Thursday, 18 July 2019

ଟାଇମ୍ ପାସ୍ ପ୍ରେମରେ ଅପରାଧ


   

ଆଜିକାଲିର ଟାଇମ୍ ପାସ୍ ପ୍ରେମ ଜମାନାରେଅନେକ ଯୁବକ ଯୁବତୀଏକ।ଧ୍କ ଯୁବକ ଓ ଯୁବତୀଙ୍କ ସହ ସମ୍ପର୍କରେରହୁଛନ୍ତି । ଡ ଲି ଥିଲା ଖି ବ୍ସୁନ୍ଦରୀ । ସହଜରେଯୁବକମାନେ ତାୀ। ପ୍ରେମରେ ପଡ଼ିଯାଉଥିଲେ । ପ୍ରେମିକମାନଙ୍କଠାରୁ ଭରପୂର ଫାଇଦା ଉଠାଉଥ୍୍ଲା ଡ ଲି । ସବୁଦିନେ ଏତେ ତରୁଣଙ୍କ ସହ ପ୍ରୀତି ପାଳିବା ସମ୍ଭବ ନୁହେଁ।କିନ୍ତୁ ପ୍ରେମିକମାନଙ୍କଠାରୁ ପିଛା ଛଡ଼େଇବା ପାଇଁଡ ଲି ଯେଉଁ ପନ୍ଥା ଅବଲମ୍ବନ କଲା ତାହା ଥିଲା ପୂରାପୂରି ଭୂଲ୍ ଯେଉଁଥ୍ ପାଇଁ ପାଠ ପଢ଼ା ବୟସରେ ଜେଲ୍ର କାଳ କୋଠରୀରେ ରହିତାକୁ ଏବେ ଅନୁତାପର ନିଆରେ ଜଳିବାକୁ  ପଡୁଛି !

