Showing posts with label କଲେଜ. Show all posts
Showing posts with label କଲେଜ. Show all posts

Sunday, 22 December 2019

ରାକେଶର ଧୋକାରେ ଭାଙ୍ଗିପଡିଥିଲା ଅଞ୍ଜଳି

୨୫ବର୍ଷିୟ ଅଞ୍ଜଳି ଯାଦବ ୨୨ମେରେ ତା'ର ରୁମ୍ରେ  ଥିଲା। ସେ ସିଦ୍ଧାର୍ଥନଗର ଜିଲ୍ଲା ଗୋହନିଆ ବଜାରରେ ବିଜୟ କୁମାରଙ୍କ ଘର ପ୍ରଥମ ମହଲ ଭଡ଼ା ନେଇ ରହୁଥିଲା। ଅଞ୍ଜଳି ଏବଂ ତା'ର ସହକର୍ମୀ ଖୁସ୍ବୁ ସିଦ୍ଧାର୍ଥନଗର କାଞ୍ଚନପୁର ପ୍ରାଇମେରି ବିଦ୍ୟାଳୟରେ ଏକାଠି
ପଢାଉଥିଲେ। ସେହି ସମୟର ଗ୍ରୀଷ୍ମକାଳୀନ ଛୁଟିଥିବାରୁ ଖୁସ୍ବୁ ଘରକୁ ଚାଲିଯାଇଥିଲା। ଅଞ୍ଜଳିକୁସେଦିନ ଏକୁଟିଆ ଦେଖି ଘର ମାଲିକର ଦୁଇ ଝିଅ ରିଆ ଏବଂ ସୀମା ତା ନିକଟକୁ ଆସିଥିଲେ ।ଅଞ୍ଜଳି ଯେବେ ବି ଏକୁଟିଆ ଥାଏ ରିଆ ଏବଂ ସୀମାତାଂସହିତ କଥାବାର୍ତା ହେବା ପାଇଁ ଚାଲିଆସନ୍ତି। ସାଢେ ୩ଟା ପାଖାପାଖି ରିୟା ଏବଂ ସୀମା ନିଜରୁମ୍କୁ ଚାଲିଯାଇଥିଲେ। ଅଞ୍ଜଳି ରୁମ୍ରେ ଏକୁଟିଆ ଥିଲା। ଗୋଟିଏ ଘଣ୍ଟା ପରେ ଅଞ୍ଜଳି ରୁମ୍ରୁ ଧୂଆଁ ବାହାରିବାକୁ ଲାଗିଥିଲା । ଧୂଆଁ ବାହାରୁ ଥିବାର ଦେଖିସଙ୍ଗେ ସଙ୍ଗେ ଲୋକଙ୍କ ଭିଡ଼ ଜମିଥିଲା। ରୁମ୍ ବାହାରୁତାଲା ପଡିଥିଲା। ଲୋକେ ତାଲା ଭାଙ୍ଗି ରୁମ୍ ଭିତରକୁଯାଇଥିଲେ। ରୁମ୍ ଭିତରର ଦୃଶ୍ୟ ହୃଦୟ ବିଦାରକ ଥିଲା। ଅଞ୍ଜଳିର ଶବ ପଖାରେ ଝୁଲୁଥିଲା। ଶବସମ୍ପୁର୍ଣ୍ଣ ଜଳିଯାଇଥିଲା। କିଛି ଲୋକ ୧୦୦ ନମ୍ବରକୁକଲ୍ କରି ପୁଲିସକୁ ସୂଚନା ଦେଇଥିଲେ |
ପୁଲିସ ବି ହୋଇଥିଲା ଆଶ୍ଚର୍ଯ୍ୟ
ପୁଲିସ ଆସିବା ପରେ ଦେଖିଥିଲା ଅଞ୍ଜଳିର ଶବପଙ୍ଖାରେ ଝୁଲୁଥିଲା। ତା'ର ବେକରେ ଲୁ ହା ତାର ଏବଂ ପାଦରେ ଜଞ୍ଜିର ବନ୍ଧା ହୋଇଥିଲା। ରୁମ୍ରେ ଗ୍ୟାସସିଲିଣ୍ଡର ରଖାଯାଇଥିଲା। କିଚେନ୍ ରୁମ୍ରେ ଦୁଇଟିଲାଲ୍ ରଙ୍ଗର ବ୍ୟାଗ ଥିଲା। ଏସବୁ ଦେଖି ପୁଲିସଭାବିଥିଲା ଅଞ୍ଜଳି ଆତ୍ନହତ୍ୟା କରିଥିବ। ହେଲେ ରୁମ୍ର ଦୃଶ୍ଯ କିଛି ଭିନ୍ନ କହୁଥିଲା। ଯେଉଁଥିପାଇଁପୁଲିସ ବି ଆଶ୍ଚର୍ଯ୍ୟ ହୋଇଥିଲା। ଯଦି ଅଞ୍ଜଳି ଆତ୍ନହତ୍ୟା କରିଥିବ ରୁମ୍ ବାହାରପଟୁ କିପରି ବନ୍ଦହେବ? ତେଣୁ ପୁଲିସ ସନ୍ଦେହ କରିଥିଲା ଅଞ୍ଜଳିବ୍ୟତୀତ ଅନ୍ୟ କେହି ବ୍ୟକ୍ତି ସେହି ରୁମ୍ରେ ଥିଲା। ଘଟଣାକୁ ନଜରରେ ରଖି ପୁଲିସ ଅନୁମାନ କରିଥିଲା ଅଞ୍ଜଳିର ହତ୍ୟା କରିବା ପରେ ହ ତ୍ୟାକାରୀ ଅଞ୍ଜଳିରଶବକୁ ପଙ୍ଖାରେ ଝୁଲାଇ ଦେଇଥିବ। ତାଂପରେରୁମ୍ ବାହାରୁ ବନ୍ଦ କରି ସମସ୍ତଙ୍କ ନଜରରୁ ଲୁଚି ପଳାଇଥିବ।। ଗ୍ୟାସ୍ ସିଲିଣ୍ଡର କିଚେନ୍ରେ ରହିବା ବଦଳରେ ଅଞ୍ଜଳିର ରୁମ୍ରେ ଥିଲା। ହେଲେଏହା ଆତ୍ନ ହତ୍ୟା ନା ହତ୍ୟା ଜାଣିବା ପାଇ ପୁଲିସପୋଷ୍ଟମାର୍ଟମ ରିପୋର୍ଟକୁ ଅପେକ୍ଷା କରିଥିଲା। ଝିଅର ମୃତ୍ଯୁ ଖବର ଘରଳୋକଙ୍କୁ ଦିଆଯାଇଥିଲା।ଘରଲୋକ ଆସିବା ପରେ ଜଣାପଡିଥିଲା ଯେ ଅଞ୍ଜଳି ରଲୋକ ଆସିବା ପରେ ଜଣାପଡିଥିଲା ଯେ ଅଞ୍ଜଳିକିଛି ଦିନ ହେବ ଚିନ୍ତାରେ ରହୁଥିଲା ।
ରାକେଶ ଥିଲା ସନ୍ଦେହରେ
ପୁଲିସ ଅଞ୍ଜଳିର କଲ୍ ଡିଟେଲସ୍ ବାହାର କରିଥିଲା।ଯେଉଁଥିରୁ ଜଣାପଡିଥିଲା ଅଞ୍ଜଳି ଗୋଟିଏ ନମ୍ବରକୁ ଅନେକଥର କଲ୍ କରି କଥା ହେଉଥିଲା। ସେହି ନମ୍ବର ଥିଲାରାକେଶ କୁମାର ଯାଦବର । ରାକେଶ ଏବଂ ଅଞ୍ଜଳି ଗୋଟିଏବିଦ୍ୟାଳୟରେ ପଢାଉଥିଲେ । ଦୁଇଜଣଙ୍କ ସଂପର୍କ ବିଷୟରେପୁଲିସ ଖୋଳତାଡ କରିବାରୁ ଜଣାପଡିଥିଲା ରାକେଶ ଏବଂଅଞ୍ଜଳି ଭିତରେ ପ୍ରେମ ସଂପର୍କ ଥିଲା। ଏହି କଥା ଅଞ୍ଜଳିରଘରଲୋକଙ୍କୁ ମଧ୍ଯ ଜଣାଥିଲା। ପୁଲିସ ଯେତେବେଳେ ଅଞ୍ଜଳିରବାପାଙ୍କୁ ଏ ବିଷୟରେ ପଚାରିଥିଲା, ସେ ଅଞ୍ଜଳିର ରାକେଶ ସହିତ ସଂପର୍କ ଥିବା କଥାକୁ ସ୍ବୀକାର କରିଥିଲେ | ଆଉ ପୂରାଦମ୍ଭର ସହିତ କହିଥିଲେ ଯେ, ରାକେଶ ଅଞ୍ଚଳିକୁ ହତ୍ଯା କରିଛି | ତା'କୁ ଥାନାକୁ ଆଣି କଠୋର ହୋଇ ପଚାରିଲେ ସେସବୁ ସତ କଥା ମାନିଯିବ । ୨୬ମେରେ ରାକେଶକୁ ତା'ର ଘରୁଗିରଫ କରାଯାଇଥିଲା। ପଚରାଉଚରା ସମୟରେ ସେ ସତ କଥା ମାନିଯାଇଥିଲା। ରାକେଶ ଥିଲା ଅଞ୍ଜଳିର ହ ତ୍ୟାକାରୀ ।ପ୍ରେମରେ ପଡ଼ିବାକୁ ଚାହୁଁନଥିଲା ଅଞ୍ଜଳି ରାକେଶ କୁମାର ଯାଦବ ଅଞ୍ଜଳିଠାରୁ ବୟସରେ ବହୁତ ବଡ଼ଥିଲା। ଦୁଇଜଣ ଏକାଠି ଗୋଟିଏ ସ୍କୁଲରେ ପଢାଉଥିବାରୁ ରାକେଶ ଅଞ୍ଜଳିକୁ ମନେ ମନେ ଭଲ ପାଇ ବସିଥିଲା।
ରାକେଶ ଯେବେ ଏ ବିଷୟରେ ଅଞ୍ଜଳିକୁ କହିଥିଲା। ସେ ସଫାସଫା ମନା କରିଦେଇଥିଲା | କହିଥିଲା ଘରଲୋକଙ୍କ ଇଚ୍ଛାରେବାହା ହେ ବ । କିନ୍ତୁ ରାକେଶ ଚେଷ୍ଟା ଛାଡିନଥିଲା। ସେ ତାଂରସାଙ୍ଗ ଖୁସ୍ବୁ ଜରିଆରେ ଅଞ୍ଜଳିର ନିକଟତର ହୋଇଥିଲା।ଖୁସ୍ବୁ ଅଞ୍ଜଳି ଆଗରେ ରାକେଶର ପ୍ରଶଂସା କରୁଥିଲା।ଯେଉଁଥିପାଇ କିଛି ଦିନ ପରେ ଅଞ୍ଜଳି ରାକେଶର ପ୍ରେମକୁସ୍ଵୀକୃତି ଦେଇଥିଲା। ଅଞ୍ଜଳିର ପ୍ରଥମ ପ୍ରେମ ଥିଲା ରାକେଶ ।ଦିନକୁ ଦିନ ସେ ରାକେଶକୁ ବହୁ ତ ଭଲ ପାଇବସିଥିଲା।
ସତ ଲୁଚାଇଥିଲା ରାକେଶ

