Showing posts with label ଧର୍ଷଣ. Show all posts
Showing posts with label ଧର୍ଷଣ. Show all posts

Wednesday, 21 August 2019

ବନ୍ଧୁ ନା ସୈତାନ

୫ ଫେବ୍ରୁଆରୀ, ଅମୃତସର ଜିଟି ରୋଡ୍ ରେ ଥିବା ଘର ନମ୍ବର ୧୫୭ ରାତି ଅଧା ବେଳକୁ ହଠାତ୍ ଘର ଧୁ ଆଁ ବାହାରିବାକୁ ଲାଗିଲା। ସେହି ଘରଟି ଥିଲ ସିମ୍ରନ୍ଦୀପ୍ ବର୍ମା ଙ୍କର। ସେତେବେଳକୁ ଲୋକେ ନିଜ ନିଜ ଘରେ ଶୋଇଥିଲେ। ସେଥିପାଇଁ ଘରେ ନିଆଁ ଲାଗିଯାଇଥିବାବିଷୟରେ କେହି ବି ଜାଣିପାରି ନଥିଲେ। କିନ୍ତୁ ନିଆଁବଢ଼ି ବଢ଼ି ଚାଲିଥିଲା ଆଉ ଘରର ଚାରିଆଡେ  ବ୍ୟାପିଯାଇଥିଲା। ଘରକୁ ଲାଗି ରହିଥିବା ଅନ୍ୟ ପଡ଼ୋଶୀଙ୍କ ଘର ମଧ୍ୟ ନିଆଁର ସଂସ୍ପର୍ଶରେ ଆସିଥିଲା। ପଡ଼ୋଶୀଙ୍କ ମଧ୍ୟରୁ କିଛି ଲୋକ ହଠାତ୍ ନିଦରୁ ଉଠି ପଡ଼ି ନିଆଁ ଲାଗିଯାଇଥିବା ଦେଖି  ବାହାରକୁ ଦୌଡ଼ିଲେ। ଦେଖି ଲା ବେଳକୁ ସିମ୍ରନ୍ଦୀପ୍ ବର୍ମାଙ୍କ ଘରେ ବହୁତ ଜୋର ନିଆଁ ଲାଗିଛି।ଆଖପାଖ ଲୋକ ମଧ୍ୟ ଉଠିପଡିଲେ ଆଉ ସମସ୍ତେନିଆଁ ଲିଭାଇବାକୁ ଚେଷ୍ଟା କଲେ। ପୁଲିସ ଏବଂ ଦମକଳ ସୂଚନା ପାଇ ଘଟଣାସ୍ଫ୍ଵଳରେ ଆସି ପହ ଞ୍ଚିଥିଲେ। ୪ ଘଣ୍ଟାର ଜୋରଦାର ପରିଶ୍ରମ ପରେ ନିଆଁ ଲିଭିଥିଲା।

   ନିଆଁ କିପରିଲାଗିଲା ଜାଣିବା ପାଇଁ ଘୁଲିସ ଘର ଭିତରକୁ ପ୍ରବେଶ କଲା।ଘର ଭିତରେ ସିମ୍ରନ୍ଦୀପ୍ ବର୍ମା ଏବଂ ତାଙ୍କ ଝିଅ ସିବ୍ ନୈନାଙ୍କଶବ ପଡି ରହିଥିଲା। ଥାନାଧିକାରୀ କ୍ରାଇମ୍ ଇନ୍ଭେଷ୍ଟିଗେସନ୍ଟିମ୍ ସହାୟତାରେ ଜାଣିପାରିଲେ ଯେ, କେହି ସନ୍ଦିଗ୍ଧ ଏପରିକାଣ୍ଡ ଭିଆଇଛି। କାରଣ ନିଆଁ ଆପେ ଆପେ ଲାଗିନଥିଲା। ଏମିତିକି ଘରୁ ଟଙ୍କା ଓ ସୁନା ଚୋରି ହୋଇଥିଲା। ପୁଲିସ ଜାଞ୍ଚକରୁଥିବା ସମୟରେ ୪୮ବର୍ଷିୟ ସଞ୍ଜୀବ ବର୍ମା ନାମକ ଜଣେ ବ୍ୟକ୍ତି ସେଠାକୁ ଆସିଥିଲେ। ସେ ନିଜକୁ ସିମ୍ଭନ୍ଦୀପ୍ ବର୍ମାଙ୍କଭାଇ ବୋଲି ପରିଚୟ ଦେଇଥିଲେ। ତାଙ୍କ ବାପା ରାମଦେବଏବଂ ମା ଜୀବନ ରାନୀଙ୍କ ମୃତ୍ୟୁ ହୋଇସାରିଥିଲା। ସେ ତାଙ୍କ ସ୍ତ୍ରୀ ଗୀତା ଏବଂ ପୁଅ ଚନ୍ଦନଙ୍କ ସହିତ ଜଣ୍ଡିଆଲ ଗରୁ ସ୍ଥିତ ଘର ନମ୍ବର ୧୩୩୪ରେ ରହୁ ଥିଲେ । ପଡ଼ୋଶୀଙ୍କ ଠାରୁ ଜଣାପଡିଲା ଦୁଇ ମା'ଝିଅ କାହା ସହିତ ବେଶି କଥାବାର୍ଭା ହେଉନଥିଲେ |

ଏମିତିକି ପଡ଼ୋଶୀଙ୍କ ଘରକୁ ଯିବାଆସିବା ମଧ୍ୟ କରୁନଥିଲେ।ଶିବ୍ନୈନାର ଶବ ଆପଭିଜନକ ଅବସ୍ଥାରେ ପଡ଼ି ରହି ଥିଲା। ତାଂସହିତ ବଳାକ୍ରାର ହୋଇ ଥାଇପାରେ ବୋଲି ପୁଲିସ ଆଶଙ୍କା କରୁଥିଲା। ଥାନାପ୍ରଭାରୀ ନିରଜ କୁମାର ଅପରାଧୀଙ୍କୁଧରିବା ପାଇଁ ଲାଗିପଡ଼ିଲେ। ପୁଲିସର ସନ୍ଦେହ ଥିଲାକୌଣସି ସଂପର୍କୀୟ ଲୋକ ଏପରି ଅପରାଧ କରିଥାଇ ପାରେ। ସିମ୍ରନଦୀପ୍ ଙ୍କ ପୁଅ ରିଦ୍ଧମ୍ କାନାଡାରେ ରହୁଥିଲା।ମାଂ ଏବଂ ଭଉଣୀର ଖବର ରିଦ୍ଧମ୍ କୁ କୁ ଦିଆଯାଇଥିଲା।ଥାନାପ୍ରଭାରୀ ଆଶା ରଖିଥିଲେ ଯେ ରିଦ୍ଧମ୍ ପହଞ୍ଚିଲାପରେ ଅପରାଧୀ ପାଖକୁ ପହଞ୍ଚିବା ତାଙ୍କୁ ସହଳ ହୋଇଯିବ। ହେଲେକାନାଡାରୁ ରିଦ୍ଧମ୍ ଆସିବାରେ ବିଳମ୍ବ ହୋଇଥିଲା । ରିଦ୍ଧମ୍ମଧ୍ୟ ସେଇଆ ଅଶଙ୍କା କରୁଥିଲା କୌଣସି ସଂପର୍କୀୟ ଟଙ୍କାଲୋଭରେ ଏମିତି କରିଥାଇ ପାରେ। ପୁଲିସ ସିମ୍ରନ୍ଦୀପ୍ ଙ୍କଭାଇ ସଞ୍ଜୀବଙ୍କ ଠାରୁ ଜାଣିବାକୁ ପାଇଲା ୟେ, ୨୫ ବର୍ଷ ତଳେ ମାଂବାପା ସିମ୍ରନ୍ଦୀପ୍ ଙ୍କ ବାହାଘର ନଭଜୋତ୍ ସିଂହ ସହ କରି ଦେଇଥିଲେ। ରିଦ୍ଧମ୍ ଏବଂ ସିବ୍ନୈନାର ଜନ୍ମୁପରେ ନଭଳଜୋତ୍ କାନାଡା ପଳେଇଥିଲେ। ଏହାପରେ ସେ ଆଉ ଫେରିନଥିଲେ।

