Thursday, 26 April 2018

ବିବାଦୀୟ ବାବା: ଏହି ୧୦ ଆତ୍ମଘୋଷିତ ଧର୍ମଗୁରୁ ଭୋଗିଛନ୍ତି ଜେଲ୍ ଦଣ୍ଡ


ଦୁଷ୍କର୍ମ ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ବାବା ରାମରହିମ ଦୋଷୀ ସାବ୍ୟସ୍ତ ହେବା ପରେ ବାବାଙ୍କୁ ନେଇ ନିଆଁ ଜଳିଛି। ଦିନ ଥିଲା ଲୋକେ ନିଜର ଦୈନିକ ଜୀବନର କର୍ମକ୍ଳାନ୍ତ ଜୀବନକୁ ଟିକେ ଶାନ୍ତମୟ କରିବା ପାଇଁ ରାମରହିମଙ୍କ ଶରଣ ଲୋଡୁଥିଲେ। ଗୁରୁଙ୍କ ଉପଦେଶ ଓ ସତସଙ୍ଗ ବାଣୀରେ ହୃଦୟକୁ ର୍ନିମଳ କରୁଥିଲେ। ହେଲେ ଏବେ ବଦଳିଯାଇଛି ସମୟ। ରାମରହିମଙ୍କ ପରି ଏହି ଗୁରୁ ରୂପି ଆହୁରି ଅନେକ ଆତ୍ମଘୋଷିତ ଭଗବାନ ଏବେ ବିବାଦ ଘେରରେ। ଯୌନ କେଳେଙ୍କାରୀ ସହ ଅନ୍ୟ ସବୁ ମାମଲାରେ ଏମାନେ ଜେଲର ଚାରିକାନ୍ଥରେ। ରାଧେ ମା’ ହୁଅନ୍ତୁ ବାବା ରାମରହିମ ହୁଅନ୍ତୁ ବା ଅନ୍ୟ କେହି । ଏମାନଙ୍କର ଲକ୍ଷ ଲକ୍ଷ ଭକ୍ତ। କେଉଁ ବାବା ମାନେ ସେମାନଙ୍କର ଅଦ୍ଭୁତକାଣ୍ଡକୁ ନେଇ ବିବାଦକୁ ଆସିଛନ୍ତି ଆସନ୍ତୁ ସେମାନଙ୍କ ବିଷୟରେ ଆଜି ଆଲୋଚନା କରିବା।

୧- ଗୁରମୀତ ରାମ ରହିମ୍‌ ସିଂହ – ‘ଡେରା ସଚ୍ଚା ସୈାଦା’ ର ସଂସ୍ଥାପକ ସନ୍ଥ ଗୁରମୀତ ରାମ ରହିମଙ୍କର କାରନାମା ଉପରେ ଯଦି ନଜର ଦେବା ତେବେ ଜାଣିପାରିବା ଯେ ଅନେକ କୁକର୍ମରେ ଲିପ୍ତ ଥିବା ସହ ଦୁଷ୍କର୍ମ ମାମଲାରେ ମଧ୍ୟ ଲିପ୍ତ ଥିବାର ଆରୋପ ଲାଗିଛି ଗୁରମିତଙ୍କ ଉପରେ। ହରିୟାଣାର ଡେରା ସଚ୍ଚା ମୁଖ୍ୟ ବାବା ରାମ ରହିମଙ୍କ ବିରୋଧରେ ଆଶ୍ରମର ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମର ଆରୋପ ଲାଗିଥିଲା। ଏହି ମାମଲାରେ ତାଙ୍କୁ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତ।

