Tuesday, 3 April 2018

ସ୍ମାର୍ଟ ସିଟି ଭୁବନେଶ୍ୱରରେ ସ୍ମାର୍ଟ ଦେହ ବେପାର


ସ୍ମାର୍ଟ ସିଟି ପାଲଟିଲାଣି ସେକ୍ସ ସିଟି, ମାସକୁ ୨୦ କୋଟି ଟଙ୍କାର ଦେହବେପାର ।।।।।
ବଡ଼ ସହରକୁ ପଛରେ ପକାଇଲାଣି ଭୁବନେଶ୍ୱର ।।।।।
________________________________________________
ଭୁବନେଶ୍ୱର ): ସ୍ମାର୍ଟ ସିଟି ଭୁବନେଶ୍ୱରରେ ଦେହ ବେପାର ଦେଶର ବଡ଼ ବଡ଼ ସହରକୁ ପଛରେ ପକାଇ ଦେଲାଣି। ଏପରିକି ଭୁବନେଶ୍ୱରର ସେକ୍ସ କାରବାର ଆଗରେ ପୁଣେ, ଅହମ୍ମଦାବାଦ, ସିମଲା, ରାୟପୁର ଭଳି ସହର ପଛରେ ପଡ଼ି ଯାଇଥିବାବେଳେ ଖୁବ୍‌ ଶୀଘ୍ର ଏହା କୋଲକତା, ବେଙ୍ଗାଲୁରୁ, ଭୋପାଳ, ଲକ୍ଷ୍ନୌ ଭଳି ସହରକୁ ମଧ୍ୟ ଟପିବାକୁ ଯାଉଛି। ଏହିସବୁ ସହରର ଦେହଜୀବୀ ଏବେ ଭୁବନେଶ୍ୱର ମୁହାଁ ହେଲେଣି। ଦେହ ଦଲାଲ୍‌ଙ୍କ ଗ୍ଲୋବାଲ ନେଟଓ୍ଵାର୍କ ଭୁବନେଶ୍ୱରରୁ କାର୍ଯ୍ୟ କରୁଥିବାରୁ ଦେଶର ଅଧିକାଂଶ ଦାମୀ ଦେହଜୀବୀ ଏବେ ଭୁବନେଶ୍ୱରକୁ ଟାଣି ହୋଇ ଆସୁଛନ୍ତି। ଯାହା ଭୁବନେଶ୍ୱରକୁ ସ୍ମାର୍ଟ ସିଟିରୁ ସେକ୍ସ ସିଟିରେ ପରିଣତ କରିଛି।

ଦେହ ବଜାରରେ ନିଜର ଜାଲ ବିଛାଇଥିବା ଦଲାଲ୍‌ଙ୍କ କଥାକୁ ବିଶ୍ୱାସକୁ ନେଲେ ଭୁବନେଶ୍ୱରରେ ଦେହ ବେପାର ମାସିକ ପ୍ରାୟ ୨୦କୋଟି ଟଙ୍କା। ବାକିର ପ୍ରଶ୍ନ ନ ଥିବାରୁ ଦିନକୁ ଦିନ ଏହି ବେପାର ଏବେ ବଢ଼ି ବଢ଼ି ଚାଲିଛି। କୋଲକତାରୁ ଆସି ଭୁବନେଶ୍ୱରରେ ଏସ୍କର୍ଟ ସର୍ଭିସ୍‌ ଯୋଗାଉଥିବା ମିସ୍‌ ସୋନାଲି (ଛଦ୍ମନାମ)ଙ୍କ ସୂଚନା ଅନୁଯାୟୀ, ଏବେ ଭୁବନେଶ୍ୱରକୁ ଦେଶର ବିଭିନ୍ନ ସହରରୁ ତଥା ବିଦେଶରୁ ଲୋକ ଆସୁଛନ୍ତି। ଏହା ସହିତ ଭୁବନେଶ୍ୱରର ଜୀବନଶୈଳୀ ବହୁତ ବଦଳିଗଲାଣି। ତେଣୁ ଏଠାରେ ଦେହ ବେପାରର ଚାହିଦା ଅଧିକ ରହୁଛି। ଦେହ ବଜାରରେ କେବଳ କଲ୍‌ ଗାର୍ଲ ନୁହନ୍ତି, ଜିଗୋଲୋ (ପୁରୁଷ ଦେହଜୀବୀ) ଓ ମସାଜ୍‌ ସେଣ୍ଟରର ସେବା ଆଦି ଯାଉଛି। ତିନିଟି ବିଭାଗରେ ଜୋରଦାର କାରବାର ହେଉଛି। ତେବେ ଦେହବଜାରରେ ସବୁଠୁ ଅଧିକ ଅର୍ଥ କମାଉଛନ୍ତି କଲ୍‌ ଗାର୍ଲ। ରାଜଧାନୀରେ ମାସିକ ୨୦ କୋଟିରୁ ପ୍ରାୟ ୧୭କୋଟିର ବେପାର କରୁଛନ୍ତି କଲ ଗାର୍ଲମାନେ। ଏଥିରୁ ପ୍ରାୟ ୬କୋଟି ଚାନ୍ଦା, ଖର୍ଚ୍ଚପାଣି, ଯିବା ଆସିବା ଖର୍ଚ୍ଚ, ଏସ୍କର୍ଟଙ୍କ ପେମେଣ୍ଟ ବାବଦକୁ ଯାଉଛି। ବାକି ୧୧ କୋଟି ଦଲାଲ୍‌ ମାନଙ୍କର। ଏହାବାଦ୍‌ ଜିଗୋଲୋ ସର୍ଭିସ୍‌ରେ ମାସକୁ ୨କୋଟି କାରବାର ହେଉଛି। ଅବଶିଷ୍ଟ କୋଟିଏ ଟଙ୍କାର କାରବାର ହେଉଛି ମସାଜ୍‌ ସେଣ୍ଟରଗୁଡ଼ିକରେ।