ବାଧ୍ୟହୋଇ ସିମ୍ରନ୍ଦୀପ୍ ସରକାରୀ ସିନିୟର ସେକେଣ୍ଡାରୀସ୍କୁଲରେ କିରାଣୀ ଚାକିରି କରିଥିଲେ। ତାଙ୍କ ସ୍ବଳ୍ପ ଦରମାରୁ ସେ ଦୁଇ ପିଲାଙ୍କୁ ପାଠ ପଢାଇଥିଲେ, ରିଦ୍ଧମ୍ କୁ କାନାଡାପଠେଇଥିଲେ। ଘରେ କେବଳ ମା ଓ ଝିଅ ରହୁ ଥିଲେ। ସେ ଯେଉଁ ଘରେ ରହୁଥିଲେ ୪ ବର୍ଷ ପୂର୍ବେ ଏହାକୁ ତିଆରି କରିଥିଲେ। ପୁଲିସ ସିମ୍ରନ୍ଦୀପ୍ ଓ ସିବ୍ନୈନାଙ୍କ ମୋବାଇଲ୍ ନମ୍ବରର କଲ୍ ଡିଟେଲ୍ସ ବାହାର କରିଥିଲା। ସେଦିନରାତିରେ ଯେଉଁମାନଙ୍କ ନମ୍ଭର ଲିଷ୍ଟ୍ରେ ଥିଲା ସବୁର ଜାଞ୍ଚ ଆରମ୍ଭ କରାଯଇଥିଲା। ଏମିତିକି ସିବ୍ନୈନାର ଫେସବୁକ୍ ଆଇଡି ମଧ୍ୟ ଚେକ୍ କରାଯଇଥିଲା।

     ହତ୍ୟାକାଣ୍ଡକ୍ଲ ୪୮ ଘଣ୍ଟା ବିତି ଯାଇଥିଲା ତଥାପି ଘୁଲିସ ହାତରେ କୌଣସି ପ୍ରମାଣ  ଲାଗିନଥିଲା। ସିମ୍ରନ୍ଦୀପ୍କ ସବୁ ସଂପର୍କୀୟକୁ ଥାନାକୁ ଡକାଯାଇ ପଚରା ଉଚରା କରାଯଇଥିଲା । ଏହାରି ଭିତରେପୁଲିସର ସନ୍ଦେହ ଯାଇ ଅଟକିଥିଲା ରିଦ୍ଧମ୍ର ସବୁଠୁ ଭଲ ସାଙ୍ଗ ୨୧ବର୍ଷୀୟ ପଙ୍କଳ ଶର୍ମା ଓ ୧୮ ବର୍ଷୀୟ ଗଗନ । ପୁଲିସ ଦୁହିଁକୁ କେବଳ ସନ୍ଦେହ କରୁଥିଲା ହେଲେ କୌଣସି ପ୍ରମାଣ ନଥିଲା। ତଥାପି ଦୁହିଁକୁ ପଚରାଉଚରା ପାଇଁ ପୁଲିସ ସେମାନଙ୍କ ଘରକୁ ଯାଇଥିଲା। ସେଠାରୁ ଜଣାପଡିଲା ୟେ, ପଙ୍କଜ ଓ ଗଗନ ଦୁଇଳଣ ଗରିବ ପରିବାରର | ପଙ୍କକର ବାପା ସୋଫା ମରାମତି କାମ କରନ୍ତି। ଦୁଇଜଣ ଖି ବ୍ ବଦମାସ୍ ସ୍ବଭାବର ଥିଲେ। ନିଜ ଖର୍ଚ୍ଚ ପାଇଁ ସେମାନେ ଛେଟମୋଟ ଚୋରି କରୁଥିଲେ। ପଲିସଟିମ୍ ଯେତେବେଳେ ଦୁଇଜଣଙ୍କଘରେ ପହଞ୍ଚିଲେ ଜଣାପଡିଲା ଯେ, ୫ ଫେବ୍ରୁଆରୀରୁ ସେମାନେ ଘରକୁ ଆସି ନାହାନ୍ତି। ପୁଲିସ ଦୁଇଜଣଙ୍କୁ ଖୋଜାଖୋଜି କରିବାରେ ଲାଗିପଡ଼ିଲେ। ହେଲେ ଲୁଚିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେ ଦୁଇଜଣ ପୁଲିସ ହାତରେଧରାପଡ଼ିଗଲେ। ପୁଲିସର ଗୋଚିଏ ପ୍ରଶ୍ନରେ ସେମାନେନିଜ ଅପରାଧକୁ  ସ୍ବୀକାର କରିଦେଲେ।
             
