Friday, 2 August 2019

ବିଶ୍ଵାସଘାତିନୀ ପ୍ରିୟା







ନଦୀମ୍ କୁ ଜୀବନସାଥୀ ରୂପେ ପାଇବାରସ୍ଵପ୍ନ ଦେଖିଥିବା ପ୍ରିୟା ଜାଣି ନ ଥିଲା ତା'ପ୍ରେମିକ ପାଇଁ ତାକୁ ଜେଲ୍ ଯିବାକୁ ପଡ଼ିବ! ସାଥୀମାନଙ୍କ ସହ ମିଶି ପ୍ରେମିକାର ମାଲିକ ଘରେ କଳାକନାବ୍ରୁଲାଇବା ଷଡ଼୍ଯନ୍ତ୍ର କରିଥଲା ନଦୀମ୍ ।ପ୍ରେମିକର ଛଳନାଜାଲରେ ଛନ୍ଦି ହୋଇଗଲା ପ୍ରିୟା । ଏକାଧ୍ କ ଅପରାଧରେ ସାମିଲ୍ ଥିବା ନଦୀମ ବିଷୟରେ ଯଦି ପ୍ରିୟା ଆଗରୁ ଜାଣିଥାନ୍ତା ତେବେ ବିଶ୍ଵାସଘାତିନୀ ହେବାକୁ ପଡ଼ି ନଥାନ୍ତା ।



 


ରାତି ଏଗାରଟା ବାଜିବାକୁ ଥାଏ । ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୃଷ୍ଣକାନ୍ତ ଗୁପ୍ତା ରାତ୍ରି ଭୋଜନ ସାରି ପନ୍ଜୀ
ଚନ୍ଦ୍ରକାନ୍ତାଙ୍କ ସହ ପରିବାର ବିଷୟରେ କଥା ହେଉଥାନ୍ତି ।ସେତେବେଳକୁ ଚନ୍ଦ୍ରକାନ୍ତାଙ୍କ କୋଳରେ ୧୦ ମାସର ନାତୁଣୀ ଶୋଇ ପଡ଼ିଥିଲା, ଚାକରାଣୀ ପ୍ରିୟା ବାସନ ମାଜି ରଖିଥିଲା। ଏତିକି ବେଳେ କୃଷ୍ଣକାନ୍ତଙ୍କୁ ନିଦ ଲାଗିଲା । ଶୋଇବା ପାଇଁ ସେରୁମ୍କୁ ଗଲାବେଳକୁ କ୍ୟାମ୍ପସ୍ରେ କିଛି ସନ୍ଦିଗ୍ଧ ଲୋକଙ୍କ ଛାଇଦେଖିଲେ । ମନରେ ସନ୍ଦେହ ଆସିଲାରୁ ସେ ସଙ୍ଗେ ସଙ୍ଗେ ତଳକୁ ଯାଇ ସେମାନଙ୍କୁ ଆସିବାର କାରଣ ପଚାରିଲେ । ଅଜଣାଯୁବକମାନେ କୃଷ୍ଣକାନ୍ତଙ୍କୁ କହିଲେ, ଆମେ ଅନ୍ୟ ଜଣଙ୍କୁ ଖୋଜିଖୋଜି ଏଠାରେ ପହଞ୍ଚିଯାଇଛୁ । ଏତିକି କହି ସେମାନେ ସେଠାରୁବାହାରିଗଲେ ।ଅପରାଧୂକ କାର୍ଯ୍ୟକଳାପ ଆଶଙ୍କାରେ କୃଷ୍ଣକାନ୍ତ ସଙ୍ଗେ ସଙ୍ଗେକଲୋନୀର ସଭାପତିଙ୍କୁ ଡକାଇ ମିଟିଂ କଲେ । କିଛି ଲୋକ ପାଖଗଳିକୁ ଯାଇ ସେହି ତିନି ଯୁବକଙ୍କୁ ଖୋଜିବାରେ ଲାଗିଲେ । କିନ୍ଗୁସେମାନେ କାହାକୁ ନ ପାଇ ଫେରି ଆସିଲେ । ସୂଚନା ପାଇପୋଲିସଜୟପୁରସ୍ଥିତ ଗୋପାଳପୁର ବାଇପାସ୍ର ପୋଶ୍ କଲୋନୀରେପହଞ୍ଚିଲା । କିନ୍ତୁ ଅଜଣା ଯୁବକଙ୍କ ସନ୍ଧାନ ନ ପାଇ ପୋଲିସ କୃଷ୍ଣକାନ୍ତବାବ୍ଗୁଙ୍କୁ ସାନ୍ଧ୍ବନା ଦେଇ ଚାଲିଗଲେ 

