଳାଙ୍କ ଚିନ୍ତା ହେଉଛି ଅନ୍ୟତମଭାରତୀୟ ସମାଜରେ ଥିବା ଲିଙ୍ଗଗତ ବୈଷମ୍ୟର ସବୁଠାରୁ ଭୟଙ୍କର ପ୍ରତିଫଳନ ହେଲା ମହିଳାଙ୍କ ବିରୋଧରେ କ୍ରମବର୍ଦ୍ଧିଷ୍ଣୁ ଅପରାଧ, ବିଶେଷକରି ଯୌନ ଅପରାଧକଠୋର ଆଇନ ନିୟମ ସତ୍ତ୍ୱେ କର୍ମକ୍ଷେତ୍ରରେ ମହିଳାଙ୍କ ପାଇଁ ଶତପ୍ରତିଶତ ସୁରକ୍ଷା ସମାନତାର ପରିବେଶ ନିଶ୍ଚିତ କରାଯାଇ ପାରୁନାହିଁଯେଉଁ କର୍ମକ୍ଷେତ୍ରରେ ମହିଳାମାନଙ୍କ ସୁରକ୍ଷା ନେଇ ପରିବେଶ ଅଧିକ ଉନ୍ନତ, ସେଇଠି ମହିଳାଙ୍କ ଭାଗୀଦାରି ମଧ୍ୟ ଅଧିକଏଣୁ ଶ୍ରମ ଶକ୍ତିରେ ମହିଳାଙ୍କ ସଂଖ୍ୟା ହ୍ରାସ ମହିଳାଙ୍କ ସୁରକ୍ଷା ନେଇ ସରକାରୀ କଳର ସମ୍ବେଦନଶୂନ୍ୟତା ତଥା ଉଦାସୀନତା ପ୍ରତି ଏକ ଇଙ୍ଗିତଏବଂ ଏହି ସମ୍ବେଦନଶୂନ୍ୟତାର ଆଉ ଏକ ସିଧା ପରିଣାମ ହେଉଛିନିର୍ଭୟା ପାଣ୍ଠି ଅନୁପଯୋଗ

ଯଦି ଶାସନ କଳ ନାରୀ ସୁରକ୍ଷା ପ୍ରସଙ୍ଗରେ ସମ୍ବେଦନଶୀଳ ହୋଇଥାନ୍ତେ, ତେବେ ନିଶ୍ଚିତ ଭାବେ କିଛି ନା କିଛି ଯୋଜନାର ପରିକଳ୍ପନା କରି ତା ରୂପାୟନରେ ପାଣ୍ଠି ବିନିଯୋଗ କରିଥାନ୍ତେଗତ ପାଞ୍ଚବର୍ଷରେ କେବଳ ମାତ୍ର ୨୧ଟି ଯୋଜନା ରୁଡ଼ାନ୍ତ କରାଯାଇଛି ଏବଂ ସେଥିରୁ ୧୭ଟି କାର୍ଯ୍ୟକାରିତାର ପର୍ଯ୍ୟାୟରେ ରହିଛିଆହୁରି ଦୁର୍ଭାଗ୍ୟର ବିଷୟ ହେଲା ଯେଉଁ ସବୁ ଯୋଜନା ହାତକୁ ନିଆଯାଉଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଠିକ୍ଭାବେ କାର୍ଯ୍ୟକାରୀ ହେଉ ନାହିଁଫଳରେ ସେଥିରୁ ଈପ୍ସିତ ସୁଫଳ ମିଳୁନାହିଁଉଦାହରଣ ସ୍ୱରୂପ ଯୌନ ଅପରାଧ ପୀଡ଼ିତାଙ୍କ ଲାଗି ଗୋଟିଏ ସ୍ଥାନରେ ଚିକିତ୍ସା ସୁବିଧା ଠାରୁ ଆରମ୍ଭ କରି ଆର୍ଥିକ ସହାୟତା, ଥଇଥାନ ପର୍ଯ୍ୟନ୍ତ ସବୁ ପ୍ରକାର ସାହାଯ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏନିର୍ଭୟା କେନ୍ଦ୍ରଖୋଲାଯିବା ପ୍ରସ୍ତାବର କାର୍ଯ୍ୟକାରିତା ଅଧାପନ୍ତରିଆ

ପୁଣି ତରବରିଆ ଭାବେ ପାଣ୍ଠି ବିନିଯୋଗର ବ୍ୟଗ୍ରତା ମଧ୍ୟରେ ଅନେକ କ୍ଷେତ୍ରରେ ଅନାବଶ୍ୟକ ଖର୍ଚ୍ଚ କରାଯାଉଛିଯେମିତି, ରେଳଡବାରେ ସିସିଟିଭିର ବ୍ୟବସ୍ଥାମହିଳା ଯାତ୍ରୀଙ୍କ ପାଇଁ ସିସିଟିଭିର ବ୍ୟବସ୍ଥା ଲାଗି ରେଳବାଇ ପାଖରେ ପାଣ୍ଠିର ଅଭାବ ନାହିଁଅଥଚ, ‘ନିର୍ଭୟା ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଉଛିଅନ୍ୟପକ୍ଷରେ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଛି ଯେ ପୁରୁଷଙ୍କ ସହ ସମାନ ହୋଇ ଯଦି ମହିଳାମାନେ କର୍ମକ୍ଷେତ୍ରକୁ ଆସନ୍ତି ତେବେ, ଦେଶର ଜିଡିପିରେ ୧୬ରୁ ୬୦ ପ୍ରତିଶତ ଅଭିବୃଦ୍ଧି ହୋଇ ପାରିବ

ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରି ସେତେବେଳେ ବଢ଼ି ପାରିବ, ଯେତେବେଳେ କର୍ମକ୍ଷେତ୍ରରେ, ରାସ୍ତାରେ, ରେଳ ସଡ଼କରେ, ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ଲାଗି ସୁରକ୍ଷାର ବାତାବରଣକୁ ନିଶ୍ଚିତ କରାଯାଇ ପାରିବତେଣୁନିର୍ଭୟା ପାଣ୍ଠି ପୂର୍ଣ୍ଣ ମାତ୍ରାରେ ସୁବିନିଯୋଗରୁ ହିଁ ସଂକେତ ମିଳିବ ଯେ, ଦିଗରେ ସରକାରୀ କଳ ନିଜ କର୍ତ୍ତବ୍ୟ ପ୍ରତି ସଚେତନ

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...