ପଙ୍କଳ ଓ ଗଗନରସିମ୍ରନ୍ଦୀପ୍ଙ୍କ ପୁଅ ରିଦ୍ଧମ୍ ସହିତ ଭଲ ବନ୍ଧୁତା ଥିଲା। ଦୁହେଁସବୁବେଳେ ରିଦ୍ଧମ୍ର ଘରକୁ ଯିବା ଆସିବା କରୁଥିଲେ ।ହେଲେ ରିଦ୍ଧମ୍ କାନାଡା ଚାଲିଯିବା ପରେ ତାଂ ଘରକୁ ଏଦୁହିଁଙ୍କର ଯିବା ଆସିବା ବନ୍ଦ ହୋଇଗଲା। ଦୁହେଁ କୌଣସିକାମଧନ୍ଧା କରୁନଥିଲେ। ଦିନସାରା ବସି ବସି ନିଶାରେ ବୂଡି ରହୁଥିଲେ। ଆଉ ନିଜର ସଭକ ପୂରା କରିବା ପାଇଁ ଚୋରି ର କୌଣସି ଲୋକକୁ ଲୋଭ ଦେଖାଇ ଟଙ୍କା ଚୋରି କରି ଆଣୁଥିଲେ। ହେଲେ ସେମାନେ ପୁଲିସ ହାତରେ ଧରା ପଡିନଥିଲେ। ସେମାନେ କେବଳ ଛୋଟମୋଟ ଚୋରିକରୁଥିଲେ ଯେଉଁଥିରେ ସେମାନଙ୍କ ସଭକ ପୂରା ହେଉନଥିଲା ।ସେଥିପାଇଁ ଦୁହେଁ ବଡ଼ ଚୋରି କରିବାର ଯୋଜନା ପ୍ରସ୍ତୁତକରିଥିଲେ। ପଙ୍କଜ କହିଥିଲା, ଛୋଟମୋଟ ଚୋରି କରିଆମେ କିଛି କରି ପାରୁନୁ ଚୋରିଟଙ୍କା ସବୁ ନିଶା ଖାଇବାରେସରିଯାଉଛି। ଏଥରର କିଛି ବଡ଼ କରିବା। ମୋ ପାଖରେଗୋଟେ ଭଲ ଯୋଜନା ଅଛି। ଏଥିରେ ଏତେ ଟଙ୍କା ମିଳିବ ଯେ ଆମେ ଦିନରାତି ମଉଜମସ୍ତି କରିବା। ଆଉ କାହାକୁ ସନ୍ଦେହ ବି ହେବନି। ଗଗନ ମଧ୍ୟ ତା ପ୍ଲାନ୍ ଶୁଣି ଖି ସି ହୋଇଗଲା ।କହିଲା ଜଲଦି କହ । ପଙ୍କଜ କହିଲା, ରିଦ୍ଧମ୍ର ଘରେ ଏଥରଚୋରି କରିବା। ଗଗନ ତା' କଥାରେ ରାଜିନଥିଲା। କହିଲା,ସେ ଆମର ପିଲାବେଳ ସାଙ୍ଗ କିନ୍ତୁ ଟଙ୍କା ଲୋଭରେ ପଙ୍କଜର ଯୋଜନାରେ ରାଜି ହୋଇଗଲା। ଠିକ୍ ପରଦିନ ରାତି ୯ଟରେ ଦୁହେଁ ସିମ୍ରନ୍ଦୀପ୍ କ୍କ ଘରେ ହାଳିର ହୋଇଯଇଥିଲେ। ସିମ୍ ରନ ନ୍ଦୀପ୍ ଦୁଇଜଣଙ୍କୁ ଭଲଭାବରେ ଚିହ୍ନିଥିଲେ। ସେଥିପାଇଁ ଦୁହିଁଙ୍କୁ ଘରଭିତରକୁ ଆସିବାକୁ ଦେଇଥିଲେ। ହେଲେ ସେ ଜାଣିନଥିଲେ ସାଙ୍ଗ ବେଶରେ ଦୁଇ ସଇତାନ୍ ଙ୍କୁ ସେ ଡାକିଥିଲେ। ସିମ୍ରନ୍ଦୀପ୍ ତାଙ୍କ୍ ଖାଇବାକୁ ଦେଇଥିଲେ ଓ କିଛି ସମୟ କଥାବର୍ଭା ହୋଇଥିଲେ। କିଛି ସମୟ ପରେ ସିମ୍ରନ୍ଦୀପ୍ ରୋଷେଇଘରକୁ ଯଇଥିଲେ। ସୁବଣ୍ଣ୍ ସୁଯୋଗ  ଦେଖ୍ ପଙ୍କଳ ଓ ଗଗନ ଛପିଛପି ଯାଇ ସିମ୍ରନ୍ଦୀପ୍ ଙ୍କୁ ମାଡି ବସି କ୍ଲୋରୋଫାର୍ମ ସ୍ଲଙ୍ଘାଇ ଦେଇଥିଲେ। ସିମ୍ରନ୍ଦୀପ୍ ଚେତାଶୂନ୍ୟ ହୋଇ ତଳେପଡି ଯାଇଥିଲେ। ତା'ପରେ ଯାଇଥିଲେ ସିବ୍ ନୈନାର ରୁମ୍ କୁ ତାଂଙ୍କୁ ମଧ୍ୟ କ୍ଲୋରୋଫାମ ସୁ ଙ୍ଘାଇ ଥିଲେ। ଘରେ ଥିବା ଟଙ୍କା ଓ ଜୁଏଲାରୀ ଚୋରି କରିଥିଲେ। ସେତିକିରେ ସେମାନଙ୍କ ମନ ସନ୍ତୁଷ୍ଟ ନଥିଲା ଚେତାଶୂନ୍ୟ ହୋଇ ପଡିଥିବା ସିବ୍ ନୈ  ନା ସ ହିତ ବଳାକ୍ରାର କରିଥିଲେ। ଚେତା ଫେରିବା ପରେ ଦୁହେଁ ପୁଲିସକୁ ସବୁ କଥା କହିଦେବେ ଭାବି ପୂରା ଘରକୁ ନିଆଁ ଲଗାଇ ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇଥିଲେ। ପୁଲିସ ପଙ୍କଳଓ ଗଗନକୁ ବିସ୍ତୃତ ପଚରାଉଚରା ପରେ ଚୋରି କରିଥିବାଜିନିଷପତ୍ର ମଧ୍ୟ ଜବତ କରିଥିଲା। ଲୁ ଚାଇ ରଖିଥିବା ସ୍ଫାନରୁ ୮୫ ଗ୍ରାମ୍ ସୁ ନା, ରୂପା ଅଳଙ୍କାର, ଏକ ଟ୍ୟାବ୍, କ୍ୟାମେରା,ଲ୍ୟାପଟପ୍ ଏବଂ ଅନ୍ୟ କେତେକ ଜରୁରୀ ଜିନିଷ ମିଳିଥିଲା ।ସତକଥା ଳଣା ପଡ଼ିବା ପରେ ଦୁଇ ଅପରାଧୀଙ୍କୁ ଜିଲ୍ଲା ଜେଲ୍ ପଠାଇ ଦିଆଯାଇଥିଲା

Saturday, 10 August 2019

ସେଲଟର ହୋମ୍ ର କଳାକାରନାମା


ଉତ୍ତର ପ୍ରଦେଶ ଦେବରିୟା ଟାଉନ୍ର ଷ୍ଟେସନ୍ ରୋଡ୍ ସ୍ଥିତ୧ ସେଲ୍ଟର୍ ହୋମ୍ରୁ ଜଣେ ନାବାଳିକା ଆସି ପହଞ୍ଚିଲାକୋତବାଲୀ ଥାନାରେ । ୧୫ ବର୍ଷର ନାବାଳିକା ଥାନା ଅଧିକାରୀଙ୍କ ପାଖରେ ପହଞ୍ଚି ସେ ରହୁଥିବା ସେଲ୍ଟର୍ହୋମ୍ର କଳା କାର୍ସାଦି ବିଷୟରେ ବଖାଣିଲା । ନାବାଳିକାର କହିବା ଅନୁସାରେ ପ୍ରତି ସପ୍ତାହର ଶେଷ ଦିନ ସେଲ୍ଟର୍ ହୋମ୍ରେ ରହୁଥିବା ଝିଅମାନଙ୍କୁ ଅଚିହ୍ନା ଲୋକମାନଙ୍କ ସହିତ ଜବରଦସ୍ତି ଲାଲ୍ ଓ ନୀଳରଙ୍ଗର ବତୀ ଲଗାଥିବା ଗାଡ଼ିରେ ପଠାଯାଏ । ଗାଡ଼ି ଭିତରେସେଲ୍ଟର୍ ହୋମ୍ର ଝିଅମାନଙ୍କ ଶୋଷଣ କରନ୍ତି ସେ ଅଚିହ୍ନାଲୋକ । ମୁହଁ ଅନ୍ଧାର ବେଳକୁ ସେହି ସବୁ ଗାଡିରେ ଝିଅମାନେପରଦିନ ସେଲ୍ଟର୍ ହୋମ୍କୁ ଫେରି ଆସନ୍ତି । ଯେଉଁ ଝିଅମାନେଏହାର ପ୍ରତିବାଦ କରନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାରର ନିର୍ଯାତନାଦିଆଯାଏ । ବାକି ଯେଉଁ ଝିଅମାନେ ମାଡାମ୍ଙ୍କ ସବୁ କଥା ମାନିଚଳନ୍ତି ସେମାନଙ୍କ ସହିତ ସେଲ୍ଟର ହୋମ୍ର କର୍ରୂପକ୍ଷ ଭଲ ବ୍ୟବହାର କରନ୍ତି ।

