Showing posts with label ଟିନଏଜ. Show all posts
Showing posts with label ଟିନଏଜ. Show all posts

Saturday, 30 November 2019

ପ୍ରାଣପ୍ରିୟାର ହତ୍ୟା


କିଶୋରାବ!ସ୍ଥା ଏମିତି ବୟସ ଯେତେବେ ଳେ ହାତେ ମାପିଚାଖଣ୍ଡେ ଚାଲିବାକୁ କୁହାଯାଏ  । ପ୍ରତିଟି ପଦକ୍ଷେପ ପାଇଁ ଗଭୀର ଚିନ୍ତନ କରିବାକୁ କୁହାଯାଏ । ଏପରି ତରଳ ବୟସରେ ଅପିତା ଓ ତୁଷାର ଏକ ବିରାଟ ନିଷ୍ପତ୍ତିନେଲେ । ବେଳ ଥାଉଁ ଥାଉଁ ଅପିତା ସତର୍କହୋଇଗଲେ କିନ୍ତୁ ତୁଷାର ସେ ବିରାଟ ବିଭ୍ରାନ୍ତିରୁ ବାହାରି ପାରି ନ ଥ୍ଲା ।ପିଲାଳିଆମିକୁ ସେ ସତ ବୋଲି ଭାବି ସାଜିଗଲା ସୈତାନ୍ ଆଉ କରିଦେଲା ପ୍ରାଣପ୍ରିୟାର ହତ୍ୟା ।

