Sunday, 17 November 2019

ରିଭେଞ୍ଜ ପର୍ନ



୮୫ ପ୍ରତିଶତ ପୂରୂଷ ଅଶ୍ଳୀଳ ଞ୍ଵେବ୍   ସାଇଟ୍ ରୁ ଯୌନତୃଷ୍ଣା  ମେଂଟେଇ  ଇଥାନ୍ତି ବୋଲି “ଇଣ୍ଡିଆ ଟୁଡେ' ପକ୍ଷରୁ
କରାଯାଇଥିବା '“ସେକ୍କ୍ ସର୍ଭେ-୨୦୧୯'ରେ ପ୍ରକାଶ ପାଇଛି। କିନ୍ତୁ ଏହି ପର୍ନ ସାଇଟ୍ ଦେଖୁଥବା ଲୋକମାନେ ଆଜକାଲ “ ରିଭେଞ୍ଜ ପର୍ନ କୁ ପସନ୍ଦ କରୁଛନ୍ତ । ଅଭଯୋଗ ପରେ ବ ଏଭଳ ଭଡଓ ଗୁଡ଼ିକୁ ସାଇଟ୍ରୁ ହଟାଯାଉ ନାହ । ଫଳରେ ପର୍ନ ସାଇଟ୍ ର ମାଲକମାନେ ମାଳାମାଲ୍ ହେବାରେ ଲାଗଛନ୍ତ |
ରିଭେଞ୍ଜ ପର୍ନ” ର ଅର୍ଥ କୌଣସି ମହିଳାଙ୍କ ସହମତି ବିନା ତାଙ୍କ ଅନ୍ତରଙ୍ଗ ମୁହୂର୍ଭୂର ଫଟୋ ବା ଭିଡିଓକୁ ଅନ୍ଲାଇନ୍ରେ ତଥା ଅନ୍ୟ କୌଣସି ପ୍ରକାରେ ଭାଇରାଲ୍ କରିଦେବା । ସମ୍ପୃକ୍ତ ମହିଳାଙ୍କୁ ମାନସିକ ନିର୍ଯାତନା ଦେବା ସହ ସମାଜରେ ତାଙ୍କୁ ଅପଦସ୍ଥ କରିବା ରିଭେଞ୍ଜ ପର୍ନର ଉଦ୍ଦେଶ୍ୟ । ଅଧିକାଂଶ କ୍ଷେତ୍ରରେ ଏଭଳି କାଣ୍ଡ କରୁଥିବା ବ୍ଯକ୍ତି ସମ୍ପୃକ୍ତମହିଳାଙ୍କ ପୂର୍ବତନ ପ୍ରେମିକ । ଏପ୍ରକାର ଭିଡିଓ ପୀଡ଼ିତାଙ୍କ ଡିଜିଟାଲ୍ ଆର୍କାଇଭ୍ କିମ୍ବା ଆଇ-କ୍ଲାଉଡ୍ରୁ କୌଣସି ସମୟରେ ଚୋରି କରାଯାଇଥାଏ ।
ସୋଫି ନାମକ ଜଣେ ମହିଳାଙ୍କର ଏକ ଭିଡିଓ ପର୍ନହବ୍ ଞ୍ଵେବ୍ ସାଇଟ୍ ରେ ଅପ୍ଲୋଡ୍ କରାଯାଇଥିଲା । ଭିଡିଓକୁ ଲକ୍ଷାଧିକ ଲୋକ ଦେଖିସାରିଥିବା ସୋଫି ଜାଣିବା ପରେ ତାଙ୍କୁ ଶକ୍ତ ଧକ୍କା ଲାଗିଥିଲା । କ୍ୟାମ୍ପେନ୍ ଗ୍ରୁପ୍ ହାସ୍ଟ୍ୟାଗ୍ ନଟ୍ ୟୋର୍ ପର୍ନ ଅନୁଯାୟୀ ଏହି ଭିଡିଓ ଯୋଗୁ ପନ୍ନହବ୍ ମାଲିକ ମାଇଣ୍ଢଗିକ୍ଙ୍କୁ ଅନେକ ବିଜ୍ଞାପନ
ମିଳିଥିଲା । ପର୍ନ ହବ୍ କିନ୍ଧୁ “ରିଭେଞ୍ଜ ପନ”କୁ ନିନ୍ଦା କରେ ବୋଲି ଏହାର ମାଲିକ କହୁଛନ୍ତି । ମାଇଣ୍ଡୁଗିକ୍ଙ୍କ ମତରେ “ପର୍ନହବ୍ର ଆଣ୍ଟି - ରିଭେଞ୍ଜ-ପର୍ନ ପଲିସି' ସମଗ୍ର ଇଣ୍ଡଷ୍ଟ୍ରୀରେ ସବୁଠାରୁ ଅଧିକ କଠୋର । ତାଙ୍କୁ ସୋଫିଙ୍କର କୌଣସି ମେଲ୍ ମିଳି ନ ଥିଲା ଅର୍ଥାତ ତ୍କୌଣସି ଭିଡିଓ ହଟାଇବା ପାଇଁ ସୋଫି କହି ନ ଥିଲେ । ହେଲେ ଏବେ ସେ ସୋଫିଙ୍କ ସହ ଅଛନ୍ତି ଓ ଏହି ସମସ୍ୟାର ସମାଧାନ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।
ସୋଫି ଏକ ଇଣ୍ଟରଭ୍ୟୁରେ କହିଥିଲେ ସେ ପରିବାର ସଦସ୍ୟଙ୍କ ସହ କୌଣସି ଏକ ସ୍ଥାନକୁ ଯାଇଥିଲେ । ଫୁରୁସତ ମିଳିବା ପରେ ମିସ୍ଡକଲ୍ ଓ ମେସେଜ୍ ଚେକ୍ ପାଇଁ ନିଜ ମୋବାଇଲ୍ ଫୋନ୍ ଅନ୍ କରିବାରୁ ଏ ସମ୍ପର୍କରେ ଜାଣିବାକୁ ପାଇଲେ ।
ଲଜା

