Wednesday, 21 August 2019

ବନ୍ଧୁ ନା ସୈତାନ

୫ ଫେବ୍ରୁଆରୀ, ଅମୃତସର ଜିଟି ରୋଡ୍ ରେ ଥିବା ଘର ନମ୍ବର ୧୫୭ ରାତି ଅଧା ବେଳକୁ ହଠାତ୍ ଘର ଧୁ ଆଁ ବାହାରିବାକୁ ଲାଗିଲା। ସେହି ଘରଟି ଥିଲ ସିମ୍ରନ୍ଦୀପ୍ ବର୍ମା ଙ୍କର। ସେତେବେଳକୁ ଲୋକେ ନିଜ ନିଜ ଘରେ ଶୋଇଥିଲେ। ସେଥିପାଇଁ ଘରେ ନିଆଁ ଲାଗିଯାଇଥିବାବିଷୟରେ କେହି ବି ଜାଣିପାରି ନଥିଲେ। କିନ୍ତୁ ନିଆଁବଢ଼ି ବଢ଼ି ଚାଲିଥିଲା ଆଉ ଘରର ଚାରିଆଡେ  ବ୍ୟାପିଯାଇଥିଲା। ଘରକୁ ଲାଗି ରହିଥିବା ଅନ୍ୟ ପଡ଼ୋଶୀଙ୍କ ଘର ମଧ୍ୟ ନିଆଁର ସଂସ୍ପର୍ଶରେ ଆସିଥିଲା। ପଡ଼ୋଶୀଙ୍କ ମଧ୍ୟରୁ କିଛି ଲୋକ ହଠାତ୍ ନିଦରୁ ଉଠି ପଡ଼ି ନିଆଁ ଲାଗିଯାଇଥିବା ଦେଖି  ବାହାରକୁ ଦୌଡ଼ିଲେ। ଦେଖି ଲା ବେଳକୁ ସିମ୍ରନ୍ଦୀପ୍ ବର୍ମାଙ୍କ ଘରେ ବହୁତ ଜୋର ନିଆଁ ଲାଗିଛି।ଆଖପାଖ ଲୋକ ମଧ୍ୟ ଉଠିପଡିଲେ ଆଉ ସମସ୍ତେନିଆଁ ଲିଭାଇବାକୁ ଚେଷ୍ଟା କଲେ। ପୁଲିସ ଏବଂ ଦମକଳ ସୂଚନା ପାଇ ଘଟଣାସ୍ଫ୍ଵଳରେ ଆସି ପହ ଞ୍ଚିଥିଲେ। ୪ ଘଣ୍ଟାର ଜୋରଦାର ପରିଶ୍ରମ ପରେ ନିଆଁ ଲିଭିଥିଲା।

   ନିଆଁ କିପରିଲାଗିଲା ଜାଣିବା ପାଇଁ ଘୁଲିସ ଘର ଭିତରକୁ ପ୍ରବେଶ କଲା।ଘର ଭିତରେ ସିମ୍ରନ୍ଦୀପ୍ ବର୍ମା ଏବଂ ତାଙ୍କ ଝିଅ ସିବ୍ ନୈନାଙ୍କଶବ ପଡି ରହିଥିଲା। ଥାନାଧିକାରୀ କ୍ରାଇମ୍ ଇନ୍ଭେଷ୍ଟିଗେସନ୍ଟିମ୍ ସହାୟତାରେ ଜାଣିପାରିଲେ ଯେ, କେହି ସନ୍ଦିଗ୍ଧ ଏପରିକାଣ୍ଡ ଭିଆଇଛି। କାରଣ ନିଆଁ ଆପେ ଆପେ ଲାଗିନଥିଲା। ଏମିତିକି ଘରୁ ଟଙ୍କା ଓ ସୁନା ଚୋରି ହୋଇଥିଲା। ପୁଲିସ ଜାଞ୍ଚକରୁଥିବା ସମୟରେ ୪୮ବର୍ଷିୟ ସଞ୍ଜୀବ ବର୍ମା ନାମକ ଜଣେ ବ୍ୟକ୍ତି ସେଠାକୁ ଆସିଥିଲେ। ସେ ନିଜକୁ ସିମ୍ଭନ୍ଦୀପ୍ ବର୍ମାଙ୍କଭାଇ ବୋଲି ପରିଚୟ ଦେଇଥିଲେ। ତାଙ୍କ ବାପା ରାମଦେବଏବଂ ମା ଜୀବନ ରାନୀଙ୍କ ମୃତ୍ୟୁ ହୋଇସାରିଥିଲା। ସେ ତାଙ୍କ ସ୍ତ୍ରୀ ଗୀତା ଏବଂ ପୁଅ ଚନ୍ଦନଙ୍କ ସହିତ ଜଣ୍ଡିଆଲ ଗରୁ ସ୍ଥିତ ଘର ନମ୍ବର ୧୩୩୪ରେ ରହୁ ଥିଲେ । ପଡ଼ୋଶୀଙ୍କ ଠାରୁ ଜଣାପଡିଲା ଦୁଇ ମା'ଝିଅ କାହା ସହିତ ବେଶି କଥାବାର୍ଭା ହେଉନଥିଲେ |

