Showing posts with label ସାଇବରକ୍ରାଇମ୍‌. Show all posts
Showing posts with label ସାଇବରକ୍ରାଇମ୍‌. Show all posts

Wednesday, 22 November 2017

ଅଶ୍ଳୀଳ ଭିଡିଓ ଭାଇରାଲକାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡ



ହ୍ବାଟ୍‌ସଆପ, ଫେସ୍‌ବୁକ୍‌ ଭଳି ବିଭିନ୍ନ ସୋସିଆଲ ମିଡିଆରେ ଦିନକୁ ଦିନ ଆପତ୍ତିଜନକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଯୁବତୀଙ୍କ ଆପତ୍ତିଜନକ ଦୁର୍ବଳ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡିବା ଏକ ରୁଗ୍ନ ମାନସିକତା ଭାଇରାଲ୍ ଭିଡିଓର ବ୍ୟାଧି ମୋବାଇଲ୍ରୁ ମୋବାଇଲ୍ ଡେଉଁଛିଯୁବତୀ ମହିଳାଙ୍କ ଇଜ୍ଜତ ମୟୂରଭଞ୍ଜରୁ କେନ୍ଦୁଝର ସବୁଠି ନିଲାମ ହେଉଛିଯାହା ସୂଚାଇ ଦେଉଛି ସାମାଜିକ ଅଧୋପତନର ଚିତ୍ରଏହାର ମୁକାବିଲା ଲାଗି ଅଣ୍ଟା ଭିଡିଛି ପୋଲିସ ଆପତ୍ତିଜନକ ଭିଡିଓ ସୁଟିଂ, ସୋସିଆଲ ମିଡିଆରେ ପୋଷ୍ଟିଂ ଏହାର ପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏଥିପାଇଁ ଏସ୍ପି ଡିସିପିଙ୍କ ଲାଗି ପୋଲିସ ଡିଜି ଜାରି କରିଛନ୍ତି ଷ୍ଟାଣ୍ଡାର୍ଡ ଅପେରେଟିଂ ପ୍ରୋସେଜିଅର(ଏସ୍ଓପି) ଏଭଳି ଅଭିଯୋଗ ଆସିଲେ ତାର କେମିତି ତଦନ୍ତ ହେବ ଅଭିଯୁକ୍ତଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ କରାଯାଇପାରିବ, ସେନେଇ ଏଥିରେ ନିର୍ଦ୍ଦେଶ ଦିଆଯାଇଛି ସେହିପରି ଏଭଳି ଘଟଣାକୁ ନେଇ ସମ୍ବେଦନଶୀଳ ହେବା ଲାଗି ଜନସାଧାରଣଙ୍କ ପାଇଁ ପୋଲିସ ଆଡଭାଇଜରି ମଧ୍ୟ ଜାରି କରିଛି ଏହାକୁ ରୋକିବା ଲାଗି ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ରାଜେନ୍ଦ୍ର ପ୍ରସାଦ ଶର୍ମା ବୁଧବାର ଆଡ୍ଭାଇଜରି ଜାରି କରିଛନ୍ତିଏହି ଆଇନ ଏବଂ ସାଇବର ଅପରାଧ ସଂକ୍ରାନ୍ତ ଦଣ୍ଡବିଧାନ ବିଷୟରେ ସାଧାରଣରେ ସଚେତନତା ସୃଷ୍ଟି କରିବାକୁ ପ୍ରତ୍ୟେକ ଜିଲାର ଏସ୍ପି ଭୁବନେଶ୍ୱର ଡିସିପିଙ୍କୁ ଶର୍ମା ପରାମର୍ଶ ଦେଇଛନ୍ତିସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଅଶ୍ଳୀଳ ଫଟୋ ଏବଂ ଭିଡିଓ ଯେହେତୁ ଏକ ଅପରାଧ, ତେଣୁ ଏହାକୁ ନେଇ ରୁଜୁ ହେଉଥିବା ମାମଲାଗୁଡ଼ିକର ତଦନ୍ତ ପ୍ରକ୍ରିୟା କିଭଳି ହେବ ସେନେଇ ଜିଲା ଏସ୍ପି ଡିସିପିଙ୍କ ପାଇଁ ଧାର୍ଯ୍ୟ ନିୟମାବଳୀ ଜାରି କରାଯାଇଛିଅଶ୍ଳୀଳ ଫଟୋ ଭିଡିଓଗୁଡ଼ିକ ଭାଇରାଲ ହେବା ଦ୍ୱାରା ଯୁବତୀମାନେ ମାନସିକ ଭାବେ ନିର୍ଯାତିତ ହେଉଛନ୍ତିକେତେକ କ୍ଷେତ୍ରରେ ସେମାନେ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳୁଛିଏଥିପାଇଁ ଭିଡିଓ ଏବଂ ଫଟୋଗୁଡ଼ିକୁ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ କିଭଳି ତଥ୍ୟ ସଂଗ୍ରହ କରାଯିବ ସେନେଇ ଡିଜିପି ଆଡଭାଇଜରିରେ ଉଲ୍ଲେଖ କରିଛନ୍ତିଅଶ୍ଳୀଳ ଭିଡିଓ କିପରି ଭାଇରାଲ ହେବ ତାହାକୁ ରୋକିବା ଦିଗରେ ସଚେତନତା ଜରୁରୀଏଥିରେ ଗଣମାଧ୍ୟମର ପ୍ରମୁଖ ସହଯୋଗ ଆବଶ୍ୟକ ବୋଲି ଡିଜିପି କହିଛନ୍ତିବର୍ତ୍ତମାନ ସମୟର ଯୁବପିଢ଼ି ଦାମୀ ସ୍ମାର୍ଟ ଫୋନ ବ୍ୟବହାର କରୁଥିବାରୁ ନିଜର ବାନ୍ଧବୀଙ୍କ ସହ କାଟୁଥିବା ବ୍ୟକ୍ତିଗତ ସମୟର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ନିଜ ପାଖରେ ରଖୁଛନ୍ତିପରବର୍ତ୍ତୀ ସମୟରେ ଯଦି ସମ୍ପର୍କରେ ତିକ୍ତତା ଆସୁଛି, ତେବେ ତାହାକୁ ସେମାନେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରି ଯୁବତୀମାନଙ୍କୁ ବ୍ଲାକମେଲିଂ କରୁଛନ୍ତିଏହାକୁ ଦୃଷ୍ଟିରେ ରଖି ଏହି ଆଡଭାଇଜରି ଜାରି କରାଯାଇଛି

