Saturday, 27 July 2019

ପାପ-ପ୍ରଣୟରୁ ସର୍ବନାଶ


ହିତାହିତ ଜ୍ଞାନ ହରାଇଲେ ମଣିଷ କେତେ ତଳକୁ ଖସିପାରେ! ବିବେକ ଓରଫ୍‌ ରାହୁଲ ରାଜାୱତ ପଡ଼ିଗଲା ମା' ସମାନ ମାଉସୀର ପ୍ରେମରେ ଓ କରି ବସିଲା ଜଘନ୍ୟ କାଣ୍ଡ ଯାହାର ବିଷମୟ ପରିଣତି ଉଭୟ ପରିବାରକୁ ଭୋଗିବାକୁ ପଡ଼ିଲା ।

         ରଶ୍ମୀ କହ୍ନେୟା ଦୁଇ ପୁଅଙ୍କ ସହିତ ଗ୍ଵାଲିୟର ସ୍ଥିତ ଗୋଲା କା ମନ୍ଦିର ଥାନା ଇଲାକାର ଗୋବର୍ଦନ କଲୋନୀରେ ରୁହନ୍ତି । ଗ୍ଵାଲିୟରର ଅନତି ଦୂରରେ ରଶ୍ମୀଙ୍କ ଜଣେ ଦୂରସମ୍ପର୍କୀୟ ଭଉଣୀ ରହୁଥିଲେ । ସେହି ଦୂର ସମ୍ପର୍କୀୟଭଉଣୀଙ୍କ ପୁଅ ରାହୁଲର ରଶ୍ମୀଙ୍କ ଘରକୁ ଯିବା ଆସିବା ଲାଗିରହିଥିଲା । ରଶ୍ମୀଙ୍କ ସ୍ଵାମୀ ଇନ୍ଦୋରର କୌଣସି ଏକ ହୋଟେଲ୍‌ରେ ଚାକିରି କରୁଥିବାରୁ ସେ ପରିବାରଠାରୁ ଦୂରରେ (ଇନ୍ଦୋରରେ) ରୁହନ୍ତି । ରାହୁଲର ତାଙ୍କ ଘରକୁ ଯିବା ଆସିବା ନେଇ ରଶ୍ମୀଙ୍କସ୍ବାମୀଙ୍କର କୌଣସି ଆପଭି ନ ଥିଲା । ସେ ଭାବୁଥିଲେ ରାହୁଲଆସିବା ଫଳରେ ପିଲା ଓ ପନ୍ଜୀଙ୍କ ସବୁ କାମ ସହଜ ହୋଇଯାଉଛି ।୪-୬ ମାସରେ ସପ୍ତାହେ ଦୁଇ ସପ୍ତାହ ପାଇଁ ଘରକୁ ଆସୁଥିବା ରଶ୍ମୀଙ୍କ ସ୍ଵାମୀ ପନ୍ଜୀଙ୍କ ସହ ଏକାନ୍ତରେ ସମୟ ବିତାଇ ପାରନ୍ତିନାହିଁ ଯାହାକୁ ନେଇ ରଶ୍ମୀ ଦୁଶ୍ଚି ନ୍ତାରେ ରହୁଥିଲେ । ସ୍ଵାମୀ ଘରକୁଆସିଲେ ପିଲାମାନେ ତାଙ୍କୁ ତିଳେମାତ୍ର ଏକୁଟିଆ ଛାଡ଼ୁ ନ ଥିବାରୁରଶ୍ମୀ ସ୍ଵାମୀସୁଖରୁ ବଞ୍ଚିତ ହେଉଥିଲେ । ଏ କଥା ଜାଣି ପାରିରାହୁଲ ଧୀରେ ଧୀରେ ରଶ୍ମୀଙ୍କ ନିକଟତର ହେବାକୁ ଲାଗିଲା ।