ଏମିତିକି ପଡ଼ୋଶୀଙ୍କ ଘରକୁ ଯିବାଆସିବା ମଧ୍ୟ କରୁନଥିଲେ।ଶିବ୍ନୈନାର ଶବ ଆପଭିଜନକ ଅବସ୍ଥାରେ ପଡ଼ି ରହି ଥିଲା। ତାଂସହିତ ବଳାକ୍ରାର ହୋଇ ଥାଇପାରେ ବୋଲି ପୁଲିସ ଆଶଙ୍କା କରୁଥିଲା। ଥାନାପ୍ରଭାରୀ ନିରଜ କୁମାର ଅପରାଧୀଙ୍କୁଧରିବା ପାଇଁ ଲାଗିପଡ଼ିଲେ। ପୁଲିସର ସନ୍ଦେହ ଥିଲାକୌଣସି ସଂପର୍କୀୟ ଲୋକ ଏପରି ଅପରାଧ କରିଥାଇ ପାରେ। ସିମ୍ରନଦୀପ୍ ଙ୍କ ପୁଅ ରିଦ୍ଧମ୍ କାନାଡାରେ ରହୁଥିଲା।ମାଂ ଏବଂ ଭଉଣୀର ଖବର ରିଦ୍ଧମ୍ କୁ କୁ ଦିଆଯାଇଥିଲା।ଥାନାପ୍ରଭାରୀ ଆଶା ରଖିଥିଲେ ଯେ ରିଦ୍ଧମ୍ ପହଞ୍ଚିଲାପରେ ଅପରାଧୀ ପାଖକୁ ପହଞ୍ଚିବା ତାଙ୍କୁ ସହଳ ହୋଇଯିବ। ହେଲେକାନାଡାରୁ ରିଦ୍ଧମ୍ ଆସିବାରେ ବିଳମ୍ବ ହୋଇଥିଲା । ରିଦ୍ଧମ୍ମଧ୍ୟ ସେଇଆ ଅଶଙ୍କା କରୁଥିଲା କୌଣସି ସଂପର୍କୀୟ ଟଙ୍କାଲୋଭରେ ଏମିତି କରିଥାଇ ପାରେ। ପୁଲିସ ସିମ୍ରନ୍ଦୀପ୍ ଙ୍କଭାଇ ସଞ୍ଜୀବଙ୍କ ଠାରୁ ଜାଣିବାକୁ ପାଇଲା ୟେ, ୨୫ ବର୍ଷ ତଳେ ମାଂବାପା ସିମ୍ରନ୍ଦୀପ୍ ଙ୍କ ବାହାଘର ନଭଜୋତ୍ ସିଂହ ସହ କରି ଦେଇଥିଲେ। ରିଦ୍ଧମ୍ ଏବଂ ସିବ୍ନୈନାର ଜନ୍ମୁପରେ ନଭଳଜୋତ୍ କାନାଡା ପଳେଇଥିଲେ। ଏହାପରେ ସେ ଆଉ ଫେରିନଥିଲେ।

ବାଧ୍ୟହୋଇ ସିମ୍ରନ୍ଦୀପ୍ ସରକାରୀ ସିନିୟର ସେକେଣ୍ଡାରୀସ୍କୁଲରେ କିରାଣୀ ଚାକିରି କରିଥିଲେ। ତାଙ୍କ ସ୍ବଳ୍ପ ଦରମାରୁ ସେ ଦୁଇ ପିଲାଙ୍କୁ ପାଠ ପଢାଇଥିଲେ, ରିଦ୍ଧମ୍ କୁ କାନାଡାପଠେଇଥିଲେ। ଘରେ କେବଳ ମା ଓ ଝିଅ ରହୁ ଥିଲେ। ସେ ଯେଉଁ ଘରେ ରହୁଥିଲେ ୪ ବର୍ଷ ପୂର୍ବେ ଏହାକୁ ତିଆରି କରିଥିଲେ। ପୁଲିସ ସିମ୍ରନ୍ଦୀପ୍ ଓ ସିବ୍ନୈନାଙ୍କ ମୋବାଇଲ୍ ନମ୍ବରର କଲ୍ ଡିଟେଲ୍ସ ବାହାର କରିଥିଲା। ସେଦିନରାତିରେ ଯେଉଁମାନଙ୍କ ନମ୍ଭର ଲିଷ୍ଟ୍ରେ ଥିଲା ସବୁର ଜାଞ୍ଚ ଆରମ୍ଭ କରାଯଇଥିଲା। ଏମିତିକି ସିବ୍ନୈନାର ଫେସବୁକ୍ ଆଇଡି ମଧ୍ୟ ଚେକ୍ କରାଯଇଥିଲା।

     ହତ୍ୟାକାଣ୍ଡକ୍ଲ ୪୮ ଘଣ୍ଟା ବିତି ଯାଇଥିଲା ତଥାପି ଘୁଲିସ ହାତରେ କୌଣସି ପ୍ରମାଣ  ଲାଗିନଥିଲା। ସିମ୍ରନ୍ଦୀପ୍କ ସବୁ ସଂପର୍କୀୟକୁ ଥାନାକୁ ଡକାଯାଇ ପଚରା ଉଚରା କରାଯଇଥିଲା । ଏହାରି ଭିତରେପୁଲିସର ସନ୍ଦେହ ଯାଇ ଅଟକିଥିଲା ରିଦ୍ଧମ୍ର ସବୁଠୁ ଭଲ ସାଙ୍ଗ ୨୧ବର୍ଷୀୟ ପଙ୍କଳ ଶର୍ମା ଓ ୧୮ ବର୍ଷୀୟ ଗଗନ । ପୁଲିସ ଦୁହିଁକୁ କେବଳ ସନ୍ଦେହ କରୁଥିଲା ହେଲେ କୌଣସି ପ୍ରମାଣ ନଥିଲା। ତଥାପି ଦୁହିଁକୁ ପଚରାଉଚରା ପାଇଁ ପୁଲିସ ସେମାନଙ୍କ ଘରକୁ ଯାଇଥିଲା। ସେଠାରୁ ଜଣାପଡିଲା ୟେ, ପଙ୍କଜ ଓ ଗଗନ ଦୁଇଳଣ ଗରିବ ପରିବାରର | ପଙ୍କକର ବାପା ସୋଫା ମରାମତି କାମ କରନ୍ତି। ଦୁଇଜଣ ଖି ବ୍ ବଦମାସ୍ ସ୍ବଭାବର ଥିଲେ। ନିଜ ଖର୍ଚ୍ଚ ପାଇଁ ସେମାନେ ଛେଟମୋଟ ଚୋରି କରୁଥିଲେ। ପଲିସଟିମ୍ ଯେତେବେଳେ ଦୁଇଜଣଙ୍କଘରେ ପହଞ୍ଚିଲେ ଜଣାପଡିଲା ଯେ, ୫ ଫେବ୍ରୁଆରୀରୁ ସେମାନେ ଘରକୁ ଆସି ନାହାନ୍ତି। ପୁଲିସ ଦୁଇଜଣଙ୍କୁ ଖୋଜାଖୋଜି କରିବାରେ ଲାଗିପଡ଼ିଲେ। ହେଲେ ଲୁଚିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେ ଦୁଇଜଣ ପୁଲିସ ହାତରେଧରାପଡ଼ିଗଲେ। ପୁଲିସର ଗୋଚିଏ ପ୍ରଶ୍ନରେ ସେମାନେନିଜ ଅପରାଧକୁ  ସ୍ବୀକାର କରିଦେଲେ।
             
