Thursday, 4 July 2019

ଅନମୋଲ ଓ ଯୋଗେଶ ଙ୍କ ନିବିଡ଼ ପ୍ରେମ ର ପରିଣତି



       ସ୍ଵପ୍ନ ସାଗରରେ ନ ଭାସି ସବୁବେଳେବାସ୍ତବତାକୁ ଆପଣାଉଥିବା ଲୋକ ଜୀବନରେସୁଖ ଶାନ୍ତି ପାଏ । ଯଦି ଯୋଗେଶ ଓଅନ୍‌ମୋଲ୍‌ ଜୀବନର ବାସ୍ତବତାକୁ ଗ୍ରହଣକରିଥାନ୍ତେ ସେମାନଙ୍କ ଜୀବନର ଚଲାପଥରେଝଡ-ଝଞ୍ଚା ଆସି ନ ଥାନ୍ତା । ଦୁହେଁ ପରସ୍ପରକୁନିବିଡ଼ ପ୍ରେମ କରୁଥଲେ, ଅନ୍ୟତ୍ର ବାହା ହୋଇଯିବା ପରେ ବି ସେମାନଙ୍କ ଭଲପାଇବା କମି ନ ଥିଲା । ଯୋଗେଶ ତ ଚାଲିଗଲା ଆରପାରିକୁ ହେଲେ ଅନ୍‌ମୋଲ୍‌ ସାରା ଜୀବନ ପଶ୍ଚାତ୍ତାପର ଯନ୍ତ୍ରଣାରେ ଛଟପଟ ହେଲା ।

        ଆଗ୍ରା ଥାନା ଅର୍ନ୍ତଗତ ସିକନ୍ଦରା କ୍ଷେତ୍ରରେ ଅଟୃସ ନାମକଏକ ଗୀ । ଏହିଠାରେ ରାଜନ ନିଜ ପରିବାର ସହ ରହୁଥିଲା । କ୍ଷୀର ବ୍ୟବସାୟ କରି ପରିବାର ପୋଷୁଥୁବାରାଜନ ତା' ପିଲାମାନଙ୍କୁ ପାଠ ପଢ଼େଇ ବଡ଼ ମଣିଷ କରିବାକୁଚାହୁଁଥିଲା । ରାଜନର ବଡ଼ ପୁଅ ପାଠପଢ଼ାରେ ଖବ୍‌ ଆଗୁଆ ଥୁଲା ।ରାଜନର ଘରକୁ ଲାଗି ରହିଥୁଲା ରିଟାଏଡ୍‌ ଫୌଜୀ ନରେନ୍ଦ୍ରଘର । ରାଜନ ଓ ନରେନ୍ଦ୍ର ଗୋଟିଏ ଗାର ହୋଇଥୁବା କାରଣରୁଦୁହିଁଙ୍କ ଘରକୁ ଯିବା ଆସିବା ଲାଗି ରହିଥୁୂଲା । ସମୟ ସହିତ ତାଳ ଦେଇ ନରେନ୍ଦ୍ର ଓ ରାଜନଙ୍କ ପିଲମାନେ ବଡ଼ ହୋଇଗଲେ ।ନରେନ୍ଦର ଝିଅ ଅନମୋଲ ମଧ୍ୟ  ବଡ଼ ହୋଇଗଲା । ନରେନ୍ଦ୍ରର ଝିଅ ଅନ୍‌ମୋଲ୍‌ ଓ ରାଜେନ୍ଦ୍ରର ପୁଅ ଯୋଗେଶ ଗୋଟିଏ କଲେଜରେପାଠ ପଢ଼ୁଥିଲେ । ସବୁବେଳେ ଦେଖାସାକ୍ଷାତ ହେବା କାରଣରୁଦୁହେଁ ପରସ୍ପରର ନିକଟତର ହୋଇଗଲେ । ଧୀରେ ଧୀରେସେମାନଙ୍କ ଭିତରେ ବନ୍ଧୁତା ଗଢ଼ି ହୋଇଗଲା ପରେ ବନ୍ଧୁରୁ ସେମାନେପାଲଟି ଗଲେ ପ୍ରେମୀଯୁଗଳ । ଦୁହେଁ ଏକା କଲେଜ୍‌ରେ ପଢ଼ୁଥିବାକାରଣରୁ କଲେଜ ଯିବା ବାହାନାରେ ଦୁହେଁ ପରସ୍ପରକୁ ଦେଖାକରନ୍ତି ।