Wednesday, 21 August 2019

ପ୍ରତିଶୋଧ


ସକାଳୁ ଅମ୍ବାଲା ରେଳ ପୁଲିସ ଷ୍ଟେସନକୁ ସୂଚନା ମିଳିଥିଲା ରେଳଷ୍ଟେସନରେ  ମଝିରେ ଥିବା ଖମ୍ବ ନମ୍ବର ୨୬୭/୧୫
ପାଖରେ ଜଣେ ବ୍ଯକ୍ତିର କଟାମୁଣ୍ଡ ଶବ ପଡିଛି।ଶବଠାରୁ କିଛି ଦୂରରେ ପଡିଥିଲା କଟାସୁଣ୍ତ।ମୃତ ବ୍ୟକ୍ତି ଜଣକ ୩୫ରୁ ୪୦ ବର୍ଷର ହୋଇଥିବବୋଲି ପୁଲିସ ଅନୁମାନ କରିଥିଲା। ଲୋକଟିରପରିଚୟ ମିଳି ପାରିନଥିଲା । ଥାନାଧିକାରୀ ମନଜିତକୌରଙ୍କୁ ପ୍ରଥମେ ଏହି ଘଟଣା ଆତ୍ନ ହତ୍ୟା ବୋଲିମନେ ହୋଇଥିଲା । ହେଲେ ଭଲଭାବେ ଖୋଳତାଡ଼କରିବା ପରେ ଜଣାପଡିଥିଲା ଏହା ଆତ୍ମ ହତ୍ୟା ନୁହଁ ବରଂ କେହି ଜଣେ ଲୋକଟିକୁ ହତ୍ୟା କରିଥିଲା |
ଦୁଇଦିନ ପରେ ଥାନାକୁ ପହଞ୍ଚିଥିଲେମୋହନଲାଲ ମେହତା। ସାଙ୍ଗରେ ଆଣିଥିଲେଖବରକାଗଜରେ ଛପା ଯାଇଥିବା ସେହି କଟାମୁଣ୍ଶବଟିର ବିଜ୍ଞାପନ । ଥାନାରେ ପହଞ୍ଚି ସେ ପରିଚୟଦେଇଥିଲେ ଯେ ଖବରକାଗଜରେ ଯାହାର ଫଟୋବାହାରିଛି ସେ ତାଙ୍କ ପୁଅ ଜଗି ମେହତା। ପୁଲିସଜଗି ବିଷୟରେ ମୋହନଲାଲଙ୍କୁ ପଚାରିଥିଲା। ମୋହନଲାଲ କହିଥିଲେ ଜଗି ପଞ୍ଜାବ ନ୍ୟାସନାଲବ୍ୟାଙ୍କରେ କିରାଣୀ ଚାକିରି କରିଥିଲା। ତାଂର ପୋଷ୍ଠିଙ୍ଗକ୍ ମେନ୍ ।ବଜାର ଶାଖାରେ ହୋଇଥିଲା। “୧୪ ଜୁଲାଇ ରାତିରେ ସେ ତାଂର ବ୍ୟାଙ୍କ ପିଅନ ସହିତ ସ୍କୁଟରରେ କେଉଁଆଡେ ଯାଇଥିଲା। ହେଲେ ତାଂପରଠାରୁ ଆଉ ଫେରିନି।ପିଅନକୁ ଫୋନ୍ କରି ପଚାରିଥିଲି । ସେ କହିଥିଲା, କୌଣସି ଜରୁରିକାମରେ ଅମ୍ମାଲା ବାହାରକୁ ଯାଇଛି ଜଗି | ୨-୪ ଦିନ ପରେ ଫେରିଆସିବ |ପୁଲିସ ପଚାରିଥିଲା ପିଅନ ନା କ”ଣ ?ମୋହନଲାଲା କହିଥିଲେ ତା'ର ନାମୁନା। ସେ ହିସାର ରୋଡ୍ର କେଉଁଠିଭଡା ଘର ନେଇ ରହୁଛି। ଯଦି ଆପଣତାଂକୁ କିଛି ପଚାରିବାକୁ ଚାହୁଁ ଛନ୍ତିତା'ହେଲେ ବ୍ୟାଙ୍କ ଯାଆନ୍ତୁ ।