୨- ଧୀରେନ୍ଦ୍ର ବ୍ରହ୍ମଚାରୀ : ଆଉ ଜଣେ ବିବାଦିତ ଧର୍ମଗୁରୁ ହେଲେ ଧୀରେନ୍ଦ୍ର ବ୍ରହ୍ମଚାରୀ। ଇଏ ଏମିତି ଜଣେ ଧର୍ମଗରୁ ଯିଏ ପ୍ରାଇଭେଟ ଜେଟରେ ଯାତାୟତ କରୁଥିଲେ। ୭୦-୮୦ ଦଶକରେ ଧୀରେନ୍ଦ୍ର ବ୍ରହ୍ମଚାରୀ କେବଳ ଜଣେ ପ୍ରସିଦ୍ଧ ଯୋଗଗୁରୁ ନଥିଲେ , ଜଣେ ହତିଆରର ବଡ଼ ବ୍ୟବସାୟୀ ମଧ୍ୟ ଥିଲେ। ସେହି ସମୟରେ ରାଜନୈତିକ ମଇଦାନରେ ତାଙ୍କର ଖୁବ୍‌ ଦଖଲ ଥିଲା। ତାଙ୍କର ଐଶ୍ୱର୍ଯ୍ୟ ଭରା ଜୀବନଚଳନୀ କୌଣସି ସେଲିବ୍ରିଟିଠାରୁ ମଧ୍ୟ କମ୍‌ ନଥିଲା।

୩-ରାଧେ ମା’ – ବିବାଦିତ ତାଲିକାରେ ସ୍ଥାନ ପାଇଛନ୍ତି ଜଣେ ମହିଳା ମଧ୍ୟ। ତାଙ୍କ ନାମ ରାଧେ ମା। ତାଙ୍କର ପ୍ରକୃତ ନାଁ ସୁଖବିନ୍ଦର। ଏମିତି ଏକ ସମୟ ଥିଲା ସେ ନିଜ ସ୍ୱାମୀଙ୍କୁ ଆର୍ଥିକ ସହଯୋଗ କରିବା ପାଇଁ ସିଲେଇ କାମ କରୁଥିଲେ। ତାଙ୍କର ସ୍ୱାମୀ ଯେତେବେଳେ ଟଙ୍କା କମାଇବା ପାଇଁ ଗଲ୍‌ଫ ଚାଲିଗଲେ , ସୁଖବିନ୍ଦର ସେତେବେଳେ ସ୍ଥାନୀୟ ପରମହଂସଙ୍କ ଆଶ୍ରମକୁ ଯିବାକୁ ଲାଗିଲେ ଏବଂ ଖୁବ୍‌ ଶୀଘ୍ର ମଧ୍ୟ ଆଶ୍ରମର ପ୍ରମୁଖଙ୍କ ସହ ସତସଙ୍ଗ ଯିବାକୁ ଲାଗିଲେ। ଧିରେ ଧିରେ ସେ ନିଜେ ସତସଙ୍ଗର ଆୟୋଜନ କରିବାକୁ ଲାଗିଲେ। ମୁମ୍ବାଇରେ ରାଧେ ମା’ଙ୍କର ଖୁବ୍‌ ଲୋକପ୍ରିୟତା ଥିବାର ଜଣାଯାଏ। ଦେଶର ଅନେକ ଜଣାଶୁଣା ସେଲିବ୍ରିଟି ମଧ୍ୟ ଏହି ରାଧେ ମାଙ୍କ ଭକ୍ତ।

୪-ଆଶାରାମ ବାପୁ – ବିବାଦୀୟ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଜୀ ବାପୁ ଦୋଷୀ ସାବ୍ୟସ୍ତ। ସେ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୩ର ହୋଇଥିବା ନାବାଳିକା ବଳାତ୍କାର ମାମଲାରେ ବିଚାର କରି ଯୋଧପୁର ସେଣ୍ଟ୍ରାଲ ଜେଲ ପରିସରରେ ବସିଥିବା ସ୍ୱତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଛନ୍ତି। ଆଶାରାମଙ୍କୁ ପୋକ୍ସୋ ଆକ୍ଟ ଓ ଏସସିଏସଟି ଆଟ୍ରୋସିଟିଜ୍‌ ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି।

୫-ସନ୍ଥ ରାମପାଳ – ୬୩ ବର୍ଷର ସନ୍ଥ ରାମପାଳ ଦିନେ ଥିଲେ ଜଣେ ଜୁନିୟର ଇଂଜିନୟର। ତା’ପରେ ସେ ସନ୍ଥ ରାମଦେବାନନ୍ଦଙ୍କ ଯୋଗାଯୋଗରେ ଆସିଲେ। ଧିରେ ଧିରେ ସେ ହରିୟାଣାରେ ଅନେକ ଆଶ୍ରମ ଖୋଲିଲେ। ସେ ମଧ୍ୟ ବିବାଦରେ ଫସିଲେ। ୨୦୦୬ ମସିହାରେ ରେ ଆର୍ଯ୍ୟ ସମାଜର ଲୋକଙ୍କ ସହ ବାବାଙ୍କ ବିବାଦର ସୂତ୍ରପାତ ହେଲା। ଏହି ଘଟଣାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିିଲା। ଏହି ଘଟଣା ପରେ ରାମପାଳଙ୍କ ବିରୋଧରେ ହତ୍ୟାର ଚକ୍ରାନ୍ତ କରିବା ଓ କୋର୍ଟ ଅବମାନନା କରିବା ନେଇ ଅନେକ କେସ୍‌ ଚାଲିଲା।