ତାଙ୍କ ଭଉଣୀଙ୍କ ପାର୍ଟନର୍ଙ୍କୁ ପର୍ନହବ୍ର କିଛି ଭିଡିଓ ମିଳିଥିଲା । ସେହି ଭିଡିଓ ମଧ୍ଯରୁ ଗୋଟିଏ ଭିଡିଓ ଟପ୍ ଟେନ୍ ରେପହଞ୍ଚିଯାଇଥିଲା । ତାକୁ ଲକ୍ଷାଧିକ ଲୋକ ଦେଖିସାରିଥିଲେ । ଏଥିରେ ସୋଫି ଆଶ୍ଚର୍ଯ୍ୟ ହେବା ସହ ଲଜଢ୍ିତ ହୋଇଥିଲେ ।ସୋଫି ନିଜ ପୂର୍ବତନ ସାଥୀ ସହିତ ୬ଟି ଭିଡିଓ ବନାଇଥିଲେ । ବହୁ ଦିନ ହେବ ସେମାନେ ଅଲଗା ହୋଇଯାଇଛନ୍ତି । ଉକ୍ତ ଭିଡିଓକୁଅନ୍ଲାଇନ୍ରେ ପକାଇବା ପାଇଁ ସୋଫି କାହାରିକୁ ଅନୁମତି ଦେଇ ନ ଥିଲେ । ସେହି ଭିଡିଓ ସମ୍ପର୍କରେ ଜାଣିବାର ସପ୍ତାହକ ମଧ୍ଯରେ ହିଁ ତାହାକୁ ଞ୍ଵବ୍ସାଇଟ୍ରୁ ବାହାର କରିଦିଆଯାଇଥିଲା । କିନ୍ଗୁ ତା' ପୂର୍ବରୁ ଅନେକେ ସେହି ଭିଡିଓକୁ ଡାଉନ୍ଲୋଡ୍ କରି ତା'ର ୧୦୦ଟି କ୍ଲିପ୍ ବନାଇ ପୁଣି ଥରେ ଞ୍ଚେବ୍ ସାଇଟ୍ ରେ ପକାଇ ଦେଇଥିଲେ ।ସୋଫି ତୁରନ୍ତ ଉକ୍ତ ୱବ୍ସାଇଟ୍ ରେ ଅଭିଯୋଗ କଲେ । କିନ୍ତୁ କେହି ତାଙ୍କ କଥା ଶୁଣିଲେ ନାହିଁ । ଯେଉଁମାନେ ପର୍ନହବ୍ରୁ ଭିଡିଓହଟାଇବା କାମ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରିବାପାଇଁ ତାଙ୍କୁ କୁହାଗଲା । ହେଲେ ସେଠାରୁ ବି ସୋଫିଙ୍କୁ ନିରାଶ
ହେବାକୁ ପଡିଲା । ସୋଫି ଏଥର ପୋଲିସ ପାଖରେ ପହଞ୍ଚିଲେ । ପୋଲିସ ବର୍ତମାନ ସୁଦ୍ଧା କାହାରିକୁ ଗିରଫ କରି ନାହିଁ ।