ରାକେଶ ବିବାହିତ ଥିଲା ବୋଲି ଅଧଞ୍ଚଳିକୁ ଲୁଚାଇଥିଲା ।କେବଳ ଅଞ୍ଜଳି ନୁହ ଖୁସ୍ବୁକୁ ମଧ୍ଯ ଏ ବିଷୟରେ ସେ କିଛି କହିନଥିଲା। ରାକେଶ ବହୁତ ଚାଲାକ ଥିଲା। ଅଞ୍ଜଳିକୁ ପ୍ରେମକରୁନଥିଲା ବରଂ ତା'ର ଶରୀରକୁ ଚାହୁଁ ଥିଲା। ସେ ଅଞ୍ଜଳିସହିତ କେବଳ ଛଳନା କରୁଥିଲା। ଅଞ୍ଜଳି ସହିତ ଶାରୀରିକସଂର୍ପକ ରଖିବା ପରେ ତାଂକୁ ଛାଡି ଦେଇଥାନ୍ତା। ଅଞ୍ଜଳିକୁପାଇବା ପାଇଁ ସେ କୌଣସି ବି ସ୍ତର ପର୍ଯ୍ୟନ୍ତ ଯିବାକୁ ପ୍ରସ୍ତୁତଥିଲା। ସେଥିପାଇଁ ସେ ଅଞ୍ଜଳି ଆଗରେ ବିବାହ ପ୍ରସ୍ତାବଦେଇଥିଲା। ଅଞ୍ଜଳି ତା'ର ପ୍ରସ୍ତାବକୁ ମନା କରିପାରିନଥିଲାବିବାହ ପାଇଁ ହ କହିଥିଲା। ହେଲେ ସେପଟେ ଅଞ୍ଜଳିରମାଂବାପା ତାଂର ବାହାଘର ଠିକ୍ କରିଦେଇଥିଲେ ଜଣେଇଞ୍ଜିନିୟର ସହିତ | ଅଞ୍ଜଳି ବି ସେତେବେଳେ ଜାଣିପାରିଥିଲାଯେତେବେଳେ ଘରଲୋକ ତାଂ ର ନିର୍ବନ୍ଧର ତାରିଖ କହିଥିଲେ । ରାକେଶର ମୁଖା ଖୋଲିଥିଲା