ସୂଚନାଯୋଗ୍ୟ ଯେ, ୨୦୧୬ ଏପ୍ରିଲ ୨୧ ତାରିଖରେ କମିସନରେଟ୍‌ ପୁଲିସ କୁଖ୍ୟାତ ଦେହ ଦଲାଲ୍‌ ସୁନୀଲ ମେହେରକୁ କୋଲକାତା ବିମାନ ବନ୍ଦରରୁ ଗିରଫ କରିଥିଲା। ଦେଶବିଦେଶରୁ କଲଗାର୍ଲ ଆଣି ରାଜଧାନୀରେ ଦେହ ବେପାର ଚଳାଇଥିବା ସୁନୀଲର କାରବାର ନେଇ ତଦନ୍ତ କରିବା ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ, ସୁନୀଲ୍‌ର ମାସିକ କାରବାର ପ୍ରାୟ ୫୦ଲକ୍ଷ ଛୁଉଁଥିଲା। ଗତ ୪ ମାସ ହେଲା ସୁନୀଲ ଜେଲରେ ଥିଲେ ମଧ୍ୟ ରାଜଧାନୀରେ ଦେହ ବେପାର ଉପରେ କିଛି ଫରକ୍‌ ପଡ଼ିନାହିଁ। ଏବେ ସୁନୀଲ ଭଳି ୫ହରୁ ଅଧିକ ଦଲାଲ ରାଜଧାନୀରେ ସକ୍ରିୟ ରହି ବେଧଡ଼କ ଏହି ବେପାର ଚଳାଇଛନ୍ତି।

ଫିଲ୍ମ ଓ ସିରିଏଲ୍‌ ଅଭିନେତ୍ରୀଙ୍କ ଚାହିଦା ଅଧିକ
ରାଜଧାନୀ ଗ୍ରାହକଙ୍କ ମଧ୍ୟରେ ବଲିଉଡ୍‌, ଟଲିଉଡ୍‌ ଏବଂ ସିରିଏଲ୍‌ ଅଭିନେତ୍ରୀ ଓ ମଡେଲଙ୍କ ଚାହିଦା ସବୁଠୁ ଅଧିକ ରହିଛି। ବଲିଉଡ୍‌ ହିରୋଇନ୍‌ ଓ ମଡେଲଙ୍କ ପାଇଁ ଗ୍ରାହକ ସଟ୍‌ ପିଛା କିମ୍ବା ରାତିକୁ ୫ରୁ ୧୦ଲକ୍ଷ ମଧ୍ୟ ଦେଉଛନ୍ତି। କେତେକ ଗ୍ରାହକ ସିରିଏଲ୍‌ ଓ ଫିଲ୍ମ ଦେଖି ଅଭିନେତ୍ରୀଙ୍କୁ ପସନ୍ଦ କରୁଛନ୍ତି। ଆଉ ଆମକୁ ମେସେଜ୍‌ ଦେଲେ ଆମେ ସେହି ଅନୁଯାୟୀ ବୁକିଂ କରୁଛୁ। ଏକ ସଙ୍ଗେ ଆମେ ୩ରୁ ୪ଟି କଲ୍‌ ରଖିଲେ ବଲିଉଡ୍‌ ହିରୋଇନ୍‌ଙ୍କୁ ଡାକୁଛୁ। ସେମାନେ ଥରେ ଆସିଲେ ୧୦ରୁ ୧୨ଲକ୍ଷ ଟଙ୍କା ନେଉଥିବାରୁ ଆମକୁ ଏହିଭଳି ବୁକିଂ ରଖିବାକୁ ପଡ଼ୁଛି। ଏହାବାଦ୍‌ କୋଲକତା, ମୁମ୍ବାଇ, ବେଙ୍ଗାଲୁର ଓ ଦିଲ୍ଲୀରୁ ବି ମଡେଲ୍‌ ମଗାଉଛୁ। ସେମାନଙ୍କୁ ୭ଦିନିଆ ପ୍ୟାକେଜ୍‌ରେ ଆଣୁଛୁ। ଏଥିପାଇଁ ଆମକୁ ସଟ୍‌ ପିଛା ୨ରୁ ୮ଲକ୍ଷ ପର୍ଯ୍ୟନ୍ତ ପେମେଣ୍ଟ କରିବାକୁ ପଡ଼ୁଛି। ଏହା ବାଦ୍‌ ସେମାନଙ୍କ ବିମାନରେ ଯିବା ଆସିବା ଟିକେଟ୍‌ ଏବଂ ତାରକା ହୋଟେଲରେ ରହଣି ବ୍ୟବସ୍ଥା କରିବାକୁ ପଡ଼ୁଛି। ତେଣୁ ଏହି ୭ଦିନରେ ଆମେ ୧୫ରୁ ୧୮ଲକ୍ଷ ଟଙ୍କା କାରବାର କରିବାକୁ ଟାର୍ଗେଟ୍‌ ରଖୁଛୁ। ଏହି କାରବାର ପାଇଁ ଆମକୁ ମଧ୍ୟ ବିଭିନ୍ନ ସ୍ତରରେ ଚାନ୍ଦା ଦେବାକୁ ପଡ଼ୁଛି। ତେଣୁ କଲ୍‌ ଗାର୍ଲଙ୍କ ଦାମ୍‌ ଟିକେ ଉଚ୍ଚା ରହୁଛି। ଭୁବନେଶ୍ୱରରେ ଦେହ ବଜାର ଭଲ ଚାଲୁଥିବାରୁ ଆଜି ପର୍ଯ୍ୟନ୍ତ କେବେ କ୍ଷତି ହୋଇନି ବୋଲି ସୋନାଲି କହନ୍ତି। ବିଶେଷ କରି ଶୁକ୍ରବାରରୁ ରବିବାର ଭିତରେ ଆମ ଟାର୍ଗେଟର ଅଧାରୁ ଅଧିକ ପୂରଣ ହୋଇଯାଏ।