   ସମୟ ପ୍ରାୟ ରାତି ୩ଟା । କୃଷ୍ଣକାନ୍ତ ନିଜ ରୁମ୍ରେ ନିଘୋଡ଼ନିଦରେ ଶୋଇଥାନ୍ତି । ଅନ୍ୟ ରୁମ୍ରେ ଚନ୍ଦ୍ରକାନ୍ତା ନାତୁଣୀକୁ ଧରି ଶୋଇଥିଲେ  । ହଠାତ୍ ଦୁଇ-ତିନି ଜଣ ଦୁର୍ବୃତ୍ତ ଆସି କୃଷ୍ଣକାନ୍ତଙ୍କ  ଗୋଡ଼ ହାତ ଲୁଗା ଓ ଓଢ଼ଣି ସାହାଯ୍ୟରେ ବାନ୍ଧି ଦେଲେ । ଆଲମାରିରେ ଥିବା ସମମ୍ତ ମୂଲ୍ୟବାନ ସାମଗ୍ରୀକୁ ଏକ ବ୍ୟାଗ୍ରେଭର୍ତି କଲେ । ପାଖ ରୁମ୍ରେ ଶୋଇଥିବା ଚନ୍ଦ୍ରକାନ୍ତାଙ୍କ ହାତ ବାନ୍ଧିତାଙ୍କୁ କୃଷ୍ଣକାନ୍ତଙ୍କ ରୁମ୍କୁ ଆଣିଲେ । ସ୍ଵାମୀ- ସ୍ତ୍ରୀଙ୍କୁ ଧମକ-ଚମକ ଦେଇ ନଗଦ ଅଢ଼େଇ ଲକ୍ଷ ଟଙ୍କା ମାଗିଲେ । ନଗଦ ଟଙ୍କା ନଦେଲେ ଦୁର୍ବୃତ୍ତମାନେ କୃଷ୍ଣକାନ୍ତଙ୍କ ନାତୁଣୀକୁ ନେଇ ଯିବେ ବୋଲି ଧମକ ଦେଲେ । ଟଙ୍କା ପାଖରେ ନ ଥବା କାରଣରୁ ସେମାନେ କୃଷ୍ଣକାନ୍ତଙ୍କ ଏଟିଏମ୍ ଓ କାର୍ ନେଇ ଚାଲିଗଲେ । ଦୁର୍ବୃତ୍ତମାନେସେମାନଙ୍କ ସହ ଚାକରାଣୀ ପ୍ରିୟାକୁ ମଧ୍ୟ ନେଇଗଲେ । ଘଟଣାସମୟରେ ପ୍ରିୟା ଦୁବୃତ୍ତମାନଙ୍କ ପ୍ରଦିବାଦ ନ କରି ଚୁପ୍ଚାପ୍ ସେଠାରେ ରହି ସବୁ ଦେଖିଥିଲା ।

ଘରେ କଳାକନା ବୁଲାଇବା ପରେ ଦୁର୍ବୃତ୍ତମାନେ କୃଷ୍ଣକାନ୍ତ ଓତାଙ୍କ ନାତୁଣୀଙ୍କୁ ଗୋଟିଏ ରୁମ୍ରେ ଓ ଚନ୍ଦ୍ରକାନ୍ତାଙ୍କୁ ଆଉ ଏକ ରୁମ୍ରେବନ୍ଦ କରି ପ୍ରିୟାକୁ ଧରି ଫେରାର୍ ହୋଇଗଲେ ।ଚନ୍ଦ୍ରକାନ୍ତା ଝରକା ବାଟେ ପାଖ ପଡୋଶୀଙ୍କୁ ସାହାଯ୍ୟ ପାଇଁଡାକୁଥିଲେ  ମଧ୍ୟ କେହି ଶୁଣି ନ ଥିଲେ। କିଛି ସମୟ ପରେ କୃଷ୍ଣକାନ୍ତକୌଶଳ କ୍ରମେ ବନ୍ଧା ଯାଇଥିବା ଖଟରୁ ନିଜକୁ ମୁକ୍ତ କରିଦେଲେ ।ଘରେ ପାଟି ଶୁଣି ମଣ୍ତିଂ ଓାକ୍ରେ ଯାଉଥବା କଲୋନୀ ବାସୀ କୃଷ୍ଣକାନ୍ତଙ୍କ ଘରକୁ ଯାଇ କବାଟ ଫିଟାଇ ନାତୁଣୀ ଓ ଗୁପ୍ତା ଦମ୍ପତିଙ୍କୁ ଉଦ୍ଧାର କଲେ ।