ଅଞ୍ଜଳି ତାଂର ବାହାଘର ଠିକ୍ ହୋଇଥିବା କଥା ରାକେଶକୁକହିବାକୁ ବାହାରିଥିଲା ବେଳେ ରାକେଶ ବିବାହିତ ବୋଲିଜାଣିପାରିଥିଲା। ରାକେଶର ଧୋକାରେ ସେ ଭାଙ୍ଗିପଡିଥିଲା।ସେ ରାକେଶଠାରୁ ଏମିତି ଆଶା କରୁନଥିଲା। ତାଂପରେସେ ନିର୍ବନ୍ଧ ପାଇଁ ଘରକୁ ଚାଲିଯାଇଥିଲା। ହେଲେ ଅଞ୍ଜଳିରଏହି ବାହାଘରରେ କୌଣସି ଆଗ୍ରହ ନଥିଲା। ସବୁବେଳେଚିନ୍ତାରେ ରହୁ ଥିଲା ଅଞ୍ଜଳି । ନିର୍ବନ୍ଧ ହୋଇଯିବା ପରେ ଅଞ୍ଜଳି ପୁଣି ଫେରି ଆସିଥିଲା। ପ୍ରେମରେ ଧୋକା ଖାଇବା ପରେତା'ର ମନ କୌଣସି କାମରେ ଲାଗୁନଥିଲା। ରାକେଶର ବି
ଫୋନ୍ ଉଠାଉନଥିଲା। ରାକେଶ ତାଂକୁ ଦେଖା କରିବା ପାଇଁ ଯେତେଥର ଡାକିଛି ସେ ମନା କରିଦେଇଥିଲା। ଅଞ୍ଜଳିକହିଥିଲା ତା'ର ବାହାଘର ଠିକ୍ ହୋଇସାରିଛି। ସେଥିପାଇଁ ତା'ସହିତ କୌଣସି ସଂପର୍କ ରଖିବ ନାହ |

ସାକ୍ଷାତ ବାହାନାରେ କରିଥିଲା ହତ୍ୟା
ସେଦିନ ରିଆ ଏବଂ ସୀମା ଅଞ୍ଜଳି ସହିତ କଥାବାର୍ଭା ସାରିନିଜ ଘରକୁ ଚାଲିଯାଇଥିଲେ। ତାଂପରେ ରାକେଶର କଲ୍ଆସିଥିଲା। ସେ ଅଞ୍ଜଳିକୁ ଦେଖା କରିବାକୁ ଚାହୁଁ ଥିଲା। ହେଲେଅଞ୍ଜଳି ମନା କରି ଫୋନ୍ କାଟି ଦେଇଥିଲା । ରାକେଶକୁ ଏହାଅପମାନିତ କରିଥିଲା। ସେ ପ୍ରତିଶୋଧ ନେବାକୁ ଚାହୁଁଥିଲା।ରାକେଶ ଜାଣିଥିଲା ଅଞ୍ଜଳି ରୁମ୍ରେ ଏକୁଟିଆ ଥିଲା। ପ୍ରଥମେସେ ଅଞ୍ଜଳିର ଘରମାଲିକଙ୍କ ଉପରେ ନଜର ରଖିଥିଲା। ଯେମିତି ସେ ବାହାରକୁ ଯାଇଛନ୍ତି ସେ ଘର ଭିତରକୁପ୍ରବେଶ କରିଥିଲା। ଅପରାହ୍ନ ହୋଇଥିବାରୁ ଅନ୍ଯ ଲୋକଶୋଇଥିଲେ। ଲୁଚି ଲୁଚି ଅଞ୍ଜଳିର ରୁମ୍କୁ ଯାଇଥିଲା। ଅଞ୍ଜଳିଘରକୁ ଯିବା ପାଇଁ ପ୍ୟାକିଙ୍ଗ୍ କରୁଥିଲା। ଏହି ସମୟରେରାକେଶକୁ ରୁମ୍ରେ ଦେଖି ଚମକି ପଡିଥିଲା। ପଡ଼ୋଶୀଲୋକ ଜାଣିଲେ ତାଂର ବଦନାମୀ ହେବ ବୋଲି ସେ ପାଟି କରିନଥିଲା। ବାହାଘର କଥାକୁ ନେଇ ଦୁହଙ୍କ ଭିତରେ ଖୁବ୍ଜୋର ଝଗଡ଼ା ହୋଇଥିଲା। ରାକେଶ ରାଗିଯାଇ ଅଞ୍ଜଳିର ବେକରେ ପଡିଥିବା ଓଢଣୀରେ ତାଂର ଗଳା ଚିପି ହତ୍ୟାକରିଥିଲା। ତା'ପରେ ତା'ର ଶବକୁ ପଖାରେ ଝୁଲାଇ ରୁମ୍ରେ ନିଆଁ ଲଗାଇ ଦେଇଥିଲା। ଆଉ ବାହାରପଟୁ କବାଟ ବନ୍ଦ କରି ଘଟଣାସ୍ତ୍ଵଳରୁ ଫେରାର ହୋଇଯାଇଥିଲା।

Saturday, 30 November 2019

ପ୍ରାଣପ୍ରିୟାର ହତ୍ୟା


କିଶୋରାବ!ସ୍ଥା ଏମିତି ବୟସ ଯେତେବେ ଳେ ହାତେ ମାପିଚାଖଣ୍ଡେ ଚାଲିବାକୁ କୁହାଯାଏ  । ପ୍ରତିଟି ପଦକ୍ଷେପ ପାଇଁ ଗଭୀର ଚିନ୍ତନ କରିବାକୁ କୁହାଯାଏ । ଏପରି ତରଳ ବୟସରେ ଅପିତା ଓ ତୁଷାର ଏକ ବିରାଟ ନିଷ୍ପତ୍ତିନେଲେ । ବେଳ ଥାଉଁ ଥାଉଁ ଅପିତା ସତର୍କହୋଇଗଲେ କିନ୍ତୁ ତୁଷାର ସେ ବିରାଟ ବିଭ୍ରାନ୍ତିରୁ ବାହାରି ପାରି ନ ଥ୍ଲା ।ପିଲାଳିଆମିକୁ ସେ ସତ ବୋଲି ଭାବି ସାଜିଗଲା ସୈତାନ୍ ଆଉ କରିଦେଲା ପ୍ରାଣପ୍ରିୟାର ହତ୍ୟା ।

