Tuesday, 19 March 2019

ସାତଖଣ୍ଡ କଲା ନିଷ୍ଠୁର ସାଥୀ




        ରଙ୍ଗ ନମ୍ବରରୁ ଆରମ୍ଭ ସମ୍ପର୍କ ଓ ପିତାମାତା, ଗୁରୁଜନଙ୍କ ବିନା ସ୍ଵୀକୃତିରେ ଗଢ଼ା ସମ୍ବନ୍ଧର ଆୟୁଷ କେବେ ଦୀର୍ଘସ୍ଥାୟୀ ହୋଇ ନ ପାରେ ଏହା ବୁଝିପାରି ନ ଥଲା କୁହି । ଯାହା ପାଇଁ ଜନ୍ମନ୍ତରର ସମ୍ପର୍କକୁ ପର କଲା, ସେ ଯେ ପର ପାଇଁ ତା'ର ପ୍ରାଣଘାତକ ସାଜିବ ଏହା କେବେ ସ୍ଵପ୍ନରେ ଭାବି ନଥ୍ଲା । ଭାବିଥ୍‌ଲା ଅଗ୍ନିକୁ ସାକ୍ଷୀ ରଖ୍‌ ସାତଫେରା ନେଇ ନଥି ଲେ ହେଁ ଭଲପାଇ ଯାହାକୁ ସାଥୀ ବରିଛି ସେ ଜାରାଜୀବନ ସାଥ୍ଵହୋଇ ରହିବ । ତା'ର ଏହି ଭ୍ରମ ସେବେ ଡୁଟିଲା ଯେବେ ସାଥୀ ତା'ର ପରକୀୟା ପ୍ରେମରେ ମାତି ପ୍ରାଣ ନେବାର ଭିତି ଦେଖାଇଲା ।ଆଉ ଶେଷରେ ସଂସାରକୁ ସାଉଟିବା ପ୍ରୟାସରେ ନିଜ ପିଲାଙ୍କ ସାମ୍ନାରେ ସାତ ଟୁକୁଡ଼ାରେ ପରିଣତ ହୋଇଗଲା । ଆସନ୍ତୁ ଜାଣିବା ହତଭାଗୀ ଜକୁହଁଙ୍କ ମିସ୍‌ଡକଲ୍‌ ପ୍ରେମ ଓ ଅହସ୍ୟ ଅକାଳ ଅନ୍ତ ପଛର ପୂରା ଘଟଣାବଳି ସମ୍ପର୍କରେ...




ଦକ୍ଷିଣ ଦିଲ୍ଲୀର ସରିତାବିହାର ଅଞ୍ଚଳ ପୋଲିସକୁ ଜୁନ୍‌ ୨୧ ତାରିଖରେ ଏକ ଅଜ୍ଞାତ ନମ୍ବରରୁ ଆସିଥି ଲା ଫୋନ୍‌କଲ୍‌ । ଥାନାଧ୍ଵକାରୀ ଫୋନ୍‌ ରିସିଭ୍‌ କରନ୍ତେ ଆରପଟୁ ଶୁଭିଥି ଲା ଥାନାଠାରୁ ଅନତ ଦୂର ଜଙ୍ଗଲ ନିକଟ ଏକ ଖାଲି ପ୍ଲଟ୍‌ରେ ବଡ଼ ପେଟିଟିଏ ପଡ଼ିଛି ଯେଉଥି ରୁ ଉତ୍କଟ ଗନ୍ଧ ବାହାରୁଛି । ଲାଗୁଛି ଏଥି ରେ କୌଣସି ମୃତଦେହ ପୂରାଇ ଫିଙ୍ଗି ଦିଆଯାଇଛି । ନା ପଚାରୁ ପଚାରୁ ଫୋନ୍‌ କଟିଯାଇଥି ଲେ ହେଁ କାଳବିଳମ୍ବ ନକରି ପୋଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚୁ ଯାଇଥି ଲେ । ଆଉ କାଟୁନ୍‌ ଖୋଲି ଯେଉଁ ଦୃଶ୍ୟ ଦେଖୁଥି ଲେ ସେଥି ରେ ଉପସ୍ଥିତ ପୋଲିସ ଅଧ୍କାରୀ ଓ ସ୍ଥାନୀୟ ଲୋକଙ୍କ ଆଖୁ ଖୋସି