କଲୋନୀ ଲୋକଙ୍କୁ ସେମାନେ ରାତିରେ ଘଟିଥିବା ସବୁ କଥାକହିବା ପରେ ପୋଲିସକୁ ଏ ନେଇ ସୂଚନା ଦିଆଗଲା । ପୋଲିସଗୁପ୍ତା ଦମ୍ପତିଙ୍କଠାରୁ ସବୁ ଶୁଣିବା ପରେ ଦୁର୍ବୃତ୍ତମାନଙ୍କ ଫିଙ୍ଗର ପ୍ରିଣ୍ଟ  ଓ ହୁଲିଆ ବିଷୟରେ କୃଷ୍ଣକାନ୍ତଙ୍କୁ ପଚାରି ବୁଝିଲା । ଏବେ ପୋଲିସରସନ୍ଦେହ ଘେରକୁ ଆସିଥିଲା ଚାକରାଣୀ ପ୍ରିୟା । ପ୍ରିୟା ସାହୂ ବିଷୟରେଅଧକ ଜାଣିବା ପାଇଁ ଜୟପୁର ସର୍ଭିସ ସେଣ୍ଟରର ମୁଖ୍ୟଙ୍କୁ ପଚରାଉଚରା କରିବା ଆରମ୍ଭ କରିଦେଲ। ପୋଲିସା


୪ ମାସ ପୂର୍ବରୁ କୃଷ୍ଣକାନ୍ତ ଜୟପୁର ସର୍ଭିସ ସେଣ୍ଟର ମାଫଫତରେପ୍ରିୟା ସାହୁକୁ ଘରକୁ ଆଣିଥ୍ଵଲେ । ସେ ପ୍ରିୟାକୁ ମାସିକ ୧୬ ହଜାରଟଙ୍କା ଦରମା ଦେବା ସହ ଘରେ ତା' ପାଇଁ ଏକ ରୁମ୍ ବ୍ୟବସ୍ଥା କରି ଦେଇଥିଲେ।ପ୍ରିୟାର ପ୍ରକୃତ ଘର ପଶ୍ଚିମବଙ୍ଗ । କୃଷ୍ଣକାନ୍ତ ପ୍ରିୟାକୁ ଘରରଛୋଟମୋଟ କାମ କରିବା ପାଇଁ ସର୍ଭିସ ସେଣ୍ଟର ମାଧ୍ୟମରେଆଣିଥିଲେ । ପ୍ରିୟା ଇଂରାଜୀ କହି ବୁଝି ପାରୁଥିବାବେଳେ ହିନ୍ଦୀଆଦୌ କହିପାରୁ ନ ଥିଲା କି ବୁଝି ପାରୁ ନ ଥିଲା । ଗୁପ୍ତାବା ବୁଙ୍କ  ଘରେ କାମ କରିବା ପୂର୍ବରୁ ପ୍ରିୟା ଭୀଲୱ୍ଠାଡାର ଜଣେ ଡାଲ୍ତରଙ୍କ ଘରେ ତିନି ବର୍ଷ ଥିଲା ।ପୋଲିସ ସର୍ଭିସ ସେଣ୍ଟରର ପରିଚାଳକ ଫହୀମଙ୍କ ସହ କଥାହେଲାରୁ ଜଣାପଡ଼ିଲା ପ୍ରିୟା କାମ କରିବା ପୂର୍ବରୁ ତା” ପରିଚୟନେଇ କୌଣସି ଯାଞ୍ଚ କରାଯାଇ ନ ଥିଲା। ତା'ର ପ୍ରକୃତ ନାମ ପରବୀନ ଖାତୁନ । ଜୟପୁରରେ କାମ କରିବା ପୂର୍ବରୁ ପରବୀନପ୍ରାୟ ୧ ମାସ ଧରି ମୁମ୍ବାଇରେ ରହୁଥିବା କୃଷ୍ଣକାନ୍ତଙ୍କ ପୁଅ ବୋହୂଙ୍କପାଖରେ ଥିଲା । ଅଘଟଣ ସୂଚନା ପାଇ କୃଷ୍ଣକାନ୍ତଙ୍କ ପୁଅବୋହୂ ୨୦୧୮ ଜୁଲାଇ ୧୯ରେ ମୁମ୍ବାଇରୁ ଜୟପୁରରେ ପହଞ୍ଚିଥିଲେ ।