ଅପରାହ୍ଣ ୩ଟା । ମହାରାଷ୍ଟ୍ରର ଅମରାବତୀ ସହର ସ୍ଥିତ ଶାହା କୋଚିଂ ସେଣ୍ଟର ସାମ୍ନା ରାମ୍ତରାରେ ପ୍ରବଳ ଭିଡ ।କୋଚିଂରୁ ବାହାରୁ ଥିବା ଛାତ୍ରଛାତ୍ରୀ ରାସ୍ତାରେ ଏ ପ୍ରକାର ଭିଡ଼ ଜମେଇ ଥିବା ବେଳେ କିଛି ଦୁରରେ ଛିଡ଼ା ହୋଇଥିବା ଯୁବକ ସେମାନଙ୍କୁ ଚାତକ ଭଳି ଚାହିଁ ରହିଥିଲା । ଯୁବକକୁ ଦେଖିଲେ ଏମିତି ପ୍ରତୀତ ହେଉଥିଲା ଯେମିତି ସେ କାହା ଅପେକ୍ଷାରେ ସେଠାରେଛିଡ଼ା ହୋଇଛି । କିଛି ସମୟ ପରେ ତାଂ ପ୍ରତୀକ୍ଷାର ଅନ୍ତ ହେଲା ।କୋଚିଂରୁ ବାହାରି ଦୁଇ ଛାତ୍ରୀ ବସ୍ ଷ୍ଟାଣ୍ଡ୍ ଆଡ଼କୁ ଯାଉଥିବା ବେଳେ ଯୁବକ ଜଣକ ସେମାନଙ୍କୁ ପିଛା କରି ରାମ୍ରା ରୋକିଲା ।ଦୁଇ ଛାତ୍ରୀ ଥିଲେ ଅର୍ପିତା ଓ ଅପଣ୍ଡ୍ରା । ଅର୍ପିତା ଯୁବକକୁ ଦେଖିପଚାରିଲେ- ତୁଷାର! ତୁମେ ଏଠି କ'ଣ କରୁଚ ?
ତୁଷାର କହିଲା- ତୁମେ ଠିକ୍ ଜାଣିଚ ମୁଁ ଏଠିକି କ'ଣ ପାଇଁଆସିଚି। ଆମେ ପରସ୍ପରକୁ ଭଲ ପାଇଚେ, ବାହା ବି ହେଇଚେ...ମୋର କୋଉଁ ଭୁଲ୍ ପାଇଁ ତୁମେ ମୋତେ ଦୁରେଇ ଦେଉଚ ?
ଅର୍ପିତା: ସେ ସବୁ ଆମର ପିଲାଳିଆମି ଥିଲା | ସବୁ କଥା ମୁଁଭୁଲିଗଲିଣି, ତୁମେ ବି ଭୁଲିଯାଅ । ମୁଁ ମୋ କ୍ୟାରିୟର୍ ପ୍ରତି ଧ୍ଯାନ ଦେଉଚି ଆଉ ତୁମେ ମଧ୍ୟ ତୁମ କ୍ୟାରିୟର ପ୍ରତି ଧ୍ୟାନ ଦିଅ ଯାହା---ଆମ ଦୁଇଜଣଙ୍କ ପାଇଁ ଭଲ ହେବ । ଏହା ପରେ ବସ୍ଛାଡ଼ିଦେବା କଥା କହିଅର୍ପିତା ସେଠାରୁଚାଲିଯିବାକୁ ଉଦ୍ୟ କଲ।ର୍ ତୃଷାର ସେମାନଙ୍କୁ ବାଟ ଛାଡି ନ ଥିଲା । ଏସବୂ ଭିତରେଅପିତାଙ୍କ ସାଙ୍ଗ ଅପର୍ଣ୍ଣା ମଧ୍ୟ ତୁଷାରକୁ ରାସ୍ତା ଛାଡ଼ିବା ପାଇଁ କହିଥିଲେ ହେଲେ ତୁଷାର ଜିଦ୍ରେ ଅଟଳ ଥିଲା ।
ଅର୍ପିତା ଙ୍କକଥାରେ ତୃଷାରରାଗିଯାଇ ଗୋଟିଏଛୁରୀ ବାହାର କରି ଅପିତାଙ୍କୁ ଭୁଷିବାରେ ଲାଗିଲ। । ଅପଣ୍ବ। ଅଟକାଇବାରୁ ତାଙ୍କୁମଧ୍ୟ ତୁଷାର ଛ୍ଛୁରୀରେଆଘାତ ଦେଲା ।ରାସ୍ତା କଡ଼ରେଦୁଇ ଝିଅଙ୍କୁ ଏଭଳିଅବସ୍ଥାରେ ଦେଖ୍ଲେ।କେ ଜମାହେ।ଇଗଲେ । ଏଭିତରେ ତୁଷାର ଛୁରୀଧରି ଦୌଡ଼ିବାକୁ ଲାଗିଲା । କିଛି ଯୁବକ ତୁଷାରକୁ ଗୋଡ଼େଇ ତାକୁକାବୁ କରିନେଲେ । ଆଉ କିଛି ଲୋକ ଆହତ ଅର୍ପିତା ଓ ଅପର୍ଣ୍ଣାଙ୍କୁ ଅଟୋରେ ପାଖ ଡାକ୍ତରଖାନାକୁ ନେଇଗଲେ ।
ଉତ୍କ୍ଷିପ୍ର ଯୁବକମାନେ ତୁଷାରକୁ ଛାଡ଼ିବାକୁ ଅରାଜି ଥିବା ବେଳେରାଜାପେଠ ଥାନା ଅଧୁକାରୀ ସୂଚନା ପାଇବା କ୍ଷଣି ସେଠାକୁ ଆସିତୁଷାରକୁ ନିଜ କଷ୍ଟଡିକୁ ନେଇଗଲେ ।ଥାନା ଅଧୂକାରୀ କିଶୋର ସୂର୍ଯ୍ୟବଂଶୀ ଘଟଣା ବିଷୟରେସବିଶେଷ ତଥ୍ୟ ଗ୍ରହଣ ପରେ ନିଜ ଟିମ୍ ସହ ଘଟଣାସ୍ଥଳରେପହଞ୍ଚିଲେ । ସେଠାରେ ପଡିଥିବା ଛୁରୀ, ରକ୍ତଭିଜା ମାଟି ସଂଗ୍ରହପରେ ପ୍ରତକ୍ଷ୍ୟଦର୍ଶୀଙ୍କ ବୟାନ ରେକର୍ଡ କଲେ । ଏହା ପରେ ପୋଲିସ ଟିମ୍ ସିଧା ଚାଲିଲେ ଡାକ୍ତରଖାନା ଯେଉଁଠାରେ ଅପ୍ପିତା ଓ ଅପଣ୍ଣ୍ରା ଥିଲେ ଚିକିତ୍ସାଧୀନ ।
ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଅପିତାଙ୍କ ପ୍ରାଣ ଛାଡିଯାଇଥିଲା । ଡାକ୍ତର ଅପର୍ଣ୍ଣାଙ୍କ ଚିକିତ୍ସା ଜାରି ରଖିଥିଲେ । କିଛିସମୟର ଅପେକ୍ଷା ପରେ ପୋଲିସ ଅପଣ୍ତ୍ରାଙ୍କ ବୟାନ ନେଲା ।ଅର୍ପିତାଙ୍କ ହତ୍ୟା ନେଇ ପୋଲିସ ଥାନାରେ ଏକ କେସ୍ ଦାୟର କରି ଶବକୁ ପୋଷ୍ଟମର୍ଟମ ପାଇଁ ପଠେଇ ଦିଆଗଲା।ପୋଲିସ ଅଧୁକାରୀ ଘଟଣା ସମ୍ପର୍କରେ ଅର୍ପିତା ଓ ଅପର୍ଣ୍ଣାଙ୍କଘର ଲୋକଙ୍କୁ ଜଣେଇ ଦେଇ ଥାନାକୁ ଫେରିଗଲେ । କିଛି ସମୟରଅନ୍ତରାୟ ପରେ ଦୁହଁଙ୍କ ପରିବାର ଲୋକେ କାନ୍ଦି କାନ୍ଦି ଆସି ଥାନାରେ ପହଞ୍ଚିଲେ ।ଅର୍ପିତାଙ୍କ ବାପାଙ୍କ କହିବା କଥା ଥିଲା ତୁଷାର ତାଙ୍କ ଝିଅକୁଏକତରଫା ପ୍ରେମ କରୁଥଲା, ବାହାହେବା ପାଇଁ ସବୁବେଳେ ଅପିତା-ଉପରେ ଚାପ ପକାଉ ଥୁଲା । ଅପିତା ତା' କଥାରେ ରାଜି ନ
ହେବାରୁ ସେ ବାରମ୍ବାର ତାକୁ ଧମକାଉ ଥୁଲା । ଏହା ସହ ଏକ
ନକଲି ଭିଡିଓ ସେ ସୋସାଲ ମିଡିଆରେ ଛାଡିବ ବୋଲି ସବୁବେଳେକହୁଥଲା । ଏ ବିଷୟରେ ଆମେ ବଡ଼ନେରା ଥାନାରେ କମ୍ଚ୍ଲେଣ୍ଟଦେଇଥୁଲୁ । ପୋଲିସ ତୁଷାରକୁ ଅଟକ ରଖ୍ ସେହି ଭିଡିଓକୁ ତା”ମୋବାଇଲ୍ରୁ ଡିଲିଟ୍ କଲା ଆଉ ଏକ ମାଫିନାମା ପରେ ତାକୁଛାଡି ଦେଲା । ଏହା ପରେ ପରିସ୍ଥିତି ଆୟତ୍ତ ହେଲା । ତୁଷାରର ପରିବାର ଲୋକେ ଥାନାରେ ହାଜର ହୋଇ ଅପ୍ପିତାତୁଷାରକୁ ଭଲ ପାଉଥୁଲେ ଆଉ ଦୁହେଁ ମନ୍ଦିରରେ ବାହା ହୋଇଥିଲେ।ପରେ ଅପିତା ଏ କଥାରେ ଅରାଜି ହେବାରୁ ପ୍ରେମରେ ବିଫଳହୋଇ ଗଭୀର ମାନସିକ ଅବସାଦରେ ତୁଷାର ଏ ପ୍ରକାର କାଣ୍ଡ କଲା ବୋଲି ସେମାନେ ବୟାନ ଦେଲେ ।

