Saturday, 26 January 2019

ବାଳ ଅପରାଧ





କିଛି ମାସ ତଳେ କେନ୍ଦ୍ରୀୟ ଦିଲ୍ଲୀର ଏକ ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିବା ଦୁଇଜଣ ଛାତ୍ର ଅଧ୍ୟକ୍ଷାଙ୍କ କୋଠରିରେ ପଶି ହଠାତ୍ତାଙ୍କୁ ଛୁରିରେ ଆକ୍ରମଣ କଲେ ମ୍ୟାଡାମଙ୍କ ଚିତ୍କାର ଶୁଣି ଅନ୍ୟମାନେ ଆସିଯିବାରୁ ପିଲା ଦୁହେଁ ଦୌଡି ପଳେଇଲେ ସେହିପରି ବିହାରର ପାଟନାସ୍ଥିତ ମହାତ୍ମା ଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଫେସରଙ୍କୁ ତାଙ୍କ ରୁମ୍ରୁ ବାହାରକୁ ଟାଣିଆଣି କିଛି ଛାତ୍ର ପେଟ୍ରୋଲ ଢାଳି ନିଆଁ ଲଗେଇ ଦେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ରକ୍ଷା କରିଥିଲା ଉତ୍ତରାଖଣ୍ଡର ଡେରାଡୁନ୍ଜିଲା ଅନ୍ତର୍ଗତ ସାହସପୁରରେ ଏକ ଆବାସିକ ବିଦ୍ୟାଳୟରେ ପଢୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ସହପାଠୀମାନେ ଗଣବଳାତ୍କାର କରି ଅନ୍ତଃସତ୍ତ୍ୱା କରିଦେଲେ ହରିୟାଣାର ବହୁଚର୍ଚ୍ଚିତ ରଓ୍ବୋଡି ଗଣବଳାତ୍କାର (ସିବିଏସ୍ ଟପ୍ପର ଝିଅ) ଘଟଣାର ଠିକ୍ପରେ ପରେ ଅନ୍ୟ ଜଣେ ସତର ବର୍ଷର ଝିଅକୁ ବଳାତ୍କାର କରାଯାଇଛି ଗତ ସେପ୍ଟେମ୍ବର ୧୭ ତାରିଖରେ ଦିଲ୍ଲୀର ସାହଦାରାସ୍ଥିତ ସୀମାପୁରୀ ଅଞ୍ଚଳରେ ଗୋଟିଏ ସାତବର୍ଷର ଝିଅକୁ ତାଙ୍କ ପଡୋଶୀ ବଳାତ୍କାର କରିଛି ସବୁଠାରୁ ଦୁଃଖର କଥା ହେଲା ବଳାତ୍କୃତାଙ୍କୁ ଅଧିକାଂଶ ସମୟରେ ନୃଶଂସ ଭାବରେ ହତ୍ୟା କରାଯାଉଛି ଗଣମାଧ୍ୟମରେ ଏହା ଏକ ନିତିଦିନିଆ ଖବର ଦିଲ୍ଲୀ ପୋଲିସର ରେକର୍ଡ ଅନୁସାରେ ଦିଲ୍ଲୀରେ ପ୍ରତିଦିନ ଅତି କମ୍ରେ ଦୁଇଜଣ ନାବାଳିକା ବଳାତ୍କାରର ଶିକାର ହେଉଛନ୍ତି
କ୍ରାଏ ନାମକ ଏକ ଏନ୍ଜିଓର ରିପୋର୍ଟରୁ ଜଣାପଡ଼େ, ଭାରତରେ ପ୍ରତି ୧୫ ମିନିଟ୍ରେ ଜଣେ ନାବାଳିକା ଯୌନ ଉତ୍ପୀଡିତ ହେଉଛି ଗତ ଦଶବର୍ଷ ଭିତରେ ମୋଟ ବଳାତ୍କାର ସଂଖ୍ୟା ପାଞ୍ଚଗୁଣ ବଢ଼ିଛି ମୁମ୍ବାଇର ଫ୍ଲାଭିଆ ଆଗ୍ନିସ ଟ୍ରଷ୍ଟ ଦ୍ୱାରା ପରିଚାଳିତ ମଜ୍ଲିସ ନାମକ ସାମାଜିକ ସୁରକ୍ଷା କେନ୍ଦ୍ରର ତଥ୍ୟ ଅନୁଯାୟୀ ଆମ ଦେଶରେ ଘଟୁଥିବା ବଳାତ୍କାରରେ ନବେ ପ୍ରତିଶତ ୧୧-୧୮ ବର୍ଷ ବୟସ୍କାମାନେ ସଂଶ୍ଳିଷ୍ଟ ସାରାଦେଶରେ ଏହିଭଳି ବଳାତ୍କାର (ବିଶେଷକରି ବାଳ ଅପରାଧ) ଏପରି କାୟା ବିସ୍ତାର କରିଚାଲିଛି ଯେ, ସେଥିରୁ ମୁକ୍ତି ପାଇବାର ଆଶା ଦିନକୁ ଦିନ କ୍ଷୀଣ ହୋଇଯାଉଛି କୈଶୋରରେ ଅପରାଧପ୍ରବଣତା ଅଧୁନା ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି ଏହାକୁ ରୋକିବା ପାଇଁ ଅନେକ ଆଇନ ପ୍ରଣୀତ ହେଲାଣି ତଥାପି ଏଭଳି ଘୃଣ୍ୟ ଅପରାଧ ବଢ଼ିଚାଲିଛି ଏପରି ଘଟଣାପ୍ରବାହକୁ ଅନୁଧ୍ୟାନ କଲେ ମନରେ ସ୍ବତଃ ପ୍ରଶ୍ନଉଠେ ଏହାର କାରଣ ଏବଂ କିପରି ହେବ ତା ନିରାକରଣ
ପ୍ରଚଳିତ ବିଧି ଅନୁଯାୟୀ (ଜୁଭେନାଇଲ ଆକ୍ଟ) ଏହି ବୟସର ଅପରାଧୀମାନଙ୍କୁ ସୁଧାର ଗୃହରେ ରଖି ତାଙ୍କର ମନୋଭାବରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରାଯାଏ କିନ୍ତୁ ଏହି ବ୍ୟବସ୍ଥା କେତେ ଫଳପ୍ରଦ ହୁଏ ତା ହିସାବ କେହି ରଖେନା ନିର୍ଭୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଦଣ୍ଡ ପାଇଲେ କିନ୍ତୁ ସେଥିରେ ଜଡିତ ଥିବା ସବୁଠାରୁ ଭୟଙ୍କର ନିର୍ମମ ଅପରାଧୀ ଖସିଗଲା କାରଣ ସେ ସାବାଳକ ହେବାକୁ ମାତ୍ର କେଇ ମାସ ବାକିଥିଲା ଯେଉଁ ପିଲାଟି ଏତେ କମ୍ବୟସରେ ବି ଜଣେ ଅପରିଚିତା, ନିରୀହା ପ୍ରତି