ଦୁହେଁ ମାଉସୀ-ପୁତୁର ହେଲେ ମଧ୍ୟ ଦୁଇ ବନ୍ଧୁ ପରି ମିଶି ଯାଉଥିଲେ । ସେମାନଙ୍କ ଭିତରେ କୌଣସି ପ୍ରକାର ଅନ୍ତର ରହୁ ନଥିଲା । ରାହୁଲ ରଶ୍ମୀଙ୍କ ସୌନ୍ଦର୍ଯ୍ୟର ଦିୱା ନା ପାଲଟି ଯାଇଥିଲେମଧ୍ୟ ସମ୍ପର୍କୀୟ ମାଉସୀଙ୍କୁ ମନ କଥା କହିବାକୁ ଠିକ୍‌ ଭାବୁ ନ ଥିଲା ।
ଦିନେ ରଶ୍ମୀଙ୍କ ଦୁଇ ପୁଅ ସ୍କୁଲ ଯାଇଥିବାବେଳେ ରଶ୍ମୀ ଓ ରାହୁଲ ଘରେ ଏକୁଟିଆ ଥାନ୍ତି । କୌଣସି କାରଣରୁ ରାହୁଲଙ୍କ ହାତରଶ୍ମୀଙ୍କ ଦେହରେ ବାଜିଗଲା । ସମସ୍ତ ପ୍ରକାର ସ୍ପର୍ଶ ଅନୁଭବ କରିଥିବା ରଶ୍ମୀ ରାହୁଲର ଅଙ୍ଗସ୍ପର୍ଶକୁ ବୁଝିପାରି କହିଲେ- ଯଦି ମୋତେ ଛୁଇଁବାକୁ ଚାହଁ ତେବେ ନିଡର ହୋଇ ମନଭରି ଛୁଅ... ନଚେତ୍‌ ମୋ” ପାଖକୁ ଆସନା! ରଶ୍ମୀର ଏ କଥା ପଦକ ରାହୁଲର ପୁରୁଷତ୍ଵକୁଉଜାଗର କରିଦେଲା । ମୁହୁର୍ତେ ନଷ୍ଟ ନ କରି ରଶ୍ମୀର ଦେହ ଭୋକକୁମାରିଦେଲା ରାହୁଲ । ଏହା ପରଠାରୁ ଆରମ୍ଭ ହେଲା ରଶ୍ମୀ-ରାହୁଲଙ୍କର ଶରୀର ଭୋକ ମେଣ୍ଟାଇବା ଅଭିଯାନ ।ପ୍ରତିଦିନ ସତ୍ୟମ୍‌ ଓ ତା”ସାନ ଭାଇ ସ୍କୁଲକୁ ଚାଲିଯିବା ପରେ ମାଉସୀ-ପୁତୁରା ଘଣ୍ଟା ଘଣ୍ଟା ଘର କବାଟ ବନ୍ଦ କରି ପ୍ରେମ-¬ପ୍ରଣୟରେ ମସ୍‌ଗୁଲ୍‌ ରୁହନ୍ତି । ପ୍ରଥମେ ପ୍ରଥମେ ଏମାନଙ୍କ ସମ୍ପର୍କକୁ
କୌଣସି ପଡୋଶୀ ଖରାପ ନଜରରେ ଦେଖୁ ନ ଥିଲେ ମଧ୍ଧ ଅଧୁକାଂଶ ସମୟ ରଶ୍ମୀ ଓ ରାହୁଲ କବାଟ ବନ୍ଦ କରି ଘର ଭିତରେ ରହୁଥିବାକୁ ସେମାନେ ଆଡ଼ ଦୃଷ୍ଟିରେ ଦେଖୁଲେ । ତୁଣ୍ଡ ବାଇଦ ସହସ୍ର କୋଶ ବ୍ୟାପି ଶେଷରେ ରଶ୍ମୀଙ୍କ ସ୍ଵାମୀଙ୍କ କାନରେ ପଡ଼ିଲା।