ଶୈଶବରେ
ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ
ଜେଜେ ମା’ ବା ଆଈମାନଙ୍କ
ଠାରୁ ବୁଢ଼ୀ ଅସୁରୁଣୀ ଗପ
ଶୁଣିଛନ୍ତି, ସେମାନେ ଅନେକ ସମୟରେ
ଚକିତ ହୋଇ ଥାଆନ୍ତି ଯେ
କାହାଣୀରେ ବିଦ୍ୟମାନ ଥିବା ଅତ୍ୟନ୍ତ ସୈତାନୀ
ପ୍ରକୃତିର ବୁଢ଼ୀ ଅସୁରୁଣୀର ଜୀବନଟି
ତା’ ଶରୀରରେ ନ ଥାଇ
ଥାଏ ସାତ ତାଳ ପାଣି,
ତା’ ତଳେ ଚଉଦ ମଣିଷ
ପଙ୍କ, ତା’ ତଳେ ଏକ
ବିଶାଳ ପ୍ରାସାଦ, ପ୍ରାସାଦ ଭିତରେ କେଉଁ
ଏକ ପ୍ରକୋଷ୍ଠର ନିଭୃତ କୋଣରେ ଏକ
କ୍ଷୁଦ୍ର ଫରୁଆ ଏବ˚ ତା’
ମଧୢରେ କ୍ଷୁଦ୍ରରୁ କ୍ଷୁଦ୍ରତର ଆହୁରି ଅନେକ ଫରୁଆ
ଭିତରେ ସର୍ବଶେଷ ଫରୁଆର ଅଭ୍ୟନ୍ତରରେ
ସ୍ଥାନିତ ଏକ ପତଙ୍ଗ ଠାରେ;
ଯାହାକୁ ମାରିଲେ ବୁଢ଼ୀ ଅସୁରୁଣୀର
ନିପାତ ସମ୍ଭବ ହୋଇଥାଏ।
ସୁତରା˚, ଗଳ୍ପମାନଙ୍କରେ ଯାହା ଦେଖିବାକୁ ମିଳିଥାଏ
ତାହା ହେଲା ଅକସ୍ମାତ୍ କୌଣସି
ଏକ ବିରଳ କ୍ଷଣରେ ଜଣେ
ଅତ୍ୟନ୍ତ ଦିବ୍ୟ ଗୁଣ ସ˚ପନ୍ନ ରାଜକୁମାରର ଆବିର୍ଭାବ
ଘଟି ଅତ୍ୟନ୍ତ କଠିନ ପରିଶ୍ରମ
ସହିତ ବୁଢ଼ୀ ଅସୁରୁଣୀର ଅନ୍ତ
ନ ଘଟାଇଲା ପର୍ଯ୍ୟନ୍ତ
ତାର ସୈତାନୀ ଜୀବନ ଫରୁଆର
ସେହି ଅପହଞ୍ଚ ଅନ୍ଧକାର ଗହ୍ବରରେ
ସ୍ପନ୍ଦିତ ହୋଇ ଚାଲିଥାଏ।
ଏହି ଆଧାରରେ ଯଦି ସେହି
ବୁଢ଼ୀ ଅସୁରୁଣୀକୁ ମଣିଷ ମନର ବିକୃତିର
ଏକ ପ୍ରତୀକ ବୋଲି ଗ୍ରହଣ
କରାଯାଏ, ତେବେ ତାହା ହୁଏ’ତ ଭୁଲ ହେବ
ନାହିଁ କାରଣ ଯାହା ଦେଖିବାକୁ
ମିଳିଛି ତାହା ହେଲା ହଜାର
ହଜାର ବର୍ଷର ସଭ୍ୟତାର ବିକାଶ
କ୍ରମରେ ମଣିଷ ଅତ୍ୟନ୍ତ ପରିଚ୍ଛନ୍ନ
ଆଚରଣ ପ୍ରଦର୍ଶନ କରୁଥିବା ସତ୍ତ୍ବେ ତା’
ମନର ଗହ୍ବରରେ ଅନେକ ସୈତାନୀ
ବିକୃତ ଠିକ୍ ବୁଢ଼ୀ ଅସୁରୁଣୀର