ଏଭଳି ନିଷ୍ଠୁର ହୋଇପାରେ ତା ମାନସିକ ଦୁଃସ୍ଥିତି ଯେ ବଦଳିବ ଏହା କେବଳ ଦୁରାଶା ମାତ୍ର ଜଣେ ସରଳ, ନିରୀହ କିଶୋର ମନରେ ହିଂସା ଅପରାଧପ୍ରବଣତା ଉଦ୍ରେକ ହୁଏ କାହିଁକି? ସେଥିପାଇଁ ବର୍ତ୍ତମାନର ପାରିପାର୍ଶ୍ୱିକ ଅବସ୍ଥା ହିଁ ଦାୟୀ ସାଇବର ଗ୍ୟାଜେଟର ବହୁଳ ବ୍ୟବହାର ଏହାର ମୁଖ୍ୟ କାରଣ ନେଟ୍ ମାୟାରେ ବାୟା ହୋଇ ବୟସରେ ସାଧାରଣତଃ କୌତୂହଳୀ ଥିବା ପିଲାମାନେ ଭୁଲ ସାଇଟ ଖୋଲି ବ୍ଲୁ ହ୍ବେଲ ବା ମୋମୋ ଭଳି ବିପଜ୍ଜନକ ଖେଳକୁ ଆପଣାଉଛନ୍ତି କିମ୍ବା ସେକ୍ସ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ଆକୃଷ୍ଟ ହେଉଛନ୍ତି ଏକ ଅନୁଧ୍ୟାନ ଅନୁସାରେ ଟିଭି ଦେଖୁଥିବା ପିଲାମାନେ ଅଧିକ ହିଂସ୍ର ହୁଅନ୍ତି
ଶିଶୁଟିଏ ତା ମାତାପିତାଙ୍କ ଅପେକ୍ଷା ଜେଜେ, ଜେଜେମା ବା ଅଜା, ଆଈକୁ ବେଶି ଭଲ ପାଏ ସେମାନଙ୍କର ଉପଦେଶକୁ ସମ୍ମାନ ଦିଏ ଗଳ୍ପ ଛଳରେ ସେମାନେ ଯେଉଁ ନୈତିକତାର ଛାପ ପିଲାଙ୍କ ମନ ଭିତରେ ଛାଡି ଦିଅନ୍ତି ତାକୁ ଶିଶୁମାନେ ମନେ ରଖନ୍ତି ଏବେ ଅଣୁ ପରିବାର ମାତାପିତା ଯେତେ କଠୋର ହେଲେ ବି ତାଙ୍କର ହୃଦୟ ନମନୀୟ ପ୍ରତିଯୋଗିତାମୂଳକ ପରିସ୍ଥିତିର ଚାପରେ ପଡି ସେମାନେ ପିଲାଙ୍କୁ ଅତ୍ୟଧିକ ଅନୁଶାସନ କରନ୍ତି ଦୁଇବର୍ଷ ହେଉଣୁ ବସ୍ତାନିର ବୋଝ ତାକାନ୍ଧରେ ଲଦିଦିଅନ୍ତି ସ୍କୁଲରେ ଚାପ, ଘରେ ଚାପ- ଏତେ ଚାପ ଭିତରେ ପିଲାଟିର ମନସ୍ତତ୍ତ୍ୱ ଚାପି ହୋଇଯାଏ ସେ ବଦରାଗୀ, ଚିଡ଼ିଚିଡ଼ା, ଏକଜିଦିଆ ବିଦ୍ରୋହୀ ହୋଇପଡ଼େ ଠିକ୍ଏହିଭଳି ସ୍ଥିତିର ଶିକାର ହୋଇ ୨୦୧୬ରେ ମୁମ୍ବାଇର ଏକ ପଦସ୍ଥ ପୋଲିସ ଅଧିକାରୀଙ୍କ ଚଉଦ ବର୍ଷର ପୁଅ ତା ମାକୁ ହତ୍ୟାକରି ପୋଲିସ ନିକଟରେ ପ୍ରକାଶ କରିଥିଲା ଯେ ତା ସେଥିପାଇଁ ତିଳେ ବି ଦୁଃଖ ନାହିଁ ଶିଶୁଙ୍କୁ ପଇସାର ମୋହ ଦେଖେଇବା ଏହାର ଅନ୍ୟ ଏକ କାରଣ ମାତାପିତା ସ୍ବଇଚ୍ଛାରେ ପିଲାଟିକୁ ଦେଇଥିବା ପକେଟ ମନି ଶେଷରେ ସେମାନଙ୍କର ଦାବିରେ ପରିଣତ ହୋଇଯାଏ, ଯାହାର ପରିମାଣ ବି ସେମାନେ ନିର୍ଦ୍ଧାରଣ କରନ୍ତି ବେଳେ ବେଳେ ପିଲାମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହାରେ ରହିଯାନ୍ତି, କାରଣ ବୟଫ୍ରେଣ୍ଡ, ଗର୍ଲଫ୍ରେଣ୍ଡର ସଂସ୍କୃତିରେ ଏଇଟା ଏକ ମାମୁଲି କଥା ଆଗେ ପିଲାଙ୍କୁ ଗଢ଼ିବାରେ ଶିକ୍ଷକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ଏବେ ସେମାନଙ୍କ ଉପରେ ନାନା କଟକଣା
ପରିପ୍ରେକ୍ଷୀରେ ମାତାପିତାଙ୍କୁ ଖଣ୍ଡାଧାରରେ ଚାଲିଲା ପରି ସାବଧାନ ହେବାକୁ ପଡ଼ିବ ବର୍ତ୍ତମାନର ଅବହାଓ୍ବାକୁ ରୋକିହେବନି ତେବେ କିଛିମାତ୍ରାରେ ସତର୍କତା ସୁଫଳ ଦେଇପାରେ ପିଲାଙ୍କୁ କେତେ ସ୍ବାଧୀନତା ଦେବେ, କେତେ ଚାପ ପ୍ରୟୋଗ କରିବେ, ତାଙ୍କର ଗତିବିଧି ଉପରେ କିପରି ନଜର ରଖିବେ, ସେମାନେ ଚଳପ୍ରଚଳ ହେଉଥିବା ସ୍ଥାନରେ କେମିତି ଦୃଷ୍ଟିଦେବେ ଏସବୁ ଭାବିଚିନ୍ତି କରିବା ଉଚିତ ଧମକ ଚମକ ଦେଇ ପିଲାଙ୍କୁ ସୁଧାରିବା ଯୁଗ ଆଉ ନାହିଁ ଅତଏବ ଆବଶ୍ୟକ ସ୍ଥଳେ ମୃଦୁ ଆକଟ ଏବଂ ଆବଶ୍ୟକ ସ୍ଥଳେ ବନ୍ଧୁ ଭଳି ବ୍ୟବହାର ଏହିଭଳି ଉଭୟ ପନ୍ଥା ଗ୍ରହଣୀୟ ପିଲାଙ୍କର ମନସ୍ତତ୍ତ୍ୱ ବୁଝି ମାତାପିତା ତାକୁ ନିୟନ୍ତ୍ରଣ କରିବା ଉଚିତ କ୍ଷେତ୍ରରେ ଆଶାର ଆଲୋକ ଭଳି କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସାଇବର ଟ୍ରିଭିଆ (କୌତୂହଳୀ ପ୍ରଶ୍ନୋତ୍ତର ସମ୍ବଳିତ ଓ୍ବେବ୍ସାଇଟ) କିଛି ସହାୟତା ଯୋଗେଇବ ବୋଲି ଆଶା