ପୁଲିସ ମୁନାକୁ ଜେରା କରିବାରୁ ସେ ଅନେକସୂଚନା ଦେଇଥିଲା। ମୁନା କହିଥିଲା, ସେଦିନରାତିରେ ସେ ଜଗି ସାର୍ଙ୍କ ସହିତ ତାଙ୍କ ଘରକୁଯାଇଥିଲା। ଖାଇସାରି ଘରକୁ ଯିବାକୁ ବାହାରିବା ସମୟରେସେ ବି ମୋ ସହିତ ଆସିବେ ବୋଲି କହିଥିଲେ । ସେ ମତେତାଙ୍କ ସ୍କୁଟରରେ ବସାଇ ବିଶ୍ଵାସ ନଗର ନେଇ ଯାଇଥିଲେ ।ସେଠି ଗୋଟିଏ ଘର ସାମ୍ନାରେ ଗାଡ଼ି ଅଟକାଇଥିଲେ ।ପୁଲିସ ଏହି କଥାବାର୍ତା ମଝିରେ ପଚାରିଥିଲା ଘର କାହାରଥିଲା? ମୁନା କହିଥିଲା, ସେ ଜାଣିନଥିଲା। ତାଂପରେ
କହିଥିଲା ଜଗି ସାର୍ ରାତିରେ ସେଇଠାରେ ରହିବେ ବୋଲିକହି ମତେ ସ୍କୁଟର ଦେଇ ଦେଇଥିଲେ। ସେ ମତେ ସେହିଘରର ନମ୍ବର ଦେଇଥିଲେ । କହିଥିଲେ ଯେ ଯଦି ଆବଶ୍ୟକ ପଡେ ସେହି ନମ୍ବରକୁ କଲ୍ କରିବାକୁ । ହେଲେ ନମ୍ବର ଜଣେଝିଅ ଉଠାଇବ। ସକାଳ ହୋଇଥିଲା ହେଲେ ଜଗି ସାର୍ସେହି ଘରୁ ଫେରିନଥିଲେ। ସେହି ନମ୍ବରକୁ ଫୋନ୍ କରିବାରୁସତରେ ଜଣେ ଝିଅ ଉଠାଇଥିଲା। ହେଲେ ଯେତେବେଳେ ଜଗି ସାର୍ଙ୍କ ବିଷୟରେ ପଚାରିଲି ସେ ଜାଣିନାହ କହି ଫୋନ୍ କାଟି ଦେଇଥିଲା।
ପୁଲିସ ଖୋଳତାଡ ପରେ ଜାଣିବାକୁ ପାଇଥିଲା ସେହି ଘରଟିଥିଲା ହରିଶର | ସେ ତା'ର ପତ୍ନୀ ଦୁଇ ଝିଅ ଯବନିକା ଏବଂଶାମଲା ସହିତ ସେଠି ରହୁଥିଲା। ହେଲେ ହରିଶର ଦେହଖରାପ ହେବାରୁ ସେମାନେ ଚଣ୍ଡତିଗଡ଼ର ପିଜିଆଇରେରହୁଥିଲେ। ଘରେ କେବଳ ଯବନିକା ଏବଂ ତାଂ” ସାନଭଉଣୀ ଶାମଲା ରହୁଥିଲେ। ଜଗି ହରିଶର ସାଙ୍ଗ ଥିଲା।ସେଥିପାଇ ତାଂର ଦେହ କଥା ବୁଝିବାକୁ ଘରକୁ ଯାଉଥିଲା।ଏହି ସମୟରେ ସୁରଜିତ ନାମକ ଜଣେ ଯୁବକ ପୁଲିସନଜରରେ ଆସିଥିଲା। ସେ ଥିଲା ଜଗିର ବହୁତ ଭଲ ସାଙ୍ଗ ।ସୁରଜିତଠାରୁ ପୁଲିସ ଚାଞ୍ଚଲ୍ୟକର କଥା ଜାଣିବାକୁ ପାଇଥିଲା ।ସୁରଜିତ କହିଥିଲା, ଯେଉଁଦିନ ଜଗି ମୋ କାର୍ରେ ଚଣ୍ଡିଗଡ଼ଯାଇଥିଲା ହରିଶକୁ ଦେଖାକରିବା ପାଇଁ ସେଦିନ ଯବନିକାମଧ୍ଯ ସାଙ୍ଗରେ ଥିଲା। ଆସିଲା ବେଳେ ଜଗି ପଛ ସିଟ୍ରେ
ଯବନିକା ସହିତ ଅଶ୍ବୀଳ ବ୍ଯବହାର କରୁଥିଲା। ଜିରକପୁରସ୍ଥିତ ଗୋଟିଏ ହୋଟେଲରେ ଜଗି ଗାଡ଼ି ଅଟକାଇଥିଲା।ଯବନିକାକୁ ହୋଟେଲ ରୁମ୍ ଭିତରକୁ ନେଇଯାଇଥିଲା। ସେଠୁସେ ଦୁଇଘଣ୍ଟା ପରେ ବାହାରକୁ ଆସିଥିଲା। ସୁରଜିତ କଥାରୁପୁଲିସ ସନ୍ଦେହ କରିଥିଲା ଯେ ଯବନିକା ଏବଂ ଜଗି ଭିତରେ ଶାରୀରିକ ସଂପର୍କ ଥିଲା।