   ନାବାଳିକାର କଥା ଶୁଣିବା ପରେ ଥାନା ଅଧୁକାରୀଙ୍କୁ ମାମଲାଗମ୍ଭୀର ଲାଗିଲା ଯାହା ପରେ ଥାନା ଅଧୁକାରୀ ତୁରନ୍ତ ଏହାରସୂଚନା ଏସ୍ପି ରୋହନ ପି. କନୟଙ୍କୁ ଦେଇଦେଲେ । ଘଟଣାର ଯାଞ୍ଚ ପାଇଁ ସେହିଦିନ ସନ୍ଧ୍ୟାରେ ପୋଲିସ ଟିମ୍ ଯାଇ ପହଞ୍ଚିଲା ମା' ବିନ୍ଧ୍ୟବାସିନୀ ମହିଳା ଓ ଏବଂ ବାଳିକା ସଂରକ୍ଷଣ ଗୃହରେ ।ଏହି ନାରେ ଆଉ ଦୁଇଟି ସେଲ୍ଟର ହୋମ୍ ଗୋରଖପୁର ଓସଲେମପୁରରେ ମଧ୍ୟ ରହିଛି ଯାହାର ସଞ୍ଚାଳିକା ହେଉଛନ୍ତି ଗିରିଜା ତ୍ରିପାଠୀ । ପୋଲିସ ଅଧିକାରୀମାନେ ସେଲ୍ଟର ହୋମ୍ରେ ପହଞ୍ଚିବା ବେଳକୁ ସେଠାରୁ କିଛି ଝିଅ ଅନୁପସ୍ଥିତ ଥ୍ଲେ ।ସଂସ୍ଥାର ପରିଚାଳିକା ଗିରିଜା ଜନସେବା ପାଇଁ ବେଶ୍ ଜଣାଶୁଣା ଥିବାବେଳେ ସଂସ୍ଥା ଚଳାଇବା ପାଇଁ କାମରେ ତାଙ୍କୁ ପତି ମୋହନଓ ଝିଅ ଲତା ସାହାଯ୍ୟ କରୁଥିଲେ ।
 ପ୍ରାରମ୍ଭିକ ଅବସ୍ଥାରେ ଗିରିଜାଜଣେ ଗୃହିଣୀ ଥିଲେ ଓ ସ୍ଵାମୀ ମୋହନ ଭଟନୀ ସ୍ଥିତ ସୁଗାରମିଲ୍ରେ କାମ କରୁଥିଲେ । ଘର ଖର୍ଚ୍ଚରେ ସାହାଯ୍ୟ କରିବା ପାଇଁଗିରିଜା ଘରେ ଛୋଟମୋଟ ସିଲେଇ କାମ କରୁଥିଲେ ଯାହା ଏବେ ଏକ ବଡ଼ ସିଲେଇ ସେଣ୍ଟରର ରୂପ ନେଇଛି । ସ୍ଵାମୀ ମୋହନଙ୍କ ଅବସର ପରେ ୧୯୯୩ରେ ଗିରିଜ ଏକଚିଟ୍ଫଣ୍ଡ କମ୍ପାନୀ ଖୋଲିଲେ କିନ୍ତୁ ବ୍ୟବସାୟ ସଫଳ ନ ହେବାଫଳରେ ସେ ଏହି ନାରେ ଏକ ଏନ୍ଜିଓ ତିଆରି କରିଦେଲେ ।୨୦୦୩ରେ ଗିରିଜାର ଏହି ଏନ୍ଜିଓକୁ ସେଲ୍ଟର ହୋମ୍ ତିଆରିକରିବାର ପ୍ରୋଜେକ୍ତ୍ ମିଳିଲା ଯାହା ପରେ ସେ ପ୍ରଶାସନିକ କ୍ଷେତ୍ରରେ ନିଜର କାୟା ବିସ୍ତାର କରିବାକୁ ଲାଗିଲ। । ପରେ ଗିରିଜା
ଗୋରଖପୁର ଓ ସଲେମପୁରରେ ମାଂ ବିନ୍ଧ୍ୟବାସିନୀ ନାମରେ ଆଉ  ଦୁଇଟି ସେଲ୍ଟର୍ ହୋମ୍ ଖୋଲିଦେଲା । ଏହାଛଡ଼ା ସଂସ୍ଥା ନାରେଅନେକ ଜାଗାରେ ସମଭଦ୍ତି ମଧ୍ୟ କିଣିଦେଲା ଗିରିଜା । ଏହାଛଡ଼ାସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେବା ସହ ସରକାରଙ୍କସାମୁହିକ ବିବାହ ଯୋଜନାରେ ମଧ୍ୟ ସାମିଲ ଥଲା ଗିରିଜା । ସେ ଅନାଥ ପିଲାମାନଙ୍କ ରକ୍ଷଣା ବେକ୍ଷଣା ସହ ସେହିପିଲାମାନଙ୍କୁ ଅନ୍ୟ ଲୋକମାନେ ନିଜ ସନ୍ତାନ ଭାବେ ଗ୍ରହଣ କରିବାରଏକ ସେଣ୍ଟର ଚଳାଉଥିଲା ଯାହା ବାଳ କଲ୍ୟାଣ ସମିତି ଅଧୀନରେଚାଲିଥିଲା ।
 ୨୦୧୭, ଜୁନ୍ ୨୩ ତାରିଖରେ କୌଣସି କାରଣରୁଏହି ସେଣ୍ଟର ମାନ୍ୟତାକୁ ରଦ୍ଦ କରାଗଲା ପରେ ଏହା ଗିରିଜାର ଆଉ ଏକ ସେଲ୍ଟର ହୋମ୍ ଭାବେ ପରିଗଣିତ ହେଲା ।ଯେଉଁ ଝିଅମାନେ ଘରୁ ଲୁଚି ପ୍ରେମିକ ସହ ଘରଛାଡି ଆସୁଥିଲେପରେ ପ୍ରେମିକ ନ।ରେ ଅଭିଯୋଗ କାରଣରୁ ତାକୁ ଜେଲ୍ ଯିବାକୁ ପଡେ। ଏହିପରିପ୍ରେକ୍ଷୀରେ ଝିଅକୁ ସେଲ୍ ଟର ହୋମ୍ ପଠେଇଦିଆଯାଏ । ଏହି ଅସହାୟଯୁବତୀମାନଙ୍କୁ ଆଶ୍ରୟ ଦେବାସହ ଗିରିଜା ଏମାନଙ୍କୁ ଦେହ ବ୍ୟାପାରରେ ଲଗେଇଦେଉଥିଲା । ଏହାଛଡ଼ା ଏଠାରେ ରହୁଥିବା କିଛି ଯୁବତୀମାନଙ୍କୁ ଘରକାମ କରିବାକୁ ଅନ୍ଯ ସହରକୁ ପଠ।ଇ ଦିଆଯାଉଥିଲା ।