ଅଲେଖ ଚନ୍ଦ୍ର ମିଶ୍ର

 
ସାରଦାଶ୍ରୀ, ୯୦୪ ଶାସ୍ତ୍ରୀନଗର, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮

Tuesday, 8 January 2019

କନ୍‌ଷ୍ଟେବଲଙ୍କୁ ସୁଯୋଗ



ଲୋକସଂଖ୍ୟା ବୃଦ୍ଧି ସହ ଓଡ଼ିଶାରେ ଅପରାଧ ବଢ଼ିଚାଲିଛି ଆପରାଧିକ ମାମଲାଗୁଡ଼ିକୁ ତ୍ୱରାନ୍ବିତ କରିବା ଲାଗି ଥାନାଗୁଡ଼ିକରେ ତଦନ୍ତକାରୀ ଅଧିକାରୀ ଯଥେଷ୍ଟ ହେଉ ଥିବାରୁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି ଗୃହ ବିଭାଗ ତରଫରୁ ପ୍ରକାଶିତ ନିର୍ଦ୍ଦେଶ ଅନୁଯାୟୀ ସ୍ନାତକ ଡିଗ୍ରୀ ଅର୍ଜନ କରିଥିବା କନ୍ଷ୍ଟେବଲ ହାବିଲଦାରମାନେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ୩୩ଟି ଦଫା ମଧ୍ୟରେ ଆସୁଥିବା ଅପରାଧର ତଦନ୍ତ କରିପାରିବେ ଉଲ୍ଲେଖଯୋଗ୍ୟ ଯେ, ଆଇପିସିରେ ସମୁଦାୟ ୫୧୧ ଦଫା ରହିଛି ସାଧାରଣତଃ ପୋଲିସର କାର୍ଯ୍ୟଧାରା ଦେଖିଲେ ଇନ୍ସପେକ୍ଟର ସଙ୍ଗିନ ଅପରାଧ ଯଥା ହତ୍ୟା ଆର୍ଥିକ ଅପରାଧ ମାମଲାଗୁଡ଼ିକର ତଦନ୍ତ କରିଥାଆନ୍ତି ସବ୍‌-ଇନ୍ସପେକ୍ଟର (ଏସ୍ଆଇ)ଙ୍କ ଉପରେ ହତ୍ୟା ଉଦ୍ୟମ ଡକାୟତି ଘଟଣାର ଦାୟିତ୍ୱ ନ୍ୟସ୍ତ କରାଯାଇଛି ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର (ଏଏସ୍ଆଇ) ଚୋରି, ରାହାଜାନି ଭଳି ମାମଲାର ତଦନ୍ତ କରୁଛନ୍ତି ସ୍ନାତକ ଡିଗ୍ରୀଧାରୀ କନ୍ଷ୍ଟେବଲ ହାବିଲଦାରଙ୍କୁ ସଶକ୍ତ କରିବା ଲାଗି ସେମାନଙ୍କୁ ତଦନ୍ତ ଅଧିକାରୀ (ଆଇଓ) ଦାୟିତ୍ୱ ଦେବା ପାଇଁ ପୋଲିସ ମହାନିର୍ଦ୍ଦେଶକ ଆର୍‌.ପି. ଶର୍ମା ଗତବର୍ଷ ଗୃହ ବିଭାଗକୁ ପ୍ରସ୍ତାବ ଦେଇଥିଲେ ନିଶ୍ଚିତ ଭାବେ ତାଙ୍କ ପ୍ରସ୍ତାବ ଗୃହ ବିଭାଗ ନେଉଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ 

ଓଡ଼ିଶା ପୋଲିସରେ ସମୁଦାୟ ୭୨,୧୪୫ ପଦବୀ ରହିଛି ରାଜ୍ୟର ବିଭିନ୍ନ ଥାନାରେ ,୦୦୦ରୁ ଊର୍ଦ୍ଧ୍ୱ କନ୍ଷ୍ଟେବଲ ପ୍ରାୟ ୨୫୦୦ ହାବିଲଦାର ଅଛନ୍ତି ଏମାନେ ଚଢ଼ାଉ ବେଳେ ଅଫିସରଙ୍କୁ ସାହାଯ୍ୟ କରିବା ସହ ଫାଇଲ ନେବାଆଣିବା କାର୍ଯ୍ୟରେ ଲାଗିଥାଆନ୍ତି ଦେଖିବାକୁ ଗଲେ ତଳିଆ କାର୍ଯ୍ୟରେ ଏମାନଙ୍କୁ ନିୟୋଜିତ କରାଯାଇଥାଏ ଗୃହ ବିଭାଗ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ପରେ ସ୍ନାତକପ୍ରାପ୍ତ କନ୍ଷ୍ଟେବଲ ହାବିଲଦାରମାନେ କାର୍ଯ୍ୟକ୍ଷେତ୍ରରେ ମର୍ଯ୍ୟାଦା ପାଇପାରିବେ ଏଥିସହିତ ତଦନ୍ତକାରୀ ଅଧିକାରୀଜନିତ ଅଭାବରେ ପଡ଼ିଥିବା ଓଡ଼ିଶା ପୋଲିସ ଏମାନଙ୍କ ଦକ୍ଷତାକୁ ବ୍ୟବହାର କରିପାରିବେ ଏବେ ଦିଲ୍ଲୀ, କେରଳ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ରରେ ହେଡ୍କନ୍ଷ୍ଟେବଲମାନଙ୍କୁ ତଦନ୍ତ ଅଧିକାରୀ ଦାୟିତ୍ୱ ଅର୍ପଣ କରାଯାଇଛି ଫଳରେ ଏଏସ୍ଆଇଙ୍କ କାମ ହାଲୁକା ହୋଇପାରୁଥିବାରୁ ସେମାନେ ଅନ୍ୟସବୁ ଆପରାଧିକ ମାମଲାର ତଦନ୍ତ ଲାଗି ସମୟ ପାଇପାରିବେ ଏହାଦ୍ୱାରା ଥାନାରେ ବକେୟା ପଡ଼ି ରହିଥିବା ମାମଲା ବୋଝ କମିଯାଇପାରିବ ତେବେ ଦକ୍ଷ କନ୍ଷ୍ଟେବଲ ହାବିଲଦାରଙ୍କୁ ବାଛିବା ହେଉଛି ସବୁଠାରୁ ବଡ଼ କାର୍ଯ୍ୟ  ବର୍ଷରୁ କମ୍ଜେଲଦଣ୍ଡ ମିଳିପାରୁଥିବା ଅପରାଧର ତଦନ୍ତ ଦାୟିତ୍ୱ ଏମାନଙ୍କୁ ଦିଆଯିବାର ବ୍ୟବସ୍ଥା ସୃଷ୍ଟି କରାଯାଉଛି ଏଥିପାଇଁ ସେମାନଙ୍କୁ ଓଡ଼ିଶା ପୋଲିସର ପ୍ରଶିକ୍ଷଣ କେନ୍ଦ୍ରରେ ୪ରୁ ସପ୍ତାହ ଯାଏ ତାଲିମ ନେବାକୁ ପଡ଼ିବ ଏହାପରେ କାଗଜପତ୍ର କାର୍ଯ୍ୟ ଲାଗି ସେମାନଙ୍କୁ ଥାନାଗୁଡ଼ିକରେ ୪୫ ଦିନିଆ ପ୍ରଶିକ୍ଷଣ ଦିଆଯିବ ମାମଲା ରୁଜୁ, ପ୍ରମାଣ ସଂଗ୍ରହ, କେସ୍ଡାଏରୀ ଲେଖିବାଠାରୁ ଆରମ୍ଭ କରି ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଯେଉଁସବୁ କାର୍ଯ୍ୟ କରିବାକୁ ପଡ଼େ, ସେ ନେଇ ପ୍ରଶିକ୍ଷିତ ହେବାକୁ ପଡ଼ିବ ଏହା ପରେ ସେମାନେ ଏକ ପରୀକ୍ଷା ଦେବେ ଯେଉଁମାନେ ଏଥିରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ତଦନ୍ତ ଦାୟିତ୍ୱ ଦିଆଯିବ ତେବେ ଏସବୁ ଶୁଣିବାକୁ ଭଲ ଲାଗୁଥିଲେ ମଧ୍ୟ ଏହା କଥାରେ ସୀମିତ ରହିଲେ ବ୍ୟବସ୍ଥା ଫଳପ୍ରଦ ହେବ ନାହିଁ ସବୁଠାରୁ ମୂଳ କଥା ହେଲା ଏମାନଙ୍କୁ ଠିକ୍ପ୍ରଶିକ୍ଷଣ ଦିଆଯାଇ କାର୍ଯ୍ୟଧାରାରେ ସାମିଲ କରିବା ବାସ୍ତବରେ ତୃଣମୂଳ ସ୍ତରର ରିପୋର୍ଟ ଉପରେ ସବୁକିଛି ନିର୍ଭର କରିଥାଏ ପ୍ରଥମ ତଦନ୍ତ ରିପୋର୍ଟ ପାଣିଚିଆ ବା ତ୍ରୁଟିପୂର୍ଣ୍ଣ ହେଲେ ଆଗକୁ ନ୍ୟାୟ ମିଳିବା ଏକପ୍ରକାର ଅସମ୍ଭବ ହୋଇପଡ଼େ