ଅନ୍‌ମୋଲ୍‌ ଓ ଯୋଗେଶ ପରସ୍ପରକୁ ବାହା ହୋଇ ସୁନାର ସଂସାରଗଢ଼ିବାକୁ ଚାହୁଁଥିଲେ । ଅନ୍‌ମୋଲ୍‌ ଜାଣିଥିଲା ତା” ପୌଜୀ ବାପା କେବେ ସେମାନଙ୍କ ବାହାଘର କରେଇ ଦେବନି । କିନ୍ତୁ ଅନ୍‌ମୋଲ୍‌ଭାବୁଥିଲା ସମୟ ଗଡ଼ିଗଲେ ତା' ବାପା ଓ ପରିଜନ ଲୋକଙ୍କ ମନବି ବଦଳି ଯିବ ଆଉ ସଭିଏଁ ତା'ର ଓ ଯୋଗେଶର ସମ୍ପର୍କକୁ ସ୍ଵୀକୃତିଦେବେ । ଅନ୍‌ମୋଲ୍‌ର ଦାଦା ଗୀର ମୁଖୁଆ ହୋଇଥିବା ସତ୍ତ୍ବେଅନ୍‌ମୋଲ୍‌ ଓ ଯୋଗେଦବଙ୍କ ମିଳାମିଶା ପାଇଁ ସେମାନଙ୍କର କୌଣସି ପ୍ରକାର ଡର ନ ଥିଲା । ହୁଏତ ଗାରେ ନରେନ୍ଦ୍ରଙ୍କ ସାନ ଭାଇ ଅର୍ଥାତ୍‌ ଅନ୍‌ମୋଲ୍‌ର ଦାଦାଙ୍କ ଖୁବ୍‌ ଦବ୍‌ଦବା ଥିଲା ।
  ଦିନେ ନରେନ୍ଦ୍ର ତାଙ୍କ ଝିଅ ଓ ରାଜନର ପୁଅ ଯୋଗେଶରପ୍ରେମ ସମ୍ପର୍କ ବିଷୟରେ ଜଣେ ଗ୍ରାମବାସୀଙ୍କଠାର ଶୁଣିବାକୁପାଇଲେ । ଏକଥା ଶୁଣି ନରେନ୍ଦ୍ର ରାଗିଯାଇ ଘରେ ଝିଅଅନ୍‌ମୋଲକୁ ଖୋଜିଲା କିନ୍ତୁ ଅନ୍‌ମୋଲ୍‌ ସେତିକିବେଳେ ଘରେ ନଥିବା କଥା ପନ୍ନୀ ସରୋଜ ନରେନ୍ଦ୍ରକୁ କହିଲ । ଦୀର୍ଘ ସମୟ ଧରିଅନ୍‌ମୋଲ୍‌କୁ ଅପେକ୍ଷା କରି ରହିଥିବା ନରେନ୍ଦ୍ର ଅନ୍‌ମୋଲ୍‌ର ଫେରିବାବାଟକୁ ଚାହିଁ ରହିଥିଲା । ଅନ୍‌ମୋଲ୍‌ ଘରକୁ ଫେରିବାମାତ୍ରେ ନରେନ୍ଦ୍ରତାକୁ ଯୋଗେଶ କିଏ ? ବୋଲି କହି ପ୍ରଶ୍ନ ପଚାରିଥିଲା । ବାପାଙ୍କପ୍ରଶ୍ନରେ ହଡ୍‌ବଡ୍‌ ହାଇ ଅନ୍‌ମୋଲ୍‌ ଉତ୍ତର ଦେଲା- ବାପା କଲେଜ୍‌ରେ ବହୁତ ପିଲା ପଢ଼ୁଛନ୍ତି, ମୋର ସମସ୍ତଙ୍କ ନାଁ ମନେ ନାହିଁ ।  