ଅଗଷ୍ଟ ୧୫ ତାରିଖରେଯେଉଁ ନାବାଳିକା ଗିରିଜାରସେଲ୍ଟର ହୋମ୍ ବିରୋଧରେ ଅଭିଯୋଗ ବାଢ଼ିଥିଲା ତା' ନା' ଥିଲା ନୀତ।। ଗରିବପରିବାରରେ ଜନ୍ମ ହୋଇଥିବା ନୀତା ୩ମାସ ପୂର୍ବରୁ ହିଁ ଘରୁ ଲୁଚିଆସି ଗିରିଜାର ସେଲ୍ଟର ହୋମ୍ରେ ଆଶ୍ରୟ ନେଇଥିଲା । ପ୍ରତିସପ୍ତାହ ପରି ସେ ଦିନ ତାକୁ କାର୍ରେ ବସେଇ ଅଚିହ୍ନା ଯୁବକ ସହପଠାଯିବା ବେଳେ ସେ ମୌକା ଦେଖ୍ ଖସି ଆସିଲା ।
ପୋଲିସ ଯାଞ୍ଚ ପରେ ଉତ୍ତର ପ୍ରଦେଶ ସରକାରଙ୍କ ଦୃଷ୍ଟି ପଡ଼ିଲା ସେଲଟର ହୋମ୍ର କଳାକାରନାମା ଉପରେ । ଘଟଣାର ଏନ୍ଆଇଟିଯାଞ୍ଚ କରାଗଲା ଯାହାର ଦାୟିତ୍ଵ ଦିଆଗଲା ଏଡିଜି ସଞ୍ଜୟ ସଙ୍ଘଲଙ୍କୁ ।ଏହା ବ୍ୟତୀତ ଦୁଇ ମହିଳା ଆଇପିଏସ୍ ଅଧିକାରୀ, ଜଣେ ମହିଳାସିଓ ଓ ଇନ୍ସପେକ୍ଟର ବ୍ରଜେଶ ସିଂହ ଆଦିଙ୍କୁ ଏଥିରେ ସାମିଲ କରାଗଲା ।ଯାଞ୍ଚ ପରେ ପୋଲିସ ସଂସ୍ଥା ବିରୋଧରେ ଧାରା ୧୮୮,୧୮୯, ୩୧୦, ୩୫୪ଏ, ୫୦୪ ଆଦି ଆକ୍୍ ଲଗାଗଲା | ଯାଞ୍ଚରୁ ଅନେକ ପ୍ରକାରର ତଥ୍ୟ ପୋଲିସକୁ ମିଳିଲା । ଗିରିଜା କେବଳଯୁବତୀମାନଙ୍କ ଦେହ ବ୍ୟବସାୟ, ଚାଇଲୁ ଲେବର ଆଦି ଅନେକ ପ୍ରକାରର କାର୍ଯ୍ୟ କରେଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବା କଥା ପୋଲିସ ଜାଣିବାକୁ ପାଇଲା । ଏହା ବ୍ୟତୀତ ଯାଞ୍ଚ କରୁଥିବା ପୋଲିସ ପାଖରେ ଅଲଗା ଅଲଗା ଅଭିଯୋଗ ସବୁ ଆସିବାରେଲାଗିଥିଲା । ରେଜିଷ୍ଟରରେ ଲେଖାଥିବା ନା ଭିତରୁ କିଛି ଯୁବତୀନିଖୋଜ୍ ଥିବା ବେଳେ କିଛି ଯୁବତୀ ସେଠାରେ ଥାଇ ମଧ୍ୟ ତାଙ୍କ ନାଁ ରେଜିଷ୍ଟରକୁ ଉଠି ନ ଥିଲା । ଦେବରିଆ ସମେତ ଆଉ ଯେଉଁଠି ବି ଗିରିଜାର ସେଲ୍ଟର ହୋମ୍ ଥିଲା ସେ ସବୁ ପୋଲିସ ରେଡ୍କରି ସାରିଥିଲା । ପୋଲିସ ସଂସ୍ଥା କାମରେ ସାମିଲ ଥିବା ଗିରିଜାର ଝିଅ କନକଲତା ସମେତ ତା' ପୁଅ ବୋହୁଙ୍କଠାରୁ ଅନେକ ତଥ୍ୟସଂଗ୍ରହ କରିବାରେ ଲାଗି ପଡ଼ିଥିଲା । ଏମାନଙ୍କ ବ୍ୟତୀତ ଆହୁରିଅନେକ ଲୋକ ଏ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ଜଣାପଡ଼ିଲା ।

ପୂର୍ବରୁ ସେଲ୍ଟର ହୋମ୍ର ଏହି ଦୋନମ୍ବରି କାରବାର ଜାଣିମଧ୍ୟ ପୋଲିସ କିପରି ଏଠାକୁ ଯୁବତୀଙ୍କୁ ପଠାଉଥିଲା ତାକୁ ନେଇଏକ ବିରାଟ ଦ୍ଵନ୍ଦ୍ର ସୃଷ୍ଟି ହେଇଥିଲା ଯାଞ୍ଚକର୍ତାଙ୍କ ମନରେ । ଗିରିଜାରସେଲଟର୍ ହୋମ୍ରେ ଏକ ସ୍ବତନ୍ତ୍ର ପ୍ରକାରର ଅନ୍ଧାରୁଆ କୋଠରୀ ଥିଲା ଯେଉଁଠାରେ ଗିରିଜା ଯୁବତୀମାନଙ୍କୁ ଲୁଚାଇ ରଖି ସେମାନଙ୍କଚାଲାଣ କରୁଥଲା । ପୋଲିସ ଯୁବତୀମାନଙ୍କ ଡ୍ରେସ୍ଠାରୁ ଆରମ୍ଭକରି କୁନି ଶିଶୁମାନଙ୍କ ଖେଳନା ସବୁକୁ ମଧ୍ୟ ଯାଞ୍ଚ କରିଥିଲା ।ସଂସ୍ଥାର କାନ୍ଥରେ ଟଙ୍ଗା ଯାଇଥିବା ଫଟୋକୁ ଦେଖି  ପୋଲିସ ସେମାନଙ୍କୁ ମଧ୍ୟ ସଂସ୍ଥା ବିଷୟରେ ପଚରାଗଲା ।ଅନ୍ୟପଟେ ଆଲ।ହାବାଦ ହାଇକୋର୍ଟ ଏହି ମାମଲ।ର ଶୁଣାଣି ଜାରି ରହିଥ୍ବା ବେଳେ ପୋଲିସ ସବୁ ଅଭ ଯୁକ୍ତଙ୍କୁ ନିଜ ଅଧୀନକୁ ନେଇ ସାରିଛି ।