ଗୋପନ ଜୀବନ ନାଟିକା ଭଳି
ଜୀବନ୍ତ ରହିଛି। ଏହାର
ଅନେକ ଉଦାହରଣ ମିଳିଥାଏ।
ତେବେ ସେ ସବୁ ମଧୢରୁ
ଯେଉଁ ଗୋଟିକୁ ଉପସ୍ଥାପନ କରାଯିବା
ଏଠାରେ ପ୍ରାସଙ୍ଗିକ ହେବ, ତାହା ହେଲା
‘ଚିଲ୍ଡ୍ରେନ୍ ପ୍ରୋଟେକ୍ସନ୍
ଫଣ୍ତ୍’ (‘ଶିଶୁ ସୁରକ୍ଷା ପାଣ୍ଠି’
ବା ‘ସିପିଏଫ୍’ ଦ୍ବାରା ପ୍ରକାଶିତ ଏକ
ରିପୋର୍ଟ, ଯାହା କହିଥାଏ ଯେ
ଲକ୍ଡାଉନ୍ ଘୋଷଣା ହେବା
ପରେ ସାମାଜିକ ଗଣମାଧୢମରେ ଉପଲବ୍ଧ ‘ଶିଶୁ ଯୌନ
ଶୋଷଣ’ ସମ୍ବଳିତ ଭିଡିଓ ଦେଖିବା
ସକାଶେ ଭାରତୀୟମାନଙ୍କ ଭିଡ଼ ୯୫% ବୃଦ୍ଧି
ପାଇଥିଲା। ‘ପର୍ନ୍ ହବ୍’ ନାମଧାରୀ
ପୃଥିବୀର ଦ୍ବିତୀୟ ବୃହତ୍ତମ ଅଶ୍ଳୀଳ
ସାମାଜିକ ଗଣମାଧୢମ ମଞ୍ଚ ଦ୍ବାରା
ପ୍ରକାଶିତ ସୂଚନା ଆଧାରରେ ‘ସିପିଏଫ୍’
ପକ୍ଷରୁ ଏହି ରିପୋର୍ଟ ପ୍ରକାଶ
ପାଇଥିଲା। କେବଳ
ସେତିକି ନୁହେଁ ‘ଚାଇଲଡ୍ ଅନଲାଇନ
ଇଣ୍ତିଆ ହେଲ୍ପଲାଇନ୍’ ନାମକ
ଏକ ସ˚ସ୍ଥା ପକ୍ଷରୁ
ମଧୢ କୁହାଯାଇଛି ଯେ ଲକ୍ଡାଉନ୍
ଘୋଷିତ ହେବାର ମାତ୍ର ୧୧
ଦିନ ମଧୢରେ ସେହି ସ˚ସ୍ଥା ୯୨ ହଜାରଟି
‘ଏସ୍.ଓ.ଏସ୍.’ ଫୋନ୍
କଲ ପାଇଥିଲା, ଯହିଁରେ ଯୌନ ଉତ୍ପୀଡ଼ନକାରୀ
ସୈତାନମାନଙ୍କ କବଳରୁ ଶିଶୁମାନଙ୍କୁ ରକ୍ଷା
କରିବା ଲାଗି ଆକୁଳ ପ୍ରାର୍ଥନା
ଶୁଣିବାକୁ ମିଳିଥିଲା। ଆଜି
ଏହି ସ୍ତମ୍ଭରେ ଏଭଳି ଏକ ପ୍ରସଙ୍ଗ
ଆଲୋଚନା ଲାଗି ଅବକାଶ ସୃଷ୍ଟି
କରିଛି, କାରଣ ପୁଲିସ ଅନୁସନ୍ଧାନ
ରିପୋର୍ଟ ଆଧାରରେ ଗଣମାଧୢମରେ ପ୍ରକାଶିତ
ହୋଇଛି ଯେ ନୟାଗଡ଼ର ପାଞ୍ଚ
ବର୍ଷ ବୟସ୍କା ଶିଶୁ ପରୀକୁ
ଯୌନ ନିର୍ଯାତନା ଦେବା ପରେ ହିଁ
ହତ୍ୟା କରାଯାଇଛି।
କହିବା ବାହୁଲ୍ୟ ଯେ ଗତ
କିଛି ବର୍ଷ ଧରି ଶିଶୁ
ଯୌନ ଉତ୍ପୀଡ଼ନ-କୈନ୍ଦ୍ରିକ ବିକୃତିର ସ˚ଖ୍ୟା