' ରହିଛି ପୋଲିସ ଡିଜିଙ୍କ ଆଡଭାଇଜରି

: ଆଡଭାଇଜରିରେ ଉଲ୍ଲେଖ ରହିଛି ଯେ, କୌଣସି ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ମୁହୂର୍ତ୍ତର ଫଟୋ ଉଠାଇବା ଏବଂ ଏହାର ଭିଡିଓ ତିଆରି କରିବାରେ କେହି ସମ୍ପୃକ୍ତ ଥିଲେ ଆଇପିସିର ଧାରା ୩୫୪(ସି) ଅନୁଯାୟୀ ୧ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି।
: ଆଇଟି ଆକ୍ଟର ସେକ୍ସନ ୬୬ ଅନୁସାରେ ଆପତ୍ତି ଭିଡିଓ ସୁଟିଂ କଲେ ଅଭିଯୁକ୍ତଙ୍କୁ ବର୍ଷର ସଜା ହେବ

: ଆପତ୍ତିଜନକ ଭିଡିଓକୁ ସୋସିଲ ମିଡିରେ ଭାଇରାଲ କଲେ ଆଇଟି ଆକ୍ଟର ସେକସନ ୬୭ ୬୭ଏ ଅନୁଯାୟୀ ବର୍ଷରୁ ବର୍ଷ ଯାଏଁ ସଜା ହେବ

: କୋଣସି ଆପତ୍ତିଜନକ ଭିଡିଓ ନଜରକୁ ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସ କିମ୍ବା ସାଇବର କ୍ରାଇମ୍ ପୋଲିସ ଜଣାଇବାକୁ କୁହାଯାଇଛି

: ଏଭଳି ଘଟଣାର ପୀଡିତା ସମାଜିକ କଟକଣାକୁ ନଡରି ନିର୍ଭୟରେ ପୋଲିସରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି

: ଭାଇରାଲ ଭିଡିଓରୁ ନିବୃତ୍ତ ରହିବା ଲାଗି ଶିକ୍ଷାନୁଷ୍ଠାନ, ସରକାରୀ ଅଧିକାରୀ, ଜନ ପ୍ରତିନିଧି ସାମିଜିକ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି

: ପୀଡିତା ତାଙ୍କ ପରିବାରର ପରିଚୟ ପ୍ରକାଶ ନକରିବାକୁ ଗଣମାଧ୍ୟମକୁ କହିଛି ପୋଲିସ

ଗତ କିଛି ଦିନ ଭିତରେ ନିକଟରେ ବାରିପଦା କେନ୍ଦୁଝରରୁ ଆପତ୍ତିଜନକ ଭିଡିଓ ଭାଇରାଲ କରାଯିବା ନେଇ ତିନି ତିନିଟି ଅଭିଯୋଗ ଆସିବା ପରେ ସତର୍କ ହୋଇଛି ପୋଲିସ ତେବେ ପୋଲିସର ଆଡଭାଇଜୋରି ଏସଓପି ଏଭଳି ଘଟଣା ରୋକିବାରେ କେତେ ସଫଳ ହେଇଛି ତାଉପରେ ସମସ୍ତଙ୍କ ନଜର ରହିଛି

Monday, 20 November 2017

ସାଇବର ଆକ୍ରମଣରେ ମହିଳାଙ୍କ ସମ୍ମାନ

ଭାରତୀୟ ଆଇନ ବ୍ୟବସ୍ଥା ଅନୁଯାୟୀ ସୋସିଆଲ ମିଡିଆ, କିମ୍ବା ଇଣ୍ଟରନେଟ୍‌ର ଅନ୍ୟ କୌଣସି ମଞ୍ଚରେ ଜଣେ ଯୁବତୀଙ୍କ ଅଶ୍ଳୀଳ, ଆପତ୍ତିଜନକ ଫଟୋର ପ୍ରସାରଣ ଦଣ୍ଡନୀୟ ଅପରାଧ। ତେବେ, ଏହା ଧର୍ଷଣ ଭଳି ସଙ୍ଗିନ ଅପରାଧ ଶ୍ରେଣୀଭୁକ୍ତ ନୁହେଁ। ଡିସେମ୍ବର, ୨୦୧୨ର ନିର୍ଭୟା ଘଟଣା ପରେ ମହିଳା ବିରୋଧୀ ଅପରାଧ, ବିଶେଷକରି ଯୌନ ଅପରାଧ ନିରୋଧ ଓ ନିୟନ୍ତ୍ରଣ ସକାଶେ ଭାରତୀୟ ପିଙ୍ଗଳ କୋଡ୍‌ ଓ ଆଇଟି ଆଇନରେ ବ୍ୟାପକ ସଂଶୋଧନ କରାଯାଇ ମହିଳାଙ୍କ ବିରୋଧରେ ‘ସାଇବର କ୍ରାଇମ୍‌’ ନେଇ ଆଇନଗତ ବ୍ୟବସ୍ଥାକୁ ବେଶ୍‌ କଡ଼ାକଡ଼ି କରାଯାଇଛି। ଅପରାଧ ଜଗତ୍‌ର ଏ ନୂଆ ପ୍ରଜାତିର ଅପରାଧରେ ଦୋଷୀ ସାବ୍ୟସ୍ତଙ୍କ ପାଇଁ ଅଧିକ କଠୋର ଦଣ୍ଡର ପ୍ରାବଧାନ କରାଯାଇଛି। ଏହାସତ୍ତ୍ୱେ, ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରସାର ଆଇନତଃ ଧର୍ଷଣ ଭଳି ଜଘନ୍ୟ ଅପରାଧ ମାନ୍ୟତାଠାରୁ ବହୁତ ଦୂରରେ। କିନ୍ତୁ ବାସ୍ତବତା ହେଲା, ଜଣେ ଯୁବତୀଙ୍କ ଉଲଗ୍ନ ଫଟୋ ତାଙ୍କ ବିନା ଅନୁମତିରେ ସୋସିଆଲ ମିଡ଼ିଆରେ ପ୍ରସାରଣ ଗଣଦୁଷ୍କର୍ମଠାରୁ କିଛି କମ୍‌ ଅମାନୁଷିକ ଓ ଜଘନ୍ୟ ଅପରାଧ ନୁହେଁ। ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଯନ୍ତ୍ରଣାଠାରୁ ସାଇବର ଯୌନ ଅପରାଧର ଶିକାର ପୀଡ଼ିତାଙ୍କ ଯନ୍ତ୍ରଣା କମ୍‌ ନୁହେଁ କି ଅଧିକ ନୁହେଁ- ସମାନ। ଆଧୁନିକ କାରିଗରି ଜ୍ଞାନ କୌଶଳର ଅଭିଶାପ ଏ ସାଇବର ଯୌନ ଅପରାଧ ପୀଡ଼ିତାଙ୍କ ଶରୀରର କୌଣସି କ୍ଷତ କରାଏ ନାହିଁ, କିନ୍ତୁ ଆତ୍ମା, ଚେତନା, ସାମାଜିକ ସମ୍ମାନ ଓ ମର୍ଯ୍ୟାଦା ଦେହରେ ଯେଉଁ କ୍ଷତ ସୃଷ୍ଟି କରେ, ତାହା କଦାପି ଭଲ ହୁଏ ନାହିଁ। ଆଜୀବନ ତାଜା ରହେ ଓ ମୃତ୍ୟୁ ପର୍ଯ୍ୟନ୍ତ ଯନ୍ତ୍ରଣା ଦିଏ।
ଏ ପ୍ରକାର ଗୋଟିଏ ଅପରାଧ ସମାଜ ପାଇଁ ଯେତେ ବିପଜ୍ଜନକ, ସେ ଅନୁପାତରେ ଏହାର ନିରୋଧ ଓ ନିୟନ୍ତ୍ରଣ ପାଇଁ ଆଇନଗତ ବ୍ୟବସ୍ଥା ଅକୁଳାଣ। ଏହାର ମୁକାବିଲା ଲାଗି ମଧ୍ୟ ପୁଲିସ୍‌ ପାଖରେ ଆବଶ୍ୟକ ଜ୍ଞାନ, ଦକ୍ଷତା ଓ କାରିଗରି-ଜ୍ଞାନ କୌଶଳର ଭିତ୍ତିଭୂମିର ଘୋର ଅଭାବ ରହିଛି। ଏ ଅପରାଧର ଚରିତ୍ର ନେଇ ବିଚାର ବିଭାଗର ଜ୍ଞାନ ମଧ୍ୟ ସୀମିତ। ଏହାର ପରିଣତି, ଦେଶରେ ଯେଉଁ ହାରରେ ଇଣ୍ଟରନେଟ୍‌ର ପ୍ରସାର ବୃଦ୍ଧି ପାଉଛି, ତା’ଠାରୁ ଅଧିକ ହାରରେ ସାଇବର ଅପରାଧ ବଢ଼ି ଚାଲିଛି, ବିଶେଷକରି ମହିଳା ବିରୋଧୀ ସାଇବର ଅପରାଧ। କମ୍ପ୍ୟୁଟର ଏମରଜେନ୍‌ସି ରେସପନ୍ସ ଟିମ୍‌ (ସିଇଆର୍‌ଟି)ର ତଥ୍ୟ ଅନୁଯାୟୀ ଦେଶରେ ପ୍ରତି ୧୦ ମିନିଟ୍‌ରେ ଗୋଟିଏ ସାଇବର ଅପରାଧ ଘଟୁଛି। ଗତ ସାଢ଼େ ତିନିବର୍ଷରେ ଦେଶରେ ୧ ଲକ୍ଷ ୭୧ ହଜାରରୁ ଅଧିକ ସାଇବର ଅପରାଧ ପଞ୍ଜୀକୃତ ହୋଇଛି। ଏଥିରୁ ଅଧିକାଂଶରେ ପୀଡ଼ିତା ହେଲେ ମହିଳା, ଯୁବତୀ ଓ ନାବାଳିକା। ସୋସିଆଲ ମିଡ଼ିଆରେ ମହିଳାଙ୍କ ଆପତ୍ତିଜନକ ଫଟୋ ପ୍ରସାର ସଂକ୍ରାନ୍ତ ‘ସାଇବର ଅପରାଧ’ ସଂଖ୍ୟା ୨୦୧୨ ଓ ୨୦୧୩ ମଧ୍ୟରେ ୧୦୪ ପ୍ରତିଶତ ବୃଦ୍ଧି ପାଇଥିଲା। ପରବର୍ତ୍ତୀ ବର୍ଷ ମାନଙ୍କରେ ମଧ୍ୟ ଏହି ଧାରା ଜାରି ରହିଛି। ଏହି ତଥ୍ୟ କେବଳ ପାଣିରେ ବୁଡ଼ି ରହିଥିବା ତୁଷାର ପର୍ବତର ଉପରକୁ ଦିଶୁଥିବା ଭାଗ ମାତ୍ର। ଡ. ଦେବ୍ରତୀ ହାଲଦାରଙ୍କ ରଚିତ ପୁସ୍ତକ ‘ସାଇବର କ୍ରାଇମ୍‌ ଏଗ୍‌ନେଷ୍ଟ ଓ୍ଵିମେନ୍‌’ର ତଥ୍ୟ ଅନୁଯାୟୀ ଅନ୍ୟ ମହିଳା ବିରୋଧୀ ଅପରାଧ ଭଳି ମହିଳାଙ୍କ ବିରୋଧରେ ଯେତିକି ସାଇବର ଅପରାଧ ଥାନାରେ ପଞ୍ଜିକୃତ ହୁଏ, ତା’ଠାରୁ ବହୁଗୁଣ ଅଧିକ ଅପରାଧ ଥାନା ପର୍ଯ୍ୟନ୍ତ ଆସେ ନାହିଁ।