   ସୁଶୀଲ କୁମାର ସଂହ ଦିଲ୍ଲୀର ଚାଓୱଡ଼ୀ ବଜାର ସ୍ଥିତ ୱନସଏଣ୍ଟରପ୍ରାଇଜେସ୍ରେ ଏକାଉ ଟାଣ୍ଟ ଭାବେ କାମ କରନ୍ତି । ୨୦୧୮ ଅଗଷ୍ଟ ୧୧ ତାରିଖରେ ସୁଶୀଲ ଗାକୁ ଯିବାକଥା ମାଲିକ ପୱନ ଙ୍କୁ ଜଣାଇ ତାଙ୍କଠାରୁ ଦୁଇଦିନରଛୁଟି ମଞ୍ଜୁରି କରାଇନେଲେ । ୨ଦିନ ଛୁଟି ନେଇ ଯେତେବେଳେ ସୁଶୀଲ ୩-୪ ଦିନ ବିତିଯିବା ପରେ ବି ଦୋକାନକୁ ନଫେରିବାରୁ ସେତେବେଳେ ମାଲିକ ପୱନ ତା” ମୋବାଇଲ୍କୁ ଫୋନ୍ କଲେ |ସୁଶୀଲର ଫୋନ୍ ସ୍ଵିଚ୍ଅଫ୍ ଆସିବା ପରେ ପୱନ ସୁଶୀଲର ବାପାଅର୍ଥାତ୍ ରଷିପାଲଙ୍କୁ ଫୋନ୍ କରି ସୁଶୀଲ ସମ୍ପର୍କରେ ପଚାରି ବୁଝିଲେ । କିନ୍ତୁ ସୁଶୀଲ ଘରକୁ ଆସିବା ନେଇ ରଷିପାଲ ମନାକରିଥିଲେ । ରଷିପାଲଙ୍କ କଥାରେ ମାଲିକ ପଏୱ୍ନଙ୍କୁ କଥା ଅଡୁଆଲାଗିଲା ଯାହା ପରେ ସେ ରଷିପାଲଙ୍କୁ ସୁଶୀଲ ସମ୍ପର୍କରେପୋଲିସକୁ ଜଣାଇବା ପାଇଁ ପରାମର୍ଶ ଦେଲେ ।ଅଗଷ୍ଟ ୧୬ ତାରିଖରେ ରଷିପାଲ ଦିଲ୍ଲୀର ହୋଜକରଜୀ ଥାନାରେ ପହଞ୍ଚି ସୁଶୀଲର ଫଟୋଦେଇ ସୁନୀଲର ନିଖୋଜ୍କୁ ନେଇ ଏଫ୍ଆଇଆର୍ ଦେଲେ । ଥାନା ଅଧ୍କାରୀ ଆର୍.କେ. ସିଂହ
ରଷିପାଲଙ୍କଠାରୁ ଜରୁରୀ କଥା ସବୁ ପତ୍ତା ଲଗାଇବା ପରେ ସୁଶୀଲଙ୍କସମ୍ପକ୍ୀୟଙ୍କ ନମ୍ବର ସବୁକ୍ ଏକ ଡାଏରୀରେଲେଖୂନେଲେ । ମୋବାଇଲ୍ ନମ୍ବରରୁ ପୋଲିସ ତା' କାର୍ଯ୍ୟସୂଚାରୁରୂପେ ତୁଲାଉଥିବାବେଳେ ଡାଏରୀରେ ଥିବା ଗୋଟିଏ ନମ୍ବରସ୍ଵିଚ୍ଅଫ୍ ଆସିଲା । ତା' ପରେ ପୋଲିସ ଏହି ନମ୍ବରର କଲ୍ ଡିଟେଲ୍ସ
ବାହାର କଲା । ଯେଉଁଥିରୁ ଜଣାପଡ଼ିଲା ସୁଶୀଲ ନମ୍ବରରୁ ଏହିନମ୍ବରକୁ ଅନେକ ମେସେଜ୍ କରାଯାଇଛି । ନମ୍ବର ବିଷୟରେ ଅଧୁକଯାଞ୍ଚ କରିବା ପରେ ଜଣାପଡ଼ିଲା ଯେ, କେହି ଜଣେ ନକଲି ଆଧାର ନମ୍ବର ଦେଇ ସିମ୍ଟିକୁ କିଣିଛି । ତେବେ ସେହି ନମ୍ବରର ବ୍ୟବହାରକର୍ତା ଥିଲେ ଜଣେ ଯୁବତୀ ଯାହାଙ୍କ ନା' ଥିଲା ଡିମ୍ପଲ ଓରଫ୍ ଡ ଲି ଚୌଧୁରୀ ।

ଡ ଲି ସମ୍ପର୍କରେ ପଚାରିବାରୁ ରଷିପାଲ କହିଥିଲେ ଦୀର୍ଘ ଛଅବର୍ଷ ଧରି ସୁଶୀଲ ଓ ଡ ଲି ପ୍ରେମ ସମ୍ପର୍କରେ ଥିଲେ । କିନ୍ତୁ ଦେଢ଼ବର୍ଷ ହେବ ଡ ଲି ଗ୍ରେଟର ନୋଏଡାରେ ଆଉ ଜଣେ ଯୁବକ ସହରହୁଥିବା କାରଣକୁ ନେଇ ସୁଶୀଲ ଓ ଡ ଲି ମଧ୍ଯରେ ମତାନ୍ତର ଚାଲିଥିଲା । କିଛିଦିନ ପୂର୍ବେ ଡ ଲି ରଷିପାଲଙ୍କ ଘରକୁ ଯାଇ ସୁଶୀଲତାକୁ ହଇରାଣ କରୁଥିବାର ଅଭିଯୋଗ କରିଥିଲା । ଅଭିଯୋଗକୁନେଇ ଗାରେ ପଞ୍ଚାୟତି ବସିବା ସହ ସୁଶୀଲର ଡ ଲି ସହ କୌଣସି ପ୍ରକାର ସମ୍ପର୍କ ନ ରଖି ବା କଥା ଫଇସଲା ହୋଇଥିଲା ।