ପଙ୍କଳ ଓ ଗଗନରସିମ୍ରନ୍ଦୀପ୍ଙ୍କ ପୁଅ ରିଦ୍ଧମ୍ ସହିତ ଭଲ ବନ୍ଧୁତା ଥିଲା। ଦୁହେଁସବୁବେଳେ ରିଦ୍ଧମ୍ର ଘରକୁ ଯିବା ଆସିବା କରୁଥିଲେ ।ହେଲେ ରିଦ୍ଧମ୍ କାନାଡା ଚାଲିଯିବା ପରେ ତାଂ ଘରକୁ ଏଦୁହିଁଙ୍କର ଯିବା ଆସିବା ବନ୍ଦ ହୋଇଗଲା। ଦୁହେଁ କୌଣସିକାମଧନ୍ଧା କରୁନଥିଲେ। ଦିନସାରା ବସି ବସି ନିଶାରେ ବୂଡି ରହୁଥିଲେ। ଆଉ ନିଜର ସଭକ ପୂରା କରିବା ପାଇଁ ଚୋରି ର କୌଣସି ଲୋକକୁ ଲୋଭ ଦେଖାଇ ଟଙ୍କା ଚୋରି କରି ଆଣୁଥିଲେ। ହେଲେ ସେମାନେ ପୁଲିସ ହାତରେ ଧରା ପଡିନଥିଲେ। ସେମାନେ କେବଳ ଛୋଟମୋଟ ଚୋରିକରୁଥିଲେ ଯେଉଁଥିରେ ସେମାନଙ୍କ ସଭକ ପୂରା ହେଉନଥିଲା ।ସେଥିପାଇଁ ଦୁହେଁ ବଡ଼ ଚୋରି କରିବାର ଯୋଜନା ପ୍ରସ୍ତୁତକରିଥିଲେ। ପଙ୍କଜ କହିଥିଲା, ଛୋଟମୋଟ ଚୋରି କରିଆମେ କିଛି କରି ପାରୁନୁ ଚୋରିଟଙ୍କା ସବୁ ନିଶା ଖାଇବାରେସରିଯାଉଛି। ଏଥରର କିଛି ବଡ଼ କରିବା। ମୋ ପାଖରେଗୋଟେ ଭଲ ଯୋଜନା ଅଛି। ଏଥିରେ ଏତେ ଟଙ୍କା ମିଳିବ ଯେ ଆମେ ଦିନରାତି ମଉଜମସ୍ତି କରିବା। ଆଉ କାହାକୁ ସନ୍ଦେହ ବି ହେବନି। ଗଗନ ମଧ୍ୟ ତା ପ୍ଲାନ୍ ଶୁଣି ଖି ସି ହୋଇଗଲା ।କହିଲା ଜଲଦି କହ । ପଙ୍କଜ କହିଲା, ରିଦ୍ଧମ୍ର ଘରେ ଏଥରଚୋରି କରିବା। ଗଗନ ତା' କଥାରେ ରାଜିନଥିଲା। କହିଲା,ସେ ଆମର ପିଲାବେଳ ସାଙ୍ଗ କିନ୍ତୁ ଟଙ୍କା ଲୋଭରେ ପଙ୍କଜର ଯୋଜନାରେ ରାଜି ହୋଇଗଲା। ଠିକ୍ ପରଦିନ ରାତି ୯ଟରେ ଦୁହେଁ ସିମ୍ରନ୍ଦୀପ୍ କ୍କ ଘରେ ହାଳିର ହୋଇଯଇଥିଲେ। ସିମ୍ ରନ ନ୍ଦୀପ୍ ଦୁଇଜଣଙ୍କୁ ଭଲଭାବରେ ଚିହ୍ନିଥିଲେ। ସେଥିପାଇଁ ଦୁହିଁଙ୍କୁ ଘରଭିତରକୁ ଆସିବାକୁ ଦେଇଥିଲେ। ହେଲେ ସେ ଜାଣିନଥିଲେ ସାଙ୍ଗ ବେଶରେ ଦୁଇ ସଇତାନ୍ ଙ୍କୁ ସେ ଡାକିଥିଲେ। ସିମ୍ରନ୍ଦୀପ୍ ତାଙ୍କ୍ ଖାଇବାକୁ ଦେଇଥିଲେ ଓ କିଛି ସମୟ କଥାବର୍ଭା ହୋଇଥିଲେ। କିଛି ସମୟ ପରେ ସିମ୍ରନ୍ଦୀପ୍ ରୋଷେଇଘରକୁ ଯଇଥିଲେ। ସୁବଣ୍ଣ୍ ସୁଯୋଗ  ଦେଖ୍ ପଙ୍କଳ ଓ ଗଗନ ଛପିଛପି ଯାଇ ସିମ୍ରନ୍ଦୀପ୍ ଙ୍କୁ ମାଡି ବସି କ୍ଲୋରୋଫାର୍ମ ସ୍ଲଙ୍ଘାଇ ଦେଇଥିଲେ। ସିମ୍ରନ୍ଦୀପ୍ ଚେତାଶୂନ୍ୟ ହୋଇ ତଳେପଡି ଯାଇଥିଲେ। ତା'ପରେ ଯାଇଥିଲେ ସିବ୍ ନୈନାର ରୁମ୍ କୁ ତାଂଙ୍କୁ ମଧ୍ୟ କ୍ଲୋରୋଫାମ ସୁ ଙ୍ଘାଇ ଥିଲେ। ଘରେ ଥିବା ଟଙ୍କା ଓ ଜୁଏଲାରୀ ଚୋରି କରିଥିଲେ। ସେତିକିରେ ସେମାନଙ୍କ ମନ ସନ୍ତୁଷ୍ଟ ନଥିଲା ଚେତାଶୂନ୍ୟ ହୋଇ ପଡିଥିବା ସିବ୍ ନୈ  ନା ସ ହିତ ବଳାକ୍ରାର କରିଥିଲେ। ଚେତା ଫେରିବା ପରେ ଦୁହେଁ ପୁଲିସକୁ ସବୁ କଥା କହିଦେବେ ଭାବି ପୂରା ଘରକୁ ନିଆଁ ଲଗାଇ ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇଥିଲେ। ପୁଲିସ ପଙ୍କଳଓ ଗଗନକୁ ବିସ୍ତୃତ ପଚରାଉଚରା ପରେ ଚୋରି କରିଥିବାଜିନିଷପତ୍ର ମଧ୍ୟ ଜବତ କରିଥିଲା। ଲୁ ଚାଇ ରଖିଥିବା ସ୍ଫାନରୁ ୮୫ ଗ୍ରାମ୍ ସୁ ନା, ରୂପା ଅଳଙ୍କାର, ଏକ ଟ୍ୟାବ୍, କ୍ୟାମେରା,ଲ୍ୟାପଟପ୍ ଏବଂ ଅନ୍ୟ କେତେକ ଜରୁରୀ ଜିନିଷ ମିଳିଥିଲା ।ସତକଥା ଳଣା ପଡ଼ିବା ପରେ ଦୁଇ ଅପରାଧୀଙ୍କୁ ଜିଲ୍ଲା ଜେଲ୍ ପଠାଇ ଦିଆଯାଇଥିଲା