ଅପରାହ୍ଣ ୩ଟା । ମହାରାଷ୍ଟ୍ରର ଅମରାବତୀ ସହର ସ୍ଥିତ ଶାହା କୋଚିଂ ସେଣ୍ଟର ସାମ୍ନା ରାମ୍ତରାରେ ପ୍ରବଳ ଭିଡ ।କୋଚିଂରୁ ବାହାରୁ ଥିବା ଛାତ୍ରଛାତ୍ରୀ ରାସ୍ତାରେ ଏ ପ୍ରକାର ଭିଡ଼ ଜମେଇ ଥିବା ବେଳେ କିଛି ଦୁରରେ ଛିଡ଼ା ହୋଇଥିବା ଯୁବକ ସେମାନଙ୍କୁ ଚାତକ ଭଳି ଚାହିଁ ରହିଥିଲା । ଯୁବକକୁ ଦେଖିଲେ ଏମିତି ପ୍ରତୀତ ହେଉଥିଲା ଯେମିତି ସେ କାହା ଅପେକ୍ଷାରେ ସେଠାରେଛିଡ଼ା ହୋଇଛି । କିଛି ସମୟ ପରେ ତାଂ ପ୍ରତୀକ୍ଷାର ଅନ୍ତ ହେଲା ।କୋଚିଂରୁ ବାହାରି ଦୁଇ ଛାତ୍ରୀ ବସ୍ ଷ୍ଟାଣ୍ଡ୍ ଆଡ଼କୁ ଯାଉଥିବା ବେଳେ ଯୁବକ ଜଣକ ସେମାନଙ୍କୁ ପିଛା କରି ରାମ୍ରା ରୋକିଲା ।ଦୁଇ ଛାତ୍ରୀ ଥିଲେ ଅର୍ପିତା ଓ ଅପଣ୍ଡ୍ରା । ଅର୍ପିତା ଯୁବକକୁ ଦେଖିପଚାରିଲେ- ତୁଷାର! ତୁମେ ଏଠି କ'ଣ କରୁଚ ?
ତୁଷାର କହିଲା- ତୁମେ ଠିକ୍ ଜାଣିଚ ମୁଁ ଏଠିକି କ'ଣ ପାଇଁଆସିଚି। ଆମେ ପରସ୍ପରକୁ ଭଲ ପାଇଚେ, ବାହା ବି ହେଇଚେ...ମୋର କୋଉଁ ଭୁଲ୍ ପାଇଁ ତୁମେ ମୋତେ ଦୁରେଇ ଦେଉଚ ?
ଅର୍ପିତା: ସେ ସବୁ ଆମର ପିଲାଳିଆମି ଥିଲା | ସବୁ କଥା ମୁଁଭୁଲିଗଲିଣି, ତୁମେ ବି ଭୁଲିଯାଅ । ମୁଁ ମୋ କ୍ୟାରିୟର୍ ପ୍ରତି ଧ୍ଯାନ ଦେଉଚି ଆଉ ତୁମେ ମଧ୍ୟ ତୁମ କ୍ୟାରିୟର ପ୍ରତି ଧ୍ୟାନ ଦିଅ ଯାହା---ଆମ ଦୁଇଜଣଙ୍କ ପାଇଁ ଭଲ ହେବ । ଏହା ପରେ ବସ୍ଛାଡ଼ିଦେବା କଥା କହିଅର୍ପିତା ସେଠାରୁଚାଲିଯିବାକୁ ଉଦ୍ୟ କଲ।ର୍ ତୃଷାର ସେମାନଙ୍କୁ ବାଟ ଛାଡି ନ ଥିଲା । ଏସବୂ ଭିତରେଅପିତାଙ୍କ ସାଙ୍ଗ ଅପର୍ଣ୍ଣା ମଧ୍ୟ ତୁଷାରକୁ ରାସ୍ତା ଛାଡ଼ିବା ପାଇଁ କହିଥିଲେ ହେଲେ ତୁଷାର ଜିଦ୍ରେ ଅଟଳ ଥିଲା ।
ଅର୍ପିତା ଙ୍କକଥାରେ ତୃଷାରରାଗିଯାଇ ଗୋଟିଏଛୁରୀ ବାହାର କରି ଅପିତାଙ୍କୁ ଭୁଷିବାରେ ଲାଗିଲ। । ଅପଣ୍ବ। ଅଟକାଇବାରୁ ତାଙ୍କୁମଧ୍ୟ ତୁଷାର ଛ୍ଛୁରୀରେଆଘାତ ଦେଲା ।ରାସ୍ତା କଡ଼ରେଦୁଇ ଝିଅଙ୍କୁ ଏଭଳିଅବସ୍ଥାରେ ଦେଖ୍ଲେ।କେ ଜମାହେ।ଇଗଲେ । ଏଭିତରେ ତୁଷାର ଛୁରୀଧରି ଦୌଡ଼ିବାକୁ ଲାଗିଲା । କିଛି ଯୁବକ ତୁଷାରକୁ ଗୋଡ଼େଇ ତାକୁକାବୁ କରିନେଲେ । ଆଉ କିଛି ଲୋକ ଆହତ ଅର୍ପିତା ଓ ଅପର୍ଣ୍ଣାଙ୍କୁ ଅଟୋରେ ପାଖ ଡାକ୍ତରଖାନାକୁ ନେଇଗଲେ ।
ଉତ୍କ୍ଷିପ୍ର ଯୁବକମାନେ ତୁଷାରକୁ ଛାଡ଼ିବାକୁ ଅରାଜି ଥିବା ବେଳେରାଜାପେଠ ଥାନା ଅଧୁକାରୀ ସୂଚନା ପାଇବା କ୍ଷଣି ସେଠାକୁ ଆସିତୁଷାରକୁ ନିଜ କଷ୍ଟଡିକୁ ନେଇଗଲେ ।ଥାନା ଅଧୂକାରୀ କିଶୋର ସୂର୍ଯ୍ୟବଂଶୀ ଘଟଣା ବିଷୟରେସବିଶେଷ ତଥ୍ୟ ଗ୍ରହଣ ପରେ ନିଜ ଟିମ୍ ସହ ଘଟଣାସ୍ଥଳରେପହଞ୍ଚିଲେ । ସେଠାରେ ପଡିଥିବା ଛୁରୀ, ରକ୍ତଭିଜା ମାଟି ସଂଗ୍ରହପରେ ପ୍ରତକ୍ଷ୍ୟଦର୍ଶୀଙ୍କ ବୟାନ ରେକର୍ଡ କଲେ । ଏହା ପରେ ପୋଲିସ ଟିମ୍ ସିଧା ଚାଲିଲେ ଡାକ୍ତରଖାନା ଯେଉଁଠାରେ ଅପ୍ପିତା ଓ ଅପଣ୍ଣ୍ରା ଥିଲେ ଚିକିତ୍ସାଧୀନ ।
ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଅପିତାଙ୍କ ପ୍ରାଣ ଛାଡିଯାଇଥିଲା । ଡାକ୍ତର ଅପର୍ଣ୍ଣାଙ୍କ ଚିକିତ୍ସା ଜାରି ରଖିଥିଲେ । କିଛିସମୟର ଅପେକ୍ଷା ପରେ ପୋଲିସ ଅପଣ୍ତ୍ରାଙ୍କ ବୟାନ ନେଲା ।ଅର୍ପିତାଙ୍କ ହତ୍ୟା ନେଇ ପୋଲିସ ଥାନାରେ ଏକ କେସ୍ ଦାୟର କରି ଶବକୁ ପୋଷ୍ଟମର୍ଟମ ପାଇଁ ପଠେଇ ଦିଆଗଲା।ପୋଲିସ ଅଧୁକାରୀ ଘଟଣା ସମ୍ପର୍କରେ ଅର୍ପିତା ଓ ଅପର୍ଣ୍ଣାଙ୍କଘର ଲୋକଙ୍କୁ ଜଣେଇ ଦେଇ ଥାନାକୁ ଫେରିଗଲେ । କିଛି ସମୟରଅନ୍ତରାୟ ପରେ ଦୁହଁଙ୍କ ପରିବାର ଲୋକେ କାନ୍ଦି କାନ୍ଦି ଆସି ଥାନାରେ ପହଞ୍ଚିଲେ ।ଅର୍ପିତାଙ୍କ ବାପାଙ୍କ କହିବା କଥା ଥିଲା ତୁଷାର ତାଙ୍କ ଝିଅକୁଏକତରଫା ପ୍ରେମ କରୁଥଲା, ବାହାହେବା ପାଇଁ ସବୁବେଳେ ଅପିତା-ଉପରେ ଚାପ ପକାଉ ଥୁଲା । ଅପିତା ତା' କଥାରେ ରାଜି ନ
ହେବାରୁ ସେ ବାରମ୍ବାର ତାକୁ ଧମକାଉ ଥୁଲା । ଏହା ସହ ଏକ
ନକଲି ଭିଡିଓ ସେ ସୋସାଲ ମିଡିଆରେ ଛାଡିବ ବୋଲି ସବୁବେଳେକହୁଥଲା । ଏ ବିଷୟରେ ଆମେ ବଡ଼ନେରା ଥାନାରେ କମ୍ଚ୍ଲେଣ୍ଟଦେଇଥୁଲୁ । ପୋଲିସ ତୁଷାରକୁ ଅଟକ ରଖ୍ ସେହି ଭିଡିଓକୁ ତାମୋବାଇଲ୍ରୁ ଡିଲିଟ୍ କଲା ଆଉ ଏକ ମାଫିନାମା ପରେ ତାକୁଛାଡି ଦେଲା । ଏହା ପରେ ପରିସ୍ଥିତି ଆୟତ୍ତ ହେଲା । ତୁଷାରର ପରିବାର ଲୋକେ ଥାନାରେ ହାଜର ହୋଇ ଅପ୍ପିତାତୁଷାରକୁ ଭଲ ପାଉଥୁଲେ ଆଉ ଦୁହେଁ ମନ୍ଦିରରେ ବାହା ହୋଇଥିଲେ।ପରେ ଅପିତା ଏ କଥାରେ ଅରାଜି ହେବାରୁ ପ୍ରେମରେ ବିଫଳହୋଇ ଗଭୀର ମାନସିକ ଅବସାଦରେ ତୁଷାର ଏ ପ୍ରକାର କାଣ୍ଡ କଲା ବୋଲି ସେମାନେ ବୟାନ ଦେଲେ ।