ଝିଅର ଉତ୍ତରରେନରେନ୍ଦ୍ର ବୁଝିଗଲା ଯେ,ଅନ୍‌ମୋଲ୍‌କୁ ଯେତେସାଧାରଣ ପିଲା ପରିଦେଖାଗଲେ ମଧ୍ୟ  ସେଖୁବ୍‌ ଚତୁର!! ତେଣୁଝିଅ ଉପରେ କଡ଼ା କଡ଼ିନଜର ରଖୁବା ନିହାତି ଦରକାର । ନିଜ ରୁମ୍‌କୁ ଯାଇଅନ୍‌ମୋଲ୍‌ ବହି ସବୁକୁଟେବୁଲ୍‌ରେ ରଖ୍‌ଭାବିବାକୁ ଲାଗିଲା,ବୋଧହୁଏ ବାପାଙ୍କମୋ ଉପରେ ସନ୍ଦେହ ହେଉଛି! ଏବେ ମୋତେ ସତକ ରହିବାକୁ ପଡ଼ିବ । କଲେଜରୁଫେରିଲା ପରେ ଘରେ ଘଟିଥିବା ସବୁ ଘଟଣାବଳୀକୁ ବିଳମ୍ବିତ ରାତିରେ ଯୋଗେଶ ପାଖକୁ ଫୋନ୍‌ କରି ଅନ୍‌ମୋଲ୍‌ ଜଣେଇ ଦେଲା । କିଛିଦିନ ପରେ ଅନ୍‌ମୋଲ୍‌ର ଚାଲିଚଳନକୁ ଅନୁଧ୍ୟାନ କଲାପରେ ନରେନ୍ଦ୍ର ନିଷ୍ପରର ନେଲା ଯେ ଅନ୍‌ମୋଲ୍‌ ଆଉ କଲେଜଯିବ ନାହିଁ, ସେ ଘରେ ରହି ପଢ଼ିବ !! ବାପା ନରେନ୍ଦ୍ର କଥା ଶୁଣିବା ପରେ ଅନ୍‌ମୋଲ୍‌ ଓ ଯୋଗେଶ ଘର ଛାଡି ପଳାଇଯିବାର ନିଷ୍ପତ୍ତି ନେଲେ । ସକାଳେ ଘରଲୋକ ସବୁ ଉଠିଲା ବେଳକୁ ବାହାର କବାଟ ଫିଟା ଥିବା ସହ ଅନ୍‌ମୋଲ୍‌ ଘରେ ନ ଥିଲା ।

      ଅନ୍ୟପଟେ ରାଜନ ଜାଣିଥିଲା ପୁଅ ଯୋଗେଶର ଏ ପ୍ରକାର କାର୍ଯ୍ୟ ତାଙ୍କ ପରିବାରକୁ ଅସୁବିଧାରେ ପକାଇବ ବୋଲି । ନରେନ୍ଦ୍ର କୌଣସି ଜଣେ ବନ୍ଧୁଙ୍କ ସାହାଯ୍ୟରେ ଜାଣିବାକୁ ପାଇଲା ଯେ, ଯୋଗେଶ ଓ ଅନ୍‌ମୋଲ୍‌ କୌଣସି ଜଣେ ନିକଟତର ବନ୍ଧୁଙ୍କ ଘରେଅଛନ୍ତି । ସେହିବ୍ୟକ୍ତି ଜଣଙ୍କୁ ନରେନ୍ଦ୍ର ସବୁକଥା କହିଲା ପରେ ତୁରନ୍ତ ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ କହିଲା । ସତରେ ସେୟା ହିଁ ହେଲା ଅନ୍‌ମୋଲ୍‌ ଘରକୁ ଫେରି ଆସିଲା ଓ ଜାଣିଗଲା ତାଂ ପରିବାର ଲୋକ କେବେ ବି ତାକୁ ଯୋଗେଶ ସହ ଶାନ୍ତିରେ ରହିବାକୁ ଅନୁମତି ଦେବେ ନାହିଁ ।