Monday, 19 August 2019

ସୋନୁର ଭୋକ


ଦେହଭୋଗ ସୋନୁର ଅଭ୍ୟାସରେ ପରିଣତହୋଇଥଲା । ସଞ୍ଚିତ ଅର୍ଥକୁ ସେ ଦେହଜୀବୀଙ୍କ ପଛରେ ଉଡ଼ାଇ ଶେଷରେ ଅର୍ଥପାଇଁ ସେ ପନୀଙ୍କୁ  କଲ୍‌ଗର୍ଲ ସଜେଇଲା ।ଅର୍ଥ ଓ ଦେହ ଲାଳସାର  ସେ ଏକାଧ୍‌କ ବିବାହ ମଧ୍ଯ  କରିଥଲା । ମିଠା ମିଠାକଥାରେ ଝିଅମାନଙ୍କ ନିଜର କରୁଥଲା ସୋନୁ ।କିନ୍ଧୁ ଜନ୍ନତ କ୍ଷେତ୍ରରେ ସୋନୁର ସବୁ କୌଶଳ  ମାରିଥିଲା ଫେଲ୍‌ ।


ଇଂ ନ୍ଦପୁରସ୍ଥିତ ପୀରୁମଦାର ରେଳ ଷ୍ଟେସନ୍ପାଖ ଜୁନ୍୧୫ ତାରିଖ ଶନିବାର ପ୍ରାତଃସମୟରେ କିଛି ଲୋକ ସେଠାରେ ବୁଲାଚଲା କରୁଥାନ୍ତି କିଛି ଲୋକ ବୁଲାଚଲା କଲା ଭିତରେ ଶୁଖି ଲା ନାଳରେ ଏକ ଶବ ପଡ଼ିଥିବାର ଦେଖି ଥିଲେ କିନ୍ତୁ ତାଙ୍କ ଭିତରୁ କେହି ବିଶବ ନେଇ ପୋଲିସକୁ ସୂଚନା ଦେବାକୁ ସାହସ କରୁ ଥିଲେ ସେଠାରେ ଉପସ୍ଥିତ ନନ୍ଦପୁର ଗୀର କୁଲଦୀପ ମାହେଶ୍ଵରୀ ଶବସମ୍ପର୍କରେ ରାମନଗର କୋତବାଲୀ ଥାନାକୁ ଜଣେଇ ଦେଲେ ସୂଚନା ପାଇ ଘଟଣାସ୍ଥଳରେ କୋତବାଲୀ ଥାନାଧୁକାରୀ ପହଞ୍ଚିଶବର ନିରୀକ୍ଷଣ କଲେ ଶବର ହାତ ଗୋଡ଼ ବନ୍ଧହୋଇଥିବାବେଳେ ଶବ ପାଖରୁ ଗୋଟିଏ ଗାମୁଛା, ରୁମାଲ୍ଓଏକ ଚଦର ପୋଲିସ ହାତରେ ଲାଗିଲା ଶବଟି ଥିଲା ଜଣେମହିଳାଙ୍କର ମହିଳା ଜଣକର ପରିଚୟ ନଷ୍ଟ କରିବା ପାଇଁ ଦୁର୍ବୃତ୍ତତାଙ୍କ ମୁହଁକୁ ପୋଡ଼ିଦେବାକୁ ଚେଷ୍ଟା କରିଥିବାବେଳେ ମୁହଁଟି ସମ୍ପୂର୍ଣ୍ଣଭାବେ ପୋଡ଼ି ଦରପୋଡ଼ା ହୋଇ ରହିଥିଲା ଯାହା ପାଇଁ ତାଙ୍କୁଚିହ୍ନିବା କଷ୍ଟକର ହୋଇ ପଡ଼ିଥିଲା ସେଠାରେ ଉପସ୍ଥିତ କେହିଶବକୁ ଚିହ୍ନି ପାରୁ ନଥିବାବେଳେ ଛୋଟୁ ନାମକ ଜଣେ ଯୁବକ ସେଠାରେ ପହଞ୍ଚୁ ତାଙ୍କ ପନ୍ନୀ ଗତ ୪ମାସ ହେବ ନିଖୋଜ୍ଥିବାଅଭିଯୋଗ କଲେ କିନ୍ଧୁ ଛୋଟୁଙ୍କ ପନ୍ନୀଙ୍କ ହାତରେ ଅଙ୍କାଯାଇଥିବାଚିତ୍ର ମୃତାଙ୍କ ହାତରେ ମିଳିବାରୁ ଶବଟି ଛୋଟୁଙ୍କ ପନ୍ନୀଙ୍କର ନୁହେଁ ବୋଲି ଜଣାପଡ଼ିଲା
ଶବର ପରିଚୟ ମିଳିବାରୁ ପୋଲିସ ଶବଟିକୁ ଶବାଗାରରେ ରଖି  ଅଜ୍ଞାତ ଶବକୁ ନେଇ ଅନେକ ଖବରକାଗଜରେ ବିଜ୍ଞାପନ ଛାପିଦେଲେ ବିଜ୍ଞାପନ ଦେଖି  ଜୁନ୍୨୨ ତାରିଖରେ ରାମନଗରକୋତବାଲୀର ଅକିତ ଶର୍ମା ନାମକ ଜଣେ ଯୁବକ କୋତବାଲି ପୋଲିସ ପାଖରେ ପହଞ୍ଚିଲେ ମୃତା ଜଣକ ତାଙ୍କ ପନ୍ନୀ ଜନ୍ନତନିଖତ ଅଂସାରୀ ବୋଲି ସେ ପୋଲିସକୁ କହିବା ପରେ ପୋଲିସ ଶବ ବ୍ୟବଚ୍ଛେଦ କରିବା ସହ ଅଳି ଙ୍କୁ ପନ୍ଜୀ ଜନ୍ନତଙ୍କ ବିଷୟରେପଚାରି ବୁଝିଲା ଅଙ୍କିତଙ୍କ ବୟାନ ଶୁଣିବା ପରେ ପୋଲିସ ଦ୍ଵନ୍ଦ୍ବରେ ପଡ଼ିଗଲାକାରଣ ଅଙ୍କିତ ଜନ୍ନତଙ୍କ ସମ୍ପ୍ରଦାୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ ଯାହାକୁସାମାଜିକ ବା ପାରିବାରିକ ସ୍ଵୀକୃତି ମିଳିବା ଥିଲା କଷ୍ଟକର କାଳେଅଲଗା ସମ୍ପ୍ରଦାୟ ପାଇଁ ଅଙ୍କିତଙ୍କ ଘର ଲୋକେ ଜନ୍ନତଙ୍କୁ ମାରିଥିବା ପୋଲିସ ସନ୍ଦେହ କରୁଥଲା ଜନ୍ନତ ଚିଲ୍କରିୟାରେ ଏକ ଭଡ଼ାଘରେ ରହୁଥିଲେ ହେଁ ଅଙ୍କିତ ଜନ୍ନତ ସହ ସମ୍ପର୍କରେ ରହୁଥିଲେ । ଅଟ୍କ୍ିତଙ୍କ ପୂରା ବୟାନ ଶୁଣିବା ପରେ ପୋଲିସର ସନ୍ଦେହ ଘେରରୁ ଅଙ୍କିତ ମୁକୁଳି ଗଲେ । ଜନ୍ନତଙ୍କ ସନ୍ଦେହଜନକ ହତ୍ୟା ମାମଲାରେ ଅଙ୍କିତ  ଜନ୍ନତଙ୍କ ଭିଣେଇ ସୋନୁ ବିରୋଧରେ କୋତବାଲୀ ଥାନା ଅଧୀନରେ ଏକ ମକଦ୍ଦମା ରୁଜୁ କରିଦେଲେ ।
                                                         