ମସାଜ୍‌ ସେଣ୍ଟରରେ ୨୪ ଘଣ୍ଟିଆ ସେବା
ରାଜଧାନୀରେ ଏବେ ୧୦୦ରୁ ଅଧିକ ମସାଜ୍‌ ସେଣ୍ଟର ଖୋଲିଥିବା ବେଳେ ଏଠାରେ ଦିନକୁ ୩ରୁ ୪ଲକ୍ଷ ଟଙ୍କା କାରବାର ହେଉଛି ବୋଲି ଚନ୍ଦ୍ରଶେଖରପୁରରେ ମସାଜ୍‌ ସେଣ୍ଟର କରିଥିବା ମୁନ୍ନା(ଛଦ୍ମନାମ) କହିଛନ୍ତି। ଏଠାରେ ବଡି ମସାଜ୍‌ ସହ ହ୍ୟାଣ୍ଡେଲିଂ ସୁବିଧା ରହୁଥିବାରୁ ୨ରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ଗ୍ରାହକ ହେଉଛନ୍ତି। ଆମ ପାଖରେ ସବୁ ଶ୍ରେଣୀର ସବୁ ବର୍ଗର ଗ୍ରାହକ ଅଛନ୍ତି। ୧୫ମିନିଟରୁ ଆରମ୍ଭ କରି ଏକ ଘଣ୍ଟା ପର୍ଯ୍ୟନ୍ତ ସେବା ମିଳୁ ଥିବାରୁ ଗ୍ରାହକଙ୍କ ପାଇଁ ଏହା ସୁବିଧା ହେଉଛି। କମ୍‌ ସମୟରେ ଗ୍ରାହକଙ୍କୁ ସୁଖ ମିଳୁଥିବାରୁ ଅଧିକ ଲୋକ ମସାଜ୍‌ ସେଣ୍ଟର ଆସୁଛନ୍ତି। କେତେକ ଲୋକ ବି କେବଳ ଝିଅଙ୍କ ହାତରେ ବଡି ମସାଜ୍‌ ହେବାକୁ ଆସୁଛନ୍ତି। ତେଣୁ ଗ୍ରାହକ ଯେମିତି ଚାହୁଁଛନ୍ତି ଆମେ ସେମିତି ସେବା ଯୋଗାଉଛୁ ବୋଲି ମୁନ୍ନା କହନ୍ତି।