        ଏ ଘଟଣା ପରେ ନରେନ୍ଦ୍ର ଅନ୍‌ମୋଲ୍‌କୁ ବାହାରକୁ ଛାଡ଼ୁ ନ ଥିବାବେଳେ ଝିଅ ପାଇଁ ପୁଅ ଖୋଜିବା ଆରମ୍ଭ କରିଦେଲା । କିଛିଦିନ ଖୋଜା ଖୋଜି ପରେ ଅନ୍‌ମୋଲ୍‌ର ବାହାଘର ଗାଜିଆବାଦ୍‌ରଭୋପୁରା ଗ୍ରାମ ନିବାସୀ ନେତ୍ରପାଲଙ୍କ ସହ ଠିକ୍‌ ହୋଇଗଲା । ନିଜ ଅଧାଜଳା ପ୍ରେମର ପାଉଁଶକୁ ସାଉଁଟି ନେତ୍ରପାଲଙ୍କୁ ବାହା ହୋଇ ଶାଶୂଘର ଚାଲିଗଲା ।

     ଝିଅର ବାହାଘର ପରେ ନରେନ୍ଦ୍ର ଓ ତାଙ୍କ ପରିବାର ଭାବିଲେ ଯାହା ହେଉ ସବୁ ଠିକ୍‌ ହୋଇଗଲା।! ଅନ୍‌ମୋଲର ସ୍ଵାମୀ ଏ ସବୁ ଘଟଣା ବିଷୟରେ ଅଜଣା ଥିବାବେଳେ ଚାକିରି କାମରେ ସବୁବେଳେ ବ୍ଯସ୍ତ ରହୁଥିଲା ନେତ୍ରପାଲ । ଏ ମୌକାର ଫାଇଦା ଉଠେଇ ଅନ୍‌ମୋଲ୍‌ ଯୋଗେଶ ସହ ଫୋନ୍‌ରେ ଘଣ୍ଟା ଘଣ୍ଟା କଥା ହେଉଥିଲା ।ଏସବୁ ଭିତରେ ତିନିବର୍ଷ ପରେ ଅନ୍‌ମୋଲ୍‌ ଗର୍ଭଧାରଣ କଲା । କିନ୍ତୁ ଅନ୍‌ମୋଲ୍‌ ନେତ୍ରପାଲର ଛୁଆକୁ ନିଜ ଗର୍ଭରେ ରଖୁବାକୁ ଚାହୁଁ ନ ଥିଲା ଯାହା ଫଲରେ ବିଭିନ୍ନ ବାହାନା ଦେଖେଇ ସେ ନେତ୍ରପାଲକୁ ଗର୍ଭପାତ କରିବା ପାଇଁ ରାଜି କରେଇ ଦେଲା।
      ଅନ୍‌ମେଲ୍‌ର ବାହାଘର ପରେ ଘରଲୋକ ବାଧ୍ୟ ତାମୂଳକ ଭାବେଯୋଗେଶର ବାହାଘର ବନ୍ଦନାଙ୍କ ସହ କରାଇଦେଲେ । ବନ୍ଦନାମଧ୍ୟ  ନେତ୍ରପାଲଙ୍କ ପରି ଅନ୍‌ମୋଲ୍‌ ଓ ଯୋଗେଶଙ୍କ ପ୍ରେମ ସମ୍ପର୍କବିଷୟରେ ଅଞ୍ଞ ଥିଲେ | ବନ୍ଦନା ଚୁପ୍‌ଚାପ୍‌ ଯୋଗେଶ ସହିତ ରହି ତାଙ୍କ ପନ୍ନୀଧର୍ମ ନିଭାଉ ଥିଲେ ।