ପୋଲିସ ମକଦ୍ଦମା ଆଧାରରେ ସୋନୁକୁ ଖୋଜିବାରେଲାଗିଗଲା । ପ୍ରଥମେ ପୋଲିସ ଟିମ୍‌ ସୋନୁ ଘରେ ପହଞ୍ଚିଲେକିନ୍ତୁ ସେଠାରୁ ପୋଲିସ ନିରାଶ ହୋଇ ଫେରିଲା । ୨୨ ତାରିଖସନ୍ଧ୍ୟାରେ ଜଣେ ଗୁପ୍ତଚର ସୂତ୍ରରୁ ପୋଲିସ ସୋନୁକୁ ଧରିବାରେସଫଳ ହେଲା । ସୋନୁକୁ ଜେରା ପରେ ଜନ୍ନତଙ୍କ ହତ୍ୟା କଲଗଲଲ ର୍ୟାକେଟ୍‌ ସହ ଜଡ଼ିତ ବୋଲି ଜଣାପଡ଼ିଲା ଯାହା ସ୍ଵାମୀ ଅଙ୍କି ତଙ୍କ ପାଦତଳର ମାଟି ଖସେଇ ଦେଲା ।

ଉତ୍ତର ଖଣ୍ଡର ନେନୀତାଲଠାରୁ ୫୬ କିଲୋମିଟର ଦୂରରେ ଅବସ୍ଥିତ ପାହାଡ଼ଘେରା ରାମନଗର । ଛୋଟ ଜାଗା ହେଲେ ବିଏଠାକୁ ସବୁବେଳେ ପର୍ଯ୍ୟଟକଙ୍କ ସମାଗମ ଲାଗିରୁହେ । ତେବେରାମପୁର ଏକ ଦର୍ଶନୀୟ ସ୍ଥାନ ହୋଇଥିବାରୁ ଏଠାରେ ହୋଟେଲ୍‌ ବା ଲଜ୍‌ର କୌଣସି ଅସୁବିଧା ହୁଏ ନାହିଁ । ପ୍ରଚୁର ମାତ୍ରାରେହୋଟେଲ ଥିବାରୁ ଏଠାରେ କଲ୍‌ଗଲ୍ଲ ବ୍ୟବସାୟର ପ୍ରସାର ଖି ବ୍‌ ଅଧୂକ |