ଅମରାବତୀ ଜିଲ୍ଲା ଭାତକୁଲୀ ଗାଁ ସ୍ଥିତ ମଲକାପୁରରେ ୨୨ବର୍ଷୀୟ ତୁଷାରର ଘର । ତା” ବାପା କିରଣ ମସକରେ ଜଣେ ଗରିବକୃଷକ ଯିଏ ଅନ୍ୟ ଜମିରେ ଖଟି ପରିବାର ପ୍ରତିପୋଷଣ କରନ୍ତି ।ପରିବାରର ଆର୍ଥ୍ରକ ସମସ୍ୟାକୁ ଦୃଷ୍ଟିରେ ରଖ୍ ତୁଷାର ଇଣ୍ଟରମିଡିଏଟ୍ପାସ୍ କଲା ପରେ ପଢ଼ା ଛାଡ଼ି ଦେଇଥୁଲା । ପରିବାରରେ ତାକୁ ଛାଡିଦେଲେ ବାପା କିରଣ ମସକରେଙ୍କର ଆଉ ଗୋଟେ ପୁଅ ଓ ଝିଅ  ଥୁଲେ |

ଦେଖୁବାକୁ ସୁନ୍ଦରୀ ଓ ଉଚ୍ଚାକାଂକ୍ଷୀ ଅର୍ପିତାଙ୍କ ଘର ତୁଷାର ଗାଁପାଖରେ | ବାପା ଦତ୍ତା ସାହେବ ଠାକରେଙ୍କର ଅଲିଅଳୀ ଥୁଲେଅପିତା । ଗାର ଜଣେ ନାମକରା ଚାଷୀ ଭାବେ ଦତ୍ତା ବେଶ୍ ପରିଚିତ ।ଅର୍ପିତା ପଢ଼ାପଢ଼ିରେ ଖୁବ୍ ଆଗୁଆ ଥୁବା ବେଳେ ତୁଷାର ତାଙ୍କ ସୌନ୍ଦର୍ଯ୍ୟର ଦିୱାନା ପାଲଟି ଯାଇଥିଲା ।