ସୁରଜିତଠାରୁ ଏସବୁ ଶୁଣି ପୁଲିସ ଜାଣିପାରିଥିଲା ଏହିହତ୍ୟାକାଣ୍ଡ ପଛରେ କିଏ ଅଛି। ପୁଲିସ ସନ୍ଦେହ କରିଥିଲା
ଯବନିକା ସହିତ ନିଶ୍ଚୟ ଆଉ କେହି ହ ତ୍ୟାକାଣ୍ଡରେ ସାମିଲଅଛି। ଯବନିକା ଏବଂ ଶାମଲାକୁ ପୁଲିସ ଟିମ୍ ସେମାନଙ୍କ ଘରୁଉଠାଇ ଆଣିଥିଲେ। ଦୁଇଜଣ ପୁଲିସ ନିକଟରେ ଅପରାଧସ୍ବୀକାର କରି ଆତ୍ନସମର୍ପଣ କରିଥିଲେ। ପୁଲିସ ଯାହା ସନହେହ କରିଥିଲା ତାହା ହିଁ ସତ ହୋଇଥିଲା। ହ ତ୍ୟାକାଣ୍ଡରେକେବଳ ଯବନିକା ଏବଂ ଶାମଲା ନଥିଲେ, ସେମାନଙ୍କ ଦୁଇପ୍ରେମିକ ଅମିତ୍ ଏବଂ ସୁନୀଲ୍ ମଧ୍ଯ ସାମିଲ ଥିଲେ । ତା'ପରେପୁଲିସ୍ର ଅନ୍ୟ ଏକ ଟିମ୍ ଅମିତ ଏବଂ ସୁନୀଲକୁ ଗିରଫକରି ଥାନାକୁ ଆଣିଥିଲା। ପଚରାଉଚରା ପାଇଁ ତିନି ଦିନରିମାଣ୍ଡରେ ନେଇଥିଲା ପୁଲିସ। ରିମାଣ୍ଡ ଅବଧି ସମୟରେପୁଲିସକୁ ଶୁଣାଇଥିଲେ ଏହି ହତ୍ୟାକାଣ୍ଡ ପଛରେ ଥିବା ଅସଲ ଉଦ୍ଦେଶ୍ୟ ।
ଅମିତ ଏବଂ ଯବନିକା ମଧ୍ଯରେ ପ୍ରେମ ସଂପର୍କ ଥିଲା। ମା”ବାପାଘରେ ନ ଥିବାରୁ ଯବନିକା ଅମିତକୁ ଘରକୁ ଡାକୁଥିଲା।କିଛି ଦିନ ମଧ୍ଯରେ ସେମାନଙ୍କ ଭିତରେ ଶାରୀରିକ ସଂପର୍କ ସ୍ମ୍ରାପନ ହୋଇଯାଇଥିଲା । ଅମିତର ସାଙ୍ଗ ଥିଲା ସୁନୀଲ। ସେଯବନିକାକୁ ତା'ର ପ୍ରେମିକା ରୂପେ ପରିଚୟ ଦେଇଥିଲା।ସୁନୀଲର ନଜର ପଡିଥିଲା ଯବନିକାର ଭଉଣୀ ଶାମଲାଉପରେ। ମିଳମିଶା ଭିତରେ ସୁନୀଲ ଶାମଲାକୁ ଭଲପାଇବସିଥିଲା। ହେଲେ ଦୁଇଭଉଣୀଙ୍କ ରାସ୍ତାର କଣ୍ଟା ଥିଲା ଜଗି ।ଦିନେ ଜଗି ହରିଶ ଘରକୁ ଯାଇଥିଲା। ଏହି ସମୟରେ ଅମିତବି ଘରେ ଉପସ୍ତିତ ଥିଲା। ଅମିତକୁ ଦେଖି ଜଗି ଯବନିକାକୁକହିଥିଲା, ଘରେ କେହି ନାହାନ୍ତି | ଏହି ପୁଅ ସହିତ ଏକୁଟିଆ
କଣ କରୁଛୁ ? ଜଗି ବିବାହିତ ଥିଲା। ତାଂର ପିଲାଛୁଆ ମଧ୍ଯ ଥିଲେ। ହେଲେ ସେଦିନ ସେ ଯବନିକାକୁ କହିଥିଲା ଯଦିସେ ତା” ସହିତ ଶାରୀରିକ ସଂପର୍କ ନ ରଖିବ ସେ ସବୁକଥାହରିଶକୁ କହିଦେବ। ଜଗି ଏହାପରେ ଜବରଦସ୍ତି ଯବନିକାସହିତ ଶାରୀରିକ ସଂପର୍କ ରଖିଥିଲା|
ଅମିତ ଯେତେବେଳେ ଏ ବିଷୟରେ ଜାଣିଲା ଜଗିକୁ ରାସ୍ତାରୁହଟାଇବାକୁ ଚେଷ୍ଟା କଲା। ଯବନିକା ବି ତା” ସହିତ ସାମିଲହୋଇଥିଲା। ହତ୍ୟା ଯୋଜନା ପାଇଁ ସେମାନେ ଶାମଲା ଏବଂସୁନୀଲ ସହିତ କଥା ହୋଇଥିଲେ | ୧୪ ଜୁଲାଇରେ ଯବନିକାଜଗି ଘରକୁ ଫୋନ୍ କରି ବ୍ୟାଙ୍କ ନମ୍ବର ନେଇଥିଲା। ତାଂପରେବ୍ୟାଙ୍କ ଫୋନ୍ କରିଥିଲା। ଜଗି ହରିଶର ଦେହ କଥା ପଚାରିବୁଝିଥିଲା। ଯବନିକା ରାତିରେ ଆସିବାକୁ କହିଥିଲା। ସେଦିନରାତି ୧୦ଟାରେ ଜଗି ଯବନିକାକୁ ଫୋନ୍ କରିଥିଲା | କହିଥିଲା,କୌଣସି ହୋଟେଲରେ ରାତି କାଟିବାକୁ । ହେଲେ ଯବନିକା ମନା କରିଥିଲା । ଯବନିକା କହିଥିଲା, ଘରେ ଶାମଲା ବ୍ୟତୀତକେହି ନାହାନ୍ତି। ସୁନୀଲ ବଜାରରୁ ମଦ ନେଇ ଆସିଥିଲା।ଅମିତ ନିଶା ବଟିକା ଯୋଗାଡ କରିଥିଲା ।ମଦରେ ନିଶା ବଟିକା ମିଶିଥିଲା। ହେଲେ ଜଗି ଜାଣିନପାରିପିଇ ଦେଇଥିଲା। ନିଶାରେ ଟଳମଳ ହେଉଥିଲା ଜଗି । ଏହିସମୟରେ ତାର ସାମ୍ନାକୁ ଚାଲି ଆସିଥିଲେ ସୁନୀଲ ଏବଂଅମିତ। ଅମିତ ଜଗିକୁ କହିଥିଲା, ଯବନିକାକୁ ଜୋର୍ କରିଉପଭୋଗ କରିଥିଲୁ। ତା'ର ଦଣ୍ଡ ତତେ ଯେମିତି ହେଲେମିଳିବ। ଜଗି ଜାଣିପାରିଥିଲା ତା” ସହିତ କିଛି ଖରାପହେବାକୁ ଯାଉଛି। ସେଥିପାଇଁ ସେ ଯବନିକାର ଗୋଡ଼ ଧରିକ୍ଷମା ମାଗିଥିଲା। ହେଲେ ଏହି ସମୟରେ ଅମିତ ଛୁରୀରେ ଜଗିର ବେକକୁ କାଟି ଦେଇଥିଲା। ସୁନୀଲ ମଧ୍ଯ ଅନ୍ୟ ଏକ ଛୁରୀ ଆଣି ଆକ୍ରମଣ କରିଥିଲା। ଜଗି ମରିଯିବା ପରେ ତା'ର ଶବକୁ ସାଇକେଲରେ ଲଦି ରେଳଷ୍ଟେସନରେ ଫିଙ୍ଗି ଦେଇଆସିଥିଲେ। ଅମ୍ବାଲା ଜିଲ୍ଲା ଅଦାଲତରେ ତିନିବର୍ଷ ପର୍ଯ୍ୟନ୍ତଏହି କେସ୍ ଚାଲିଲା। ପରେ ଚାରିଜଣ ଅପରାଧୀଙ୍କୁ ଆଜୀବନକାରାଦଣ୍ଡରେ ଦଣ୍ଡିତ କରାଗଲା।-

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...