ଗୋଟିଏ ପାଦ ଆଗକୁ ଯାଇ କୁହାଯାଇପାରେ ଯେ ଯୋଗ୍ୟ ବିବେଚିତ କନ୍ଷ୍ଟେବଲ ହାବିଲଦାରଙ୍କ କାର୍ଯ୍ୟ ତଦାରଖ କରିବା ଲାଗି ସ୍ଥାନୀୟ ଏସ୍ପିଙ୍କ ନେତୃତ୍ୱରେ ଏକ ଟାସ୍କଫୋର୍ସ ଗଠନ କରାଯିବା ଦରକାର ଏଥିସହିତ ରାଜ୍ୟର ଅବସରପ୍ରାପ୍ତ ଅଭିଜ୍ଞ ପୋଲିସ ଅଫିସର ଏବଂ ଅନ୍ୟ ରାଜ୍ୟର ଦକ୍ଷ ପୋଲିସ ଅଧିକାରୀଙ୍କୁ ଡକାଯାଇ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ ହେବାର କୌଶଳ ବୈଶିଷ୍ଟ୍ୟ ବିଷୟରେ ଆଲୋଚନା ଲାଗି କର୍ମଶାଳା ଆୟୋଜନର ଆବଶ୍ୟକତା ରହିଛି କର୍ମଶାଳାର ନିଷ୍କର୍ଷ କେତେକ କେସ୍ଷ୍ଟଡିକୁ ଆଭ୍ୟନ୍ତରୀଣ ପୋଲିସ ମାନୁଆଲ୍ରେ ସନ୍ନିବେଶିତ କରାଯାଇପାରିଲେ ତଦନ୍ତ ଦିଗରେ କାର୍ଯ୍ୟ କରୁଥିବା ବା ଆଗକୁ  ଦାୟିତ୍ୱ ନେବାକୁ ଥିବା ଯୁବ ପୋଲିସଙ୍କ ପାଇଁ ଏହା ଏକ ବେସ୍‌ (ମୂଳ) ପୁସ୍ତିକା ହୋଇପାରିବ  ଉକ୍ତ ମାନୁଆଲ୍କୁ ମଧ୍ୟ ସମୟକ୍ରମେ  ଅପ୍ଡେଟ୍କରାଯିବା ଦରକାର ବରିଷ୍ଠ ପୋଲିସ ଅଧିକାରୀମାନେ ନୂତନ ଭାବେ ତଦନ୍ତ ଅଧିକାରୀ ହେଉଥିବା ପୋଲିସଙ୍କ କେସ୍ଡାଏରି କୋର୍ଟକୁ ଦିଆଯିବାକୁ ଥିବା ରିପୋର୍ଟକୁ ଭଲ ଭାବେ ଯାଞ୍ଚ କରିବା ଉଚିତ ସେହିପରି କୋର୍ଟରେ କେସ୍ସରିଲା ପରେ ଜଣେ ଅଭିଯୁକ୍ତ କେଉଁଥିପାଇଁ ଦଣ୍ଡ ପାଇଲେ ବା ମାମଲାରୁ ଛାଡ଼ ପାଇଗଲେ, ସେହି ସମ୍ପର୍କିତ ବର୍ଣ୍ଣନା ପୋଲିସର କନ୍ଫିଡେନ୍ସିଆଲ ମାନୁଆଲ ବା ଗୋପନୀୟ ପୁସ୍ତିକାରେ ପ୍ରାଞ୍ଜଳ ଭାବେ ରଖାଯାଇପାରିଲେ ନୂତନ ଭାବେ ଦାୟିତ୍ୱ ନେଉଥିବା ତଦନ୍ତ ଅଧିକାରୀଙ୍କ ପାଇଁ ଏହା ଏକ ମାର୍ଗଦର୍ଶିକା ପାଲଟିଯାଇପାରନ୍ତା ସକାରାତ୍ମକ ଦୃଷ୍ଟିରୁ ପୋଲିସର କାର୍ଯ୍ୟଧାରାକୁ ଏହିଭଳି ବ୍ୟବସ୍ଥିତ କରାଯାଇପାରିଲେ, ଏକ ଦଶନ୍ଧି ମଧ୍ୟରେ ଓଡ଼ିଶା ପୋଲିସ ଏକ ଦକ୍ଷ ସୁରକ୍ଷା ବାହିନୀ ଭାବେ ଉଭା ହୋଇ ଅନ୍ୟ ରାଜ୍ୟ ପାଇଁ ମଡେଲ ହୋଇପାରନ୍ତା  