    ଏ ସବୁ ଭିତରେ ନେତ୍ରପାଲଙ୍କ ବଦଳି ଆଗ୍ରାର ସିକନ୍ଦରା ହୋଇଗଲା । ସେଠାରେ ଶସ୍ତ୍ରୀପୁରମରେ ନେତ୍ରପାଳ ଘର ଭଡ଼ାନେଇ ପନ୍ଜୀ ଅନ୍‌ମୋଲ୍‌ ସହ ରହିଲେ । ସକାଳୁ କମ୍ପାନୀକୁ ଯାଇନେତ୍ରପାଲ ସନ୍ଧ୍ୟାରେ ଘରକୁ ଫେରୁଥିଲେ । ଯାହା ଖବର ଥିଲାଯୋଗେଶ ପାଖରେ । ନେତ୍ରପାଲର ଅନୁପସ୍ଥିତିରେ ଯୋଗେଶ ଯିବା ଆସିବା ଲାଗି ରହିଲା ଅନ୍‌ମୋଲ୍‌ ପାଖକୁ ।
  ଅନ୍‌ମୋଲ୍‌ ଚାହୁଁଥିଲା ନେତ୍ରପାଲଠାରୁ ଅଲଗା ହୋଇ ସେଯୋଗେଶ ସହ ସଂସାର ଗଢ଼ିବାକୁ । ଅନ୍ୟପଟେ ଯୋଗେଶଚାହୁଁଥିଲା ତା ପନ୍ନୀ ଓ ଝିଅର ଜଣେ ଦାୟିତ୍ଵବାନ୍‌ ବାପା ହେବାକୁ ।ଯୋଗେଶର ଆୟ ୟ କିଛି ନ ଥିବାବେଳେ ସେ ବାପା ରାଜନଙ୍କ କ୍ଷୀର ବ୍ୟବସାୟରୁ ଯାହା ଆୟ କରୁଥିଲା ସେଥିରେ ଚଳୁଥିଲା ।
  ୨୦୧୮ ମସିହା ଅଗଷ୍ଟ ୧୮ ତାରିଖରେ ରାତି ପ୍ରାୟ ୮ଟାବେଳକୁ ସିକନ୍ଦରା ଥାନାକୁ ଜଣେ ମହିଳା ଆସି କହିଲେ- ସାର୍‌ ଜଲଦି ଆସନ୍ଗଛୁ, ସେମାନେ ତାଙ୍କୁ କାର୍‌ରେ ଜବରଦସ୍ତି ନେଇ କୌଣସି ଆଡ଼େ ନେଇ ତାଙ୍କୁମାରିଦେବେ!! ଥାନାଅଧୁକ।ରୀ ଅଜୟକୌଶଲ ପୋଲିସଭ୍ୟାନ୍‌ରେ ଯାଇପହ ଞ୍ଚ ଲେଅନ୍‌ମୋଲ୍‌ର ଭଡ଼ାଘରେ । ସେଠାରେପହଞ୍ଚି ଦେଖନ୍ତି ତ ତା' ଘରର ଚଟାଣ ଓଦା ହୋଇଛି । ଏହା ପରେପୋଲିସ ଆଗରେ ଅନ୍‌ମୋଲ୍‌ ତା'ର ଓଯୋଗେଶ ଭିତରେଥିବା ପ୍ରେମ ସମ୍ପର୍କବିଷୟରେ କହିଲା ।
 ୧୮ ଅଗଷ୍ଟରେତା' ଘରକୁ ଆସିବା ପାଇଁ ଅନ୍‌୍ମୋଲ୍‌ ଯୋଗେଶକୁ ହ୍ବାଟୁଆପ୍‌ରେ ମେସେଜ୍‌ କରିଥିଲା । ଅନ୍‌ମୋଲ୍‌ର ମେସେଜ୍‌ ପାଇ ଯୋଗେଶଘରେ ଚାକିରି ଖୋଜିବା କଥା କହି ବାହାରି ଆସିଲା । କିଛିଦିନପୂର୍ବରୁ ଅନ୍‌ମୋଲ୍‌ ଉପରେ ନେତ୍ରପାଲ ସନ୍ଦେହ କରି ବାକୁ ଲାଗୁଥିଲା । ସେଦିନ ସମୟ ପ୍ରାୟ ୮ଟା ବେଳକୁ ଅନ୍‌ମୋଲ୍‌ ଓଯୋଗେଶ ପଲଙ୍କରେ ନିଜର ଅନ୍ତରଙ୍ଗ ମୁହୂର୍ତ ବିତାଉଥାନ୍ତି । ଠିକ୍‌ଏତିକି ବେଳେ ନେତ୍ରପାଲ ଘରର କବାଟ ବାଡ଼େଇଲେ । ହଠାତ୍‌ନେତ୍ରପାଲଙ୍କ ଆଗମନରେ ଦୁଇ ଦିଗହରା ପ୍ରେମୀଯୁଗଳ ଅମ୍ତବ୍ୟମ୍ତହେ।