     ଉତ୍ତର ପ୍ରଦେଶ ଜିଲ୍ଲାର ପିଞ୍ଜରୀ ଗ୍ରାମରେ ପହଞ୍ଚିଲେ ଥାନାଅଧ୍କାରୀ । ଯେଉଁଠାରେ ରହୁଥିଲା ଡ ଲି । ଡ ଲିକୁ ମୋବାଇଲ୍ନମ୍ବର ବିଷୟରେ ପଚରା ଉଚରା କରିବାରୁ ସେ ସେହି ନମ୍ବରଟିବ୍ୟବହାର କରୁଥିବା କଥା ସ୍ଵୀକାର କଲା । ବିସ୍ତୃତ ଭାବେ ଡ ଲିକୁସୁଶୀଲ ବିଷୟରେ ପଚାରିବା ପାଇଁ ପୋଲିସ ଡ ଲିକୁ ୨୫ ତାରିଖଦିନ ଦିଲ୍ଲୀ ନେଇ ଆସିଲା । ସୁଶୀଲର ନିଖୋଜ ନେଇ ଡ ଲିକୁ ଦୀର୍ଘ ସମୟ ଧରି ଜେରା କରିବା ସତ୍ତ୍ଵେ ସେ ଏନେଇ କୌଣସି କଥା ଜାଣିନାହିଁ ବୋଲି କହିବା ପରେ ପୋଲିସ ତାକୁ ଘରକୁ ପଠେଇଦେଲେ । କିନ୍ଗୁ ସୁଶୀଲ ନିଖୋଜର ଯାଞ୍ଚ ଭିତରେ ପୋଲିସର ସନ୍ଦେହପୁଣି ବଢ଼ିଲା ଡ ଲି ଉପରେ । ୩୦ ତାରିଖ ଦିନ ପୋଲିସ ପୁଣିଡ ଲିକୁ ଥାନାକୁ ଡକେଇ ନିର୍ଦ୍ଦିଷ୍ଟ ଗୋଟିଏ ଦିନରେ ତୁମ ପ୍ରେମିକମନୀଷ ଓ ତୁମ ଫୋନ୍ କଂଣ ପାଇଁ ସ୍ଵିଚ୍ଅଫ୍ ଥିଲା ପଚାରିବାରୁ ଏହାର କୌଣସି ତର୍କସଂଗତ ଉତ୍ତର ଡ ଲି ଦେଇ ନପାରି ଶେଷରେ ସେ ସୁଶୀଲର ହତ୍ୟା କରାଯାଇଥିବା କଥା ନିଜ ମୁହଁରେ ମାନିଗଲା ।

୧୧ ତାରିଖ ଦିନ ରାତିରେ ଡ ଲି ତା” ପ୍ରେମିକ ସହ ମିଶିସୁଶୀଲଙ୍କୁ ପ୍ରଥମେ ବେହୋସ କରିଦେଇଥିଲା ଓ ପରେ ତାକୁ ଯମୁନାନଦୀର ପାଣିରେ ଫୋପାଡ଼ି ଦେଇଥିଲେ । ସୁନୀଲଙ୍କ ନିଖୋଜଘଟଣାରେ ଅପହରଣର ଓ ପରେ ହତ୍ୟା ମାମଲା ଡ ଲି ଓ ତା'ପ୍ରେମିକ ମନୀଷ ନା'”ରେ ରୁଜୁ କରାଗଲା । ଶବ ଉଦ୍ଧାର ପାଇଁପୋଲିସ ଟିମ୍ ଦୁଇ ଥର ଯମୁନା ନଦୀର ପାଣିରେ ଖୋଜା ଖୋଜିକଲା ପରେ ମଧ୍ଯ ସୁଶୀଲର ଶବ ପୋଲିସ ହାତରେ ଲାଗି ନ
ଥିଲା ।