ହୋଇଯିବା ସହ ଲୋମ ଟାଙ୍କୁରୀ ଉଠିଥି ଲା । ପେଟି ଭିତରେ ଥି ଲା ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର । ପାରିପାର୍ଶ୍ଵିକ ସ୍ଥିତିରୁ ପୋଲିସ ସେଭଳି କିଛି ସୁରାକ ପାଇନଥି ଲେ ହେଁ ପେଟିରେ ଲେଖାଥି ବା କମ୍ପାନୀ ନାକୁ ଅଣ୍ଡାଳି ଅଣ୍ଡାଳି ବିଳମ୍ବରେ ହେଉଁ ପଛେ ଅପରାଧୀ ପାଖରେ ପହଞ୍ଚି ଘଟଣାର ପର୍ଦଫାସ କରିଥି ଲା । ଅଭିଯୁକ୍ତର ସ୍ଵୀକାରୋକ୍ତି ଓ ପୋଲିସ ସୂଚନା ମୁତାବକ ଘଟଣାଟି ହେଲା-
।
ବିହାରର ପାଟଣା ନିବାସୀ ୨୬ ବର୍ଷୀୟ ସାଜିଦ୍‌ ଅଲ୍ଲୀ ଅଂସାରୀ ଓରଫ ବବ୍‌ଲୁ ୨୦୧୦ର ଏକ ସନ୍ଧ୍ୟାରେ ଫୋନ୍‌ କରୁ କରୁ ଭୁଲ୍‌ରେ ଏକ ନମ୍ବର ଲାଗିଯାଇଥି ଲା । ଆଉ ଫୋନ୍‌ କାଟି ଦେଉଦେଉ ସଙ୍ଗେ ସଙ୍ଗେ ସେପଟୁ ଆସିଥିଲା ମିସ୍‌ଡକଲ୍‌ । ବବ୍‌ଲୁ ପୁଣିଥରେ ଉକ୍ତ ନମ୍ବର ଡାଏଲ୍‌ କରିବାରୁ ଶୁଭିଥିଲା ନାରୀ କଣ୍ଠଶ୍ଵର । ଜାଗାଟିଥିଲା ବିହାରର ଛପରା ଅଞ୍ଚଳ ଓ ଯୁବତୀ ଜଣକ ତାଙ୍କ ନାମ ଜୁହି ବୋଲି କଁହଥି ଲେ । କିଛି ସମୟର କଥାବାତ୍ତା ପରେ ଦୁହେଁ ଦୁହଁଙ୍କ କଣ୍ଠସ୍ଵବରେରେ ଆକୃଷ୍ଟ ହୋଇଥି ଲେ । ଆଉ ଏହାପରଠୁ ଦୁହଁଙ୍କ ମଧ୍ୟ ରେ ଚାଲିଥି ଲା ନିୟମିତ କଥାବାର୍ତା ଓ ଶେଷରେ ଏହା ପ୍ରେମର ରୂପ ନେଇଥି ଲା । ଉଭୟେ ୪ ବର୍ଷ କାଳ ପ୍ରେମରେ ଉବୁଟୁବୁ ହେବା ପରେ ବିବାହ ପାଇଁ ମନସ୍ଥ କରିଥି ଲେ । ଜୁଁହି ସାଇକୋଲୋଜି ଅନର୍ସରେ ବିଏ କରିଥି ବା ବେଳେ ବବୁଲୁ କୁରୁକ୍ଷେତ୍ର ଇଞ୍ଜିନିୟରିଂ କଲେଜରୁ ମେକାନକାଲ୍‌ରେ ବିଟେକ କରିଥଲା । ପାରିବାରିକ ଅନିଚ୍ଛା ସତ୍ତ୍ବେ ୨୦୧୪ରେ ଦୁହେଁ ବିବାହ କରିନେଇଥିଲେ । ଏହା ପରେ ଜୁହଁଙ୍କ ପରିବାର ଲୋକେ ତା'” ସହିତ ସମସ୍ତ ସମ୍ପକ ଛିନ୍ନ କରିଦେଇଥି ବା ବେଳେ ଜୁଁହ ମଧ୍ୟ  ନିଜ ନାଁ ବଦଳାଇ ରାଜବାଲା ରଖୁଥି ଲେ । ବିବାହର ଦୁଇବର୍ଷ ମଧ୍ୟ ରେ ଦୁହେଁ ଦୁଇ କନ୍ୟା ସନ୍ତାନଙ୍କ ଜନକ ଜନନୀ ସାଜିଥିଲେ ।