Wednesday, 26 December 2018

ଅସୁରଙ୍କ ପ୍ରାଦୁର୍ଭାବ -

ଯେତେବେଳେ ଆସୁରିକ ଶକ୍ତିର ପ୍ରାଦୁର୍ଭାବ ବୃଦ୍ଧିପାଏ, ସେତେବେଳେ   ସବୁ ଅସୁର ଏକାଠି ହୋଇ ସମାଜକୁ ଦମନ କରିବାକୁ ଚେଷ୍ଟା କରନ୍ତି। ତାହାର ସଦ୍ୟ ଉଦାହରଣ ଏବେ ପୁନର୍ବାର ପିପିଲିରେ ୨୦୧୧ରେ ଘଟିଥିବା ଗଣବଳାତ୍କାର ଘଟଣା ସମ୍ପର୍କିତ ଅଦାଲତଙ୍କ ରାୟରୁ ସ୍ପଷ୍ଟ ଜଣାପଡ଼ୁଛି। ସେତେବେଳେ ପିପିଲିର ଆଇଆଇସି ଥିବା ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ଅତି ଲୋକଦେଖାଣିଆ ଭାବେ ସରକାର ଚାକିରିରୁ ନିଲମ୍ବନ କରିଥିଲେ। ରାଜନୈତିକ ସମ୍ପୃକ୍ତି ଥିବା ହେତୁ ସେହି ଘଟଣାକୁ ଲୁଚାଇ ଦେବାର ଉଦ୍ୟମ ସେତେବେଳେ ଜଣାପଡ଼ିଥିଲା। ଇତିମଧ୍ୟରେ ଦୀର୍ଘ ୭ ବର୍ଷ ବିତିଗଲା। ଅତି ସହଜରେ ଗଣମାଧ୍ୟମ ସେହି ଘଟଣାରୁ ଦୂରେଇଗଲା।  ଜନସାଧାରଣ ମଧ୍ୟ ଭୁଲିଗଲେ। ସାକ୍ଷୀଙ୍କୁ ସୁରକ୍ଷିତ ରଖିବାର କୌଣସି ବ୍ୟବସ୍ଥା କରାଗଲା ନାହିଁ। ପୋଲିସର ଅନୁସନ୍ଧାନ ଓ ଅଦାଲତରେ ସାକ୍ଷ୍ୟ ପ୍ରମାଣ କେଉଁଭଳି ପ୍ରଭାବିତ ହୋଇଥିବ, ତାହା ଅନୁମାନ କରିବା କଷ୍ଟକର ନୁହେଁ।
ଏବେ ଘଟଣା ସମ୍ପର୍କରେ ମନେପକାଇ ଦିଆଯାଇପାରେ।  ପୁରୀ ଜିଲା ପିପିଲିର ଅର୍ଜୁନଗୋଦା ଗ୍ରାମରେ ୨୦୧୧ ନଭେମ୍ବର ୨୯ରେ ଜଣେ ଯୁବତୀ ଗଣବଳାତ୍କାରର ଶିକାର ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ କୋମା ସ୍ତରକୁ ଚାଲିଯାଇଥିଲେ। ଶେଷରେ ୨୦୧୨ ଜୁନ୍‌ ୨୧ରେ କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ଲୋମହର୍ଷଣକାରୀ ଘଟଣାର ଦୁଇ ମୁଖ୍ୟ ଅପରାଧୀଙ୍କୁ  ଭୁବନେଶ୍ୱର ଅତିରିକ୍ତ ଜିଲା ଜଜ୍‌ ୨୦୧୮ ଡିସେମ୍ବର ୨୪ରେ ପ୍ରମାଣ ଅଭାବରୁ ମୁକ୍ତ କରି ଦେଇଛନ୍ତି। ଯୁବତୀ ବଳାତ୍କାର ହେବା ଓ ପରେ ତାଙ୍କ ପ୍ରାଣ ଯାଇଥିଲେ ମଧ୍ୟ ତାହାକୁ ପ୍ରମାଣସିଦ୍ଧ କରାଯାଇ ନ ପାରିବା ପୋଲିସ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଝିଅକୁ ହରାଇ ପାଖାପାଖି ୭ ବର୍ଷ ଧରି ମାନସିକ ଯନ୍ତ୍ରଣା ପାଇଥିବା ପରିବାରବର୍ଗଙ୍କ ପାଇଁ ଏହି ରାୟ ଶକ୍ତ ଧକ୍କା ପହଞ୍ଚାଇଛି। ଭୟରେ କେହି କିଛି କହିବେ କି ନାହିଁ, ତାହା ଜାଣିହେବ ନାହିଁ। କିନ୍ତୁ ବାସ୍ତବତାକୁ ଜନସାଧାରଣ ଏବେ ଭୁଲିବେ ନାହିଁ।
ସେତେବେଳର ଘଟଣାକୁ ମନେପକାଇ ଆଜିର ରାୟକୁ ଦେଖିଲେ ବିସ୍ମିତ ହେବାକୁ ପଡ଼ୁଛି। ଯେଉଁଭଳି ଢଙ୍ଗରେ ଯୁବତୀଙ୍କୁ ଗଣବଳାତ୍କାର କରାଯିବା ପରେ ତଣ୍ଟିଚିପି ହତ୍ୟା ଉଦ୍ୟମ କରାଯାଇଥିଲା, ତାହା ଅନେକଙ୍କ ମନରୁ ଲିଭି ନ ଥିବ। ପ୍ରାଥମିକ ସ୍ତରରେ ପିପିଲି ଥାନାରେ ମାମଲା ରୁଜୁ ହୋଇପାରି ନ ଥିଲା। ଏହି ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିବା ପରେ ବିଭିନ୍ନ ସଙ୍ଗଠନ ରାସ୍ତାକୁ ଓହ୍ଲାଇଥିଲେ। ରାଜ୍ୟ ମାନବ ଅଧିକାର କମିଶନ ଘଟଣାରେ ହସ୍ତକ୍ଷେପ କରିବା ପରେ ମାମଲା ରୁଜୁ କରାଯାଇଥିଲା।  କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତଙ୍କୁ ମିଶାଇ ୮ ଜଣଙ୍କ ନାମରେ ଅଭିଯୋଗଫର୍ଦ୍ଦ ମଧ୍ୟ ଦାଖଲ କରିଥିଲା। କିନ୍ତୁ ଏହି ମାମଲା ପ୍ରମାଣ ଅଭାବରୁ ଖାରଜ ହେବାର ଅର୍ଥ ହେଉଛି ଯେ, ସମ୍ପୃକ୍ତ ତଦନ୍ତକାରୀ ସଂସ୍ଥା ଜାଣିଶୁଣି ଦୁର୍ବଳ ରିପୋର୍ଟ ଦେଇଛି।  ଏହି ପ୍ରଚ୍ଛଦପଟରେ କୁନ୍ଦୁଲି ପୀଡ଼ିତାଙ୍କ କଥା ମଧ୍ୟ ମନେପଡ଼େ। ଗଣବଳାତ୍କାରର ଶିକାର ହୋଇ ମାନସିକ ଯନ୍ତ୍ରଣାରେ ଜର୍ଜରିତ ହୋଇଯାଇଥିବା ନବମ ଶ୍ରେଣୀ ଝିଅ କେଉଁଆଡ଼ୁ କିଛି ନ୍ୟାୟ ନ ପାଇବାରୁ ଶେଷରେ ୨୦୧୮ ଜାନୁୟାରୀ ୨୨ରେ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ। ଜାନୁୟାରୀ ୨୩ରେ ଏହି ସ୍ତମ୍ଭରେ ଆମେ ‘ଆତ୍ମହତ୍ୟା’ ଶୀର୍ଷକରେ ଲେଖା ପ୍ରକାଶ କରିଥିଲୁ। ନ୍ୟାୟିକ ଓ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ହେବା ସତ୍ତ୍ୱେ କୌଣସି ଫଳାଫଳ ଦେଖିବାକୁ ମିଳିଲା ନାହିଁ। ନାବାଳିକା ଯଥେଷ୍ଟ ସାହସ ଦେଖାଇ ଲଢ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ମିଛୁଆ ଆଖ୍ୟା ଦିଆଯାଇଥିଲା।  ପୋଲିସଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ଯେଉଁମାନେ ତାଙ୍କ କଥାକୁ ସନ୍ଦେହ କଲେ, ସେଥିପାଇଁ ସମସ୍ତେ ଦାୟୀ ବୋଲି ଆମେ ଏଥିରେ ଉଲ୍ଲେଖ କରିଥିଲୁ। ଆଜିର ପିପିଲି ବଳାତ୍କାର ଘଟଣାର ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ମୁକ୍ତ କରିଦିଆଯିବା ବିଷୟ ଶୁଣିବା ପରେ ସମସ୍ତେ ବ୍ୟବସ୍ଥା ସମ୍ପର୍କରେ ବୁଝିଯାଇଥିବେ।
କେବଳ ଓଡ଼ିଶା ନୁହେଁ, ଦେଶବ୍ୟାପୀ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ସନ୍ଦେହ ବଢ଼ିବାରେ ଲାଗିଛି। ୨୦୦୫ରେ ଗୁଜରାଟରେ ସୋହରାବୁଦ୍ଦିନ୍‌ ଶେଖ୍‌ ମିଥ୍ୟା ଏନ୍‌କାଉଣ୍ଟରରେ ଅଭିଯୁକ୍ତ ଥିବା ସମସ୍ତ ପୋଲିସ ଅଧିକାରୀଙ୍କୁ ନିକଟରେ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିବା ନ୍ୟାୟିକ ବ୍ୟବସ୍ଥାର ବିଫଳତାକୁ ସୂଚାଉଛି। ଏହିପରି ବହୁ ଆପରାଧିକ ମାମଲାରେ ଦୋଷୀ ଛାଡ଼ ପାଇଯିବା ଓ ପୀଡ଼ିତା ବା ପୀଡ଼ିତ ଯନ୍ତ୍ରଣା ଭୋଗିବା ଯେପରି ହୋଇଗଲାଣି ଗତାନୁଗତିକ ଧାରା। ଅର୍ଥ, ବାହୁ ଓ କ୍ଷମତା ବଳରେ ନ୍ୟାୟକୁ ଏପଟସେପଟ କରାଯାଉଥିବାରୁ ବ୍ୟବସ୍ଥା ଏବେ ବିଶ୍ୱାସର ସଙ୍କଟରେ ପଡ଼ିଯାଇଛି। ଅସତ୍ୟର ଧାରାରେ ଯାଉଥିବା ପୋଲିସ ଏବଂ ପ୍ରଶାସନ ପ୍ରମାଣ କରିଦେଉଛି ଯେ, ଦୁଷ୍ଟ ଶକ୍ତିର ପ୍ରାଦୁର୍ଭାବ ବଢ଼ୁଛି।