         ଉତ୍ତର ପ୍ରଦେଶର ନଙ୍ଗଲା ଜଗଦେବ ନିବାସୀ ରଷିପାଲଙ୍କବଡ଼ ପୁଅ ହେଉଛି ୨୩ ବର୍ଷୀୟ ସୁଶୀଲ କୁମାର ସିଂହ । ଗ୍ରାଜୁଏସନ୍ପରେ ସୁଶୀଲ କିଛି ବର୍ଷ ଜଣେ ସିଏଙ୍କ ପାଖରେ ରହି ଆ କାଉଣ୍ଟିଂକାମ ଶିଖି ଲେ । ହତ୍ୟାର ସାତ ମାସ ପୂର୍ବରୁ ସୁଶୀଲ ପୱନ କୁମାରଙ୍କହାର୍ଡ଼ତ୍ଵ୍ର ଦୋକାନରେ ଆକାଉଟାଣ୍ଟ ଚାକିରିରେ ରହିଥିଲେ । ବାପା ରଷିପାଲ ଏମ୍ଟିଏନ୍ଏଲ୍ ବିଭାଗରେ କାର୍ଯ୍ୟରତ ଥିବାରୁ ଘରେଟଙ୍କା ବା କୌଣସି ଜିନିଷର ଅଭାବ ଅସୁବିଧା ଦେଖାଯାଏ ନାହିଁ ।ସୁଶୀଲକୁ ଭଲ ଦରମା ମିଳୁଥିବାରୁ ସେ ଦରମା ଟଙ୍କାରେ ବେଶ୍ ଆରାମରେ ଚଳିଯାଉଥିଲା ।

ପ୍ରତିଦିନ ସୁଶୀଲ ଟ୍ରେନ୍ ଯୋଗେ ଘରୁ ଦୋକାନକୁ ଯିବା ଆସିବାକରନ୍ତି । ୬ ବର୍ଷ ପୂର୍ବରୁ ସୁଶୀଲ ପାଖ ଗୀ ପିଞ୍ଜରୀରେ ରହୁଥିବା ଡ ଲି ସହ ରିଲେସନ୍ସିପ୍ରେ ଥିଲେ । ପ୍ଲସ୍ -ଟୁ ପରେ ଆଉ ନପଢ଼ିବା ପାଇଁ ସୁଶୀଲ ଡ ଲିକୁ ତାଗିଦ୍ କରିବାରୁ ସେ ଅଧାରୁ ପାଠପଢ଼ାଛାଡ଼ିଦେଲା । ଲାବନ୍ୟବତୀ ଡ ଲି ମର୍ଡନ ଚିନ୍ତାଧାରାର ଯୁବତୀ ଥଲା ।ସବୁବେଳେ ନୂଆ ଜିନିଷ ବ୍ୟବହାର କରିବା ଓ ଅପ୍ଡେଟ୍ ହୋଇରହିବା ତା'ର ଖି ବ୍ ପସନ୍ଦ । ଯେତେବେଳେ ଯେଉଁ ଜିନିଷ ଦରକାରହୁଏ ସେ ସବୁବେଳେ ପ୍ରେମିକ ସୁଶୀଲକୁ କହି ସେହି ଜିନିଷ ମଗେଇ ଦେଉଥିଲା । ଚାକିରି ମିଳିବାର କିଛିଦିନ ପରେ ସୁଶୀଲ ସବୋଲୀବାର ପାଞ୍ଚ ନମ୍ବର ଗଳିରେ ଘର ଭଡ଼ା ନେଇ ରହିଲେ ଯାହା ଡ ଲିଓ ସୁଶୀଲଙ୍କ ମିଳାମିଶା ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଗଲା । କେତେବେଳେ କେମିତି ସୁଶୀଲ ଡାକରାରେ ଡ ଲି ଭଡ଼ା ଘରକୁ ଚାଲିଆସୁଥିଲା ।

ଗୋଟିଏ ଦିନ ସୁଶୀଲ ଡ ଲିକୁ ଏକ ଦାମୀ ଗିଫ୍ଲ୍ ଦେଇ ତା'ଫୋନ୍ରେ ଡ ଲିର କିଛି ଉଲଗ୍ନ ଫଟୋ ଉତ୍ତୋଳନ କରିନେଲା ।ଏହା ପରଠାରୁ ଯେତେବେଳେ ଡ ଲିକୁ ସୁଶୀଲ ତା' ଭଡ଼ା ଘରକୁଡାକେ ଯଦି କୌଣସି କାରଣରୁ ସେ ଆସିବାକୁ ମନା କରେ ତେବେ ସେ ତାକୁ ସେହି ନଗ୍ନ ଫଟୋ କଥା କହି ତାକୁ ରୁମ୍କୁ ଆସିବାକୁ ୧ରାଜି କରିଦିଏ । ଏହି ଫଟୋ ପାଇଁ ଡ ଲି ସୁଶୀଲର କାଠ କଣ୍ଢେଇ “ପାଲଟି ଯାଇଥିଲା । ବେଳେ ବେଳେ ସୁଶୀଲ ଡ ଲିକୁ ମଥିରାରେଥିବା ହୋଟେଲକୁ ନେଇ ତ ଆଉ କେତେବେଳେ ତା ରୁମ୍ରେ ଜବରଦସ୍ତି ରଖି  ତା' ସହ ମନଇଚ୍ଛା ଶାରୀରିକ ସମ୍ପର୍କ ରଖି  ଚାଲିଲା ।