୨୦୧୬ରେ ଦୁହେଁ ବିହାର ଛାଡ଼ି ଦକ୍ଷିଣ ଦିଲ୍ଲୀସ୍ଥିତ ଶାହିନବାଗ ଚାଲିଆସିଥି ଲେ । ହେଲେ ବବ୍‌ଲୁ କୌଣସି ସ୍ଥାନରେ ଚାକିରି ନ ପାଇବାରୁ ଘର ଚଳିବା କଷ୍ଟକର ହୋଇପଡ଼ିଥିଲା । ପରେ ଏହି ପାରିବାରିକ ଦୁଃସ୍ଥିତି ଝଗଡ଼ାର ରୂପ ନେଇଥି ଲା । ଅଭାବ ଅସୁବିଧା ପାଇଁ ଦୁହଁଙ୍କ ମଧ୍ୟ ରେ ନିୟମିତ କଳିତକରାଳ ଲାଗି ରହୁଥିଲା । ଏଥରେ ଅତିଷ୍ଠ ହୋଇ ଜୁଁହ ଦନ ଦନ କାଳ ବବ୍‌ଲୁ ସହତ କଥା ହେଉନଥିଲା । ଇତମଧ୍ୟ ରେ ବବ୍‌ଲୁ ଅନ୍ୟଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥି ଲା । ପାଟଣାର ଏହି ଯୁବତୀ ସହିତ ବବ୍‌ଲୁ ମୋବାଇଲ୍‌ରେ ଚାଟ୍‌ ଓ କଲ୍‌ କରୁଥିବା ଜୁଁହି ଜାଣିବା ପରେ ଉଭୟଙ୍କ ମଧ୍ୟ ରେ ତକ୍ତତା ଆହ୍ଛୁର ବଢ଼ିଯାଇଥିଲା । ଏହା ପରଠୁ ବବ୍‌ଲୁ ନଷ୍ପରି ନେଇଥି ଲା ସର୍ବୁଦନ ପାଇଁ ଜୁୁହକୁ ରାସ୍ତାରୁ ହଟାଇଦେଲେ ଶାନ୍ତରେ ଦ୍ବତୀୟ ବବାହ କଁରିବ । ଘଟଣାର ମାସେ ପୂବରୁ ବବ୍‌ଲୁ ସ୍ଥିର କରିଥି ଲା ଏଥର ଯେଉଁଦନ ଜୁଁହ ତା” ସହିତ ଝଗଡ଼ା କଁରିବ ଉକ୍ତ ଦନ ହଁ ତା' ଜୀବନର ଶେଷ ଦନ ହେବ ।
ଜୁନ୍‌ ୨୦ ତାରିଖ ରାତରେ ଉଭୟଙ୍କ ମଧ୍ୟ ରେ ଜୋର୍‌ଦାର ଝଗଡ଼ା ଲାଗିଥି ଲା । ରୀତି ଠିକ୍‌ ସାଢ଼େ ୧୦ଟା ସୁଦ୍ଧା ପିଲାମାନେ ଶୋଇଯିବାରୁ ବବୁଲୁ ଜୁଁହର ତଣ୍ଟି ହତ୍ୟା କରିଥିଲା । ଏହା ପରେ ବବ୍‌ଲୁ ନିଜ ମଝିଆଁ ଭାଇ ୨୮ ବର୍ଷୀୟ ଇମ୍ତିୟାକ୍‌ ଆଲାମ ଅଂସାରୀଙ୍କୁ ଡାକ ସବୁ କଥା ଜଣାଇଥି ଲା । ଦୁହେଁ ର୍କିଛିସମୟ ଚନ୍ତା କରିବା ପରେ ଜୁଁହର ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ବିଭିନ୍ନ ଆଡ଼େ ପିଇଁଁଦେବାକୁ ସ୍ଥିର କରଥି ଲେ । ମୃତଦେହକୁ କାଟିଲା ବେଳେ କାଳେ ରକ୍ତଛିଟା କ୍ଲୁଆଡ଼େ ପଡ଼ିବ ଓ ଦୁହେ ଧରାପଡ଼ିଯିବେ ସେଥି ପାଇଁ ଏକ ଉପାୟ ପାଞ୍ଚୁଥିଲେ ।