ଗ୍ରାହକ ସୁରକ୍ଷା ଗଣତନ୍ତ୍ର ରକ୍ଷା




ସହଦେବ ସାହୁ
ପ୍ରତିବର୍ଷ ଡିସେମ୍ବର ୨୪ ତାରିଖକୁ ଆମେ ‘ଜାତୀୟ ଖାଉଟି ଅଧିକାର ଦିବସ’ ଭାବେ ପାଳନ କରୁ ଏବଂ ସରକାରୀ ବିଜ୍ଞାପନରେ ଶୁଣୁ ‘ଜାଗୋ ଗ୍ରାହକ ଜାଗୋ’। ଉତ୍ତମ ସାମଗ୍ରୀ ଓ ଉତ୍ତମ ସେବା ପାଇବା ତୁମର ଅଧିକାର, ଯିଏ ଖିଲାପ କରୁଛି ତା’ ନାଁରେ ନାଲିସ କର; ସିଏ ସରକାର ହୁଅନ୍ତୁ ବା ଘରୋଇ କମ୍ପାନୀ କି ସମବାୟ ସଂସ୍ଥା। ସେ ଘର ପାଖର ପଡ଼ିଶା ହେଉ କି ସହରୀ ଚିଟ୍‌ଫଣ୍ଡ ମାଲିକ ହେଉ କି ବିଶ୍ୱସ୍ତରୀୟ ବହୁରାଷ୍ଟ୍ରୀୟ କମ୍ପାନୀ, କାହାରିକୁ ଛାଡ଼ ନାହିଁ। ସାମଗ୍ରୀ ବା ସେବା ଯୋଗାଣକାରୀମାନେ ଆଉ ‘ଗରାଖ ଈଶ୍ୱର’ ଉକ୍ତିରେ ବିଶ୍ୱାସ କରୁନାହାନ୍ତି, ‘ପଇସା ହିଁ ଭଗବାନ’ ଭାବି ଗ୍ରାହକକୁ ଠକିିବାର ବିଭିନ୍ନ କୌଶଳ ବାହାର କରୁଛନ୍ତି। ସରକାରୀ କର୍ମଚାରୀମାନେ ବି ନାଗରିକଙ୍କୁ ଯଥାସମୟରେ ତାଙ୍କର ହକ୍‌ ଦେବାକୁ କର୍ତ୍ତବ୍ୟ ବୋଲି ମନେକରୁ ନାହାନ୍ତି। ସବୁଠାରୁ ବଡ଼ ଦୁଃଖର ବିଷୟ ଯେ, ଉତ୍କୋଚ ନେଇଥିବା ଉପରିସ୍ଥ ଅଧିକାରୀ ବା ନେତାଙ୍କ ଇଙ୍ଗିତ କାରଣରୁ ଆମ ଦେଶର ନିୟାମକ ଅଧିକାରୀମାନେ ଚୁପ୍‌ ରହୁଛନ୍ତି। ରାଜନୈତିକ ଦଳଗୁଡ଼ିକ ମୋଟା ଅଙ୍କର ନିର୍ବାଚନୀ ଚାନ୍ଦା ପାଇଗଲେ ଚାନ୍ଦା ଦେଇଥିବା କମ୍ପାନୀ ଓ ବ୍ୟକ୍ତିମାନଙ୍କ ପ୍ରତି ନିୟାମକ କର୍ମକର୍ତ୍ତାଙ୍କୁ ଶିଥିଳ କରିଦେଉଛନ୍ତି; ସିବିଆଇ ଭଳି ଅଥରିଟିର ତଦନ୍ତକାରୀ ଅଧିକାରୀଙ୍କୁ ବି ବଦଳି କରିଦେଉଛନ୍ତି। ଗ୍ରାହକର ସୁରକ୍ଷା ଦେଉଥିବା ଆଇନର ଖିଲାପକାରୀଙ୍କ ପ୍ରତି କେବଳ ବିଭାଗୀୟ ନିରୀକ୍ଷକ ନୁହେଁ, ପୋଲିସ, କମ୍ପାନୀ ନିୟନ୍ତ୍ରକ, ବିଚାର ବିଭାଗ ବି କୋହଳ ହେଉଥିବାର ଉଦାହରଣ ଅଛି। ଗ୍ରାହକ-ଶୋଷଣ ସୀମା ପାର ହୋଇ ଗ୍ରାହକର ମୃତ୍ୟୁର କାରଣ ହେଲେ ସରକାର ଚେତୁଛନ୍ତି କିମ୍ବା ବିଦେଶରେ କ୍ଷତିଗ୍ରସ୍ତ ଗ୍ରାହକମାନେ ଜିତିବାର ଖବର ବହୁଳ ପ୍ରଚାର ହେଲେ ଆମ ଦେଶର ସରକାରୀ କଳ ସକ୍ରିୟ ହୁଅନ୍ତି। ପେପ୍‌ସୀ କୋଲା ଭଳି ମୃଦୁପାନୀୟ ଆମେରିକାର ସ୍କୁଲମାନଙ୍କରେ ବାରଣ ହୋଇଥିଲେ ବି ଆମ ଦେଶରେ ସେଗୁଡିକ ଆଭିଜାତ୍ୟର ଚିହ୍ନ ହୋଇ ରହିଛି। ଆମ ଦେଶରେ ବହୁଳ ପ୍ରସାରିତ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀର ବେବି ପାଉଡର ଓ ବେବି ସାମ୍ପ ଉଦାହରଣ ଦେଖନ୍ତୁ। ପିଲାଙ୍କୁ ଭଲ ବୋଲି ଏତେ ପ୍ରଚାରିତ ଯେ ବଡ଼ମାନେ, ବିଶେଷତଃ ପିଲାର ମା’ମାନେ ବି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର ବ୍ୟବହାର କରନ୍ତି; ଗାଧୋଇ ସାରିଲା ପରେ ଦେହକୁ ଶୁଖିଲା ରଖିବା ପାଇଁ ଚଡ଼ିରେ, ରୁମାଲରେ ବେବି ପାଉଡର ଛିଞ୍ଚନ୍ତି। ବେବି ପାଉଡରରେ ଯେଉଁ ଟାଲକମ୍‌ ବ୍ୟବହାର ହୁଏ, ତାହା ଖଣିରୁ ଉତ୍ତୋଳନ ବେଳେ ତହିଁରେ ଆଜ୍‌ବେଷ୍ଟସ୍‌ ମିଶିଥାଏ ଏବଂ ଆଜ୍‌ବେଷ୍ଟସ୍‌ କର୍କଟ ରୋଗର କାରଣ ବୋଲି ଡାକ୍ତରମାନଙ୍କୁ ଜଣା। ବେବି ପାଉଡର ତିଆରିରେ ଆଜ୍‌ବେଷ୍ଟସକୁ ପୂରାପୂରି କାଢ଼ିଦେବା କଥା ଏବଂ କାଢ଼ିଦେଇ ବେବି ପାଉଡର ତିଆରି