Thursday, 6 June 2019

ବେୱଫା ସନମ



ପୁ ତି ଲାଲ   ଲୋଦ୍ଧ ପରିବାର ସହିତ ଉତ୍ତର ପ୍ରଦେଶ  ରାଏବରେଲି ଜିଲ୍ଲା ବଛରାୱ୍ଵା ଥାନା ଅନ୍ତର୍ଗତ ଶେଖପୂରା ସମୋଦ୍ଧା ଗାରେ ରହୁ ଥିଲା। ପରିବାରରେ ପତ୍ନୀ ସୁଶୀଳା ଏବଂ ଦୁଇଝିଅ ଝିଅ ଆଶାଏବଂ ମାୟା ସମେତ ଗୋଟିଏ ପୁଅ ଉମେଶ ଥିଲେ। ଆଶା ଘରର ବଡ଼ଝିଅ ଥିଲା। ସୁନ୍ଦରୀ ହେବା ସହିତ ପାଠପଢାରେ ବି ଭଲ ଥିଲା। ଇଣ୍ଟରମିଡିଏଟ୍ପରୀକ୍ଷା ପାସ୍ କଲା ପରେ ବିଏଆଡମିଶନ୍ ନେଇଥିଲା। ଆଶାରସୌନ୍ଦର୍ଯ୍ୟରେ ଗାର ଅନେକ ଯୁବକତା'ପଛରେ ପାଗଳ ଥିଲେ। ସେହି ପିଲାଙ୍କ ମଧ୍ୟରୁ ଜଣେ ଥିଲା ବିଜେନ୍ଦ୍ର କୁମାର । ବିଜେନ୍ଦ୍ରର ଘରଆଶାର ଘରଠୁ ଅଳ୍ପ ଦୂର ଥିଲା। ବିଏ ପାସ୍ କରିବା ପରେସେ ବିଟିସିରେ ସିଲେକ୍ଟ୍ ହୋଇଥିଲା। ବିଜେନ୍ଦ୍ର ଏବଂ ଆଶା ପରସ୍ପରକୁ ଛୋଟ ବେଳୁ ଜାଣିଥିଲେ । କଲେଜ ଯିବା ଆସିବାସମୟରେ ଦୁହଙ୍କର ଦେଖାସାକ୍ଷାତ ହୁଏ। ଏହାରି ଭିତରେବିଜେନ୍ଦ୍ର ଭଲ ପାଇ ବସିଥିଲା ଆଶାକୁ। ଆଶାର ନଜର ବିବିଜେନ୍ଦ୍ର ଉପରେ ଥିଲା। ଧୀରେ ଧୀରେ ଆରମ୍ଭ ହୋଇଥିଲାଦୁହଙ୍କର ପ୍ରେମ ସଂପର୍କ ।

ଲୁଚାଇଥିଲେ ବି ଲୁଚିନଥିଲା ।
ଧୀରେ ଧୀରେ ସେମାନଙ୍କ ପ୍ରେମର ଗାଡ଼ି । ।ଆଗକୁ ବଢିଚାଲିଥାଏ । ଦୁଇଜଣଙ୍କ ପରିବାର ମଧ୍ୟରେ ସମାନତା ନଥିଲା। ତଥାପି ସେମାନେ ସ୍ଥିର କରିଥିଲେ କିଛି ବି ହେଇଯାଉଏକାଠି ରହିବେ। ହେଲେ ଏହି ସଂପର୍କ ଯେତେ ଲୁଚାଇଲେ ବି ଲୁଚିନଥିଲା। କିଛି ଦିନ ପରେ ପୁତିଲାଲଙ୍କ ଶୁ ଭଚିନ୍ତକଙ୍କଦ୍ଵାରା ଜଣାପଡ଼ିଥିଲା ଝିଅ ଭୁଲ୍ରାସ୍ତାରେ ପାଦ ଦେଇ ସାରିଛି।ସ୍ଵାମୀ ସ୍ତ୍ରୀ ଦୁହେ ମିଶି ଆଶାକୁଗାଳି କରିଥିଲେ ଏବଂ ଠିକ୍ ରାସ୍ତାକୁଆସିବାକୁ ବୁଝାଇଥିଲେ। ସେମାନେ ଆଶାର ବାହାଘର କରିବାକୁ ସ୍ଥିରକରିଥିଲେ। ପୁତିଲାଲ ଏବଂ ସୁଶୀଳା ଆଶାଉପରେ ନଜର ରଖିବା ଆରମ୍ଭ କରିଥିଲେ ।