୬-ନାରାୟଣ ସାଇ: ଆଶାରାମଙ୍କ ପୁଅ ହେଉଛନ୍ତି ନାରାୟଣ ସାଇ। ସେ ସୁରଟର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଆଶାରାମଙ୍କ ଆଶ୍ରମରେ ଥିବା ବେଳେ ନାରାୟଣ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୪୦ ବର୍ଷିଅ ସାଇ ଆହୁରି ୮ ଜଣ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ମଧ୍ୟ ହୋଇଛି।

୭-ସ୍ୱାମୀ ପ୍ରେମାନନ୍ଦ: ପ୍ରେମାନନ୍ଦଙ୍କ ପ୍ରକୃତ ଘର ଶ୍ରୀଲଙ୍କାରେ। ସେ ଆଶ୍ରମ ନିର୍ମାଣ କରିବା ପାଇଁ ୧୯୮୪ ମସିହାରେ ଭାରତ ଆସିଥିଲେ। ତିରୁଚିରାପଲିରେ ସେ ନିଜର ଆଶ୍ରମ କରିଥିଲେ। ୧୯୯୪ ମହିସାରେ ଜଣେ ଯୁବତୀ ଅଭିଯୋଗ ଆଣିଲେ ଯେ ସେ ପ୍ରେମାନନ୍ଦଙ୍କ ପିଲାର ମାଆ ହେବାକୁ ଯାଉଛନ୍ତି। ପ୍ରେମାନନ୍ଦ ତାଙ୍କ ସହ ଦୁଷ୍କର୍ମ କରିଥିେ ବୋଲି ଯୁବତୀ କହିଥିଲେ। ୧୯୯୭ ମସିହାରେ ପ୍ରେମାନନ୍ଦ ଏବଂ ତାଙ୍କର ଅନ୍ୟ ୬ ସହଯୋଗୀଙ୍କୁ ୧୩ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

୮-ଜ୍ଞାନଚୈତନ୍ୟ: ଜ୍ଞାନଚୈତନ୍ୟ ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଭୋଗି ସାରିଛନ୍ତିି। ଜେଲ୍‌ରୁ ବାହାରିବା ପରେ ସେ ଜଣେ ବ୍ରିଟେନ୍‌ ଦମ୍ପତିଙ୍କୁ କହିଲେ କି ତାଙ୍କ ଝିଅ ପୂର୍ବ ଜନ୍ମରେ ଜ୍ଞାନଚୈତନ୍ୟଙ୍କ ପତ୍ନୀ ଥିଲେ। ଦୀର୍ଘ ଦିନ ଜଧରି ସେ ତାଙ୍କ ଝିଅ ସହ ଶାରୀରିକ ସଂପର୍କ ବି ରଖିଲେ। ଦମ୍ପତି ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ସେ ପୁଣିଥରେ ଗିରଫ ହେଲେ।

୯-ମେହେନ୍ଦୀ କସିମ: ୭ ଜଣ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦୧୬ ମସିହାରେ ମୁମ୍ବାଇ ହାଇକୋର୍ଟ ୪୩ ବର୍ଷିଅ ମେହେନ୍ଦୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

୧୦- ସନ୍ତୋଷ ମାଧବାନ: ୩ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦୦୯ ମସିହାରେ କେରଳ କୋର୍ଟ ସନ୍ତୋଷ ମାଧବାନଙ୍କୁ ଦୋଷୀ ଘୋଷଣା କରିଥିଲେ। ସେ ଗରିବ ଘରର ଝିଅମାନଙ୍କୁ ଟାର୍ଗେଟ କରି ଏପରି କରୁଥିଲେ ବୋଲି ଅଭିଯୋଗ ହୋଇଛି।

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...