Tuesday, 2 July 2019

ଅଭିଷେକଙ୍କ ଜୀବନର କରୁଣ ପରିସମାପ୍ତି


ପରକୀୟା ପ୍ରୀତିର ପରିଣାମ ଜାଣିବା ପରେ ବି ମଣିଷ ଏହିଖେଳରେ ମାତି ଭଠେ। ଅନେକ ସମୟରେ ପରକୀୟାକାରଣରୁ ଲୋକଙ୍କ ଜୀବନ ବି ଚାଲିଯାଇଛି। ତଥାପି କେଉଁଆଦିମ ସୁଖର ଲାଳସାରେ ଲୋକେ ପରକୀୟା ପ୍ରୀତିରେ ଲିପ୍ତରହନ୍ତି। ମାନ ସମ୍ମାନ ତ ଯାଏ। ଜୀବନ ବି ବେଳେବେଳେଚାଲିଯାଏ। ପରକୀୟା ପ୍ରୀତିର ଏମିତି ଏକ ଦୁଃଖଦ ପରିଣତିଭୋଗିଛନ୍ତି ଜଳେଶ୍ଵର ବୁକ ରାଜପୁର ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ଗ୍ରାମର ଯୁବକ ଅଭିଷେକ ଭୂୟାଁ (୩୪) ।ସେ ଜାଣିଥିଲେ ଯାହାଙ୍କ ସହିତ ତାଙ୍କର ଅନୈତିକ ସଂପର୍କସୃଷ୍ଟି ହୋଇଛି ଦିନେ ନା ଦିନେ ସେହି ସଂପର୍କ ବିଷୟରେସମସ୍ତେ ଜାଣିପାରିବେ। ସେତେବେଳେ ହୁଏତ କଥାଟାଆଉ ତାଙ୍କ ଆୟଭ୍ତରେ ନଥିବ । କିନ୍ତୁ ଦୁଃଖର କଥା ପରିଣତିକ'ଣ ହେବ ବୋଲି ଜାଣିଲା ପରେ ପୋକ ଯେମିତି ନିଆଁକୁଝାସ ଦେଇଥାଏ ଠିକ୍‌ ସେମିତି ଅଭିଷେକ ଝାସ ଦେଇଥିଲେପରକୀୟା ପ୍ରେମ ରୂପ ନିଆଁରେ। ସେତେବେଳେ ସେହିମହିଳାଙ୍କ ମୋହ ସତେ ଯେମିତି ଅଭିଷେକଙ୍କୁ ପାଗଳପ୍ରାୟକରିଦେଇଥିଲା। ଭଲ ମନ୍ଦ ବିଚାର କରିବାର ସବୁ କ୍ଷମତାସେ ଯେମିତି ହରାଇ ବସିଥିଲେ । ହୁଏତ ସେତେବେଳେ ସେଯଦି ନିଳକୁ ଚିକେ ଆୟତ୍ତ କରିପାରିଥାଆନ୍ତେ ତେବେତାଙ୍କ ଜୀବନ ହୁଏତ ରକ୍ଷା ପାଇଥାଆନ୍ତା। କିନ୍ତୁନା। ସେମିତି କିଛି ହେଲା ନାହିଁ । ପରକୀୟାରକରୁଣ ପରିଣତି ସଦୃଶ ମୃତ୍ୟୁ ତାଙ୍କୁ ହାତଠାରି ଡାକୁଥିଲା। ଅନ୍ୟ ନାରୀର ପ୍ରେମରେ ମଶଗୁଲ୍‌ ଥିବା ଅଭିଷେକଙ୍କୁ ପଶ୍ଚିମବଙ୍ଗରi ଅନ୍ତର୍ଗତ ଧୂଳିଆ ଗ୍ରାମରେଗତ ମାସ ୨୧ ତାରିଖ ଦିନ ନିର୍ମମ ଭାବେ ହତ୍ୟା କରାଯଇଥିଲା। ହତ୍ୟାକାରୀମାନେଅଭିଷେକଙ୍କୁ ଏମିତି ଖିନ୍‌ଭିନ୍‌ କରିହାଣିଥିଲେ ଯେ ଲାଗୁଥିଲା ସତେ ଯେମିତି ହତ୍ୟାକାରୀମାନେ ଆଉ ନିଜକୁ ନିୟନ୍ତ୍ରଣରେରଖିପାରିନଥିଲେ। ଉକ୍ତ ହତ୍ୟାକାଣ୍ଡରୁ ଭୟଙ୍କର ପ୍ରତିଶୋଧର ଝଲକ ଫୁଟି ବାହାରି ଥିବାର ସ୍ପଷ୍ଟ ପ୍ରତୀୟମାନହେଉଥିଲା।