ପ୍ରଥମେ ଜୁଁହର ଶରୀରରୁ ସମସ୍ତ ରକ୍ତ ନଗାଡ଼ିଦେଇ ପରେ ଖଣ୍ଡ ଖଣ୍ଡ କରିବେ ବୋଲି ଦୁଇ ଭାଇ ସ୍ଥିର କଲେ । ମୃତଦେହକୁ ଗାଧୁଆଘରକୁ ନେଇଯାଇ ସେଠାରେ ଦୁଇ ହାତର ଶୀର କାଟିଦେଇଥିଲେ । କିଛି ସମୟ ଅପେକ୍ଷା ପରେ ଶରୀରରୁ ସବୁ ରକ୍ତ ନିଗିଡ଼ିଯିବାରୁ ଦୁହେଁ ଶବକୁ ଏକ ଚାପଡ଼ରେ କାଟିବା ଆରମ୍ଭ କରିଦେଇଥିଲେ । ଏହି ସମୟରେ ଦୁଇ ଝିଅ ଉଠିପଡ଼ି ଏସବୁ ଦେଖୁ କାନ୍ଦିବା ଆରମ୍ଭ କରିବାରୁ ବବ୍‌ଲୁ ସେମାନଙ୍କୁ ବୁଝାଇଦେଇ ପୁଣି କାର୍ଯ୍ୟରେ ଲାଗିପଡ଼ିଥିଲା । ଦୂଇ ଭାଇ ଜୁହିର ଶରୀରରୁ ଦୁଇ ଗୋଡ଼, ଦୁଇ ହାତ, ମୁଣ୍ଡ ଓ ଏକ ଜଙ୍ଘକୁ କାଟି ଅଲଗା କରିଦେବା ପରେ ଏହାକୁ ଏକ ବ୍ୟାଗ୍‌ରେ ପୂରାଇ କାଟୁନ୍‌ରେ ପ୍ୟାକିଂ କରିଦେଇଥି ଲେ ।
ରଶି ଓ ସେଲୋଟେପ୍‌ରେ ପେଟିକୁ ଭଲଭାବେ ବାନ୍ଧିଦେବା ପରେ ଦୁହେଁ ଦୁଇ ଝିଅଙ୍କୁ ଧରି ଶାହିନବାଗରେ ରହୁଥି ବା ବଡ଼ଭାଇ ୪୬ ବର୍ଷୀୟ ସପ୍ଲାଏ ଏଜେଣ୍ଟ ଅସମତ୍‌ ଅଲ୍ଲୀ ଅଂସାରୀଙ୍କ ଘରକୁ ଚାଲିଯାଇଥି ଲେ । ସବୁ ଶୁଣିବା ପରେ ଅସମତ ଲକ୍ଷ୍ମୀନଗରରେ ରହୁଥିବା ଜଣେ ବନ୍ଧୁଙ୍କଠାରୁ କାର୍‌ ଆଣିବାରୁ ତିନିହେଁ ସେଥି ରେ ବସି ଘଟଣାସ୍ଥଳରେ ପହଞ୍ଚିଥି ଲେ । ସେଠାରୁ ଶବଭତ୍ତି ପେଟିକୁ କାର୍‌ରେ ଲଦି ସରିତାବିହାରର ଓଖଲାଟେଙ୍କ ଜଙ୍ଗଲ ପାଖ ଖାଲି ପ୍ଲଟ୍‌ରେ ଫିସିଂ ଚାଲିଆସିଥି ଲେ ।


ପରଦିନ ଅର୍ଥାତ୍‌ ଜୁନ୍‌ ୨୧ ତାରିଖରେ ଏକ ପେଟି ଭିତରେ କାହାର ମୃତଦେହ ପଶି ପ୍ୟାକଂ ହୋଇଥିବାର ଫୋନ୍‌କଲ୍‌ ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥି ଲା । ମୃତ ମହିଳାଙ୍କ ଶରୀରକୁ ୭ ଖଣ୍ଡ କରି କଟାଯାଇଥିବା ଓ ମୁହକୁ ଛୁରିରେ କଦର୍ଯ୍ୟ କରିଦିଆ ଯାଇଥି ବାରୁ ପରିଚୟ ପାଇବା ଓ ମାମଲାର ସମାଧାନ କରିବା ପୋଲିସ ପାଇ ଚାଲେଞ୍ଜ ପାଲଟି ଯାଇଥି ଲା ।