ରଶ୍ମୀଙ୍କ ସ୍ଵାମୀ ତୁରନ୍ତ ଘରକୁ ଆସି ରଶ୍ମୀ ଓ ରାହୁଲଙ୍କୁ ତାଗିଦ୍‌ କରିବା ସହ ସଙ୍ଗେ ସଙ୍ଗେ ଆଦିତ୍ୟପୁରମ୍‌ ଭଡ଼ାଘର ଛାଡି ଗୋବର୍ଦ୍ଧନ କଲୋନୀକୁ ସିଫ୍ଟକଲେ । ସେ ମଧ୍ୟ ରାହୁଲକୁ ତାଙ୍କ ଘରକୁ ନଆସିବାକୁ ସିଧା ସିଧା ମନା କରିଦେଲେ । ପୁଅ ସତ୍ୟମ୍‌କୁ ରଶ୍ମୀ ଓ ରାହୁଲ ଉପରେ ନଜର ରଖିବାର ଦାୟିତ୍ଵ ଦେଇ ସେ ପୁଣି ଇନ୍ଦୋର ଫେରିଗଲେ ।
ଯେଉଠି ପ୍ରତିଦିନ ରାହୁଲ ଓ ରଶ୍ମୀ ଘଣ୍ଟା ଘଣ୍ଟା ଏକାଠି ରହିଦେହ ଭେ।କର ଭରଣ କରୁଥିଲେ, ଏବେ ଦୁଇ କାମୁକଙ୍କ ପକ୍ଷେ ପରସ୍ପରଠାରୁ ଅଲଗା ରହିବା ଅସହ୍ୟ ହୋଇ ପଡ଼ିଲା । ଏମିତି କିଛିଦିନ ବିତିଗଲା ପରେ ଦିନେ ମୌକା ଦେଖି ରାହୁଲ ରଶ୍ମୀକୁ ଦେଖା କରିବାକୁ ତାଙ୍କ ଘରକୁ ଗଲା । ରାହୁଲକୁ ଦେଖ୍‌ ରଶ୍ମୀର ଖୁସିର ସୀମା ରହିଲା ନାହିଁ । ଦୁହେଁ ପୁଣି ହଜିଗଲେ ପରସ୍ପର ଭିତରେ । ଠିକୁ ଏତିକି ବେଳେ ଘରକୁ ଫେରିଥିଲା ସତ୍ୟମ୍‌ । ମାଉସୀପୁଅ ଭାଇ ରାହୁଲ ଓ ମା” ରଶ୍ମୀଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି ଦେଲା ସତ୍ୟମ୍‌ । ସେପଟେ ସତ୍ୟମ୍‌କୁ ଦେଖି ରଶ୍ମୀ ଓ ରାହୁଲ ଛାନିଆ ହୋଇ ହୋଇଗଲେ ।

ସଙ୍ଗେ ସଙ୍ଗେ ଗୋଟିଏ ବୁଦ୍ଧି ପାଞ୍ଚି ରାହୁଲ ସତ୍ୟମ୍‌କୁ ବହକେଇଫୁସୁଲେଇ ବଜାରକୁ ଚାଟ୍‌ ଖୁଆଇବା ପାଇଁ ନେଇଗଲା । ବଜାରରେ ଚାଟ୍‌ ଖୁଆଇବାକୁ ଦେବା ବାହାନାରେ ବାପାଙ୍କୁ ଏ ନେଇ କିଛି ନ କହିବାକୁ ରାହୁଲ ସତ୍ୟମ୍‌କୁ କହିଲା ।ସତ୍ୟମ୍‌ ଛୋଟ ହେଲେ ବି ନିଜ ବୟସ ତୁଳନାରେ ଅଧୁକ ଚତୁର ଥିଲା । ରାହୁଲର କଥାଶୁଣି ସତ୍ୟମ୍‌ ପାଲଟା ଉତ୍ତର ଦେଲା- ମୁଁଏକଥା ବାପାଙ୍କୁ ନ ଜଣାଇଲେ ମୋର କି ଫାଇଦା ହେବ ?