ବୃଦ୍ଧି ପାଇ ଏକ ଉଦ୍ବେଗଜନକ ସ୍ଥିତି ସୃଷ୍ଟି
କଲାଣି। ଏଥି
ଲାଗି ଶିଶୁ ଅପହରଣର ସ˚ଖ୍ୟା ମଧୢ ବୃଦ୍ଧି
ପାଇଛି। ‘ନେସନାଲ
କ୍ରାଇମ ରେକର୍ଡସ ବ୍ୟୁରୋ’ ପକ୍ଷରୁ
ପ୍ରକାଶିତ ତଥ୍ୟ କହିଥାଏ ଯେ
୨୦୧୮ ଓ ୨୦୧୯ରେ ଆମ
ରାଜ୍ୟରେ ୫୫୦୩ ସ˚ଖ୍ୟକ
ଶିଶୁ ଲାପତ୍ତା ଅଛନ୍ତି।
କେବଳ ୨୦୧୯ରେ ଏହି ନିରୁଦ୍ଦିଷ୍ଟ
ଶିଶୁଙ୍କ ସ˚ଖ୍ୟା ଥିଲା
୩୧୫୧। ଏଭଳି
ଏକ ସ୍ଥିତିରେ ଆମ ରାଜ୍ୟରେ ଠାବ
କରାଯାଉଥିବା ଶିଶୁଙ୍କ ହାର ହତାଶାଜନକ
ଭାବେ ଅତ୍ୟନ୍ତ କମ୍ ଯାହା
ଗତ ବର୍ଷ ଥିଲା ମାତ୍ର
୨୭.୧ ପ୍ରତିଶତ।
ଏଣୁ ନିରୁଦ୍ଦିଷ୍ଟ ହୋଇ ରହିଥିବା ଶିଶୁଙ୍କ
ସ˚ଖ୍ୟାରେ ଦ୍ରୁତ
ବୃଦ୍ଧି ଘଟିବାରେ ଲାଗିଛି।
କହିବା ଅନାବଶ୍ୟକ ଯେ ଏହି ଶିଶୁମାନଙ୍କ
ମଧୢରୁ ଅସ˚ଖ୍ୟ ବିଭିନ୍ନ
ଶିଶୁ ଚାଲାଣକାରୀ ରୢାକେଟ୍ ହାତରେ ପଡୁଥିବେ; ଯାହା
ମାଧୢମରେ ଅନେକ ହତଭାଗ୍ୟ ଶିଶୁ
ସ˚ଗଠିତ ‘ଯୌନ
ଶୋଷଣ’ କାରବାରରେ ଆପଣା ସତ୍ତା ହରାଉଥିବେ। ନିକଟରେ
‘ନ୍ୟୁୟର୍କ ଟାଇମ୍ସ’ ପତ୍ରିକାରେ
ପ୍ରକାଶିତ ଓ ନିକୋଲସ କ୍ରିଷ୍ଟଫ୍ଙ୍କ ଦ୍ବାରା ଲିଖିତ
ଆଲେଖ୍ୟ ‘ଦ ଲଷ୍ଟ ଚିଲ୍ଡ୍ରେନ୍ ଅଫ୍ ପର୍ନ୍ ହବ୍’ କହିଥାଏ
କିଭଳି ଏହି ସାମାଜିକ ଗଣମାଧୢମ
ମଞ୍ଚ(ପର୍ନ୍ ହବ୍
)ରେ ଉପଲବ୍ଧ ହଜାର
ହଜାର ସ˚ଖ୍ୟକ ଭିଡିଓରେ
ପୃଥିବୀର ଅଗଣିତ ଯୌନ ବିକୃତି
ସ˚ପନ୍ନ ବ୍ୟକ୍ତି
ଦୁଷ୍କର୍ମ, ଶିଶୁ ବଳାତ୍କାର, ପ୍ରତିଶୋଧମୂଳକ
ଯୌନ ବ୍ୟଭିଚାର ଇତ୍ୟାଦିର ଦୃଶ୍ୟ ଉପଭୋଗ କରିଥାଆନ୍ତି। ତହିଁେର ପ୍ରକାଶ ପାଇଥିବା
ଆଉ ଏକ ଅତ୍ୟନ୍ତ ଉଦ୍ବେଗଜନକ ବିଷୟ ହେଲା,
ଏହି ବିକୃତ ଜାନ୍ତବ କ୍ଷୁଧାକୁ
ପ୍ରଶମିତ କରିବା ଲାଗି ଲକ୍ଷ