ଲୁଟପାଟ୍ର ପ୍ରାୟ ୨୦ ଦିନ ପୂର୍ବରୁ ପରବୀନକୁ ଦେଖା କରିବାକୁଜଣେ ଯୁବକ ଆସିଥିଲା । ଯୁବକ ତା' ସ୍ଵାମୀ ବୋଲି ପ୍ରିୟା ପରିଚୟଦେଇଥିଲା । ପୋଲିସ ପକ୍ଷରୁ ଦୁଇଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇପଶ୍ଚିମବଙ୍ଗ ପଠାଗଲା । କୃଷ୍ଣକାନ୍ତଙ୍କ ଗାଡି ନମ୍ବରକୁ ଟ୍ରେସ୍ କରି ପୋଲିସ ଜାଣିବାକୁପାଇଲା ୧୯ ତାରିଖ ସକାଳ ୧୦ଟା ବେଳେ ଗାଡ଼ିଟି ଆଗ୍ରାରେଥିବା ମଥିରା ଟୋଲ୍ଗେଟ୍ କ୍ରସ୍ କରିଛି । ଗାଜିଆବାଦରେ ତିନିପର୍ଯ୍ୟାୟରେ କୃଷ୍ଣକାନ୍ତଙ୍କ ଏଟିଏମ୍ରୁ ୧୨ ହଜାର ଟଙ୍କା କଢ଼ାଯାଇଛି ।ଏ କଥା ଜାଣିବା ପରେ ପୋଲିସର ଏକ ଟିମ୍ ସଙ୍ଗେ ସଙ୍ଗେଗାଜିଆବାଦ ଯାଇଥିଲା । ଟିକିନିଖୂ ଯାଞ୍ଚ ଓ ଗୁପ୍ତଚରଙ୍କ ସମ୍ବାଦକ୍ରମେ ପୋଲିସ ୨୦୧୮ ଜୁଲାଇ ୨୩ ତାରିଖରେ ପରବୀନ ଓରଫ୍ପ୍ରିୟା, ପ୍ରେମିକ ନଦୀମ ଓ ଆଉ ଜଣେ ସହଯୋଗୀ ଅମିର ଖାନ୍କୁଗାଜିଆବାଦ୍ରୁ ଗିରଫ କରିନେଲା । ସେମାନଙ୍କଠାରୁ ଦୁଇଟି ଛୁରୀ,କୃଷ୍ଣକାନ୍ତଙ୍କ ଗାଡ଼ି, ଏଟିଏମ୍, ନଗତ ୩୪ ହଜାର ୪୬୦ ଟଙ୍କା ଜବତକରାଯାଇଥିଲା । ଦୁର୍ବୃତ୍ତମାନେ ଧରାପଡ଼ିବା ପରେ ସେମାନଙ୍କ ଅନ୍ୟସହଯୋଗୀମାନଙ୍କ ବିଷୟରେ ପୋଲିସକୁ ଜଣେଇଲେ । ଜୁଲାଇ ୨୪ରେ ଅପରାଧର ମାଷ୍ଟରମାଇଣ୍ଡ ଦୟାରାମ ସିଂହକୁ ଦିଳ୍ଲୀରୁ ଗିରଫ