ରାହୁଲ ସତ୍ୟମ୍‌ର ଇରାଦା ବୁଝିପାରି କହିଲା- ହଉ ତୁ ଯାହାମାଗିବୁ ମୁଁ ତତେ ସେୟା ଦେବି... କିନ୍ତୁ ତୁ ଏ କଥା ବାପାଙ୍କୁ କହିବୁନାହିଁ । ରାହୁଲ ପାଟିରୁ କଥା ନ ସରୁଣୁ ସତ୍ୟମ୍‌ ତା' ସାଙ୍ଗମାନଙ୍କୁପାର୍ଟି ଦେବା ପାଇଁ ରାହୁଲଠାରୁ ୨ ହଜାର ଟଙ୍କା ନେଇ ଚାଲିଗଲା ।ରଶ୍ମୀ ଓ ରାହୁଲ ସତ୍ଯମ୍‌ର ଏ ପରି କାର୍ଯ୍ୟ କଳାପ ଦେଖ୍‌ଭାବିଲେ ସତ୍ୟମ ତାଙ୍କ ନିକଟରେ ବିକ୍ରି ହୋଇଗଲା, ଆଉ ଏବେଆମକୁ ଏକାଠି ହେବାରେ କେହି ବାଧା ଦେଇ ପାରିବେ ନାହିଁ ।ଯେଉଁଠି ରାହୁଲ -ରଶ୍ମୀ ଦୁହେଁ କାମନାର ଜ୍ଵାଳାରେ ସମର୍ପିତ ହୋଇଥୁଲେ, ଏ ମୌକାର ଭରପୂର ଫାଇଦା ଉଠାଇବାରେଲାଗିଥୁଲ। ସତ୍ଯମ୍‌ । ଧୀରେ ଧୀରେ ସତ୍ଯମ ତା'ର ସବୁ ଆବଶ୍ୟକତା ରାହୁଲଦ୍ଧାରା ଭରଣା କଲା । ରାହୁଲ ସତ୍ୟମକୁ ୨୦ହଜାର ଟଙ୍କାର ଗୋଟିଏ ମୋ ବାଇଲ୍‌ ମଧ୍ଯ ଦେଲା । କିନ୍ତୁ ରାହୁଲରସହିବାର ସୀମା ସେତେବେଳେ ଟପିଗଲା ଯେତେବେଳେ ସତ୍ୟମ୍‌ରାହୁଲକୁ ୧ ଲକ୍ଷ ଟଙ୍କାର ଏକ ବାଇକ୍‌ କିଣାଇ ଦେବା ପାଇଁ ଜିଦ୍‌ଧରିଲା । ସେ କହିଲା- ଯଦି ତୁମେ ମୋତେ ବାଇକ୍‌ ନ ଦିଅ ମୁଁବାପାଙ୍କୁ ସବୁ କଥା କହିଦେବି... |
ସତ୍ୟମ୍‌ର ଧମକରେ ରାହୁଲ ବ୍ୟତିବ୍ୟସ୍ତ ହୋଇପଡ଼ିଲା । ଏଘଟଣାର ପାଖାପାଖୁ ୨-୩ମାସ ପୂର୍ବରୁ ସତ୍ୟମ୍‌ର କିଛି ପିଲାଙ୍କସହିତ ବଡ଼ଧରଣର ଝଗଡ଼ା ହୋଇଥୁଲ। । ସତ୍ୟମ୍‌ ସେହିପିଲାମାନଙ୍କଠାରୁ ପିଟା ମଧ୍ୟ ଖାଇଥିଲା । ଏ ମାର୍‌ପିଟ୍‌ର ଫଇସଲା କରିଥିଲା ରାହୁଲ । ସତ୍ୟମ୍‌ଠାରୁ ଧମକ ପାଇବା ପରେ ରାହୁଲ ମୁଣ୍ଡକୁ ଏକ ଦୁଷ୍ଟ ବୁଦ୍ଧି ଜୁଟିଲା ।