ହାସ୍ଟ୍ୟାଗ୍ ନଟ୍ ୟୋର୍ ପର୍ନ ସହ ସମ୍ପୃକ୍ତ କେଟ୍ କୁହନ୍ତିପର୍ନହବ୍ରେ ଉପଲବ୍ଧ ରିଭେଞ୍ଜ୍ ପର୍ନ ସାଧାରଣତଃ ଅନଭିଜ୍ଞ ବ୍ୟକ୍ତିଙ୍କଦ୍ଵାରା ପ୍ରସ୍ଥୁତ ହୋଇଥାଏ ଯାହାକୁ ଘରେ ସୁଟ୍ କରାଯାଇଥିବାସାମଗ୍ରୀ ଭାବେ ଉପସ୍ଥାପନ କରାଯାଏ । ଏ ପ୍ରକାର ଭିଡିଓକୁ ଅନେକେ ପସନ୍ଦ କରନ୍ତି ।କୌଣସି ଭିଡିଓ ରିଭେଞ୍ଜ୍ ପର୍ନ ବୋଲି ଜଣାପଡିବା ପରେ ତାକୁ ଞ୍ଚବ୍ସାଇଟ୍ରୁ ତୁରନ୍ତ ହଟାଇ ଦେବା ଉଚିତ୍ ବୋଲି ସୋଫି କୁହନ୍ତି ।
ପରବାର ଉପରେ ପ୍ରଭାବ

ସୋଫି ଯେବେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ଅଶ୍ଳୀଳ ଭିଡିଓ ସୋସାଲ୍ ମିଡିଆରେ ଅପ୍ଲୋଡ୍ କରାଯାଇଛି,ସେତେବେଳକୁ ସେ ଏକ ନୂଆ ସମ୍ପର୍କରେ ବାନ୍ଧି ହୋଇଯାଇଥିଲେ ।ଏହି ଘଟଣା ପରେ ସୋଫି ଓ ତାଙ୍କର ନୂଆ ସାଥୀଙ୍କ ମଧ୍ଯରେଦୂରତା ସୃଷ୍ଟି ହେଲା । ପନ୍ନହବ୍ରେ ସୋଫିଙ୍କ ଭିଡିଓ ଆସିବା ପରେତାଙ୍କ ପୁରୁଷ ସାଥୀଙ୍କୁ ସାଙ୍ଗମାନେ ପରିହାସ କରିବାକୁ ଲାଗିଲେ ।ଏତିକି ନୁହେଁ, ପର୍ନହବ୍ ଭିଡିଓ ଭାଇରାଲ୍ ହେବା ପରେ ସୋଫିଙ୍କ କିଶୋରୀ କନ୍ୟାର ବ୍ୟବହାର ତାଙ୍କ ପ୍ରତି ସମ୍ପୂର୍ଣ୍ଣ ବଦଳି ଗଲା ।ପର୍ନହବ୍ ଉପାଧ୍ଯକ୍ଷ କୋରି ପ୍ରାଇସ୍ କୁହନ୍ତି - “ଯେଉଁ ସାମଗ୍ରୀ ଆମ ପଲିସିର ଉଲ୍ଲଂଘନ କରେ, ତା' ସମ୍ପର୍କରେ ଜଣାପଡିବା ପରେ ଆମେ ତୁରନ୍ତ ତାହାକୁ ହଟାଇଥାଉ ।