ଲକ୍ଷ ବ୍ୟକ୍ତି ବିଭିନ୍ନ ଉପାୟରେ
ଏଭଳି ଭିଡିଓମାନ ତିଆରି କରି ଅପଲୋଡ୍
କରିବାରେ ବ୍ୟାପୃତ। ଏ
ସ˚ଦର୍ଭରେ ଏକ
ଘୋର ବିଡ଼ମ୍ବନା ହେଲା ‘ପର୍ନ ହବ୍’
ନିଜକୁ ଏକ ସ୍ବଚ୍ଛ, ପେସାଦାର
ଏବ˚ ଦୃଢ଼ ବ୍ୟାବସାୟିକ ନୀତି
ଦ୍ବାରା ପରିଚାଳିତ ସ˚ସ୍ଥା ବୋଲି
ଦାବି କରିଥାଏ ଏବ˚ ‘ନ୍ୟୁୟର୍କ
ଟାଇମ୍ସ’ରେ ଉପରୋକ୍ତ
ଆଲେଖ୍ୟ ପ୍ରକାଶ ପାଇବା ପରେ
ବିହିତ ପଦକ୍ଷେପ ନିଆଯିବ ବୋଲି
ସ˚ସ୍ଥା ପକ୍ଷରୁ
ଆଶ୍ବାସନା ମଧୢ ପ୍ରଦାନ କରାଯାଇଛି।
ଏ ପରିପ୍ରେକ୍ଷୀରେ ‘ପର୍ନ ହବ୍’ ଭଳି
ଏକ େଵବ୍ସାଇଟ୍ର
ଜନପ୍ରିୟତା କେତେ ଅଧିକ; ତା
ଉପରେ କିଞ୍ଚିତ ଆଲୋକପାତ କରାଯାଇପାରେ। ଏହି
‘ସାଇଟ୍’ରେ ଅଶ୍ଳୀଳ ଭିଡିଓର
ଦର୍ଶକଙ୍କ ସ˚ଖ୍ୟା ହେଉଛି
ମାସକୁ ପ୍ରାୟ ୨.୮
ଟ୍ରିଲିଅନ୍, ଯାହା ‘ନେଟ୍ଫ୍ଲିକ୍ସ’ ଏବ˚ ‘ଆମାଜନ୍’ର ଦର୍ଶକଙ୍କ ମିଳିତ
ସ˚ଖ୍ୟା ଠାରୁ
ଅଧିକ। କେବଳ
ସେତିକି ନୁହେଁ ଭାରତୀୟମାନଙ୍କୁ ଅସ୍ବସ୍ତିରେ
ପକାଇଲା ଭଳି ‘ପର୍ନ ହବ୍’
ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ
ସର୍ବାଧିକ ସ˚ଖ୍ୟାରେ ଅଶ୍ଳୀଳତା
ଉପଭୋଗ କରୁଥିବା ନାଗରିକଙ୍କ ଦେଶଗୁଡ଼ିକର
ତାଲିକାରେ ଭାରତର ସ୍ଥାନ ହେଉଛି
ତୃତୀୟ ଏବ˚ ଏହା ଉପରକୁ
ଯେଉଁ ଦୁଇଟି ରାଷ୍ଟ୍ର ଅଛନ୍ତି
ସେମାନେ ହେଲେ ଯଥାକ୍ରମେ ଯୁକ୍ତରାଷ୍ଟ୍ର
ଆମେରିକା ଏବ˚ ‘ୟୁନାଇଟେଡ୍ କିଙ୍ଗ୍ଡମ୍’। ଉଲ୍ଲେଖଯୋଗ୍ୟ
ଯେ ଆମ ଦେଶରେ ଅଶ୍ଳୀଳତାର
ସୃଷ୍ଟି ଓ ପ୍ରସାର ବିରୋଧରେ
ଆଇନ ରହିଛି, ଏବ˚ ୨୦୧୫
ଏବ˚ ୨୦୧୮ର ନିଷେଧାଦେଶ ପରେ
୩,୫୦୦ରୁ ଅଧିକ
ଅଶ୍ଳୀଳ େଵବ୍ସାଇଟ୍କୁ
ନିଷେଧ କରାଯାଇଛି। କିନ୍ତୁ
ଏକ ରିପୋର୍ଟ ଅନୁସାରେ ଏଭଳି ପ୍ରାୟ