         ଜାନୁଆରୀ ୫ ତାରିଖ ରାତି ପ୍ରାୟ ୧୦ଟା ହେବ । ଗ୍ବାଲିୟରରଗୋଲା କା ମନ୍ଦିରର ଥାନା ଅଧୁକାରୀ ପ୍ରବୀଣ ଶର୍ମାଙ୍କ ପାଖରେଆସି ପହଞ୍ଚିଲେ ୩୦ ବର୍ଷୀୟା ରଶ୍ମୀ କହ୍ନେୟା ଓ କିଛି ଲୋକ ।ରଶ୍ମୀଙ୍କ ସହିତ ରାହୁଲ ମଧ୍ୟ ଥିଲା । ଥାନା ଅଧୁକାରୀ ରଶ୍ମୀଙ୍କୁଆସିବାର କାରଣ ପଚାରିବାରୁ ସେ କହିଲେ- ମୋ ପୁଅ ସତ୍ୟମ୍‌ପ୍ରତିଦିନ ଭଳି ଆଜି ସକାଳେ ଟ୍ୟୁସନ୍‌ ଯାଇଥିଲା କିନ୍ଗୁ ଏ ପର୍ଯ୍ୟନ୍ତଘରକୁ ଫେରି ନାହିଁ ! ରଶ୍ମୀଙ୍କଠାରୁ ପୋଲିସ ସବୁ କଥା ପଚାରି ବୁଝିଲା ବେଳକୁ ପୁତୁରା ରାହୁଲ ପୋଲିସକୁ କହିଥିଲା, କିଛି ଦିନ ପୂର୍ବେ ସତ୍ୟମ୍‌ର କିଛି ପିଲାଙ୍କ ସହିତ ଝଗଡ଼ା ହୋଇଥଲା...ବୋଧହୁଏ ସତ୍ୟମ୍‌ ନିଖୋଜ ହେବା ପଛରେ ସେମାନଙ୍କର ହାତଅଛି ! ସତ୍ଯମ୍‌ ନିଖୋଜ ନେଇ ଥାନା ଅଧୁକାରୀ ପ୍ରବୀଣ ଶର୍ମା ଥାନାରେ ମାମଲା ରୁଜୁ କରି ଉଚ୍ଚାଧଵକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇ ଦେଲେ ।

ନିଖୋଜ ହେବାର ୨୪ ଘଣ୍ଟା ବିତିଯାଇଥିଲେ ବି ଘରକୁ ସତ୍ୟମ୍‌ଫେରି ନ ଥଲା । ରଶ୍ମୀ ଓ ରାହୁଲ ଆଉଥରେ ଥାନାକୁ ଯାଇ ସେହିତିନି ପିଲାଙ୍କ ଉପରେ ଠୋସ୍‌ ପଦକ୍ଷେପ ନେବାକୁ ପ୍ରବୀଣ ଶର୍ମାଙ୍କୁ ପରାମର୍ଶ ଦେଲେ । ଉଚ୍ଚାଧୂକାରୀ ମନୋହର ବର୍ମା ପ୍ରବୀଣ ଶର୍ମାଙ୍କୁ ସେହି ତିନି ପିଲାଙ୍କୁ ଜେରା କରିବାକୁ ଆଦେଶ ଦେଲେ ।ଆଦେଶ ପାଇବା ମାତ୍ରେ ପ୍ରବୀଣ ସେମାନଙ୍କୁ ଥାନାକୁ ଡକାଇଜେରା କଲେ । ସେମାନଙ୍କଠାରୁ କୌଣସି ସୁରାଗ ନ ପାଇ ଥାନା ଅଧିକାରୀ ସେମାନଙ୍କୁ ଛାଡ଼ିଦେଲେ ।