““ଫ୍ୟାନ୍ମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ୨୦୧୫ରେ ରିଭେଞ୍ଜ ପର୍ନ ବିରୋଧରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଆନୁଷ୍ଠାନିକ ଭାବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା । ରିଭେଞ୍ଜ ପର୍ନ ଯୌନ ନିର୍ଯାତନାର ଆଉ ଏକ ରୂପ । ସାଧାରଣ ଲୋକମାନେ ଏକ ସରଳ ଫର୍ମ ପୂରଣ କରି ବିନା ସହମତିରେ ପ୍ରସ୍ତୁତ ଭିଡିଓକୁ ହଟାଇବା ପାଇଁ ଆବେଦନ କରି ପାରିବେ ।
ଆମେ ଥାର୍ଡ ପାର୍ଟି ଡିଜିଟାଲ୍ ଫିଙ୍ଗର ପ୍ରିଣ୍ଟ୍ ସଫ୍ଟୱୟାରବ୍ୟବହାର କରୁ । ଏହି ସଫ୍ଟୱୟାର ନୂଆ ଭିଡିଓକୁ ସ୍କାନ୍ କରିଥାଏ ।ଏହା ଦ୍ଵାରା ଜଣାପଡିଯାଏ ଭିଡିଓଟି ଅଧିକୃତ ନା ଅନଥିକୃତ ।ଭିଡିଓଟି ପୁନର୍ବାର ଅପ୍ଲୋଡ୍ ହେଲେ ଏଥିରୁ ସବୁକଥା ସ୍ପଷ୍ଟ ଜଣା ପଡିଯାଏ ।
ରଭେଞ୍ଜ ପନରୁ ବତ୍ତବାର ଉପାୟ

ଆଜିକାଲି ଖବର ଶୁଣିବାକୁ ମିଳେ - ଜଣେ ଯୁବତୀଙ୍କ ମୁହଁରେ କେହି ଜଣେ ଯୁବକ ଏସିଡ୍ ପକାଇ ତାହାର ଭିଡ଼ିଓକୁ ଭାଇରାଲ କରାଇଲା । କେହି ଜଣେ ନିଜ ଗଲ ଫ୍ରେଣ୍ଡ୍ୁର ପର୍ନ ଫଟୋ ଇଣ୍ଟରନେଟ୍ରେ ଛାଡ଼ିଲା । ଯେତେବେଳେ ଜଣେ ନିଜ ପାର୍ଟନରର ପ୍ରତିଶୋଧ ନେବା ପାଇଁ ଏପରି କର୍ରେ ତାକୁ ହିଁ କୁହାଯାଏ ରିଭେଞ୍ଜ
ପର୍ନ । ଆଜିକାଲି ପ୍ରତିଶୋଧ ନେବା ପ୍ରବୃଭି ଖୁବ୍ ସାଧାରଣ ହୋଇଯାଇଛି ।