Tuesday, 11 June 2019

ନିଜ ଜାଲରେ ନିଜେ ଫସିଲା


ରେଳ ଲାଇନ୍କଡ଼ରେ ପଡ଼ିଥିବା ଗୋଟିଏ ବସ୍ତାକୁ ଲୋକମାନେ ଦେଖୁଥିଲେ ଲୋକମାନେ ସନ୍ଦେହ କରୁଥିଲେ ଯେ ବସ୍ତାରେ ନିଶ୍ଚୟକାହାର ଶବ ଥିବ ଏହି ଘଟଣା ସନ୍ଦିଗ୍ଧ ଥିଲା ସେଥିପାଇଁ ସେହି ସ୍ତ୍ରାନରେ ଥିବା କିଛି ଲୋକ ଦିଲ୍ଲୀ ପୁଲିସକୁ ଫୋନ୍କରିଜଣାଇଥିଲେ କିଛି ସମୟ ପରେ ପୁଲିସ କଣ୍ଟ୍ରୋଲରୁମ୍ରଗାଡ଼ି ପହଞ୍ଚିଥିଲା ଲୋକମାନେ ଯାହା ସନ୍ଦେହ କରୁଥିଲେ ତାହା ସତ ହୋଇଥିଲା ପୁଲିସ ଯେତେବେଳେ ବସ୍ତାଖୋଲିଲେ ତାଭିତରୁ ଜଣେ ଯୁବତୀର ଶବ ବାହାରିଥିଲାଶବ ଦେଖୁ ଲୋକମାନେ ଚର୍ଚ୍ଚା କରିବା ଆରମ୍ଭ କରିଦେଲେ ଯେଉଁ ସ୍ଫ୍ରାନରେ ଶବ ପଡ଼ିଥିଲା ସେହି ସ୍ଫ୍ରାନ ଦକ୍ଷିଣପୂର୍ବ ଦିଲ୍ଲୀ ଥାନା ସରିତା ବିହାର କ୍ଷେତ୍ର ଅଧୀନରେ ଆସୁଥିଲା ତେଣୁ
ପୁଲିସ କଣ୍ଟ୍ରୋଲରୁମ୍ଏହି ଖବର ସରିତା ବିହାର ଥାନାକୁଦେଇଥିଲା ସୁଚନା ମିଳିବା ପରେ ଏସ୍ଏଚ୍ ଅଜବ ସିଂହ,ଇନ୍ସପେକ୍ଟର ସୁମନ କୁମାରଙ୍କ ସହିତ ସେଠାରେ ପହଞ୍ଚିଥିଲେ
       ଅଜବ ସିଂହ ବସ୍ତାରୁ ଶବ ବାହାର କରିବା ପୂର୍ବରୁ ସେହିସ୍ଥାନକୁ କ୍ରାଇମ ଇନ୍ଭେଷ୍ଟିଗେସନ୍ଚିମ୍କୁ ଘଟଣାସ୍ଥଳକୁ ଡାକିଥିଲେ କିଛି ସମୟ ପରେ ଡିସିପି ଚିନ୍ମୟ ବିଶ୍ଵାଳ ଏବଂଏସିପି ଢାଲ୍ସିଂହ ମଧ୍ଯ ପହଞ୍ଚିଥିଲେ ଯୁବତୀଙ୍କ ବୟସ୨୪ରୁ ୨୫ ବର୍ଷ ଅନୁମାନ କରାଯାଉଥିଲା ସେହି ସ୍ଥାନରେଥିବା ଲୋକଙ୍କ ମଧ୍ୟରୁ କେହି ବି ମୃତ ଯୁବତୀଙ୍କ ପରିଚୟଦେଇପାରିନଥିଲେ ଖୋଳତାଡ଼ରେ ଯୁବତୀଙ୍କ ଟ୍ରାଉଜର ପ୍ୟାଣ୍ଟ ପକେଟ୍ରୁ ଏକ ନୋଟ୍ମିଳିଥିଲା ସେହି ନୋଟ୍ରେଲେଖାଥିଲା, ମୋ ସହିତ ଅଶ୍ନୀଳ ବ୍ୟବହାର କରିଛନ୍ତି ମୋରଉଲଗ୍ନ ଫଟୋ ମଧ୍ଯ ବନେଇଛନ୍ତି ଏହି କାମ ଆରୁଷଏବଂ ତା' ଦୁଇ ସାଙ୍ଗ କରିଛନ୍ତି ନୋଟ୍ରେ ଗୋଟିଏମୋବାଇଲ ନମ୍ବର ମଧ୍ଯ ଲେଖାଥିଲା ପୁଲିସ ସେହିନମ୍ବରକୁ କଲ୍କରିଥିଲା
ନମ୍ବର ଥିଲା ଉତ୍ତର ଦିଲ୍ଲୀବୁରାଡିରେ ରହୁ ଥିବା ଆରୁଷର |ସରିତା ବିହାରର ଏସଏଚ୍ ଅଜବ ସିଂହ ଆରୁଷକୁ
ଥାନାକୁ ଡାକିଥିଲେ ପୁଲିସ ସେହି ଯୁବତୀଙ୍କ ଫଟୋଦେଖାଇଥିଲେ ଆରୁଷକୁ ହେଲେ ଆରୁଷ ମୃତ ଯୁବତୀଙ୍କୁ
ଚିହ୍ନି ନାହ ବୋଲି ମନା କରି ଦେଇଥିଲା | ଆରୁଷ କହିଥିଲା,ସେ ସେହି ଯୁବତୀଙ୍କୁ ଜାଣିନାହ ତାଂକୁ କେହି ଫସାଇବା ପାଇଁ ଏମିତି କାମ କରିଛି ଆରୁଷର ହାବଭାବରୁ ପୁଲିସକୁଲାଗିଥିଲା ସେ ନିର୍ଦ୍ଦୋଷ ତଥାପି ପୁଲିସ ତାଂକୁ ଥାନାରେଅଟକ ରଖିଥିଲା ସେପଟେ ଡିସିପି ଜେଲ୍ ସମସ୍ତଅଫିସର୍ଙ୍କୁ ଯୁବତୀଙ୍କ ଫଟୋ ଦେଇ କହିଥିଲେ ଶୀଘ୍ର ତାଙ୍କରପରିଚୟ ଆଣିବାକୁ ତା'ହେଲେ ଯାଇ ଏହି କେସ୍ଆଗକୁବଢିପାରିବ ବହୁତ ଚେଷ୍ଟା ପରେ ଯୁବତୀଙ୍କ ପରିଚୟହୋଇପାରିଥିଲା ଜଣାପଡ଼ିଥିଲା ଯେ ମୃତ ଯୁବତୀ ଜଣକଆମ୍ବେଦକର ଥାନାକ୍ଷେତ୍ରରେ ଥିବା ଦକ୍ଷିଣପୁରୀର ରହୁଥିବାସୁରଭି ତାଙ୍କର ବାପା ସିକ୍ୟୁରିଟି ଗାର୍ଡ ଚାକିରି କରିଥିଲେ ପୁଲିସ ଘରଲୋକଙ୍କ ଝିଅର ମୃତ୍ଯୁ ଖବର ବିଷୟରେଜଣାଇଥିଲେଘରଲୋକ କହିଥିଲେ, ସୁରଭିକୁ ଚାକିରି ପାଇ କଲ୍ଆସିଥିଲାଏହାପରେ ସେ ଇଣ୍ଟରଭ୍ୟୁ ଦେବାପାଇଁ ଘରୁ ଯାଇଥିଲାପୁଲିସ ସୁରଭିର ଘରଲୋକଙ୍କଠାରୁ