କରାଯିବା ପରେ ୨୬ ତାରିଖ ଦିନ ଅନ୍ୟ ଏକ ସହଯୋଗୀ ଦିଲାଦକୁଗିରଫ କରାଗଲା । ଏବେ ପୋଲିସ ହାତକୁ ଆସିଯାଇଥିଲେଡକାୟତିରେ ସାମିଲ୍ ଥିବା ସମସ୍ତ ପାଞ୍ଚ ଚାଲାକ୍ ଅପରାଧୀ | ଅନ୍ୟପଟେ ପରବୀନ ଖାତୁନର ପ୍ରକୃତ ନାମ ବଦଳାଇ ପ୍ରିୟା ସାହୁ ଦେଇକାମରେ ରଖିଥିବା କାରଣରୁ ପୋଲିସ ସର୍ଭିସ ସେଣ୍ଟରର ପରିଚାଳକ ଫହୀମକୁ ମଧ୍ୟ ଗିରଫ କରିନେଲା ।



ପାଞ୍ଚ ଜଣ ଆସାମୀଙ୍କ ଭିତରୁ ନଦୀମ, ଅମିର ଓ ଦୟାରାମଉତ୍ତର ପ୍ରଦେଶର ବାସିନ୍ଦା। ପାଖ ଗାରେ ରହୁଥିବାରୁ ତିନିଜଣଙ୍କଭିତରେ ବନ୍ଧୁତା ହୋଇଥିଲା । ତିନି ଜଣଯାକ ମିଶି ଆଖପାଖଇଲାକାରେ ଛୋଟମୋଟ ଚୋରି କରୁଥିଲେ । ବହୁବାର ଜେଲ୍ ଗଲାପରେ ବି ସେମାନଙ୍କ ସମ୍ପର୍କରେ କୌଣସି ପ୍ରକାର ବାଧା ଆସି ନ ଥିଲା ।



ନଦୀମ ତା' ଫୋନ୍ରେ ଅନେକ ଝିଅଙ୍କ ନମ୍ବର ସେଭ୍ କରିରଖିଥିଲା । ବେଳେ ବେଳେ ଇଚ୍ଛା ହେଲେ ନଦୀମ ସେହି ଝିଅମାନଙ୍କସହ ଫୋନ୍ କରି କଥା ହୁଏ । ଦିନେ ନଦୀମର କଲ୍ ପରବୀନଓରଫ୍ ପ୍ରିୟା ପାଖକୁ ଲାଗି ଯାଇଥିଲା । ପ୍ରିୟାର କଥା ତାକୁ ପସନ୍ଦଆସିବାରୁ ସେ ପ୍ରତିଦିନ ତା' ସହ କଥା ହେବା ପରେ ଦୁହେଁ ପ୍ରେମରେ

ପଡ଼ିଗଲେ ।ପରବୀନର ଘର କଲିକତାର ୨୪ ପରଗନାରେ | ଅନ୍ୟର।ଜ୍ୟରେ ରହି ଲୋକଙ୍କ ଘରେ କାମଦାମ କରି ପେଟପୋଷୁଥିଲା । ଏଭିତରେ ପରବୀନ ପ୍ରିୟା ସାହୁ ନାଁରେ ଏକ ଜାଲ୍ଭୋଟରକାର୍ଡ ବନେଇ ଜୟପୁର ସର୍ଭିସ ସେଣ୍ଟରରେ ଦେଇଥିଲା ।ସେତେବେଳକୁ କୃଷ୍ଣକାନ୍ତଙ୍କ ଘରକାମ କରିବାକୁ ଏକ ଚାକରାଣୀର ଆବଶ୍ଯକତା ଥିବାରୁ ସେ ପ୍ରିୟାକୁ ସର୍ଭିସ ସେଣ୍ଟର ମାଧ୍ୟମରେଆଣିଲେ । ପରବୀନ କୃଷ୍ଣକାନ୍ତଙ୍କ ଘରେ କାମ କରୁଥିବା କଥାନଦୀମକୁ ଜଣେଇ ଦେଲା । ଗୁପ୍ତା ପରିବାରର ଟିକିନିକି ତଥ୍ୟପରବୀନ ନଦୀମକୁ ଦେବା ପରେ ନଦୀମ ତା'ର ଅନ୍ୟ ତିନିସହଯୋଗୀ ଓ ପରବୀନ ସହ ମିଶି ୫ ଜୁଲାଇରେ କୃଷ୍ଣକାନ୍ତ ବାବୁଙ୍କଘରେ କଳାକନା ବୁଲାଇବାର ଯୋଜନା ପ୍ରସ୍ତୁତ କଲେ । ସେହିଦିନ ନଦୀମ କୃଷ୍ଣକାନ୍ତଙ୍କ ଘରକୁ ଯାଇ ପରବୀନକୁ ମୁଦି ପିନ୍ଧାଇ -- ସେଠାରେ ଚା' ଜଳଖିଆ ଖାଇ କିଛି ସମୟ ସେଠାରେ ରହିଗୁପ୍ତାବାବୁଙ୍କ ଘରର ନକ୍ସା ଆକଳନ କରି ନେଲା ।