ଅମରାବତୀ ଜିଲ୍ଲା ଭାତକୁଲୀ ଗାଁ ସ୍ଥିତ ମଲକାପୁରରେ ୨୨ବର୍ଷୀୟ ତୁଷାରର ଘର । ତା ବାପା କିରଣ ମସକରେ ଜଣେ ଗରିବକୃଷକ ଯିଏ ଅନ୍ୟ ଜମିରେ ଖଟି ପରିବାର ପ୍ରତିପୋଷଣ କରନ୍ତି ।ପରିବାରର ଆର୍ଥ୍ରକ ସମସ୍ୟାକୁ ଦୃଷ୍ଟିରେ ରଖ୍ ତୁଷାର ଇଣ୍ଟରମିଡିଏଟ୍ପାସ୍ କଲା ପରେ ପଢ଼ା ଛାଡ଼ି ଦେଇଥୁଲା । ପରିବାରରେ ତାକୁ ଛାଡିଦେଲେ ବାପା କିରଣ ମସକରେଙ୍କର ଆଉ ଗୋଟେ ପୁଅ ଓ ଝିଅ  ଥୁଲେ |

ଦେଖୁବାକୁ ସୁନ୍ଦରୀ ଓ ଉଚ୍ଚାକାଂକ୍ଷୀ ଅର୍ପିତାଙ୍କ ଘର ତୁଷାର ଗାଁପାଖରେ | ବାପା ଦତ୍ତା ସାହେବ ଠାକରେଙ୍କର ଅଲିଅଳୀ ଥୁଲେଅପିତା । ଗାର ଜଣେ ନାମକରା ଚାଷୀ ଭାବେ ଦତ୍ତା ବେଶ୍ ପରିଚିତ ।ଅର୍ପିତା ପଢ଼ାପଢ଼ିରେ ଖୁବ୍ ଆଗୁଆ ଥୁବା ବେଳେ ତୁଷାର ତାଙ୍କ ସୌନ୍ଦର୍ଯ୍ୟର ଦିୱାନା ପାଲଟି ଯାଇଥିଲା ।

୧୮ ବର୍ଷୀୟା ଅର୍ପିତା ଓ ତୁଷାରଙ୍କ ଲଭ୍ ଷ୍ଟୋରୀ ୨୦୧୭ରେଆରମ୍ଭ ହୋଇଥଲା । ହାଇସ୍କୁଲ୍ ପଢ଼ା ସାରି ଦୁହେଁ ପାଖ ଗାଁଭାତକୁଲୀ କେଶର ଭାଇ ଲାହୋଟୀ ଇଣ୍ଟର - କଲେଜର ଯୁକ୍ତ୨ରେ ନାମ ଲେଖେଇଲେ । କଲେଜ୍ରେ ଅପିତାଙ୍କ ପଛରେ ଗୁଡାଏପିଲା ପଡ଼ିଥିବା ବେଳେ ସେ କିନ୍ଗୁ ତୁଷାର ସହିତ ଫ୍ରି- ଟାଇମ୍ ବିତାଉଥିଲେ । କଲେଜ୍ ଯିବା ବାଟରେ ତୁଷାର ଘର ପଡୁଥିବାରୁ ଅର୍ପିତା ସ୍କୁଟିରେ ତୁଷାରକୁ ସାଥ୍ରେ ନେଇ ଯାଉଥିଲେ ।ଏକାଠି ସମୟ ବିତାଇବା ଭିତରେ ଦୁହେଁ ପ୍ରେମରେ ପଡ଼ିଗଲେ ।ତୁଷାର ପ୍ରଥମେ ଅର୍ପିତା ଙ୍କୁ ମନ କଥା କହିଥିଲା ଯାହାକୁ ଅର୍ପିତା ସମର୍ଥନ ଜଣେଇ ଥିଲେ । ପରେ ସେମାନେ ସାଲବଡିର ଏକମନ୍ଦିରରେ ବାହା ହୋଇଗଲେ ଯେଉଁଠି ଦୁହେଁ ଏକାଠି ଜୀଇଁବା ଓମରିବା ପାଇଁ ପ୍ରତିଜ୍ଞା କଲେ । ଲାହୋଟୀ କଲେଜ୍ରେ ଉଚ୍ଚଶିକ୍ଷାସୁବିଧା ନ ଥିବାରୁ ଅର୍ପିତାଙ୍କ ବାପା ଝିଅର ଆଡ୍ମିସନ୍ ଅମରାବତୀର ମଧୋଲ ପେଠ ସ୍ଥିତ ମହାତ୍ମା ଫୁଲେ ବିଶ୍ଵବିଦ୍ୟାଳୟରେ କରାଇଲେ ।