ତଥାପି ଯେତେବେଳେ ବି ଆଶାକୁ ମଉକାମିଳୁଥିଲା ସୁଯୋଗ ଦେଖି ବିଜେନ୍ଦ୍ରକୁ ଦେଖାକରିବାକୁ ଚାଲି ଯାଉଥିଲା। ବିଜେନ୍ଦ୍ର ତାଂକୁ ସାନ୍ସନାଦେଇଥିଲା ଜଲଦି ସବୁକିଛି ଠିକ୍ ହୋଇଯିବ। ଥରେ ଆଶା ବିଜେନ୍ଦ୍ର ସହିତ ଫୋନ୍ରେ କଥା ହେବା ସମୟରେ ଧରା ପଡିଯାଇଥିଲା ସୁଶୀଳାଙ୍କ ହାତରେ । ତା' ପରେ ତାଙ୍କମୁଣ୍ଡ ଉପରେ ହାତ ରଖି ଶପଥ କରାଇଥିଲେ ଯେ ବିଜେନ୍ଦ୍ରକୁ ଭୁଲି ଯିବା ପାଇଁ । ଘରର ଇଜ୍ପତ ତଳେ ନପକାଉ ବୋଲି ସେ ଆଶାକୁ ନେହୁରା ହୋଇ କହିଥିଲେ ।

ବଦଳି ଥିଲା ଆଶାର ହୃଦୟ

ମାଂଙ୍କ କଥାକୁ ଆଶା ଭାବି ହୋଇଥିଲା। ସେ ମନେ ମନେସ୍ଥିର କରିନେଇଥିଲା ଯେତେ କଷ୍ଟ ହେଲେ ବି ସେ ବିଜେନ୍ଦ୍ରକୁ ଭୁଲିଯିବ। ମା' ବାପା ତା'ର ବାହାଘର ଯେଉଠି ବି କରିବେ ସେ ସ୍ବୀକାର କରିନେବ । ସେଥିପାଇ ଆଶା ମୀଂଂଙ୍କୁ ତା” ନିଷ୍ପଭି ବିଷୟରେ ଜଣାଇ ଦେଇଥିଲା। ତାଙ୍କର ଜଣେ ସଂପର୍କୀୟମାଧ୍ୟମରେ ଉନ୍ନାବ ଜିଲ୍ଲାର ସୋହରମାଉ ଥାନା ଅନ୍ତର୍ଗତକୁଶହରି ଗୀ ନିବାସୀ ବଚୁଲାଲ ଲୋଦ୍ଧଙ୍କ ୨୫ ବର୍ଷୀୟ ପୁଅସାଜନ ସହିତ ପ୍ରସ୍ତାବ ପଡିଥିଲା। ସାଜନ ବିଏ ପାଶ୍ କରିସାରିଥିଲା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇ ପ୍ରସ୍ତୁତିଚଲାଇଥିଲା। ସାଜନ ପୁତିଲାଲଙ୍କୁ ପସନ୍ଦ ହେବାରୁ ଝିଅର ବାହାଘର ସେଇଠି ହେବ ବୋଲି ସ୍ଥ୍ରିର ହୋଇଥିଲା। କିଛିଦିନ ପରେ ସାଜନ ଘରଲୋକଙ୍କ ସହିତ ଆଶାକୁ ଦେଖୁବା -ପାଇଁ ଆସିଥିଲା। ଦୁଇଜଣ ବି ପରସ୍ପରକୁ ପସନ୍ଦ କରିଥିଲେ।ଏହାପରେ ନିର୍ବନ୍ଧ ବି ହୋଇ ଯାଇଥିଲା । ବାହାଘରର ତାରିଖ ୧୨ ମାର୍ଚ୍ଚ ୨୦୧୯କୁ ସ୍ଥିର ହୋଇଥିଲା।
ଜାଣିପାରିଥିଲା ବିଜେନ୍ଦ୍ର