ତା' ହ୍ୟାଣ୍ଡରାଇଟିଙ୍ଗ୍ ସାମ୍ପୁଲ ଆଣିଥିଲାସେହି ହ୍ୟାଣ୍ଡରାଇଟିଙ୍ଗ୍ନୋଟ୍ରେ ଥିବାହ୍ଯାଣ୍ଡରାଇଟିଙ୍କ୍ସହିତ ମେଳ ଖାଉଥିଲାଏଥିରୁ ପୁଲିସଜାଣିପାରିଥିଲା ସେହି ନୋଟ୍ଟିନିଜେ ସୁରଭି ଲେଖିଛିପୁଲିସ ଆରୁଷକୁ ଥାନାରେଅଟକାଇ ରଖିଥିଲାସୁରଭିର ଘରଲୋକଙ୍କୁ ସହିତ ଆରୁଷରସାମ୍ନା କରାଇଥିଲେ ପୁଲିସ | ହେଲେ ସୁରଭିର ଘରଲୋକଆରୁଷକୁ ଚିହ୍ନି ନାହାତ୍ତି ବୋଲି ମନା କରିଦେଇଥିଲେହେଲେ ସୁରଭିକୁ ଚାକିରି ପାଇଁ ଫୋନ୍କିଏ କରିଥିଲେଜାଣିବା ପାଇ ଅଜବ ସିଂହ ମୃତ ଯୁବତୀଙ୍କ କଲ୍ଡିଟେଲସ୍ବାହାର କରିଥିଲେପୁଲିସ ହାତରେ ଗୋଟିଏ ସନ୍ଦିଗ୍ଧ ନମ୍ବର ଲାଗିଥିଲାସେହି ନମ୍ବରରେ ସୁରଭି ଅନେକ ଥର କଥା ହୋଇଥିଲାଖୋଳତାଡ଼ରୁ ଜଣାପଡ଼ିଥିଲା ସେହି ନମ୍ବରଟି ସଙ୍ଗମ ବିହାରର ଦିନେଶ ନାମକ ଜଣେ ଯୁବକରଏହିକଲ୍ଡିଟେଲସ୍କୁ ଆଧାର କରି ପୁଲିସ ଦିନେଶ ପାଖକୁପହଞ୍ଚିଯାଇଥିଲେ
        ଥାନାରେ ଦିନେଶକୁ ସୁରଭିର ହତ୍ଯାସମ୍ବନ୍ଧରେ ପଚରାଯାଇଥିଲାପ୍ରଥମେ କିଛି ଜାଣିନାହ ବୋଲି ମନା କରୁଥିଲାହେଲେ ପରେ ସବୁ ସତ କଥା ମାନି ଯାଇଥିଲାଦିନେଶ ତା' ସାଙ୍ଗମାନଙ୍କ ସହିତ ମିଶି ସୁରଭିର କେବଳହତ୍ୟା କରିନଥିଲେ, ସାମୁହିକ କଳାକ୍ାର ମଧ୍ଯ କରିଥିଲେ।ଏହାପରେ ସେମାନେ ସୁରଭିକୁ ହତ୍ୟା କରି ଶବକୁ ବସ୍ତାରେପୂରାଇ ଫୋପାଡି ଦେଇ ଆସିଥିଲେ। ପୁଲିସ ଦିନେଶଠାରୁ ସୁରଭିକୁ ହତ୍ୟା କରିବାର କାରଣ ହାସଲ କରିଥିଲେ | ହେଲେ ସୁରଭିକୁ ହତ୍ୟା କରିବାର କାରଣ ଥିଲା ଆଶ୍ଚର୍ଯ୍ୟ କରିଦେଲା ଭଳି। ଦିନେଶ ସୁରଭିକୁ ଜାଣିନଥିଲା। ତଥାପି ସେ ସୁରଭିର ହତ୍ୟା କରିଥିଲା ଅନ୍ୟଜଣଙ୍କଠାରୁ ପ୍ରତିଶୋଧ ନେବାପାଇ। ପୁଲିସ ଦିନେଶଠାରୁ ଏହି ହତ୍ୟାର ଯେଉଁ କାହାଣୀ ଶୁଣିଥିଲା ତାହା ଯେମିତି ଏକ ଫିଲ୍ମର କାହାଣୀ ପରି ଥିଲା ।
ଦିଲ୍ଲୀର ଭଲସ୍ପା କ୍ଷେତ୍ରରେ ଏକ ହ ତ୍ୟାକାଣ୍ଡ ହୋଇଥିଲା । ଏହିହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଧନଞ୍ଜୟକୁ ଜେଲ୍‌ହୋଇଥିଲା। ଜେଲ୍‌ରେ ବଣ୍ଠି ନାମକ ଜଣେ କଏଦୀ ସହିତଧନଞ୍ଜୟର ଝଗଡ଼ା ହୋଇଥିଲା। ବଣ୍ଟି ବୁରାଡିର ଥିଲା। ବଣ୍ଟିଗୋଟିଏ ଚର୍ଚ୍ଚିତ ବଦମାସ୍‌ ଥିଲା। ଦୁଇଜଣ ବଦମାସ୍‌ ଜିଦି ସ୍ଵଭାବର ଥିଲେ । ସେଥିପାଇଁ କୌଣସି ନା କୌଣସି କଥାରେ ସେମାନଙ୍କ ମଧ୍ଯରେ ଝଗଡ଼ା ହେଉଥିଲା। ଏମିତି ସେମାନେ ପରସ୍ପରର ଶତ୍ରୁ ହୋଇଯାଇଥିଲେ । ସେ ହି ସମୟରେ ଦିନେଶଚୋରି କରିବା ମାମଲାରେ ଜେଲ୍‌କୁ ଯାଇଥିଲା । ଜେଲ୍‌ ଭିତରେତା'ର ଧୀରେନ୍ଦ୍ର ନାମକ ଜଣେ ବଦମାସ୍‌ ସହିତ ବନ୍ଧୁତା ହୋଇଯାଇଥିଲା। ଦିନେଶର ବି ଶତ୍ରୁ ହୋଇଯାଇଥିଲା ବଣ୍ଟି |ଧୀରେନ୍ଦ୍ର ଜେଲ୍‌ ଭିତରେ ହି ନିଷ୍ପଭି ନେଇଥିଲା ସେ ବଣ୍ଢିକୁ ଦିନେ ନା ଦିନେ ସବକ ଶିଖାଇବ। ଦୁଇମାସ ପୁର୍ବରୁ ଦିନେଶ ଏବଂ ଧୀରେନ୍ଦ୍ର ବାହାରକୁ ଆସିଥିଲେ । ଜେଲ୍‌ରୁ ଆସିବା ପରେ
ସେମାନେ ସଙ୍ଗମ ବିହାରରେ ଗୋଟିଏ ରୁମ୍‌ରେ ରହିଥିଲେ।ହେଲେ ଜେଲ୍‌ରୁ ବାହାରକୁ ସିନା ଆସିଗଲେ । କିନ୍ତୁ ବଣ୍ଟି କଥାସେମାନେ ଭୁଲିନଥିଲେ। ପ୍ରତିଶୋଧ ନେବା ପାଇଁ ଦୁଇଜଣମଉକା ଖୋଜୁଥିଲେ। ଏହାପରଠାରୁ ସେମାନେ ବଣ୍ଠିରପରିବାର ଲୋକଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ସେମାନେ ଜାଣିପାରିଥିଲେ ଯେ ବଣ୍ତି ପାଖରେ ୨୦୦୦ ବର୍ଗଫୁୂଟ୍‌ର ଗୋଟିଏ ଫ୍ଲାଟ୍‌ ରହିଛି। ସେହି ଫ୍ଲାଟ୍‌ର ଦାୟିତ୍ଵଚୁଝୁଥିଲା ବଣ୍ଠିର ଭାଇ ଆରୁଷ। ଚେଷ୍ଟା କରି ସେମାନେଆରୁଷର ଫୋନ୍‌ ନମ୍ବର ହାସଲ କରିଥିଲେ। ଏହାପରେ ସେମାନେ ଏକ ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିଲେ । ସେମାନେଭାବିଥିଲେ ବଣ୍ଠିର ଭାଇ ଆରୁଷକୁ ମିଛ କେସ୍‌ରେଫସାଇ ଜେଲ୍‌ ପଠାଇଦେବେ। ତାଂପରେ ଦୁହେ ସେହି ଫ୍ରାଟ୍‌କୁ କବ୍‌ଜା କରିନେବେ ।