ତାରକା ହୋଟେଲରେ ବିଦେଶୀ କଲ୍‌ଗାର୍ଲ
ସୋନାଲିଙ୍କ କହିବାନୁଯାୟୀ, ଭୁବନେଶ୍ୱରରେ ସମସ୍ତ ଅଞ୍ଚଳରେ ଆମର ନେଟଓ୍ଵାର୍କ ଅଛି। ସବୁ ଅଞ୍ଚଳରେ ହୋଟେଲ କିମ୍ବା ଆପାର୍ଟମେଣ୍ଟ ବୁକ୍‌ କରି ରଖିଛୁ। ଯିଏ ଯେଉଁଠି ଯେତେବେଳେ ସର୍ଭିସ୍‌ ମାଗୁଛନ୍ତି ସେଠାରେ ଆମେ ଯୋଗାଇ ଦେଉଛୁ। ଆମର ହୋମ୍‌ ଡେଲିଭରିଠାରୁ ଆରମ୍ଭ କରି ରୁମ୍‌ ସର୍ଭିସ୍‌ ପର୍ଯ୍ୟନ୍ତ ସବୁ ପ୍ରକାରର ସେବା ରହୁଛି। ଗ୍ରାହକଙ୍କ ବରାଦ ଅନୁଯାୟୀ ଆମେ କଲ୍‌ ଗାର୍ଲ ମଗାଉଛୁ। ବିଦେଶୀ ମଡେଲ ବା କଲଗାର୍ଲ ଆବଶ୍ୟକ ଥିଲେ ୧୫ଦିନ ଆଗରୁ ବୁକିଂ କରିବାକୁ ପଡ଼ିବ। ଆମ ପାଖରେ ୧୫ରୁ ୨୦ଜଣ ବିଦେଶୀ ଝିଅ ମହଜୁଦ୍‌ ଥିଲେ ହେଁ ଯଦି ଏତିକିରେ ଗ୍ରାହକଙ୍କ ମନକୁ ପାଉନି ତେବେ ଏଥିପାଇଁ ଆମେ ଋଷିଆ, ଫ୍ରାନ୍ସ, ସ୍ପେନ୍‌, ବ୍ରାଜିଲରୁ କଲଗାର୍ଲଙ୍କୁ ଆଣୁଛୁ। ଏଥିପାଇଁ କିନ୍ତୁ ଗ୍ରାହକଙ୍କୁ ଆଗୁଆ ୫୦ପ୍ରତିଶତ ଫି’ ଦେବାକୁ ପଡ଼ିବ। ତାହା ପୁଣି ନଗଦ କ୍ୟାସ୍‌। ତେବେ ଆମେ ଚେକ୍‌ ବି ନେଉ। ବିଦେଶୀଙ୍କ ଦାମ୍‌ ସଟ୍‌ ପିଛା ୩୦ରୁ ୮୦ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି। ସ୍ପେନ୍‌ ଯୁବତୀଙ୍କ ଚାହିଦା ଟିକେ ଅଧିକ ରହୁଛି। ସେମାନଙ୍କ ସେକ୍ସ ଅପିଲ୍‌ ଓ ଚେହେରା ଯୋଗୁଁ ଆଗରେ ରହୁଛନ୍ତି। ଏହାସହ ଭାରତୀୟମାନଙ୍କ ମନ ଜିଣି ସେମାନେ ଯେପରି ଗ୍ରାହକଙ୍କୁ ସନ୍ତୁଷ୍ଟ କରିପାରିବେ ସେଥିପାଇଁ ବି ଏଠାରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଏ ବୋଲି ସେ କହିଛନ୍ତି। ସୋନାଲିଙ୍କ ସୂତ୍ରରୁ ଏକଥା ମଧ୍ୟ ଜଣାପଡ଼ିଛି ଯେ ରାଜଧାନୀର ଜୟଦେବବିହାର, ବାପୁଜୀ ନଗର, ବରମୁଣ୍ଡା, କଟକ ରୋଡ୍‌ରେ ଥିବା ପ୍ରାୟ ଏକ ଡଜନ୍‌ ହୋଟେଲ ସହ ତାଙ୍କର ବୁଝାମଣା ହୋଇଛି। ଏଠାରେ ଋଷୀୟ ଯୁବତୀଙ୍କଠାରୁ ଆରମ୍ଭ କରି ବାହାର ରାଜ୍ୟର ମଡେଲ୍‌ଙ୍କୁ ସେ ରଖିଛନ୍ତି। ପ୍ରତି ହୋଟେଲ୍‌ରେ ଦୁଇଟି ଲେଖାଏଁ ରୁମ୍‌ ପୂରା ମାସକ ପାଇଁ ବୁକ୍‌ ହୋଇ ରହୁଛି। ତେଣୁ କେହି ହୋଟେଲ୍‌ ବୁକ୍‌ କରିବା ସମୟରେ ଗ୍ରାହକଙ୍କ ହାବଭାବ ଦେଖି ରିସେପ୍ସନରେ ବସିଥିବା ବ୍ୟକ୍ତି ତାଙ୍କୁ ଏସ୍କର୍ଟ ସର୍ଭିସ୍‌ ବିଷୟରେ ପଚାରିଥାନ୍ତି। ଯିଏ ଏଭଳି ସେବା ଚାହାନ୍ତି ତାଙ୍କୁ ତାଙ୍କ ରୁମ୍‌ରେ ହିଁ ଯୋଗାଇ ଦିଆଯାଉଛି। ଏଥିପାଇଁ ହୋଟେଲ କର୍ତ୍ତୃପକ୍ଷ ୩୦ପ୍ରତିଶତ ଅର୍ଥ ନିଅନ୍ତି ବୋଲି ସୋନାଲି କହିଛନ୍ତି।

କଲେଜ ଛାତ୍ରୀ ବି କମ୍‌ ନୁହନ୍ତି
ସେହିପରି ଭୁବନେଶ୍ୱରରେ ସ୍ଥାନୀୟ କଲ୍‌ ଗାର୍ଲ, କଲେଜ ଯୁବତୀଙ୍କୁ ନେଇ ନେଟଓ୍ଵାର୍କ ଚଲାଉଥିବା ସୁଶାନ୍ତଙ୍କ କହିବାନୁଯାୟୀ, ତାଙ୍କର ମାସିକ କାରବାର ପ୍ରାୟ ୧୫ରୁ ୨୦ଲକ୍ଷ ଟଙ୍କା। ଏଥିପାଇଁ ସେ ବିଭିନ୍ନ ଇଞ୍ଜିନିୟରିଂ କଲେଜ, ଫ୍ୟାସନ୍‌ ଇନଷ୍ଟିଚ୍ୟୁଟ୍‌, ଏମ୍‌ବିଏ କଲେଜ, ଏୟାର ହୋଷ୍ଟେସ୍‌ ପ୍ରଶିକ୍ଷଣ ଅନୁଷ୍ଠାନ ଓ ମେଡିକାଲ କଲେଜର ଛାତ୍ରୀମାନଙ୍କ ସହ ଯୋଗାଯୋଗରେ ରହିଥାନ୍ତିି। ଗ୍ରାହକ କଲ୍‌ କଲେ ଘଣ୍ଟାଏ ମଧ୍ୟରେ ସର୍ଭିସ୍‌ ଯୋଗାଇ ଦିଅନ୍ତି। ସୁଶାନ୍ତଙ୍କ କହିବାନୁଯାୟୀ, ହୋଟେଲରେ କାରବାର କଲେ ରିସ୍କ କମ୍‌ ଥାଏ କିନ୍ତୁ ଗ୍ରାହକ ନ ମିଳିଲେ ହାତରୁ ଅର୍ଥ ବାଜିବାର ସମ୍ଭାବନା ରହୁଛି। ତେଣୁ ସେ ରାଜଧାନୀରେ ପ୍ରାୟ ୫ଟି ସ୍ଥାନରେ ଆପାର୍ଟମେଣ୍ଟ ଭଡ଼ାରେ ନେଇଛନ୍ତି। ଯେଉଁଠି ରିସ୍କ କମ୍‌ ଅଛି ଓ ଖର୍ଚ୍ଚ ବି କମ୍‌ ରହୁଛି ବୋଲି ସେ କହନ୍ତି।