ସେପଟେ ବିଜେନ୍ଦ୍ର ଆଶାର ବାହାଘର ଖବର ଶୁଣିବା ପରେ ତା”କାନକୁ ବିଶ୍ଵାସ ହୋଇନଥିଲା। ଆଶା ସହିତ ଦେଖୁଥିବାସ୍ଵପ୍ନ ଭାଙ୍ଗିଯାଇଥିଲା। ସେହିଦିନ ଆଶାକୁ ଦେଖା କରି ପଚାରିଥିଲା । ଆଶା କହିଥିଲା ମାଂବାପା ତାଂପାଇଁ ପୁଅ ଖୋଜି ସାରିଛନ୍ତି। ଭଲ ହେବ ଆମେ ପରସ୍ପରକୁଭୁଲିଯିବା। କେମିତି ଭୁଲିଯିବି ? ମୁଁ ତତେ ହୃଦୟର ସହିତଭଲ ପାଉଥିଲି। ହେଲେ ତୁ ଧୋକା ଦେଲୁ ବୋଲି ବିଜେନ୍ଦ୍ରକହିଥିଲା। ଆଶା କହିଥିଲା, ମୁଁ ଧୋକା ଦେଇନି | ତୁମେ ମୋ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟାକର । ହେଲେ ବିଜେନ୍ଦ୍ର ଆଶାର କୌଣସି କଥା ଶୁଣିବାକୁ ନାରାଜ ଥିଲା। ବିଜେନ୍ଦ୍ର ଆଶାକୁକହିଥିଲା, ଏବେ ବି ସମୟ ଅଛି ବାହାଘର ପାଇଁ ମନାକରିଦେ। ଆଉ, ମୋ ପାଖକୁ ଚାଲିଆସ। ହେଲେ ଆଶା ମନାକରିଦେଇଥିଲା। କହିଥିଲା ମୋର ଶେଷ ନିଷ୍ପତ୍ତି ତୁମେ ମତେ ଭୁଲିଯାଅ।
ଆଶାକୁ ଛାଡ଼ିବାକୁ ଚାହୁଁନଥିଲା
ଆଶା ଏବଂ ବିକେନ୍ଦ୍ରର ସଂପର୍କ ଅଧାରୁ ଛିଣ୍ଡି ଯିବା ସତ୍ଜେ ବି ଦୁଇଜଣ ଫୋନ୍ରେ କଥା ହେଉଥିଲେ। ତା' ସହିତ ପଳାଇ ଆସିବାକୁ ବିଜେନ୍ଦ୍ର ବାରମ୍ବାର କହୁଥିଲା। ହେଲେ ଆଶା କହୁଥିଲା, ସେ ଏମିତି କରି ମାଂବାପାଙ୍କ ମୁହରେ କଳା ବୋଳିବାକୁ ଚାହୁ ନି। ହେଲେ ବିଜେନ୍ଦ୍ର ଆଶାକୁ ମନାଇବାକୁ ଚେଷ୍ଟା ଚଲାଇଥିଲା। ଦିନେ ସନ୍ଧ୍ଯାରେ ବିଜେନ୍ଦ୍ର ଆଶାକୁକଲ୍ କରି ଶେଷ ଥର ପାଇଁ ଦେଖା କରିବାକୁ ଡାକିଥିଲା। ବିଜେନ୍ଦ୍ରର ଏତିକିକ କଥାକୁ ଆଶା ମନା କରିପାରିନଥିଲା ।ଦେଖା କରିବାକୁ ସେହି ବଗିଚାକୁ ଯାଇଥିଲା ଯେଉଁଠି ପ୍ରଥମଥର ଦେଖା ହୋଇଥିଲେ। ଆଶା ଯେମିତି ପହଞ୍ଚିଛି ବିଜେନ୍ଦ୍ର ତାଂକୁ ଦୁଇ ବାହୁରେ ଜାବୁଡ଼ି ଧରି କହିଲା, ଆଶା ତୁ ମତେ ଛାଡ଼ି ଯାଆନି। ମୁ ତୋ ବିନା ବଞ୍ଚିପାରିବିନି। ଆଶା ନିଜକୁବିଜେନ୍ଦ୍ରଠାରୁ ମୁକ୍ତ କରି କହିଲା, ମୁଁ ତୁମକୁ ପ୍ରଥମରୁ କହିଥିଲି ମା” ବାପାଙ୍କ ବିରୁଦ୍ଧରେ ଯିବିନି । ଆଉ ଏହି କଥା ମୁ ତୁମକୁବହୁତଥର କହି ସାରିଛି। ମତେ ବାଧ୍ୟ କରନି ।
ଘୃଣାରେ ପରିବତ୍ତନ ହୋଇଥିଲା ପ୍ରେମ