ଅଭିଷେକଙ୍କ ଜୀବନର କରୁଣ ପରିସମାପ୍ତି ବିଷୟରେ ଜାଣିବାକୁ ହେଲେ ଆମକୁ କାହାଣୀଚିକୁ ପ୍ରଥମରୁ ଆରମ୍ଭ
କରିବାକୁ ହେବ। ଅଭିଷେକ ଥିଲେ ବିବାହିତ । ହେଲେ ଅନ୍ୟଳଣେ ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଭଠିଥିଲା।ଯାହାଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା ସେଅବିବାହିତା ନଥିଲେ। ସେହି ମହିଳାଚ୍ଚଣକ ମଧ୍ଯ ଥିଲେବିବାହିତା। ବିବାହିତା ହୋଇଥିବା ଜାଣି ମଧ୍ଯ ଅଭିଷେକତାଙ୍କୁ ମନ ଦେଇ ବସିଲେ। ମନ ଦିଆ ନିଆର୍ୁ ସେମାନଙ୍କସଂପର୍କ ଆହୁରି ଗଭୀର ହୋଇଥିଲା ଯାହା ଶେଷରେ ଏକ ଦୁଃଖଦ ପରିଣତି ଦିଗକୁ ଟଣି ହୋଇଯାଇଥିଲା। ସେହିମହିଳାଙ୍କ ସ୍ବାମୀ ହୁଁ ଏହି ତଥାକଥିତ ପ୍ରେମ ନାଟକ ଉପରେଯବନିକା ଟାଣିଥିଲେ। କ୍ରୋଧରେ ଜର୍ଜରିତ ହୋଇଯାଇଥିବା ସେହି ମହିଳାଙ୍କ ସ୍ଵାମୀ ଓ ଭାଇମାନେ ଯେଜନାବଦ୍ଧ ଭାବେଅଭିଷେକଙ୍କୁ ଖଣ୍ଡାରେ ଅତି ବିଭସ୍ସ ଭାବେ ହାଣି ହତ୍ୟାକରିଥିଲେ।

ଅଭିଷେକଙ୍କ ଘର ବାଲେଶ୍ଵର ଜିଲ୍ଳା ଜଳେଶ୍ବର ଥାନା ଅ ନ୍ତର୍ଗତରାଜପୁର ପଞ୍ଚାୟତର ବଳରାମପୁର ଗାଁରେ। ଗ୍ରାମରଅବସରପ୍ରାପ୍ତ ପଞ୍ଚାୟତ ସମ୍ପାଦକ ମିହିର କୁମାର ଭୂୟାଙ୍କରଗୋଚିଏ ବୋଲି ପୁଅ ଥିଲେ ଅଭିଷେକ। ୭/୮ ବର୍ଷ ତଳେସନ୍ତୋଷଘ୍ଲର ଅଞ୍ଚଳର ଜୟନ୍ତୀଙ୍କ ସହିତ ଅଭିଷେକଙ୍କରବୈଦିକ ରୀତିରେ ବିବାହ ସଂପନ୍ନ ହୋଇଥୁଲା। ଅଭିଷେକଓ ଜୟନ୍ତୀଙ୍କର ବୈବାହିକ ଜୀବନ ବେଶ୍‌ ହସଖୁ ସିରେଆଘେଇ ଚାଲିଥିଲା। ସେମାନଙ୍କ କୋଳକୁ ପୁଅଟିଏ ମଧ୍ଯଆସିଯାଇଥିଲା ଯହାର ବର୍ଭମାନ ବୟସ ୫ବର୍ଷ । ଅଭିଷେକରାଜପୁର ପଞ୍ଚାୟତ ହାଇସ୍କୁଲରୁ ମାଟ୍ରିକ୍‌ ପାଶ୍‌ କରିଥିଲେ | ସେଛୋଟକାଚିଆ ଠିକାଦାରି କାମ କରୁଥିଲେ । ଅଧିକ ଦୁଇ ପଇସା