ବାହାଘର ପୂର୍ବରୁ ସୋନୁ ଆୱାରାଗଦ୍ଦି କରୁଥଲା । ପୁଅକୁସୁଧାରିବା ପାଇଁ ବାପା ପୁରନ ସୋନୀ ତା ବାହାଘର ଉତ୍ତରପ୍ରଦେଶର ମୀନା ସହିତ କରିଦେଲେ । କିନ୍ତୁ ବାହାଘର ପରେ ସୋନୁ ଅଧୁକ ମନମୁଖୀ ହେବାରେ ଲାଗିଲା ଓ ଧୀରେ ଧୀରେ ସେ ଅନେକ ନାରୀମାନଙ୍କ ସହ ଅନୈତିକ ସମ୍ପର୍କ ରଖିଲା । କାମୁକ
ସୋନୁ ସବୁ ଟଙ୍କା ପଇସା ଦେହଜୀବୀଙ୍କ ପିଛା ଉଡ଼ାଉଥିବାବେଳେନାରୀଙ୍କ ଦେହ ଭୋଗ ତା' ଅଭ୍ୟାସରେ ପରିଣତ ହୋଇଗଲା | ସେହି ଦେହଜୀବୀଙ୍କ ସହିତ ସୋନୁ ମୌଜ କରିବା ସହସେମାନଙ୍କ ପାଇଁ ଗ୍ରାହକ ମଧ୍ଯ ଯୋଗାଡ଼ କରୁଥଲା । ପ୍ରତ୍ୟେକ ଗ୍ରାହକ ପିଛା ସୋନୁ ପକେଟ୍‌କୁ ପାଖାପାଖି  ୧୦ ହଜାର ଟଙ୍କା
ଆସୁଥିଲା । ସ୍ବାମୀର ଏହି ରଙ୍ଗିନ୍‌ କାର୍‌ନାମା ସବୁ ସ୍ତ୍ରୀ ମୀନାଜାଣିପାରି ସ୍ବାମୀକୁ ବାରଣ କରିବା ବଦଳରେ ତାକୁ ସହଯୋଗରହାତ ବଢ଼ାଇଦେଲା । ପନ୍ନୀ ମୀନା ପାଇଁ ମଧ୍ଯ ଦେହ ସୌଦାଗର ସୋନୁ ଗ୍ରାହକ ଯୋଗାଡ଼ କରିବା ସହ ନିଜ ଘରକୁ କଲ୍‌ଗଲଲ ଓ ଗ୍ରାହକଙ୍କୁ ଆଣୁଥିିଲା । ଅନୈତିକ ବ୍ୟବସାୟ ବିଷୟରେ ଗୀ ଲୋକେ ଜାଣିବା ପରେ ବହୁବାର ଗ୍ରାମବାସୀଙ୍କ ସହ ସୋନଗୁରମାରପିଟ୍‌ ଓ ଝଗଡ଼ା ହେଉଥିଲା । ଶେଷରେ କଥାଯାଇ ପହଞ୍ଚିଲା ଥାନାରେ ।
ଗ୍ରାମ ଛାଡ଼ି ସୋନୁ ତା ପନ୍ନୀ ସହିତ ପୀରୁମଦାରାରେ ଭଡ଼ାଘରନେଇ ରହିବାକୁ ଲାଗିଲା । ଭଡା ଘରେ ରହି ସୋନୁ ପୁଣି ତା'ଅନୈତିକ କାରବାରର ଆସର ଜମେଇ ଦେଲା । ସେଠାରେରହିବା ଭିତରେ ସୋନୁର ସାକ୍ଷାତ ହେଲା ଉତ୍ତର ପ୍ରଦେଶସ୍ଥିତନୁରପୁରର ରୁଖସାର ଓରଫ୍‌ ପ୍ରିୟା ସହିତ । ପ୍ରଥମ ଦେଖାରେ ସୋନୁ ପ୍ରିୟାର ପ୍ରେମରେ ପଡ଼ିଗଲା ଓ ତାକୁ ମିଠା ମିଠା କଥାରେଫସେଇ ବାହା ହୋଇଗଲା । ବାହାଘର ପରେ ପ୍ରିୟା ସୋନୁ ତରଫରୁ ୨ଟି ସନ୍ତାନଙ୍କ ମା ପାଲଟିଲା ପରବର୍ତୀ ସମୟରେ ସୋନୁ ପ୍ରିୟାକୁ ମଧ୍ଯ ମୀନା ପରି ଦେହ ବ୍ୟବସାୟକୁ ଠେଲି ଦେଲା ।

ପ୍ରିୟାର ସାନ ଭଉଣୀ ଜନ୍ନତ ଯେ ମା ସଲୀମାନଙ୍କ ସହ ଦିଲ୍ଲୀର ଭଜନପୁରା ଇଲାକାରେ ରହୁଥିଲେ । ସଲୀମା ଆଗରୁ ଦେହ ବ୍ୟବସାୟ ସହ ଜଡ଼ିତ ଥିଲେ । ରାମପୁରରେ ସଲୀମାନୂଆ ଦେହ ବ୍ୟବସାୟ ଆରମ୍ଭ କରିବା ପାଇଁ ଝିଅ ପ୍ରିୟା ଘରକୁ ଅଧୂକାଂଶ ସମୟ ଯା'”ଆସକରିବାକୁ ଲାଗିଲେ । ସୋନୁସହିତ ଭଲ ସମ୍ବନ୍ଧ ବନେଇସଲୀମା ଦିଲ୍ଲୀରେ ରହିର।ମପୁରକୂ ଝିଅ ସପ୍ଳାଏ କରୁଥିଲେ ।
ଅଙ୍କିତ ଶର୍ମା ଜନ୍ନତଙ୍କ ଘର ସାମ୍ନାରେ ରହୁଥିଲେ । ପ୍ରଥମେସଲୀମା ଅଙ୍କତଙ୍କ ସହ ପରିଚିତ ହେବା ପରେ ଅଙ୍କିତଜନ୍ନତଙ୍କ ଚିହ୍ନା। ହେଲ। ଓକିଛିଦିନ ଭିତରେ ଅଙ୍କିତବନିଗଲା ଜନ୍ନତଙ୍କ ଆଶିକ୍‌ ।ଦୁହେଁ କିଛିଦିନ ପ୍ରେମସମ୍ପର୍କରେ ରହିବ। ପରେଅଙ୍କିତ ଜନ୍ନତଙ୍କୁ ବାହା ହେବାପାଇଁ ରାଜି ହୋଇଗଲେ ଓ ଏକଥାକୁ ମଞ୍ଜୁରୀ ଦେଇଦେଲେମା ସଲୀମା । ବ୍ରାହ୍ମଣ ଘରପୁଅ ମୁସଲମାନ୍‌ ଝିଅକୁ ବିବାହ କରିବା ହୁଏତ ସେଲିବି ଟିଙ୍କ କ୍ଷେତ୍ରରେ ସହଜ ସରଳ ହୋଇପାରେ କିନ୍ତୁ ସାଧାରଣରେ ଏହା କଷ୍ଟସାଧ୍ୟ । ତଥାପିଯେହେତୁ ଅଙ୍କିତ ଜନ୍ନତକୁ ମନଦେଇ ସାରିଥିଲେ ତେଣୁ ସେଯେନତେନ ପ୍ରକାରେ ଜନ୍ନତକୁ ନିଜର କରିବାକୁ ଚାହୁଁଥଲେ ।ସଲୀମାଙ୍କ ସ୍ଵୀକୃତିରେ ଅଙ୍କିତ ଓ ଜନ୍ନତଙ୍କ ବାହାଘର ହୋଇଗଲା ଓ ଦୁହେଁ ବାହା ହୋଇ ଏକାଠି ରହିଲେ ।