ପ୍ରତିଶୋଧ ନେବା ପାଇଁ କିଛି ଯୁବକ ଯୁବତୀଙ୍କ ଉପରେ ଅନେକ ପ୍ରକାରର ଆକ୍ରମଣ କରିଥାନ୍ତି । ଏସିଡ୍ ଆକ୍ରମଣ, ହତ୍ୟା କିମ୍ବା ପାର୍ଟନର୍ଙ୍କ ଚରିତ୍ର ହନନ କରିବା ଭଳି ମାମଲ। ଲୋକଲୋଚନକୁ ଆସୁଛି । କିନ୍ତୁ ଇଣ୍ଟରନେଟ୍ ଯୁଗରେ ଆଉଏକ ଶବ୍ଦର ପ୍ରଚଳନ ବଢିଯାଇଛି । ତାହା “ରିଭେଞ୍ଜ ପନ” ।ପ୍ରତିଶୋଧ ନେବାର ପ୍ରବୃଭି ଅତି ମାତ୍ରାରେ ବଢିଗଲେ ସମ୍ପୃକ୍ତବ୍ୟକ୍ତି ଯେକୌଣସି ସୀମି ଟପିଯାଯାଏ । ପାର୍ଟନରଙ୍କ ପ୍ରତିଶୋଧ
ନେବା ପାଇଁ ଅତି ଘୃଣ୍ୟ ପନ୍ଥା ବାଛିଲେ ତାହା “ରି ଭେଞ୍ଜ ପର୍ନ'ରୂପ ନିଏ । ପାର୍ଟନର୍ଙ୍କୁ ଅଧିକରୁ ଅଧିକ ହର୍ଟ କରିବା ମୂଳ ଲକ୍ଷ୍ୟହୋଇଯାଏ । ଏଥିରେ ପାର୍ଟନରଙ୍କ ବ୍ୟକ୍ତିଗତ ଫଟୋ ତଥାଭିଡିଓକୁ ବ୍ୟବହାର କରାଯାଏ । କେହି କେହି ନିଜ ପାର୍ଟନର୍ଙ୍କୁଅଧିକ କଷ୍ଟ ଦେବା ପାଇଁ ତାଙ୍କ ଉପରେ ଏସିଡ୍ ପକାଇଦିଅନ୍ତି ତ କେହି ହତ୍ୟା କରିବାକୁ ବି ପଛାନ୍ତି ନାହିଁ ।

ସାଇକୋଲବଜିଷ୍ଟ ନିଖିଳଙ୍କ ମତରେ ରିଭେଞ୍ଜ ପର୍ନ ଏକ ପ୍ରକାରଅନ୍ଲାଇନ୍ ଶୋଷଣ ଯେଉଁଥିରେ ଲୋକମାନେ ନିଜ ଏକ୍ସ ପାର୍ଟନର୍ଙ୍କ ବ୍ୟକ୍ତିଗତ ଫଟୋ ଓ ଭିଡିଓ ସର୍ବସମ୍ମୁଖକୁ ନେଇ ଆସନ୍ତି । ବ୍ୟକ୍ତିଗତ ବା ଅନ୍ତରଙ୍ଗ ମୁହୂର୍ତର ଫଟୋ ଯଦି ପବ୍ଲିକ୍ ପ୍ଲାଟଫର୍ମରେ ପହଞ୍ଚିଗଲେ ସମାଜରେ ଲଚଢିତହେବା ହିଁ ସାର ହୁଏ ।
ନିଖିଳଙ୍କ ପାଖକୁ ଏକ ମାମଲା ଆସିଥିଲା । ସେଥିରେ ଜଣେ ପୀଡ଼ିତାଙ୍କଠାରୁ ଅଲଗା ହେବା ପରେ ପ୍ରେମିକ ପ୍ରତିଶୋଧପରାୟଣ ହୋଇ ତାଙ୍କୁ ସେକ୍ସ ୱାର୍କର ଆଖ୍ୟା ଦେଇ ଏକ ଫେକ୍ ଆଇଡିରେ ତାଙ୍କ ଫଟୋକୁ ଅପ୍ଲୋଡ୍ କରିଦେଲା ।