ସେଠାରେ ଅର୍ପିତା ବି.କମ୍ ପ୍ରଥମ ବର୍ଷର ଛାତ୍ରୀ ଥିବାସମୟରେ ପରିବାର ଲୋକଙ୍କ କାନରେ ପଡିଲା ତୁଷାର ଓଅପିତାଙ୍କ ପ୍ରେମ ବିବାହ କଥା । ଏ କଥା ଶୁଣିବା ପରେ ତାଙ୍କ ପରିବାର ଲୋକଙ୍କୁ ଏକ ଶକ୍ତ ଧକ୍କା ଲ।ଗିଲ। । ପରି ବାର ଲୋକେ ଝିଅକୁ ବହୁ ବୁଝାସୁଝା କଲେ । ଗୁରୁଜନଙ୍କ କଥାରେରାଜି ହୋଇଗଲେ ଅପିତା । ସେ ବୁଝିଗଲେ ଯେ ତୁଷାର ହାତ ଧରିଲେ ତାଙ୍କ ଜୀବନ ସୁଖମୟ ହେବ ନାହିଁ ।-ତୁଷାରର ଆର୍ଥୁକ ସ୍ଥିତି ଭଲ ନ ଥିଲା । ତୁଷାର ତା ପରିବାରଭରଣପୋଷଣ ପାଇଁ ଟ୍ରାକ୍ଟର ଚଲାଉ ଥିଲା ।କିନ୍ତୁ ଅର୍ପିତା କରଛଡ଼ାଦେବା ସେ ବରଦାସ୍ତ କରିପାରୁ ନଥ୍ଲ। |ଅପିତା ତୁଷାର କଲ୍ର ଉତ୍ତର ମଧ୍ୟ ଦେଉ ନ ଥିଲେ । ଯିଏ ତାକୁ ନିଜ ଜୀବନଠାରୁ ଅଧକଭଲ ପାଉଥିଲା ତାଂର ଏ ପ୍ରକାର ବିତୃଷ୍ଣା ଭାବ ଦେଖି ତୁଷାରକୁ ଜୀବନ ତୁଚ୍ଛ ମନେ ହେଲା । ପ୍ରତିଶୋଧ ନେବା ପାଇଁ ସେ ମନେ ମନେ ଉପାୟ ପାଞ୍ଚିଲା ।ଅପିତାଙ୍କ ଏ ପ୍ରକାର ବ୍ୟବହାରରେ ତୁଷାର ତାଙ୍କୁ ଘୃଣା କରିବାକୁଲାଗିଲା । ପ୍ରତିଶୋଧ ନେବା ପାଇଁ ତୁଷାର ତା'ର ଜଣେ ସାଙ୍ଗଜରିଆରେ ଏକ ଚାଇନା- ମେଡ୍ ଛୁରୀ ଯୋଗାଡ଼ କଲା । ଛୁରୀ ଯୋଗାଡ଼ ପରେ ଘଟଣା ଦିନ ସକାଳୁ ସେ ଅମରାବତୀ ଯାଇ ଶାହା କୋଚିଂ ସେଣ୍ଟର ଆଗରେ ଅପେକ୍ଷା କଲା । ତୃଷାରକୁ କଠେ।ରରୁ କଠେ।ର ଦଣ୍ଡ ଦେବା ପାଇଁଚାରି ଆଡେ ବିକ୍ଷୋଭ ପ୍ରଦର୍ଶନ କରାଗଲା । ଏହା ପରେ ନିୟମଅନୁସାରେ ହତ୍ୟା ଅଭିଯୁକ୍ତ ତୁଷାରକୁ କୋର୍ଟରେ ହାଜର କରାଯାଇ ଜିଲ୍ଲା ଜେଲ୍କୁ ପଠାଇ ଦିଆଗଲା ।

Thursday, 14 November 2019

ହତ୍ୟାରେ ପରିବାରଲୋକ ଥିଲେ ସାମିଲ୍


ତ୍ତତ୍ତରପ୍ରଦେଶ ଜିଲ୍ଲା ଏଟା ଥାନା ମାଲବାଁନ   ଅନ୍ତର୍ଗତ ବାହାଦୁର ପୁ ର   ଗା। ସେହି ଗାର ଜଣେ ବ୍ୟକ୍ତି କ୍ଷେତକୁ ଯାଉଥିବା ସମୟରେ ବୁଦା ମୁଳରୁ କିଛି ଶବ୍ଦ ଶୁଣିଥିଲା। ସେ ସେହି ବୁଦା ପାଖକୁ ଯାଇ ଯାହା ଦେଖିଥିଲା, ଚମକି ପଡିଥିଲା। ରକ୍ତ ଜୁଡୁବୁଡୁ ଜଣେ ଯୁବତୀ ଯନ୍ତ୍ରଣାରେ ଛାଟିପିଟିହେଉଥିଲା। ସେହି ବ୍ଯକ୍ତି ଜଣକ ବୁଦା ଭିତରୁ ଯୁବତୀକୁବାହାର କରି ଆଣିଥିଲା। ପାଟିକରିବାରୁ ଆଖପାଖ ଲୋକମଧ୍ୟ ଆସିଥିଲେ । ଯୁବତୀ ସେହି ଗାର ହୋଇନଥିବାରୁ ତା'କୁକେହି ଚିହ୍ନିପାରିନଥିଲେ। ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦିଆଯାଇଥିଲା ।
ପୁଲିସ ଆସିଲା ପରେ ଯୁବତୀକୁ ଜିଲ୍ଲା ହସପିଟାଲ୍ରେ ଭଉିକରାଇଥିଲା। ଚିକିତ୍ସାର କିଛି ସମୟ ପରେ ତାଂର ହୋସ୍ ଆସିଯାଇଥିଲା। ପୁଲିସ ପଚରାଉଚରା ପରେ ସେ କହିଥିଲା,ତାଂର ନା ନିଶା। ସେ ଏଟା ଥାନା ଅନ୍ତର୍ଗତ ବାସ୍ତର ଗା ନିବାସୀ ଅଫରୋଜଙ୍କ ଝିଅ। ସେ ପରିବାର ସହିତ ଆଲିଗଡର ଜମାଲପୁର ନଗରରେ ରହୁଥିଲା। ତାଂର ଏପରି ଅବସ୍ଥାକିଏ କରିଥିଲା ସେ ବିଷୟରେ ପୁଲିସକୁ ବିସ୍ତୃତ ତଥ୍ୟ ଦେଇ କହିଥିଲା, ୬ ଜୁଲାଇରେ ତା ମାଂବାପା, ସାନ ଭାଇ ଏବଂମାମୁ ଆଲିଗଡଠାରେ ତାରି ଆଖି ସାମ୍ନାରେ ତା'ର ପ୍ରେମିକ ଆମିରକୁ ହତ୍ୟା କରିଥିଲେ। ପ୍ରେମିକର ହତ୍ଯା ପରେ ସେ ଘରଲୋକଙ୍କ ବିରୋଧୀ ହୋଇଯାଇଥିଲା। ପରିବାରଲୋକଙ୍କୁ ଭୟ ଥିଲା ଯେ ନିଶା ପୁଲିସ ଆଗରେ ଆମିର ହତ୍ୟା ସଂପର୍କରେ କହିଦେବ। ସେଥିପାଇଁ ସେମାନେ ତାଂକୁ ଜୋରରେ ମାରପିଟ୍ କରି ଘରେ ବନ୍ଦୀ କରି ଦେଇଥିଲେ। ସେହି ରାତିରେ ନିଶାରମା ବାପା ଏବଂ ମାମୁ ତାଂକୁ ବାସ୍ତର ନେଇଆସିଥିଲେ। ସେଠିତାଂକୁ ଦୁଇଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖାଯାଇଥିଲା। ନିଶାକୁ କାହା ସହିତ ଦେଖାକରିବାକୁ ଦିଆ ଯାଉନଥିଲା। ଆଲିଗଡ ଯିବା ବାହାନାରେ ରାସ୍ତାରେ ନିଶାକୁ ଗୁଳି କରି ଫୋପାଡି ଦେଇଥିଲେ।