ଆଶା ବିଜେନ୍ଦରର ପ୍ରସ୍ତାବକୁ ମନାକରିବାରୁ ତାଂପ୍ରତି ଘୃଣା ସୃଷ୍ଠି ହୋଇଥିଲା ବିଜେନ୍ଦ୍ର ମନରେ। କ୍ରୋଧରେ ସେ ଜଳୁଥିଲା। ଗୋଟିଏ ରାତିରେ ବିଜେନ୍ଦ୍ର ମୋବାଇଲ ଫୋନ୍ରେ 'ବେୱଫା ସନମଂ ଫିଲ୍ମ ଦେଖୁଥିଲା। ଫିଲ୍ମର କାହାଣୀ ତା'ର ବାସ୍ତବ ଜୀବନ କାହାଣୀ ସହିତ ମିଶୁଥିଲା। ଆଶା ବି ତା ଭଲପାଇବାକୁ ଗୋଡ଼ରେ ଆଡେଇ ଦେଇଥିଲା। ସେହି ଫିଲ୍ମକୁସେ ଅନେକ ଥର ଦେଖିଲା। ଶେଷରେ ନିଷ୍ପଭ୍ଭି ନେଲା ଯେଫିଲ୍ମରେ ଯେମିତି ବେୱଫାକୁ ଦଣ୍ଡ ମିଳିଛି ସେମିତି ଆଶାକୁବି ଦଣ୍ଡ ଦେବ । ଆଶାର ବାହାଘର ତାରିଖ ଯେତେ ପାଖେଇ ଆସୁଥିଲା ବିଜେନ୍ଦ୍ର ମନରେ ସେତେ ଅଧିକ ରାଗ ଏବଂ ଘୃଣା ସୃଷ୍ଟି ହେଉଥିଲା। ବିଜେନ୍ଦ୍ରର କାକା ଲୋଦ୍ଧେଶ୍ଵରଙ୍କ ପାଖରେ ବନ୍ଧୁକ ଥିଲା। ବିଜେନ୍ଦ୍ର ବନ୍ଧୁକ ଚଲାଇବା ଶିଖିଥିଲା। ତେଣୁ ମନେ ମନେ ସ୍ଥିର କରିନେଲା ଆଶା ସହିତ କ'ଣ କରିବାକୁ ହେବ।
ବିଜେନ୍ଦ୍ର ବି କରିଥିଲା ସହଯୋଗ
୧୨ ମାର୍ଚ୍ଚ ଆଶାର ବିବାହ ପାଇଁ ଘରେ ସାଜସନଳ୍ଜା ଚାଲିଥିଲା।ସକାଳୁ ହ ପୁତିଲାଲଙ୍କ ଘରେ ଅତିଥ୍ଙ୍କ ଯିବାଆସିବା ଆରମ୍ଭ ହୋଇଯାଇଥିଲା। ବିଜେନ୍ଦ୍ର ବି ସେଠି ଉପସ୍ଥିତ ଥିଲା। ବାହାଘରର ସବୁ କାମରେ ସହଯୋଗ କରୁଥିଲା। ହେଲେ ତା ମନରେ କଣ ଚାଲୁଥିଲା ଉପସ୍ଥିତ କୌଣସି ଲୋକ ଜାଣିନଥିଲେ । ସନ୍ଧ୍ୟା ହେବା କ୍ଷଣି ମଣ୍ଡପଠାରୁ ଆରମ୍ଭ କରି ଖାଇବାପିଇବା ସବୁର ଆୟୋଜନ ସରିସାରିଥିଲା। ଅପେକ୍ଷା ଥିଲା କେବଳ ବରଯାତ୍ରୀଙ୍କର। ଆଶା ବି କନିଆ ବେଶରେ ସଜ ହୋଇ ବସିଥିଲା। ରାତି ୧୦ଟାରେ ବରଯାତ୍ରୀଙ୍କର ସ୍ବାଗତ ହୋଇଥିଲା। ଦୁହଙ୍କୁ ବିବାହ ମଣ୍ଡପକୁ ନିଆଯାଇଥିଲା। ରୀତିନୀତି ଅନୁସାରେ ଦୁଇଜଣଙ୍କର ବିବାହ ଶେଷ ହୋଇଥିଲା। ବିବାହ ସରିବା ପରେ ଦୁଇଜଣଙ୍କୁ ଷ୍ଟେଜ୍କୁ ନିଆଗଲା। ସେଠି ଫଟୋଗ୍ରାଫର ଫଟୋ ବି ଉଠାଉଥିଲା।