ବାହାଘର ପରେ ଯେତେବେଳେ ଅଙ୍କିତ ଅଧ୍କାଂଶ ସମୟସଲୀମାଙ୍କ ଘରକୁ ଯିବା ଆସିବା କଲେ ସେତେବେଳେ ସେସଲୀମାଙ୍କ ଅସଲ ବ୍ୟବସାୟ ବିଷୟରେ ଜାଣିପାରିଲେ । ସତଜାଣିବା ପରେ ଅକିକତଙ୍କୁ ଏକ ବିରାଟ ଝଟ୍‌କା ଲାଗିଲା ଯାହାପରଠାରୁ ଅଙ୍କିତ ଜନ୍ନତ ଓ ସଲୀମାଙ୍କ ଭିତରେ କନ୍ଦଳ ଦେଖାଗଲା ।ଅନ୍ୟପଟେ ଅଜିତ ଜନ୍ନତଙ୍କୁ ମା ସଲୀମାଙ୍କଠାରୁ ଦୂରେଇ ରହିବାପାଇଁ ବାରଣ କରୁଥିବାବେଳେ ଜନ୍ନତ ଅଜ୍କିତଙ୍କ କଥା ଶୁଣିବାକୁପ୍ରସ୍ତୁତ ନ ଥିଲା । ଏସବୁ ଭିତରେ ସ୍ଵାମୀ-ସ୍ତ୍ରୀ ଅଲଗା ରହିବାକୁଲାଗିଲେ ଓ ଜନ୍ନତ ଅଙ୍କିତଙ୍କଠାରୁ ଅଲଗା ହେବା ପାଇଁ ପ୍ରଥମେ ଥାନ।ରେ ଓ ପରେ ଦିଲ୍ଲନ୍ୟାୟାଳୟରେ ଆବେଦନପତ୍ର ଦାଖଲକଲେ । ମୃତ୍ୟୁ ପର୍ଯ୍ୟନ୍ତ ଏମାନଙ୍କ ମାମଲ। କୋର୍ଟରେ ବିଚ।ର।ଧୀନ ଥିଲା ।

ଅଙ୍କିତଙ୍କୁ ନିଜଠାରୁ ଦୁରେଇ ଜନ୍ନତର।ମନଗରରେ ଆସି ରହିବାକୁଲାଗିଲେ । ସୋନ୍ଧୁ ଓ ପ୍ରିୟା ମଧ୍ଯରେଦେହ ବ୍ଯାପାରକ୍ସୁ ନେଇ କଳହଲାଗିବାରୁ ପ୍ରିୟା ସୋନୁଠାରୁ ଅଲଗା ଭଡ।ଘର ନେଇ ରହୁଥିଲେ ।ରାମନଗର ଆସିବା ପରେ ଜନ୍ନତ ନିତିସୋନୁ ସହ ଭେଟହେଲା ଧୀରେ ଧୀରେ ସୋନ୍ଗୁ ଜନ୍ନତଙ୍କୁ ତା ମିଠା କଥାରେ ଫସେଇଲା । କିଛିଦିନ ପରେ ଦୁହେଁଏକାଠି ଗୋଟିଏ ଘରେ ସ୍ବାମୀ-ସସ୍ତ୍ରୀହୋଇ ରହିଲେ । ସୋନୁ ଚାହୁଁଥ୍‌ଲାପ୍ରିୟା ପରେ ଜନ୍ନତକୁ ଦେହ ବ୍ୟବସାୟରେ ନିୟୋଜିତ କରି ଅଧୁକ ଅର୍ଥ ରୋଜଗାର କରିବ । ସେ କିଛି ଗ୍ରାହକଙ୍କୁ ଜନ୍ନତର ଫଟୋ ପଠେଇ ସେମାନଙ୍କଠାରୁ ଆଗୁଆ ଟଙ୍କା ଆଣି ସାରିଥିଲା । ଅନ୍ୟପଟେ ଅଙ୍କିତଙ୍କୁ ବାହା ହେବା ପରେ ସେ ଆଉ ଦେୟ ବ୍ୟବସାୟପଙ୍କରେ ପଶିବାକୁ ଚାହୁଁ ନ ଥିଲେ । କିନ୍ତୁ ଏନେଇ ସୋନ୍ଧୁ ତାଙ୍କୁ ଅନେକ ସମୟରେ ବାଧ୍ଯ କରୁଥିଲେ ହେଁ ଏଥିରେ ଅରାଜି ହେଉଥିଲେ ଜନ୍ନତ ।