ଉପାର୍ଜନ ଆଶାରେ ଅନ୍ୟ କିଛି ବ୍ୟବସାୟ ମଧ୍ଯ କରୁଥିଲେ। ତାଙ୍କର ୨ଟି ଟ୍ରାକ୍କର ମଧ୍ଯ ଥିଲା। ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ଥିଲେଅଭିଷେକ। ସ୍ତ୍ରୀଙ୍କ ସହିତ କୌଣସି ପ୍ରକାରର ମନୋମାଳିନ୍ୟ ମଧ୍ଯ ନଥିଲା।

      ସବୁ ଠିକ୍ଠାକ୍‌ ଚାଲିଥିବା ବେଳେ ଅଡୁଆ ହେଲା ପରକୀୟାପ୍ରୀତି। ଏହି ପରକୀୟା ପ୍ରୀତି ହିଁ ଅଭିଷେକଙ୍କୁ ବିପଥଗାମୀକରାଇଲା। ପରକୀୟା ପ୍ରୀତିର ଆରମ୍ଭ ମଧ୍ଯ ହୋଇଥିଲାସେହି ଗ୍ରାମରେ। କାରଣ ସେହି ଗ୍ରାମର ଅନନ୍ତ ପ୍ରଧାନଙ୍କପୁଅ ହରେକୃଷ୍ଣ(୍‌୩୧)ଙ୍କ ପରିବାର ସହ ଅଭିଷେକଙ୍କର ସମ୍ପର୍କ ନିବିଡ଼ ହେଲା। ହରେକୃଷ୍ଣ ସେହି ଗ୍ରାମର ଧ୍ରିବଚରଣ ହୁଇଙ୍କ ଝିଅ ଉର୍ମିଳା (୨୯ )ଙ୍କୁ ବିବାହ ହୋଇଥୁଲେ। ତାଙ୍କରମଧ୍ଯ ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଭର୍ମିଳାଙ୍କ ଉପରେଅଭିଷେକଙ୍କର ନଜର ପଡ଼ିବା ପରଠୁ ଆରମ୍ଭ ହେଲା ଅଡୁଆ ।
        ତାଙ୍କ ରୂପ ସୌନ୍ଦର୍ଯ୍ୟରେ ଅଭିଷେକ ଦିନକୁ ଦିନ ଆକର୍ଷିତହେଲେ। କେବଳ ଭର୍ମିଳାଙ୍କ ପ୍ରତି ଆକର୍ଷିତ ହୋଇ ସେହରେକୃଷ୍ଣଙ୍କ ଘରକୁ ଯିବା ଆସିବା କରିବାକୁ ଲାଗିଲେ।ପ୍ରଥମେ ହରେକୃଷ୍ଣ ବିଶେଷ ଧ୍ଯାନ ଦେଭନଥିଲେ। କାରଣହରେକୃଷ୍ଣ ଥିଲେ ପେସାରେ ଜଣେ ଡମ୍ପର ଡ୍ରାଇଭର । ବହୁସମୟରେ ତାଙ୍କୁ ଘର ଛାଡ଼ି ବାହାରେ ରହିବାକୁ ପଡ଼ିଥାଏ ।ଅନେକ ଦିନ ଧରି ଘରକୁ ଫେରି ପାରନ୍ତି ନାହିଁ । ବାସ୍‌ ଏହିକଥାର ସ୍ଲୁଯୋଗ ନେଲେ ଅଭିଷେକ। ଥରେ ଅଧେ ନୁହେଁ,ଦୀର୍ଘ ୪ ବର୍ଷ ଧରି ଅଭିଷେକ ଓ ଉର୍ମିଳାଙ୍କ ମଧ୍ଯରେ ସମ୍ପର୍କବଢ଼ି ଚାଲିଲା। କେବଳ କଥାବାର୍ଭା କି ଥଟ୍ଟା ତାମସାରେ ସେହିସଂପର୍କ ସୀମିତ ରହିଥିଲେ ହୁଏତ କଥାଟ ଏତେ ଗୁର୍ମୁତର