୧୮ ବର୍ଷୀୟା ଅର୍ପିତା ଓ ତୁଷାରଙ୍କ ଲଭ୍ ଷ୍ଟୋରୀ ୨୦୧୭ରେଆରମ୍ଭ ହୋଇଥଲା । ହାଇସ୍କୁଲ୍ ପଢ଼ା ସାରି ଦୁହେଁ ପାଖ ଗାଁଭାତକୁଲୀ କେଶର ଭାଇ ଲାହୋଟୀ ଇଣ୍ଟର - କଲେଜର ଯୁକ୍ତ୨ରେ ନାମ ଲେଖେଇଲେ । କଲେଜ୍ରେ ଅପିତାଙ୍କ ପଛରେ ଗୁଡାଏପିଲା ପଡ଼ିଥିବା ବେଳେ ସେ କିନ୍ଗୁ ତୁଷାର ସହିତ ଫ୍ରି- ଟାଇମ୍ ବିତାଉଥିଲେ । କଲେଜ୍ ଯିବା ବାଟରେ ତୁଷାର ଘର ପଡୁଥିବାରୁ ଅର୍ପିତା ସ୍କୁଟିରେ ତୁଷାରକୁ ସାଥ୍ରେ ନେଇ ଯାଉଥିଲେ ।ଏକାଠି ସମୟ ବିତାଇବା ଭିତରେ ଦୁହେଁ ପ୍ରେମରେ ପଡ଼ିଗଲେ ।ତୁଷାର ପ୍ରଥମେ ଅର୍ପିତା ଙ୍କୁ ମନ କଥା କହିଥିଲା ଯାହାକୁ ଅର୍ପିତା ସମର୍ଥନ ଜଣେଇ ଥିଲେ । ପରେ ସେମାନେ ସାଲବଡିର ଏକମନ୍ଦିରରେ ବାହା ହୋଇଗଲେ ଯେଉଁଠି ଦୁହେଁ ଏକାଠି ଜୀଇଁବା ଓମରିବା ପାଇଁ ପ୍ରତିଜ୍ଞା କଲେ । ଲାହୋଟୀ କଲେଜ୍ରେ ଉଚ୍ଚଶିକ୍ଷାସୁବିଧା ନ ଥିବାରୁ ଅର୍ପିତାଙ୍କ ବାପା ଝିଅର ଆଡ୍ମିସନ୍ ଅମରାବତୀର ମଧୋଲ ପେଠ ସ୍ଥିତ ମହାତ୍ମା ଫୁଲେ ବିଶ୍ଵବିଦ୍ୟାଳୟରେ କରାଇଲେ ।

ସେଠାରେ ଅର୍ପିତା ବି.କମ୍ ପ୍ରଥମ ବର୍ଷର ଛାତ୍ରୀ ଥିବାସମୟରେ ପରିବାର ଲୋକଙ୍କ କାନରେ ପଡିଲା ତୁଷାର ଓଅପିତାଙ୍କ ପ୍ରେମ ବିବାହ କଥା । ଏ କଥା ଶୁଣିବା ପରେ ତାଙ୍କ ପରିବାର ଲୋକଙ୍କୁ ଏକ ଶକ୍ତ ଧକ୍କା ଲ।ଗିଲ। । ପରି ବାର ଲୋକେ ଝିଅକୁ ବହୁ ବୁଝାସୁଝା କଲେ । ଗୁରୁଜନଙ୍କ କଥାରେରାଜି ହୋଇଗଲେ ଅପିତା । ସେ ବୁଝିଗଲେ ଯେ ତୁଷାର ହାତ ଧରିଲେ ତାଙ୍କ ଜୀବନ ସୁଖମୟ ହେବ ନାହିଁ ।-ତୁଷାରର ଆର୍ଥୁକ ସ୍ଥିତି ଭଲ ନ ଥିଲା । ତୁଷାର ତା ପରିବାରଭରଣପୋଷଣ ପାଇଁ ଟ୍ରାକ୍ଟର ଚଲାଉ ଥିଲା ।କିନ୍ତୁ ଅର୍ପିତା କରଛଡ଼ାଦେବା ସେ ବରଦାସ୍ତ କରିପାରୁ ନଥ୍ଲ। |ଅପିତା ତୁଷାର କଲ୍ର ଉତ୍ତର ମଧ୍ୟ ଦେଉ ନ ଥିଲେ । ଯିଏ ତାକୁ ନିଜ ଜୀବନଠାରୁ ଅଧକଭଲ ପାଉଥିଲା ତାଂର ଏ ପ୍ରକାର ବିତୃଷ୍ଣା ଭାବ ଦେଖି ତୁଷାରକୁ ଜୀବନ ତୁଚ୍ଛ ମନେ ହେଲା । ପ୍ରତିଶୋଧ ନେବା ପାଇଁ ସେ ମନେ ମନେ ଉପାୟ ପାଞ୍ଚିଲା ।ଅପିତାଙ୍କ ଏ ପ୍ରକାର ବ୍ୟବହାରରେ ତୁଷାର ତାଙ୍କୁ ଘୃଣା କରିବାକୁଲାଗିଲା । ପ୍ରତିଶୋଧ ନେବା ପାଇଁ ତୁଷାର ତା'ର ଜଣେ ସାଙ୍ଗଜରିଆରେ ଏକ ଚାଇନା- ମେଡ୍ ଛୁରୀ ଯୋଗାଡ଼ କଲା । ଛୁରୀ ଯୋଗାଡ଼ ପରେ ଘଟଣା ଦିନ ସକାଳୁ ସେ ଅମରାବତୀ ଯାଇ ଶାହା କୋଚିଂ ସେଣ୍ଟର ଆଗରେ ଅପେକ୍ଷା କଲା । ତୃଷାରକୁ କଠେ।ରରୁ କଠେ।ର ଦଣ୍ଡ ଦେବା ପାଇଁଚାରି ଆଡେ ବିକ୍ଷୋଭ ପ୍ରଦର୍ଶନ କରାଗଲା । ଏହା ପରେ ନିୟମଅନୁସାରେ ହତ୍ୟା ଅଭିଯୁକ୍ତ ତୁଷାରକୁ କୋର୍ଟରେ ହାଜର କରାଯାଇ ଜିଲ୍ଲା ଜେଲ୍କୁ ପଠାଇ ଦିଆଗଲା ।