ଦିନେ ଜନ୍ନତଙ୍କ କୋଲ୍‌ଡ୍ରିଙ୍କସ୍‌ରେ ସୋନୁ ନିଶା ବଟିକା ପକାଇପିଆଇ ଦେଲା, ପରେ ଜନତ ନିଶାରେ ବେହାଲ ହୋଇଗଲାରୁ ସୋନୁ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖି ଦେଲା । ଏ କଥା ଜାଣିବା ପରେ ଜନ୍ନତ ଉପାୟ ଶୂନ୍ୟ ହୋଇ ସୋନୁକୁ ବାହାହେବା  ପାଇଁ କହିଲେ । କିନ୍ତୁ ପ୍ରିୟାର ସ୍ଵାର୍ଥପରତା ଦେଖି  ସୋନୁ ଜନ୍ନତଉପରେ ବିଶ୍ଵାସ କରିପାରୁ ନ ଥିଲା ଯେ, ବାହାହେବା ପରେଜନ୍ନତ ତା'ର ସବୁ କଥା ମାନି ଚଳିବ ବୋଲି! ଜନ୍ନତ ସୋନୁ ସହିତ ରହିବା ପରେ ମଦ ପିଇବା ଅଭ୍ୟାସକରି ଦେଇଥିଲେ । ଦିନେ ଘରେ ମଦ ପିଇ ଜନ୍ନତ ସୋନୁଙ୍କ ପ୍ରଥମ ପନ୍ନୀ ମୀନା ଓ ଭାଇ ଗୁଡ୍ଡୁକୁ ଖରାପ ଭାଷାରେ ଗାଳି ଗୁଲଜ କଲେ । ଏକଥା ଜାଣିବା ପରେ ସୋନୁ ଜନ୍ନତକୁ ଅନେକ ବୁଝାସୁଝାକଲାପରେ ବି ଜିଦ୍‌ଖୋର୍‌ ଜନ୍ନତ ସୋନୁ କଥା ନ ଶୁଖି ପ୍ରତିପକ୍ଷେତାକୁ ଧମକ୍‌ ଦେଲା । ଜନ୍ନତର କଥାରେ ସୋନୁ ରାଗିଯାଇ ତାକୁ ସବୁଦିନ ପାଇଁ ରାମ୍ତ୍ରାରୁ ହଟେଇବାର ଯୋଜନା ପ୍ରସ୍ତୁତ କଲା ।

ଜୁନ୍‌ ୧୪ ତାରିଖ ସନ୍ଧ୍ୟାରେ ସୋନୁ ଶାଳକ ଗୁହୁ ସହିତ ମଦଧରି ଘରକୁ ଆସିଲା । ଘରେ ଗୁହ୍ଦୁ, ସୋନୁଙ୍କ ସହିତ ଜନ୍ନତ ଏକାଠିବସି ମଦ ପିଇଲେ । ମଦର କିଛି ଢ଼ୋକ ପିଇବା ପରେ ଜନ୍ନତଙ୍କମୁଣ୍ଡକୁ ନିଶା ଚଢ଼ିଥିଲା ତା ପରେ ସେ ସୋନୁକୁ ସେମାନଙ୍ବାହାଘର କଥା କହିଥିଲେ । ସୋନୁ ଜନ୍ନତ କଥାରେ ରାଗିଯାଇକହିଲା - ମୋର ଗୋଟିଏ ପନ୍ନୀ ଥାଉ ଥାଉ ମୁଁ ଆଉ ଏକ ବିବାହକରିପାରିବି ନାହିଁ । ସୋନୁର କଥା ଶୁଣି ଜନ୍ନତ ଜୋର୍‌ ପାଟିରଚିତ୍କାର କରିବାକୁ ଲାଗିଲା । ସୋନୁ ଓ ଗୁଡ୍ଡୁ ଜନ୍ନତଙ୍କୁ ଆୟତ୍ତ କରିବା ଭିତରେ ସୋନୁ ଜନ୍ନତଙ୍କୁ ତଳେ କଚି ଦେଲା ଫଳତଃଜନ୍ନତ ବେହୋସ୍‌ ହୋଇଗଲେ । ଏହା ପରେ ସେମାନେ ଜନ୍ନତକୁଏକ କୋଠରୀକୁ ନେଇ ସେଠାରେ ଏକ ଇଲେକ୍ସଁିକ୍‌ ତାର ଦ୍ଵାରା ତାଙ୍କ ବେକକୁ ଚାପି ଜନ୍ନତଙ୍କୁ ମୃତ୍ୟୁ ଶେଯରେ ଶୁଆଇ ଦେଲା ।ସେହିଦିନ ବିଳମ୍ବିତ ରାତିରେ ସୋନୁ ତା ୱାଗନର ଗାଡ଼ିରେ ଜନ୍ନତର ଶବକୁ ନେଇ ପୀରୁମଦାରା ରେଳ ଷ୍ଟେସନ୍‌ ପାଖରେଥିବା ଶୁଖି ଲା ପଡ଼ିଥିବା କେନାଲ୍‌ରେ ଫୋପାଡିଦେଲେ । ଜନ୍ନତର ପରିଚୟ ନଷ୍ଟ କରିବା ପାଇଁ ସେମାନେ ଶବକୁ ନାଳରେ ଫୋପାଡି ଭୱ୍ାନୀଗଞ୍ଜ ପେଟ୍ରୋଲପମ୍ପରୁ ପେଟ୍ରୋଲ କିଣି ଜନ୍ନତଙ୍କ ମୁଦି ଓ କାନଫୁଲ କାଢ଼ି ତାଙ୍କ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗେଇଦେଲେ। କୌଣସି କାରଣ ବଶତଃ ଜନ୍ନତଙ୍କର ମୁହଁର ଚମଡା ପୋଡିଯାଇଥିବାବେଳେ ସମ୍ପୂର୍ଣ୍ଣ ଦେହ ପୋଡ଼ି ନ ଥିଲା ।

ମୁଖ୍ୟ ଆସାମୀ ସୋନୁକୁ ପୋଲିସ ଗିରଫ କରିବା ପରେ ତା'ବୟାନ ଆଧାରରେ ଜନ୍ନତଙ୍କ ହତ୍ୟାରେ ବ୍ୟବହୃତ ଇଲେକ୍ସ୍ିକ୍‌ ତାର,ଜନ୍ନତଙ୍କ କାନଫୁଲ, ମୁଦି ସମେତ ସୋନୁର ଓାଗ୍୍‌ନର୍‌ ଗାଡ଼ିକୁ ପୋଲିସଜବତ୍‌ କରିନେଲା । ପୋଲିସ ଦୁଇ ହତ୍ୟାକାରୀ ସୋନୁ ଓ କୁ ଗୁଡ୍ଡୁ କୋର୍ଟରେ ହାଜର କରି ବର୍ତମାନ ଜେଲ୍‌ ପଠେଇ ଦେଇଛି ।

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...