ରିଭେଞ୍ଜ ପର୍ନ ପ୍ରବୃତ୍ତି ମସ୍ତିଷ୍କରେ ଏଭଳି ଛାଇଯାଏ ଯେ ବ୍ୟକ୍ତିକିଛି ଚିନ୍ତା ନ କରି ଚରମ ପର୍ଯ୍ୟାୟରେ ପହଞ୍ଚିଯାଏ । କିଛି ବ୍ୟକ୍ତି ଘଟଣା ଘଟଣାଇବା ପରେ ଅନୁଭବ କରନ୍ତି “କେତେ ବଡ଼ ଭୁଲ୍କରିଦେଲି...ମୋର ସେଭଳି କରିବାର ନ ଥିଲା... !'
ଅନ୍ୟର ଜୀବନ ବରବାଦ କରିବା
ରିଭେଞ୍ଜ ପର୍ନର ମୁଖ୍ୟ ଉଦ୍ଦେଶ୍ୟ କେବଳ ପୂର୍ବତନ ପ୍ରେମିକାଙ୍କ ଜୀବନ ନଷ୍ଟ କରିବା । ବେଳେବେଳେ ନିଜ ବ୍ୟକ୍ତିଗତ ଓ ଅନ୍ତରଙ୍ଗମୁହୂର୍ତର ଫଟୋକୁ ଯୁବକମାନେ ପୂର୍ବତନ ପ୍ରେମିକାଙ୍କୁ ବ୍ଲାକ୍ମେଲକରିବା ପାଇଁ ବ୍ୟବହାର କରିଥାନ୍ତି । କାଳେ ପ୍ରେମିକା ତାଙ୍କ ପାଖକୁ ଚାଲିଆସିବ ଏହା ହିଁ ଏକମାତ୍ର ଉଦ୍ଦ୍ୟେଶ୍ୟ ।
ଡିପ୍ରେସନ୍ ଓ ଆତ୍ମହତ୍ୟା

ରିଭେଞ୍ଜ ପର୍ନ ଅନେକ କ୍ଷେତ୍ରରେ ଆତ୍ମହତ୍ୟା ଓ ଡିପ୍ରେସନ୍ର ମୁଖ୍ୟ କାରଣ ହୋଇଥାଏ । ଭଲପାଇବା ଥିଲେ ବିଶ୍ଵାସ ଆପେଆପେ ଜନ୍ମେ । ଏହି ବିଶ୍ବାସରେ ପ୍ରେମିକ ସହିତ ବିତାଇଥିବାଅନ୍ତରଙ୍ଗ ମୁହୂର୍ତ ବ୍ରେକ୍ଅପ୍ ପରେ ସାର୍ବଜନିକ ହୋଇଗଲେଯୁବତୀଙ୍କ ଆଡକୁ ଆଙ୍ଗୁଳି ଉଠେ । ନିକଟରେ ଜଣେ ଯୁବତୀଙ୍କରପୁରୁଣା ଫଟୋକୁ ଡିଲିଟ୍ କରିଦେବା କଥାକୁ ନେଇ ପ୍ରେମିକ ସହଝଗଡା ହୋଇଥିଲା । ଏଥିରେ ପ୍ରେମିକ ନ୍ୟୁଡ୍ ଭିଡିଓ ଚାଟିଂ ପାଇଁ ଡିମାଣ୍ଟ୍ କରିବା ସହ ଯୁବତୀକୁ ବ୍ଲାକ୍ମେଲ୍ କରିବାକୁ ଲାଗିଲା । ରିଭେଞ୍ଜ ପର୍ନ ଯୋଗୁ ଯୁବତୀଙ୍କୁ ଅନେକଆଘାତ ଲାଗିଲା ସହ ଲଢ଼ିତ ହେବ।|କ୍, ପଡେ | ଫଳରେ ସେ ଡିପ୍ରେସନ୍କୁ ଚାଲିଯାଆନ୍ତି । ତାଙ୍କୁ ମଧ୍ଯ ସମାଜରୁ ଏକ ପ୍ରକାର ବାସନ୍ଦ କରିଦିଆଯାଏ । ଏଭଳି ସ୍ଥିତିରେ ସେମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଥାନ୍ତି ।

୨୦୧୪ର ଏନ୍ସିଆର୍ବି ଡାଟା ଅନୁଯାୟୀ ସାଇବର କ୍ରାଇମ୍୬୩.୭% ବଢିଛି | ଏଭଳି ଅଶ୍ନୀଳ କଣ୍ଠେଟ୍ ସର୍କୁଲେସନ୍ ୧୦୪.୨%ବୃଦ୍ଧି ପାଇଛି । ଅଧିକାଂଶ ରିଭେଞ୍ଜ୍ ପର୍ନ ଭିଡିଓରେ ମହିଳା ଥାଆନ୍ତି । ପ୍ରାୟ ୯୩¢ ମହିଳା ଏଭଳି ଘଟଣାର ଶିକାର ହେବା ପରେ ଭାଙ୍ଗିପଡ଼ିଥିବା ଜଣାଯାଇଛି । ୪୯% ପୀଡ଼ିତା କହିଛନ୍ତି ସେମାନଙ୍କ ନ୍ୟୁଡ୍ ଫଟୋ ଅନ୍ଲାଇନ୍ରେ ଦେଖିବା ପରେ ଅନେକେ ସେମାନଙ୍କୁ
ମାନସିକ ନିର୍ଯାତନା ଦେଇଥିଲେ ।