ରାଜଧାନୀରେ ଶହେରୁ ଅଧିକ ଜିଗୋଲୋ
ରାଜଧାନୀରେ କେବଳ ଯେ କଲ୍‌ ଗାର୍ଲମାନେ ଦେହ ବେପାର କରୁଛନ୍ତି ତାହା ନୁହେଁ, ଶହେରୁ ଅଧିକ ଜିଗୋଲୋ ବା ପୁରୁଷ ଦେହଜୀବୀ ମଧ୍ୟ ସକ୍ରିୟ ଅଛନ୍ତି। ରାଜଧାନୀର ଅନେକ କର୍ମଜୀବୀ ମହିଳା ଓ ହାଇ ପ୍ରୋଫାଇଲ ପରିବାରର ମହିଳାମାନେ ଜିଗୋଲୋ ସର୍ଭିସ୍‌ ଡିମାଣ୍ଡ କରୁଥିବାରୁ କେବଳ ସୁଶାନ୍ତଙ୍କ ଅଧୀନରେ ୨୦ଜଣ ଜିଗୋଲୋ ୨୪ଘଣ୍ଟିଆ ସେବା ଯୋଗାଉଛନ୍ତି। ଯେଉଁମାନେ ସଟ୍‌ ପିଛା ୫ରୁ ୧୦ହଜାର ଟଙ୍କା ନେଉଛନ୍ତି। ବହୁ ମହିଳା କେବଳ ଜିଗୋଲୋଙ୍କ ସହିତ ଏକାନ୍ତରେ କଥାବାର୍ତ୍ତା ହେବା, ହାତ ଧରି ସମୟ ବିତାଇବା ପାଇଁ ଘଣ୍ଟାକୁ ୫ହଜାର ଟଙ୍କା ଦେଉଛନ୍ତି ବୋଲି ସେ କହିଛନ୍ତି।
ରାଜଧାନୀରେ ଥାଇଲାଣ୍ଡ ସେବା
ଦେହ ବେପାର ପାଇଁ କୁଖ୍ୟାତ ଥାଇଲାଣ୍ଡର ଯୁବତୀମାନଙ୍କୁ ନେଇ ରାଜଧାନୀରେ ଚାଲୁଥିଲା ସେକ୍ସ ର‍୍ୟାକେଟ୍‌। ସ୍ପା’ ଆଳରେ ଗ୍ରାହକଙ୍କୁ ସବୁ ପ୍ରକାରର ସେବା ଯୋଗାଇ ଦିଆଯାଉଥିଲା। ଆଉ ଏହି ଘୃଣ୍ୟ କାମରେ ନିୟୋଜିତ ହେଉଥିଲେ ଦେଶୀ ଓ ବିଦେଶିନୀ ଦେହଜୀବୀ। ଆଜି ଖାରବେଳନଗର ଥାନା ପୁଲିସ ହେଭେନ୍‌ ଥାଇ ସ୍ପା’ ଉପରେ ଚଢ଼ଉ କରି ଏହାର ପର୍ଦାଫାସ୍‌ କରିଛି। ଜଣେ ଜଣାଶୁଣା ଶିଳ୍ପପତିଙ୍କ ଭଡ଼ାଘରେ ଚାଲିଥିବା ଏହି ସ୍ପା’ରୁ ଥାଇଲାଣ୍ଡର ୩ ଯୁବତୀଙ୍କ ସମେତ ୫ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨ ଗ୍ରାହକ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ସେଠାରୁ ପୁଲିସ ଏକ ହୋଣ୍ଡା କାର୍‌, ଲାପଟପ୍‌, ୨୦ଟି ମୋବାଇଲ ଫୋନ୍‌, ୩ ଥାଇ ଯୁବତୀଙ୍କ ପାସପୋର୍ଟ, ଭିସା ଓ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ତେବେ ଏହି ସ୍ପା ଚଳାଉଥିବା ଶ୍ରୀନିବାସ ନନ୍ଦ ଫେରାର ହୋଇଯାଇଛି।