ତିନି ଅଭିଯୁକ୍ତଙ୍କୁ ପୋଲିସ ଛାଡ଼ିଦେବା ଦେଖି ରାହୁଲ ଏକ୍‌ଦମ୍‌ରାଗିଯାଇ ପୋଲିସ ସେମାନଙ୍କ ଠାରୁ ଲାଞ୍ଚ ନେଇଛି ବୋଲିଆରୋପ ଲଗେଇଲା । ଚାରିଆଡେ ସତ୍ୟମ୍‌କୁ ଖୋଜାଖୋଜି କଲାପରେ ବି ତା'ର ପତ୍ତା ମିଳି ନ ଥିଲା । ରାହୁଲ ନିର୍ଦ୍ଦିଷ୍ଟ ଭାବେ ସେହି ତିନି ପିଲାଙ୍କୁ ସତ୍ୟମ୍‌ର ଅପହତ୍ତା ବୋଲି କହୁଥିବା କାରଣରୁତା” ଉପରେ ପୋଲିସର ସନ୍ଦେହ ହେଲା | ଶର୍ମା ରାହୁଲ ପଛରେ ତାଙ୍କ ଜାସୁସ୍‌ମାନଙ୍କୁ ଲଗେଇ ଦେଲେ ।ରାହୁଲର କହିବା କଥା ଥିଲା ଯେ ଘଟଣା ଦିନ ସକାଳେ ସେସତ୍ୟମ୍‌କୁ ତା” କୋଚିଂ ସେଣ୍ଟର ପାଖରେ ଥିବା ପେଟ୍ରୋଲ ପମ୍ପରେଛାଡ଼ି ଦେଇଥିଲା । ପୋଲିସ କୋଚିଂ ସେଣ୍ଟର ନିକଟବର୍ତୀ ସବୁ ସିସିଟିଭି ଫୁଟେଜ୍‌ ଚେକ୍‌ କଲାଗୁ କୌଣସି ଫୁଟେଜ୍‌ରେ ସତ୍ୟମ୍‌ କିରାହୁଲ ନ ଥିଲେ । ଏହି କାରଣରୁ ପୋଲିସ ସନ୍ଦେହ କରୁଥିଲାଯେ ସତ୍ୟମ ନିଖୋଜ ହେବା ଘଟଣାରେ କେଉଁଠି ନା କେଉଁଠିରାହୁଲର ହାତ ଅଛି, କିନ୍ତୁ ବିନା ପ୍ରମାଣରେ ପୋଲିସ ରାହୁଲଉପରେ କୌଣସି ଆରୋପ ଲାଗାଇ ପାରି ନ ଥିଲା |

ନିଖୋଜର ୪ ଦିନ ପରେ ଅର୍ଥାତ୍‌ ଜାନୁଆରୀ ୧୦ ତାରିଖରେଜେରା ଥାନା ଅର୍ନରଗତ ବୁରାବଳୀ ଗା ପାଖଦେଇ ବହି ଯାଉଥିବା ନଇରେ ଏକ କିଶୋରର ଶବ ଭାସୁଥିବାର ସୂଚନା ଗ୍ଵାଲିୟର ଗୋଲା କା ମନ୍ଦିର ଥାନାରେ ପହଞ୍ଚିଲା ।ଶବର ରୂପରେଖ ସତ୍ୟମ୍‌ ସହ ମିଶିଯାଉଥିବାରୁ ଶବ ଚିହ୍ନଟପାଇଁ ପ୍ରବୀଣ ଶର୍ମା ଅବିଳମ୍ବେ ରଶ୍ମୀଙ୍କୁ ଶବ ନିକଟକୁ ଡକାଇଲେ ।ଶବଟି ସତ୍ୟମ୍‌ର ବୋଲି ଚିହ୍ନଟ ହେବା ପରେ ପୋଲିସ ତାହାକୁବ୍ୟବଚ୍ଛେଦ ପାଇଁ ପଠାଇ ଦେଲା ଏବଂ ଆଉ ତିଳେ ମାତ୍ର ଡେରି ନକରି ସନ୍ଦେହଘେରରେ ଥିବା ରାହୁଲକୁ କାବୁ କରି ଜେରା ଆରମ୍ଭକଲା । ପୋଲିସର ପ୍ରଶ୍ନବାଣରେ ରାହୁଲ ଅମ୍ତବ୍ୟସ୍ତୁ ହୋଇ ଶେଷରେ ସବୁ ସତ କଥା ଓଗାଳି ପକାଇଲା...