ଦିନେ ଡ ଲି ସୁଶୀଲ କଥାରେ ତା' ରୁମ୍କୁ ଯିବା ପାଇଁ ଅରାଜି ହେବାରୁ ସେ ଡ ଲିର ଉଲଗ୍ନ ଫଟୋକୁ ତା' ଦାଦାଙ୍କ ପୁଅ ଓ ତା'ବଡ଼ ଭଉଣୀ ପାଖକୁ ଫରଏୱ୍ଵାର୍ଡ କରିଦେଲା, ଯାହା ଫଳରେ ଡ ଲିରଘରଲୋକେ ଡ ଲିର ଏ ପ୍ରକାର କାର୍ଯ୍ୟକଳାପ ଜାଣିଗଲେ । ଏଘଟଣାପରେ ଡ ଲି ସାହସ କରି ସୁଶୀଲ ଘରକୁ ଯାଇ ତା' ନା'ରେ ଅଭିଯୋଗ କଲା ଓ ଗୀରେ ପଞ୍ଚାୟତ ବସାଗଲା । ସୁଶୀଲ ପୁନର୍ବାରଡ ଲିକୁ ହଇରାଣ ହରକତ୍ କରବ ନାହିଁ ବୋଲି ପଞ୍ଚାୟତରେ ନିଶାପ ହେଲା ।

