Thursday, 6 June 2019

ସରଳ ବିଶ୍ଵାସ


    

ସରଳ ବିଶ୍ଵାସର ମୂଲ୍ଯ ଯେ ଏମିତି ଭାବେ ଦେବାକୁ ହେବ ତାହା ଭାବିପାରିନଥିଲେ ଅଶୋକ ଅରୋରା। ନିରୁତା ବନ୍ଧୁତ୍ଵରେ ବିଶ୍ଵାସ ରଖିଥିବା ଅଶୋକ ସ୍ବପ୍ନରେ ଭାବିପାରିନଥିଲେ ତାଙ୍କ ବିଶ୍ବାସରେ ଏମିତି ବିଷ ମିଶିବ । କିଏ ତାଙ୍କ ବିଶ୍ଵାସରେ ବିଷ ମିଶାଇଥିଲା ? ଏସବୁ ବିଷୟରେ ସବିଶେଷ ଜାଣିବାକୁ ହେଲେ ଆମକୁ କାହାଣୀଚିକୁ ପ୍ରଥମରୁ ଆରମ୍ଭ କରିବାକୁ ପଡ଼ିବ।

            ସେଦିନ ଥିଲା ୨୦୧୮ ମସିହା, ଜୁନ ୨୨ ତାରିଖ | ରାଜସ୍ପାନର ହନୁମାନଗଡ଼ ଜିଲ୍ଲା ନିବାସୀ ଅଶୋକ ଅରୋରା କୌଣସି କାମପାଇ ଜିଲ୍ଲା ମୁଖ୍ୟାଳୟ ଆସିଥିଲେ। କାମ ସାରି ବାହାରକୁଆସୁଥିବା ବେଳେ ଜଣେ ଅଜଣ ଯୁବତୀ ବେଶ ମଧୁର ସ୍ଵରରେ ତାଙ୍କୁ କହିଲା “ଭାଇ ଦୟା କରି ୧୦ ଟଙ୍କା ଦିଅନ୍ତୁ । ମୁଁ ତରବରରେ ପର୍ସ ଛାଡ଼ି ଆସିଛି। ଜେରକ୍ସ କରିବାର ଅଛି।”ଅଶୋକ ତୁରନ୍ତ ଝିଅଟିକୁ ୫୦ଟକିଆ ନୋଟ୍ଟିଏ ବଢ଼ାଇ ସେଠାରୁ ଚାଲିଆସିଲେ। ନିଜ ଗାଡ଼ି ପାଖରେ ପହଞ୍ଚିଲାବେଳକୁ ଦେଖିଲେ ଝିଅଟି ଧାଇ ଧାଇ ତାଙ୍କ ପାଖକୁ ଆସୁଛି।ସେ ଅଟକି ଗଲେ। ଝିଅଟି ଉତ୍ତର ଦେଲା “ ଭାଇ ମୁଁ ଆପଣଙ୍କୁ ୪୦ଟଙ୍କା ଫେରାଇବାକୁ ଆସିଛି ।” ଅଶୋକ ଝିଅଟି କଥାରେ ମୁଗ୍ପ ହୋଇ କହିଲେ ୪୦ ଟଙ୍କା ଫେରାଇବା ଦରକାର ନାହିଁ । ଏହା ପରେ ପାଖ ଦୋକାନରୁ ଲସି ପିଇବାପାଇଁ ତାଙ୍କ ସାଙ୍ଗରେ ଯିବା ପାଇଁ ଝିଅଟିକୁ କହିଲେ। ଝିଅଟି ପ୍ରଥମେ ମନା କରୁଥିଲେ ମଧ୍ୟ ପରେ ଅଶୋକଙ୍କ କଥାରେ ରାଜିହୋଇ ତାଙ୍କ ସହିତ ଲସି ପିଇବାକୁ ଗଲା । ।