ରିଭେଞ୍ଜ୍ ପର୍ନ ପୀଡ଼ିତା ଯୁବତୀ ଆଇନର ସହାୟତା ନେବା ନିହାତି ଜରୁରୀ । କାରଣ ଇଣ୍ଟର୍ନେଟ୍ରେ ଯେଉଁ ଜିନିଷ ଥରେ ଖେଳିଯାଇଛି ତାହାକୁ ପୀଡ଼ିତା ଲୁଚାଇ ପାରିବେ ନାହିଁ କିମ୍ବା ହଟାଇ ପାରିବେ ନାହିଁ ।

କୌଣସି ବ୍ୟକ୍ତିଙ୍କ ଗୋପନୀୟତାର ଉଲ୍ଲଂଘନ ହେଲେ ଦଣ୍ଡଦେବା ପାଇଁ ଆଇଟି ଆକ୍ଟ ୨୦୦୮ର ଧାରା ୬୬-ଇ ପ୍ରୟୋଗ କରାଯାଇ ପାରିବ । ସେକ୍ସନ୍ ୩୫୪-ସି ଓ ୬୬-ଇ ଅନୁଯାୟୀ ୩ ବର୍ଷ ଜେଲ୍ ବା ୨ଲକ୍ଷ ଟଙ୍କା ଜରିମାନା ଅଥବା ଉଭୟ ଦଣ୍ଡ ମିଳିବ । ସେକ୍ସନ୍ ୬୭-ଏ ଅନୁଯାୟୀ ସେକୁୁଅଲ୍ ମେଟେରିଆଲ୍କୁ ପ୍ରସାରିତ
କଲେ ୫ ବର୍ଷ ଜେଲ୍ ଓ ୧୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଦଣ୍ଡ ଦିଆଯାଇ ପାରେ । ଆଇପିସିର ଦଫା ୫୦୪, ୫୦୬ ଓ ୫୦୦( ମାନହାନି)ଅନୁଯାୟୀ ମକଦମା ରୁଜୁ କରାଯାଇପାରିବ । ସେକ୍ସନ୍ ୩୫୪-ସି କେବଳ ମହିଳାଙ୍କ ପାଇଁ । ଅନ୍ୟ ସବୁ ପୁରୁଷଙ୍କ ଉପରେ ଲାଗୁହୋଇପାରିବ । କାରଣ ରିଭେଞ୍ଜ୍ ପର୍ନ ପୀଡ଼ିତ କେବଳ ମହିଳା ନୁହନ୍ତି, ପୁରୁଷମାନେ ବି ଏହାର ଶିକାର ହୋଇଥାନ୍ତି ।

ସୋସାଲ ମିଡିଆର ଆଉ ଏକ ଖାସ୍ କଥା ହେଉଛି ଏଥିରେବ୍ୟକ୍ତି ନିଜେ ବି ଅଭିଯୋଗ ଦାୟର କରି ପାରିବେ । ଫେସ୍ବୁକ୍ର“ରିପୋର୍ଟ” ଫିଚର ଏହି କାମ କରେ | ଫେସ୍ବୁକ୍ରେ ଏଭଳି କୌଣସିପୋଷ୍ଟ ଦେଖିଲେ ତୁରନ୍ତ “ରିପୋର୍ଟ” ଫିଚର ବ୍ୟବହାର କରି ନିଜ ଅଭିଯୋଗ ଦାଖଲ କରି ପାରିବେ ।

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...