କରୁଛି ବୋଲି କମ୍ପାନୀ ଦାବି କରୁଥିଲା। ଅଳ୍ପ ଦିନ ତଳେ ଆମେରିକାର ଆଲାବାମା ରାଜ୍ୟର ଜଣେ ୬୨ ବର୍ଷୀୟା ମହିଳା ଜରାୟୁ କର୍କଟରେ ଆକ୍ରାନ୍ତ ହୋଇଥିବାର କାରଣ ୩୫ ବର୍ଷ କାଳ ଜେଆଣ୍ଡଜେ ବେବି ପାଉଡର ବ୍ୟବହାର ବୋଲି ଅଭିଯୋଗ କରି ନାଲିସ କରିଥିଲେ ଏବଂ ଶେଷରେ ମୃତ୍ୟୁବରଣ କରିଥିଲେ। ନମୁନା ପରୀକ୍ଷା କରି ଦେଖାଗଲା ବେବି ପାଉଡର ସମ୍ପୂର୍ଣ୍ଣ ଆଜ୍‌ବେଷ୍ଟସମୁକ୍ତ ନୁହେଁ। ରଏଟର ପରିବେଷିତ ଖବରରୁ ପ୍ରକାଶ ଯେ, ଜେଆଣ୍ଡଜେ କମ୍ପାନୀ ଅଭିଯୋଗକାରିଣୀଙ୍କ ପରିବାରକୁ ୭୨ ମିଲିୟନ୍‌ ଡଲାର (ପ୍ରାୟ ୫୦ କୋଟି ୪୦ ଲକ୍ଷ ଟଙ୍କା) କ୍ଷତିପୂରଣ ଦେବାକୁ ଆମେରିକାର କୋର୍ଟ ରାୟ ଦେଇଛି। ପାଠକମାନେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଜନ୍‌ସନ ଆଣ୍ଡ ଜନ୍‌ସନ କମ୍ପାନୀର ବେବି ସାମ୍ପରେ ଫର୍ମାଲଡିହାଇଡ୍‌ ଭଳି କର୍କଟରୋଗକାରୀ କେମିକାଲ ମିଶିଛି। ସେଥିପାଇଁ ବି ଲୋକେ ନାଲିସ କଲେଣି। ଏ ଖବର ପାଇ ସପ୍ତାହକ ତଳେ ଆମ ଦେଶର ସେଣ୍ଟ୍ରାଲ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନର ଅଧିକାରୀମାନେ ଜେଆଣ୍ଡଜେର କାରଖାନା ଉପରେ ଚଢାଉ କରି ଉପତ୍ାଦିତ ଦ୍ରବ୍ୟର ନମୁନା ନେଇଛନ୍ତି। ଏତେ ଦିନରେ ଆମ ସରକାରଙ୍କ ନିଦ ଭାଙ୍ଗିଥିଲେ ବି ଯାଞ୍ଚର ଫଳ କମ୍ପାନୀ ବିରୋଧରେ ଯିବା ନେଇ ସନ୍ଦେହ ରହିଛି। କାରଣ କେତେ ପରିମାଣର ଆଜ୍‌ବେଷ୍ଟସ ଭାରତୀୟମାନେ ସହିପାରିବେ ତା’ ଉପରେ ବିତର୍କ ହୋଇପାରେ, ସତେଯେପରି ଭାରତୀୟମାନଙ୍କ ଜୀବନ ଆମେରିକୀୟ ଜୀବନଠାରୁ ନୂ୍ୟନ। ଆମେ ଜାଣିଛୁ- ପେପ୍‌ସୀ ଓ କୋକାକୋଲା ଭଳି ପାନୀୟରେ କୀଟନାଶକ ଭଳି ଦୂଷିତ ଜିନିଷ ଅଛି ବୋଲି ଅଭିଯୋଗର ତଦନ୍ତ କରି ଆମ କେନ୍ଦ୍ର ସରକାର କହିଥିଲେ, ୟୁରୋପୀୟ ସଂଘର ମାନକ ତୁଳନାରେ ମିଶ୍ରଣ-ମାତ୍ରା ବେଶି ଥିଲେ ହେଁ ଭାରତୀୟ ମାନକ ମାପରେ ମାତ୍ରାଧିକ ନୁହେଁ। ଆମର ତତ୍କାଳୀନ କେନ୍ଦ୍ରମନ୍ତ୍ରୀ କୋକାକୋଲା କମ୍ପାନୀକୁ କ୍ଲିନ୍‌ଚିଟ୍‌ ଦେଇଥିଲେ ବୋଲି ଆମ ପିଲାଏ ମୃଦୁପାନୀୟ ପିଇ ପିଇ ମେଦବହୁଳତା ରୋଗର ଶିକାର ହେବେ। ଜେଆଣ୍ଡଜେ କ୍ଷେତ୍ରରେ ତଦନ୍ତର ସେହିଭଳି ଅବସ୍ଥା ହେବନି ତ!
ଅଥଚ ଆମ ଦେଶରେ ଗ୍ରାହକକୁ ଆମେରିକା ଭଳି ଖର୍ଚ୍ଚବହୁଳ ମକଦ୍ଦମା କରିବାକୁ ପଡିବ ନାହିଁ। ୧୯୮୬ରୁ ଲାଗୁ ହୋଇଥିବା ଗ୍ରାହକ ସୁରକ୍ଷା ଆଇନ ଅନୁଯାୟୀ ଠକାମି, ଜାଲିଆତି, ଅପମିଶ୍ରଣ ବା ଅନ୍ୟ ପ୍ରକାର ଶୋଷଣର ଶିକାର ହୋଇଥିବା ଲୋକ କମ୍‌ ଖର୍ଚ୍ଚରେ ଖାଉଟି ଅଦାଲତକୁ ଯାଇପାରିବ। ସେ ଦାବି କରୁଥିବା କ୍ଷତିର ପରିମାଣ ଅନୁଯାୟୀ ଫି’ ଦେଇ ଜିଲା ବା ରାଜ୍ୟସ୍ତରର ବା ଜାତୀୟ ଖାଉଟି ଅଦାଲତକୁ ଯାଇପାରିବ। ଏ ଆଇନଟି ଏକ ଯୁଗାନ୍ତକାରୀ ଏବଂ ପ୍ରଗତିଶୀଳ ବ୍ୟବସ୍ଥା। ବେସରକାରୀ, ସରକାରୀ ଓ ସମବାୟ ସବୁ କ୍ଷେତ୍ର ଏହାର ଅନ୍ତର୍ଭୁକ୍ତ। ସବୁ ପ୍ରକାରର ସାମଗ୍ରୀ ଓ ସେବା ପ୍ରତି ଏ ଆଇନ ଲାଗୁ। ଆଗରୁ ଖାଉଟି ବା ସେବା-ଗ୍ରହଣକାରୀ ଭେଦରେ ଭିନ୍ନ ଭିନ୍ନ ସୁରକ୍ଷା ଆଇନ ଥିଲା: ଯଥା ଉଚ୍ଚତା