          ଝିଅଟି ତା'ର ନାଁ ସୁନୀତା ବୋଲି କହିଲା।ଏହି କଥୋପକଥନ ମଧ୍ୟରେ ସୁନୀତା ତାଂପରିବାରର ଆର୍ଥିକ ଦୁଃସ୍ଫଥିତି ବିଷୟରେ ମଧ୍ୟ ଗପିଥିଲା। ଅଶୋକ ଭାବିଥିଲେ ଏତେ କମ୍ବୟସରେ ଝିଅଟି ଖୁବ୍ ପରିଶ୍ରମ କରୁଛି ନିଜ ମାଂକୁ ଟିକେ ଖୁସି ଦେବା ପାଇ। ଯିବା ବେଳକୁ ଅଶୋକ ନିଜର ଭିଜିଟିଂକାର୍ଡ ସୁନୀତାକୁ ଦେଇ କହିଥିଲେ ଦରକାର ବେଳେ ଫୋନ୍ କରିବ।



        ସେଦିନ ପରେ ଅଶୋକ ସୁନୀତା କଥା ଏକପ୍ରକାରଭୁଲିଯାଇଥିଲେ। ଅଶୋକ ଥିଲେ ବିବାହିତ ଓ ଦୁଇ ପିଲାଙ୍କ ପିତା। ବ୍ୟବସାୟ ଓ ପରିବାର ଜଞ୍ଜାଳରେ ସୁନୀତା କଥା ମନକୁ ଆସିନଥିଲା। ପ୍ରାୟ ମାସେ ପରେ କଲ୍ କରିଥିଲାସୁନୀତା। ସୁନୀତାର କଲ୍ ପାଇ ଅଶୋକ ଖୁବ୍ ଖୁସି ହୋଇଥିଲେ। କଥା ପ୍ରସଙ୍ଗରେ ସୁନୀତା କହିଥିଲା ଆସନ୍ତା ମାସ ଏକ ନିର୍ଦ୍ଦିଷ୍ଟ ତାରିଖରେ ସେ ହନୁମାନଗଡ଼ ମୁଖ୍ୟବଜାରକୁ ଆସିବ। ଅଶୋକ କହିଥିଲେ ଯାହା ହେଉ ଭଲହେଲା। ସେଠି ତାଙ୍କର ଅଫିସ୍ ଅଛି । ଏ ହି ବାହାନାରେ ତାଙ୍କର ସୁନୀତା ସହିତ ଦେଖା ବି ହୋଇଯିବ। ସେଇ ନିର୍ଦ୍ଦିଷ୍ଟ ଦିନସୁନୀତା ଆସିଥିଲା ଅଶୋକଙ୍କ ଅଫିସକୁ । ବେଶ୍ ସାଜସନ୍ଜୋକରି ଆସିଥିଲା ସେଦିନ । ଅଳ୍ପ ହେଲେ ବି ଅଶୋକଙ୍କ ମନ ପ୍ରଭାବିତ ହୋଇଥିଲା ସୁନୀତାର ସୌନ୍ଦର୍ଯ୍ୟ ଦେଖି। ଧୀରେ ଧୀରେ ଅଶୋକ ଓ ସୁନୀତା ମଧ୍ୟରେ ସଂପର୍କ ଗଭୀରହୋଇଥିଲା। ମାତ୍ର ତାହା ଥିଲା ନିଚ୍ଛକ ବନ୍ଧୁ ତ୍ଵ ।