ହୋଇନଥାନ୍ତା। କ୍ରମେ ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କସ୍ପ୍ରାପନ ହେଲା। କିନ୍ତୁ କଥାଟା ଆଉ ଲୁଚାଛପା ରହିଲା ନାହିଁ ।ଧୀରେ ଧୀରେ ଏକଥା ଅନ୍ୟମାନଙ୍କ କାନରେ ବି ପଡ଼ିଲା। କଥାଏକାନରୁ ସେକାନ ହୋଇ ହରେକୃଷ୍ଣ ବି ଜାଣିପାରିଲେ ।

       ଚଳିତ ମାସ ୯ ତାରିଖ ରାତିରେ ଏମିତି ଏକ ଘଟଣା ଘଟିଲା,ଯାହା ଅଭିଷେକଙ୍କ ପାଇଁ ଚେତାବନୀ ସଦୃଶ ଥିଲା। ହେଲେଅଭିଷେକ ତାହାକୁ ଗୁରୂତର ସହିତ ନେବା ପରିବର୍ଭେହେୟାଜ୍ଞାନ ସଦୃଶ ସଂପୂର୍ଣ୍ଣ ଅଣଦେଖା କରିଦେଲେ।ସେଦିନର ସେହି ଘଟଣା ଉପରେ ଗୁରୁତ୍ବ ଦେଇଥିଲେହୁଏତ ଏ ଘଟଣା ଘଟି ନଥାଂନ୍ତା ବୋଲି କୁହାଯାଉଛି। ସେହିରାତିରେ ଅଭିଷେକ ଉକ୍ତ ମହିଳାଙ୍କ ଘରକୁ ଯାଇଥୁଲେ। ବନ୍ଦ
କୋଠରୀ ଭିତରୁ ଉଭୟଙ୍କୁ ପରିବାର ଲୋକ ଧରି ପୁଲିସ୍‌ ଜିମାଦେଇଥଲେ। ୧୦ ତାରିଖ ଦିନ ଜଳେଶ୍ଵର ଥାନାରେ ଉଭୟଙ୍କମଧ୍ଯରେ ଆପୋସ ବୁଝାମଣା ମଧ୍ଧ ହୋଇଥିଲା। ଭଭୟ ଘରକୁଫେରିଥ୍ଲେ। କିନ୍ତୁ ଏହି ଘଟଣାର ଠିକ୍‌ ପରଦିନ ଉର୍ମିଳାପଶ୍ଚିମବଙ୍ଗର ଦାନ୍ତୁନ୍‌ ଥାନା ଧୂଳିଆ ଗ୍ରାମରେ ରହୁଥୁବା ତାଙ୍କର  ଭିଣୋଇ ବିଶ୍ବଜିତ୍‌ ବେରାଙ୍କ ଘରକୁ ଚାଲିଗଲେ। ସମସ୍ତେଭାବିଲେ ବୋଧହୁ ଏ କଥା ତୁଚିଗଲା। ହେଲେ ୨୧ ତାରିଖ ଦିନହୋଲି ପୂର୍ଣ୍ରିମା ଅବସରରେ ଅଭିଷେକ ରାଇବଣିଆ ଅଞ୍ଚଳକୁବ୍ଯବସାୟ କାର୍ଯ୍ୟରେ ଯଉଛି ବୋଲି ପରିବାର ଲୋକଙ୍କୁକହି ବାଇକ୍‌ ନେଇ ବାହାରିଗଲେ । ହେଲେ ସେ ରାଇବଣିଆନଯାଇ ଧୂଳିଆ ଗାଁକୁ ଯାଇଥିଲେ ଉର୍ମିଳାଙ୍କୁ ସାକ୍ଷାତ କରିବାକୁ ।ଉର୍ମିଳାଙ୍କ ଅନୂରୋଧରେ ନିକଟସ୍ଥ ଏକ ଗାଁରେ ଦୋଳ ଯାତ୍ରା