Thursday, 28 November 2019

ଖଳନାୟିକା ଝିଅର ଷଡ଼ଯନ୍ତ୍ର


ବେଙ୍ଗାଲୁରୁର ରାଜାଜି ନଗର ଥାନା ଅଧୀନରେ ଆସୁଥିବା ୱ୍ତାଟଲ ନାଗରାଜ ରୋଡ୍ ସ୍ଥିତ ଏକ ଆପାର୍ଟମେଣ୍ଟରେ ଜୟକୁମାର ଜୈନ ନିଜ ପରିବାର ସହିତରହୁଥିଲେ । ଜୟକୁମାର ଜୈନଙ୍କର କପଡ଼ା ବ୍ୟବସାୟ ଥିଲା ।ଘରେ ତାଙ୍କ ସ୍ତ୍ରୀ ପୂଜା ବ୍ୟତୀତ ୧୫ ବର୍ଷିୟ ଝିଅ ରାଶି ଏବଂ ଛୋଟ ପୁଅ ରହୁଥିଲେ। ୧୭ ଅଗଷ୍ଟର ଘଟଣା। ସ୍ତୀ ପୂଜାଏବଂ ଛୋଟ ପୁଅକୁ ଏକ ପାରିବାରିକ ଅନୁଷ୍ଠାନରେ ସାମିଲ୍ ହେବା ପାଇ ପଣ୍ଡିଚେରୀ ଯିବାର ଥିଲା। ଜୟକୁମାର ସନ୍ଧ୍ୟା ୭ଟାରେ ପୁଅ ଏବଂ ସ୍ତୀଙ୍କୁ କାର୍ରେ ନେଇ ଷ୍ଟେସନରେ ଛାଡି
ଘରକୁ ଫେରି ଆସିଥିଲେ । ଘରେ ଝିଅ ପୁଜା ଏକୁଟିଆ ଥିଲା।ଘରେ ଜୟକୁମାର ରାତିରେ ଝିଅ ସହିତ _ଡିନର୍ କରିଥିଲେ। ଝିଅ ରାଶି ହାତରୁ କ୍ଷୀର ଗ୍ଵନାସ୍ ପିଇସାରିବା ପରେ ସେ ନିଜ ରୁମ୍କୁ ଶୋଇବାକୁ ଚାଲି ଯାଇଥିଲେ। ତା'ପରଦିନ ସକାଳ ୭ଟାରେ ପଡ଼େଶୀମାନେ ଜୟକୁମାରଙ୍କ ଘର ବାଥରୁମ୍ରୁ ଧୁଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ ।ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଫୋନ୍ କରାଯାଇଥିଲା । ତା ସହିତ ପୁଲିସକୁ ମଧ୍ୟ ସୂଚନା ଦେଇଥିଲେ | ନିଆଁ ଲିଭାଇବାପରେ ଅଗ୍ନିଶମ କର୍ମଚାରୀମାନେ ପୁଲିସ ସହାୟତାରେ ବାଥରୁମ୍ ଭିତରୁ ଜୟକୁମାରଙ୍କ ଶବ ବାହାର କରିଥିଲେ ।ଜୟକୁମାରଙ୍କ ଶରୀର ପୁରା ଜଳି ଯାଇଥିଲା।