ଯୋଜନା ମୁତାବକ ନଦୀମ, ଅମିର ଓ ଦୟାରାମ ୧୮ ତାରିଖର।ତି ୧୧ଟା ବେଳେ ଜୟପୂରସ୍ଥିତ କୃଷ୍ଣକ।ନ୍ତଙ୍କ ଘରେପହଞ୍ଚିଯାଇଥିଲେ । କିନ୍ତୁ ସେମାନେ କୃଷ୍ଣକାନ୍ତଙ୍କ ଆଖ୍ରେ ପଡ଼ିଯିବାପରେ ସେଠାରୁ ପଳାଇ ଘରର ପାଖଆଖ ଇଲାକାରେ ଯାଇଲୁଚି ଗଲେ । ରାତି ପ୍ରାୟ ସାଢ଼େ ଦୁଇଟା ବେଳକୁ ନଦୀମପରବୀନକୁ ଫୋନ୍ କରି ଗେଟ୍ ଖୋଲିବା ପାଇଁ କହିଲା । ଅବିଳମ୍ବେଦୁର୍ବୃତ୍ତମାନେ ଘରେ ଅନୁପ୍ରବେଶ କରି ଲୁଟ୍ପାଟ୍ କଲେ । ଡକାୟତିପରେ ଦୁର୍ବୃତ୍ତମାନେ କୃଷ୍ଣକାନ୍ତଙ୍କ ଟୟୋଟା ଗାଡ଼ିରେ ଚାକରାଣୀ ପରବୀନକୂ ସାଥ୍ ରେ ନେଇ ଫେରାର୍ ହୋଇଗଲେ ।ନଦୀମ ନାଂରେ ପୂର୍ବରୁ ୫ଟି ଚୋରି ଓବଳାଳ୍କାର ମାମଲା ବିଭିନ୍ନ ଥାନାରେ ରୁଜୁହୋଇଥିଲା । ଅମିର ବିରୋଧରେ ୮ଟିଅପରାଧୂକ ମାମଲା ଓ ଦୟାରାମ ନାରେସର୍ବମୋଟ ୯ଟି ମାମଲ ଥିଲା । ଚୋରି ଜିନିଷସବୁକୁ ଓ ଅପରାଧୀମାନଙ୍କୁ ଗାଜିୟାବାଦରଏକ ଫ୍ଲାଟରେ ଲୁଚାଇ ରଖିବାରେ ସାହାଯ୍ୟ କରିଥ୍ଲ। ଦିଲଶାଦ | ସର୍ଭିସ ସେଣ୍ଟରସଂଚାଳକ ଫହୀମକୁ ଜେରା ପରେ ଜଣାପଡ଼ିଲା ତା'ର ଅନେକ ପ୍ରକାର ଅପରାଧ୍କକାର୍ଯ୍ୟକଳାପରେ ସମ୍ପୃକ୍ତି ଅଛି । କଲିକତାରୁ ଅନେକ ଝିଅ ଆଣି ସେ ରାଜସ୍ଥାନର ବିଭିନ୍ନଜାଗାରେ ଚାକରାଣୀ କାମରେ ନିୟୋଜିତକରେଇ ଥିଲା । ଖାଲି ଏତିକି ନୁହେଁ, ଫହୀମଝିଅମାନଙ୍କର ନକଲି ପରିଚୟପତ୍ର ତିଆରି କରିବାରେ ମଧ୍ୟ ସାମିଲ ଥିଲା । ଗିରଫ ପରେଜବତ୍ ଟଙ୍କାକୁ ପୋଲିସ କୃଷ୍ଣକାନ୍ତଙ୍କମାର୍ଫତରେ ଦେଇ ଅପରାଧୀମାନଙ୍କୁ କୋର୍ଟଚାଲଣ କରି ଜେଲ୍ ପଠାଇ ଦେଇଛି ।

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...