ମହିଳାଙ୍କ ବିରୋଧରେ ସାଇବର ଅପରାଧ ବୃଦ୍ଧି ଗୋଟିଏ ପକ୍ଷରେ ଭାରତୀୟ ସମାଜରେ ମହିଳା ବିରୋଧୀ ଅପରାଧ ପ୍ରବଣତା ତଥା ଯୌନ ପ୍ରବଣ ମାନସିକତାର ଓ ଅନ୍ୟପକ୍ଷରେ ଏହାର ନିରୋଧ ଓ ନିୟନ୍ତ୍ରଣ କ୍ଷେତ୍ରରେ ନିଅଣ୍ଟିଆ ଆଇନଗତ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା କର୍ତ୍ତୃପକ୍ଷଙ୍କ ଅଦକ୍ଷତାର ଦୁଃଖଦ ବୟାନ। ଏ ପ୍ରସଙ୍ଗରେ ଆଉ ଏକ ଚିନ୍ତାଜନକ ସାମାଜିକ ବିଲକ୍ଷଣ ହେଲା, ଅନେକ ସମୟରେ ସାଧାରଣ ନାଗରିକ ମାନେ ଏ ଅପରାଧର ନିରୋଧ ପରିବର୍ତ୍ତେ ଏହାର ସଂକ୍ରମଣର ବାହକ ସାଜୁଛନ୍ତି। ହାଇଦ୍ରାବାଦର ରାସ୍ତା କଡ଼ରେ ଜଣେ ଅସହାୟା ମହିଳାଙ୍କ ପ୍ରତି ଦୁଷ୍କର୍ମ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ଛାଡ଼ିବା ଏହାର ଗୋଟିଏ ଅସ୍ୱସ୍ତିକର ପ୍ରମାଣ। ଦେଶରେ ସାଇବର ଅପରାଧ, ବିଶେଷକରି ମହିଳା ବିରୋଧୀ ସାଇବର ଅପରାଧର ସଂକ୍ରମଣ କ୍ରମଶଃ କିଭଳି ଅତ୍ୟନ୍ତ ଉତ୍କଟ ରୂପ ନେଉଛି, ତା’ର ଅନ୍ୟତମ ଦୁର୍ଭାଗ୍ୟଜନକ ଉଦାହରଣ ହେଲା, ଅନ୍ୟଥା ଶାନ୍ତିପୂର୍ଣ୍ଣ, ଉଜ୍ଜଳ ଐତିହ୍ୟ ଓ ଉଚ୍ଚ ସାଂସ୍କୃତିକ ପରମ୍ପରାର ଦାବି କରୁଥିବା ଓଡ଼ିଶା। ବିଗତ ଗୋଟିଏ ବର୍ଷ ହେଲା ବୋଧହୁଏ ଏମିତି ଗୋଟିଏ ସପ୍ତାହ ନଥିବ ଯେଉଁ ସମୟରେ କୌଣସି ଯୁବତୀ କିମ୍ବା ମହିଳାଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇନଥିବ।
କେବଳ ଗୋଟିଏ ଦିନ ଶୁକ୍ରବାର (୧୭ ନଭେମ୍ବର ୨୦୧୭) ସମ୍ବାଦପତ୍ରରେ ଏମିତି ଆପତ୍ତିଜନକ ଫଟୋ ପ୍ରସାରଣ ସଂକ୍ରାନ୍ତ ତିନିଟି ଘଟଣାର ବିବରଣୀ ପ୍ରକାଶ ପାଇଛି। ପୁଲିସ୍‌ର ପରିସଂଖ୍ୟାନ ମଧ୍ୟ ରାଜ୍ୟରେ ସାଇବର ଅପରାଧର ଭୟଙ୍କର ସଂକ୍ରମଣ ପ୍ରତି ଇଙ୍ଗିତ କରୁଛି। ୨୦୧୪ରେ ରାଜ୍ୟରେ ମୋଟ ୧୨୪ଟି ସାଇବର ଅପରାଧ ପଞ୍ଜିକୃତ ହୋଇଥିଲା। ପରବର୍ତ୍ତୀ ବର୍ଷ ତାହା ୨୧୧ ପ୍ରତିଶତ ବୃଦ୍ଧି ପାଇ ୩୮୬ରେ ପହଞ୍ଚିଥିଲା। ପରବର୍ତ୍ତୀ ୨୦୧୬ରେ ମୋଟ ୩୭୮ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ୧୦ ମାସରେ ଏହି ସଂଖ୍ୟା ୬୬୯ରେ ପହଞ୍ଚିଛି। ଏଥିରୁ କେତେ ସଂଖ୍ୟକ ଅପରାଧରେ ମହିଳାମାନେ ପୀଡ଼ିତା ତାର ନିର୍ଦ୍ଦିଷ୍ଟ ସୂଚନା ନଥିଲେ ମଧ୍ୟ, ନିଃସଂକୋଚରେ କୁହାଯାଇପାରେ ଯେ, ଅଧିକାଂଶ ଅପରାଧରେ ମହିଳା, ଯୁବତୀ ଓ ନାବାଳିକାମାନେ ଶିକାର ହୋଇଛନ୍ତି। ସାଇବର ଅପରାଧ ପାଇଁ ବର୍ତ୍ତମାନ କେବଳ ଗୋଟିଏ ଥାନା ରହିଛି। ଅପରାଧ ବୃଦ୍ଧିକୁ ବିଚାରକୁ ନେଇ ରାଜ୍ୟରେ ଆହୁରି ସାତଟି ସାଇବର ଅପରାଧ ଥାନା ପ୍ରତିଷ୍ଠା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ସୂଚାଉଛି ଯେ ସାଇବର ଅପରାଧର କାୟା ବିସ୍ତାରିତ ହୋଇ ଚାଲିଛି।
ତେବେ କେବଳ ସ୍ୱତନ୍ତ୍ର, ଉତ୍ସର୍ଗୀକୃତ ଥାନା ପ୍ରତିଷ୍ଠା ସାଇବର ଅପରାଧର ମୁକାବିଲା ପାଇଁ ଯଥେଷ୍ଟ ନୁହେଁ। ଆବଶ୍ୟକ ଭିତ୍ତିଭୂମି, ଉନ୍ନତ ଆଧୁନିକ ଉପକରଣ, ସାଜ-ସରଞ୍ଜାମ ସହ ବିଶେଷଜ୍ଞ ତାଲିମ ଏକାନ୍ତ ଆବଶ୍ୟକ। ଅଢ଼େଇ କୋଟି ଟଙ୍କା ବ୍ୟୟରେ ଗୋଟିଏ ସ୍ୱତନ୍ତ୍ର ସାଇବର ଫରେନ୍‌ସିକ୍‌ ଲବ୍ରୋଟୋରି ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ଏ ଦିଗରେ ଏକ ଠିକଣା ପଦକ୍ଷେପ। ତଥାପି ଏ ଦିଗରେ ଆହୁରି ଅଧିକ ପଦକ୍ଷେପ ଲୋଡ଼ା। ଅବଶ୍ୟ, ସବୁ ଉପଲବ୍‌ଧ ହେବା ପରେ ବି, ସାଇବର ଅପରାଧ ନିରୋଧ ଓ ନିୟନ୍ତ୍ରଣ ପ୍ରଭାବଶାଳୀ ହୋଇପାରିବ ନାହିଁ, ଯଦି ପୁଲିସ୍‌ର ଗତାନୁଗତିକ ଆଭିମୁଖ୍ୟ ନ ବଦଳେ। କେବଳ ସାଇବର ଅପରାଧ ନୁହେଁ, ସବୁ ଅପରାଧ କ୍ଷେତ୍ରରେ ପୁଲିସ୍‌ଠାରୁ ଆହୁରି ଅଧିକ ସମ୍ବେଦନଶୀଳତା, ଉତ୍ତରଦାୟିତ୍ୱ ଓ ଦକ୍ଷତା ଆଶା କରାଯାଏ। ମହିଳାଙ୍କ ବିରୋଧରେ ସାଇବର ଅପରାଧ ପ୍ରସଙ୍ଗରେ ପୁଲିସ୍‌ର ସମ୍ବେଦନଶୂନ୍ୟତା ତଥା ଅଭ୍ୟାସଗତ ଉଦାସୀନତାର ତାଜା ଦୁଃଖଦ ପ୍ରମାଣ ହେଲା, ମୟୂରଭଞ୍ଜର ଜଣେ ଛାତ୍ରୀଙ୍କ ଅର୍ଧନଗ୍ନ ଫଟୋ ଭାଇରାଲ ହେବା ଘଟଣା।