ମୃତକ ଜୟକୁମାରଙ୍କ ଝିଅ ରାଶି ପୁଲିସକୁ କହିଥିଲା, ବାପାଗାଧୋଇବା ପାଇ ବାଥରୁମ୍କୁ ଯାଇଥିଲେ। ଏତିକିବେଳେସର୍ଟ ସର୍କିଟ ହେବାରୁ ବାଥରୁମ୍ରେ ନିଆ ଲାଗିଯାଇଥିଲା।ଘଟଣା ସମୟରେ ଜୟକୁମାରଙ୍କ ଘରେ ଉପପସ୍ଫିତ ଥିବା ପ୍ରବୀଣ କହିଥିଲା, ସେମାନେ ନିଆ ଲିଭାଇବାକୁ ଚେଷ୍ଟା କରି ନିଜେମଧ୍ୟ କ୍ଷତାକ୍ତ ହୋଇଥିଲେ । ପୁଲିସକୁ ଲାଗୁ ଥିଲା ଜୟକୁମାରଙ୍କମୃତ୍ୟୁ ସର୍ଟ ସର୍କିଟ କାରଣରୁ ହୋଇଛି । ହେଲେ ଜୟକୁମାରଙ୍କଶବର ସ୍ଥିତି ଦେଖି ସନ୍ଦେହ ହୋଇଥିଲା ପୁଲିସକୁ ।
ପ୍ରାଥମିକତନାଘନାରେ ଜୟକୁମାରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନଥିଲା। ପୁଲିସ ମୃତ ଜୟକୁମାରଙ୍କ ଝିଅ ରାଶି ଏବଂପଡ଼ୋଶୀ ପ୍ରବୀଣ ଉପରେ ସନ୍ଦେହ କରୁଥିଲା। ତାଂପରଦିନ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତୁୟର କାରଣ ସ୍ପଷ୍ଟହୋଇଯାଇଥିଲା। ଜଣାପଡିଥିଲା ଯେ ନିଆରେ ଜଳିଯିବା ପୂର୍ବରୁ ତାଙ୍କୁ କୌଣସି ଧାରୁ ଆ ଅସ୍ତରେ ହତ୍ୟା କରାଯାଇଥିଲା।