ବିବାହ ମଣ୍ଡପ ହୋଇଥିଲା ରକ୍ତ ରଞ୍ଜତ ସବୁକିଛି ସାମାନ୍ୟ ଥିଲା।` ହେଲେ ହଠାତ୍ ବିଜେନ୍ଦ୍ର ତାଂର କାକାର ବନ୍ଧୁକଧରି ଆଶା ସାମ୍ନାକୁ ଚାଲି ଆସିଥିଲା। ବିଜେନ୍ଦ୍ର ଆଖୁରେସେତେବେଳେ କେବଳ ଘୃଣା ଏବଂ କ୍ରୋଧରେ ଭରପୁର ଥିଲା। ତାଂହାତରେ ବନ୍ଧୁକ ଦେଖୂ ଆଶା ଡରିଯାଇ ଠିଆ
ହୋଇଗଲା। ବିଜେନ୍ଦ୍ର ଆଶା ପାଖକୁ ଯାଇ କହିଲା, ତୁ କ'ଣ ଭାବିଥିଲୁ ତୁ ମୋର ହେବୁନୁ ତ ମୁଁ ତତେ ଆଉ କାହାର ହେ ବାକୁ ଦେବି । ସେକଥା ତୁ କେମି ତି ଭାବିପାରିଲୁ । ଏମିତି ଆଦୌ ହେଇପାରିବନି। ଏତିକି କହିବା ପରେ ବନ୍ଧୁକର ଟ୍ରିଗର ଦବିଥିଲା। ଗୁଳି ଯାଇ ସିଧା ଆଶା ପେଟରେ ବାଜିଥିଲା। ଗୀର ଦୁଇଜଣ ସାହ ସୀ ଯୁବକ ବିଜେନ୍ଦ୍ର ହାତରୁ ବନ୍ଧୁକ ଛଡ଼ାଇବାକୁ ଦୌଡ଼ି ଯାଇଥିଲେ । ହେଲେ ବିଜେନ୍ଦ୍ର ସେମାନଙ୍କୁ ମଧ୍ୟ ଗୁଳି କରିଥିଲା। ଆଉ, କହିଥିଲା ମୋ ପାଖକୁ କେହି ବି ଆସିବାକୁ ଚେଷ୍ଟା କରନି। ଏତିକିରେ ହିସାବ ପୁରା ହୋଇନି । ଏତିକି କହିବା ପରେ ବିଜେନ୍ଦ୍ର ତା”ନିଜ ମୁଣ୍ଡରେ ବନ୍ଧୁକ ରଖି ଟ୍ରିଗର ଚିପିଦେଇଥିଲା। ଗାର କିଛି ଲୋକ ଏହି ଘଟଣା ସଂପର୍କରେ ଚୁରନ୍ତ ପୁଲିସକୁ ସୂଚନା ଦେଇଥିଲେ । ରାତି ୧୨ଟା ପାଖାପାଖି ଏସ୍ପି ସୁନୀଲ କୁମାର ସିଂହ, ଏଏସ୍ପ ଶଶି ଶେଖର ସିଂହ ଘଟଣାସୁଳରେ ପହଞ୍ଚିଥିଲେ। ଘଟଣାସ୍କୁଳକୁ ନିରୀକ୍ଷଣ କଲାପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିଲା। ଏ ହି ଘଟଣାରେ ଆଶାକୁ ବିବାହ କରିଥିବା ସାଜନ ବଞ୍ଚି ଯାଇଥିଲା। ଉପସ୍ଥିତ ଥିବା ଲୋକଙ୍କଠାରୁ ପୂରା ଘଟଣା ବିଷୟରେ ପୁଲିସ ଜାଣିବାକୁ ପାଇଥିଲା। ଆଶାକୁ ହତ୍ଯା କରିବା ମାମଲାରେ ୩୦୨ ଧାରାରେ ବିଜେନ୍ଦ୍ର ବିରୁଦ୍ଧରେ କେସ୍ ଫାଇଲ୍ ହୋଇଥିଲା। କିନ୍ତୁ ବିଜେନ୍ଦ୍ର ଆତ୍ନହତ୍ଯା କରିଥିବାରୁ ଏହି କେସ୍ ଫାଇଲରେ ହି ବନ୍ଦ ହୋଇଯାଇଥିଲା।

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...