ଅପରାଧ ଘଟିବାର ସାତ ମାସ ପରେ ସମ୍ବାଦପତ୍ରରେ ଘଟଣା ପ୍ରକାଶ ପାଇଲା। ତା ପରେ ଯାଇ ପୁଲିସ୍‌ ଚେତିଲା ଓ କାର୍ଯ୍ୟାନୁଷ୍ଠାନ କଲା। ସଫେଇ ଦିଆଯାଇପାରେ ଥାନାରେ ଏତାଲା ହୋଇ ନଥିଲା। କିନ୍ତୁ ପ୍ରଶ୍ନ ଉଠୁଛି ସୋସିଆଲ ମିଡ଼ିଆରେ ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ବୁଲୁଛି, ଚର୍ଚ୍ଚା ହେଉଛି, ଅଥଚ ପୁଲିସ୍‌ ଜାଣି ପାରିଲାନି କେମିତି? ଏତଲା ନ ପାଇ ମଧ୍ୟ ଅନେକ ଅପରାଧର ଅନୁସନ୍ଧାନ ହେଉଥିବା ବେଳେ ଏ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେବାରେ କ’ଣ ଅସୁବିଧା ଥିଲା? ଏମିତିରେ କେମିତି ହେବ ନାରୀଙ୍କ ସମ୍ମାନ ଓ ଇଜ୍ଜତର ସୁରକ୍ଷା? ମହିଳା ବିରୋଧୀ ସାଇବର ଅପରାଧରେ ଅପରାଧୀକୁ ଧରିବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତା’ଠାରୁ ବହୁଗୁଣ ଅଧିକ ଗୁରୁତ୍ୱପୂର୍ଣ୍ଣ ଆପତ୍ତିଜନକ ଫଟୋର ପ୍ରସାରଣ ବନ୍ଦ କରିବା। ବେସରକାରୀ ତଥ୍ୟ ଅନୁଯାୟୀ ୯୯ ପ୍ରତିଶତ ମାମଲାର ଆପତ୍ତିଜନକ ଫଟୋର ପ୍ରସାର ବନ୍ଦ ସମ୍ଭବ ହୁଏ ନାହିଁ। ଏ ପ୍ରସଙ୍ଗରେ ଆଇନରେ ସଂସ୍କାର ଓ ଇଣ୍ଟରନେଟ୍‌ ସେବା ଯୋଗାଣକାରୀ ସଂସ୍ଥାଙ୍କ ସହଯୋଗ ମଧ୍ୟ ଦରକାର। ଯାହା ବି କରାଯାଉ ଲକ୍ଷ୍ୟ ଗୋଟାଏ। ମହିଳାଙ୍କ ଇଜ୍ଜତ ଓ ସମ୍ମାନ ରକ୍ଷା ଲାଗି ସାଇବର ଅପରାଧର ନିରୋଧ ଓ ନିୟନ୍ତ୍ରଣ ଆହୁରି ଅଧିକ ପ୍ରଭାବଶାଳୀ ହେଉ।

ଅଶ୍ଳୀଳ ଭିଡିଓ ଭାଇରାଲକାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡ

How to Deal with MMS Scandals and the Consequent Suicidal Situations

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...