ବଢ଼ାଇବା ହର୍ଲିକ୍ସ ପିଇ ପିଲାଏ ଡେଉଁଥିବା ବା ପାହାଡ଼ ଉପରୁ କୁକୁର ଛୁଆକୁ ଉଦ୍ଧାର କରିପାରି ଯୁବକଟିଏ ପେପ୍ସୀ ପିଇବା ଭଳି ଭ୍ରମାତ୍ମକ ବିଜ୍ଞାପନ ବିରୋଧରେ ସ୍ବତନ୍ତ୍ର ଆଇନ ଥିଲା। ସାମଗ୍ରୀର ବିକ୍ରି ବଢାଇବା ପାଇଁ ତାହାର ଯାଦୁକରୀ ପ୍ରଭାବ ଅଛି ବୋଲି ଆପତ୍ତିଜନକ ବିଜ୍ଞାପନ ଦେବା ବିରୋଧରେ ଏ ଆଇନ ଥିଲା। ଏବେ ତାକୁ ରଦ୍ଦ ନ କରି ତାହାଠାରୁ ସହଜ ଆଇନ ହୋଇଛି ୧୯୮୬ର ଗ୍ରାହକ ସୁରକ୍ଷା ଆଇନ। କିନ୍ତୁ ଆମ ସରକାର ଏଭଳି ବିଜ୍ଞାପନ ବିରୋଧରେ ପଦକ୍ଷେପ ନେଉନାହାନ୍ତି। ଆମେରିକାର ସ୍କୁଲମାନଙ୍କରେ ପେପ୍‌ସୀ ଭଳି ମୃଦୁପାନୀୟ ବାସନ୍ଦ ହୋଇଥିଲେ ହେଁ ଆମ ଦେଶରେ ତାହା ଆଭିଜାତ୍ୟର ଚିହ୍ନ। ପାନୀୟ କମ୍ପାନୀ ଲୋକଙ୍କୁ ଭୂତାଉଛି ବୋଲି ଜାଣି ମଧ୍ୟ ଆମେ ଚୁପ୍‌ ରହୁଛୁ।
୧୯୮୬ର ଆଇନରେ ଗ୍ରାହକ କେବଳ ଜଣେ ଖରିଦ୍‌ଦାର ନୁହେଁ, ସେ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରୋଗୀ ହୋଇପାରେ, ବିଦ୍ୟାଳୟରେ ଭର୍ତ୍ତି ହୋଇଥିବା ପିଲା ହୋଇପାରେ, ରେଳ ବା ବିମାନରେ ଟିକେଟ କରିଥିବା ଲୋକ ଅବା ଫୋନ୍‌ ସେବା କି ଟେଲିଭିଜନ୍‌ ସେବା ନେଇଥିବା ଲୋକ ହୋଇପାରେ, ବୀମା କରିଥିବା ଲୋକ ହୋଇପାରେ, ସରକାରୀ ବା ପ୍ରଶାସନିକ ସେବା କି ଅନୁଦାନ ପାଇବାର ହକ୍‌ ଥିବା ଯଥା- ଇନ୍ଦିରାଆବାସ ଘର ପାଇବାର ହିତାଧିକାରୀ ବି ହୋଇପାରେ। ଜଗତ୍‌ସିଂହପୁରର ବୃନ୍ଦାବନ ଜୁନିୟର କଲେଜରେ ଆବଶ୍ୟକ ଭିତ୍ତିଭୂମି ନାହିଁ ବୋଲି ଶୁଣାଣି କରି ଜିଲା ଖାଉଟି ଅଦାଲତ ସେ କଲେଜର ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଥିବା ଉପଜିଲାପାଳଙ୍କୁ ଡକାଇଥିଲେ। ସେ ଉପସ୍ଥିତ ହୋଇ ନ ଥିବାରୁ ତାଙ୍କୁ ଗିରଫ କରି ହାଜର କରିବାକୁ ଜିଲାର ଏସ୍‌ପିଙ୍କୁ ଖାଉଟି ଅଦାଲତ ଏକ ପରୱାନା ଜାରି କରିଛନ୍ତି ବୋଲି ଖବର ପ୍ରକାଶ ପାଇଛି। ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କୁ କଲେଜ ଶୋଷଣ କରୁଥିବା ଅଭିଯୋଗର ଏକ ଶୁଣାଣି ପ୍ରମାଣ ଦିଏ, କିପରି ଲୋକଙ୍କୁ ଠକିବାର ବେଳ ସରିଆସୁଛି। କିନ୍ତୁ ଏଥିଲାଗି ଶୋଷଣଗ୍ରସ୍ତ ଲୋକେ ଏକୁଟିଆ ହେଉ ବା ଦଳବଦ୍ଧ ଭାବେ ଲଢ଼େଇ ଜାରି ରଖିବା ଦରକାର।
ଗ୍ରାହକ ସୁରକ୍ଷାର ଏଭଳି ଭିନ୍ନ ଭିନ୍ନ ଦିଗ ଆଲୋଚନା କଲେ ଆମେ ଦେଖିବା, ୧୯୮୬ର ଆଇନଟି ଆମ ଗଣତନ୍ତ୍ରକୁୁ ଦୃଢ଼ କରିବାର ସୁଯୋଗ ସୃଷ୍ଟି କରିଛି। ଦଳ ପାଇଁ ଚାନ୍ଦା ଦେଇ ବା ନେତାଙ୍କୁ ହାତକରି ଯେଉଁ ବ୍ୟକ୍ତି ବା କର୍ମଚାରୀ ବା ସଂସ୍ଥା ଲୋକଙ୍କୁ ଶୋଷଣ କରିବାର ଚେଷ୍ଟା କରୁଛି, ତା’ ବିରୋଧରେ ଖାଉଟି ଅଦାଲତକୁ ସହଜରେ ଓ ସ୍ବଳ୍ପ ଖର୍ଚ୍ଚରେ ଯାଇହେବ। ନେତାମାନଙ୍କର କଳାକାରନାମା ଏ ଅଦାଲତ ଜରିଆରେ ପଦାରେ ପଡ଼ିଲେ ସେମାନଙ୍କର ଦେଶ ସମ୍ପତ୍ତିକୁ ଲୁଟ୍‌ କରିବା ଚେଷ୍ଟା ଓ ଲୋକଙ୍କୁ ଅବହେଳା କରିବା ସ୍ବଭାବ ଉପରେ ଲଗାମ୍‌ ଲଗାଯାଇପାରିବ।
ଇମେଲ୍‌: sahadevasahoo@gmail.com

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...