ରାଜଧାନୀରେ ବିଦେଶିନୀଙ୍କୁ ନେଇ ସେକ୍ସ ର‍୍ୟାକେଟ୍‌ ଚାଲିବା କିଛି ନୂଆ କଥା ନୁହେଁ। କିଛି ମାସ ତଳେ ଖାରବେଳନଗର ଥାନା ପୁଲିସ ଜଣେ ଉଜବେକିସ୍ତାନ ଯୁବତୀଙ୍କୁ ଏକ ହୋଟେଲରୁ ନିଶାସକ୍ତ ଅବସ୍ଥାରେ ଗିରଫ କରିବା ପରେ ସେ ଏକ ସେକ୍ସ ର‍୍ୟାକେଟ୍‌ରେ ସଂପୃକ୍ତ ଥିବା ଜଣା ପଡ଼ିଥିଲା। ସେହିପରି ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ମଧ୍ୟ ପୁଲିସ ରୁଷୀୟ ଯୁବତୀଙ୍କୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରିଥିଲା। ତେବେ ଏହିସବୁ ର‍୍ୟାକେଟ୍‌କୁ ପର୍ଦାଫାସ୍‌ କରିବାରେ ପୁଲିସ ସଫଳ ହୋଇ ନ ଥିଲା। କିନ୍ତୁ ଆଜି ଖାରବେଳନଗର ଥାନା ପୁଲିସ ସ୍ପା’ରେ କାର୍ଯ୍ୟରତ ୩ ଥାଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ମସାଜ୍‌ ଆଳରେ ଚାଲିଥିବା ଏହି କଳା କରାନାମାକୁ ପଦାରେ ପକାଇବାରେ ସମର୍ଥ ହୋଇଛି। କେବଳ ସେତିକି ନୁହେଁ, ଥାଇ ସେବା ନେବା ପାଇଁ ଏହି ସ୍ପା’କୁ ବହୁ ନାମୀଦାମୀ ଗ୍ରାହକ ଆସୁଥିବା ସନ୍ଦେହ କରି ପୁଲିସ ଏହାର ଖୋଳତାଡ଼ ଜାରି ରଖିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ୟୁନିଟ୍‌-୩ ଅଞ୍ଚଳରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ନିଜର ଏକ ବହୁତଳ ବିଶିଷ୍ଟ କୋଠାରେ ଏକ ମାର୍କେଟ କଂପ୍ଲେକ୍ସ ରହିଛି। ସେଥିରୁ ଚତୁର୍ଥ ମହଲାରେ ଥିବା ଏକ ଘରେ ଚାଲୁଥିଲା ହାଭେନ୍‌ ଥାଇ ସ୍ପା। ଆଜି ସେଠାରେ ଚଢ଼ଉ ବେଳେ ୩ ଥାଇ ଯୁବତୀଙ୍କ ସହ ଯାଜପୁର ଜିଲ୍ଲା ଓ ମହାରାଷ୍ଟ୍ରର ୨ ଯୁବତୀ ଉଦ୍ଧାର ହୋଇଛନ୍ତି। ଧରା ପଡ଼ିିଥିବା ଗ୍ରାହକ ଦ୍ୱୟ ହେଲେ ଏୟାରଫିଲ୍ଡ ଥାନା ଅଞ୍ଚଳର ଅଶ୍ୱଜିତ ମହାନ୍ତି(୪୦) ଓ ଜାଗମରା ଅଞ୍ଚଳର ସଞ୍ଜୀବ ସ୍ୱାଇଁ(୨୫)। ସେହିପରି ସ୍ପାରେ କାମ କରୁଥିବା ଦୁଇ କର୍ମଚାରୀ ମହେଶ୍ୱର ସେଠୀ ଓ ପ୍ରଶାନ୍ତ ସେଠୀ ମଧ୍ୟ ଗିରଫ ହୋଇଛନ୍ତି। ଜବତ ହୋଇଥିବା ଭିସାଗୁଡ଼ିକରୁ ଜଣାପଡ଼ିଛି ଯେ, ୩ ଥାଇ ଯୁବତୀ ବର୍ଷିକିୟା ଟୁରିଷ୍ଟ ଭିସାରେ ଚଳିତ ବର୍ଷ ୧୨ଏପ୍ରିଲରୁ ୧୭ ଅଗଷ୍ଟ ମଧ୍ୟରେ ଭାରତକୁ ଆସିଥିଲେ। ଭିସାର ସର୍ତ୍ତ ଅନୁଯାୟୀ ସେମାନେ ଭାରତରେ କୌଣସି ସ୍ଥାନରେ ଚାକିରି କରି ପାରିବେ ନାହିଁ। ଏହି ଯୁବତୀମାନେ କିଭଳି ଭାବେ ଏଠାରେ ସେବା ଯୋଗଉଥିଲେ ଏବଂ ଏମାନଙ୍କ ସହ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହା ଜାଣିବା ଲାଗି ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।
ବିଳାସପୂର୍ଣ୍ଣ ଘରେ ତାରକା ହୋଟେଲ ଭଳି ସାଜସଜ୍ଜା