ଇଗଲେ । ଅନ୍‌ ମୋଲ୍‌ ସଙ୍ଗେ ସଙ୍ଗେ ଯୋଗେଶକୁଷ୍ଟୋର୍‌ରୁମ୍‌ରେ ଲୁଚାଇ କବାଟ ଫିଟାଇଲା । ଏତେ ବିଳମ୍ବରେ କବାଟ ଫିଟାଇବାର କାରଣ ନେତ୍ରପାଲ ଅନ୍‌ମୋଲ୍‌ରକୁ ପଚାରିବାରୁ ସେ ଗାଧୋଉଥିଲା ବୋଲି କବାଟ ଫିଟାଇବାକୁ ଡେରି ହେଲା ବୋଲିକହିଲା । ଘରେ ପ୍ରବେଶ କରୁ କରୁ ଷ୍ଟୋରରୁମ୍‌ର କବାଟ ଖୋଲା ଦେଖ୍‌ ନେତ୍ରପାଲ ଫିଟା କବାଟକୁ ଖୋଲିବାକୁ ଚେଷ୍ଟା କଲା । କିନ୍ତୁ ଭିତର ପଟୁ ଯୋଗେଶ କବାଟକୁ ଜୋର୍‌ କରି ଧରିଥିବା କାରଣରୁ ନେତ୍ରପାଲ କବାଟ ଫିଟାଇ ପାରିଲେ ନାହିଁ ଓ ବାହାର ପାଖୁ କବାଟଟିକୁ ବନ୍ଦ କରିଦେଲେ ଯାହା ଫଳରେ ଯୋଗେଶ ଷ୍ଟୋରରୁମ୍‌ଭିତରେ ରହିଗଲା । ଅନ୍‌ମୋଲ୍‌ ଡରିଯାଇ ନେତ୍ରପାଲ ଆଗରେ ଯୋଗେଶକୁ ଛାଡିଦେବାକୁ ନେହୁରା ହେଲା କିନ୍ଗୁ ନେତ୍ରପାଲ ତା' କଥା ନଶୁଣି ତୁରନ୍ତ ଶ୍ଵଶୁରଙ୍କୁ ଫୋନ୍‌ କରି ସବୁ କଥା କହିଦେଲା । ନେତ୍ରପାଲଙ୍କ ଫୋନ୍‌ କଲରେ ନରେନ୍ଦ୍ର ତା” ପୁତୁରାକୁ ସାଥ୍‌ରେ ନେଇ ଚାଲିଆସିଲେ ଅନ୍‌ମୋଲ୍‌ ଘରକୁ । ଲୁହା ଛଡ଼ରେ ତିନିଜଣ ମିଶି ଯୋଗେଶକୁ ନିସ୍ତୁକ ପିଟିଲେ । ଖାଲି ଯୋଗେଶ ନୁହେଁ ଯୋଗେଶକୁ ପିଟିବାକୁ ବାରଣ କରୁଥିବା ଅନ୍‌ମାଲ୍‌ ମଧ୍ୟ  ମାଡ଼ରୁ ରକ୍ଷା ପାଇଲା ନାହିଁ । ସେମାନେ ଅନ୍‌ମୋଲ୍‌କୁ ଏକ ରୁମ୍‌ରେ ବନ୍ଦ କରି ଦେଲେ । ଯୋଗେଶକୁ ପିଟି ପିଟି ଦରମରା କଲା ଭିତରେ ତା'ର ମୃତ୍ୟୁ ହୋଇଗଲା । ଏକଥା କାହାରିକୁ ନ କହିବା ପାଇଁଅନ୍‌ମୋଲ୍‌କୁ ସେମାନେ ଧମ୍‌କେଇ ଶବକୁ ଲୁଚେଇବା ପାଇଁ ନେଇଗଲେ । ଅନ୍‌ମୋଲ୍‌ ଘର ଚଟାଣରେ ଲାଗିଥିବା ରକ୍ତ ଦାଗକୁ ସଫା କରି ସଙ୍ଗେ ସଙ୍ଗେ ଚାଲିଗଲା ଥାନା । ଯେଉଁଠାରେ ସେ ଥାନା ଅଧୁକାରୀଙ୍କୁ ସବୁ କଥା କହିଥିଲା ଓ ଅଧୁକାରୀଙ୍କୁ ନେଇ ଘରକୁ ଆସିଲେ । କାନ୍ଥରେ ଲାଗିଥିବା ରକ୍ତର ଛିଟାକୁ ପୋଲିସ ସଂଗ୍ରହ କରି ନିରୀକ୍ଷଣ ପାଇଁ ପଠାଗଲା ।

      ଯେହେତୁ ଅପରାଧୀ କିଏ ତାହା ସ୍ପଷ୍ଟ ଥିଲା ତେଣୁ ପୋଲିସଅଧକାରୀ ନେତ୍ରପାଲ, ନରେନ୍ଦ୍ର ଓ ତା' ପୁତୁରାକୁ ଖୋଜିବାରେଏକ୍‌ଜୁଟ ହୋଇଗଲେ । ଅନ୍ୟ ପଟେ ଘରକୁ ଫେରି ନଥିବାଯୋଗେଶର ପରିବାର ଲୋକେ ତାକୁ ବହୁ ଖୋଜା ଖୋଜିରେ ନ ପାଇବାରୁ ସେମାନେ ଥାନାରେ ଯାଇ ଅଭିଯୋଗ କଲେ ।ପର ଦିନ ପୋଲିସର ଜଣେ ଖବରୀ ସାହାଯ୍ୟରେ ନେତ୍ରପାଲ ଓ ନରେନ୍ଦ୍ରକୁ ଧରିବାରେ ପୋଲିସ ସଫଳ ହେଲା । ପୋଲିସ ଯୋଗେଶର ପରିବାରକୁ ଏ ସମ୍ପର୍କରେ ସମସ୍ତ ସୂଚନା ଦେଇଦେଇଥିଲେ ଓ ଯୋଗେଶର ବୁଲେଟ୍‌କୁ ସେମାନେ ଜବତ୍‌ କରିଥିଲେ । ନରେନ୍ଦ୍ର ଓ ନେତ୍ରପାଲ ପୋଲିସ ହାତରେ ଧରାପଡିବା ପରେ ସବୁ ସତ କଥା କହିଦେଲେ । ଯୋଗେଶର ଶବକୁ ଅଭିଯୁକ୍ତମାନେଜଉପୁରା ଜଙ୍ଗଲରେ ଫୋପାଡି ଦେଇଥିବା କଥା ସ୍ଵୀକାର କଲେ ।
 ପୋଲିସ ଜଉପୁରାଗୁ ଯୋଗେଶର ଶବ ଉଦ୍ଧାର କରି ବ୍ୟବଚ୍ଛେଦପାଇଁ ପଠାଇ ଦେଲେ । ଏ ଭିତରେ ନରେନ୍ଦ୍ରର ପୁତୁରାକୁ ଧରିବାରେପୋଲିସ ସଫଳ ହେଲା । ତିନି ଅଭିଯୁକ୍ତଙ୍କ ଉପରେ ଧାରା ୩୦୨,୨୦୧, ୩୬୪ ଓ ୩୪ ଅନୁସାରେ ମାମଲା ରୁକୁ ହେଲା | ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ଜେଲ୍‌ ପଠାଇ ଦିଆଯାଇଛି ।

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...