କେଉଁଠୁ କିଛି ସୁରାକ ନ ପାଇବାରୁ ପୋଲିସ ପେଟିରେ ଲେଖାଥି ବା କମ୍ପାନୀ ନାମକୁ ପ୍ରମାଣ ଭାବେ ଗ୍ରହଣ କରିଥଲା । ଏଥି ରେ ଗୁରୁଗ୍ରାମସ୍ଥିତ ମୁଭର୍ସ ଆଣ୍ଠ୍‌ ପ୍ୟାକର୍ସ ନାମ ଲେଖାଥି ବାରୁ ପୋଲିସ ଉକ୍ତ କମ୍ପାନୀରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥି ଲା । ସେଠାରୁ ଜଣାପଡ଼ିଥି ଲା ଏହି କାର୍ଟୁନରେ ଅଲ୍ଲୀଗଡ଼ ନିବାସୀ ଜାବେଦଙ୍କ ପାଖକୁ ସାମଗ୍ରୀ ଯାଇଥି ଲା । ପୋଲିସ ଜାବେଦ ପାଖରେ ପହଞ୍ଚିବାରୁ ଜାବେଦ ଏହି ସାମଗ୍ରୀକୁ ଶାହିନବାଗସ୍ଥିତ ତା'ରଅନ୍ୟଏକ ଘରକୁ ପଠାଇଥିବା ଓ ସେଠାରେ ବିହାର ନିବାସୀ ସାଜିଦ ଅଲ୍ଲୀ ଅଂସାରୀ ଓରଫ ବବ୍‌ଲୁ ଓ ଇମ୍ତିଆକ୍‌ ଅଲ୍ଲୀ ନାମକ ଦୁଇ ଭାଇ ଭଡ଼ାରେ ରହୁଥି ବାର ପୋଲିସକୁ କହିଥି ଲେ ।
ଆଉ ବିଳମ୍ବ ନ କରି ପୋଲିସ ସେଠାରେ ପହଞ୍ଚି ତାଲା ଝୁଲୁଥିବା ଦେଖୁବା ପରେ କିଏ ହୋଇଛି ହତ୍ୟାର ଶିକାର ଓ କଏ ହତ୍ୟାକାରୀ ତାହା ସହଜେ ବାରି ନେଇଥି ଲା । ପଡ଼ୋଶୀଙ୍କଠାରୁ ଖବର ନେଇ ତୁରନ୍ତ ପୋଲିସ ତୃତୀୟ ତଥା ବଡ଼ଭାଇ ରହୁଥିବା ଶାହନବାଗସ୍ଥ ଘର ଉପରେ ଚଢ଼ାଉ କରିଥିଲା । ହଠାତ୍‌ ପୋଲିସକୁ ଦେଖ୍‌ ତିନି ଭାଇ ଖସିଯିବାକୁ ଚେଷ୍ଟା କରିଥି ଲେ ହେଁ ଏଥି ରେ ସଫଳ ହୋଇନଥି ଲେ । ପୋଲିସ ସେମାନଙ୍କୁ ଗିରଫ କରି ଘଟଣାସ୍ଥଳକୁ ଆଣି ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ଜବତ କରିଥି ଲା । ଆଉ ପୋଲିସ ଜେରାରେ ବବ୍‌ଲ୍ଲୁ ହତ୍ୟାକାଣ୍ଡ ସମ୍ପକିତ ସମସ୍ତ କାହାଣୀ ପଖାଣିଦେବା ପରେ ଅନ୍ୟ ଦୁଇ ଭାଇ ମଧ୍ୟ  ଦୋଷ ସ୍ଵୀକାର କରିନେଇଥିଲେ 

ENGLISH

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...