   ସତ୍ୟମ୍‌ର ସେହି ତିନି ପିଲାଙ୍କ ସହ ଝଗଡା ହେବା ସମୟରୁ ହିଁ ରାହୁଲ ସବୁଦିନ ପାଇଁ ତା” ରାମ୍ତ୍ରାରୁ ସତ୍ୟମ୍‌ ପରି କଣ୍ଟାକୁ ହଟେଇସବୁ ଦୋଷ ସେହି ପିଲାମାନଙ୍କ ମୁଣ୍ଡରେ ଢାଳିବା ଷଡଯନ୍ତ୍ରକରିଥିଲା । ଏପରି ଏକ ଜଘନ୍ୟ କାମ ପାଇଁ ରାହୁଲ ଜଣେସାହାଯ୍ୟକାରୀକୁ ଲୋଡୁଥିଲା । ସେ ଜୋରାରେ ରହୁଥିବା  ତା”ପିଉସୀ ପୁଅ ଭାଇକୁ ଏପରି ପାପକର୍ମରେ ଭାଗୀଦାର କଲା ।ଦୁଇ ଭାଇଙ୍କ ଭିତରେ ଏକ ଚୁକ୍ତି ହେବା ପରେ ପିଉସୀ ପୁଅ ସୁମିତସତ୍ଯମ୍‌କୁ ମାରିବାରେ ରାହୁଲକୁ ସାହାଯ୍ୟ କରିବାକୁ ରେଡି ହୋଇଗଲା ।ରାହୁଲ ଓ ସୁମିତ ମଧ୍ୟରେ ଚୁକ୍ତି ଥିଲା- ରଶ୍ମୀ ସହିତ ସୁମିତ ଗାଟିଏ ରାତି ବିତାଇବ । ଆଉ ଏଥିପାଇଁ ରାହୁଲ ରଶ୍ମୀକୁ ରାଜିକରେଇବ । ଏସଉତ୍ତରେ ରାହୁଲ ରାଜି ହୋଇଥିଲା ।
       ରାହୁଲ ଓ ରଶ୍ମୀଙ୍କ ମିଳ।ମିଶା ପୂର୍ବ ପରି ସ୍ବାଭ।ବିକହୋଇଯାଇଥିବା କାରଣରୁ ରାହୁଲ ଆସିବା ମାତ୍ରକେ ସତ୍ୟମ୍‌ ଘରୁ ବାହାରକୁ ଚାଲି ଯାଉଥିଲା । ଘଟଣା ଦିନ ରାହୁଲ ଘରକୁ ଆସିବା ଦେଖ୍‌ ସତ୍ୟମ୍‌ ବାହାରକୁ ଚାଲିଗଲା । ପାଖାପାଖୁ ଅଧଘଣ୍ଟା ପରେରାହୁଲ ସତ୍ୟମ୍‌କୁ ଡକାଇ କହିଲା- ମୁଁ ତୋ ବାଇକ୍‌ର ବ୍ୟବସ୍ଥାଆଜି କରିଦେବି...ଆମେ ପ୍ରଥମେ ଜୋରା ଯିବା, ସେଠାରୁ ମୁଁ ଉଧାର ଦେଇଥିବା ଟଙ୍କା ଆଣି ତୋ ବାଇକ୍‌ କିଣିଦେବି ।ବାଇକ୍‌ ଲୋଭରେ ସତ୍ୟମ ରାହୁଲ ସହ ଜୋରା ବାହାରିଗଲା ।ସେଠାରୁ ରାହୁଲର ପିଉସୀ ପୁଅ ଭାଇ ସୁମିତ ସେମାନଙ୍କ ସହ ସାମିଲ୍‌ ହେଲା । ତିନିହେଁ ସବଲଗଡ଼ର ବଦେହରା ପୋଲ ପର୍ଯ୍ୟନ୍ତ ଗଲେ । ପୋଲ ଉପରେ ଛିଡ଼ା ହୋଇ ସତ୍ୟମକୁ ରାହୁଲ କହିଲାଯିଏ ଆମକୁ ଟଙ୍କା ଦେବ ସେ ଏଠାକୁ ଆସିବ । ତିନିଜଣଯାକ ସେଠାରେ ଅପେକ୍ଷା କରିଥିବାବେଳେ ସତ୍ଯମ୍‌ ପୋଲରେ ଛିଡ଼ା ହୋଇ ମୁରେନା ବ୍ରାଞ୍ଚ କେନାଲକୁ ଝୁକ୍କି ଚାହୁଁଥିବା ବେଳେ ପଛପଟୁ ରାହୁଲ ଓ ସୁମିତ ତାକୁ ପାଣିକୁ ଠେଲିଦେଲେ । ପହଁରା ଜାଣି ନଥିବା ରୁ ସତ୍ୟମ୍‌ ପାଣିରେ ବୁଡି ଜୀବନ ହରାଇଲା ।ରାହୁଲର ବୟାନ ଶୁଣିବା ପରେ ପୋଲିସ ତାକୁ ଓ ତା' ପିଉସୀ ପୁଅ ଭାଇ ସୁମିତକୁ ଗିରଫ କରି ଯଥାସମୟରେଦୁଇ ଆସାମୀଙ୍କୁ କୋର୍ଟରେ ହାଜର କଲା । ଏବେ ଦୁହେଁ ଜେଲ୍‌ର କାଳ କୋଠରୀରେ ଦିନ କାଟୁଛନ୍ତି ।

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...