ନିଶାର ବୟାନକୁ ଆଧାର କରି ପୁଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୩୦୭ ଅନ୍ତର୍ଗତ ରିପୋର୍ଟ ଦାୟର କରାଇଥିଲା ।ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବାସ୍ତର ଗାରେ ପହଞ୍ଚିଥିଲା।ହେଲେ ସେଠାରେ କେହି ବି ଅଭିଯୁକ୍ତ ନଥିଲେ। ୭ଜୁଲାଇସକାଳେ ଅଲିଗଡ ଭମୋଲା ରେଳଷ୍ଟେସନ କଡ଼ରେ ଜଣେ୨୫ ବର୍ଷିୟ ଯୁବକର ଶବ ପଡିଥିବାର ପୁଲିସକୁ ସୁଚନା ମିଳିଥିଲା। ମୃତକର ଗଳା ଏବଂ ଶରୀର ଅନ୍ୟ ଭାଗରେ ଗଭୀର ଆଘାତ ଲାଗିଥିଲା। ପୁଲିସ ସେଠାରେ ଉପସ୍ତିତ ଥିବା ଲୋକଙ୍କୁ ଶବ ଚିହ୍ନିବାକୁ କହିଥିଲା। ହେଲେ ଶବର ପରିଚୟ ମିଳିପାରିନଥିଲା। ପୁଲିସ ମୃତ ଯୁବକର ପ୍ୟାଣ୍ଟ ପକେଟ୍ରୁ ଆଧାର କାର୍ଡ ପାଇଥିଲା। ଯେଉଁଥିରୁ ଜଣାପଡିଥିଲା ସେହି ଯୁବକ ନିଶାର ପ୍ରେମିକ ଆମିର | ଆମିର ବାପା ଅକିଲ ଅହ ମଦ ପୁଲିସକୁ କହିଥିଲେ, ଶନିବାର ରାତିରେ ଆମିରକୁ ଫୋନ୍ ଆସିଥିଲା। ତାଂପରେ ସେ ଘରୁ ବାହାରିଯାଇଥିଲା। ହେଲେ ତାପରଠାରୁ ଫେରିନଥିଲା। ରାତିରେ ଘରକୁ ନଫେରିବାରୁ ସେ ଆମିରକୁ କଲ୍ କରିଥିଲେ । କିନ୍ତୁ ଫୋନ୍ ଲାଗିନଥିଲା।
ଧରାପଡ଼ିଥିଲେ ଅଭିଯୁକ୍ତ
୮ ଜୁଲାଇରେ ଆଲିଗଡ ପୁଲିସ ନିଶାର ଘରେ ପହଞ୍ଚିଥିଲା। ହେଲେ ସେଠି ତାଲା ଖଝୁଲୁଥିଲା। ନିଶାର ଅବସ୍ଫା ଗମ୍ଭୀର ଥିବାରୁ ୧୦ ଜୁଲାଇରେ ଆଲିଗଡର ଜେ.ଏନ୍. ମେଡିକାଲକୁସ୍ତ୍ରାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ଉଭୟ ମାଲ ବାନା ଏବଂ ଆଲିଗଡ ପୁଲିସ ମିଶି ଅଭିଯୁକ୍ତକୁ ଧରିବା ପାଇ ଚେଷ୍ଟା ଚଳାଇଥିଲେ । ନିଶା ଆଲିଗଡ ପୁଲିସକୁ ମଧ୍ୟ ତା'ର ମାଂବାପା, ସାନଭାଇ ଏବଂ ମାମୁଁ ବିରୋଧରେ ଅଭିଯୋଗ କରିଥିଲା। ୧୩ ଜୁଲାଇ ଦ୍ବିପ୍ରହର ସମୟର ପୁଲିସ ଦଳ ଅଭିଯୁକ୍ତ ନୁରଜହା ଏବଂ ନିଶାର ବାପା ଅଫରୋଜକଙ୍କୁ ଆସପୁରରୁ ବାଗଓ୍ତାଲା ଯିବାରାସ୍ତାରୁ ଧରି ପକାଇଥିଲେ । ସେମାନେ ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିଲେ । ହେଲେ ପୁଲିସ ଟିମ୍ ସେମାନଙ୍କ ପୂର୍ବରୁ ସେଠାରେ ପହଞ୍ଚି ସେମାନଙ୍କୁ ଧରିପକାଇଥିଲା। ସେମାନଙ୍କ ନିକଟରୁ ବନ୍ଧୁକ ଜବତ କରିଥିଲା ପୁଲିସ ।