ପୁଲିସକୁ ପୂର୍ବରୁ ରାଶି ଏବଂ ପ୍ରବୀଣ ଉପରେ ସହେହ ଥିଲା।ଅଧିକ ତଥ୍ୟ ହାସଲ କରିବା ପାଇ ପୁଲିସ ଅଧିକାରୀମାନେପଡ଼ୋଶୀଙ୍କୁ ପଚରାଉଚରା କରିଥିଲେ। ଯେଉଥିରୁ ଜଣାପଡିଥିଲା ଯେ ରାଶି ଏବଂ ପ୍ରବୀଣ ବହୁ ଦିନ ହେବ ପରସ୍ପରକୁ ଭଲପାଇ ଆସୁଥିଲେ। ତାଂପରଦିନ ପୁଲିସଦୁଇଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ। ପୁଲିସଦୁଇଜଣଙ୍କ ମୋବାଇଲ ଫୋନ୍ ମଧ୍ୟ ନେଇଯାଇଥିଲା। ରାଶିଏବଂ ପ୍ରବୀଣକୁ ପଚାରିବା ସମୟରେ ସେମାନେ ସନ୍ତୋଷଜନକଉତ୍ତର ଦେଇପାରିନଥିଲେ । ଦୁଇଜଣ ଜୟକୁମାରଙ୍କ ହ ତ୍ୟାକୁଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ । ହେଲେ ପୁଲିସ ପାଖରେ ବେଶି ସମୟ ମିଛ କହିପାରିନଥିଲେ।
ପ୍ରବୀଣ ଏବଂ ରାଶି ଦୁହେ ମିଶି ଜୟକୁମାରଙ୍କ ହତ୍ୟା କରିଥିଲେ। ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀ ଯେଉଁ ଘରେ ଲୁଚାଇରଖାଯାଇଥିଲା ପୁଲିସ ସେଠାରୁ ଖୋଜି ପାଇଥିଲା। ଏହା ସହିତ ରକ୍ତରେ ଭିଜିଥିବା ଗଦି ଏବଂ କପଡ଼ା ମଧ୍ୟ ପୁଲିସକୁ ପ୍ରମାଣ ରୂପେ ମିଳିଥିଲା। ଜୟକୁ ମାରଙ୍କ ଝି ଅ ରାଶି ବେଙ୍ଗାଲୁରୁର ଏକ ଇଣ୍ଟରନ୍ୟାସନାଲସ୍କୁଲରେ ପଢୁ ଥିଲା। ସେହି ସ୍କୁଲରେ ଜୟକୁମାରଙ୍କ ପଡ଼ିଶାରେରହୁଥିବା ପ୍ରବୀଣ କୁମାର ମଧ୍ୟ ସେହି ସ୍କୁଲରେ ପଢୁଥିଲାରାଶି ଏବଂ ପ୍ରବୀଣ ପାଞ୍ଚ ବର୍ଷ ହେବ ସାଙ୍ଗ ଥିଲେ । ତାଂପରେରିଲେସନସିପ୍ରେ ଆସିଥିଲେ। ପ୍ରବୀଣ ରାଶିଠାରୁ ତିନିବର୍ଷ ସିନିୟର ଥିଲା। ରାଶି ଦଶମରେ ପଢୁ ଥିବା ବେଳେ ପ୍ରବୀଣ ଏକ ପ୍ରାଇଭେଟ କଲେଜରେ ବିକମ୍ ପ୍ରଥମବର୍ଷରେ ପଢୁଥିଲା।ସେମାନେ ଅଧିକାଂଶ ସମୟଫୋନ୍ରେ କଥା ହେଉଥିଲେ। ରାଶିର ଫୋନ୍ରେ କଥା ହେବାଏବଂ ଚାଟିଙ୍ଗ୍ କରିବା ଜୟକୁମାରଙ୍କୁପସନ୍ଦ ନଥିଲା। ରାଶି ଏବଂ ପ୍ରବୀଣରମିଳାମିଶାକୁ ମଧ୍ୟ ଜୟକୁମାର ଆପଭିକରୁଥିଲେ।
ଜୟକୁମାର ଅନେକ ଥରରାଶିକୁ ପ୍ରବୀଣଠାରୁ ଦୂରେଇ ରହିବାକୁକହିଥିଲେ । ହେଲେ ରାଶିକୁ ବାପାଙ୍କର ଏମିତିଆଦେଶ ପସନ୍ଦ ନଥିଲା। ଥରେ ରାଶି ନିଜ ସାଙ୍ଗଙ୍କ ସହିତ ବୁଲିବାବାହାନା କରି ବଏଫେଣ୍ଡ୍ ପ୍ରବୀଣ ସହିତ ମୁମ୍ବାଇ ଚାଲିଯାଇଥିଲା। ସେଠାର ଚାରିଦିନ ରହିଥିଲା। ହେଲେଜୟକୁମାରଙ୍କୁ ଏ ବିଷୟରେ ଜଣା ପଡି ଯାଇଥିଲା।ଜୟକୁମାର ରାଶିର ସାଙ୍ଗମାନଙ୍କଠାରୁ ଜାଣିପାରିଥିଲେ ଯେରାଶି ପ୍ରବୀଣ ସହିତ ମୁମ୍ବାଇ ଯାଇଛି। ରାଶି ମିଛ କହିଥିବାରୁ ଜୟକୁମାର ବହୁ ତ ରାଗି ଯାଇଥିଲେ। ରାଶି ଫେରିବା ପରେଜୟକୁମାର ତାଂ କୁ ମାଡ ମାରିଥିଲେ । ହେଲେ ରାଶି ଉପରେଏସବୁର କୌଣସି ପ୍ରଭାବ ପଡୁନଥିଲା। ଝିଅର ଏମିତିରଙ୍ଗଢଙ୍ଗ ଦେଖି ଜୟକୁମାର ଚିନ୍ତିତ ହୋଇପଡିଥିଲେ ।ସେ ରାଶିକୁ ଠିକ୍ ବାଟକୁ ଆଣିବାକୁ ଚେଷ୍ଟା କରୁଥିଲେ।ସେଥିପାଇ ରାଶି ଉପରେ ସେ ଅଧିକ କଟକଣା ଜାରି କରି ଦେଇଥିଲେ । ରାଶିର ଫୋନ୍ ଛଡାଇ ନେଇଥିଲେ । ହେଲେ ପ୍ରବୀଣ ନୂଆ ଫୋନ୍ ଆଣି ରାଶିକୁ ଦେଇ ଦେଇଥିଲା! କିନ୍ତୁ ଖୁବ୍ ଜଲଦି ସେହି ଫୋନ୍ ମଧ୍ୟ ଜୟକୁମାରଙ୍କ ହାତରେଲାଗି ଯାଇଥିଲା। ଏଥିପାଇ ରାଶି ଅଧିକ ବିଦ୍ରୋହୀହୋଇ ଯାଇଥିଲା ଏବଂ ବାପାଙ୍କୁ ତା'ର ଶତ୍ଦୁ ଭାବୁଥିଲା।