ଦେଖୁବା ପାଇଁ ଉଭୟ ବାହାରି ଗଲେ। ଏକଥା ଉର୍ମିଳାଙ୍କଭିଣୋଇ ମୋବାଇଲରେ ଖବର ଦେଇଥୂଲେ ସ୍ବାମୀ ହରେକୃଷ୍ଣପ୍ରଧାନ ଓ ଭାଇ କାହ୍ୁଚରଣ ହୁଇଙ୍କୁ। ଫଳରେ ଭିଣୋଇ ଓଶାଳକ ଏକ ନିଛାଟିଆ ସ୍ଥାନରେ ଅଭିଷେକଙ୍କୁ ଅଟକାଇଖଣ୍ଡୀରେ ଆକ୍ରମଣ କରିଥିଲେ। ଉର୍ମିଳା ପ୍ରତିବାଦ କରିବାରୁସେମାନେ ମଧ୍ଯ ତାଙ୍କ ହାତକୁ ଏକ ଚୋଟ ମାରିଥିଲେ।ଫଳରେ ସେ ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥ୍ଲେ ।ପରେ ହରେକୃଷ୍ଣ ଓ କାହ୍ଣୂଚରଣ ଖଣ୍ଡାରେ ବାରମ୍ଭାରଅଭିଷେକଙ୍କ ମୁଣ୍ଡ, ଛାତି, ପେଟ ଓ ଶରୀରର ବିଭିନ୍ନ ସ୍ଫାନକୁହାଣିଥିଲେ । ଫଳରେ ପ୍ରବଳ ରକ୍ତସ୍ରାବ ଯେଗୁଁ ଘଟଣା ସ୍ମୃଳରେତାଙ୍କର ମୃତ୍ୟୁ ହୋଇଥ୍‌ଲା। ଏହାପରେ ସେମାନେ ତାଙ୍କ
ମୃତଦେହକୁ ଏକ ଧାନ ବିଲରେ ପକାଇ ଦେଇ ସେଠାରୁ ଖସିପଳାଇଥୁଲେ। ଖବର ପାଇ ଦାନ୍ଜୁନ୍‌ ଥାନା ଅଧୁକାରୀ ସୁବ୍ରତମଜୁମଦାର ଗତ ୨୨ ତାରିଖ ଦିନ ଘଟଣା ସ୍ଥଳରେ ପହଞ୍ଚିମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁହସ୍ତାନ୍ତର କରିଥ୍‌ଲେ । ଏହି ଘଟଣାରେ ଦାନ୍ତୁନ୍‌ ଥାନାରେ ଏକକେଶ୍‌ ୯୫/୧୯ ରୂଳୁ ହୋଇଛି। ଉର୍ମିଳାଙ୍କ ସ୍ବାମୀ ହରେକୃଷ୍ଣପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।ତେବେ ଘଟଣା ପରଠୁ ଭର୍ମିଳାଙ୍କ ଭାଇ କାହ୍ମ୍‌ଚରଣ ଫେରାର
ହୋଇଯାଇଛି। ଅଧିକ ତଥ୍ୟ ପାଇଁ ଦାନ୍ତୁନ ପୁଲିସ୍‌ ଉର୍ମିଳାଙ୍କୁପଚରାଭଚରା ଳାରି ରଖୁଛି। ହରେକୃଷ୍ଣ ଏବେ ଜେଲ୍‌ରେ ।ଏକମାତ୍ର ରୋଜଗାରିଆ ପୁଅ ଅଭିଷେକକୁ ହରାଇ ମି ହିରଙ୍କପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଦାନ୍ଧୁନ୍‌ ପୁଲିସ୍‌ ଜଳେଶ୍ଵରପୁଲିସ୍‌ ସହାୟତାରେ ଏହି ହ ତ୍ୟକାଣ୍ଡର ତଦନ୍ତ ଜାରି ରଖୁଛି ।

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...