ଅଶୋକ ଯେତିକି ଭାବୁଥିଲେ ତାଂଠାରୁ ଢେର ଅଧିକ ଚାଲାକ ଥିଲା ସୁନୀତା। ସେ ଜାଣିସାରିଥିଲା ଅଶୋକ ବହୁତ ଟଙ୍କାର ମାଲିକ। ଅଶୋକଙ୍କ ପାଖରେ ତିନି/ ଚାରିଟି ଗାଡ଼ି ଅଛି।ବିଶାଳ ବଙ୍ଗଳା ଅଛି। କାହି କି ନା ଅଶୋକ କେତେଥର ସୁନୀତାକୁ ନିଜଗାଡ଼ିରେ ବସାଇ ତାଂ ଘରେ ଛାଡ଼ି ଦେଇଥିଲେ । ସୁନୀତାରଅନୁରୋଧ କ୍ରମେ ଅଶୋକ ମଧ୍ୟ ତା” ଘରେ ବସି ତା” ହାତରୁଚା ପିଇଥିଲେ । ଅଶୋକଙ୍କ ସରଳ ସ୍ବଭାବ ବିଷୟରେ ସୁନୀତାଅଳ୍ପ ଦିନ ମଧ୍ୟରେ ଜାଣିପାରିଥିଲା। ଏ ହାପରେ ସୁନୀତା ମନେମନେ ସ୍ବପ୍ନ ଦେଖିଥିଲା ସେ ଅଶୋକ ଭଳି ଧନୀ ନହେଲେ ବିଅଧିକ ଟଙ୍କାର ମାଲିକାଣୀ ଯେମିତି ହେଲେ ବନିବ । ଏଇ ସ୍ବପ୍ନବୋଧହୁଏ ତା'କୁ ବିପଥଗାମୀ କରିବାକୁ ଉସୁକେଇ ଥିଲା।ସୂନୀତା କରିଥିଲା ଯୋଜନାକଥାଛଳରେ ଦିନେ ସୁନୀତା ଜାଣିପାରିଲା ଅଶୋକଙ୍କୁ ପାଇବାର ଅଛି। ଏକଥା ଜାଣିବା ମାତ୍ରେ ତାଂ ମନରେଲୋଭ ଆସିଯାଇଥିଲା। ଅଶୋକ ବି ସୁନୀତାକୁ କିଛି ବିଲୁଚାଉ ନଥିଲେ। ସବୁ କଥା କହୁଥିଲେ। କହୁକହୁ ଏକଥାବି କହିଦେଇଥିଲେ ଏତେଗୁଡ଼ିଏ ଟଙ୍କା ଏକାଦିନରେ ଆଦାୟକରି ଆସିବାକୁ ହେବ | ହେଲେ ଦୁଇ ମାସ ଆଗରୁ ତାଙ୍କ ଭାଇଏମିତି ଟଙ୍କା ଆଦାୟ କରିବା ରାସ୍ତାରେ ତାଙ୍କଠାରୁ ରାହାଜାନି ହୋଇଗଲା। ଲୁଟେରାମାନେ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କୁଠାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଲୁଟ୍ କରିନେଇଗଲେ। ପୁଲିସ ଏପର୍ଯ୍ୟନ୍ତ ଲୁଟେରାମାନଙ୍କ ଖୋଜଖବର କରିପାରିନି। ତେଣୁ ସେ କେମିତି ଗୋଟିଏ ଦିନରେ ଏତେଗୁଡ଼ିଏ ଟଙ୍କା ଆଦାୟ କରି ଘରକୁ ଫେରିବେ ସେଇକଥା ତାଙ୍କୁ ଚିନ୍ତାରେ ପକାଇଛି।ଏକଥା ଶୁଣି ସୁନୀତା କହିଥିଲା ଏଥିରେ ଚିନ୍ତା କରିବାର ଟିକିଏବି କାରଣ ନାହିଁ । ତା'ର ଜଣେ ବିଶ୍ଵସ୍ତ ଡ୍ରାଇଭର ଚିହ୍ନା ଅଛି।ସେ ଡ୍ରାଇଭିଂ କରିବା ସହିତ ଜଣେ ପେସାଦାର ବଡି ବିଲ୍ଲୂର ।

ତେଣୁ ସେ ପାଖରେ ଥିଲେ ଆଉ ଡର ଲାଗିବ ନାହ । ଆଉ-----ତା” ପାଖରେ ବନ୍ଧୁକ ବି ଅଛି। ତେଣୁ ଚୋର ଡକାୟତଙ୍କପ୍ରତି ଥିବା ଭୟ ଅଶୋକ ଯେମିତି ନିଜ ମନରୁ କାଢ଼ି ଦିଅନ୍ତୁ ।ସୁନୀତା କଥାରେ ଥିବା ଦାମ୍ଭିକ ପଣ ଦେଖି ଅଶୋକ ମନେମନେ ଟିକେ ଆଶ୍ଵସ୍ତ ହେଲେ।

ପ୍ରସ୍ତୁତ ହେଲା ବୁପ୍ରିଣ୍ଟ

ଅଶୋକଙ୍କ ସହିତ କଥା ହୋଇ ସୁନୀତା ଜାଣିପାରିଲା କେଉଦିନ ଓ କେଉଁ ରାସ୍ତାରେ ଅଶୋକ ଟଙ୍କା ଧରି ଫେରିବେ ।ସେହି ଅନୁସାରେ ସେ ତାଂର ସେଇ ବିଶ୍ଵସ୍ତ ଡ୍ରାଇଭରସୁନୀଲ ସହିତ ଯୋଗାଯୋଗ କଲା। ସୁନୀଲ ଘଟଣା ଦିନଅଶୋକଙ୍କୁ ଫୋନ୍ କରି ତାଙ୍କ ସହିତ ପେମେଣ୍ଟ। ଆଣିବାକୁ ଯିବା ପାଇଁ ପ୍ରସ୍ତାବ ଦେଲା। ସୁନୀତା

ଏ ବିଷୟରେ ଅଶୋକଙ୍କୁ ଆଗରୁ ଜଣେଇଥିବାରୁ ସେ ତୁରନ୍ତ ରାଜି ହୋଇଗଲେ।ସେହି ଅନୁସାରେ ପେମେଣ୍ଟ ନେଇ ସେସୁନୀଲ ସହିତ ଫେରୁଥିଲେ | ମଝିରେ ଥରେଦୁଇ ଥର ସୁନୀତାର କଲ୍ ବି ଆସିଥିଲା।ଅଶୋକ କହିଥିଲେ ସବୁଠିକ୍ ଅଛି। ମଝିରେସୁନୀଲ ପାଖକୁ ମଧ୍ୟ ଫୋନ୍ ଆସିଥିଲା। ହେଲେଅଶୋକ ସେସବୁ ଉପରେ ଧ ବାନ ଦେଇନଥିଲେ । କିଛିବାଟ ଆସିବା ପରେ ଅଚାନକ ଆଉ ଏକ ବଡ଼ ଏସ୍ଯୁଭିଆସି ଅଶୋକଙ୍କ ଗାଡ଼ି ଅଟକେଇଲା | ଅଶୋକ କି ସୁନୀଲ

କିଛି ବୂଝିବା ପୂର୍ବରୁ ସେଇ ତିନିଜଣ ଯୁବକ ବନ୍ଧୁକ ମୁନରେଅଶୋକ ଓ ସୁନୀଳଙ୍କୁ ଗାଡ଼ି ଭିତରୁ ଝିକି ଆଣି ଟଙ୍କା ବ୍ୟାଗ୍ଧରି ଛୁ ମାରିଲେ। ଯିବା ପୂର୍ବରୁ ଅଶୋକଙ୍କୁ ଖୁବ୍ ଜୋରରେପିଟିଥିଲେ। ସୁନୀଲ ଅଟକାଇବାର ଚେଷ୍ଟା କରିଥିଲେ ବିସେମାନେ ତାଂକୁ ବି ଆକ୍ରମଣ କରିଥିଲେ ।