        ଦିନେଶ ଏବଂ ଧୀରେନ୍ଦ୍ର ତାଙ୍କର ଏହି ଷଡ଼ଯନ୍ତ୍ରରେ ସୌରଭକୁ ମଧ୍ୟ ସାମିଲ୍‌ କରିଥିଲେ। ଫୁଲସ୍ପୁଫ୍‌ ଫ୍ମାନ୍‌ ହୋଇଥିଲା। ଦିନେଶ ତା'ର ଗର୍ଲଫ୍ରେଣ୍ଡ ଜରିଆରେ ସୁରଭିକୁ ଚାକିରି ଦେବାର ମିଛବାହାନା କରି ଡାକିଥିଲା। ଦିନେଶର। ପ୍ରେମିକା ସୁରଭିର ଭଲ ସାଙ୍ଗ ଥିଲା । ତେଣୁ ସେ ତାଂର କଥାକୁ ବିଶ୍ଵାସ କରିଯାଇଥିଲା। ଦିନେଶର ମୋବାଇଲରୁସୁରଭିକୁ କଲ୍‌ କରିଥିଲା ତାଂର ପ୍ରେମିକା। ସୁରଭିକୁ ଚାକିରିର ଆବଶ୍ୟକତା ଥିଲା। ସେଥିପାଇଁ ସେ ଏହିଷଡ଼ଯନ୍ତ୍ରରେ ପୂରାପୂରି ଫସିଯାଇଥିଲା । ୨୫ ଫେବ୍ରୁଆରି୨୦୧୯ ସଙ୍ଗମ ବିହାର ସ୍ଥିତ ଗୋଟିଏ ଘରେ ପହଞ୍ଚିଥିଲା ସୁରଭି। ସେହି ଘରେ ଦିନେଶ ଏବଂ ଧୀରେନ୍ଦ୍ର ରହୁଥିଲେ। ଚାକିରି ମିଳିଯିବ ବୋଲି ସୁରଭି ଖୁସି ଥିଲା।କିନ୍ତୁ ସେ ଜାଣିନଥିଲା ତାଂର ସାଙ୍ଗ ତାଂସହିତ କେତେବଡ଼ ବିଶ୍ବାସଘାତ କରିଛି।
 ସୁରଭି ସେହି ଫ୍ଲାଟ୍‌ରେପହଞ୍ଚିଥିଲା। ସେଠାରେ ପୂର୍ବରୁ ଦିନେଶ, ଧୀରେନ୍ଦ୍ରଏବଂ ସୌରଭ ଥିଲେ। ସୁରଭି ଯେମିତି ରୁମ୍‌ ଭିତରକୁ ଯାଇଛି ସମସ୍ତେ ମିଶି ତାଂର ପାଟି ବନ୍ଦ କରି ରସିରେ ବାନ୍ଧି ଦେଇଥିଲେ । ଏହାପରେ ତିନିଜଣ ମିଶି ସୁରଭିକୁବଳାକ୍ରାର କରିଥିଲେ। ସୁରଭି ତିନିଜଣଙ୍କ ଆଗରେହାତଯୋଡ଼ି ତାଂକୁ ଛାଡ଼ିଦେବାକୁ କହିଥିଲା। ହେଲେକେହି ତାଂ କଥା ଶୁଣିନଥିଲେ । ତିନିଜଣଙ୍କ ଯୋଜନା ଥିଲା ଜେଲ୍‌ରେ ବନ୍ଦୀ ଥିବା ବଣ୍ଟଡିକୁ ସବକ ଶିଖାଇବାଏବଂ ତାଂର ଭାଇ ଆରୁଷକୁ ଫସାଇବା। ସେଥିପାଇଁସେମାନେ ସୁରଭିର ମୋବାଇଲରୁ ଆରୁଷର ନମ୍ବରକୁଅନେକ ଥର କଲ୍‌ କରିଥିଲେ। କିନ୍ତୁ କୌଣସି କାରଣରୁ ଆରୁଷ କଲ୍‌ ରିସିଭ କରିପାରିନଥିଲା।ଏହାପରେ ସେମାନେ ସୁରଭିକୁ ଡରାଇ ଧମକାଇ ତା'ଠାରୁ ମିଛ ନୋଟ୍‌ ଲେଖାଇନେଇଥିଲେ।
ଯାହାଦ୍ଵାରା ଆରୁଷ ଫସିଯିବ । ସେଥିରେ ଆରୁଷର ଫୋନ୍‌ନମ୍ବର ବି ଲେଖିଥିଲେ। ସେହି ନୋଟ୍‌କୁ ସୁରଭିର ଟାଉଜରପ୍ୟାଣ୍ଟରେ ରଖିଦେଇଥିଲେ। ହେଲେ ସୁରଭି ସେମାନଙ୍କ ଆଗାମୀ ଯୋଜନା ପ୍ରତି ଅଜଣା ଥିଲା। ସୁରଭି ବାରମ୍ବାର କହୁଥିଲା ଛାଡ଼ିଦେବାକୁ। କିନ୍ତୁ ତିନିଜଣ ବଦମାସ୍‌ ମିଶି ସୁରଭିର ତଣ୍ଟି ଚିପି ହତ୍ୟା କରିଥିଲେ ।         
                  ସୁରଭିର କୌଣସିଦୋଷ ନଥାଇ ମଧ୍ଯ ତା'କୁ ବହୁତ ବଡ଼ ଦଣ୍ଡ ମିଳିଥିଲା । ତା'ର ଶବକୁ ବସ୍ତାରେ ପୂରାଇ ରେଳ ଲାଇନ୍‌ କଡ଼ରେ ଫିଙ୍ଗି ଦେଇ ଆସିଥିଲେ। ତିନିଜଣ ଅପରାଧୀ ଖୁସି ଥିଲେ ଯେ ଫୂଲଫ୍ରୁଫ୍‌ ପ୍ଲାନିଙ୍ଗ୍‌ ପାଇଁ ପୁଲିସ ସେମାନଙ୍କ ପାଖକୁ ପହଞ୍ଚିପାରିବ ନାହ । କିନ୍ତୁ ଦିନେଶ ଦ୍ଵାରା ସୁରଭିକୁ କରାଯାଇଥିବା କଲ୍‌ ତିନିଜଣ ଅପରାଧୀଙ୍କୁ ଧରାପକାଇ ଦେଇଥିଲା। ପୁଲିସ ଏହି ଘଟଣାରେସାମିଲ୍‌ ଥିବା ଦିନେଶର ପ୍ରେମିକାକୁ ମଧ୍ଯ ଗିରଫ କରିଥିଲା।ଦିନେଶ ଯେଉଁ ମିଛ ଜାଲ ବସାଇଥିଲା ଅନ୍ୟଙ୍କୁ ଫସାଇବା ପାଇଁ ସେ ସେହି ଜାଲରେ ନିଜେ ଫସିଯାଇଥିଲା।

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...