     ସୁଶୀଲ ପୁଣି କିଛିଦିନ ପରେ ଡ ଲିକୁ ତା” ରୁମ୍କୁ ଡାକିବାକୁଲାଗିଲା । ଡ ଲି ମଧ୍ଯ ତା” ରୁମ୍କୁ ଯିବାଆସିବା କରିବାରେ ଲାଗିଲା । ସୁଶୀଲ ଡ ଲିକୁ ଯାହା କହୁଥିଲା ସେ ସେୟା କରୁଥିଲା । ସୁଶୀଲଡ ଲିର ସରଳ ପଣିଆର ଫାଇଦା ଉଠେଇ ତା' ସବୁ ଇଚ୍ଛା ପୂରଣ କରୁଥିଲା । କିନ୍ତୁ ଡ ଲି ଏ ନେଇ କୌଣସି ଠୋସ୍ ପଦକ୍ଷେପ ନେଇ ପାରୁ ନଥିଲା । ଦେଢ଼ବର୍ଷ ପୂର୍ବେ ଡ ଲି ଚାକିରି କରିବାର ଇଚ୍ଛା ଜାହିର କରିସୁଶୀଲଙ୍କୁ ତା” ମନ କଥା କହିଲା । ଚାକିରି ପାଇଁ ସୁଶୀଲ ଖାସ୍ବନ୍ଧୁ ବଣ୍ଢି ସହ ଡ ଲିର ସାକ୍ଷାତ କରାଇ ଦେଲେ । ବଣ୍ଟ ଡ ଲିକୁ ଚାକିରି ଦେବା ପାଇଁ ତାଙ୍କର ଜଣେ ବନ୍ଧୁ ମୋହିତ ମାଞ୍ଥି ସହ ଦେଖାକରେଇ ଦେଲେ । ପ୍ରଥମ ଦେଖାରେ ମୋହିତ ଡ ଲିର ସୌନ୍ଦର୍ଯ୍ୟରବଶଃବର୍ତୀ ହୋଇ ଡ ଲିକୁ ତା' ପାଖରେ ଚାକିରି ଦେବା ନିଷ୍ପତିନେଲା । ମାସକୁ ୧୦ ହଜାର ଦରମାରେ ଡ ଲି ମୋହିତ ପାଖରେଚାକିରି କଲା । ଘରୁ ଅଫିସ ଯିବା ଆସିବାରେ ଅସୁବିଧା ହେବାରୁମୋହିତ ଡ ଲି ପାଇଁ ସୁରଜପୁରରେ ଏକ ଘର ଭଡ଼ା ନେଲା ଯେଉଁଠାକୁ ମୋହି ତର ଯିବ। ଆସିବା ଲାଗିରହିଥିଲା । ଏଭିତରେ ମୋହିତ ତା” ମନ କଥା ଡ ଲି ଆଗରେ ପ୍ରକାଶ କଲାରୁ ଡ ଲିତା'କଥାକୁ ସ୍ବୀକାର କରିନେଲା ।ମୋହିତ ସହିତ ବାକି ଜୀବନ କାଟିବାର ସ୍ବପ୍ନ ଦେଖି ବାକୁ ଲଗିଲା ଡ ଲି ।ମୋହିତ ଡ ଲିକୁ ବେଳେବେଳେ ଦାମିଜିନିଷ ସବୁର ସପିଂ କରେଇ ନେଉଥିବାବେଳେ କେବେ କେମିତି ସେଡ ଲି ରୂମ୍ରେ ରାତ୍ରିଯାପନ ମଧ୍ୟକରୁଥିଲା । ଏ ସବୁ ଭିତରେ ଡ ଲି ତା'ପୂର୍ବ ପ୍ରେମିକ ସୁଶୀଲଙ୍କଠାରୁ ଦୂରତା ବଢାଇ ଚାଲିଥିଲା । ଖଳ ପ୍ରକୃତିର ବଣ୍ଟି ଉଭୟ ସୁଶୀଲ ଓ ମୋହିତରବନ୍ଧୁ ହୋଇଥିବାରୁ ଡ ଲି ଓ ମୋହିତ ସମ୍ପର୍କ ବିଷୟରେ ସେ ସୁଶୀଲଙ୍କୁସବୁ କହିଦେଲା । ବଣ୍ଟି କଥାଶୁଣି ସୁଶୀଲଙ୍କ ପାଦତଳୁ ମାଟିଖସିଗଲା । ତାଙ୍କୁ ସବୁବେଳେ ଗୋଟିଏ ଡର ଲାଗି ରହିଲା କାଳେମୋହିତ ଡ ଲିକୁ ବାହା ହେଇଯିବ ! ଚାକିରି ଆଳରେ ଡ ଲି ସୁଶୀଲ ସହ ଦେଖା କରିବାକୁ ଅରାଜି ହେଉଥିଲେ ହେଁ ସେ ଡ ଲିକୁସବୁବେଳେ ମୋହିତଠାରୁ ଦୂରେଇ ରହିବାକୁ କହୁଥିଲା । ଡ ଲିକୁସବୁବେଳେ ସୁଶୀଲ ତା' ପାଖରେ ଥିବା ସେହି ଅଶ୍ଳୀଳ ଫଟୋକୁଇଣ୍ଟରନେଟ୍ରେ ଛାଡି ଦେବାର ଧମକ୍ ଦେଉଥିଲା, ଧମକ୍ ପରେଡ ଲିକୁ ଆଉ ରାତିରେ ନିଦ ହେଉନଥୂଲା । ଚିନ୍ତାଗ୍ରସ୍ତ ହୋଇ ଡ ଲି ସବୁବେଳେ ନିଦ ବଟିକା ସେବନ କରିବାକୁ ଲାଗିଲା ।