ଅଫରୋଜଙ୍କୁ ପସନ୍ଦ ନଥିଲା ଆମିରଆମିର ରାଜମିସ୍ତୀ କାମ କରୁଥିଲା। ସେତେବେଳେ ନିଶାଘରେ ମଧ୍ୟ କିଛି ଟାଇଲ କାମ ଚାଲୁଥିଲା । ଆମରି ନିଶା ଘରକୁ ଟାଇଲ କାମ କରିବାକୁ ଆସୁଥିଲା । ଏଇଠି ତାଂର ନିଶା ସହିତଭେଟ ହୋଇଥିଲା। ନିଶାର ସୁନ୍ଦର ଚେହେରା ଦେଖି ସେଆକର୍ଷିତ ହୋଇଯାଇଥିଲା। ନିଶା ବି ମନେ ମନେ ଆମିରକୁଭଲପାଇ ବସିଥିଲା। ତାଂପରେ ଦୁହେଁ ନମ୍ବର ଦିଆନିଆ ହୋଇଥିଲେ। ନିଶା ଆମିର ସହିତ ଫୋନ୍ରେ ବହୁତ ସମୟ କଥା ହେଉଥିଲା। ହେଲେ ଅଫରୋଜଙ୍କୁ ଝିଅର ପ୍ରେମ ସଂପର୍କ ବିଷୟରେ ଜଣାପଡିଯାଇଥିଲା। ନିଶା ଉପରେ ଘରଲୋକ ୨୪ଘଣ୍ଟା ନଜର ରଖୁଥିଲେ। ଏଥିପାଇ ସେମାନେ ରାତିରେଦେଖା କରିବାକୁ ସ୍ଫଥିର କରିଥିଲେ। ୬ଜୁଲାଇ ରାତିରେନିଶାର ପରିବାର ଲୋକ ଖାଇପିଇ ଛାତ ଉପରକୁ ଶୋଇବାକୁଚାଲିଯାଇଥିଲେ । ହେଲେ ନିଶା ଆଖିରେ ନିଦ ନଥିଲା। କାରଣପ୍ରେମିକ ଆମିରକୁ ଦେଖା କରିବାର ବ୍ୟାକୁଳତା ତାଂଭିତରେ ଥିଲା।

ଆମିରକୁ ନିଶା ଘରକୁ ଆସିବା ବନ୍ଦ ହୋଇଯାଇଥିଲା। ତଥାପିସେମାନେ ରାତିରେ ଲୁଚି ଲୁଚି ଦେଖା କରୁଥିଲେ । ସେଦିନ ରାତିରେ ଆମିର ପହଞ୍ଚିଥିଲା ନିଶାର ଘରେ। ନିଶା ପୂର୍ବରୁକବାଟ ଖୋଲି ରଖିଥିଲା। ଦୁହେଁ ରୁମ୍ରେ ବସି କଥାବାର୍ଭା ହେଉଥିଲେ। ଏହି ସମୟରେ ନିଶାର ମାମୁ ହଫିଜକୁ ଟଏଲେଟ ଲାଗିଥିଲା। ହେଲେ ଛାତକବାଟ ଭିତରୁ ବନ୍ଦଥିଲା। କବାଟ ପିଟିଲା ପରେ ନିଶା ବହୁତ ସମୟ ପରେ ଆସିଖୋଲିଥିଲା। ହଫିଜକୁ ନିଶା ଉପରେ ସନ୍ଦେହ ହୋଇଥିଲା।ସେଥିପାଇଁ ସେ ରୁମ୍ ଭିତରକୁ ଯାଇ ଖୋଜାଖୋଜି କରିଥିଲା।ତା'କୁ ଆମିର ଲୁଚିଥିବା ଅବସ୍ତାରେ ମିଳିଯାଇଥିଲା। ତାଂପରେ ସେ ଘରର ଅନ୍ୟ ଲୋକଙ୍କୁ ଡାକିଥିଲା। ଆମିରକୁ ଦେଖି ସେମାନେ ରାଗିଯାଇଥିଲେ । ରାଗରେ ତାଂକୁ ପିଟିବା ଆରମ୍ଭକରି ଦେଇଥିଲେ। ନିଶା ବିରୋଧ କରିଥିଲା। ହେଲେ ସେମାନେ ତା) ପାଟି ବନ୍ଦ କରି ଦେଇଥିଲେ। ପିଟିପିଟି ନିଶା ଆଖି ଆଗରେ ଆମିରକୁ ହତ୍ୟା କରିଥିଲେ ପରିବାର ଲୋକ । ଝିଅକୁ ହତ୍ୟା କରିବାର ଯୋଜନାଆମିରକୁ ହତ୍ୟା କରିବାର ଦୁଇଦିନ ପର୍ଯ୍ୟନ୍ତ ପରିବାରଲୋକନିଶାକୁ ବୁଝାଇଥିଲେ ଘଟଣା ସଂପର୍କରେ କାହାକୁ କିଛି ନକହିବାକୁ । ହେଲେ ନିଶା ଜିଦି ଧରିଥିଲା ସେ ପୁଲିସ ଆଗରେସବୁକଥା ସତ କହିଦେବ ନିଶା ଜିଦି ନ ଛାଡିବାରୁ ପରିବାର ଲୋକ ଡରି ଯାଇଥିଲେ। ନିଶା ବଞ୍ଚିରହିଲେ ସେ ଆମିରରହତ୍ୟା ବିଷୟରେ ନିଶ୍ଚିତ ଭାବେ ପୁଲିସକୁ କହିଦେବ। ତେଣୁ ସେମାନେ ନିଶାକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ।
୯ଜୁଲାଇ ରାତିରେ ସମସ୍ତେ ମୋଟରସାଇକେଲରେଆଲିଗଡ ବାହାରିଥିଲେ। ନିଶା ବି ସେମାନଙ୍କ ସହିତ ଥିଲା। ଗୋଟିଏ ଗାଡ଼ିରେ ନିଶା ତାଂର ମା' ନୁରଜ ହା ବସିଥିଲେ ।ଅଫରୋଜ ଏଇ ଗାଡିକୁ ଚଲାଉଥିଲେ। ଅନ୍ୟଟିରେ ମାମୁ ହଫିଜ ଏବଂ ନିଶାର ଭାଇ ବସିଥିଲା। ଗାଠାରୁ ୧୫କି.ମି ଯିବା ପରେ ବହାଦୁରପୁର ଗାରେ ଭିତରକୁ ପ୍ରବେଶକରିଥିଲେ | ନିଶାକୁ ସନ୍ଦେହ ହୋଇଥିଲା | କାରଣ ସେଇଟାଆଲିଗଡ ଯିବାର ରାସ୍ତା ନଥିଲା। ଗୋଟିଏ ନିଛାଟିଆ ଜାଗାଦେଖି ଗାଡି ଅଟକାଇ ଦେଇଥିଲେ ନିଶାର ବାପା ମା' ତାଂରହାତକୁ ମାଡି ବସିଥିଲେ | ଏହି ସମୟରେ ହ ଫିଜ ପକେଟରୁବନ୍ଧୁକ ବାହାର କରି ନିଶାକୁ ଗୁଳି କରିଥିଲା। ତାଂପରେସେମାନେ ନିଶାକୁ ଗୋଟିଏ ବୁଦା ମୂଳେ ଫୋପାଡି ସେଠାରୁଚାଲିଯାଇଥିଲେ। ଭାବିଥିଲେ ନିଶା ମରିଯାଇଛି। ହେଲେ ନିଶା ବଞ୍ଚିଯାଇଥି ଲା।

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...