ଜୟକୁମାରଙ୍କ ଏମିତି କଟକଣା ପାଇଁ ରାଶି ମନେ ମନେ ରାଗି ଯାଇଥିଲା। ସେ ପୁଣିଥରେ ନିଜଇଚ୍ଛାରେ ବଞ୍ଚିବାକୁ ଚାହୁ ଥିଲା। ଏଥିପାଇଁ ସେ କିଛିବି କରିବାକୁ ପ୍ରସ୍ତୁତ ଥିଲା। ପ୍ରବୀଣ ସହିତ ମିଶି ସେଗୋଟିଏ ମାସ ପୂର୍ବରୁ ନିଜ ବାପାଙ୍କୁ ହତ୍ୟା କରିବାରଯୋଜନା ପ୍ରସ୍ତୁତ କରିଥିଲା। ସେ ଟିଭି ସିରିୟଲ, ଇଣ୍ଟରନେଟ୍ ଏବଂ ସୋସି ଆଲ ମିଡିଆରେ ହତ୍ୟାକରିବାର ବିଭିନ୍ନ ଉପାୟ ଖୋଜିଥିଲା। ଦୁଇଜଣଜୁଲାଇ ମାସରୁ ଜୟକୁମାରଙ୍କୁ ହତ୍ଯା କରିବାରପ୍ରୟାସ କରିଥିଲେ । ହେଲେ ସଫଳ ହୋଇନଥିଲେ । ଗୋଟିଏ ପଟେ ଜୟକୁମାର ଝି ଅକୁ ଠିକ୍ ରାସ୍ତାକୁ ଆଣିବାକୁ ଚେଷ୍ଟୀ କରୁଥିବା ବେଳେ ଅନ୍ୟ ପଟେ ନିଜ ଝିଅ ତାଙ୍କ ହତ୍ଯାର ଷଡ଼ଯନ୍ତ୍ର ପ୍ରସ୍ତୁତ କରୁଥିଲା। ନିଜେ ଜୟକୁମାର ଏ ବିଷୟରେ କିଛି ଜାଣିପାରିନଥିଲେ |

ରାଶି ଯେଉଁ କ୍ଷୀର ଜୟକୁମାରଙ୍କୁ ପିଇବାକୁ ଦେଇଥିଲାସେଥିରେ ନିଦ ବଟିକା ମିଶାଇ ଦେଇଥିଲା। କିଛିସମୟ ପରେ ଜୟକୁମାର ବେହୋସ ହୋଇବିଛଣାରେ ପଡିଯାଇଥିଲେ। ତାଂପରେ ରାଶିତାଙ୍କ ପାଖକୁ ଯାଇ ହଲାଇ ଥିଲା ସେ ବେହୋସ ହୋଇଛନ୍ତି କି ନାହଁ । ତା'ପରେ ସେ ପ୍ରବୀଣକୁଫୋନ୍ କରି ଘରକୁ ଡାକିଥିଲା। ପ୍ରବୀଣ ଛୁରୀସାଙ୍ଗରେ ନେଇ ଆସିଥିଲା। ସେହି ଛୁରୀର  ପ୍ରବୀଣ ଏବଂ ରାଶି ମିଶି ଜୟକୁ ମାରଙ୍କ ଗଳା କାଟଦେଇଥିଲେ। ତାଂପରେ ଜୟକୁମାରଙ୍କ ଶବକୁଘୋଷାଡି ନେଇ ବାଥରୁମ୍ରେ ରଖି ଦେଇଥିଲେ । ହତ୍ଯାର ପ୍ରମାଣ ନଷ୍ଟ କରିବା ପାଇଁ ଘରେପଡିଥିବା ରକ୍ତକୁ ପୋଛି ଦେଇଥିଲେ। ସକାଳ୭ଟାରେ ରାଶି ଘରୁ ବାହାରି ୩ଟି ବୋତଲରେପେଟୋଲ ଭରି ଆଣିଥିଲା। ଦୁଇଜଣ ବାଥରୁମ୍ରେ ଜୟକୁମାରଙ୍କ ଶବ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ହତ୍ୟାର ଗୁମର ଖୋଲିବା ପରେ ରାଶିକୁ ବାଳସୁଧାର ଗୃହ ପଠାଇ ଦିଆଯାଇଥିଲା ।

deccanchronicle.com

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...