                           ମୋହିତ ପୂର୍ବରୁ ବିବାହିତ ଥିଲା । ଡ ଲି ସହ ତା” ଅନୈତିକସମ୍ପର୍କ ବିଷୟରେ ଯେତେବେଳେ ସ୍ତ୍ରୀ ପୂଜା ଜାଣିବାକୁ ପାଇଲେସେତେବେଳେ ସେ ତାକୁ ବହୁ ବୁଝାସୁଝା କଲେ । କିନ୍ତୁ ଡ ଲିରପ୍ରେମରେ ମୋହିତ ଏକପ୍ରକାର ଅନ୍ଧ ପାଲଟି ଯାଇଥିଲା ଯେ ପୂଜାଙ୍କକୌଣସି କଥା ତା” ଉପରେ ପ୍ରଭାବ ପକାଉ ନ ଥିଲା । ସ୍ଵାମୀଙ୍କରବେପରୱା ମନୋଭାବ ଯୋଗୁ ପୂଜା ଶେଷରେ ଆତ୍ମହତ୍ୟା କରିଦେଲେ । ପୂଜାଙ୍କ ପରିବାର ଲୋକେ ପ୍ରତିପଭ୍ଭିଶାଳୀ ଥିବାରୁସେମାନେ ପୂଜାଙ୍କ ମୃତ୍ୟୁ ନେଇ ସ୍ଥାନୀୟ ପୋଲିସ ଷ୍ଟେସନ୍ରେକୌଣସି ରିପୋର୍ଟ କରିନଥିଲେ । କାଳେ ଭଉଣୀ ମୃତ୍ୟୁର କାରଣ ସେମାନେ ଜାଣି ମୋହିତକୁ ମାରଧର୍ କରିବେ ସେଥିପାଇଁ ମୋହିତସହର ଛାଡି ବେଙ୍ଗାଲୁରୁ ଚାଲିଗଲା । ସେଠାକୁ ଯାଇ ମଧ୍ଯ ମୋହିତ ଡ ଲି ସହ ଯୋଗାଯୋଗ ରଖି ଥିଲା ।