ଗ୍ରାହକମାନଙ୍କୁ ଖୁସି କରିବା ଓ ଓଡ଼ିଶାରେ ଥାଇଲାଣ୍ଡଭଳି ସେବା ଯୋଗାଇବା ପାଇଁ ସ୍ପା ଭିତର ଯେମିତି ଏକ ତାରକା ହୋଟେ୍‌ ଭଳି ସଜା ଯାଇଥିଲା। ସ୍ପା ଭିତରେ ଥିବା ରୁମ୍‌ଗୁଡ଼ିକ ଜଣେ ଜେଣେ ଗ୍ରାହକଙ୍କ ପାଇଁ କରାଯାଇଥିଲା। ଏସି ଲଗିଥିବା ଏହି ରୁମ୍‌ରେ ଉନ୍ନତମାନର ବେଡ୍‌ ସାଙ୍ଗକୁ ବ୍ଳୁ ଲାଇଟ୍‌ରେ ସାଜ ଯାଇଥିଲା। ରୁମ୍‌ରେ ଥିବା ବାଥ୍‌ରୁମ୍‌କୁ ଅତ୍ୟାଧୁନିକ ଭାବେ ସଜା ଯାଇଥିଲା। ପରିବେଶକୁ ଏଭଳି କରାଯାଇଥିଲା ଯେ, ଗ୍ରାହକମାନେ ଥରେ ଅସିଲେ ବାରମ୍ବାର ଆସିବାକୁ ମନ ବଳାଇବେ।
ଗ୍ରାହକଙ୍କ ପ୍ରଥମ ପସନ୍ଦ ଥାଇଲାଣ୍ଡ ଯୁବତୀ

ଗ୍ରାହକ ମାନଙ୍କ ପ୍ରଥମ ପସନ୍ଦ ଥିଲା ଥାଇଲାଣ୍ଡ ଯୁବତୀ। ଏହାଛଡ଼ା କେତେକ ଗ୍ରାହକ ମହାରାଷ୍ଟ, କଲିକତା, ଓଡ଼ିଶାର ଯୁବତୀଙ୍କ ପାଇଁ ମଧ୍ୟ ଅଗ୍ରୀମ ବୁକିଂ କରୁଥିଲେ। ଥାଇଲାଣ୍ଡ ଯୁବତୀଙ୍କ ପାଇଁ ଗ୍ରାହକମାନେ ମୋଟାରକମର ଟଙ୍କା ଦେଉଥିଲେ। ଥରେ ମସାଜ ପାଇଁ ୫ହଜାରରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ। ସେହିପରି ମହାରାଷ୍ଟ୍ର, କଲିକତା, ଓଡ଼ିଶାର ଯୁବତୀଙ୍କଠାରୁ ମସାଜ ପାଇଁ ୨ହଜାରରୁ ଆରମ୍ଭ କରି ୮-୧୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ। ସ୍ପା ପକ୍ଷରୁ ମଧ୍ୟ ଗ୍ରାହକଙ୍କୁ ସନ୍ତୁଷ୍ଟ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଉଥିଲା। ବିଶେଷକରି ଥାଇଲାଣ୍ଡର ଯୁବତୀମାନଙ୍କୁ କଲିକତାର ଏକ ସଂସ୍ଥା ମାଧ୍ୟମରେ ଅଣାଯାଉଥିଲା। ସେମାନଙ୍କୁ ମାସିକିଆ କଣ୍ଟ୍ରାକ୍ଟରେ ଅଣାଯାଉଥିଲା। ମାସ ସରିବା ପରେ ଥାଇଲାଣ୍ଡର ନୂଆ ନୂଆ ଯୁବତୀଙ୍କୁ ଯୋଗାଯୋଗ କରାଯାଉଥିଲା।
କନେଷ୍ଟବଳ ସାଜିଥିଲେ ଗ୍ରାହକ

ଦୀର୍ଘ ୩ମାସରୁ ଊର୍ଧ୍ୱ ହେବ ହେଭେନ୍‌ ସ୍ପା’ରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌ା ତେବେ ଦୁଇ ଦିନ ତଳେ ଥାନା ଅଧିକାରୀ ଅନୁପ କାନୁନ୍‌ଗୋ ଏହି ଖବର ପାଇଥିଲେ। ତେଣୁ ର‍୍ୟାକେଟ୍‌ ଠାବ ପାଇଁ ସେ ନିଜେ ୨ଦିନ ହେବ ସେଠାରେ ଚକ୍କର କାଟିଥିଲେ। ପ୍ରଥମେ ଗୁରୁବାର ଦିନ ର‍୍ୟାକେଟ୍‌କୁ ଠାବ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇନଥିଲା। ତେଣୁ ଆଜି ଜଣେ କନେଷ୍ଟବଳଙ୍କୁ ଗ୍ରାହକ ସଜାଇ ସ୍ପାକୁ ପଠାଇଥିଲେ। କନଷ୍ଟବଳ ଜଣକ ସ୍ପାରେ ପହଞ୍ଚିବା ପରେ ମସାଜ୍‌ ପାଇଁ ଦର ବୁଝିଥିଲେ। ସେଠାରେ ଥିବା କର୍ମଚାରୀ ଜଣଙ୍କ କହିଥିଲେ ୧୪ଶହ ଟଙ୍କା ଦେଲେ କେବଳ ସ୍ପା। କନେଷ୍ଟବଳ ପଚାରିଥିଲେ ଆଉ କିଛି ଅଧିକ ସେବା ମିଳିବ କି? ଉତ୍ତର ଆସିଥିଲା, ଅଢ଼େଇ ହଜାର ଟଙ୍କା ଦିଅ ତମକୁ ଯୁବତୀମାନେ ମସାଜ୍‌ କରିବେ ଆଉ ତମେବି ସେମାନଙ୍କୁ ମସାଜ କରି ପାରିବ। କନେଷ୍ଟବଳଙ୍କୁ ସେ ଏକ ରୁମ୍‌କୁ ନେଇ ଆହୁରି ବିସ୍ତତ ଭାବେ ବୁଝାଇଥିଲେ। ଏହାପରେ କନେଷ୍ଟବଳ ଜଣକ ହଜାରେ ଟଙ୍କା ଅଗ୍ରୀମ ଦେଇ ତଳୁ ଏଟିଏମ୍‌ରୁ ଅବଶିଷ୍ଟ ଟଙ୍କା ଆଣୁଛି କହି ବାହାରକୁ ଚାଲିଆସିଥିଲେ। ପରେ ପରେ ଯୋଜନା ମୁତାବକ ଅପରାହ୍ଣ ପ୍ରାୟ ୪ଟାବେଳେ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ପହଞ୍ଚି ଚଢ଼ଉ କରିଥିଲା ଏବଂ ୨ଜଣ ଯୁବତୀଙ୍କ ସହ ୨ଜଣ ଗ୍ରାହକ ଅସଞ୍ଜତ ଅବସ୍ଥାରେ ଥିବା ପୁଲିସ ଦେଖିଥିଲା।
ଚନ୍ଦ୍ରଶେଖରପୁରରେ ଆଉ ଏକ ସ୍ପା