ଧରା ପଡ଼ିଲା ସତ
ଏହି ଘଟଣା ପରେ ଅଶୋକ ଏତେ ଭୟଭୀତ ହୋଇଯାଇଥିଲେଯେ କେଇ ମୁହୂର୍ଭ ପର୍ଯ୍ୟନ୍ତ କିଛି କହିପାରୁନଥିଲେ। ଏତିକିବେଳେ ତାଙ୍କ ମୋବାଇଲକୁ ସୁନୀତାର କଲ୍ ଆସିଲା। ହେଲେ କଲ୍ ରିସିଭ୍ କରିବାର ଶକ୍ତି ବି ନଥିଲା ତାଙ୍କ ପାଖରେ | ସୁନୀଲକଲ୍ ରିସିଭ୍ କରି ସବୁକଥା ଜଣାଇଥିଲା | ସୁନୀତା ଆଉ ଡେରିନକରି ଅଶୋକଙ୍କ ପରିବାର ଲୋକଙ୍କୁ ଫୋନ୍ କରି ସବୁଜ ଣ। ଇ ଥି ଲ। । ଅଶୋକଙ୍କ ପ୍ରାଥମିକ ଚିକିତ୍ସା ସରିବା ପରେସେ ଥାନାରେ ଅଭିଯୋଗ କଲେ। ପୁଲିସକୁବଡ଼ ଆଶ୍ଚର୍ଯ୍ୟ ଲାଗିଲା। କିଛିମାସ ପୂର୍ବରୁଅଶୋକଙ୍କ ବଡ଼ଭାଇଙ୍କଠାରୁ ମଧ୍ୟ ଲୁଟ୍ହୋଇଥିଲା। ଏଥର ପୁଲିସ ଘଟଣାକୁବେଶ୍ ଗମ୍ଭୀରତାର ସହ ନେଲା। ପୁଲିସର ପ୍ରଥମ ସନ୍ଦେହ ଯାଇଥିଲା ସୁନୀତା ଉପରେ। ହେଲେ ଅଶୋକ ନିଜେ ସୁନୀତାର ପକ୍ଷ ନେଇ କହିଥିଲେ ତା ଭଳି ନୀରିହ ଝିଅଟିକୁଏସବୁ ମାମଲାରେ ଜଡ଼ାଇବା ଠିକ୍ ନୁହେ | ପୁଲିସ ସେଇଅନୁସାରେ ସୁନୀତକୁ କିଛି ପ୍ରଶ୍ନ ନକରି ତାର ମୋବାଇଲ୍ରେକର୍ଡ ଯାଞ୍ଚ କଲା। ଯାଞ୍ଚରୁ ସ୍ପଷ୍ଟ ହୋଇଥି ଲା ତା” ନମ୍ବରରୁଘଟଣା ଦିନ ଓ ତା'ର ଦୁଇଦିନ ଆଗରୁ କେବଳ ଅଶୋକକି ସୁନୀଲ ନୁହେ, ଅଦଭ ଦୁଇଜଣଙ୍କ ପାଖକୁ ମଧ୍ୟ କଲ୍ଯାଇଛି । ସେଇ କଲ୍କୁ ଟ୍ରାକ୍ କରି ପୁଲିସ ପହଞ୍ଚିଥିଲା ଉକ୍ତଦୁଇଜଣଙ୍କ ପାଖରେ । ସେମାନେ ଥିଲେ ସଇଦ ଅନୱର,ବିଶାଳ ଗୁଜଳ୍ପର। ପୁଲିସ ସେମାନଙ୍କୁ ତୁରନ୍ତ ଥାନାକୁଆଣଥିଲା। ଟିକେ ଧମକ ଦେଇ ପଚାରିବାରୁ ସେମାନେସବୁ ସତ କଥା କହିଦେଇଥିଲେ। ସେମାନେ କହିଥିଲେସୁନୀତା ଓ ସୁନୀଲ ମିଶି ସବୁ ପ୍ଳାନ୍ କରିଥିଲେ। ଆଗରୁସେମାନେ ମିଶି କେତେଥର ଲୁଟ୍ କରିଛନ୍ତି। ଏହାପରେସୁନୀଲକୁ ଗିରଫ କରିଥିଲା ପୁଲିସ। ସୁନୀତା ସହରଛାଡ଼ି ବାହାରକୁ ଯିବାର ପ୍ଲାନ୍ କରୁଥିଲା। ହେଲେ ଠିକ୍ସମୟରେ ପୁଲିସ ହାତରେ ଧରା ପଡ଼ି ଗଲା। ସୁନୀତା ଧରାପଡ଼ିଲା ପରେ ଅଶୋକ କେବଳ ଏତିକି କହିଥିଲେ ସୁନୀତା ତୁମ ଯୋଗୁ ଆଜିଠୁ ବନ୍ଧୁତ୍ବ ନାମକ ଶବ୍ଦଟି ଉପରୁ ଚିରଦିନ ପାଇଁ ମୋର ଭରସା ଚୁଚଟିଗଲା।-


No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...