    ଡ ଲିର ଆଉ ଜଣେ ପ୍ରେମିକ ଥିଲା ଯାହାର ନା' ମନୀଷ । ମନୀଷ ମଥିରାର ବଛଗାଓରେ ରୁହେ । ଜମି କିଣାବିକା ପାଇଁ ମନୀଷ ଡ ଲିଘରକୁ ଯାଇ ସେଠାରେ ମନୀଷ ଡ ଲିକୁ ଦେଖ୍ ତା”ପ୍ରେମରେପଡ଼ିଯାଇଥିଲା । ଡ ଲିର ବାପା ପୁନୀତ ଚୌଧୁରୀ ମନୀଷଠାରୁ ୫୦ହଜାର ଟଙ୍କା କରଜ ନେଇଥିଲା । ପୁନୀତ ସ୍ଥିର କରିଥିଲେ ଡ ଲି ଓମନୀଷର ବାହାଘର କରିବା ପାଇଁ, କାରଣ ଡ ଲିକୁ ମନୀଷ ସହ ବାହା ଦେଲେ ତାଙ୍କ ପରିବାରର ଆର୍ଥିକ ସମସ୍ୟା ଦୂର ହୋଇଯିବ । ଘଟଣାର ପୂଵଦନ ଅଥାତ୍ ଅଗଷ୍ଟ ୧୧ ତାରିଖରେ ସୁଶୀଲ ରତକୁ ଫୋନ୍ କରି ମୋହିତ ବିଷୟରେ କଥା ହେବା ପାଇଁ ମଥିରାଡକେଇଲେ । ଡ ଲି ସୁଶୀଲ ସମ୍ପର୍କରେ ସବୁ କଥା ମନୀଷକୁ କହିଦେଲା ।ମନୀଷ ଡ ଲି କଥାରେ ରାଜି ହୋଇ ସୁଶୀଲକୁ ସବୂଦିନ ପାଇଁ ରାସ୍ତାରୁ ୯ ହଟାଇବାକୁ ତୟାର ହୋଇଗଲା । ସୁଶୀଲ ୧୦ ତାରିଖ ଦିନ ମଥିରାରେପହଞ୍ଚୁ ଏକ ହୋଟେଲ ଚୁମ୍ରେ ରହିଲେ । ଅନ୍ୟପଟେ ଡ ଲି ୫୦ଟିନିଦ ବଟିକା କିଣି ମନୀଷ ସହ ହୋଟେଲ ଗୋପୀରେ ରହିଥୂଲା ।୧୧ ତାରିଖ ଦିନ ରାତି ୧୦ଟା ବେଳେ ମନୀଷ ଓ ଡ ଲି ହୋଟେଲରୁବାହାରି ଗଲେ । ସେ ମଥିରାରେ ପହଞ୍ଚିଗଲା ବୋଲି ସୁଶୀଲକୁ ଫୋନ୍ କରି ଜଣେଇଦେଲା ।
ଡ ଲିର ମଥିରା ଆସିଥିବା ଜାଣି ତା' ରହିବା ପାଇଁ ବରୁଣ ରେସିଡେନ୍ଗସିରେ ଏକ ରୁମ୍ ବୁକ୍ କରେଇଦେଲେ । ଡ ଲିକୁପାଖରେ ପାଇ ସୁଶୀଲଙ୍କ ଆଖି ର ଜ୍ୟୋତି ଫେରିଆସିଥିଲା, ତାଙ୍କମୁହଁରେ ଖି ସିର ଲହଡି ଖେଳୁଥିଲା । ସୁଶୀଲ କୋଲଡ୍ରିଙ୍କସ୍ ଓ ବିରିୟାନିରଅର୍ଡର କରିଦେଇ ଗାଧୋଇବାକୁ ଚାଲିଗଲେ । ଏ ଭିତରେ ଡ ଲିସୁଶୀଲଙ୍କ ଖାଦ୍ୟରେ ନିଦ ବଟିକା ମିଶାଇଦେଲା । ପ୍ରେମିକାକୁ ପାଖରେପାଇ ଖି ସିଥିବା ସୁଶୀଲ ବିରିୟାନି ଖାଇଦେଇ ନିଜ ବାହୁ ବନ୍ଧନରେଡ ଲିକୁ ଆବଦ୍ଧ କରିନେଲା ଡ ଲି ମଧ୍ଯ ସୁଶୀଲର ଭାବଭଙ୍ଗୀରେ ସମାନପ୍ରତିକ୍ରିୟା ପ୍ରଦର୍ଶନ କରି ସୁଶୀଲକୁ ଜାବୁଡି ଧରିଲା । ନିଦ ବଟିକା ପ୍ରଭାବରେ ସୁଶୀଲ ଡ ଲିକୁ ଧରି ଖଟ ଉପରେ ଟଳି ପଡ଼ିଲେ ।
         ସୁଶୀଲ ତା' ଭାଇ ଓ ଭାଇର ଦେହ ଖରାପ ଆଳ ଦେଖାଇ ଡ ଲି ହୋଟେଲର ଜଣେ କର୍ମଚାରୀଙ୍କ ସହାୟତାରେ ହୋଟେଲ ପାଖରେସ୍କୁଟିଧରି ଅପେକ୍ଷା କରିଥିବା ମନୀଷ ପାଖକୁ ଚାଲିଗଲା । ସ୍କୁଟି ମଝିରେବୋହୋସ ସୁଶୀଲକୁ ବସାଇ ଡ ଲି ଓ ମନୀଷ ଯମୁନା ନଦୀ ନିକଟକୁ ନେଇ ବେହୋସ ଅବସ୍ଥାରେ ଥିବା ସୁଶୀଲକୁ ନଦୀକୁ ଫିଙ୍ଗିଦେଲେ । ଦୁହେଁ ହୋଟେଲକୁ ଫେରି ପରଦିନ ସକାଳୁ ନିଜ ନିଜ ଘରକୁ ଚାଲିଗଲେ ।ବୟାନ ରେକର୍ଡ ପରେ ପୋଲିସ ଦୁଇ ଅଭିଯୁକ୍ତ ଡ ଲି ଓମନୀଷକୁ କୋର୍ଟରେ ହାଜର କରି ୨ଦିନ ରିମାଣ୍ଡରେ ନେଲା ।ପରେ ପୁଣି ଅଦାଲତରେ ଦୁହିଙ୍କୁ ହାଜର କରାଇ ବିଚାରାଧୀନକଏଦୀ ଭାବେ ଜେଲ୍ ପଠାଇ ଦେଲା ।

hindustantimes.com

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...