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରାୟ ୪ ମାସ ତଳେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କଠାରୁ ଏହି ଘର ଭଡ଼ା ନେଇ ଶ୍ରୀନିବାସ ନନ୍ଦ ନାମକ ଜଣେ ବ୍ୟକ୍ତି ଥାଇ ହେଭେନ୍‌ ସ୍ପା ଖୋଲିଥିଲା। ସ୍ପା ଅନୁମତି ପାଇଁ ସେ ବିଏମ୍‌ସିକୁ ଅଢ଼େଇ ହଜାର ଟଙ୍କା ଦେଇ ପଞ୍ଜୀକରଣ କରିଥିଲା। ତେବେ ସ୍ପା’ ଆଳରେ ଥାଇ ଯୁବତୀଙ୍କୁ ଆଣି ଏଠାରେ ଦେହ ବେପାର ଚଳାଇଥିଲା। ଆଜି କିନ୍ତୁ ପୁଲିସ ଚଢ଼ଉ ବେଳେ ଶ୍ରୀନିବାସକୁ ପାଇ ନଥିଲା। ପୂର୍ବରୁ ଖବର ପାଇ ସେ ପୁଲିସ ଆଖିରେ ଧୂଳି ଦେଇ ଖସି ଯାଇଥିବା କୁହାଯାଉଛି। କେବଳ ଏହି ସ୍ପା ନୁହେଁ ଶ୍ରୀନିବାସର ଚନ୍ଦ୍ରଶେଖରପୁରରେ ଆଉ ଏକ ସ୍ପା ଥିବା ପୁଲିସ ଜାଣିବାକୁ ପାଇଛି। ତେଣୁ ସେଠରେ ମଧ୍ୟ ସେକ୍ସ ର‍୍ୟାକେଟ୍‌ ଚାଲିଥିବା ପୁଲିସ ସନ୍ଦେହ କରୁଛି।
ବୁକିଂ ପାଇଁ ଗ୍ରାହକଙ୍କ କଲ୍‌ ଉଠାଇଲା ପୁଲିସ

ଆଜି କ’ଣ କିଛି ନୂଆ ଆସିଛି ନା ପରେ ଆସିବ? ଯଦି ଆସିନି ଆସିଲେ କଲ୍‌ କରି ଜଣାଇବ। କେତେ କ’ଣ ପ୍ରାଇସ୍‌ ଅଛି ହ୍ଵାଟସାପ୍‌ରେ ରେଟ୍‌ ଚାଟ୍‌ ପଠାଇବ। ଆମ ପାଇଁ ଡିସ୍କାଉଣ୍ଟ ଟିକେ କରିଦେବ। ଆଜି ସ୍ପା’ରେ ବୁକିଂ ପାଇଁ ଏମିତି ଜଣେ ଗ୍ରାହକଙ୍କ ଫୋନ୍‌ କଲ୍‌କୁ ଖୋଦ୍‌ ପୁଲିସ ହିଁ ରିସିଭ୍‌ କରିଥିଲା। ଆଜି ପୁଲିସ ଚଢ଼ଉ ପରେ ସଂସ୍ଥାର ମୋବାଇଲ୍‌ ନମ୍ବରଗୁଡ଼ିକୁ ଗ୍ରାହକଙ୍କ ଏପରି ଘନଘନ ଫୋନ୍‌ ଆସିଥିଲା। ପୁଲିସ ସେମାନଙ୍କ ସହ କଥା ହେଉଛି ବୋଲି ଗ୍ରାହକମାନେ ଜାଣିପାରି ନ ଥିଲେ। ଗ୍ରାହକମାନଙ୍କ ଏଭଳି କଲ୍‌ ପାଇବା ପରେ ପୁଲିସ ଗ୍ରାହକମାନଙ୍କ ନମ୍ବରଗୁଡ଼ିକୁ ଯାଞ୍ଚ କରିଥିଲା।

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...