୪ କୋଟି େଵବ୍ସାଇଟ୍ ଆମ ଦେଶରେ
ସକ୍ରିୟ, ଯେଉଁଗୁଡ଼ିକୁ ଖୋଜି ଖୋଜି ବନ୍ଦ
କରାଯିବା ସମ୍ଭବ ନୁହେଁ।ଏଠାରେ ଯାହା ଉଲ୍ଲେଖନୀୟ
ତାହା ହେଲା, ଯେତେବେଳେ ୨୦୧୮ରେ
ଦ୍ବିତୀୟ ଥର ଲାଗି ‘ପର୍ନୋଗ୍ରାଫି’
(ସ˚କ୍ଷେପରେ ‘ପର୍ନ୍’) ନିରୋଧକ
କଟକଣାର ପ୍ରବର୍ତ୍ତନ କରାଗଲା, ସେତିକି ବେଳେ
ଏ ସ˚ଦର୍ଭରେ
ସନ୍ଦେହ ମୋଚନ କରିବା ଲାଗି
ଅସ˚ଖ୍ୟ ଭାରତୀୟ ‘ଗୁଗଲ୍’କୁ ଯେଉଁ ପ୍ରଶ୍ନମାନ
କରିଥିଲେ, ତା’ର ଏକ
ବିଶାଳ ଅ˚ଶ ଥିଲା
‘ଚାଇଲ୍ଡ ପର୍ନୋଗ୍ରାଫି’ ବା
‘ଶିଶୁମାନଙ୍କୁ ନେଇ ଅଶ୍ଳୀଳତା’ ଦେଖିପାରିବାର
ସମ୍ଭାବନା ସମ୍ବନ୍ଧୀୟ, ଯେଉଁ ସ˚ଦର୍ଭରେ
ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟ ସମ୍ଭବତଃ
ସେମାନଙ୍କୁ ବିବ୍ରତ କରି ପକାଇଥିଲା। ଏହା
ଏକ ବିମର୍ଷକର ଚିତ୍ର ପ୍ରଦାନ କରିଥାଏ। ମନସ୍ତତ୍ତ୍ବବିତ୍ମାନେ କହି ସାରିଛନ୍ତି
ଯେ ମନୁଷ୍ୟ ମନରୁ ଯୌନ
ବିକୃତିର ଅନ୍ତ ହେବା ଏକ
ଅସମ୍ଭବ ବ୍ୟାପାର। ସୁତରାଂ,
ଏ ପରିପ୍ରେକ୍ଷୀରେ କୁହାଯାଇପାରେ
କି ପୁଲିସ ପ୍ରଶାସନର ଦକ୍ଷତା
ଓ କଠୋର ଆଭିମୁଖ୍ୟ,
ଛୋଟ ପିଲାମାନଙ୍କ ଉପରେ ଅଭିଭାବକମାନଙ୍କ ସର୍ବଦା
ସତର୍କ ନଜର ତଥା ଏକ
ବିକଶିତ ସାମାଜିକ ସଚେତନତା ହିଁ
ପରିସ୍ଥିତିରେ କିଛିଟା ପରିବର୍ତ୍ତନ ଆଣିବାରେ
ସହାୟକ ହୋଇପାରେ। ଏହା
ସହିତ ଯାହା ସ୍ମରଣରେ ରହିବା
ଜରୁରୀ, ତାହା ହେଲା ଆମର
ଅତ୍ୟନ୍ତ ଅନ୍ତରଙ୍ଗ ପରିବେଷ୍ଟନୀ ମଧୢରେ ବୁଢ଼ୀ ଅସୁରୁଣୀ
ଅତ୍ୟନ୍ତ ସନ୍ତର୍ପଣରେ ସୁଯୋଗ ଅପେକ୍ଷାରେ ଛକି
ରହିଛି; ଅଥଚ ଯାହାକୁ ନିପାତ
କରିବା ଲାଗି ସେଭଳି ରାଜପୁତ୍ର
ଦୂରଦୂରାନ୍ତରେ ବି ଦୃଷ୍ଟିଗୋଚର ହେଉନାହିଁ।